spot_img
Home Blog Page 2122

ଶ୍ରୀପଞ୍ଚମୀ ଅବସରରେ ଆଜି ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି

ପୁରୀ: ଶ୍ରୀପଞ୍ଚମୀ ଅବସରରେ ଆଜି ଅନୁଷ୍ଠିତ ହେବ ରଥକାଠ ପୂଜା ନୀତି। ଏଥିସହିତ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହେବ । ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ପୂଜା କରାଯିବ। ରାଜପୁରୋହିତ, ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠ ଉପରେ ପଞ୍ଚାମୃତ ସିଞ୍ଚନ କରି ଦିପ, ଧୂପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରାଯିବ।

ସେହିପରି ରଥ ଖଳାକୁ ପରିଷ୍କାର କରାଯିବା ସହ ତିନିରଥର ତିନୋଟି ଧଉରା କାଠକୁ ରଖାଯିବ। ଶ୍ରୋତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବେ। ଏହି ଅବସରରେ ଶ୍ରୀଫଳ ବାଡେଇ ଏହାକୁ ପୂଜାର୍ଚ୍ଚନା କରାଯିବ।

ଆଜି ପ୍ରେମ ପାଇଁ ଦିନ ଟିଏ, ଭାଲେଣ୍ଟାଇନ ଡେ’ ପାଳନ କରୁଛନ୍ତି ପ୍ରେମୀ ଯୁଗଳ

ବ୍ୟୁରୋ ରିପୋର୍ଟ:  ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମୀଯୁଗଳଙ୍କ ଅପେକ୍ଷାର ପ୍ରେମ ଦିବସ। ପ୍ରେମ ଦେଖେନି ଜାତିଧର୍ମ। ପ୍ରେମ ମାନେନି ଆକଟ। ପ୍ରେମ ବିଶ୍ବାସ, ପ୍ରେମ ବନ୍ଧନ, ପ୍ରେମ ହୃଦୟର ଅଦେଖା ବସା। ପ୍ରେମର ପହିଲି ଛୁଆଁରେ ଆମୋଦିତ ହୋଇଯାଏ ଏମାନିଆ ମନ। ଭାଲେଣ୍ଟାଇନ୍‌ ଡେ’କୁ ପ୍ରେମ ଦିବସ କୁହାଯାଏ। ସେଥିପାଇଁ ଫେବୃଆରୀ ୧୪ରେ ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ ଡେ’ ପାଳନ କରାଯାଏ। ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ଡେ’ ଅତ୍ୟନ୍ତ ସ୍ୱତନ୍ତ୍ର।

ପ୍ରେମ ବିନା ଜୀବନ ଅଧୁରା ଲାଗେ। ଖାସ ସେଇଥିପାଇଁ ଏହି ଦିନଟିକୁ ଚାହିଁ ରହିଥାନ୍ତି ପ୍ରେମ ପକ୍ଷ । ପ୍ରେମ ସ୍ନେହ, ତ୍ୟାଗର ସଞ୍ଚାର। ପ୍ରେମର ସ୍ରୋତରେ ଯିଏ ପଡିଛି ପ୍ରୀତିର ପ୍ରଗାଢତାରେ ସେ ଭିଜି ଯାଇଛି। ପ୍ରେମ ସପ୍ତାହର ଶେଷ ଦିନରେ ନିଜର ସାଥି ସହ ନିଆରା ଅନୁଭୂତି ସାଉଁଟିବାକୁ ପ୍ରତିଟି ପ୍ରେମ ଚଢେଇର ଭାରି ଇଚ୍ଛା। ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ’କୁ ଯୁବପିଢି ଦେଇଛନ୍ତି ନୂଆ ପରିଚୟ। ଏଥି ସହିତ, ଭାଲେଣ୍ଟାଇନ ଡେ’କୁ ସ୍ୱତନ୍ତ୍ର କରିବା ପାଇଁ ଲୋକମାନେ କୌଣସି ସୁଯୋଗକୁ ବି ହାତଛଡା କରନ୍ତି ନାହିଁ।।

ଆଜି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଚାଷୀ

ନୂଆଦିଲ୍ଲୀ: ଦିଲ୍ଲୀ ଆଡକୁ ଯାଉଥିବା କୃଷକ ମାନଙ୍କୁ ପ୍ରତିରୋଧ କରିଛି ପୋଲିସ। ଗତକାଲି କୃଷକମାନେ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖିଥିବାବେଳେ ଆଜି ପୁଣି ଶୋଭାଯାତ୍ରା ଆରମ୍ଭ ହେବ ବୋଲି କୃଷକ ସଂଗଠନମାନେ ଘୋଷଣା କରିଛନ୍ତି।

ପଞ୍ଜାବର ଫତେଗଡ଼ ସାହିବରୁ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ଯାଉଥିବା କୃଷକଙ୍କ ଉପରକୁ ଶମ୍ଭୁ ସୀମାରେ ପୋଲିସ ଲୁହବୁହା ଗ୍ୟାସ୍ ସେଲ୍ ମାଡ଼ କରିଥିଲା। ଗାଜିପୁର ସୀମାରେ ଏକାଧିକ କୃଷକ ନେତାଙ୍କୁ ମଧ୍ୟ ଅଟକ ରଖାଯାଇଛି । ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରବଳ ଜାମ୍ ଲାଗି ରହିଛି। କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଓ ଦିଲ୍ଲୀ ମଧ୍ୟରେ ୟୁପି ଗେଟ୍ ନିକଟରେ ଏକ ପାଚେରି ନିର୍ମାଣ କରାଯାଇଛି। ଦିଲ୍ଲୀକୁ ଯାଉଥିବା ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି।

ଅନ୍ୟପଟେ କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ମଙ୍ଗଳବାର କୃଷକମାନଙ୍କ ଦିଲ୍ଲୀ ଚଲୋ ଶୋଭାଯାତ୍ରାକୁ ଜାତୀୟ ରାଜଧାନୀରେ ପ୍ରବେଶ ନ କରିବା ପାଇଁ ଦିଲ୍ଲୀ ସୀମାରେ ବହୁସ୍ତରୀୟ ବ୍ୟାରିକେଡ୍, କଂକ୍ରିଟ୍ ବ୍ୟାରିକେଡ୍, ଲୁହା ନଖ ଏବଂ କଣ୍ଟେନର କାନ୍ଥ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଫସଲପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରିବା ପାଇଁ ଆଇନ ପ୍ରଣୟନ କରିବା ସମେତ ଅନ୍ୟ ଦାବି ନେଇ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଦିଲ୍ଲୀ ପଦଯାତ୍ରା କରିଛନ୍ତି କୃଷକ ସଂଘ।

ଆଜି ଗଞ୍ଜାମ ଯିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ: ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ୧୫ରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ପହଞ୍ଚିବେ ନବୀନ। ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ଶୀତଳାପଲ୍ଲୀଠାରେ ନିର୍ମିତ ସମ୍ ହସ୍ପିଟାଲର ନୂଆ ୟୁନିଟକୁ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ । ପରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ଯକ୍ରମ ରହିଛି । ଘଟକେଶ୍ବର ବହୁମୁଖୀ ପ୍ରକଳ୍ପ, ହରଭଙ୍ଗି ସଂପ୍ରସାରିତ ପ୍ରକଳ୍ପ, ଛେଳିଗଡ଼ ଟନେଲର ଉଦଘାଟନ ସହ ଡ୍ଯାମ ଓ  ଜାନିବିଲି ବ୍ଯାରେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ଯମନ୍ତ୍ରୀ । ଆକ୍ମି କ୍ଲିନ ଏନର୍ଜି ପ୍ରାଇଭେଟ ଲିମିଟେଡର ଓ ଅଭଢା ଗୃପ ଅଫ କମ୍ପାନିଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।

ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ପ୍ରସ୍ତୁତିର ସମୀକ୍ଷା କରିଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ଶୀତଳାପଲ୍ଲୀ ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ପହଞ୍ଚି ସାଂସଦ ମାନସ ମଙ୍ଗରାଜ, ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ସୁବାସ ଚନ୍ଦ୍ର ବେହେରା ପହଞ୍ଚି ପ୍ରସ୍ତୁତିର ଅନୁଧ୍ଯାନ କରିଥିଲେ।

ବିଜେପିର ଗୁଣ୍ଡାଗିରି: ପଞ୍ଚାୟତରେ ପଶି ମାଡ ମାରିଲେ, ରାସନ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ବ୍ଯାଗରେ ନିଆଁ ଲଗାଇଦେଲେ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ ବିଜେପିର ଗୁଣ୍ଡାଗିରି । ପଞ୍ଚାୟତରେ ପଶି ଯୋଗାଣ ସହାୟକଙ୍କୁ ମାଡ ମାରିଲେ, ରାସନ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ବ୍ଯାଗରେ ନିଆଁ ଲଗାଇଦେଲେ । ଖଲ୍ଲିକୋଟ ବ୍ଲକ କହ୍ନେଇପୁର ପଞ୍ଚାୟତରେ ବିଜେପି ନେତା ଓ କର୍ମୀଙ୍କ ଏଭଳି ଦାଦାଗିରି ଦେଖିବାକୁ ମିଳିଛି । ରାସନ କାର୍ଡ ହିତାଧିକାରୀଙ୍କୁ ବ୍ଯାଗ ବଣ୍ଟନ ସମୟରେ ବିଜେପି ସାଂସଦ ପ୍ରାର୍ଥୀ ଅନିତା ଶୁଭଦର୍ଶୀନି , ବିଜେପି ଜିଲ୍ଲା ସାଧାରଣ ସଂପାଦକ ଅନିଲ କୁମାର ପଣ୍ଡା ,ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଯଜ୍ଞାନାରାୟଣ ଦାସଙ୍କ ସହ କର୍ମୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପଶି ଯୋଗାଣ ସହାୟକ ଶଙ୍କର ନାୟକଙ୍କୁ ମାଡ଼ ମାରିଥିଲେ । ବ୍ଯାଗ ବଣ୍ଟନ କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ଯ ଦେଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ଭିତରୁ କିଛି ବ୍ଯାଗ ବଣ୍ଡଲକୁ ନେଇ ଜାଳି ଦେଇଥିଲେ ବିଜେପି ନେତା । ଲୋକମାନେ ଭୟରେ ଦୌଡ଼ି ପଳାଇଥିବାବେଳେ ଯୋଗାଣ ସହାୟକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ସ୍ବାସ୍ଥ୍ୟକ୍ଷେତ୍ରରେ ଉତ୍କର୍ଷତା ପାଇଁ ଏସସିବି କଲେଜ ଓ ହସ୍ପିଟାଲକୁ ପ୍ରଥମ ପୁରସ୍କାର

ଭୁବନେଶ୍ବର: ସ୍ବାସ୍ଥ୍ୟକ୍ଷେତ୍ରରେ ଉତ୍କର୍ଷତା ପାଇଁ ରାଜ୍ଯ ସ୍ତରୀୟ ମୁଖ୍ଯମନ୍ତ୍ରୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପୁରୁଣା ମେଡିକାଲ କଲେଜ ମାନଙ୍କ ଭିତରୁ ଏସସିବି କଲେଜ ଓ ହସ୍ପିଟାଲକୁ ପ୍ରଥମ ପୁରସ୍କାର ମିଳିଛି। ନୂଆ ମେଡିକାଲ ଭିତରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପ୍ରଥମ ପୁରସ୍କାର ମିଳିଛି । ଘରୋଇ ହସ୍ପିଟାଲ ଭିତରେ କଟକର ଅଶ୍ବୀନୀ ହସ୍ପିଟାଲକୁ ମଧ୍ଯ ପୁରସ୍କାର ମିଳିଛି । କୋଭିଡ ସମୟରେ ଉନ୍ନତ ମାନର ସେବା ଯୋଗାଇବା ପାଇଁ ସମ୍ମାନିତ କରାଯାଇଛି।ବାହାନଗା ଟ୍ରେନ ଟ୍ରାଜେଡି ବେଳେ ନିସ୍ବାର୍ଥପର ସେବା ଯୋଗାଇଥିବା ୬ଟି ହସ୍ପିଟାଲକୁ ମଧ୍ଯ ସମ୍ମାନିତ କରାଯାଇଛି। ଲୋକସେବା ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସମ୍ମାନିତ କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ବାସ୍ଥ୍ୟ ସଚିବ ଶାଳୀନି ପଣ୍ଡିତ ସେଠାରେ ଉପସ୍ଥିତ ଥିଲେ। ସମସ୍ତ ଜୀବନ ମୁଲ୍ୟବାନକୁ ମନ୍ତ୍ର କରି ସମସ୍ତେ ସ୍ବାସ୍ଥ୍ଯକ୍ଷେତ୍ର ଉତ୍କର୍ଷତା ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରୀୟ ସଂସ୍ଥା ଆରଏମଆରସିକୁ ମଧ୍ଯ ମୁଖ୍ଯମନ୍ତ୍ରୀ ସମ୍ମାନ ମିଳିଛି।

FIH ପ୍ରୋ ଲିଗର ଉଦଘାଟନୀ ମ୍ଯାଚରେ ଚୀନଠୁ ହାରିଲା ଭାରତ

ଭୁବନେଶ୍ବର:  ପରାଜୟରୁ ନିଜ ଅଭିଯାନ ଆରମ୍ଭ କରିଛି ଭାରତ । ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ମହିଳା FIH ପ୍ରୋ ଲିଗର ଉଦଘାଟନୀ ମ୍ଯାଚରେ ଚୀନ ଠାରୁ ହାରିଲା ଭାରତ । ପ୍ରଥମ ଦିନର ମ୍ୟାଚରେ ନେଦରଲାଣ୍ଡ ଓ ଚାଇନା ଵିଜୟୀ ହୋଇଛନ୍ତି । ପ୍ରଥମ ମ୍ୟାଚରେ ନେଦରଲାଣ୍ଡ ଆମେରିକାକୁ ୪-୦ ଗୋଲରେ ପରାସ୍ତ କରି ଵିଜୟୀ ହୋଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ଭାରତକୁ ୨-୧ ଗୋଲରେ ପରାସ୍ତ କରି ଚାଇନା ଵିଜୟୀ ହୋଇଛି । ଭାରତୀୟ ମହିଳା ହକି ଦଳରେ ଦୁଇ ଓଡିଆ ଖେଳାଳି ସୁନେଲୀତା ଟପୋ ଓ ଜ୍ୟୋତି ଛତ୍ରୀ ସାମିଲ ହୋଇଥିବା ବେଳେ ସୁନେଲିତା ଟପୋ ପ୍ରଥମଦିନ ଖେଳିବାର ସୁଯୋଗ ପାଇଥିଲେ । ଆସନ୍ତାକାଲି ଚାଇନା ଓ ଅଷ୍ଟ୍ରେଲିଆ ଏଵଂ ଇଣ୍ଡିଆ ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । 15 ତାରିଖ ଆମେରିକା ଅଷ୍ଟ୍ରେଲିଆ ଓ ଚାଇନା ନେଦରଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । 17 ତାରିଖ ଚାଇନା ଓ ଆମେରିକା ଏଵଂ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ ମ୍ୟାଚ । 18 ତାରିଖ ନେଦରଲାଣ୍ଡ ଓ ଅଷ୍ଟ୍ରେଲିଆ ଏଵଂ ଇଣ୍ଡିଆ ଓ ଆମେରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । 19 ତାରିଖ ଠାରୁ ଫେବୃଆରି 25 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଵାକୁ ଥିବା ପୁରୁଷ FIH ହକି ପ୍ରୋ ଲିଗ । ଉଦଘାଟନୀ ଦିନ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କି ଅତିଥି ଭାଵେ ଯୋଗ ଦେଇଥିଲେ ।….

୪ ଜିଲ୍ଲା ପାଇଁ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ହେଲା, କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ । ଏହି ପ୍ରକଳ୍ପ ଗୁଡିକ ମାଧ୍ୟମରେ ୪ ଜିଲ୍ଲାର ୩୨ ହଜାର ଏକରରୁ ଅଧିକ ଜମିକୁ ମିଳିବ ପାଣି । ସାନ୍ଦୁଲ ବ୍ୟାରେଜ ଜଳସେଚନ ପାଇଁ ଭୂତଳ ପାଇପ ଲାଇନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ବାରା କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ବ୍ଳକ୍‌ର ୨୯ଟି ଗାଁର ୧୨ ହଜାର ୫୦୦ ଏକର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀ ଭାଇଭଉଣୀମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି, ଚାଷୀର କଲ୍ୟାଣ ଓ କୃଷିର ବିକାଶକୁ ସେ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । 5T ଉପକ୍ରମରେ ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଉଛି । ଗତ ଏକ ବର୍ଷ ମଧ୍ୟରେ ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ, ସୁବର୍ଣ୍ଣରେଖା, ଲୋୟର ସୁକତେଲ ପରି ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରାଯାଇ ପାଣି ଯୋଗାଇ ଦିଆଯାଉଛି । କାଳିଆ ଯୋଜନା, ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା, ମାଗଣାରେ ଫସଲବୀମା ସୁବିଧା, ଚାଷୀ ପରିବାରର ପିଲାଙ୍କ ପାଇଁ ଛାତ୍ରବୃତ୍ତି ବ୍ୟବସ୍ଥା ଏବଂ ଚାଷୀ ଭାଇ ଭଉଣୀଙ୍କ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଷୀ ପରିବାରର ମାଆମାନେ ସବୁଠାରୁ ଅଧିକ ସାମିଲ ହୋଇଛନ୍ତି । ଆମ ଓଡିଶା ନବୀନ ଓଡିଶା ଓ ଲକ୍ଷ୍ମୀ ଯୋଜନାରେ ଚାଷୀ ଭାଇ ଭଉଣୀମାନେ ସବୁଠାରୁ ଅଧିକ ଉପକୃତ ହେବେ । କାର୍ଯ୍ୟକ୍ରମକୁ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ । ରାଜ୍ୟ କ୍ୟାବିନେଟରେ ନୂଆ-ଓ ଛାତ୍ରବୃତ୍ତି ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଛାତ୍ର ମାନଙ୍କ ପାଇଁ ୯ ହଜାର ଓ ଛାତ୍ରୀମାନଙ୍କ ପାଇଁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ରହିଛି । ଏହି ଯୋଜନା ବିଷୟରେ ଆପଣମାନେ ଘରେ ପିଲାମାନଙ୍କୁ ଜଣାନ୍ତୁ ଓ ଏହାର ସୁଯୋଗ ଲାଭ କରନ୍ତୁ ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ ।….

କମିବ ଦୁର୍ଘଟଣା: କଟକ ଜଗତପୁରରେ ନିର୍ମାଣ ହେବ ରାଜ୍ୟର ବ୍ରହତ୍ତମ ଟ୍ରକ ଟର୍ମିନାଲ

କଟକ: କମିବ ଦୁର୍ଘଟଣା, ଅକାଳରେ ଯିବନି ଜୀବନ । 5T ଉପକ୍ରମରେ ଆରମ୍ଭ ହେଲା ଉଦ୍ଯମ । ଖୁବଶୀଘ୍ର ହଟିବ ସମସ୍ଯା । ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଜଣାଇଲା ଟ୍ରକ୍ ମାଲିକ ସଂଘ । ଟୁଇନ ସିଟି ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଳିଷ୍ଠ ପଦକ୍ଷେପ । ରାସ୍ତାକଡ଼ରେ ବେଆଇନ ଭାରିଯାନ ପାର୍କିଂ ର ସ୍ଥାୟୀ ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ଯମ । 5T ଉପକ୍ରମରେ ରାଜ୍ଯ ପରିବହନ ବିଭାଗ ସହଯୋଗରେ କଟକ ଜଗତପୁରରେ ନିର୍ମାଣ ହେବାକୁ ଯାଉଛି ରାଜ୍ୟର ବ୍ରହତ୍ତମ ଟ୍ରକ ଟର୍ମିନାଲ । ଜଗତପୁର ଗୋଲେଇ ଛକରେ ଏଥିପାଇଁ 9.55 ଏକର ଜମି ଚିହ୍ନଟ କରାଯାଇଛି । ଏଥିରୁ 6.01 ଏକର ଉପରେ ହେବ ଟର୍ମିନାଲ। 0.86 ଏକର ଜମିରେ ନୂତନ ଆରଟିଓ କାର୍ଯ୍ୟାଳୟ,1.6 ଏକରରେ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ଟ୍ରାକ୍ ଓ 1 ଏକର ଜମିରେ ବିସ୍ଥାପିତ ବ୍ୟବସାୟୀଙ୍କ ପାଇଁ ମାର୍କେଟ କମ୍ପ୍ଲେସ ନିର୍ମାଣ ହେବ । ଏହାସହ ଢ଼ାବା, ଏଟିଏମ୍, ସର୍ଭିସ ଷ୍ଟେସନ, ଲୋଡିଙ୍ଗ ଅନଲୋଡିଂ ରେଷ୍ଟ ଓ ବାଥ ପ୍ଲେସ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ପୋଲିସ ଆଉଟ ପୋଷ୍ଟ ରହିବ। ଏହି ମେଗା ପ୍ରକଳ୍ପ ପାଇଁ ପ୍ରାୟ 20 କୋଟି ଖର୍ଚ୍ଚ ହେବ।

ଜଗତପୁରରେ ଥିବା ଟ୍ରକ ପ୍ରାକିଙ୍ଗ ସ୍ଥଳ ଅତ୍ୟନ୍ତ ସଂକୁଚିତ । ମଙ୍ଗୁଳିରୁ ଶିଖରପୁର ପର୍ଯ୍ୟନ୍ତ ଶହ ଶହ ଟ୍ରକ ପ୍ରତିଦିନ ରାସ୍ତା କଡ଼ରେ ବେଆଇନ ପାର୍କିଂ କରୁଛନ୍ତି। କାର୍ଯ୍ଯାନୁଷ୍ଠାନ ସତ୍ତ୍ବେ ଆଶାଜନକ ଫଳ ମିଳୁନାହିଁ । ଫଳରେ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଯାଉଛି । ପରିବହନ ବିଭାଗ ଓ ସରକାରଙ୍କୁ ସଂଘ ଏନେଇ ଜଣାଇବା ପରେ ଆରମ୍ଭ ହୋଇଛି ଉଦ୍ଯମ । ଏଥିପାଇଁ ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଜଣାଇଛି ଟ୍ରକ ସଂଘ ।

ଆସନ୍ତାକାଲି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ, ରହିଛି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ୧୫ରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ରେ ପହଞ୍ଚିବେ ନବୀନ । ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଶୀତଲାପଲ୍ଲୀଠାରେ ନିର୍ମିତ ସମ ହସପିଟାଲର ନୂଆ ୟୁନିଟକୁ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ । ପରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିବା କାର୍ଯ୍ଯକ୍ରମ ରହିଛି । ଘଟକେଶ୍ବର ବହୁମୂଖୀ ପ୍ରକଳ୍ପ, ହରଭଙ୍ଗି ସଂପ୍ରସାରିତ ପ୍ରକଳ୍ପ, ଛେଳିଗଡ଼ ଟନେଲର ଉଦଘାଟନ ସହ ଡ୍ଯାମ ଓ  ଜାନିଭାଲି ବ୍ଯାରେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ଯମନ୍ତ୍ରୀ । ଆକ୍ମି କ୍ଲିନ ଏନର୍ଜି ପ୍ରାଇଭେଟ ଲିମିଟେଡର ଓ ଅଭଢା ଗୃପ ଅଫ କମ୍ପାନିଜର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ଯମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଶୀତଳାପଲ୍ଲୀ ଓ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ପଡ଼ିଆରେ ପହଞ୍ଚି ସାଂସଦ ମାନସ ମଙ୍ଗରାଜ, ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ସୁବାସ ଚନ୍ଦ୍ର ବେହେରା ପହଞ୍ଚି ପ୍ରସ୍ତୁତିର ଅନୁଧ୍ଯାନ କରିଛନ୍ତି