ସରୁନି ଚାଷୀ ସମସ୍ୟା । ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଖରିଫ ଧାନ କିଣାକୁ ନେଇ ଦ୍ଵନ୍ଦ୍ବ । କଣ୍ଟାମାଳ ବ୍ଲକରେ ୫୦ ପ୍ରତିଶତ ଧାନ କଟା ସରିଲାଣି । ଆଉ ୨ ସପ୍ତାହ ଭିତରେ ଶତ ପ୍ରତିଶତ ଧାନ ଚାଷୀ ଅମଳ କରିଦେବେ । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିର ବୈଠକ ବସିନାହିଁ । କେବେ ଖୋଲିବ ମଣ୍ଡି ? କେବେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବେ ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ମୋବାଇଲକୁ ଟୋକନ ମେସେଜ ବି ଆସିନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ ।…
ବାଇଟ- ୧- ଗଣେଶ ବସ୍ତିଆ, ଚାଷୀ
ବାଇଟ- ୨- ରାଜେନ୍ଦ୍ର ଭୋଇ, ଚାଷୀ
ଭିଓ୨- ଅନ୍ୟପଟେ ଅମଳ ଧାନକୁ ସାଇତି ରଖିବାକୁ ଚାଷୀଙ୍କ ପାଖରେ ଧାନ ବସ୍ତା କି ଗୋଦାମ ଘର ବି ନାହିଁ । ଫଳରେ ଅମଳ ଧାନକୁ ଖଳାରେ ଗଦା କରି ରଖିଛନ୍ତି ଚାଷୀ । ଅଦିନିଆ ବର୍ଷା ଓ କାକରରେ ଧାନ ଭିଜି ନଷ୍ଟ ହୋଇଯିବା ଆଶଙ୍କା ରହୁଛି । ଖାଲି ଏତିକି ନୁହେଁ ଧାନ ଚୋରି ହୋଇଯିବା ଭୟରେ ଜୀବନକୁ ବାଜି ଲଗାଇ ଚାଷୀ ରାତିରେ ଖଳାରେ ଜଗିବସୁଛନ୍ତି । ଏପରି ସ୍ଥିତିରେ ଧାର ଉଧାର କରି ଚାଷ କରିଥିବା ଚାଷୀଙ୍କୁ ସାହୁକାର ମାନେ ଅସ୍ତବ୍ୟସ୍ତ କରିଦେଲେଣି । ଫଳରେ କିଛି ଚାଷୀ ଦଲାଲଙ୍କୁ ଶାଗମାଛ ଦରରେ ଧାନ ବିକି କ୍ଷତି ସହିଲେଣି । ତେଣୁ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ମଣ୍ଡି ଖୋଲିବାକୁ ଚାଷୀମାନେ ଦାବି କରିଛନ୍ତି । ସେପଟେ ଆସନ୍ତା ୨୧ ତାରିଖରେ ଧାନକିଣା କମିଟି ବୈଠକ ବସିବ ଓ ସମସ୍ତ ନିଷ୍ପତି ନିଆଯିବ ବୋଲି କହିଛନ୍ତି ସିଏସଓ l
ଆସୁଛି ଲଘୁଚାପ! ୨ ୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା
ଆସୁଛି ଲଘୁଚାପ। ଆସନ୍ତା ୨ ୨ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ସହ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବା ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ନେଇପାରେ। ପରବର୍ତ୍ତୀ ୪୮ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି
ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ । ଏହି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ନିମାପଡ଼ା ଚାରି ଛକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆସିଲା ସାଙ୍ଘାତିକ ଅଭିଯୋଗ। ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ କାକଟପୁର ଫକିର ସାହି ଅଞ୍ଚଳର ଲକ୍ଷ୍ମୀପ୍ରିୟା ଓଝା । ପ୍ରସବ ପାଇଁ ତାଙ୍କୁ ଗତକାଲି ଚାରି ଛକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରିବାର ଲୋକେ ଅଭିଯୋଗ କରିଛନ୍ତି, ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ସରୋଜା ଲକ୍ଷ୍ମୀ ଦାସ କିଛି ଶୁଣିନଥିଲେ। ଚିକିତ୍ସାରେ ବହୁତ ଡେରି ହୋଇଥିଲା। ତେଣୁ ଲକ୍ଷ୍ମୀଙ୍କ ମୃତ୍ୟୁ ହେଲା। ଏ ସଂପର୍କରେ ଡାକ୍ତର ସରୋଜା ଲକ୍ଷ୍ମୀ କୌଣସି ସନ୍ତୋଷ ଜନକ ଉତ୍ତର ଗଣମାଧ୍ୟମ ଆଗରେ ରଖି ପାରି ନାହାନ୍ତି। କେବଳ କହିଛନ୍ତି କୌଣସି ଅବହେଳା ହୋଇନି। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ସେମାନଙ୍କୁ ବୁଝାସୁଝା କରୁଛି।
ବାଂଲାଦେଶୀଙ୍କୁ ତଡ଼ିବାକୁ ଦାବି : ବଲାଙ୍ଗିର ଏସପିଙ୍କୁ ଦାବିପତ୍ର ପ୍ରଦାନ
ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରୁ ବେଆଇନ ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ତଡ଼ିବାକୁ ଦାବି। ଏଥିପାଇଁ ବଲାଙ୍ଗୀର ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି ବାଂଲାଦେଶୀମାନଙ୍କ ପାଇଁ ଦିନକୁ ଦିନ ବଲାଙ୍ଗୀର ଜିଲ୍ଲାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସହ ହିଂସାଜନିତ ପରିସ୍ଥିତି ସୃଷ୍ଟି ହେଉଛି । ଘଟଣାକୁ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ଗୁରୁତ୍ଵ ଦେଉ ନାହାନ୍ତି। ତେଣୁ ଏହ ଗୁରୁତର ରୂପ ହେଲାଣି। କିଛି ଦିନ ତଳେ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଅଞ୍ଚଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ଲୋକେ ବିରୋଧ କରିଥିଲେ। ହେଲେ ସେମାନଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । କିଛି ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ବର୍ତ୍ତମାନ ଗିରଫଦାରୀ ଭୟରେ ପୁରୁଷଶୂନ୍ୟ ହୋଇଛି ଦେଓଗାଁ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ରାଜ୍ୟରୁ ତଥା ଦେଶରୁ ବିତାଡିତ କରିବାର ନିର୍ଦ୍ଦେଶ ଦେବା ସତ୍ତ୍ୱେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଇଛି।
ମାର୍କେଟ ବିଲ୍ଡିଂରୁ ବନ୍ଧାହେଲା ଲଭର ବୟ
ନନ୍ଦିଘୋଷ ବ୍ୟୁରୋ: ଅଧା ରହିଗଲା ରୋମିଓର ପାଉଁଜି ବନ୍ଧା । ମାର୍କେଟ ବିଲ୍ଡିଂରୁ ବନ୍ଧାହେଲା ଲଭର ବୟ। ଲଭ ସେକ୍ସ ଧୋକା କେସରେ ଗିରଫ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲା ଗୋଲଖ ବିହାରୀ ଦୀକ୍ଷିତ ଓରଫ ଗୋପାଳ । ଅଭିଯୁକ୍ତ ଗୋପାଳର ଘର ଇଟାମାଟି । ୧୫ ଦିନ ତଳେ ପୀଡିତା ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ଏୟାରଫୋର୍ସର ଗ୍ରାଉଣ୍ଡ ଷ୍ଟାଫ ଭାବେ କାମ କରେ । ଏବେ ସେ ଲଦାଖରେ କାମ କରୁଛି । କାଲି ଲଦାଖ ଯିବାକୁ ପ୍ଲାନ କରୁଥିବା ବେଳେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।
ସିଡନୀରେ ମର୍ମନ୍ତୁଦ ଦୁର୍ଘଟଣାରେ ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ଅଷ୍ଟ୍ରେଲିଆ ସିଡନୀରେ ମର୍ମନ୍ତୁଦ ଦୁର୍ଘଟଣା। ବିଏମଡବ୍ଲୁ କାର ଧକ୍କାରେ ଜଣେ ଭାରତୀୟ ଗର୍ଭବତୀଙ୍କ ମୃତ୍ୟୁ। ସିଡନୀରେ କାର ଧକ୍କାରେ ଯାଇଛି ୮ ମାସର ଗର୍ଭବତୀ ସମନଭିତା ଧରେଶ୍ବର ନାମ୍ନୀ ମହିଳାଙ୍କ ଜୀବନ। ସ୍ବାମୀ ଓ ୩ ବର୍ଷର ପୁଅ ସହ ସହ ଚାଲି ଚାଲି ଯାଉଥିବାବେଳେ ଏକ ଦ୍ରୁତଗାମୀ ବିଏମଡବ୍ଲୁ କାର୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଆହତ ହୋଇଥିଲେ ୩୩ ବର୍ଷ ବୟସ୍କ ସମନଭିତା। ତାଙ୍କୁ ସ୍ଥାନୀୟ ୱେଷ୍ଟମେଡ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାର୍ ଧକ୍କାରେ ଗର୍ଭସ୍ଥ ଶିଶୁର ବି ମୃତ୍ୟୁ ଘଟିଥିଲା। ପୋଲିସ ସୂଚନା ମୁତାବକ ଶୁକ୍ରବାର ରାତି ୮ଟାରେ ଏକ କିଆ କାର୍ନିଭାଲ କାରରୁ ସିଡନୀର ଜର୍ଜ ସେଣ୍ଟର ନିକଟରେ ଧରେଶ୍ବର ଓ ପରିବାର ଓହ୍ଲାଇଥିଲେ। ସେମାନେ ଚାଲି ଚାଲି ଯାଉଥିବାବେଳେ ବିଏମଡବ୍ଲୁ ତାଙ୍କୁ ଧକ୍କା ଦେଇଥିଲା। ସ୍ବାମୀ ଓ ୩ ବର୍ଷର ପୁଅ ସାମାନ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା କାରର ଚାଳକକୁ ଗିରଫ କରିଛି ପୋଲିସ।

