spot_img
Home Blog Page 1958

ରେଙ୍ଗାଲିରେ କୁଆଡ଼େ ଗଲା କେନ୍ଦ୍ର ସରକାରଙ୍କ ଉଜ୍ଵଳା ଯୋଜନା

ସମ୍ବଲପୁର : କେନ୍ଦ୍ରର ବିଜେପି ସରକାର କେବଳ କଥା କହି ଜାଣନ୍ତି କାମକୁ ନୁହେଁ । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁ ଜିଲ୍ଲାରେ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଗାଁ ଯେଉଁଠି ପୂରା ଅଞ୍ଚଳରେ ଫେଲ୍ ମାରିଛି କେନ୍ଦ୍ର ସରକାରଙ୍କ ଉଜ୍ଵଳା ଯୋଜନା l ପାଖରେ ନା ଅଛି ଗ୍ୟାସ୍ ଚୁଲା ନା ପାଇଛନ୍ତି ରୋଷେଇ ଉପକରଣ। କେବଳ କଥା କହି ଲୋକଙ୍କୁ ବିଜେପି ସରକାର ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲୋକେ। କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ବି ଏ ଅଞ୍ଚଳ ପାଇଁ କିଛି କରିପାରିନାହାନ୍ତି। ଏହାର କଡା ଜବାବ ଭୋଟରେ ଦେବେ ବୋଲି କହୁଛନ୍ତି ଅଞ୍ଚଳବାସୀ।

ବିଜେଡିରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ଯୁଗାଂଶୁ ଶେଖର ପଣ୍ଡା

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ବରିଷ୍ଠ ବିଜେପି ନେତା ଯୁଗାଂଶୁ ଶେଖର ପଣ୍ଡା । ମୁଖ୍ୟମନ୍ତ୍ରୀର ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଜର ଶତାଧିକ କର୍ମୀଙ୍କ ଗହଣରେ ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ସ୍ୱାଗତ ଜଣାଇଲେ ସାଂସଦ ସସ୍ମିତ ପାତ୍ର । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବିଜେଡିରେ ସାମିଲ ହେବାର ଦୃଶ୍ୟ । ଶଙ୍ଖ ଭବନରେ ସକାଳୁ ସନ୍ଧ୍ୟା ଯାଏ ଚାଲିଛି ବିଜେଡିର ମିଶ୍ରଣ ପର୍ବ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋ ବିରୋଧୀ ବିଜେପି ଏବଂ କଂଗ୍ରେସରୁ ବହୁ ନେତା ଓ କର୍ମି ବିଜେଡିରେ ସାମିଲ ହୋଇଥବା କହିଛନ୍ତି ।

କଣ୍ଟାବାଞ୍ଜିର ବହୁ ବିଜେପି ଓ କଂଗ୍ରେସ ନେତା ବିଜେଡିରେ ସାମିଲ

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବହୁ ବିଜେପି ଓ କଂଗ୍ରେସ ନେତା ବିଜେଡିରେ ହେଲେ ସାମିଲ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତୀ ଓ ଜନକଲ୍ୟାଣ ଯୋଜନା ଦ୍ୱାରା ପ୍ରଭାବିତ ହୋଇଥବା କହିଛନ୍ତି ଦଳରେ ମିଶିଥିବା ନେତା ଓ କର୍ମୀ । ବିଜୁ ଜନତା ଦଳରେ ମିଶିଥିବା ସମସ୍ତ ନେତା ଓ କର୍ମୀଙ୍କୁ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ ସ୍ୱାଗତ ଜଣାଇଥିଲେ ସାଂସଦ ସସ୍ମିତ ପାତ୍ର । ସସ୍ମିତ ପାତ୍ର କହିଥିଲେ ଅାଜି ଏକ ଖୁସିର ଦିନା କାରଣ ଯେଉଁ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି ସେହି ନିର୍ବାଚନ ମଣ୍ଡଳୀ କଣ୍ଟାବାଞ୍ଜିର ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ସମସ୍ତଙ୍କର ଅବଦାନ ରହିବ ।  ପ୍ରିୟ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଥିବାରୁ କଣ୍ଟାବାଞ୍ଜିରେ ବିରୋଧୀ କ୍ୟାମ୍ପ ଶୂନ୍ୟ ହେବାକୁ ବସିଲାଣି ।

ରାତି ଚେକିଂ ବେଳେ ରାଜଧାନୀରୁ ପୁଣି ମିଳିଲା ଟଙ୍କା

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ରାତି ଚେକିଂ ବେଳେ ରାଜଧାନୀରୁ ପୁଣି ମିଳିଲା ଟଙ୍କା।  ପୋଖରୀପୁଟ ଅଂଚଳରୁ ମିଳିଲା ୩ ଲକ୍ଷ ୫୦ ହଜାର ଟଙ୍କା। ଏକ ସ୍କର୍ପିଓ ରେ ଟଙ୍କା ଯାଉଥିବା ବେଳେ ଧରିଛି Statistics surveillance team । ଟିମ ଏହାକୁ ଧରିବା ପରେ ଏୟାରପୋର୍ଟ ଥାନାକୁ ହସ୍ତାନ୍ତର କରିଛି । ତଦନ୍ତ ପାଇଁ ଟଙ୍କାକୁ ଏଡିଏମଙ୍କ ନିକଟକୁ ପଠାଇ ଦିଆଯାଇଛି। ଆବଶ୍ୟକୀୟ ପ୍ରମାଣ ନଦେଖାଇବାରୁ ଟଙ୍କା ସିଜର କରାଯାଇଛି । କାରଣ ଯେହେତୁ ଆଚରଣବିଧି ଲାଗୁ ହୋଇଛି, ତେଣୁ ୫୦ ହଜାର ଟଙ୍କାରୁ ଅଧିକ ଗାଡ଼ିରେ ନେବାର ଅନୁମତି ନଥିବା କହିଛନ୍ତି ଡିସିପି । ପୂର୍ବରୁ ଚେକିଂ ବେଳେ ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଥାନା ପକ୍ଷରୁ ମଧ୍ୟ ବିପୁଳ ପରିମାଣର ଟଙ୍କା ଗାଡିରୁ ଜବତ ହୋଇଥିଲା ।

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ

କେନ୍ଦୁଝର : କେନ୍ଦୁଝରରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ।  ଠକେଇ ଅଭିଯୋଗରେ ଗତକାଲି ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ଟୁଲୁ ମଲ୍ଲିକ , ଜୀବନାନନ୍ଦ ସାମଲ,  ଯଶୋବନ୍ତ ସିଂ ସାମଲ। ଗିରଫ ଟୁଲୁ ମଲ୍ଲିକଙ୍କ ଘର ପୁରୀ ମରାଳ ଗାଁରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଆନନ୍ଦପୁର ଆଞ୍ଚଳର ବୋଲି ସୂଚନା ଦେଇଛି କେନ୍ଦୁଝର ପୋଲିସ ।  ବିଭିନ୍ନ ସଂସ୍ଥାରେ ଚାକିରି କରାଇଦେବା ନାଁରେ ୧୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ତଦନ୍ତ ବେଳେ ବିଭିନ୍ନ କମ୍ପାନୀର ଜାଲ ନିଯୁକ୍ତି ପତ୍ର ଜବତ୍ ହେବା ସହିତ ଅନେକ ଜାଲ ଦସ୍ତାବିଜ ଏବଂ ଏକ ଲାପଟପ, ଦୁଇଟି ମୋବାଇଲ , ଗୋଟିଏ ମୋଟର ସାଇକେଲ, ନଗଦ ୨୫ହଜାର ଟଙ୍କା ଆଦି ଜବତ କରିଛି।

ମାହାଙ୍ଗା ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ କର୍ମୀ

ମାହାଙ୍ଗା : ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ କର୍ମୀ। ନବୀନ ପଟ୍ଟନାୟକଙ୍କ ସ୍ଥିର ସ୍ବଚ୍ଛ ଶାସନ ସାଙ୍ଗକୁ ବିକାଶ ମୁଳକ କାର୍ଯ୍ୟକ୍ରମ ଲୋକଙ୍କ ଆକର୍ଷିତ କରିଛି। କଟକ ମାହାଙ୍ଗା  ନିର୍ବାଚନମଣ୍ଡଳୀରେ ମିଶ୍ରଣ ପର୍ବ। ସ୍ଥାନୀୟ ବିଧାୟକଙ୍କ ଦୃଢ଼ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଜେଡିରେ ମିଶିଛନ୍ତି କର୍ମୀ। ଆଗାମୀ ଦିନରେ ବାସୁଦେବପୁର ପଂଚାୟତରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ବିଧାୟକ କହିଥିବା ବେଳେ ଏଠାରେ ବିଜେଡି ତାର ଶକ୍ତି ଆହୁରି ବୃଦ୍ଧି କରିବା ସହିତ ବିଜୁ ଜନତା ଦଳ ବିପୁଳ ଭୋଟ ରେ ବିଜୟୀ ହେବ ବୋଲି କହିଛନ୍ତି।

ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସଙ୍କ ମାରାଥନ ପ୍ରଚାର

ସମ୍ବଲପୁର : ସମ୍ବଲପୁରରେ ମାରାଥନ ପ୍ରଚାର କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ସକାଳୁ ସକାଳୁ ପ୍ରଥମେ ଖ୍ରୀଷ୍ଟଧର୍ମାବଳମ୍ବୀ ମାନଙ୍କୁ ଭେଟି ଭୋଟ ଭିକ୍ଷା କରିବା ସହ ଆର୍ଶୀବାଦ କାମନା କରିଛନ୍ତି। ପରେ ସମଲେଇ ସେବାୟତ ମାନଙ୍କୁ ଭେଟିବା ସହ ଏସଏଜି ମହିଳା, ମୁସଲମାନ, ପଞ୍ଜାବୀ, ମାରଓ୍ବାଡି ସମ୍ପ୍ରଦାୟର ଲୋକମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଶେଷ କରି ରାଜ୍ୟରେ ସ୍ପିରିଚୁଆଲ ସରକାର ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଧର୍ମର ଲୋକମାନଙ୍କୁ ସମ୍ମାନ ଦିଅନ୍ତି ବୋଲି ପ୍ରଣବ କହିଛନ୍ତି। ମୁଖ୍ୟମନ୍ତ୍ରୀ କାମରେ ବିଶ୍ୱାସ କରନ୍ତି ଯାହା ଏବେ ଗାଁ ଗାଁରେ ପ୍ରତିଫଳିତ ହୋଇଛି। ଏହି ବିକାଶ କୁ ଆଗେଇ ନେବାପାଇଁ ଶଙ୍ଖଚିହ୍ନ ରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି। ଧର୍ମେନ୍ଦ୍ର ୨୦୧୪ କେବ କଥା କହିଚଲିଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ କାମ କରିଚାଲିଛନ୍ତି ବୋଲି ପ୍ରଣବ କହିଛନ୍ତି। ସେପଟେ ପ୍ରଣବଙ୍କୁ ଜିତାଇବା ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି।

ତେଲକୋଇରେ ଖାଲି ହୋଇଗଲା ବିରୋଧୀ ଶିବିର

ତେଲକୋଇ : ଅନ୍ୟପଟେ ବିଜେଡିରେ ମିଶିଲେ କେନ୍ଦୁଝର ସଂସଦୀୟ କ୍ଷେତ୍ରର ତେଲକୋଇ ନିର୍ବାଚନ ମଣ୍ଡଳୀର କୈଳାସ ଚନ୍ଦ୍ର ନାୟକ ଓ ତାଙ୍କ ସମର୍ଥକ । ସେମାନେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । କୈଳାସ ପୂର୍ବରୁ ତେଲକୋଇରୁ ବିଜେପି ପ୍ରାର୍ଥୀ ଥିଲେ । ଏମାନଙ୍କ ଯୋଗଦାନ ଫଳରେ ବିଜେଡି ଏହି ଅଞ୍ଚଳରେ ସବୁ ସିଟରେ ଜିତିବା ନେଇ ଆଶା ଦୃଢ ହୋଇଛି ବୋଲି କହିଛନ୍ତି ସସ୍ମିତ । ଦଳ ଆହୁରି ସଶକ୍ତ ହେବା ସହ ଉଭୟ ବିଧାନସଭା ଓ ଲୋକସଭା ଜିତିବାର ଆଶା ବଢିଛି । ସେମାନଙ୍କ ସମ୍ମାନ ପାଇଁ ଦଳ ଯତ୍ନବାନ ରହିବ । କୈଳାସଙ୍କ ସହ ଯୁଆଙ୍ଗ ସମ୍ପ୍ରଦାୟ ଓ ଆଦିବାସୀ ନେତାଙ୍କ ସମର୍ଥନ ରହିଛି । ନିର୍ବାଚନରେ ଷଷ୍ଠ ଥର ଲାଗି ନବୀନଙ୍କୁ ମୁଖ୍ଯମନ୍ତ୍ରୀ କରିବା ଲାଗି ଶପଥ ନେଇଛୁ ବୋଲି କହିଛନ୍ତି କୈଳାସ ନାୟକ । ବିଜେପି ବାୟୋଡାଟା ମାଗିଲା । ହେଲେ ଟିକେଟ ଦେବେନି ବୋଲି ଜାଣିଥିଲେ । ଆଦିବାସୀ ଲୁହ ବିଜେପି ଉପରେ ପଡିବ ଓ ସେମାନେ ହାରିବେ । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ବିଜେଡିରେ ମିଶିବା ସହ ସବୁ କାର୍ଯ୍ୟକ୍ରମ କରିବି ବୋଲି ଏହି ଅବସରରେ କହିଛନ୍ତି କୈଳାସ ।

ଟିକେଟ ପରିବର୍ତ୍ତନ ପରେ ପୁରୀ କଂଗ୍ରେସ ଭବନରେ ହଙ୍ଗାମା

ପୁରୀ : ପୁରୀ ଜିଲ୍ଲା କଂଗ୍ରେସ ଭବନରେ ହଙ୍ଗାମା । ଟିକେଟ ପରିବର୍ତ୍ତନ ପରେ କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା । ସୁଜିତ ମହାପାତ୍ରଙ୍କ ଗୋଷ୍ଠୀର ବିଦ୍ରୋହ । ଗତକାଲି ଦଳୀୟ ଟିକେଟରେ ସୁଜିତ ମହାପାତ୍ର ନାମାଙ୍କନ ଦାଖଲ କରିଥିଲେ । ତେବେ ଆଜି ହଠାତ ତାଙ୍କ ଟିକେଟ କାଟି ଉମାବଲ୍ଲଭ ରଥଙ୍କୁ କଂଗ୍ରେସ ଟିକେଟ ଦେଇଛି । ପ୍ରାର୍ଥି ପରିବର୍ତ୍ତନ ପରେ ସୁଜିତଙ୍କ ସମର୍ଥକମାନେ ହଙ୍ଗାମା କରିବା ସହ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି ।

ଅନ୍ୟପଟେ ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଗତ କାଲି କଂଗ୍ରେସ ଟିକେଟ ଫେରାଇଦେଛନ୍ତି । ସେ କହିଥିଲେ ଦଳ ଅର୍ଥ ନେଦେଲେ ନିର୍ବାଚନ ଲଢିବା ମୋ ପକ୍ଷେ ସମ୍ଭବ ନୁହେଁ । ସେ କହିଥିଲେ ପୁରୀ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ କାମ କରିବା ସହଜ ହେବାନି । ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦଳର ସଭାପତିଙ୍କୁ ଜଣାଇଥିଲି ।

କେନ୍ଦୁଝରରେ ଆହୁରି ଶକ୍ତିଶାଳୀ ହେଉଛି ବିଜେଡି

କେନ୍ଦୁଝର : ବିଜେଡିରେ ମିଶିଲେ କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ସତ୍ୟବ୍ରତ ନାୟକ ଓ ତାଙ୍କ ସମର୍ଥକ । ଏଥିସହ କେନ୍ଦୁଝର ଜିଲା ହ୍ୟୁମାନ ରାଇଟ୍ସ ଡିଫେଣ୍ଡରର ଅନେକ ସଦସ୍ୟ ମଧ୍ୟ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର । ସତ୍ୟବ୍ରତ ଏହା ପୂର୍ବରୁ ୨୦୦୪ରେ କଂଗ୍ରେସ ଓ ୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଥଲେ । ସେ ବଣେଇର ବିଜେପି କୃଷକ ମୋର୍ଚ୍ଚାର ପ୍ରଭାରୀ ଥିଲେ । ଏମାନଙ୍କ ଯୋଗଦାନ ଫଳରେ ପାଟଣା ନିର୍ବାଚନ ମଣ୍ଡଳୀ ସଶକ୍ତ ହୋଇଛି ବୋଲି କହିଛନ୍ତି ସସ୍ମିତ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମରେ ସକ୍ରିୟ ସଦସ୍ୟ ହେବାକୁ ସମସ୍ତେ ବିଜେଡିରେ ଯୋଗ ଦେଇଛନ୍ତି । ସମସ୍ତେ ଶପଥ ନେଇଛନ୍ତି ପାଟଣା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବେ । ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବେ ବୋଲି କହିଛନ୍ତି ପାଟଣା ପର୍ଯ୍ୟବେକ୍ଷକ ଡାକ୍ତର ହରିଶ ଚୌଧରୀ । ଦଳରେ ଯୋଗଦେଇଥିବା ସତ୍ଯବ୍ରତ କହିଲେ, ତାଙ୍କ ଜନ୍ମ ବିଜୁ ପରିବାରରେ । ବିଜୁ ବାବୁଙ୍କ ଆଦର୍ଶରେ ତାଙ୍କ ବାପା ବିଧାୟକ ହୋଇଥିଲେ । ୩୨ ବର୍ଷ ପରେ ପରିବାରକୁ ଫେରିଛି । ଶୃଙ୍ଖଳିତ କର୍ମୀ ଭାବେ କାମ କରିବେ ବୋଲି କହିଛନ୍ତି ସତ୍ଯବ୍ରତ ।