spot_img
Home Blog Page 2074

ହତଭାଗିନୀ ଭାଗ୍ୟବତୀ: ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ଏବେ ଚରାଉଛି ଛେଳି

କଳାହାଣ୍ଡି: ନାଁ ଭାଗ୍ୟବତୀ ଭତରା । ହେଲେ ଭାଗ୍ୟ ତାଙ୍କର କେବେ ସାଥ ଦେଇନି । ସଂଘର୍ଷମୟ ଜୀବନରେ ଆଗକୁ ବଢ଼ିଛନ୍ତି । ପ୍ରତିଷ୍ଠା ପାଇଛନ୍ତି ସତ, ହେଲେ ଭାଗ୍ୟ ତାଙ୍କୁ ପୁଣି ଟାଣି ଆଣିଛି ସେହି ଭୋକର ରାଇଜକୁ । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଖୁଣ୍ଟିଆ ଗାଁର ଭାଗ୍ୟବତୀଙ୍କ କଥା । ରାଜ୍ୟସ୍ତରୀୟ ଫୁଟବଲ ଓ କ୍ରିକେଟ ଖେଳାଳି ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି । ହେଲେ ଆର୍ଥିକ ସ୍ଥିତି ତାଙ୍କୁ ଆଜି ଛେଳି ଚରାଇବାକୁ ବାଧ୍ୟ କରୁଛି ।

ଘରେ ମାଳ ମାଳ ମାନପତ୍ର ସହ ଟ୍ରଫି। କିନ୍ତୁ ରାତି ପାହିଲେ ଛେଳି ଚରାଇବାକୁ ଯାଆନ୍ତି ଭାଗ୍ୟବତୀ । ଦିନେ ବିଭିନ୍ନ ରାଜ୍ୟକୁ ଖେଳିବାକୁ ଯାଇ ଆଣୁଥିଲେ ପୁରସ୍କାର । ଜମ୍ମୁ, ନାଗପୁର, ଗୋଆ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଓଡିଶା କ୍ରିକେଟ ଦଳ ପାଇଁ ଅଲରାଉଣ୍ଡର ଭାବରେ ପ୍ରତିନିଧିତ୍ଵ କରି ଭଲ ପ୍ରଦର୍ଶନ କରି ଅନେକ ଥର ପୁରସ୍କୃତ ହୋଇଛନ୍ତି । କିନ୍ତୁ ଫୁଟବଲ ଓ କ୍ରିକେଟରେ ରୁଚି ରଖିଥବା ଭାଗ୍ୟବତୀଙ୍କ ଭାଗ୍ୟ ଆଜି ଜଙ୍ଗଲରେ କଟୁଛି ।

ବଣମଲ୍ଲୀ ବଣରେ ଫୁଟି ମଉଳିଗଲା ଭଳି ଭାଗ୍ୟବତୀଙ୍କ ପ୍ରତିଭା ତାଙ୍କ ଗାଁଦାଣ୍ଡ ଧୂଳିରେ ହଜିଯାଉଛି । ଆର୍ଥିକ ଅନଟନ ଦେଇ ଗତି କରୁଥିବା ପରିବାର ଭାଗ୍ୟବତୀଙ୍କ ଇଚ୍ଛାକୁ ପୂରଣ କରିବାରେ ଅସମର୍ଥ । ଘରର ଦୁର୍ବଳ ପରିସ୍ଥିତିକୁ ଦେଖି ଭାଗ୍ୟବତୀ ଛେଳି ଚରାଇବା ସହ ଚାଷ କାମରେ ପରିବାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି । କାମରୁ ଟିକିଏ ଫୁରୁସତ ମିଳିଲେ କ୍ରିକେଟ ବ୍ୟାଟ୍ ଧରି ଭାଗ୍ୟବତୀ ଚାଲିଯାନ୍ତି ଗାଁ ଖେଳ ପଡିଆକୁ । କିଏ କହିପାରିବ କେତେବେଳେ ଖେଳିବା ପାଇଁ ଡାକରା ଆସିଯିବ । ଏହି ଆଶାରେ ସେ ଆଜି ବି ନିଜକୁ ଫିଟ ରଖିଛନ୍ତି । ଏତେ ପ୍ରତିଭାବାନ ଖେଳାଳି ହେବା ସତ୍ତ୍ବେ ପ୍ରଶାସନ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳି ନଥିବାରୁ ଦୁଃଖ ପ୍ରକାଶ କରି ସାହାଯ୍ୟ ଅପେକ୍ଷାରେ ଭାଗ୍ୟବତୀଙ୍କ ପରିବାର ।

ଅଦରକାରୀ ପ୍ଲାଷ୍ଟିକ ବୋତଲ ଓ ସଢ଼େଇରୁ ଘରସଜ୍ଜା ସାମଗ୍ରୀ ତିଆଣି କରୁଛନ୍ତି ଅଭିସ୍ପା

ଯାଜପୁର: ପରିବେଶ ସୁରକ୍ଷା ପାଇଁ ଯାଜପୁରର ଅଭିସ୍ପା ସ୍ବାଇଁଙ୍କ ନିଆରା ପ୍ରୟାସ । ଅଦରକାରୀ ଜିନିଷରୁ ତିଆରି କରୁଛନ୍ତି ଘରସଜ୍ଜା ସାମଗ୍ରୀ । ପ୍ଲାଷ୍ଟିକ ବୋତଲ ଓ ସଢେଇ ପରି ଅଦରକାରୀ ଜିନିଷରେ ତିଆରି କରୁଛନ୍ତି ସୁନ୍ଦର କଳାକୃତି । ପିଲାଦିନରୁ ଚିତ୍ରକଳା ପ୍ରତି ଥିଲା ଅଭିପ୍ସାଙ୍କ ଦୁର୍ବଳତା । ଏବେ ତାଙ୍କର ଏହି ପ୍ରୟାସକୁ ନେଇ ସବୁଠି ମିଳୁଛି ପ୍ରଶଂସା ।

ଯାଜପୁର ରସୁଲପୁର ମୁଗୁପାଳ ଗାଁର ଅଭିପ୍ସା ସ୍ବାଇଁ । ଯୁକ୍ତ ୩ରେ ପଢୁଥିବା ଅଭିସ୍ପା ଅଦରକାରୀ ଜିନିଷରେ ତିଆଣି କରୁଛନ୍ତି ଘରସଜ୍ଜା ସାମଗ୍ରୀ । ପାଠ ପଢା ସହ ଚିତ୍ରକଳା ତାଙ୍କର ଏକ ନିଶା ପାଲଟିଯାଇଛି । ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ଓ କାଚ ବୋତଲ, ମେଡିସିନ ଖୋଳ, ନଡିଆ ସଢ଼େଇ, ବ୍ୟବହାର ହୋଇଥିବା ଦୀପ, ପ୍ଲାଷ୍ଟିକ ଚା କପ, କଉଡି ସହ ଘରର ଅଦରକାରୀ ଜନିଷକୁ ସେ ବ୍ୟବହାର କରୁଛନ୍ତି । ଅଧିକାଂଶ ଚିତ୍ରରେ ସେ ପ୍ରଭୁ ଜଗନ୍ନାଥଙ୍କୁ ଚିତ୍ରିତ କରିଥିବା ବେଳେ ଭଳିକି ଭଳି ଚିତ୍ର ଆଙ୍କି ସେ ଚର୍ଚ୍ଚାକୁ ଆସିଛନ୍ତି । ନିଜର ପ୍ରସ୍ତୁତି ଜିନିଷରେ ସେ ନିଜ ଘର ସଜାଇଥିବା ବେଳେ ଏହାକୁ ଅନ୍ୟମାନଙ୍କୁ ଉପହାର ମଧ୍ୟ ଦେଉଛନ୍ତି । ଆଗମୀ ଦିନରେ ପାଠପଢ଼ା ସହ ଓଡିଶାର ଏକ ଭଳ ଚିତ୍ରଶିଳ୍ପୀ ହେବାକୁ ଆଶା ରଖିଛନ୍ତି ଅଭିସ୍ପା ।

ଅସ୍ତରଙ୍ଗ ସମୁଦ୍ର କୂଳରୁ ଡଲଫିନ୍ ମୃତଦେହ ଉଦ୍ଧାର

କୋଣାର୍କ: ଅସ୍ତରଙ୍ଗ ପୀରଜାହାନିଆ ସମୁଦ୍ର କୂଳରୁ ଏକ ବଟଲନୋଜ ପ୍ରଜାତିର ମୃତ ଡଲଫିନ ଉଦ୍ଧାର ହୋଇଛି । ମୃତ ଡଲଫିନିଟି ପାଖାପାଖି ୩ ଫୁଟରୁ ଅଧିକ ଲମ୍ବର ହୋଇଥିବାବେଳେ ଏହାର ଓଜନ ପ୍ରାୟ ୨୦ କେଜି ହେବ । ସମୁଦ୍ର ଭିତରେ ଟ୍ରଲର ମାଡ଼ରେ ଡଲଫିନର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ଲୋକ ମୃତ ଡଲଫିନ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଡଲଫିନର ମୃତ ଦେହକୁ ଉଦ୍ଧାର କରି ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ଯୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି ।

ଡକାୟତି ଯୋଜନା ଚାଲିଥିବା ବେଳେ ପହଞ୍ଚି ଗଲା ପୋଲିସ, ତା’ପରେ…

ଭୁବନେଶ୍ବର: କମିଶନରେଟ ପୋଲିସକୁ ବଡ଼ ସଫଳତା । ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସର ଏଣ୍ଟ୍ରି । ଗୋଡ଼ାଇ ଗୋଡ଼ାଇ ୫ ଡକାୟତଙ୍କୁ ଧରିବା ସହ ବୋମା ଜବତ କରିଛି ଜଟଣୀ ପୋଲିସ ।

ପୋଲିସ ସୂତ୍ରରୁ ଜଣାପଡିଛି, ଡକାୟତମାନେ ବୋମା ପକାଇ ଲୁଟ କରିବାକୁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇଁ ଗ୍ୟାଙ୍ଗର ଆଡ୍ଡାରେ ପହଞ୍ଚି ଯାଇଥିଲା ଜଟଣୀ ପୋଲିସ । ପୋଲିସକୁ ଦେଖି ଡକାୟତମାନେ ଖସି ଯିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ସେମାନଙ୍କ ନିକଟରୁ ପୋଲିସ ୫ଟି ଅଫୁଟା ବୋମା, ସ୍କର୍ପିଓ, ୩ଟି ବାଇକ ସହି ଖଣ୍ଡା, ଭୁଜାଲି, ଲୁହା ରଡ଼ ଜବତ କରାଯାଇଛି ।

ଦାମୀ କାର, ବଡ ଜୁଏଲାରୀ ସପ ଓ ବଡ ବ୍ୟବସାୟୀ ଏମାନଙ୍କ ଟାର୍ଗେଟରେ ଥିଲେ । ବେଣାପଞ୍ଜରୀ ପାଣିଟାଙ୍କି ନିକଟ ଏକ ଅନ୍ଧାରିଆ ସ୍ଥାନରେ ଏମାନେ ପ୍ରସ୍ତୁତ କରୁଥିଲେ ବ୍ଲ୍ୟୁ ପ୍ରିଣ୍ଟ । ଖବର ପାଇ ଜଟଣୀ ପୋଲିସ ସାଧା ପୋଷାକ ଓ ବିନା ପୋଲିସ ଗାଡିରେ ପହଞ୍ଚି ଏମାନଙ୍କୁ ଧରିଛି । ପୂର୍ବରୁ ଏମାନଙ୍କ ନାଁରେ କମିଶନରେଟ ପୋଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ବୋମାମାଡ, ଲୁଟ ଓ ଡକାୟତି ଭଳି ସଙ୍ଗୀନ ମାମଲା ରହିଛି ।

ବିଜେଡିରେ ମିଶିଲେ ବିଜେପିର ୪ ଶହରୁ ଅଧିକ କର୍ମୀ

ନୟାଗଡ଼: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବଢ଼ିବାରେ ଲାଗିଛି ବିଜେଡି ବଳ । ନୟାଗଡ଼ରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ନୟାଗଡ ବିଜେଡି କାର୍ଯ୍ୟାଳୟରେ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଓ ନୟାଗଡ଼ ପୌର ପରିଷଦର ୪ ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ ଯୋଗଦେଇ ଡବଲ ଶଙ୍ଖ ପାଇଁ ଆହ୍ବାନ ଦେଇଥିଲେ । ରାଜନୀତି ସହ ସେବା ମୋ ଜୀବନର ଲକ୍ଷ୍ୟ ବୋଲି କହିଥିଲେ ଅରୂପ ପଟ୍ଟନାୟକ । କରେନା ମହାମାରୀ ସମୟରୁ ଓଡ଼ିଶା ମୋ ପରିବାର ସେବା ପାଇଁ ବଳିଷ୍ଠ ଉଦ୍ୟମ ବୋଲି କହିଥିଲେ । ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି । ସେହିପରି ବିଜୁ ଜନତା ଦଳ ଖରା, ବର୍ଷା, ଶୀତ କାକରରେ ଲଢେଇ କରିବାରେ ସମର୍ଥ ରହିଛି ବୋଲି କହିଥିଲେ ନୟାଗଡ଼ ବିଧାୟକ ଅରୁଣ ସାହୁ । ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନୟାଗଡ଼ ପ୍ରତି ରହିଛି । ସବୁବେଳେ ବିକାଶକୁ ଗୁରୁତ୍ଵ ଦେଇଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ । ଉନ୍ନତୀକରଣ ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ପରିକଳ୍ପନା ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ନେତ୍ରୀ ଇରାନୀ ରାୟ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନାଙ୍କ ସହ ଅନ୍ୟ ପ୍ରମୁଖ ନେତା ଓ କର୍ମୀ ଯୋଗ ଦେଇଥିଲେ ।

ସିଦ୍ଧାନ୍ତ ଓ ଭର୍ତ୍ତୃହରି ବିଗ୍ ଜିରୋ, ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି: ମୁନା ଖାଁ

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର ଏବଂ ଭର୍ତ୍ତୃହରି ମହତାବଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ମୁନା ଖାଁ । ଉଭୟଙ୍କୁ ବିଗ୍ ଜିରୋ କହିବା ସହ ନବୀନଙ୍କ ବିନା ଓ୍ବାର୍ଡ ମେମ୍ବର ହେବାକୁ ବି ଯୋଗ୍ୟ ନୁହଁନ୍ତି ବୋଲି କହି କଟାକ୍ଷ କରିଛନ୍ତି ମୁନା ।

ସେ କହିଛନ୍ତି, ଜଣେ ୨୬ ବର୍ଷ ଓ ଅନ୍ଯ ଜଣେ ୧୦ ବର୍ଷ ସାଂସଦ ଥିଲେ । ଦୁଇ ଜଣ ଯାକ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୟା ଓ ଆଶୀର୍ବାଦରୁ ସାଂସଦ ହୋଇଥିଲେ । ମୁଖ୍ଯମନ୍ତ୍ରୀଙ୍କୁ ଛାଡ଼ି ଦେଲେ ଗୋଟେ ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି, ବିଗ୍ ଜିରୋ । ସେମାନେ ଧୋକବାଜି କରିଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ଭଳି ନିରୀହ ଲୋକ ତାଙ୍କ ଉପରେ ଦୟା କରିଥିଲେ । ମୁଁ ସେବେ ବି ବିରୋଧ କରିଥିଲି ରିପିଟ ନକରିବାକୁ । ଗୋଟିଏ ଦିନ ସଂସଦରେ ପ୍ରଶ୍ନଟିଏ ପଚାରିନାହାନ୍ତି । ଯେଉଁଠି ଯୋଗ ଦେଇଛନ୍ତି ସେମାନେ ପରେ ବୁଝିବେ ।

ସୂଚନାଯୋଗ୍ୟ, ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ମିଶିଛନ୍ତି ଭର୍ତ୍ତୃହରି ମହତାବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି । ସେହିପରି ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ସାହିତ୍ୟିକ, ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ନବୀନ ନିବାସରେ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀ

ଭୁବନେଶ୍ବର: ନବୀନ ନିବାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ଟିକେଟ ପାଇଥିବା ନେତା । ପୁଣି ଥରେ ଅସ୍ଥାପ୍ରକଟ କରି ଟିକେଟ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଉଛନ୍ତି ଧନ୍ୟବାଦ । ସଂତୃପ୍ତ ମିଶ୍ର, ଦିଲ୍ଲୀପ ତିର୍କୀ, ଶ୍ରୀକାନ୍ତ ସାହୁ, ଚନ୍ଦ୍ର ସାରଥୀ ବେହେରା, ବିକ୍ରମ ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ରୀତା ସାହୁ, ସଂଜୀବ ମଲ୍ଲିକ, ବିକ୍ରମ ଆରୁଖ, ଅରବିନ୍ଦ ମହାପାତ୍ର, ଅଂଶୁମାନ ମହାନ୍ତି, ସୌଭିକ ବିଶ୍ୱାଳ, ପ୍ରତାପ ଦେବ ଓ ସୁବାସ ବେହେରା ନବୀନ ନିବାସରେ ପହଁଚି ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର, ଲତିକା ପ୍ରଧାନ, ଜଗନ୍ନାଥ ନାୟକ, ଜଗନ୍ନାଥ ସାରକା, ବିଷ୍ଣୁବ୍ରତ ରାଉତରାୟ, ଅଶ୍ୱିନୀ ପାତ୍ର ପ୍ରମୁଖ ବିଜେଡି ସୁପ୍ରିମୋଙ୍କୁ ଧନ୍ଯବାଦ ଜଣାଇଛନ୍ତି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ 5T ଅଧ୍ଯକ୍ଷଙ୍କୁ ଭେଟି ସଠିକ ନିର୍ବାଚନ ପରିଚାଳନା ସହ ବିପୁଳ ମାତ୍ରାରେ ବିଜୟର ଗୁରୁମନ୍ତ୍ର ନେଇଛନ୍ତି ପ୍ରାର୍ଥୀ । ବିଜେଡି ସବୁ ବେଳେ ଲୋକଙ୍କ ସହ ଅଛି । ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ ବିପୁଳ ଭୋଟର ଜିତିବେ ବୋଲି ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କେଜ୍ରିୱାଲଙ୍କ ଗିରଫ ଘଟଣାରେ ଆମେରିକାର ବୈଦେଶିକ ସଚିବଙ୍କ ପ୍ରତିକ୍ରିୟା…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ଘଟଣାରେ ଆମେରିକାର କୂଟନୈତିକ ପ୍ରତିନିଧିଙ୍କୁ ଭାରତର ସମନ ପରେ ପୁଣି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛି ଆମେରିକା। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଭାରତ ନିରପେକ୍ଷ, ସ୍ଵଚ୍ଛତା ସହ ସମୟାନୁବର୍ତ୍ତୀ ଆଇନଗତ ପ୍ରକ୍ରିୟାକୁ ପ୍ରୋତ୍ସାହନ କରିବାକୁ ଗୁରୁତ୍ଵାରୋପ କରିଛି ଆମେରିକା। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆମେରିକା ସତର୍କ ଦୃଷ୍ଟି ରଖିଛି ବୋଲି ପୁଣି କହିଛନ୍ତି ଆମେରିକା ବୈଦେଶିକ ସଚିବ ମାଥ୍ୟୁ ମିଲର।

ଭାରତରେ ଅବସ୍ଥାପିତ ଆମେରିକା କୂଟନୀତିଜ୍ଞ ଗ୍ଲୋରିଆ ବେରବେନାକୁ ଭାରତୀୟ ବୈଦେଶିକ ବିଭାଗ ସମନ କରିବା ପରେ ଏହି ପ୍ରତିକ୍ରିୟା ପ୍ରକାଶ ରଖିଛି ଆମେରିକା। ସମନ ପରେ ବୈଦେଶିକ ବ୍ଯାପାର ବିଭାଗର ସାଉଥ ବ୍ଲକରେ ଦୀର୍ଘ ୪୦ ମିନିଟ ଧରି ଭାରତୀୟ କୂଟନୈତିକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ ଆମେରିକା ପ୍ରତିପକ୍ଷ। ଏହାସହ କଂଗ୍ରେସର ଦଳୀୟ ବ୍ଯାଙ୍କ ଆକାଉଣ୍ଟ ଫ୍ରିଜ୍ ଘଟଣାକୁ ନେଇ ମଧ୍ୟ ଗୁରୁତ୍ଵାରୋପ କରିଛି ଆମେରିକା।

ଦେଶରେ ଏବେ ସାଧାରଣ ନିର୍ବାଚନ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ କଂଗ୍ରେସର ଦଳୀୟ ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ ଘଟଣା ଉପରେ ମଧ୍ୟ ନଜର ରଖିଥିବା କହିଛି ଆମେରିକା। ଦେଶରେ ସ୍ଵଚ୍ଛ ଓ ଅବାଧ ନିର୍ବାଚନକ ନେଇ ଗୁରୁତ୍ଵାରୋପ କରିଛି ଆମେରିକା। କେଜ୍ରିୱାଲ ଗିରଫ ପ୍ରସଙ୍ଗ ନେଇ ଆମେରିକାର ହସ୍ତକ୍ଷେପ ପରେ ଭାରତ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା।

ଆମେରିକାରେ ବ୍ରିଜ୍ ଭୁଶୁଡିବା ଘଟଣା; ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ବାଲଟିମୋର: ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ନିଖୋଜ ଥିବ ୬ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ବୁଧବାର ଉଦ୍ଧାର କରାଯାଇଥିବା ନେଇ ମେରିଲ୍ୟାଣ୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏବେବି ୪ଜଣ ଶ୍ରମିକ ନିଖୋଜ ରହିଛନ୍ତି ।

ମେରିଲାଣ୍ଡ ଷ୍ଟେଟ୍ ପୋଲିସ ସୁପରିଟେଣ୍ଡେଣ୍ଟ ରୋଲାଣ୍ଡ ବଟଲର କହିଛନ୍ତି ଯେ, ଉଦ୍ଧାରକାରୀ ଦଳ ବ୍ରିଜର ମଧ୍ୟ ଭାଗରେ ପ୍ରାୟ ୨୫ ଫୁଟ୍ ତଳେ ଏକ ଲାଲ୍ ପିକଅପ୍ ଭ୍ୟାନ ମଧ୍ୟରେ ଦୁଇ ଶ୍ରମିକ ଫସିଥିବା ଦେଖିବାକୁ ପାଇଥିଲେ । ଯାହାପରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ,  ଏହି କାର୍ଗୋ ସିପ୍‌ ଶ୍ରୀଲଙ୍କା ରାଜଧାନୀ କଲମ୍ବୋକୁ ଯାଉଥିଲା। ବନ୍ଦର ଛାଡ଼ିବାର ମାତ୍ର ୩୦ ମିନିଟ୍ ପରେ ପାଲପସ୍କୋ ନଦୀ ଉପରେ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍‌କୁ ଧକ୍କା ଦେଇଥିଲା ଜାହାଜ।  ଦୁର୍ଘଟଣା ପରେ ନଦୀକୁ ଖସି ପଡିଥିବା ଲୋକଙ୍କୁ ଉଦ୍ଧାର ଲାଗି ପ୍ରୟାସ ଚାଲିଛି। ଡାଇଭିଂ ଟିମ ସହ ଲୋକଙ୍କୁ ଠାବ ଲାଗି ଚାଲିଛି ସର୍ଚ୍ଚ ଅପରେସନ। ପୋଲିସ ଓ ଫାୟାର ଟିମ ରେସକ୍ଯୁ ଅପରେସନରେ ମୁତୟନ ହୋଇଛନ୍ତି।

ପାଲପସ୍କୋ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଲମ୍ବ ୩ କିଲୋମିଟର ହୋଇଥିବାବେଳେ ବ୍ରିଜ ଦୁର୍ଘଟଣା ଘଟିବା ସମୟରେ ପ୍ରାୟ ୨୦ ଶ୍ରମିକ କାମ କରୁଥିଲେ। ଏକାଧିକ ଗାଡି ବ୍ରିଜକୁ ଖସି ପଡିଥିବାରୁ ଅନେକ ଲୋକଙ୍କ ମୃତ୍ଯୁ ଆଶଂକା କରାଯାଉଛି। ବ୍ରିଜ ଧସିବା ପରେ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିଲା। ବ୍ରିଜ ଦୁର୍ଘଟଣାକୁ ମେରିଲ୍ଯାଣ୍ଡ ଗଭର୍ଣ୍ଣର ଏମର୍ଜେନ୍ସି ଜାରି କରିଛନ୍ତି। ଅପରପକ୍ଷେ ବାଲଟିମୋର ଆମେରିକାର ପଣ୍ୟବାହୀ ଜାହାଜ କାରବାରର ଏକ ପ୍ରମୁଖ କେନ୍ଦ୍ର ଭାବେ ବେଶ ପରିଚିତ।

ହୋଲି ଖେଳି ୨୦ରୁ ଅଧିକ ଗୁରୁତର, ଜାଣନ୍ତୁ କାରଣ କ’ଣ…

କଣ୍ଟାବାଞ୍ଜି: ହୋଲି ଖେଳି ୨୦ରୁ ଅଧିକ ଗୁରୁତର। କଣ୍ଟାବାଞ୍ଜି ସହରରେ ଦୁଇ ଦିନ ଧରି ଚାଲିଥିଲା ହୋଲି ଖେଳ। ଅପମିଶ୍ରିତ ରଙ୍ଗ ବା କେମିକାଲ ରଙ୍ଗରେ ହୋଲି ଖେଳିବା ପରେ ଯୁବକଙ୍କ ଦେହରେ ପୋଡ଼ା ଜଳା ହୋଇଥିବା ଦେଖବାକୁ ମିଳିଛି।

କଣ୍ଟାବାଞ୍ଜିର ଶାନ୍ତିପଡା, ଆନନ୍ଦପଡ଼ା ଅଞ୍ଚଳର ୨୦ରୁ ଅଧିକ ଯୁବକ ରଙ୍ଗ ଖେଳି ଗୁରୁତର ହୋଇଛନ୍ତି। ଗୁରୁତର ଯୁବକଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।