spot_img
Home Blog Page 2060

ସକାଳୁଆ ହେବ ଅଙ୍ଗନବାଡ଼ି

ଭୁବନେଶ୍ବର: ଚଳିତ ବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟ ସମୟକୁ ପରିବର୍ତ୍ତନ କରାଯାଇଛି । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ନିମନ୍ତେ ଅଙ୍ଗନବାକି କେନ୍ଦ୍ରର କାର୍ଯ୍ୟ ସମୟକୁ ସକାଳ ୭ଟାରୁ ୧୧.୩୦ ଯାଏ ଧାର୍ଯ୍ୟ କରାଯାଇଛି । ଏନେଇ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଖରା ଓ ଗରମକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ରରେ ଶୁଦ୍ଧ ପାନୀୟ ଜଳ ସହ ଯଥେଷ୍ଟ ପରିମାଣର ଓଆଏସ୍ ପ୍ୟାକେଟ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସୂଚନାଯୋଗ୍ୟ କି ରାଜ୍ୟରେ କ୍ରମାଗତ ଭାବେ ବହୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।

ରାଜପଥରେ ହୁତୁ ହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ

ବାରିପଦା: ହୁତୁ ହୁତୁ ହୋଇ ଜଳୁଛି ଟ୍ରକ୍। ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟି ନିକଟରେ ଜଳିଗଲା ପିଆଜ ବୋଝେଇ ଟ୍ରକ। ନାସିକରୁ ଆସୁଥିବା ପିଆଜ ବୋଝେଇ ଟ୍ରକଟି ବିଶୋଇ ପଟୁ କଲିକତା ଅଭିମୁଖେ ଯାଉଥିଲା। ଟ୍ରକ ଡ୍ରାଇଭର ଓ ହେଲପରର କୌଣସି ସୂଚନା ମିଳିପାରିନାହିଁ। ଖବର ପାଇ ବିଶୋଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ନିଆଁ ଲାଗିବାର କାରଣ ଜଣାପଡିନାହିଁ।

ହଷ୍ଟେଲରେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ

ଉଦଳା: ହଷ୍ଟେଲରେ ଅନ୍ତେବାସୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଖୁଂଟା ବ୍ଲକ ଅଧିନ ଶିମିଳିପାଳ ହାଇସ୍କୁଲରେ ଅନିୟମିତତା ଅଭିଯୋଗ।  ଅଭିଯୋଗ କରିଛନ୍ତି ଖୋଦ୍ ବିଦ୍ୟାଳୟ ପରିଚାଳନା କମିଟି ସଭାପତି। ବିଦ୍ୟାଳୟରେ ହୋଇଥିବା ଶହେ ଶଯ୍ୟା ବିଶିଷ୍ଟ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କୁ ଅନେକ ସମୟରେ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଛି । ପାଣି ମିଶା ଡାଲି, ଆମିଷ ବାରରେ ଆମିଷ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି ।ନିମ୍ନମାନର  ଖାଦ୍ୟ ଦିଆଯାଉଥିବା ବେଳେ ଅନେକ ସମୟରେ ଛାତ୍ରମାନେ ଖାଦ୍ୟ ନ ଖାଇ ଫୋପାଡିବାକୁ ବାଧ୍ୟ ହେଉଛନ୍ତି।  ସେପଟେ ନିମ୍ନମାନର ଖାଦ୍ୟ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀଙ୍କ ନିକଟରେ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା କୁହାଯାଇଛି।

ସମ୍ବଲପୁରରେ ଡାଇରିଆ ବ୍ୟାପିବା ଖବର ମିଛ

ସମ୍ବଲପୁର: ସମ୍ବଲପୁରରେ ଡାଇରିଆ ବ୍ୟାପିବା ଖବର ମିଛ। ସୂଚନା ଦେଲେ ସିଡିଏମଓ ସୁଜାତା ରାଣୀ ମିଶ୍ର। ଚଳିତ ବର୍ଷ ଦୂଷିତ ପାଣି ପିଇ କେହି ମେଡ଼ିକାଲରେ ଭର୍ତ୍ତି ହୋଇ ନାହାନ୍ତି। ଜଣଙ୍କୁ ମଧ୍ୟ ଡାଇରିଆ ହୋଇନାହିଁ। ହୀରାକୁଦର ପୁରୁଣା ଭିଜୁଆଲକୁ ଦେଖାଇ ଏଭଳି ଖବର ଦେଖାଉଥିବା କହିଲେ ଜନ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ । ଏକ ନିର୍ଦ୍ଦିଷ୍ଟ ନ୍ୟୁଜ୍ ଚ୍ଯାନେଲ ଭୁଲ ଖବର ଦେଖାଇଥିବା ଅଭିଯୋଗ ଆଣିଲେ ସହର ବାସୀ। ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଏହା ଦେଖାଉଥିବା କହିଲେ ସହର ବାସୀ । ଏଭଳି ମିଛ ଖବର ନଦେଖେଇବାକୁ  ସିଡିଏମଓ ସୁଜାତା ରାଣୀ ମିଶ୍ର କହିଛନ୍ତି l ପ୍ରତିଦିନ ହେଉଛି ଜଳ ବିଶୋଧନ।

ବିଜେପିକୁ ପାଠ ପଢ଼ାଇଲେ ଖାରବେଳ

ନନ୍ଦିଘୋଷ ବ୍ୟୁରୋ: ପ୍ରାର୍ଥିତ୍ବ ନେଇ ପୁଣି ମୁହଁ ଖୋଲିଲେ ପୂର୍ବତନ ବିଜେପି ସାଂସଦ ଖାରବେଳ ସ୍ବାଇଁ। ଖାରବେଳ ତାଙ୍କ ନିଜ ଦଳକୁ ପାଠ ପଢ଼ାଇଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିରେ ମିଶିବା ପରେ ଖାରବେଳ କହିଛନ୍ତି, ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନୀଳଗିରି ବିଧାୟକ ପ୍ରାର୍ଥୀ କରାଯାଉ । ତାଙ୍କୁ ବାଲେଶ୍ବର ସାଂସଦ ପ୍ରାର୍ଥୀ କରିବା ପାଇଁ ବିଜେପିକୁ ଖାରବେଳ ପରାମର୍ଶ ଦେଇଛନ୍ତି । ଯଦି ଏହା ନହୁଏ, ତେବେ ବିକଳ୍ପ ଭାବେ ଆଉ ଏକ ବାଟ ମଧ୍ଯ ଦେଖାଇଛନ୍ତି ଖାରବେଳ । ପ୍ରତାପ ଷଡ଼ଙ୍ଗୀଙ୍କୁ କନ୍ଧମାଳର ସାଂସଦ ପ୍ରାର୍ଥୀ କରାଯାଉ ବୋଲି କହିଛନ୍ତି । ବିଜେପି ବାଲେଶ୍ବର ଆସନରେ ତାଙ୍କୁ ସାଂସଦ ପ୍ରାର୍ଥୀ କରିବାକୁ ଗଣମାଧ୍ୟମ ଜରିଆରେ ବିଜେପିକୁ ବାଟ ଦେଖାଇଛନ୍ତି ଖାରବେଳ ସ୍ବାଇଁ । ତାଙ୍କୁ ଟିକେଟ ମିଳିନଥିବାରୁ ବିଜେପିରେ ରହି ବାଲେଶ୍ଵର ସାଂସଦ ପ୍ରାର୍ଥୀ ହେବେ ବୋଲି ପୂର୍ବୂରୁ ଖାରବେଳ କହିଥିଲେ।

ରାଜ୍ୟ ବିଜେପିକୁ ମିଳୁନି ପ୍ରାର୍ଥୀ : ବିଜେଡି

ଭୁବନେଶ୍ବର: ରାଜ୍ୟ ବିଜେପିକୁ ବିଜେଡିର କଟାକ୍ଷ । ଶଙ୍ଖ ଭବନରେ ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି କି, ବିଜେଡି ପକ୍ଷରୁ ଆମେ ଲଗାତାର ଯାହା ଉକ୍ତି ଦେଉଥିଲୁ, ତାହା ସତ ପ୍ରମାଣିତ ହେଉଛି । ୧୪୭ ବିଧାୟକ ପ୍ରାର୍ଥୀ ପାଉନି ବିଜେପି । ବାସ୍ତବ ହେଲା, ୮୦ ଆସନ ପାଇଁ ବି ପ୍ରାର୍ଥୀ ମିଳୁନି । ୨୦୨୪ରେ ୮୦ ଆସନ ଜିତି ସରକାର କରିବାକୁ ବିଜେପି କହିଥିଲା । ଗୋଟେ ବି ଆସନ ଘୋଷଣା କରିବାରେ ସକ୍ଷମ ନୁହନ୍ତି । ଏହା ଓଡିଶା ବିଜେପିର ଅସଲ ସ୍ଥିତି । ଓଡ଼ିଶା ବିଜେପି ନେତା କହିଥିଲେ, ଜିଲ୍ଲାକୁ ଜିଲ୍ଲା ନେତା ଯାଇଛନ୍ତି । ପ୍ରାର୍ଥୀ ଖୋଜା ହୋଇଛି, ହେଲେ ଏଯାଏଁ ଘୋଷଣା କରି ପାରିଲେ ନାହିଁ । ଓଡ଼ିଶା ବିଜେପି ପାଖରେ ପ୍ରାର୍ଥୀ ନଥିବାରୁ, ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରୁ ଟିକେଟ  ପାଉଥିବା ନେତା, ଅପରାଧୀ ରେକର୍ଡ ନେତାଙ୍କୁ ନିଜ ଦଳକୁ ଆପଣାଇ ନେଉଛନ୍ତି । ଯେବେ ଏହି ତାଲିକା ଭରିବ, ସେତେବେଳେ ଘୋଷଣା କରିବେ । ଗାଁ ଗଣ୍ଡାରେ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି ବିଜେପି । ବସଷ୍ଟାଣ୍ଡ, ରେଳ ଷ୍ଟାଣ୍ଡରୁ ପ୍ରାର୍ଥୀ ଖୋଜୁଛନ୍ତି । ଲୋକେ ଜାଣି ସାରିଲେଣି ଯେ ତାଙ୍କ ପାଖରେ ପ୍ରାର୍ଥୀ ନାହିଁ ।

ବିଚାର ବିଭାଗୀୟ ହାଜତକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଜେଲ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଚାର ବିଭାଗୀୟ ହାଜତକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆସନ୍ତା ୧୫ ଏପ୍ରିଲ ପର୍ଯ୍ୟନ୍ତ ଜେଲକୁ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଦିଲ୍ଲୀ ତିହାର ଜେଲରେ ରହିବେ କେଜରିୱାଲ। ତନାଘନା ପାଇଁ ଆଉ ରିମାଣ୍ଡ ଦାବି କରିନଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜରିୱାଲଙ୍କୁ ୪ ଦିନ ପାଇଁ ଦ୍ଵିତୀୟ ଥର ଲାଗି ରିମାଣ୍ଡରେ ନେଇଥିଲା ଇଡି। ରିମାଣ୍ଡ ସରିବା ପରେ ଆଜି କେଜରିୱାଲଙ୍କ କୋର୍ଟରେ ହାଜର କରାଯାଇଥିଲା। ଦିଲ୍ଲୀର ରାଉଜ ଏଭେନ୍ଯୁ କୋର୍ଟ ତାଙ୍କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ପୁଣି ପାକିସ୍ତାନ କ୍ରିକେଟରେ ବିବାଦ! ସାହିନ୍ କହିଲେ..

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ କ୍ରିକେଟରେ ଥମିବାର ନାଁ ନେଉନି ବିବାଦ । ହ୍ବାଇଟ୍ ବଲ କ୍ରିକେଟରେ ଦଳର ଅଧିନାୟକକୁ ନେଇ ସବୁକିଛି ଠିକ୍ ଠାକ ହୋଇ ଯାଇଥିଲା । ବାବର ଆଜମଙ୍କ ନାମକୁ ଅଧିନାୟକ ପାଇଁ ପିସିବି ପକ୍ଷରୁ ଘୋଷଣା କରାଯାଇଥିଲା । ଏଭଳି ସମୟରେ ପିସିବି ଓ୍ବେବସାଇଟରେ ଲେଖାଯାଇଥିଲା କି, ବାବରଙ୍କୁ ଅଧିନାୟକ କରାଯିବାକୁ ସାହିନ୍ ସ୍ବାଗତ କରିଛନ୍ତି । ଏହାସହ ସାହିନ୍ କହିଛନ୍ତି କି, ପାକିସ୍ତାନର ଅଧିନାୟକ ରହିବା ମୋ ପାଇଁ ଗର୍ବର ବିଷୟ । ପିସିବି ନେଇଥିବା ପ୪କ୍ଷେପକୁ ମୁଁ ସ୍ବାଗତ କରୁଛି । ବାବରଙ୍କୁ ମୁଁ ସପୋର୍ଟ କରୁଛି । ଯାହାକି ସାହିନ କହିନଥିବା କହିଛନ୍ତି । ତେବେ ପିସିବି ପକ୍ଷରୁ ଏଭଳି କାହିଁକି ଓ୍ବେବସାଇଟରେ ଅପଡେଟ୍ କରାଗଲା ତାକୁ ନେଇ ବିବାଦ ଦେଖିବାକୁ ମିଳିଛି । ଏହାକୁ ନେଇ ସାହିନ ରାଗି ଯାଇଥିବା ମଧ୍ୟ କୁହାଯାଇଛି ।

ଶଙ୍ଖ ଭବନରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ବର: ଶଙ୍ଖ ଭବନରେ ପାଳନ ହେଲା ଉତ୍କଳ ଦିବସ। ଏହି ଅବସରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅନେକ ବିଧାୟକ ଓ କର୍ମୀ ଉପସ୍ଥିତ ଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନରେ ଯୋଗଦାନ ଥିବା ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭିଜନ 2036 ନେଇ ବିକାଶ କାମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହା ସ୍ୱତନ୍ତ୍ର ଓଡ଼ିଶା ଗଠନର ଶହେ ବର୍ଷ ପୂର୍ତ୍ତି ଅବସରରେ ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ। ସଂଗଠିତ ହୋଇ ରାଜ୍ୟର ବିକାଶ ପାଇଁ କାମ କରିବାକୁ ସମସ୍ତେ ପ୍ରଣ କରିଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ୮୯ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ପୋଲିସ ପାଇଁ ସ୍ବତନ୍ତ୍ର ଦିନ । ଆଜି ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୯ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମହାଆଡ଼ମ୍ବରରେ ପାଳନ କରାଯାଇଛି। ଏନେଇ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୋଲିସ କର୍ମଚାରୀଙ୍କ ମନୋବଳ ବଢାଇଥିଲେ। ଆଜିର ଦିନ ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନ ସମୟରେ ଆଇନ ଶୃଙ୍ଖଳାରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଗଠିତ ହୋଇଥିଲା ପୋଲିସ ବିଭାଗ। ସେହି ଦିନଠାରୁ ଜନସାଧାରଣଙ୍କ ସେବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଆସୁଛି ପୋଲିସ ବିଭାଗ। ଏହି ଅବସରରେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା ପଢି ଶୁଣାଇଥିଲେ ଏସ୍ପି। ଏହି ଅବସରରେ ନୁଆ କରି ପୋଲିସ ବିଭାଗରେ ଯୋଗ ଦେଇଥିବା କର୍ମଚାରୀଙ୍କୁ ନିଜର କର୍ତ୍ତବ୍ୟ ସାଧନ ଉପରେ ପ୍ରେରଣା ଦେବା ସହ କର୍ତ୍ତବ୍ୟରତ ଅବସ୍ଥାରେ ସହିଦ ହୋଇଥିବା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । କର୍ତ୍ତବ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ କୃତି କର୍ମଚାରୀଙ୍କୁ ସମ୍ମାନୀତ ଓ ପୁରସ୍କୃତ କରିଛନ୍ତି ଆରକ୍ଷୀ ଅଧିକ୍ଷକ।

ରାୟଗଡା ଭାମିନୀ ଦ୍ବିତୀୟ ଆଇଆରବିଏନ୍ କ୍ୟାମ୍ପର ପଡିଆ ପରିସରରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ। ଏହି ଅବସରରେ ଯବାନ ମାନେ ପରେଡ଼ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଭାବେ ଦୁର୍ଗପତୀ ବ୍ରଜ ମୋହନ ନାୟକ ଯୋଗଦେଇଥିଲେ। ସଂଯୋଜକ ଉପ ଦୁର୍ଗପତୀ ବିଧୁ ଭୁଷଣ ଉଦଗାତା ପରିଚାଳନା କରିଥିଲେ। ପରେଡରେ ୪ ଟି ପ୍ଲାଟୁନ୍ ଯବାନ ଅଂଶଗ୍ରହଣ କରିଥିଲେ। ବ୍ୟାଣ୍ଡ ପରିବେଷଣର ତାଳେତାଳେ ଏକ ଚିତାକର୍ଷକ ପରେଡ୍ ପ୍ରଦର୍ଶନ ହୋଇଥିଲା।