ଆଜି ୪୦ ଡିଗ୍ରୀ ଉପରେ ରାଜ୍ଯର ୧୮ଟି ସହର, କାଲି ଠୁ ପୁଣି ହିଟ୍‌ୱେଭ

1 min read

ଭୁବନେଶ୍ବର: କାଳବୈଶାଖୀ ସତ୍ତ୍ୱେ ତାତିରେ ଲାଗୁନି ବ୍ରେକ୍ । ଆଜି ୪୦ ଡିଗ୍ରୀ ଉପରେ ରାଜ୍ଯର ୧୮ଟି ସହର । ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠାରୁ ଉତ୍ତପ୍ତ । ୪୨.୨ ଡିଗ୍ରୀ ସହ ଦ୍ବିତୀୟ ସ୍ଥାନରେ ରହିଛି ନୟାଗଡ଼ ।

ଆଜି ଭୁବନେଶ୍ବର ଓ ବଲାଙ୍ଗୀରରେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଅନୁଗୁଳ ୪୧.୭, ମାଲକାନଗିରି ୪୧.୫, ବାରିପଦା ଓ ନୂଆପଡ଼ା ୪୧.୨, ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତାକାଲିଠୁ ପୁଣି ହିଟ୍ଓ୍ବେଭ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସତ୍ତ୍ୱେ ଆସନ୍ତାକାଲି ଠୁ ଜାରି ରହିବ ହିଟ୍ଓ୍ବେଭ ସ୍ଥିତି । ୨୬ ତାରିଖରେ ୧୧ ଜିଲ୍ଲା ଓ ୨୭ ତାରିଖରେ ୧୭ ଜିଲ୍ଲାକୁ ସିଭିୟର୍ ହିଟ୍ ୱେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟକୁ ପଶ୍ଚିମ -ଉତ୍ତର- ପଶ୍ଚିମ ଦିଗରୁ କ୍ରମାଗତ ଭାବେ ଶୁଷ୍କ ଓ ଗରମ ପବନ ପ୍ରବେଶ କରୁଛି । ଫଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ସ୍ଥିତି ଉପୁଜିବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।