spot_img
Home Blog Page 1991

ଆଜି ସୁପ୍ରିମକୋର୍ଟରେ ସିଏଏ ଶୁଣାଣି, ଆବେଦନ ହୋଇଛି ୨୩୭ ମାମଲା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ହେବ ସିଏଏ ଶୁଣାଣି । ଆବେଦନ ହୋଇଛି ୨୩୭ଟି ମାମଲା । ଦେଶରେ ସିଏଏ ବା ନାଗରିକତା ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାକୁ ଯାଉଛି। ମାର୍ଚ୍ଚ ୧୧ରୁ କେନ୍ଦ୍ର ସରକାର ଏହି ଆଇନ ଲାଗୁ କରିବା ପରେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ସିଏଏକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ଏହି ଆଇନ ବିରୁଦ୍ଧରେ ଅନେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ସୁପ୍ରିମକୋର୍ଟରେ ଏକାଧିକ ମାମଲା ରୁଜୁ କରିଛନ୍ତି । ଏହି ଆଇନ ନେଇ ସର୍ବୋଚ୍ଚ ଅଦାଲତାରେ ଆଜି ଶୁଣାଣି ହେବ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ଏହି ମାମଲା ଉପରେ ଶୁଣାଣି କରିବେ। କଂଗ୍ରେସ ଏବଂ ଆପ୍ ସମେତ ଅନେକ ବିରୋଧୀ ଦଳ ନାଗରିକତା ଆଇନକୁ ବିରୋଧ କରୁଛନ୍ତି ।

ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ଏହି ଆଇନରେ ନିର୍ଦ୍ଦିଷ୍ଟ କିଛି ଧର୍ମ ଏବଂ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ଭାରତର ନାଗରିକତା ପାଇଁ ଅନୁମତି ମିଳିନଥିବାରୁ କେତେକ ରାଜନୈତିକ ଏବଂ ଅଣରାଜନୈତିକ ସଂଗଠନ ଏହାକୁ ବିରୋଧ କରୁଛନ୍ତି। ଯାହା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ୧୧ ନଭେମ୍ବର ୨୦୧୯ରେ ସଂସଦରେ ସିଟିଜେନ ଆମେଣ୍ଟମେଣ୍ଟ ଆକ୍ଟ ବା ସିଏଏ ବିଲ୍ ପାରିତ ହୋଇଥିଲା ।

ଖରାରେ ବସି ଖାଇବା ପାଇଁ ପର୍ଯ୍ୟଟକଙ୍କୁ ଦେବାକୁ ପଡେ ୯୦୦ ଟଙ୍କା

ମାଡ୍ରିଡ: ଦୁନିଆରେ ଏଭଳି ବହୁତ ଅଜବ ଗଜବ ରେସ୍ତୋରାଁ ରହିଛି ଯାହାକି ନିଜ ନିଜ ବିଶେଷ୍ବତ ପାଇଁ ବେଶ ପରିଚିତ  । ହୋଟେଲର ଆମ୍ବିଏସକୁ ଉପଭୋଗ କରିବା ପାଇଁ ଏଠାରେ ଜମେ ଗ୍ରାହକଙ୍କ ଗହଳି  । କିନ୍ତୁ ବିଲ୍‌ ଦେଖିଲା ବେଳକୁ ଏକ ଗଜବ ଚାର୍ଜ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଗ୍ରାହକ  ।

ସୂର୍ଯ୍ୟ କିରଣ ଆଉ ପବନ ଛଡା ଆଜିକାଲି ଦୁନିଆରେ କିଛି ମାଗଣାରେ ମିଳୁନାହିଁ  ।ସ୍ବଚ୍ଛ ପବନ ପାଇଁ ବି କିଛି ଜାଗାରେ ପଇସା ଦେବାକୁ ପଡୁଛି  । ଯେମିତି କି ଏହି ରେସ୍ତୋରାଁ  । ଏଠାରେ କିଛି ମାଗଣା ନୁହେଁ  । ଆଜ୍ଞା ହଁ, ସ୍ପେନର ଏକ ସହର ସେଭଲିରେ ଖରା ଖାଇବା ପାଇଁ ପର୍ଯ୍ୟଟକଙ୍କୁ ପଇସା ଦେବାକୁ ପଡିଥାଏ  ।

ଏକ ରିପୋର୍ଟ ମୁତାବକ ଦକ୍ଷିଣ ସ୍ପେର ସେଭିଲେ ସହରକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏଥିପାଇଁ ନାକେଦମ ଦେବାକୁ ପଡେ । ଏଠାକାର ରେସ୍ତୋରାଁରେ ପର୍ଯ୍ୟଟକଙ୍କୁ ପଚରାୟାଏ ଯେ ସେମାନେ ଖରାରେ ବସିୁ ଖାଇବାକୁ ପସନ୍ଦ କରିବେ କି ? କାରଣ ସ୍ପେନରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ  । ଏଭଳି କ୍ଷେତ୍ରରେ ପର୍ଯ୍ୟଟକ ଖରାର ମଜାନେଇ ଖାଇବାକୁ ପସନ୍ଦ କରନ୍ତି  । ଯାହାର ପ୍ରତି ବଦଳରେ ସେମାନଙ୍କୁ ୮.୫୦ ଡଲାର ଅର୍ଥାତ ଭାରତୀୟ ମୂଲ୍ୟ ୮୯୭ ଟଙ୍କା ଦେବାକୁ ପଡିଥାଏ  । ଏହି କାରଣରୁ ଅଧିକାଂଶ ପର୍ଯ୍ୟଟକ ରେସ୍ତୋରାଁ ପାଇଁ ଖରାପ କମେଣ୍ଟ ଦେଉଥିବାବେଳେ ସ୍ପେନ ଯିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି  ।

ମଜାଦାର କଥା ହେଉଛି ଯେ କେବଳ ଖରାରେ ବସି ଖାଇବା ପାଇଁ ଏତେ ଟଙ୍କା ଦେବାକୁ ପଡିବ ଜାଣିବା ପରେ ପର୍ଯ୍ୟଟକ ତୁରନ୍ତ ରେସ୍ତୋରାଁ ଛାଡି ଚାଲିଯାଆନ୍ତି  । ଫଳରେ ଅଧିକାଂଶ ସମୟରେ ଖରାରେ ରଖାଯାଇଥିବା ଟେବୁଲ ଗୁଡିକ ଖାଲି ପଡିଥାଏ । କିନ୍ତୁ କିଛି ରେସ୍ତୋରାଁ ଏଭଳି ପ୍ରିମିୟମ ସେବା ଯୋଗାଉଥିବା ଦାବି କରନ୍ତି  । ସେମାନଙ୍କ ଖାଇବା ମେନ୍ୟୁରେ ଖରାରେ ବସି ଖାଇବା ପାଇଁ ସ୍ବତନ୍ତ୍ର ରେଟ୍‌ଚାର୍ଟ ରହିଛି  ।

ଆଜିଠୁ ଶ୍ରୀମନ୍ଦିରରେ ଦୋଳ ଉତ୍ସବ ଆରମ୍ଭ, ଚାଚେରୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି ପବିତ୍ର ଫଗୁ ଦଶମୀ। ଶ୍ରୀମନ୍ଦିରରେ ଏ ନେଇ ଆଜି ଠାରୁ ଦୋଳୋତ୍ସବର ଅୟମାରମ୍ଭ। ଫାଲଗୁନ ଶୁକ୍ଳ ଦଶମୀଠାରୁ ଆରମ୍ଭ ଏହି ପର୍ବ ଦୋଳ ପୂର୍ଣ୍ଣିମାରେ ଶେଷ ହୁଏ । ଆଜିର ଦିନରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ତିନି ବାଡ଼ରେ ତିନି ଠାକୁରଙ୍କର ମଇଲମ କରାଯାଇ ନାଲି ଲୁଗା ଲାଗି ହୋଇଥାଏ।

ଏହାପରେ ସର୍ବାଙ୍ଗ ହୋଇ ଚାଚେରୀ ବେଶ କରାଯାଏ। ଚାଚେରୀ ବେଶ ପରେ ଚାଚେରୀ ଭୋଗ ହୋଇ ଅନ୍ୟାନ୍ୟ ନୀତି ଶେଷହେବା ପରେ ଆଜ୍ଞାମାଳ ପାଇ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ ଏବଂ ଭୂଦେବୀ ମହାଜନ ସେବକମାନଙ୍କ ହସ୍ତରେ ବିଜେ ହୋଇ ଜୟବିଜୟ ଦ୍ଵାର ଲଣ୍ଡାବର୍ତ୍ତକୁ ଆସିବା ପରେ ମୁଦିରସ୍ତ ସେବକ ଫଗୁ ଚନ୍ଦନ ମୁଣି ପ୍ରସାଦ ଲାଗି କରିବା ସହ ବନ୍ଦାପନା ଓ ଆଲଟ ଚାମର ସେବା କରିଥାନ୍ତି । ଠାକୁରମାନେ ବିମାନକୁ ବିଜେକରି ଶ୍ରୀଜଗନ୍ନାଥବଲ୍ଲଭ ମଠକୁ ବିଜେ କରିଥାନ୍ତି।

ବିଜ୍ଞାପନରେ ଗ୍ରାହକଙ୍କୁ ଭ୍ରମିତ କରୁଛି ପତଞ୍ଜଳୀ, ବାବା ରାମଦେବଙ୍କୁ କାରଣଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ବାବା ରାମଦେବଙ୍କୁ କାରଣ ଦର୍ଶାଅ ନୋଟିସ  । ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ବାବାଙ୍କ କମ୍ପାନୀ ପତଞ୍ଜଳୀକୁ ବି କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ  । ଯୋଗ ଗୁରୁ ବାବା ଏବଂ ପତଞ୍ଜଳୀ ଏମଡି ବାଲାକ୍ରିଷ୍ଣନ ସୁପ୍ରିମକୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  ।

କମ୍ପାନୀର ପ୍ରଡକ୍ଟରେ ମେଡିସିନ ଗୁଣ ନଥିବା ସତ୍ତ୍ବେ ବାବା ରାମଦେବଙ୍କ କମ୍ପାନୀ ମିଥ୍ୟା ବିଜ୍ଞାପନ ଦେଖାଇ ଗ୍ରାହକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ ହୋଇଛି  । ସେହିପରି ବାବା ରାମଦେବ ଭ୍ୟାସିନେସନ ଓ ମେଡିସିନକୁ ନେଇ ମିଥ୍ୟା ଦାବି କରୁଥିବାରୁ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛି ଭାରତୀୟ ମେଡିକାଲ ସଂଘ (ଆଇଏମଏ) ।

ଗତ ୨୦୨୩ରେ ପତଞ୍ଜଳୀ ଆୟୁର୍ବେଦ ରୋଗ ଭଲ କରିବା ନେଇ ଯେଉଁ ମିଥ୍ୟା ଦାବି କରିଆସୁଥିଲା ତାହାକୁ ନାପସନ୍ଦ କରିଥିଲେ ସୁପ୍ରିମକୋର୍ଟ  । ଏଭଳି ମିଥ୍ୟା ଓ ବିଭ୍ରାନ୍ତକର ବିଜ୍ଞାପନକୁ ତୁରନ୍ତ ବନ୍ଦ କରିବାକୁ ବାବା ରାମଦେବ ଓ ତାଙ୍କ କମ୍ପାନୀ ପତଞ୍ଜଳୀକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ  ।ସେହିପରି ଏକ କୋଟି ଟଙ୍କାର ଜୋରିମାନା ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ  ।

ଏଥର କଟିପାରେ ବରୁଣ ଗାନ୍ଧୀଙ୍କ ଟିକେଟ, ଜିତିନ ପ୍ରସାଦଙ୍କୁ ବିଜେପି ଟିକେଟ !

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ କେଉଁ ମୂହୁର୍ତ୍ତରେ ତୃତୀୟ ଲିଷ୍ଟ ଜାରି କରିବ ବିଜେପି । ଏହି ଲିଷ୍ଟରେ ୟୁପିର ଭିଭିଆଇପି ସିଟ ପିଲଭିତ ଓ ସୁଲତାନପୁର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା ହୋଇପାରନ୍ତି  । ଏଥର ପିଲଭିତ ଆସନରୁ ବରୁଣ ଗାନ୍ଧୀଙ୍କ ଟିକେଟ କଟିବା ନେଇ ସୁତ୍ର କହୁଛି  । ଉତ୍ତର ପ୍ରଦେଶ ସରକାରର ମନ୍ତ୍ରୀ ଜିତିନ ପ୍ରସାଦଙ୍କୁ ପିଲିଭିତ ସିଟରୁ ଟିକେଟ ଦେଇପାରେ ବିଜେପି  । ବିଶେଷ ସୁତ୍ରରୁ ଜଣାପଡିଛି ଯେ ଏଥର ବରୁଣ ଗାନ୍ଧୀଙ୍କ ଟିକେଟ କଟିବା ନେଇ ସହମତି ଜଣାଇଛନ୍ତି ବରିଷ୍ଠ ନେତା  ।

ଗତ ୫ ବର୍ଷର ରେକର୍ଡ ଦେଖିଲେ ବରୁଣ ଗାନ୍ଧୀ ଲଗାତାର ନିଜ ସରକାରର ସମାଲୋଚନା କରୁଥିବା ଦେଖିବାକୁ ମିଳିଛି  । ମୋଦି ସରକାର ହୁଅନ୍ତୁ କି ଯୋଗୀ ସରକାରର ତିରସ୍କାର କରି ଆସିଛନ୍ତି ବରୁଣ  । ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ସହ ସମ୍ପର୍କରେ ଅଛନ୍ତି ବରୁଣ  । ଶୁଣିବାକୁ ମିଳୁଛି ବରୁଣ ଖୁବଶୀଘ୍ର ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି  ।

ତୃଣମୂଳ ସ୍ତରରୁ ବରୁଣ ଗାନ୍ଧୀଙ୍କୁ ନେଇ ଫିଡବ୍ୟାକ୍‌ ନକରାତ୍ମକ ରହିଛି  । ଏହି କାରଣରୁ CEC ବୈଠକରେ ବରୁଣ ଗାନ୍ଧୀଙ୍କୁ ଟିକେଟ ନ ମିଳିବା ନେଇ ସହମତି ପ୍ରକାଶ ପାଇଛି   । ସେହିପରି ତାଙ୍କ ମା ମେନକା ଗାନ୍ଧୀଙ୍କ ଆଶନ ସୁଲତାନପୁରକୁ ନେଇ ବି ସଂଶୟ ରହିଛି  ।

 

ଗଡଚିରୋଲିରେ ପୋଲିସ ଏନକାଉଣ୍ଟର, ନିପାତ ହେଲେ ୪ କୁଖ୍ୟାତ ମାଓବାଦୀ

ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ପୋଲିସର ଏନକାଉଣ୍ଟରରେ ୪ ଜଣ ନକ୍ସଲ ନିପାତ ହୋଇଛନ୍ତି। ନିପାତ ହୋଇଥିବା ଚାରି ନକ୍ସଲଙ୍କୁ ଧରାଇ ଦେବାକୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ମହାରାଷ୍ଟ୍ର ସରକାର। ଗଡଚିରୋଲି ଏସପିଙ୍କ ସୂଚନା ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ହମଲା କରିବା ଉଦ୍ଦେଶ୍ୟରେ ତେଲଙ୍ଗାନାରୁ କିଛି ନକ୍ସଲମାନେ ଗଡଚିରୋଲିରେ ପ୍ରବେଶ କରିଥିଲେ।

ଏନେଇ ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଥିଲା। ୬୦ ଜଣ କମାଣ୍ଡ, ଗଡଚିରୋଲିର ଏକ ସ୍ୱତନ୍ତ୍ର ୟୁନିଟ୍ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର କୁଇକ୍ ଆକ୍ସନ୍ ଟିମକୁ ସେଠାକୁ ପଠାଯାଇଥିଲା। ଆଜି ସକାଳେ ରେପାନପାଲୀ ନିକଟ କୋଲାମାର୍କା ପର୍ବତରେ କମାଣ୍ଡ ଟିମ୍ ସର୍ଚ୍ଚ ଅପରେଶନ କରୁଥିବା ବେଳେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ।

ପରେ କମାଣ୍ଡମାନଙ୍କ ପାଲଟା ଗୁଳିମାଡ଼ରେ ଚାରି ଜଣ ନକ୍ସଲ ନିପାତ ହୋଇଛନ୍ତି। ଗୁଳି ବିନିମୟ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି। ମୃତ ନକ୍ସଲମାନେ ଭର୍ଗୀଶ, ମଗ୍ଟୁ, କୁରସଙ୍ଗ ରାଜୁ ଏବଂ କୁଡିମେଟା ଭେଙ୍କଟେଶ ବୋଲି ପୋଲିସ କହିଛି। ସେମାନଙ୍କଠାରୁ AK-୪୭ ବନ୍ଧୁକ, କାର୍ବାଇନ୍, ଦୁଇଟି ପିସ୍ତଲ ସମେତ ଅନ୍ୟାନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।

ମୋଦି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପଶୁପତି ପାରସ

ପାଟନା: ବିହାରର ଏନଡିଏ ସିଟ ସେୟାରିଂରେ ନାରାଜ ଥିବା ପଶୁପତି ପାରସ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଦେଲେ ଇସ୍ତଫା  । ପଶୁପତି ପାରସ ମଙ୍ଗଳବାର ଗଣମାଧ୍ୟମରେ ଏହି ଘୋଷଣା କରିଛନ୍ତି  । ‘ବହୁତ ସଚ୍ଚୋଟତାର ସହିତ ଏନଡିଏର ସେବା କରିଥିଲି  । କିନ୍ତୁ ମୁଁ ଓ ମୋ ପାର୍ଟି ସହ ଅନ୍ୟାୟ ହୋଇଛି  । ଏଥିପାଇଁ ଆଜି ମୋଦି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଉଛି’  ।

ପଶୁପତି ପାରସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଭାଇ ଅଟନ୍ତି  । ବିହାରରେ ସିଟ ଭାଗବଣ୍ଟାରେ ପଶୁପତିଙ୍କ ଦଳକୁ ଗୋଟିଏ ବି ଆସନ ଦିଆଯାଇନାହିଁ  । ଯାହା ଫଳରେ ଗତ କିଛି ଦିନ ଧରି ସେ ଏନଡିଏ ଉପରେ ଖପ୍ପା ଥିଲେ  ।

କୁଲଡିହା ଅଭୟାରଣ୍ୟରେ ମାତିଲେ ଶିକାରୀ, ଦୁଇ ସବୁଜ ବାହିନୀଙ୍କୁ କଲେ ଲହୁଲୁହାଣ

ବାଲେଶ୍ବର: ଶିକାରୀ ଗୁଳିରେ ୨ ସବୁଜ ବାହିନୀ ଗୁରୁତର। କୁଲଡିହା ଅଭୟାରଣ୍ୟରେ ଶିକାରୀ ଗୁଳିରେ ଦୁଇ ସବୁଜ ବାହିନୀ କର୍ମଚାରୀ ଗୁରୁତର। କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର। ବିଳମ୍ବିତ ରାତିରେ ପୁରୁଣା ପଞ୍ଚଲିଙ୍ଗେଶ୍ଵର ବିଟ୍ ଅଞ୍ଚଳରେ ଘଟିଛି ଘଟଣା।

୨ ଶିକାରୀ ଗିରଫ ହୋଇଥିବାବେଳେ ଶିକାରୀ ଦୁଇଜଣଙ୍କ ମଧ୍ୟରେ ଜଣେ କୋଇମୁଣ୍ଡିୟ ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ଚେକାମରା ଅଂଚଳର ବୋଲି ସୂଚନା। ଶିକାରୀଙ୍କ ନିକଟରୁ ଦୁଇଟି ବନ୍ଧୁକ ଜବତ୍ । ଗୁରୁତର ସବୁଜ ବାହିନୀ ବିରଞ୍ଚି ନାରାୟଣ ଜେନା, ଓ ଖିତିସ୍ ପରିଡ଼ା, କୁଳଡିଆ କାର୍ଯ୍ୟଳୟରେ ଏସିଏଫଓ ପହଞ୍ଚି ତଦନ୍ତ କରୁଛନ୍ତି ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ

ରାଜନଗର: ବନ କର୍ମଚାରୀଙ୍କୁ ଜଳଦସ୍ୟୁଙ୍କ ଆକ୍ରମଣ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗ କର୍ମଚାରୀମାନେ ଜଳଦସ୍ୟୁ ମାନଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇଛନ୍ତି। ବନବିଭାଗର ଏକ ୧୧ ଜଣିଆ ପାଟ୍ରୋଲିଂ ଟିମ୍ ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ବିରଳ ଅଲିଭି ରିଡ଼ଲେଙ୍କୁ ସୁରକ୍ଷା ପାଇଁ ପେଟ୍ରୋଲିଂ କରୁଥିଲେ।

୧୫ ରୁ ୨୦ ଟି ଟ୍ରଲରରେ ମାଫିଆ ବେଆଇନ୍ ଭାବେ ମାଛ ମାରୁଥିଲେ। ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଟ୍ରଲର ମାଫିଆ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମକୁ ଘେରି ଯିବା ସହ ଆକ୍ରମଣ କରିଥିଲେ। ବନବିଭାଗର କର୍ମଚାରୀ ଧାମରା ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ।

ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପାଇଁ ଗହୀରମଥା ନୀଳ ଜଳରାଶି ଅନେକ ଥର ରକ୍ତ ରଞ୍ଜିତ ହୋଇଛି । ଅନେକ ଥର ବନ କର୍ମଚାରୀଙ୍କ ସହ ଜଳଦସ୍ୟୁ ମୁହାଁମୁହିଁ ହୋଇଛନ୍ତି। ବନ କର୍ମଚାରୀଙ୍କ ସହ ମଧ୍ୟ ଜଳଦସ୍ଯୁ ନିହତ ହୋଇଛନ୍ତି।

ସାତକୋଶିଆରେ ବୁଲୁଛି କଳା କଲରାପତରିଆ, କ୍ୟାମେରାରେ ହେଲା କଏଦ

ସାତକୋଶିଆ:  ଦୁଇ ଶାବକଙ୍କ ସହ ଠାବ ହେଲା କଳା କଲରାପତରିଆ ବାଘ। କଳା ରଙ୍ଗର କଲରାପତରିଆ ବାଘ ଠାବ ହୋଇଛି। ସାତକୋଶିଆ ଜଙ୍ଗଲରେ ୨ ଶାବକଙ୍କ ସହ କଲରାପତରିଆ ବାଘ ଠାବ ହୋଇଛି।

ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ। କ୍ଯାମେରା ଟ୍ରାପରେ ୨ ଶାବକଙ୍କ ସହ କଳା କଲରାପତରିଆ ବାଘ ବାଘ ଠାବ ହୋଇଥିବା ଜଣାପଡିଛି।୨ ଶାବକଙ୍କ ମଧ୍ଯରୁ ଗୋଟିଏ ସାଧାରଣ କଲକରାପତରିଆ ଥିବାବେଳେ ଅନ୍ୟଟି କଳା ରଙ୍ଗର ବୋଲି ଜଣାପଡିଛି।