spot_img
Home Blog Page 1977

୪୫୫ ଦିନ ପରେ କ୍ରିକେଟ ମଇଦାନରେ ଋଷଭ ପନ୍ଥ, ଏହି ୨ ନିଷ୍ପତ୍ତି ପାଇଁ..

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଆଇପିଏଲ ମହାସମର । ଶନିବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଛି । ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ପଞ୍ଜାବ କିଙ୍ଗ୍ସକୁ ଭେଟୁଛି । ତେବେ ଏହି ମ୍ୟାଚରେ ନଜର ଆସିବେ ଋଷଭ ପନ୍ଥ । ଦୁର୍ଘଟଣା ପରେ ଦୀର୍ଘ ୪୫୫ ଦିନ ପରେ କ୍ରିକେଟ ମଇଦାନରେ ନଜର ଆସିଛନ୍ତି ପନ୍ଥ । ୩୦ ଡିସେମ୍ବର ୨୦୨୨ରେ ତାଙ୍କର କାର ଦୁର୍ଘଟଣା ଘଟିଥିବାବେଳେ କ୍ରିକେଟ ମଇଦାନରୁ ଦୂରେଇ ରହିଥିଲେ । ଫିଟନେସ ସାର୍ଟିଫିକେଟ ପାଇବା ପରେ ପୁଣିଥରେ ଆଇପିଏଲ ଟିମରେ ସ୍ଥାନ ପାଇଛନ୍ତି ପନ୍ଥ । ତେବେ ପ୍ରଥମ ମ୍ୟାଚରେ ଦୁଇଟି ଆଶ୍ଚର୍ଯ୍ୟକର ନିଷ୍ପତ୍ତି ନେଇଛନ୍ତି । ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ଦିଲ୍ଲୀ ନିଷ୍ପତ୍ତି ନେଇଛି । ପିଚକୁ ଦେଖି ସେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଏହାସହ ୪ ଜଣ ବିଦେଶୀ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଦଳରେ ସ୍ଥାନ ଦେଇଛନ୍ତି । ଅନ୍ୟପଟେ ପୂର୍ବରୁ ପନ୍ଥ କେବଳ ବ୍ୟାଟିଂ କରିବା ପାଇଁ କହିଥିବାବେଳେ ଆଜି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ସେ କହିଛନ୍ତି କି, ଓ୍ବିକେଟ କିପିଂ କରିବେ ।

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ, ସାମିଲ ହେଲେ ହଜାର ହଜାର ବିଜେପି କର୍ମୀ

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ କରୁଛି ଅନୁପ୍ରାଣିତ । ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସୁଶିଲ କୁମାର ରାଉତ । ସୁଶିଲଙ୍କ ସହ ହଜାର ହଜାର ବିଜେପି କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ସାମିଲ ଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ ସମସ୍ତ କର୍ମୀଙ୍କୁ ସ୍ବାଗତ କରିଥିଲେ ।

ମସ୍କୋ କନସର୍ଟ ହଲରେ ଆକ୍ରମଣ ଘଟଣା, ନିଜକୁ ଦାୟୀ କଲା ISIS-K

ନନ୍ଦିଘୋଷ ବ୍ୟୁରୋ: ମସ୍କୋ କନସର୍ଟ ହଲରେ ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସଆଇଏସ-କେ । ଇସଲାମିକ ଷ୍ଟେଟର ଆଫଗାନ ଶାଖା ହେଉଛି ଆଇଏସଆଇଏସ-କେ । ଇରାନ, ତୁର୍କମନେିସ୍ତାନ ଓ ଆଫଗାନିସ୍ତାନରେ କାର୍ଯ୍ୟରତ ଏହି ସଂଗଠନ ହେଉଛି ଇସଲାମିକ ଷ୍ଟେଟ ଖୋରାସାନ ବା ISIS-K । ଅତ୍ୟଧିକ ହିଂସା ଲାଗି କୁଖ୍ୟାତ ଏହି ସଂଗଠନ ୨୦୧୪ରେ ପ୍ରତିଷ୍ଠା ହୋଇଥିଲା । ତେବେ ୨୦୧୮ ପରଠାରୁ ଏହି ସଂଗଠନର ସଦସ୍ୟ ସଂଖ୍ୟା ହ୍ରାସ ପାଇଥିଲା । ତାଲିବାନ ଓ ଆମେରିକୀୟ ବାହିନୀର ପ୍ରଭାବ ଯୋଗୁ ଏହି ସଂଗଠନକୁ ବେଶୀ କ୍ଷତି ପହଞ୍ଚିଥିଲା । ତେବେ ୨୦୨୧ରେ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ISIS-Kର ପ୍ରଭାବ ବଢ଼ିଥିଲା । ଆଫଗାନିସ୍ତାନର ବିଭିନ୍ନ ମସଜିଦ ଉପରେ ଆକ୍ରମଣ କରିବା ସହ ଏହି ସଂଗଠନ ଦେଶ ବାହାରେ ବି ନିଜର କାୟା ବିସ୍ତାର କରିଛି । ୨୦୨୪ ପ୍ରଥମ ଭାଗରେ ଇରାନରେ ଦୁଇଟି ବିସ୍ଫୋରଣ ପଛରେ ଏହାର ହାତ ଥିଲା ଯେଉଁଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୦୨୨ ସେପ୍ଟେମ୍ବରରେ କାବୁଲସ୍ଥିତ ଋଷ ଦୂତାବାସରେ  ISIS-K ଆତଙ୍କୀ ହମଲା କରିଥିଲେ ।  ସେହିପରି ୨୦୨୧ରେ କାବୁଲ ଆନ୍ତର୍ଜାତିକ ବିମାନ ବନ୍ଦରରେ ବି ଏହି ସଂଗଠନ ଆକ୍ରମଣ କରିଥିଲା ଯେଉଁଥିରେ ୧୩ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଥିଲେ । କିଛି ବର୍ଷ ଧରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କରିଆସୁଥିଲା  ISIS-K । ଋଷର ବିଭିନ୍ନ ନୀତିକୁ ସଂଗଠନ କରୁଥିଲା ବିରୋଧ । ମୁସଲମାନଙ୍କ ବିରୋଧରେ ଋଷ କାର୍ଯ୍ୟ କରୁଥିବା ଥିଲା ସଂଗଠନର ଅଭିଯୋଗ । କେନ୍ଦ୍ରୀୟ ଏସୀୟ ଆତଙ୍କବାଦୀ ସଂଗଠନଗୁଡିକ ସହ ନିଜର ପ୍ରଭାବ ବିସ୍ତାର ଲାଗି ଉଦ୍ୟମ କରୁଛି ସଂଗଠନ । ଋଷ ଉପରେ ଆତଙ୍କୀ ହମଲା ହେବା ନେଇ ଆଗୁଆ ସୂଚନା ଦେଇଥିଲା ଆମେରିକା ।

କେନ୍ଦ୍ର ସରକାର ଚୋରି କରିବାରେ ଧୂରନ୍ଧର : ନରସିଂହ ମିଶ୍ର

ବଲାଙ୍ଗୀରି : କେନ୍ଦ୍ର ସରକାର ଚୋରି କରିବାରେ ଧୂରନ୍ଧର I ନିର୍ବାଚନ ପୂର୍ବରୁ ଲୋକଙ୍କୁ କେନ୍ଦ୍ର ସରକାର ଯେଉଁ ଗ୍ୟାରେଣ୍ଟି ଦେଇଛନ୍ତି ତାହା ହାସ୍ୟାସ୍ପଦ I କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ କାମ କରୁନାହାଁନ୍ତି। ଶିଳ୍ପପତିମାନଙ୍କ ପାଇଁ କାମ କରୁଛନ୍ତି I ପୂର୍ବ ନିର୍ବାଚନରେ ମଧ୍ଯ କେନ୍ଦ୍ର ସରକାର ଗ୍ୟାରେଣ୍ଟି ଦେଇଥିଲେ । ହେଲେ କେତେ କାମ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସ ଯାହା ଗ୍ୟାରେଣ୍ଟି ଦିଏ ତାହା କରିକି ଦେଖାଏ I କଂଗ୍ରେସ ସରକାରକୁ ଆସିଲେ ଯାହା ଗ୍ୟାରେଣ୍ଟି ଦେଇଛି ଗୋଟି ଗୋଟି କରି ପୂରଣ କରାଯିବ ବୋଲି ନରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି I କେନ୍ଦ୍ର ସରକାର ଗତ ୧୦ ବର୍ଷ ଭିତରେ ଅନେକ ଆଇନ ଆଣିଛନ୍ତି I ଅନେକ ଶିଳ୍ପସଂସ୍ଥା ଉପରେ ଇଡି, ସିବିଆଇ ରେଡ କରିଛନ୍ତି କିନ୍ତୁ ପାର୍ଟି ଚାନ୍ଦା ମିଳିବା ପରେ ରଫାଦଫା ହୋଇଯାଇଛି I

କେନ୍ଦ୍ର ସରକାର ଚୋରି କରିବା ପାଇଁ ୨୦୧୮ ମସିହାରେ ଇଲେକ୍ଟୋରାଲ ବଣ୍ଡ ନେଇ ଆଇନ ଆଣିଥିଲେ I ଯାହାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିଲେ I ଏବେ କିଏ କେତେ ଟଙ୍କା ରାଜନୈତିକ ଦଳ ଗୁଡିକୁ ଚାନ୍ଦା ଦେଇଛନ୍ତି ତାହା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ I ବିଜେପି ୧୨ ହଜାର କୋଟି ଟଙ୍କା ପାଇଛି I ଦେଶର ସମସ୍ତ ରାଜନୈତିକ ଦଳ ଯେତେ ଟଙ୍କା ପାଇଛନ୍ତି ଏକା ବିଜେପି ତାଠୁ ଅଧିକ ଟଙ୍କା ପାଇଛି ବୋଲି କହିଛନ୍ତି ନରସିଂହ  ମିଶ୍ର I

ଦେଶର ବିଭିନ୍ନ ରାଜ୍ଯରେ ଥିବା ୨୦ ସ୍କୁଲର ମାନ୍ଯତା ରଦ୍ଦ କରିଛି CBSE

ନୂଆଦିଲ୍ଲୀ : ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE)ର କଡା ଆକ୍ସନ । ଦେଶର ବିଭିନ୍ନ ରାଜ୍ଯରେ ଥିବା ୨୦ ସ୍କୁଲର ମାନ୍ଯତା ରଦ୍ଦ କରିଛି ସିବିଏସଇ । ସ୍କୁଲରେ ଅଚାନକ ଭାବେ ଚଢାଉ କରି ଦୃଢ କାର୍ଯ୍ଯାନୁଷ୍ଠାନ ନେଇଛି ବୋର୍ଡ । ଚଢାଉ ବେଳେ ଅନେକ ବିଦ୍ଯାଳୟରେ ଡମି ବା ନକଲି ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଥିବା ନେଇ ଜଣାପଡିଛି । ଏଥିସହିତ ସଠିକ ଯୋଗ୍ଯତା ନଥିବା ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ହେଉଥିବା ନେଇ ଜଣାପଡିଛି । ସମସ୍ତ ରେକର୍ଡ ଯାଞ୍ଚ ପରେ ବୋର୍ଡ ପକ୍ଷରୁ ୨୦ଟି ବିଦ୍ୟାଳୟର ମାନ୍ୟତା ବାତିଲ କରିବା ସହ ତିନୋଟି ବିଦ୍ୟାଳୟକୁ ଡାଉନଗ୍ରେଡ୍ କରିଛି ।

ସେଥିମଧ୍ଯରୁ ଦିଲ୍ଲୀର ପାଞ୍ଚଟି ବିଦ୍ଯାଳୟର ମାନ୍ଯତା ବାତିଲ କରାଯାଇଛି । ସେହିପରି ଭାବେ ଉତ୍ତରପ୍ରଦେଶର ୩ଟି ବିଦ୍ଯାଳୟର ମାନ୍ଯତା ବାତିଲ କରାଯାଇଛି ।  ଏଥିସହିତ ଛତିଶଗଡ,ମହାରାଷ୍ଟ୍ର,ରାଜସ୍ଥାନ,କେରଳର କିଛି ବିଦ୍ଯାଳୟର ମାନ୍ଯତା ମଧ୍ଯ ରଦ୍ଦ କରାଯାଇଛି । ଓଡିଶାର କୌଣସି ବିଦ୍ଯଳୟର ମାନ୍ଯତା ରଦ୍ଦ ହୋଇନାହିଁ ।

ରାଜଧାନୀରେ ଧଳାଜହର ବିକୁଥିଲେ ୨ ସୁନ୍ଦରୀ

ଭୁବନେଶ୍ୱର : କମିଶନରେଟ ପୋଲିସ ଜାଲରେ ନିଶା ବେପାରୀ। ଦୁଇ ମହିଳାଙ୍କୁ ଗିରଫ କରିଛି ପୋଲିସ। ଧଳାଜହର ବିକୁଥିଲେ ୨ ସୁନ୍ଦରୀ ମହିଳା । ସୁନ୍ଦର ଚେହେରା ଦେଖାଇ ଗ୍ରାହକଙ୍କୁ କରୁଥିଲେ ଆକର୍ଷିତ । ଭୁବନେଶ୍ବରରେ ଘରଭଡା ନେଇ ରହିବା ସାଙ୍ଗକୁ ଧଳା ଜହର ବେପାର ଚଳାଇଥିଲେ । ଘରୋଇ କମ୍ପାନୀରେ ଚାକିରି କରିଥିବା ୨ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ ।

ଗିରଫ ୨ ମହିଳା ହେଲେ କୋଣାର୍କ ଅଞ୍ଚଳର ପ୍ରଜ୍ଞା ପ୍ରିୟା ସ୍ୱାଇଁ ଓ ବାଲେଶ୍ଵର ବସ୍ତା ଅଞ୍ଚଳର ବର୍ଷୀୟ କରିସ୍ମା ରାଉତ । ଉଭୟଙ୍କ ଠାରୁ ୨୬ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ପ୍ରେତି ପୋଲିସ କମିଶନର ସଞ୍ଜୀବ ପଣ୍ଡା।

ମମତା ବାନାର୍ଜୀଙ୍କ ମନ୍ତ୍ରୀଙ୍କ ଘରେ ମାରାଥନ୍ ରେଡ୍

କୋଲକାତା : ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ଛନ୍ଦି ହେଲେ ମମତା ବାନାର୍ଜୀଙ୍କ ମନ୍ତ୍ରୀ  ଚନ୍ଦ୍ରନାଥ ସିନ୍ହା।  ଚନ୍ଦ୍ରନାଥଙ୍କ ଘରେ ୨ ଦିନ ଧରି ମାରାଥନ୍ ରେଡ୍‌ କରିଛି ଇଡି । ପଶ୍ଚିମବଙ୍ଗର ବୀର ଭୂମ ଜିଲ୍ଲା ସ୍ଥିତ ବୋଲ୍ ପୁର ଅଞ୍ଚଳରେ ଥିବା ଘରେ ଇଡି ଅଧିକାରୀ ମାରାଥନ୍ ରେଡ କରିଛନ୍ତି। ଚନ୍ଦ୍ରନାଥଙ୍କ ଘରୁ ନଗଦ ୪୧ ଲକ୍ଷ ଟଙ୍କା ସହିତ ମୋବାଇଲ ଜବତ କରିଛନ୍ତି ଇଡି ଅଧିକାରୀ। ପଶ୍ଚିମବଙ୍ଗରେ ଶିକ୍ଷକ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ଚନ୍ଦ୍ରନାଥ ସିନହା। ଇଡି ଦ୍ଵାରା ଗିରଫ ମମତା ବାନାର୍ଜୀଙ୍କ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପଚରାଉଚରା ସମୟରେ ଚନ୍ଦ୍ରନାଥ ସିନ୍ହାଙ୍କ ନାମ ନେଇଥିବା ଇଡି ସୂତ୍ରରୁ ଜଣାପଡ଼ିଛି ।

ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଲେ ମହିଳା ବିଦେଶୀ ପର୍ଯ୍ୟଟକ

ପୁରୀ : ପୁରୀ ଶ୍ରୀମନ୍ଦିର ଭିତରେ ପ୍ରବେଶ ବେଳେ ଧରାପଡିଲେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି। ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି। ବାଇଶିପାହାଚ ନିକଟରୁ ବିଦେଶିନୀଙ୍କୁ ଚିହ୍ନଟ କରିଥିଲେ ସେବାୟତ । ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ ହୋଇଥିବା ବେଳେ, ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣରୁ ପ୍ରବେଶ କଲେ ସେନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି। ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶିଥିବା ଜଣାପଡିଛି। ତାଙ୍କ ପାସପୋର୍ଟ ଯାଞ୍ଚ କରାଯାଉଥିବା ବେଳେ, ବିଦେଶିନୀ ଜଣକ ୨୦୨୩ରେ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି । Srimandir Gurukul To Be Set Up, Servitors At Puri Lord Jagannath Temple To  Get Houses

କେଜରିୱାଲଙ୍କ ପରେ ଆପ୍ ବିଧାୟକ ଗୁଲାବ ସିଂ ଯାଦବ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପରେ ଏବେ ଆପ୍ ବିଧାୟକ ଗୁଲାବ ସିଂ ଯାଦବ। ତାଙ୍କ ଘରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ମାତିଆଲାରୁ ବିଧାୟକ ଥିବା ଗୁଲାବଙ୍କ କ୍ବାର୍ଟର୍ସ ଉପରେ ରେଡ କରିଛି ଇଡି। ଗୁଲାବ ସିଂ ହେଉଛନ୍ତି ଗୁଜରାଟ ଦାୟିତ୍ବରେ ଥିବା ଆପ୍ ନେତା। ଆଜି ଭୋରରୁ ତାଙ୍କ ଘରେ ରେଡ ହେବାକୁ ନେଇ ତାତିଛି ଆପ। ଗଣତନ୍ତ୍ର ପ୍ରତି ଆକ୍ରମଣ ଜାରି ରହିଛି ବୋଲି କହିଛି ଦଳ। ଦିଲ୍ଲୀ ମଦନୀତି ମାମଲାରେ ତାଙ୍କ ଘରେ ରେଡ କରିଛି ଇଡି।

ମହୁଆ ମିତ୍ରଙ୍କ ବାସଭବନରେ ସିବିଆଇ ରେଡ

କୋଲକାତା : ପ୍ରଶ୍ନ ଲାଗି ଲାଞ୍ଚ ମାମଲା। ବଢିଲା ଟିଏମସିର ପୂର୍ବତନ ସାଂସଦ ମହୁଆ ମିତ୍ରଙ୍କ ଅଡୁଆ। କୋଲକାତାସ୍ଥିତ ବାସଭବନରେ ରେଡ କରିଛି ସିବିଆଇ। ଆଜି ସକାଳୁ ସିବିଆଇର କେତେକ ଟିମ୍ ମହୁଆଙ୍କ ବାସଭବନ ସମେତ ଅନ୍ଯାନ୍ୟ ସ୍ଥାନରେ କରିଛନ୍ତି ଛାନବିନ। ଲୋକପାଳଙ୍କ ନିର୍ଦ୍ଦେଶ ଅନୁସାରେ ଗତ ଗୁରୁବାର ମହୁଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଥିଲା। ଏହା ସହ ମହୁଆଙ୍କ ବିରୋଧରେ ଆସନ୍ତା ୬ ମାସ ମଧ୍ଯରେ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଥିଲେ ଲୋକପାଳ। ଗତ ଡିସେମ୍ବରରେ ପ୍ରଶ୍ନ ଲାଗି ଲାଞ୍ଚ ମାମଲାରେ ନିଜର ସାଂସଦ ପଦ ହରାଇଥିଲେ ମହୁଆ। ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମହୁଆ।

ସେପଟେ ଆସନ୍ତା ଲୋକସଭା ନିର୍ବାଚନରେ କ୍ରିଷ୍ଣାନଗରରୁ ଟିଏମସି ପ୍ରାର୍ଥୀ ଅଛନ୍ତି ମହୁଆ। ବିଜେପି ଏମପି ନିଶିକାନ୍ତ ଦୁବେଙ୍କ ପକ୍ଷରୁ ଅଭିଯୋଗ କ୍ରମେ ଏହା ବିରୋଧରେ ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ ଲୋକପାଳ। ଦୁବାଇଭିତ୍ତିକ ବ୍ଯବସାୟୀ ଦର୍ଶନ ହୀରାନନ୍ଦନୀଠାରୁ ମହୁଆ ଅର୍ଥ ଓ ଉପହାର ପାଇ ବିଭିନ୍ନ ପ୍ରଶ୍ନ ଉତଥାପନ କରିଥିଲେ ବୋଲି ଅଭିଯୋଗ କରିଥିଲେ ନିଶିକାନ୍ତ।