spot_img
Home Blog Page 2047

ଓଡ଼ିଶା ଲୋକଙ୍କ ମନୋବଳ ବୃଦ୍ଧି କଲେ ଆଗାମୀ ୧୨ ବର୍ଷରେ ୩ ଗୁଣା ଉନ୍ନତି ହେବ

ଭୁବନେଶ୍ବର: ଆରମ୍ଭ ହେଲା ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୪ । କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଏକାମ୍ର ପ୍ରକଳ୍ପ ଉପଦେଷ୍ଟା ଡକ୍ଟର ସଂତୃପ୍ତ ମିଶ୍ର । ଏହି ଅବସରରେ ସ୍ବାଗତ ଭାଷଣ ରଖିଛନ୍ତି ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନଓ୍ବର । ଏହା ସହ ମଞ୍ଚରେ ଉପସ୍ଥିତ ଅଛନ୍ତି ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ।

ଏହି ଅବସରରେ ପ୍ରଥମେ ଅଭିଭାଷଣ ରଖିଥିଲେ ଏକାମ୍ର ପ୍ରକଳ୍ପ ଉପଦେଷ୍ଟା ଡକ୍ଟର ସଂତୃପ୍ତ ମିଶ୍ର । ସେ କହିଥିଲେ ଯେ, ସମସ୍ତଙ୍କୁ ଏକାଠି ବାନ୍ଧି ପ୍ରଗତି ଏବଂ ଭବିଷ୍ୟତର ଉନ୍ନତି ବିଷୟରେ ଚର୍ଚ୍ଚା କରୁଥିବାରୁ ଧନ୍ୟବାଦ । ବିଗତ ୨୪ ବର୍ଷରେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ବହୁତ ପ୍ରଗତି କରିଛି । ଓଡ଼ିଶାରେ ଶସ୍ୟ ଉତ୍ପାଦନ ଅଢ଼େଇ ଗୁଣ ଅଧିକା ହୋଇଛି । ପରିବା ଉତ୍ପାଦନ ୩ ଗୁଣ ଅଧିକା ହୋଇଛି । ପୂର୍ବରୁ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲାବେଳେ ଏବେ କିନ୍ତୁ ମାତ୍ର ୧୦ରୁ ୧୧ ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଅଛନ୍ତି । ଏହି ସବୁ ଏହି ୨୪ ବର୍ଷ ଭିତରେ ସମ୍ଭବ ହୋଇଛି । ୨୦୩୬ରେ ଆମେ ଓଡ଼ିଶାରେ କ’ଣ ପରିବର୍ତ୍ତନ ଦେଖିବାକୁ ଚାହିଁବେ ସେ ନେଇ ମତ ରଖିଥିଲେ ସଂତୃପ୍ତ ମିଶ୍ର ।

ବିଗତ ୨୪ ବର୍ଷରେ ଆମେ ଯାହା କିଛି କରିଛେ ତାହାର ୩ ଗୁଣ ଆମେ ଆଗାମୀ ୧୨ ବର୍ଷରେ କରିବା । ଅର୍ଥନୀତିରେ ଏହି ବିକାଶ ହୋଇପାରିବ । ୧୯୪୭ ଏବଂ ୧୯୪୯ରେ ଚାଇନା ଏବଂ ଭାରତ ଗୋଟିଏ ସ୍ଥରରେ ଥିଲେ । ଏବେ ଦୁଇ ଜଣ ନୂଆ ଅବତାରକୁ ଆସିଛନ୍ତି । ସେତେବେଳେ ଚାଇନା ଏବଂ ଭାରତର ମୁଣ୍ଡପିଛା ଆୟ ଏକା ଥିଲା । ଏତେ ଏହାରି ଭିତରେ ଆକାଶ ପାତାଳ ଫରକ ରହିଛି । ସେ ତାଙ୍କ ଲୋକଙ୍କ ମନୋବଳ ଏକାଠି କରି ଦେଶକୁ କିପରି ଆଗକୁ ନେବେ ସେ ବିଷୟରେ ଭାବିଲେ । ଯଦି ଆମେ ଓଡ଼ିଶାରେ ସେହିଭଳି ଲୋକମାନଙ୍କର ମନୋବଳ ବୃଦ୍ଧି କରିପାରିବା ତାହାଲେ ଆଗାମୀ ୧୨ ବର୍ଷରେ ୩ ଗୁଣା ଉନ୍ନତି ଓଡ଼ିଶାରେ ହୋଇ ପାରିବ ।

ଏହା ପରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ନିଜର ଅଭିଭାଷଣ ରଖିଥିଲେ । ସେ କହିଥିଲେ ଯେ, ନନ୍ଦିଘୋଷର ଯୌବନ ପ୍ରାପ୍ତି ହୋଇଛି । ଶୈଶବରୁ ଯୁବକ ଅବସ୍ଥାକୁ ଆସିଛି ନନ୍ଦିଘୋଷ ଟିଭି । ଖୁବ କମ୍ ସମୟ ମଧ୍ୟରେ ନନ୍ଦିଘୋଷ ଦର୍ଶକୀୟ ଆଦୃତ ଲାଭ କରିଛି । ଏହା ସହ ସକାଳ ଖବର କାଗଜ ମଧ୍ୟ ତାର ପାଠକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ନନ୍ଦିଘୋଷ ଟିଭି ଏବଂ ସକାଳ ଖବର କାଗଜ ନିଜସ୍ବ ବିଲ୍ଡିଂକୁ ସ୍ଥାନାନ୍ତରୀତ ହୋଇସାରିଛି । ଆମେ ଏବେ HDରେ କାମ କରୁଛୁ । ସବୁ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ସହ ଆମେ ଖବର ପରିବେଷଣ କରୁଛୁ । ସକାଳର ଯେତେବେଳେ ପରିକଳ୍ପନା କରାଯାଇଥିଲା ସେତେବେଳେ ବହୁ ଲେକେ ବହୁତ କଥା କହିଥିଲେ । କିନ୍ତୁ ସକାଳ ଆଜି ମହାଦ୍ରୁମରେ ପରିଣତ ହୋଇଛି ।

ଆରମ୍ଭ ହେଲା ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୪

ଭୁବନେଶ୍ବର: ଆରମ୍ଭ ହେଲା ଜାତି ନନ୍ଦିଘୋଷ କନକ୍ଲେଭ୍ ୨୦୨୪ । କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଏକାମ୍ର ପ୍ରକଳ୍ପ ଉପଦେଷ୍ଟା ଡକ୍ଟର ସଂତୃପ୍ତ ମିଶ୍ର । ଏହି ଅବସରରେ ସ୍ବାଗତ ଭାଷଣ ରଖିଛନ୍ତି ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନଓ୍ବର । ଏହା ସହ ମଞ୍ଚରେ ଉପସ୍ଥିତ ଅଛନ୍ତି ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ।

ଦିନ ତମାମ ବିଭିନ୍ନ ବିଷୟରେ ହେବ ଚର୍ଚ୍ଚା ଓ ଆଲୋଚନା । ବିଶିଷ୍ଟ ବ୍ଯକ୍ତି ଓ ନିମନ୍ତ୍ରିତ ଅତିଥି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦିଗଦର୍ଶନ ଦେବେ। ପ୍ରମୁଖ ପ୍ରସଙ୍ଗରେ ହେବ ଆଲୋଚନା ।

ଭିଜିଲାନ୍ସ ଜାଲରେ ରାଉରକେଲା ESI ମେଡିକାଲର ବରିଷ୍ଠ କିରାଣୀ

ରାଉରକେଲା: ଭିଜିଲାନ୍ସ ଜାଲରେ ରାଉରକେଲା ESI ମେଡିକାଲର ବରିଷ୍ଠ କିରାଣୀ । ଜେଲ ରୋଡ୍ ESI ମେଡିକାଲର ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଧରିଲା ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଅଭିରାମ ଧରାପଡ଼ିଛନ୍ତି । ବିଶ୍ବନାଥ ସିଂ ନାମକ ଜଣେ ବ୍ଯକ୍ତିଙ୍କର ଏକ ବିଲ୍ ପାସ କରିବାକୁ ସେ ଏହି ଲାଞ୍ଚ ନେଉଥିଲେ । ଲାଞ୍ଚ ଅର୍ଥ ଜବତ କରିବା ସହ ଅଭିରାମଙ୍କୁ ପଚରାଉଚୁରା କରୁଛି ଭିଜିଲାନ୍ସ । ୨ଟି ସ୍ଥାନରେ ରେଡ୍ କରି ଖୋଳତାଡ଼ କରୁଛି ଭିଜିଲାନ୍ସର ସ୍ପେଶାଲ୍ ଟିମ୍ ।

ବହୁଚର୍ଚ୍ଚିତ ସନ୍ଦେଶଖାଲି ବିବାଦ ଗିରଫ ହେଲେ ଟିଏମସି ନେତା ଶେଖ୍ ଶାହାଜାହାନ୍

କୋଲକାତା: ବହୁଚର୍ଚ୍ଚିତ ସନ୍ଦେଶଖାଲି ବିବାଦ। ଗିରଫ ହେଲେ ଟିଏମସି ନେତା ଶେଖ୍ ଶାହାଜାହାନ୍। ପଶ୍ଚିମବଙ୍ଗ ପୋଲିସ ତାଙ୍କୁ ଗିରଫ କରିଛି। ଶାହାଜାହନଙ୍କ ନାଁରେ ଏକାଧିକ ଅପରାଧୀକ ମାମଲା ରହିଥିଲା । ଜାନୁଆରୀ ୫ରେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା। ଶେଖ୍ ଶାହାଜାହାନ୍ ଏବଂ ତାଙ୍କର କିଛି ସହଯୋଗୀ ସନ୍ଦେଶଖାଲିରେ ନିୟମିତ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଘଟଣାର ୫୫ ଦିନ ଶାହାଜାହାନ୍କୁ ଗରିଫ କରିଛି କୋଲକାତା ପୋଲିସ । ସକାଳେ ସରବେରିଆ ଅଞ୍ଚଳରୁ ପୋଲିସ ତାକୁ ଗିରଫ କରିଛି। ଆଜି ଅପରାହ୍ନରେ ଶାହାଜାହନକୁ କୋର୍ଟରେ ହାଜର କରାଯିବ ।  ତେବେ ବାରମ୍ବାର ଅଭିଯୋଗ ପରେ ନ୍ୟାୟ ନମିଳିବାରୁ ପୀଡିତା ମହିଳାମାନେ ଶେଷରେ ରାଜରାସ୍ତାକୁ ଓହ୍ଲାଇଥିଲେ ।  ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ।

ପିକଅପ୍ ଭ୍ୟାନ୍ ଓଲଟି ୧୪ ମୃତ, ୨୧ ଗୁରୁତର ଆହତ

ଭୋପାଳ: ଘାଟିରେ ଓଲଟିଗଲା ପିକଅପ୍ ଭ୍ୟାନ୍ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହପୁରା ଥାନା ଅଧିନ ଦିନ୍ଦୋରୀରେ ।

ଗତକାଲି ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ମୃତକ ତଥା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ଏହି ସବୁ ଲୋକେ ଏକ ପିକଅପ୍ ଭ୍ୟାନରେ ଶାଦଖିଆ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଡ଼ି ଦ୍ରୁତ ଗତିରେ ଥିଲା । ହଠାତ ଘାଟିରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ବସିଲେ । ଏବଂ ଗାଡ଼ିଟି ବଡ଼ଝର ଘାଟିରେ ଓଲଟି ପଡ଼ିଥିଲା ।

ଦୁର୍ଘଟଣା ଘଟିଲା ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ିଥିଲେ । ଏହା ପରେ ପୋଲିସ୍ ଏବଂ ଅଗ୍ନିସମ କର୍ମଚାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଘଟଣାସ୍ଥଳରେ ହିଁ ୧୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ୨୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ।

ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୃତକଙ୍କ ପରିବାରକୁ  ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ଏବଂ ଆହତଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଆଗେଇଲା ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା, ପିଏମଏଲ-ଏନ ଓ ପିପିପି ମେଣ୍ଟ କରିବେ ସରକାର

ଇସଲାମାବାଦ: ଆଗେଇଲା ପାକିସ୍ତାନରେ ସରକାର ଗଠନ ପ୍ରକ୍ରିୟା । ଆଜି ହେବ ସଂସଦ ଅଧିବେଶନ । ଦୁଇ ପରିବାରରେ ନିୟନ୍ତ୍ରଣରେ ଥିବା ଦୁଇ ପ୍ରମୁଖ ଦଳ ପାକିସ୍ତାନ ମୁସଲିମ ଲିଗ-ଏନ ଓ ପାକିସ୍ତାନ ପିପୁଲସ ପାର୍ଟି ପକ୍ଷରୁ ସରକାର ଗଠନ ନେଇ କ୍ଷେତ୍ର ପ୍ରସ୍ତୁତ  କରାଯାଇଛି । ଗତକାଲି ପିଏମଏଲ-ଏନ ନେତା ଶେହବାଜ ସରିଫଙ୍କୁ କରାଯାଇଥିଲା ନେତା ନିର୍ବାଚିତ। ବୁଝାମଣା ଅନୁସାରେ ପିଏମଏଲ-ଏନ ନେତା ଶେହବାଜ ସରିଫ ହେବେ ପ୍ରଧାନମନ୍ତ୍ରୀ ଓ ପିପିପି ନେତା ଅସିଫ ଅଲ୍ଲୀ ଜର୍ଦ୍ଦାରୀ ହେବେ ରାଷ୍ଟ୍ରପତି ।

ଦୁଇ ଦଳ ମଧ୍ୟରେ ବୁଝାମଣା ଯୋଗୁ ପାକିସ୍ତାନ ତେହରିକ-ଇ-ଇନସାଫର ସରକାର ଗଠନ ଆଶା ଧୂଳିସାତ୍ ହୋଇଛି । ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନେତୃତ୍ବାଧୀନ ପିଟିଆଇ ସର୍ବାଧିକ ଆସନ ହାସଲ କରିଥିଲେ ବି ସରକାର ଗଠନ କରିବାରେ ସକ୍ଷମ ହୋଇପାରିନାହିଁ । ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି, ଉପବାଚସ୍ପତି ଓ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରାଯିବ । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ପିଏମଏଲ-ଏନ ୮୨ ଓ ପିପିପି ୫୪ ଆସନ ହାସଲ କରିଛନ୍ତି  । ପିଟିଆଇ ୯୩ ଆସନ ହାସଲ କରିଛି । ୨୬୫ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ବ୍ଲିରେ ମ୍ୟାଜିକ ନମ୍ବର ହେଉଛି ୧୩୩ । ୨୦୨୨ରୁ ୨୦୨୩ ଯାଏ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୮ରୁ ୨୦୧୩ ଯାଏ ଜର୍ଦ୍ଦାରୀ ଥିଲେ ରାଷ୍ଟ୍ରପତି ।

ଆଜି ଉଦଘାଟିତ ହେବ ଦ୍ବିତୀୟ ପର୍ଯ୍ୟାୟ ‘ଆମ ବ୍ୟାଙ୍କ’ ଯୋଜନା 

ଭୁବନେଶ୍ବର: ହାତ ପାହାନ୍ତାରେ ପହଞ୍ଚିଲା ବ୍ୟାଙ୍କ ସୁବିଧା  । ବ୍ୟାଙ୍କ ନଥିବା ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଯୋଜନା  ।  ରାଜ୍ଯରେ ଦ୍ବିତୀୟ ପର୍ଯ୍ୟାୟରେ ଆଜି ୨ହଜାର ସିଏସପି ପ୍ଲସ ଶାଖାର ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନରେ ଲୋକସେବା ଭବନରେ ମୁଖ୍ଯମନ୍ତ୍ରୀ ସେବାର ଶୁଭାରମ୍ଭ କରିବେ । ରାଜ୍ଯ ସରକାରଙ୍କ ଏହି ଯୋଜନାରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡି ହୋଇଛନ୍ତି । ଆମ ବ୍ୟାଙ୍କ ଗୁଡିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ । ରାଜ୍ୟର ସମୁଦାୟ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ପ୍ରାୟ ୪୩୭୩ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ ।

ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ବ୍ୟାଙ୍କ ମାନଙ୍କୁ ସମସ୍ତ ସୁବିଧା ପ୍ରଦାନ ବ୍ୟାଙ୍କ ନ ଥିବା ପଞ୍ଚାୟତରେ ଯୋଜନା ଆରମ୍ଭ କରିଛନ୍ତି । ଆମ ବ୍ୟାଙ୍କ ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣ ଦିଗରେ ଆଉ ଏକ ମାଇଲଷ୍ଟୋନ ସାଜିଛି  । ଆମ ବ୍ୟାଙ୍କ ମଡେଲ ସାରା ଦେଶରେ ପ୍ରଥମ ।  ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହା ଆରମ୍ଭ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । ଯୋଜନାରେ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମନଙ୍କୁ ଘରେ ହିଁ ବ୍ୟାଙ୍କ ସେବା ଯୋଗାଇ ଦିଆଯାଉଛି ।

ଏସିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲା ବିଶ୍ବର ସବୁଠରୁ ଛୋଟ ରାମ ମନ୍ଦିର

ଭୁବନେଶ୍ବର: ବିଶ୍ଵର ସବୁଠାରୁ ଛୋଟ ରାମ ମନ୍ଦିର ତିଆରି ହୋଇଛି କାଠରେ । ଏହି ମନ୍ଦିର ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି । ବାଲୁକା ଶିଳ୍ପୀ ସତ୍ୟଙ୍କ କାଳ କୃତି ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି ।
ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଅଯୋଧ୍ୟାରେ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିର ପ୍ରତିଷ୍ଠା ସମୟରେ ନିର୍ମାଣ କରିଥିଲେ ଅଯୋଧ୍ୟାର ଅବିକଳ ମନ୍ଦିର। ଯାହାକି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇସାରିଛି। ଏହାର ଉଚ୍ଚତା ୨cm ଓ ଓସାର ୫mm ରହିଛି । ଅତି ଛୋଟ ହେଲେ ସୁଦ୍ଧା ଅତି ସୂକ୍ଷ୍ମ କାରୁକାର୍ଯ୍ୟ କରିଛନ୍ତି ଶିଳ୍ପୀ ସତ୍ୟ। ସବୁ ସେ ମା କନ୍ଧୁଣୀ, ବୁଢ଼ୀ ଠାକୁରାଣୀ ଓ ଜଗନ୍ନାଥ, ଶ୍ରୀ ରାମ ଙ୍କ କୃପାରୁ ଏ ରେକର୍ଡ ହୋଇପାରିଛି। ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବା ପରେ ସତ୍ୟ ବହୁତ ଖୁସି ହୋଇଛନ୍ତି । ଆଗାମୀ ଦିନରେ ଅନେକ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ଶିଳ୍ପୀ ସତ୍ୟ ।

୧୩୩ଟି ନୂଆ ପ୍ରାଣୀ ସେବା ଯାନ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ଯରେ ଆହୁରି ସୁବ୍ୟବସ୍ଥିତ ହେବ ପ୍ରାଣୀସେବା । ଏଥିପାଇଁ ୧୩୩ଟି ନୂତନ ପ୍ରାଣୀ ସେବା ଯାନ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ରମ ଅଧିନରେ ଏହା କାର୍ଯ୍ୟକାରୀ ହୋଇଛି। କଳିଙ୍ଗ ଷ୍ଟାଡିୟମ୍‌ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିଛନ୍ତି ।  ପ୍ରାଣୀ ସମ୍ପଦର ସୁରକ୍ଷା ଓ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ।ପ୍ରାଣୀ ସମ୍ପଦର କଲ୍ୟାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ମୁଖ୍ୟମନ୍ତ୍ରୀ ଭା୍ରମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ପ୍ରଚଳନ କରାଯାଇଛି ।

ଏହା ମାଧ୍ୟମରେ ପ୍ରାଣୀ ଚିକିତ୍ସା ସୁବିଧା ନଥିବା ଅଞ୍ଚଳରେ ମୋବାଇଲ ଭେଟେରିନାରୀ ୟୁନିଟ୍‌ ମାଧ୍ୟମରେ ପୀଡ଼ିତ ପ୍ରାଣୀମାନଙ୍କ ନିକଟରେ ତୁରନ୍ତ ପହଞ୍ଚାଯାଇ ପ୍ରାଣୀ ଚିକିତ୍ସା କରାଯାଇପାରୁଛି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ୧୮୧ ଗୋଟି ମୋବାଇଲ ଭେଟେରିନାରୀ ୟୁନିଟ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଆଜି ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ଅନ୍ୟ ୧୩୩ଟି ନୂଆ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ୍‌ ଲୋକାର୍ପିତ ହୋଇଛି । ଫାଇଭ-ଟି’ ଉପକ୍ରମରେ ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବା ସହିତ ସ୍ୱଚ୍ଛତା ଅବଲମ୍ବନ ପାଇଁ  ଜି.ପି.ଏସ୍‌. ମାଧ୍ୟମରେ ଭ୍ରାମ୍ୟମାଣ ଯାନଗୁଡ଼ିକୁ ଟ୍ରାକିଂ କରାଯାଇ ପାରୁଛି। । ଆଜି ସହରାଞ୍ଚଳରେ ମଧ୍ୟ ୬ ଗୋଟି ମୁଖ୍ୟମନ୍ତ୍ରୀ ପ୍ରାଣୀ ଆମ୍ବୁଲାନ୍‌ସ ସେବା ଯାନର ଲୋକାର୍ପିତ ହୋଇଛି ।

ସରୁଛି ଚାଷୀ ସଂଗଠନର ଡେଡଲାଇନ, ସଂଯୁକ୍ତ କିଷାନ ମୋର୍ଚ୍ଚା କରିପାରେ ବଡ ଘୋଷଣା

ନୂଆଦିଲ୍ଲୀ: ଆଜି ସରୁଛି ଚାଷୀ ସଂଗଠନର ଡେଡଲାଇନ । ଆନ୍ଦୋଳନ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା କରିପାରେ ବଡ ଘୋଷଣା । କେନ୍ଦ୍ର ସରକାର ବାରମ୍ବାର ଚାଷୀଙ୍କ ଦାବି ପ୍ରତି କର୍ଣ୍ଣପାତ କରୁ ନଥିବା ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରିବା ଲାଗି ଯୋଜନା କରାଯାଉଛି । ତେଣେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ବି ହରିଆଣାର ଅମ୍ବାଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ । ହରିଆଣା-ଦିଲ୍ଲୀ ସୀମାନ୍ତରେ ଚାଷୀମାନେ ପୂର୍ବପରି ସମବେତ ହେଉଥିବା ଦେଖାଯାଉଛି । ତେଣେ ପୁଣି ଥରେ ଆଲୋଚନା ଟେବୁଲକୁ ଆସିବା ଲାଗି ଚାଷୀ ସଂଗଠନକୁ ଅନୁରୋଧ କରିଛନ୍ତି କେନ୍ଦ୍ରକୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ।

ଏମଏସପି ସମେତ ଅନ୍ଯାନ୍ୟ ଦାବି ପୂରଣ ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୂର ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଏହାକୁ ୨ ଦିନ ଲାଗି ସ୍ଥଗିତ ରଖାଯାଇଥିଲା । ଏମଏସପି ଅନୁସାରେ ଡାଲିଜାତୀୟ ଶସ୍ଯ, ମକା ଓ କପା  କ୍ରୟ ସକାଶେ ନ୍ୟାସନାଲ କୋପରେଟିଭ କଞ୍ଜ୍ୟୁମର୍ସ ଫେଡେରେସନ ବା ଏନସିସିଏଫ ଏବଂ ନ୍ଯାସନାଲ ଏଗ୍ରିକଲଚର କୋପରେଟିଭି ମାର୍କେଟିଂ ଫେଡେରେସନ ଅଫ ଇଣ୍ଡିଆ ବା ନାଫେଡ ୫ ବର୍ଷିଆ ଚୁକ୍ତି କରିବେ ବୋଲି ପୂର୍ବରୁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ସଂଗଠନ ଅଗ୍ରାହ୍ୟ କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଓ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟଙ୍କ ସହ ଚାଷୀ ନେତାଙ୍କ ହୋଇଥିଲା ଆଲୋଚନା ।