spot_img
Home Blog Page 2003

ଧର୍ମେନ୍ଦ୍ରଙ୍କ ଭଜନ ସମାରୋହ ଶୁଣିବାକୁ ନାହାନ୍ତି ଶ୍ରୋତା

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀଙ୍କୁ ଦେଖି ଉଠିପଳାଇଲେ ଲୋକ। ନିର୍ବାଚନ ଋତୁରେ ପ୍ରାର୍ଥୀଙ୍କ ନିକଟକୁ ଲୋକେ ଆସିବା ବଦଳରେ ତାଙ୍କୁ ଦେଖି ପଳାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ସମ୍ବଲପୁରରେ ଏକ ଭଜନ ସମାରୋହ ଚାଲିଥିବାବେଳେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କୁ ଦେଖି ଲୋକେ ଉଠି ପଳାଇଥିଲେ।  ।ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଭଜନ ସମାରୋହ ଚାଲିଥିବାବେଳେ ମଞ୍ଚରେ ଅତିଥି ଭାବେ ଆସିଛନ୍ତି ଧର୍ମେନ୍ଦ୍ର। କିନ୍ତୁ ସବୁ ଚେୟାର ଖାଲି। ଯେତେବେଳେ ଧର୍ମେନ୍ଦ୍ର ଷ୍ଟେଜରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଦେଖି ଲୋକେ ଚେୟାର ଛାଡି ଚାଲିଯାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଲଖନପୁର ଡଙ୍ଗା ବୁଡି ଘଟଣାରେ ମିଳିଲା ଆଉ ତିନି ଜଣଙ୍କ ମୃତଦେହ, ଚାଲିଛି ସର୍ଚ୍ଚ ଅପରେସନ

ଝାରସୁଗୁଡା: ଝାରସୁଗୁଡା ଲଖନପୁର ଡଙ୍ଗାବୁଡ଼ି ଘଟଣାରେ ଉଦ୍ଧାର ହୋଇଛି ମୋଟ ୭ ଜଣଙ୍କ ମୃତଦେହ। ଆଉ ଜଣଙ୍କ ଲାଗି ଜାରି ରହିଛି ସର୍ଚ୍ଚ ଅପରେସନ। ଯେଉଁ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି ସେମାନେ ହେଲେ ଛତିଶଗଡ଼ ଖର୍ସିଆର ନବୀନ ରାଠିଆ ଓ ପିକେଶ୍ବର ରାଠିଆ। ଆଜି ସକାଳ ୫ଟାରୁ ମହାନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି। ଗତକାଲି ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେ ହେଉଛନ୍ତି ଛତିଶଗଡ଼ ଖରସିଆଁର ରାଧିକା ନିଶାଦ  ।

ଘଟଣାରେ ଡଙ୍ଗା ଚାଳକ ଓ ଅନ୍ଯ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅଟକ ଦୁଇ ଜଣକୁ ପ୍ରଥମେ ରେଙ୍ଗାଲି ଥାନାରେ ରଖାଯାଇଥିବା ବେଳେ ଏବେ ଝାରସୁଗୁଡ଼ା ଠାରେ ଅଟକ ରଖାଯାଇଥିବା ସୂଚନା ମିଳିଛି। ଡଙ୍ଗାରେ ୫୪ ଜଣ ଯାତ୍ରୀ ବରଗଡ ବାଞ୍ଜିପାଲିରୁ ଝାରସୁଗୁଡା ଶରଧା ଡଙ୍ଗା ଘାଟକୁ ଆସୁଥିଲେ l ସେମାନଙ୍କ ମଧ୍ୟରେ ୪୫ ଜଣ ଛତିଶଗଡ ଅଂଚଳର ଥିଲେ l ସେମାନେ ବରଗଡ଼ ପଥରାସେନୀକୁ ପୂଜାର୍ଚ୍ଚନା ପାଇଁ ଯାଇ ଫେରୁଥିବା ବେଳେ ଶରଧା ଘାଟ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଡଙ୍ଗା l

ଡ଼ଙ୍ଗାରେ ଥିବା ବରଗଡ ଓ ଝାରସୁଗୁଡା ଅଂଚଳର ୯ ଜଣ ତଥା ଛତିଶଗଡ଼ର ୩୭ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିଲେ। ଛତିଶଗଡର ଯାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛତିଶଗଡ ପ୍ରଶାସନ ନିଜ ଜିଲ୍ଲାକୁ ନେଇଥିବା ଜଣାପଡ଼ିଛି l ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ଏହି ଘଟଣାରେ ଛତିଶଗଡ଼ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।

କେବଳ ଗୋଟିଏ ଭୋଟ୍ ପାଇଁ ବୁଥ୍, ୪୦ କିଲୋମିଟର ଚାଲି ପହଞ୍ଚିଲେ କର୍ମଚାରୀ

ଇଟ୍ଟାନଗର:  ୨୧ ରାଜ୍ୟର ୧୦୨ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ସରିଛି  । ଅଧିକାଂଶ ରାଜ୍ୟରେ ୭୨ ପ୍ରତିଶତରୁ ଅଧିକ ମତଦାନ ହବୋଇଛି  । କିନ୍ତୁ ଅରୁଣାଚଳ ପ୍ରଦେଶର ଏକ ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ୧୦୦ ପ୍ରତିଶତ ଭୋଟ ଗ୍ରହଣ ହୋଇଛି  । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ କେବଳ ଜଣେ ମହିଳା ଭୋଟ ଦେଇଛନ୍ତି  ।

ଅରୁଣାଚଳ ପ୍ରଦେଶର ଅଞ୍ଜା ଜିଲ୍ଲାରେ ରହିଛି ଭିନ୍ନ ଏକ ମତଦାନ କେନ୍ଦ୍ର  । ଯେଉଁଠାରେ କେବଳ ଜଣେ ମହିଳା ମତଦାତା ମତାଧିକାର ସାବ୍ୟସ୍ତ କରିବା ପରେ ଏଠାରେ ଶତ ପ୍ରତିଶତ ମତଦାନ ସମ୍ଭବ ହୋଇଛି  । କେବଳ ଜଣେ ମାତ୍ର ଭୋଟର ୪୪ ବର୍ଷୀୟା ସୋକେଲା ତୟାଙ୍ଗଙ୍କ ପାଇଁ ନିର୍ବାଚନ ଅଧିକାରୀଙ୍କୁ ୪୦ କିଲୋମିଟର ଦୁର୍ଗମ ଅଞ୍ଚଳ ଦେଇ ଚାଲି ଚାଲି ଯିବାକୁ ପଡିଛି  ।

ମାଲୋଗାମରେ ବହୁତ କମ ପରିବାର ରୁହନ୍ତି  । କେବଳ ତୟାଙ୍ଗଙ୍କୁ ଛାଡିବାକି ସମସ୍ତ ମତଦାତା ଅନ୍ୟ ମତଦାନ କେନ୍ଦ୍ରରେ ରେଜିଷ୍ଟ୍ରେସନ କରିଛନ୍ତି । କିନ୍ତୁ ତୟାଙ୍ଗ ମତଦାନ କରିବା ପାଇଁ ମତଦାନ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ନଥିଲେ  । ସବୁ ଭୋଟରଙ୍କ ଭୋଟ ଦେବାର ଅଧିକାର ରହିଛି  । ଏହା ଉପଲବ୍ଧି କରି ତୟାଙ୍ଗଙ୍କ ପାଇଁ ଗାଁରେ ପହଞ୍ଚିଥିଲେ ପୋଲିଂ ଅଧିକାରୀ  । ଗାଁରେ ହି ପୋଲିଂବୁଥର ଆୟୋଜନ କରାଯାଇଥିଲା  ।

 

ଏହି ଗାଁ ଚୀନ ସୀମାକୁ ଲାଗି ଅଞ୍ଜା ଜିଲ୍ଲାର ହୟୁଲିଆଙ୍ଗ ବିଧାନସଭା ଓ ଅରୁଣାଚଳର ପୂର୍ବ ଲୋକସଭା ସିଟ୍‌ ଅନ୍ତର୍ଗତ ରହିଛି  । ଏଠାରେ ଅତିକମରେ ୬ ଆଶାୟୀ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏଠାରେ କଂଗ୍ରେସର ବୋସିରାମ ସିରମ ଓ ବିଜେପି ସାଂସଦ ତାପିର ଗାଓଙ୍କ ମଧ୍ୟରେ ସିଧା ଲଢେଇ ଚାଲିଛି

ଆଜି ଅନୁଷ୍ଠିତ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ରାଜସ୍ୱ ଆଯୁକ୍ତଙ୍କ ଅଧ୍ଯକ୍ଷତାରେ ପୁରୀ ଟାଉନ ହଲ ଠାରେ ବସିବ ବୈଠକ ।

ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି, ରଥ ନିର୍ମାଣ, ରଥକାଠ ଯୋଗାଣ ସହ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ, ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବ।

ବୈଠକରେ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଓ ସେବାୟତ ଯୋଗଦେବେ । ତେବେ ସମନ୍ୱୟ କମିଟି ବୈଠକ ପୂର୍ବରୁ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇଥର ବୈଠକ ହୋଇସାରିଛି ।

ଗତବର୍ଷର ରେକର୍ଡ ଭାଙ୍ଗିଛି ତାତି, ମେ ୨ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ସାରା ରାଜ୍ଯ । ଆକାଶରୁ ବର୍ଷୁଛି ନିଆଁ । ଗତବର୍ଷର ରେକର୍ଡ ଭାଙ୍ଗିଛି ତାତି । ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସିଭିୟର ହିଟ୍ଓ୍ବେଭ୍ ପାଇଁ ୨୩ ଜିଲ୍ଲାକୁ ସତର୍କ କରାଯାଇଛି । ତେବେ ୨୧ ଏବଂ ୨୨ ତାରିଖ ବେଳକ ସାମୟିକ ଆଶ୍ବସ୍ତି ଆଣିପାରେ କାଳବୈଶାଖୀ ବର୍ଷା ।

୨୬ ରୁ ମେ ଦୁଇ ଯାଏଁ ପୁଣି ନିଆଁ ବର୍ଷା । ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ମୟୁଭରଞ୍ଜ, ସୁନ୍ଦରଗଡ, ଅନୁଗୁଳ, ନୟାଗଡ, ଝାରସୁଗୁଡା, ବୌଦ୍ଧ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଦେବଗଡ, ସମ୍ବଲପୁର, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୪୨ ରୁ ୪୬ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହୋଇପାରେ ।

ସିଭିୟର ହିଟ୍ଓ୍ବେଭ୍ ଆଲର୍ଟ ପରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶିଶୁ, ବୟସ୍କ, ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟ ମଧ୍ୟରେ ଯଦି କୌଣସି ଠିକାଦାର ଶ୍ରମିକ ମାନଙ୍କୁ କାମରେ ଲଗାନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରେନା ଦ୍ୱିବେଦୀ ପୁଲିଂ ଅଧିକାରୀଙ୍କୁ ଖୋଜୁଛନ୍ତି ଫ୍ୟାନ୍ସ , କେଊଁଠି ଅଛନ୍ତି ଜାଣନ୍ତୁ ?

ନନ୍ଦିଘୋଷ ବ୍ୟୁରୋ : ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । କିନ୍ତୁ ଆପଣଙ୍କର ମନେ ଥିବ ୨୦୧୯ ଲୋକସଭା ନିର୍ବା ଚନରେ ହଳଦିଆ ରଙ୍ଗର ଶାଢି ପିନ୍ଧିଥିବା ମହିଳା ପୁଲିଂ ଅଧିକାରୀ ଜଣଙ୍କୁ । ସେତେବେଳେ ସେହି ମହିଳା ଅଧିକାରୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ବେସ ଭାଇରାଲ ହୋଇଥିଲା । ଏହା ପରେ, ସେ ୨୦୨୨ର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ମ୍ୟାଡାମ୍ କୁଆଡେ ଗଲେ ବୋଲି ଫ୍ୟାନ୍ସ ମାନେ ପ୍ରଶ୍ନ କରିଛନ୍ତି । ଚଳିତ ନିର୍ବାଚନରେ ଲୋକମାନେ ତାଙ୍କୁ ଖୋଜୁଛଜୁ । ଏହି ନିର୍ବାଚନରେ ଲୋକମାନେ ପୁଣିଥରେ ଭାଇରାଲ ହଳଦିଆ ସାଢି ପିନ୍ଧିଥିବା ମ୍ୟାଡାମକୁ ଖୋଜୁଛନ୍ତି | ମ୍ୟାଡାମ୍ ଆଜି X ରେ ପୋଷ୍ଟ କରିଥିଲେ | ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ନିର୍ବାଚନ ପର୍ବରେ ସାମିଲ ହୁଅନ୍ତୁ, ଆପଣ ଯାହାକୁ ପସନ୍ଦ କରନ୍ତି ସେଠି ଭୋଟ ଦିଅନ୍ତୁ ? ଆq ନିର୍ବାଚନ ପର୍ବ ହେଉଛି ଦେଶର ଗର୍ବ ଏହି ପର୍ବରେ ସମସ୍ତେ ସାମିଲ ହୁଅନ୍ତୁ ।

ଆଉ ଏକ ପୃଥକ ପୋଷ୍ଟରେ ସେ ଉତ୍ସାହର ସହ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛଖି ନ୍ତି, ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡିବା ସହିତ ତୁମର ଭୋଟ୍ ପ୍ରଥମ ଭୋଟ ଦିଅ, ନିଶ୍ଚିତ ଭାବରେ ଭୋଟ୍ ଦିଅ । ଆମେ ଆପଣଙ୍କୁ କହିରଖୁଛୁ ଯେ ହଳଦିଆ ରଙ୍ଗର ଶାଢି ପିନ୍ଧିଥିବା ମହିଳା ଜଣକ ରେନା ଦ୍ୱିବେଦୀ ଲକ୍ଷ୍ନୋର PWD ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି | ରେନା ଦ୍ୱିବେଦୀ ଏକ ପୁତ୍ର ସନ୍ତାନର ମାତା, କିନ୍ତୁ ସେ ନିଜ ଫିଟନେସ ବିଷୟରେ ସର୍ବଦା ସଚେତନ ରହିଥାନ୍ତି | ୨୦୧୩ରେ ଅସୁସ୍ଥତା ହେତୁ ରେନାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ସେ ୨୦୦୪ ମସିହାରେ PWD ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ସହାୟକ ସଞ୍ଜୟ ଦ୍ୱିବେଦୀଙ୍କୁ ବିବାହ କରିଥିଲେ । ରେନାଙ୍କର ଇନଷ୍ଟାଗ୍ରାମରେ ଦୁଇ ଲକ୍ଷରୁ ଅଧିକ ଫ୍ୟାନ୍ସ ଅଛନ୍ତି।

ଶାଶୁ ଘର ଯିବା ପୂର୍ବରୁ ମତଦାନ କେନ୍ଦ୍ରକୁ ଗଲେ ନବଦମ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ସରିଛି । ଆଜି ସକାଳ ହେବା ମାତ୍ରେ ହଜାର ହଜାର ଲୋକ ଘରୁ ବାହାରି ବୁଥରେ ପହଞ୍ଚିଥିଲେ। ଭୋଟ୍ ସମୟରେ ଭୋଟରଙ୍କ ଉତ୍ସାହ ସ୍ପଷ୍ଟ ବାରିହେଉଥିଲା | ଯିଏ ଯେଉଁ ଅବସ୍ଥାରେ ଥିଲେ ସେହି ଅବସ୍ଥାରେ ଭୋଟ୍ ଦେବା ପାଇଁ ଭୋଟର ମତଦାନ ବୁଥରେ ପହଞ୍ଚିଥିଲେ। ଆଉ କିଛି ରୋଚକ ଚିତ୍ର ସାମ୍ନା କୁ ଆସିଥିଲା | ଏମାନଙ୍କ ମଧ୍ୟରେ ବର ଏବଂ କନ୍ୟାଙ୍କର ଅନେକ ଚିତ୍ର ଦେଖିବାକୁ ମିଳିଥିଲା ।  ସେମାନେ କହିଛନ୍ତି ଯେ ବିବାହ ଏବଂ ବିଦାୟ ସବୁ ପରେ, ପ୍ରଥମେ ଭୋଟ୍ ।

ଜିଭେନ୍ଦ୍ର ସିଂ ଚାନ୍ଦେଲ ଏବଂ ପ୍ରତୀମା ସିଂ ବିବାହ ପରେ ସିଧା ୨୩୮ନମ୍ବର ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ସେ କହିଛନ୍ତି ଯେ ଭୋଟ୍ ଦେଇ ଆମେ ଆମର କର୍ତ୍ତର୍ତ୍ତ ପାଳନ କରିଛୁ। ସ୍ୱାମୀ-ସ୍ତ୍ରୀ ମଧ୍ୟ ଲୋକଙ୍କୁ ନିବେଦନ କରିଥିଲେ ନିଜର ସମସ୍ତ କାର୍ଯ୍ୟ ଛାଡି ଭୋଟ୍ ଦେବା ଉଚିତ୍। ସେହିଭଳି ଆଶାରାନୀ ସିଙ୍ଗୋରାଇ ବିଦାୟ ପୂର୍ବପୂ ଭୋଟ ଦେଇଥିଲେ । ସେ ନାରାୟଣଗଞ୍ଜ ଗ୍ରାମ ମେଲିର ୧୧୨ ନମ୍ବର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଥିଲେ । ସେ ତାଙ୍କର ଦାୟିତ୍ୱ ପୂରଣ କରିଥିବା କହିଛନ୍ତି | ଅନ୍ୟପଟେ ଶାଶୁ ଘରକୁଯିବା ପୂର୍ବପୂ ରୁର୍ବ ରୁବର ଭୋଟ୍ ଦେଇଥିଲେ । ପୂଜା ମେହେରା ବିଦାୟୀ ନେବା ପୂର୍ବପୂ ମତଦାନ ବୁଥରେ ପହଞ୍ଚିଥିଲେ । ତାଙ୍କ ବର ଯୋଗେଶ ମଧ୍ୟ ତାଙ୍କ ସହିତ ଥିଲେ । ପୂଜା ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ ସେମାନେ ପ୍ରଥମେ ଭୋଟ୍ ଦେବେ ଏବଂ ପରେ ଘରକୁ ଯିବେ। ଏହା ପରେ ଯୋଗେଶ ତାଙ୍କୁ ମତଦାନ କେନ୍ଦ୍ରକୁ ନେଇଥିଲେ ।

ସେଓନିରେ ମଧ୍ୟ ଦୁଇଜଣ ନବ ବିବାହିତ ଦମ୍ପତି ଭୋଟ୍ ଦେଇ ସେମାନଙ୍କର ଦାମ୍ପତ୍ୟ ଜୀବନର ପ୍ରଥମ ଦିନ ଆରମ୍ଭ କରିଥିଲେ | ବର ଏବଂ କନ୍ୟା ସେମାନଙ୍କ ବିବାହ ପୋଷାକରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇଥିଲେ । ଗତକାଲି ରାତିରେ ଉଭୟ ଦମ୍ପତି ବିବାହ କରିଥିଲେ । ଭୋଟ୍ ଦେବା ପରେ ଏହି ଦମ୍ପତିମାନେ ଅଞ୍ଚଳର ସମସ୍ତ ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ । ଦେଶର ବିକାଶ ପାଇଁ ଭୋଟ୍ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିଭହି ବାଲାଘାଟରେ କନ୍ୟାକୁ ବିଦାୟ ଦେବା ପୂର୍ବରୁ ଭୋଟ୍ ଦେଇଥିଲେ କନ୍ୟା । ଏହି ଘଟଣାକୁ ନେଇ ନିର୍ବାଚନ ଆୟୋଗ ଲେଖିଛଖି ‘ ବିବାହ ବେସରେ ଥାଇ ମଧ୍ୟ ଗଣତନ୍ତ୍ର ପାଇଁ ଭୋଟ୍ ।

ଚାଲିଛି କି ପୁରୁଣା ଫଟୋକୁ ଦେଖାଇ ପଲିଟିକ୍ସ

ଢେଙ୍କାନାଳ : କଟକ-ସମ୍ବଲପୁର ଜାତୀୟ ରାଜପଥ। ଚାଲିଛି କି ପୁରୁଣା ଫଟୋକୁ ଦେଖାଇ ପଲିଟିକ୍ସ। କେମିତି ଅଛି NH55। ଗାଡି ସାଇଁ ସାଇଁ ଚାଲୁଛି ନା ମୃତ୍ଯୁରପଥ ପାଲଟିଛି ଏହି ଜାତୀୟ ରାଜପଥ। ଲୋକଙ୍କ ଅସୁବିଧା ଯୋଗୁଁ ଦୀର୍ଘ ଦିନ ହେଲା ବିଜେଡି ପାଇଁ ପ୍ରସଙ୍ଗ ପାଲଟିଛି । ଏବେ ନିର୍ବାଚନ ସମୟରେ ଏହି ରାଜପଥକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ଯରେ ବାକଯୁଦ୍ଧ ଚାଲିଥିବାବେଳେ ଆମେ ପହଞ୍ଚିଥିଲୁ ଗ୍ରାଉଣ୍ଡ ଜିରୋରେ । ଆମ ଢେଙ୍କାନାଳ ପ୍ରତିନିଧି ଏହି ବହୁ ଚର୍ଚ୍ଚିତ ଜାତୀୟ ରାଜପଥର ସତ କଏଦ କରିଥିଲେ ନିଜ କ୍ଯାମେରାରେ । ଦେଖନ୍ତୁ କଟକ-ସମ୍ବଲପୁର ଜାତୀୟ ରାଜପଥରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ଶେଷ ହେଲା ୩୨ ଆସନ ବିଶିଷ୍ଟ ସିକ୍କିମରେ ବିଧାନସଭା ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ : ୩୨ ଆସନ ବିଶିଷ୍ଟ ସିକ୍କିମରେ ଗୋଟିଏ ପର୍ଯ୍ଯାୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଆସନ୍ତା ଜୁନ ୨ରେ ବିଧାନସଭା କାର୍ଯ୍ୟକାଳ ସରୁଥିବା ଦୃଷ୍ଟିରୁ ତା ପୂର୍ବରୁ ସରିବ ନିର୍ବାଚନ ପ୍ରକ୍ରିୟା । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ନେତା ପ୍ରେମ ସିଂ ତାମଙ୍ଗ ମୁଖ୍ଯମନ୍ତ୍ରୀ ଥିବାବେଳେ ପୁଣି ଥରେ ସେ କ୍ଷମତା ଦଖଲ କରିବାକୁ ଆଶାବାଦୀ । ୩୨ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏ ମେଣ୍ଟ ସଦସ୍ୟ ସଂଖ୍ଯା ରହିଛି ୩୦ । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ୧୯ ବିଧାୟକ ଥିବାବେଳେ ବିଜେପିର ଅଛନ୍ତି ୮ ବିଧାୟକ । ବିରୋଧୀ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟର ଜଣେ ଓ ସ୍ବାଧୀନ ବିଧାୟକ ଅଛନ୍ତି ୩ ଜଣ । ରାଜ୍ଯରେ ମୋଟ ଭୋଟର ସଂଖ୍ୟା ଅଛନ୍ତି  ଲକ୍ଷ ୬୬ହଜାର । ୩୨ ଆସନ ଲାଗି ମୋଟ ପ୍ରାର୍ଥୀ ସଂଖ୍ଯା ଅଛନ୍ତି ୧୪୭ । ମଇଦାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଓ ପାଞ୍ଚଥରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ ନେତା ପଓ୍ବନ କୁମାର ଚାମଲିଂ । ସୋରେଙ୍ଗ-ଚାକୁଙ୍ଗ ଓ ରେନୋକ ଅର୍ଥାତ ଦୁଇଟି ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ । ପୋକଲୋକ-କାମରଙ୍ଗ ଆସନରୁ ପବନ କୁମାର ଚାମଲିଂ ଲଢୁଥିବାବେଳେ ନାମଚିଂ-ସିଙ୍ଗଥାଙ୍କ ଆସନରୁ ଲଢୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କ୍ରିଷ୍ଣା କୁମାରୀ ରାୟ ।

ଚଳିତ ବର୍ଷ ପ୍ରଥମ ଥର ୪୪ ଡିଗ୍ରୀ ଡେଇଁଲା ତାତି

ଭୁବନେଶ୍ବର : ଜଳିଲା ଉପାନ୍ତରୁ ଉପକୂଳ । ସବୁଠି ଆକାଶରୁ ବର୍ଷୁଥିଲା ଦାଉ ଦାଉ  ନିଆଁ । ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳୁ ଅସ୍ତବ୍ୟସ୍ତ କରିଥିଲା ଜନଜୀବନ । ମଝିରେ ମଝିରେ ଜାଞ୍ଜି ପବନ ବିଚଳିତ କରିଥୁଲା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ଯ ଗୁଳୁଗୁଳି ଯୋଗୁଁ ଜୀବନ ଦୁର୍ବିସହ ହୋଇପଡିଛି । ଆଜି ୩୨ ସହରରେ ୪୦ ଡ଼ିଗ୍ରୀରୁ ଅଧିକ  ତାପମାତ୍ରା ରେକର୍ଡ ହୋଇଛି । ୧୦ ସହର ରେ  ୪୩ ଡ଼ିଗ୍ରୀ ଅଧିକ ରେକର୍ଡ ହେଲା ତାପମାତ୍ରା  । ୨୧ ଯାଏଁ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିବ  । ୪୪.୩ ଡ଼ିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ସେପଟେ ଗ୍ରୀଷ୍ମ ପ୍ରବାହ କରଣରୁ ଚଳିତ ବର୍ଷ ପ୍ରଥମ ଅଂଶୁଘାତରେ ମୃତ୍ୟୁ ଘଟଣା ବାଲେଶ୍ୱର ଭୋଗରାଇରୁ ସାମ୍ନକୁ ଆସିଛି । ଭୋଗରାଇ ମହେଶ୍ୱରପୁରର ୬୨ ବର୍ଷୀୟ ଲକ୍ଷ୍ମୀକାନ୍ତ ସାହୁଙ୍କର ମୃତ୍ୟୁ ହୋଇଥିବା ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଖରାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଘରୋଇ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଲିଛି ଜଳଛତ୍ର ଓ ସେବା କେନ୍ଦ୍ର। ୧୧ଟା ପରେ ବେପାର ନଥିବାରୁ ଦୋକାନ ସବୁ ବନ୍ଦ ହୋଇଯାଉଛି। ତେବେ ଥଣ୍ଡା ପାନୀୟ ଦୋକାନରେ ଲାଗୁଛି ଭିଡ଼।