ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ବିଜୁ ଜନତା ଦଳ l ସ୍ବଚ୍ଛ, ଅବାଧ, ନିରପେକ୍ଷ ନିର୍ବାଚନରେ ବାଧକ ସାଜିଛି ଭାରତୀୟ ଜନତା ପାର୍ଟି l ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରି ଚାଲିଛି ବିଜେପି l ସ୍କୁଲ ପଢ଼ୁଥିବା ଛୋଟ ପିଲାଙ୍କୁ ଵି ଦଳୀୟ କାର୍ଯ୍ୟରେ ଲଗାଉଛି ବିଜେପି l ପଦ୍ମକେଶରୀପୁରରେ ବିଜେପିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋଲା ଖୋଲି ଆଚରଣ ବିଧି ଉଲଂଘନ କରିଥିବା ବିଜେଡି ଅଭିଯୋଗ କରିଛି। ଚେୟାର ଫିଲପ କରିବା ପାଇଁ ଛୋଟ ପିଲାଙ୍କୁ ବ୍ୟବହାର କରାଯାଉଛି। କେଵଳ ଅପରାଜିତା ନୁହନ୍ତି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ , ବୈଜୟନ୍ତ ପଣ୍ଡା ମଧ୍ଯ ବାରମ୍ବାର ଆଚରଣ ବିଧି ଉଲଂଘନ କରି ଆସୁଛନ୍ତି l ଏହି ସମ୍ବେଦନଶୀଳ ଘଟଣାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ୱତନ୍ତ୍ର ଗାଇଡ଼ଲାଇନ ଆଣିବାକୁ ଅନୁରୋଧ କରିଛନ୍ତି ବିଜେଡି ପ୍ରତିନିଧି।
କାରରୁ ଜବତ ହେଲା ନଗଦ ୫ ଲକ୍ଷ ଟଙ୍କା
ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଗୌରପଡା ଛକରେ କାରରୁ ଜବତ ହେଲା ୫ ଲକ୍ଷ ଟଙ୍କା। ନିର୍ବାଚନ ସମୟରେ ଚେକିଂ ବେଳେ କାରରୁ ନଗଦ ଅର୍ଥ ଜବତ ହୋଇଛଛି। କାରଟି ଛତିଶଗଡ଼ ପଟୁ ଝାରସୁଗୁଡ଼ା ଆସୁଥିବାବେଳେ ଯାଞ୍ଚ କରିଥିଲା SST । ଜବତ ଟଙ୍କା ଝାଡ଼ଖଣ୍ଡର ମହମ୍ମଦ ମୈସାର ଶେଖଙ୍କର ବୋଲି ସୂଚନା ମିଳିଛି। ତେବେ ଟଙ୍କାର କୌଣସି ବୈଧ କାଗଜପତ୍ର ଦେଖାଇ ନପାରିବାରୁ ଏହାକୁ ଜବତ କରି ତଦନ୍ତ କରାଯାଉଛି।
ବିଜୁବାବୁଙ୍କ କର୍ମଭୂମି ପ୍ରତି ମୁଖ୍ଯମନ୍ତ୍ରୀଙ୍କ ସ୍ବତନ୍ତ୍ର ଫୋକସ
ନନ୍ଦିଘୋଷ ବ୍ୟୁରୋ: ଗତଥର ଭଳି ଏଥର ମଧ୍ୟ କେନ୍ଦ୍ରାପଡ଼ା ଲୋକସଭା ଆସନ ଚର୍ଚ୍ଚାରେ ରହିଛି। କାରଣ ବିଜେପିର ବୈଜୟନ୍ତ ଜୟ ପଣ୍ଡା କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଉଭୟ ନେତା ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି। ସେପଟେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଭାବେ ଯୁବ ଚେହରା ସଦ୍ଧାର୍ଥ ସ୍ବରୂପ ଦାସଙ୍କୁ ଟିକେଟ ଦେଇଛି। ସିଦ୍ଧାର୍ଥ କେନ୍ଦ୍ରାପଡ଼ା ଲୋକ ସଭା ପାଇଁ ନୂଆ ଚେହେରା | ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।
କେନ୍ଦ୍ରାପଡ଼ା ହେଉଛି ବିଜେଡିର ଗଡ଼। ବିଜୁ ବାବୁଙ୍କର କର୍ମଭୂମି ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା କେନ୍ଦ୍ରାପଡ଼ା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସୁଛନ୍ତି । ଗତଥର କେନ୍ଦ୍ରାପଡାରେ ଅନୁଭବ ମହାନ୍ତି ବିଜେଡିରୁ ବାଜିମାତ କରିଥିଲେ। ଅନୁଭବ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ୧ଲକ୍ଷ ୮୧ହଜାର ୪୮୩ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଅନୁଭବ ମହାନ୍ତି ୬ଲକ୍ଷ ୨୮ ହଜାର ୯୩୯ ଖଣ୍ଡ ଭୋଟ ପାଇଥିବା ବେଳେ ବୈଜୟନ୍ତ ପଣ୍ଡା ୪ ଲକ୍ଷ ୪୭ହଜାର ୪୫୬ଖଣ୍ଡ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୧ ଲକ୍ଷ ୧୩ ହଜାର ୮୪୧ ଖଣ୍ଡ ଭୋଟ ପାଇଥିଲେ।
ରାଜନୀତି ସମୀକ୍ଷକଙ୍କ ମତରେ ୨୦୧୯ରେ ପାଟକୁରାରୁ ବିଜୟ ମହାପାତ୍ର ପ୍ରାଥୀ ହୋଇଥିଲେ ଯାହା ଫଳରେ ବିଜୟଙ୍କ ଭୋଟ ବୈଜୟନ୍ତ ପଣ୍ଡାଙ୍କ ପାଖକୁ ଯାଇଥିଲା କିନ୍ତୁ ଏବେ ସ୍ଥିତି ବଦଳିଛି। ବିଜୟ ମହାପାତ୍ର ଙ୍କ ପୁଅ ଅରବିନ୍ଦ ବିଜେଡିରୁ ପ୍ରାଥୀ ହୋଇଥିବାରୁ ଅଂଶୁମାନ ମହାନ୍ତିଙ୍କ ପାଖକୁ ଅଧିକ ଭୋଟ ଯିବାର ସମ୍ଭାବନା ରହିଛି,ହେଲେ ମତଦାନ ଏକପାଖିଆ ନହୋଇ ପ୍ରତିଦ୍ବନ୍ଦୀତା କଡ୍ଡା ଟକ୍କର ହେବ ବୋଲି ମତ ଦେଇଛନ୍ତି ଭୋଟର ତଥା ରାଜନୈତିକ ସମୀକ୍ଷକ ମାନେ।
କେନ୍ଦ୍ରାପଡ଼ାର ନିର୍ବାଚନ ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଲୋକସଭା ଆସନ। ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁତ୍ର। ଫଳରେ ଅଂଶୁମାନଙ୍କ କେବଳ ରାଜନଗର ନୁହେଁ ପୁରା କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳିରେ ରହିଛି ପତିଆରା। ପୂର୍ବରୁ ବାପା ନଳିନୀ ମହାନ୍ତିଙ୍କ ବିଜୁବାବୁଙ୍କ ସହ ଘନିଷ୍ଠତା ଥିଲା। ତେଣୁ କେନ୍ଦ୍ରାପଡ଼ାରେ ଅଣ କଂଗ୍ରେସ ଭୋଟ ର ଗୁରୁତ୍ବ ସବୁବେଳେ ରହି ଆସିଛି ।
ସେହିଭଳି ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳରେ ଥିବା ସମୟରେ କେନ୍ଦ୍ରାପଡ଼ାର ଦୁଇ ଦୁଇଥର ସାଂସଦ ଥିଲେ କିନ୍ତୁ ସେ ବିଜେଡି ଛାଡି ବିଜେପି କୁ ଗଲାପରେ ୨୦୧୯ନିର୍ବାଚନରେ ଲୋକଙ୍କ ଅସ୍ଥା ହରାଇଥିଲେ। ବୈଜୟନ୍ତ ପଣ୍ଡା ବିଜେପି ରୁ ଟିକେଟ ପାଇବା ପରେ ଏବେ କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି। ସେହିଭଳି କଂଗ୍ରେସ ନୂଆ ଚେହେରା ଦେଇଛି। କଂଗ୍ରସ ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ ଦାସ ଛାତ୍ର ଜୀବନରୁ ରାଜନୀତି ସହ ଜଡିତ ରହିଛନ୍ତି। ଏହା ସହ ସେ ସମାଜସେବା କ୍ଷେତ୍ରରେ ମଧ୍ୟ ଜଡିତ। ତେବେ କେନ୍ଦ୍ରାପଡ଼ା ବିଜେଡିର ଗଡ଼ କୁହାଯାଉଥିବା ବେଳେ ଏଥର ପ୍ରତିଦ୍ବନ୍ଦୀଙ୍କୁ ହାଲକାରେ ନେବା ମହଙ୍ଗା ସାବ୍ୟସ୍ତ ହୋଇପାରେ ।
ନିର୍ବାଚନରେ ପ୍ରାର୍ଥୀଙ୍କ ଅପେକ୍ଷା ବିକାଶ ସବୁବେଳେ ଭୋଟରଙ୍କ ପ୍ରଥମ ପସନ୍ଦ ହୋଇରହିଛି। ରୁପାନ୍ତର ପକ୍ରିୟାରେ କେନ୍ଦ୍ରାପଡା ସାମିଲ ହେବାପରେ ଏଠାରେ ଦଳୀୟ ପ୍ରାର୍ଥୀଙ୍କ ଭାଷଣ ଅପେକ୍ଷା ବିକାଶ ହିଁ ମୁଖ୍ୟ ମୁଦ୍ଦା ହେବ ବୋଲି ଭୋଟରଙ୍କ ମତ ।
ବର୍ଷା ପାଇଁ ଚର୍ଚ୍ଚାରେ ବେଙ୍ଗ ବେଙ୍ଗୁଲି ବାହାଘର
ନନ୍ଦିଘୋଷ ବ୍ୟୁରୋ: ଲାଗାତର ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନର ତାପମାତ୍ରା ୪୫ଡିଗ୍ରୀ ଛୁଇଁଥିବା ବେଳେ ଜୀବଜଗତ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ସମସ୍ତଙ୍କ ମନ ଅସରାଏ ବର୍ଷା ପାଇଁ ଉଛୁର ହେଉଥିବା ଦେଖିବାକୁ ମିଳୁଛି । ତେବେ ଏ ବିଜ୍ଞାନ ଯୁଗରେ ମଧ୍ୟ ବର୍ଷା ହେବା ପାଇଁ ପାରମ୍ପରିକ ବିଶ୍ୱାସ ଉପରେ ମଣିଷ ଭରସା କରିଛି। ବିଶ୍ୱାସ ଅଛି ବେଙ୍ଗ ଓ ବେଙ୍ଗୁଲିର ପାରମ୍ପରିକ ରୀତିନୀତିରେ ବିବାହ କରାଇଲେ ବର୍ଷା ହୁଏ । ଏହି ବିଶ୍ୱାସକୁ ପାଥେୟ କରି ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଶାନ୍ତିପୁର ଥାନା ଅଧୀନ ଦେଶବନ୍ଧୁ କଲୋନୀର ୫ ଟି ବଙ୍ଗାଳି ପରିବାର ମିଶି ଆଜି ମହା ଆଡମ୍ବରରେ ପାରମ୍ପରିକ ରୀତିନୀତି ଓ ଵିଧି ବିଧାନ ଅନୁସାରେ ବେଙ୍ଗ ଓ ବେଙ୍ଗୁଲିର ବିବାହ ସମ୍ପନ୍ନ କରିଛନ୍ତି। କେବଳ ଦେଶବନ୍ଧୁ କଲୋନୀ ନୁହେଁ ଶାନ୍ତିପୁର ଅଞ୍ଚଳର ଶହ ଶହ ଲୋକେ ଏହି ଶୁଭକାର୍ଯ୍ୟରେ ସାମିଲ ହେବା ସହିତ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।
କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ ରାହୁଲଙ୍କ ସହ ଶତାଧିକ ସମର୍ଥକ
ଆଠଗଡ଼: କଂଗ୍ରେସ ଛାଡି ବିଜେଡିରେ ଯୋଗଦେଲେ କଂଗ୍ରେସ ଯୁବ ସଭାପତି ସମେତ ଶତାଧିକ ସମର୍ଥକ। ଆଠଗଡ଼ ବ୍ଲକ ଯୁବ କଂଗ୍ରେସ ସଭାପତି ରାହୁଲ ସାହୁଙ୍କ ସହ ଶତାଧିକ ଯୁବକ କଂଗ୍ରେସ କାର୍ଯ୍ୟକର୍ତ୍ତା କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଆଠଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉପସ୍ଥିତରେ ଓରନ୍ଦା ପଞ୍ଚାୟତର ବିଜେଡି ନେତାଙ୍କ ନେତୃତ୍ଵରେ ଶତାଧିକ ଯୁବକ ବିଜେଡି ଦଳରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଆର୍ଦଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା କହିଲେ କର୍ମୀ।
୨୦୧୧ ବିଶ୍ବକପରେ ଭାରତର ମୁଖ୍ୟ ପ୍ରଶିକ୍ଷକ ଥିବା ଗ୍ୟାରିଙ୍କୁ କୋଚ କଲା ପାକିସ୍ତାନ
ନନ୍ଦିଘୋଷ ବ୍ୟୁରୋ: ନୂଆ କୋଚଙ୍କୁ ନିଯୁକ୍ତ କରିଛି ପାକିସ୍ତାନ । ଆଗକୁ ଟି-୨୦ ବିଶ୍ବକପ ଆସୁଥିବାବେଳେ ବିଜୟ ଲକ୍ଷ୍ୟରେ କିଛି ପରିବର୍ତ୍ତନ କରିଛି ପାକିସ୍ତାନ । ୨୦୧୧ ବିଶ୍ବକପରେ ଭାରତର କୋଚ ଥିବା ଗ୍ୟାରି କଷ୍ଟେନଙ୍କୁ କୋଚଭାବେ ନିଯୁକ୍ତ କରିଛି ପାକିସ୍ତାନ । ଦୀର୍ଘଦିନ ଧରି କୋଚ ପଦବୀକୁ ନେଇ ଲାଗି ରହିଥିବା ବିବାଦ ଭିତରେ ନୂଆ କୋଚ ନିଯୁକ୍ତ ହୋଇଛନ୍ତି । ରବିବାର ଏକ ପ୍ରେସ କନଫରେନ୍ସ ମାଧ୍ୟମରେ ପାକିସ୍ତାନର ନୂଆ ପ୍ରମୁଖ ମୋହସିନ ନକବି ଏହି ଘୋଷଣା କରିଛନ୍ତି । ମେ ମାସରେ ପାକିସ୍ତାନ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବାକୁ ଯାଉଛି । ତେବେ ଗ୍ୟାରି କଷ୍ଟେନ ଏହି ସିରିଜରୁ ନିଜର କାର୍ଯ୍ୟ ଆରମ୍ଭ କରିବେ । ୨ ବର୍ଷ ପାଇଁ ଚୁକ୍ତିନାମା କରାଯାଇଛି ।
Gillespie to coach Pakistan in red-ball cricket, Kirsten in white-ball cricket
Details here ⤵️ https://t.co/GnCUDwPLfw
— PCB Media (@TheRealPCBMedia) April 28, 2024
କେନ୍ଦ୍ରର ବିଜେପି ସରକାରକୁ କଂଗ୍ରେସ ପ୍ରାର୍ଥୀଙ୍କ ଟାର୍ଗେଟ୍
ରାଉରକେଲା: ରାଉରକେଲାରେ କଂଗ୍ରେସ ବିଧାନସଭା ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କ ପ୍ରଚାର। କେନ୍ଦ୍ରକୁ ତୀବ୍ର ଭାବେ ସମାଲୋଚନା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ରନାଥ ।କେନ୍ଦ୍ରର ଵିଜେପି ସରକାର ବାରମ୍ବାର ରାଉରକେଲା ସହରବାସୀଙ୍କୁ ଠକିଥିବା ସେ ଅଭିଯୋଗ କରିଛନ୍ତି। ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ ପୂରଣ କରିନାହାନ୍ତି। ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ କେନ୍ଦ୍ରର ଵିଜେପି ସରକାର ଲୋକଙ୍କୁ ଠକିଥିବା ଅଭିଯୋଗ କରିଛି କଂଗ୍ରେସ। ବିଦେଶରୁ କଳାଧନ ଆଣି ସମସ୍ତଙ୍କ ବ୍ୟାଙ୍କ ଏକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ କହି ଠକିଛି। ରାଉରକେଲାରେ ମେଡିକାଲ କଲେଜ କରିବାକୁ କହି ବର୍ତ୍ତମାନ ଯାଏ କରିନାହାନ୍ତି। ରାଉରକେଲାକୁ ରେଲୱେ ଡିଭିଜନ କରିବା, ରାଉରକେଲା ବିମାନବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଦୈନିକ ବିମାନ ଚଳାଚଳ ଭଳି ବିଷୟଙ୍କୁ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ରନାଥ ପଟ୍ଟନାୟକ। ପାନପୋଷରେ ପ୍ରଚାର ଅବସରରେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରି କେନ୍ଦ୍ରକୁ ଟାର୍ଗେଟ କରିଥିଲେ।
ନବରଙ୍ଗପୁର ଜିଲ୍ଲା ବିଜେପିକୁ ବଡ଼ ଝଟକା
ଉମରକୋଟ: ନବରଙ୍ଗପୁର ଜିଲ୍ଲା ବିଜେପିକୁ ବଡ଼ ଝଟକା। ଇସ୍ତଫା ଦେଲେ ରାଜ୍ଯ ବିଜେପିର ସଂଖ୍ଯାଲଘୁ ସେଲ ଉପସଭାପତି କାଜାମ ମଦାନି। ସେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିନିଧି ଭାବେ ମଧ୍ଯ ଦାୟିତ୍ବ ତୁଲାଉଥିଲେ । ତାଙ୍କ ସହ ସଂଖ୍ୟାଲଘୁ ମୋର୍ଚ୍ଚାର ନବରଙ୍ଗପୁର ଜିଲ୍ଲା ସଭାପତି ପବିତ୍ର ଗରଡ଼ା ଓ ଜିଲ୍ଲା କମିଟିର ସମସ୍ତ ପଦାଧିକାରୀ, କୁଇ ସମାଜର ନେତା, ତହରା ସରପଞ୍ଚ ସଦାନନ୍ଦ ମାଝୀ ମଧ୍ଯ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ସମସ୍ତେ ଦଳରୁ ଇସ୍ତଫା ଦେଇଛନ୍ତି। ଲୋକଙ୍କ ସେବା କରୁନଥିବା ଏବଂ ଦଳୀୟ କର୍ମୀଙ୍କୁ ପଚାରୁନଥିବା ବଳଭଦ୍ର ମାଝୀଙ୍କୁ କାହିଁକି ପ୍ରାର୍ଥୀ କରାଗଲା ବୋଲି ପ୍ରଶ୍ନ କରିବା ସହ ପ୍ରତିବାଦରେ ସମସ୍ତେ ଦଳ ଛାଡିଛନ୍ତି।
ଦେଶବାସୀଙ୍କ ଆଶା ସାକାର କରିବ କଂଗ୍ରେସ: ରାହୁଲ ଗାନ୍ଧୀ
ସାଲେପୁର: ଦେଶବାସୀଙ୍କ ଆଶା ପୂରଣ କରିବ କଂଗ୍ରେସ। ଅନ୍ଯାୟ, ଭ୍ରଷ୍ଟାଚାର ବିରୋଧରେ ଦଳ ସର୍ବଦା ପ୍ରମୁଖ ଭୂମିକା ନେଇଛି। ଦେଶରେ ବେରୋଜଗାରୀ ବଢିଛି। ଲୋକେ ଉପଯୁକ୍ତ ନ୍ୟାୟ ପାଉନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସାଲେପୁରରେ ଆୟୋଜିତ ସମାବେଶରେ ରାହୁଲ କହିଛନ୍ତି- କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମହିଳାଙ୍କୁ ମିଳିବ ୨ ହଜାର ଟଙ୍କା। ବେକାରୀଙ୍କ ଆକାଉଣ୍ଟକୁ ଯିବ ୩ ହଜାର। ସେହିପରି କୃଷକଙ୍କ ଆକାଉଣ୍ଟକୁ ଯିବ ମାସିକ ୩ ହଜାର ଟଙ୍କା। ଦୁଇ କଂଗ୍ରେସ ଶାସିତ ରାଜ୍ଯ କର୍ଣ୍ଣାଟକ ଓ ତେଲଙ୍ଗାନା ଏବେ ମଡେଲ ପାଲଟିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଆରମ୍ଭ କରି ମହିଳାଙ୍କୁ ମାସିକ ସହାୟତା ସମ୍ଭବ ହୋଇଛି। ତେଲଙ୍ଗାନାରେ ବିଜେପି-ବିଆରଏସ ଶାସନ ଚାଲିଥିବାବେଳେ ବ୍ଯାପକ ହରିଲୁଟ ହେଉଥିଲା। ମୃଷ୍ଟିମେୟ ଲୋକ ଉପକାର ପାଉଥିଲେ। ମାତ୍ର କଂଗ୍ରେସ ଶାସନ ଆସିବା ପରେ ତାହା ଦୂର ହୋଇଛି। କଂଗ୍ରେସ ଯେଉଁ ୫ ଗ୍ଯାରେଣ୍ଟି ଦେଉଛି ତାହାକୁ ପୂରଣ କରାଯାଉଛି। ଦେଶରେ କିପରି ମୁଷ୍ଟିମେୟ ଲୋକଙ୍କ ନିକଟରେ ସମ୍ପତ୍ତି ଠୁଳ ହେଲା ସେ ନେଇ ପ୍ରଶ୍ନ କରିଛନ୍ତି ରାହୁଲ।
ଜାଣନ୍ତୁ ଗାଏକ୍ବାଡଙ୍କୁ କାହିଁକି ଧୋନୀ ଦେଲେ ଚେତାବନୀ
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲରେ ୫ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ବର୍ଷ ମଧ୍ୟମ ଧରଣର ପ୍ରଦର୍ଶନ ଜାରି ରଖିଛି। ୯ଟି ମ୍ୟାଚରୁ ୫ ପରାଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ତେବେ ଚଳିତ ବର୍ଷ ଆରମ୍ଭରୁ ଧୋନୀ ଗାଏକ୍ବାଡଙ୍କୁ ଅଧିନାୟକ ପଦ ଛାଡ଼ିଛନ୍ତି । ମାତ୍ର ଓ୍ବିକେଟ ପଛପଟେ ଧୋନୀ ସମସ୍ତ ଦାୟିତ୍ବ ତୁଲାଉଛନ୍ତି । ଅନ୍ୟପଟେ ଦଳ ବିଜୟ-ପରାଜୟ ମଧ୍ୟରେ ସନ୍ତୁଳିତ ଭାବେ ଖେଳୁଥିବାବେଳେ ପ୍ଲେଅଫ ଆଶା ମଧ୍ୟ ଦ୍ବନ୍ଦରେ ରହୁଛି । ରବିବାର ହାଇଦ୍ରାବାଦ ବିପକ୍ଷରେ ଦଳ ମଇଦାନକୁ ଓହ୍ଲାଉଥିବାବେଳେ ଯଦି ପରାଜୟ ବରଣ କରେ ତାହେଲେ ପ୍ଲେଅଫ୍ ଆଶା ମଉଳିଯିବାର ଆଶା ମଧ୍ୟ ରହୁଛି । ସେପଟେ ଶେଷ ମ୍ୟାଚରେ ଦଳ ଲଢ଼େଇ କରି ଶେଷ ସମୟରେ ପରାଜିତ ହୋଇଥିଲା ।
ଧୋନିଙ୍କ ଇଶାରାରେ ଗାଏକ୍ବାଡ ନିଷ୍ପତ୍ତି ନେଉଥିବାବେଳେ କିଛି ନିଷ୍ପତ୍ତି ନିଜେ ନିଅନ୍ତୁ ବୋଲି ଗାଏକ୍ବାଡଙ୍କୁ ଚେତାବନୀ ଦେଇଛନ୍ତି ଧୋନୀ । ଫିଲ୍ଡରେ ଅଧିନାୟକଙ୍କ ନିଷ୍ପତ୍ତି ମ୍ୟାଚ ବିଜୟ-ପରାଜୟ ଉପରେ ନିର୍ଭର କରେ । ଏଣୁ ସବୁବେଳେ ଭାବି ଚିନ୍ତି ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ମାହି କହିଛନ୍ତି ।

