ରାଜ୍ୟ ବିଜେପିକୁ ମିଳୁନି ପ୍ରାର୍ଥୀ : ବିଜେଡି

ଭୁବନେଶ୍ବର: ରାଜ୍ୟ ବିଜେପିକୁ ବିଜେଡିର କଟାକ୍ଷ । ଶଙ୍ଖ ଭବନରେ ପ୍ରେସମିଟ୍ କରି ବିଜେପିକୁ ଟାର୍ଗେଟ କରିଛି ବିଜେଡି । ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି କି, ବିଜେଡି ପକ୍ଷରୁ ଆମେ ଲଗାତାର ଯାହା ଉକ୍ତି ଦେଉଥିଲୁ, ତାହା ସତ ପ୍ରମାଣିତ ହେଉଛି । ୧୪୭ ବିଧାୟକ ପ୍ରାର୍ଥୀ ପାଉନି ବିଜେପି । ବାସ୍ତବ ହେଲା, ୮୦ ଆସନ ପାଇଁ ବି ପ୍ରାର୍ଥୀ ମିଳୁନି । ୨୦୨୪ରେ ୮୦ ଆସନ ଜିତି ସରକାର କରିବାକୁ ବିଜେପି କହିଥିଲା । ଗୋଟେ ବି ଆସନ ଘୋଷଣା କରିବାରେ ସକ୍ଷମ ନୁହନ୍ତି । ଏହା ଓଡିଶା ବିଜେପିର ଅସଲ ସ୍ଥିତି । ଓଡ଼ିଶା ବିଜେପି ନେତା କହିଥିଲେ, ଜିଲ୍ଲାକୁ ଜିଲ୍ଲା ନେତା ଯାଇଛନ୍ତି । ପ୍ରାର୍ଥୀ ଖୋଜା ହୋଇଛି, ହେଲେ ଏଯାଏଁ ଘୋଷଣା କରି ପାରିଲେ ନାହିଁ । ଓଡ଼ିଶା ବିଜେପି ପାଖରେ ପ୍ରାର୍ଥୀ ନଥିବାରୁ, ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରୁ ଟିକେଟ  ପାଉଥିବା ନେତା, ଅପରାଧୀ ରେକର୍ଡ ନେତାଙ୍କୁ ନିଜ ଦଳକୁ ଆପଣାଇ ନେଉଛନ୍ତି । ଯେବେ ଏହି ତାଲିକା ଭରିବ, ସେତେବେଳେ ଘୋଷଣା କରିବେ । ଗାଁ ଗଣ୍ଡାରେ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି ବିଜେପି । ବସଷ୍ଟାଣ୍ଡ, ରେଳ ଷ୍ଟାଣ୍ଡରୁ ପ୍ରାର୍ଥୀ ଖୋଜୁଛନ୍ତି । ଲୋକେ ଜାଣି ସାରିଲେଣି ଯେ ତାଙ୍କ ପାଖରେ ପ୍ରାର୍ଥୀ ନାହିଁ ।