spot_img
Home Blog Page 1955

ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ରାଜ୍ୟର ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ।

ଏହାସହ ଏହି ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ୍ ୧ ତାରିଖରେ ମତଦାନ ହେବ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କରାଯିବ । ବିଜ୍ଞପ୍ତି ପ୍ରକାଶ ସହ ଆଜିଠୁ ନାମାଙ୍କନ ଦାଖଲ କରିହେବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହୋଇପାରିବ। ୧୫ ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ।

ସଲମାନ ଖାନ ଘରବାହାରେ ଫାଏରିଂ ଘଟଣା; ରାଜସ୍ଥାନରୁ ଧରା ହେଲା ୫ମ ଅଭିଯୁକ୍ତ

ମୁମ୍ୱାଇ : ସଲମାନ ଖାନଙ୍କ ଆପାଟମେଣ୍ଟ ବାହାରେ ଗୁଳିମାଡ଼ ଘଟଣାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ୫ମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୁମ୍ୱାଇର କ୍ରାଇମବ୍ରାଞ୍ଚ ଟିମ୍ ଏହି ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଛି ।

ଇଦ୍ ପରଦିନ ବଲିଓଡ୍ ସୁପରଷ୍ଟାର ସଲମାନ ଖାଁଙ୍କ ଘର ବାହାରେ ଫାଏରିଂ ହେବା ପରେ ଦିନକୁ ଦିନ ମାମଲା ଗମ୍ଭୀର ରୂପ ନେଉଛି ଏବଂ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯେତେବେଳେ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜେଲରେ ଜଣଙ୍କ ମୃତ୍ୟୁ ଘଟିବା ପରେ ମାମଲା ଅଧିକ ଗମ୍ଭୀର ହୋଇଯାଇଛି ।

ପୋଲିସ ଅନୁଯାୟୀ ଅଭିଯୁକ୍ତ ଜଣକ ଜେଲ ମଧ୍ୟରେ ହିଁ ଆତ୍ମହତ୍ୟା କରିଛନ୍ତି  । କିନ୍ତୁ ଅଭିଯୁକ୍ତ ଅନୁଜ ଥାପନର ପରିବାର ଲୋକ ଏହାକୁ ପ୍ରତ୍ୟାଖାନ କରିଛନ୍ତି ଏବଂ ନ୍ୟାୟ ପାଇଁ ବମ୍ୱେ ହାଇକୋର୍ଟରେ କୋସ୍ ଫାଇଲ କରିଛନ୍ତି । ଏହା ମଧ୍ୟରେ ଆଉଜଣେ ଅର୍ଥାତ୍ ୫ମ ଅପରାଧୀକୁ କାବୁ କରିଛି ପୋଲିସ । ପଞ୍ଚମ ଅଭିଯୁକ୍ତ ଜଣକ ମହମ୍ମଦ ଚୌଧୁରୀ ବୋଲି ଜଣାପଡିଛି । ସେ ସୁଟର୍ସଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ଗିରଫ କରାଯାଇଥିବା ପୋଲିସ କହିଛି ।

ଗଞ୍ଜାମରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ କ୍ୟାମ୍ପେନ, ଦଳୀୟ ପ୍ରାର୍ଥୀଙ୍କ କରୁଛନ୍ତି ପାଇଁ ପ୍ରଚାର

ବ୍ରହ୍ମପୁର : ଗଞ୍ଜାମର ବିଭିନ୍ନ ଅଞ୍ଚଳରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର। ପ୍ରଚାର ସଭା ସହ ରୋଡ ଶୋ’ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ପାଣ୍ଡିଆନ୍। ଆଜି ଦିନ ତମାମ ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ପ୍ରଚାର ସଭା ଓ ରୋଡ ଶୋ’ରେ ସାମିଲ ହେବେ। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍।

ସକାଳୁ କାର୍ତ୍ତିକ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରକୁ ଯାଇ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଧବଳେଶ୍ବରରେ ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଗତକାଲି ସଂଧ୍ୟାରେ ପ୍ରଚଣ୍ଡ କାଳବୈଶାଖୀ ସତ୍ତ୍ବେ ପାଣ୍ଡିଆନ ଗୋପାଳପୁରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିରାଟ ରୋଡ ଶୋ କରିଥିଲେ। ଗୋପାଳପୁର, ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ରୋଡ ଶୋ କରି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ।

ଭୋଟ ପାଇଁ ଟଙ୍କା ବାଣ୍ଟୁଛନ୍ତି ବିଜେପି କର୍ମୀ, ଟଙ୍କା ନନେଲେ ଜୀବନରୁ ମାରିଦେବାକୁ ଦେଉଛନ୍ତି ଧମକ

ରାଉରକେଲା : ରାଉରକେଲାରେ ବିଜେପି କର୍ମୀଙ୍କ ଦାଦାଗିରି। ଭୋଟ ଦେବାକୁ ଲୋକଙ୍କୁ ଟଙ୍କା ଯାଚୁଛି ବିଜେପି। ଟଙ୍କା ନନେଲେ ଜୀବନରୁ ମାରିଦେବାକୁ ଧମକ ମିଳୁଛି। ବିଜେପି କର୍ମୀଙ୍କ ଗୁଣ୍ଡାଗିରିଙ୍କ ନଗ୍ନ ଚିତ୍ର ଏବେ ପଦାରେ ପଡିଲାଣି। ରାଉରକେଲା ସହରର ବିଶ୍ଵକର୍ମା ବସ୍ତିରେ ବିଜେପି କର୍ମୀ ଟଙ୍କା ବାଣ୍ଟୁଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି।

ରାତିରେ ୪ ଜଣ ବିଜେପି ନେତା ଓ କର୍ମୀ ବିଜେପିକୁ ଭୋଟ ଦେବାକୁ କହି ଜଣିକିଆ ୫ ଶହରୁ ୧ ହଜାର ଟଙ୍କା ଲେଖାଏଁ ଟଙ୍କା ବାଣ୍ଟୁଥିଲେ। ଟଙ୍କା ବଣ୍ଟାକୁ ବିରୋଧ କରିବାରୁ ଜଣେ ବସ୍ତି ବାସିନ୍ଦାଙ୍କୁ ବିଜେପି କର୍ମୀ ମାଡ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ସେକ୍ଟର ୩ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ତିରେ ସମସ୍ତ ବିକାଶ କାର୍ଯ୍ୟ ହୋଇଥିବା ଓ ସାରଦା ପ୍ରସାଦ ନାୟକ ବହୁ ବିକାଶ କାର୍ଯ୍ୟ କରିଥିବା ବଜେପି ନେତା ଓ କର୍ମୀଙ୍କୁ ବସ୍ତି ବାସିନ୍ଦା କହିଥିଲେ। ଦମ୍ ଅଛି ତ ସମ୍ଵଲପୁର ଓ ରାଉରକେଲାରେ ଜିତିକି ଦେଖାଏ ବୋଲି କହିବା ପରେ ଆକ୍ରମଣ କରିଥିଲେ ବୋଲି ଜଣାପଡିଛି।

ସୁନ୍ଦରଗଡ଼ରେ ପୁଣି ହଟହଟା ହେଲେ କୁସୁମ ଟେଟେ, ଭୋଟର କଲେ ସିଧାସଳଖ ପ୍ରଶ୍ନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପୁଣି ଆଉ ଥରେ ଅପଦସ୍ତ ହୋଇଛନ୍ତି। ଦୁଇ ଦିନ ତଳେ ଜଣେ ଯୁବ ଭୋଟର ପାଞ୍ଚ ବର୍ଷର ହିସାବ ମାଗିଲା ବେଳେ କୁସୁମ ଟେଟେ ରାଗିଯାଇଥିଲେ। ଏବେ ପୁଣି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କୁସୁମ ଟେଟେ ପୁଣି ଥରେ ଅପଦସ୍ତ ହୋଇଥିବା ନଜର ଆସିଛନ୍ତି।

ନିର୍ବାଚନୀ ସଭାରେ ଅଶୋକ ସା ନାମକ ଜଣେ ଯୁବକ ସିଧା ସଳଖ ପ୍ରଶ୍ନ କରିଥିଲେ ୨୦୧୯ରେ ନଡିଆ ବାଡେଇଥିଲ ସେ ପଡ଼ିଆ କୁଆଡେ ଗଲା। ନିର୍ବାଚନୀ ପ୍ରଚାର ପାଇଁ ସୁନ୍ଦରଗଡ଼ ବିଧାୟିକା ତଥା ବିଜେପି ପ୍ରାର୍ଥୀ କୁସୁମ ଟେଟେ ଗାଁକୁ ଗାଁ ବୁଲୁଛନ୍ତି। ଏହି ସମୟରେ ଅନେକ ସ୍ଥାନରେ ଭୋଟର ତାଙ୍କୁ ୫ ବର୍ଷର ହିସାବ ମାଗୁଛନ୍ତି।

କିଏ ଜାରି କରିଥିଲା ପୁଚ୍ଛ ଆତଙ୍କବାଦୀ ଆକ୍ରମଣର ସନ୍ଧିଗ୍ଧଙ୍କ ପୋଷ୍ଟର ?

ଶ୍ରୀନଗର : ଜମ୍ମୁ କାଶ୍ମୀରର ପୁଚ୍ଛ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଜୋରସୋରରେ ଚାଲିଛି ସର୍ଚ୍ଚ ଅପରେସନ । ବାୟୁସେନାର  ଗାଡିକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ବହୁ ତଦନ୍ତ ପରେ ମଧ୍ୟ ସୁରକ୍ଷାବାହିନୀଙ୍କୁ କୌଣସି ସଫଳତା ମିଳିପାରିନାହିଁ । ଏଥିପାଇଁ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ବ୍ୟାପକ ତନାଘନା ଏବେ ବି ଜାରି ରହିଛି । ସୁରନକୋଟ୍ ଏବଂ ଏହାର ପାଖାପାଖି ଅଞ୍ଚଳରେ ଏହି ଆକ୍ରମଣରେ ସାମିଲ ୨ ସନ୍ଧିଗ୍ଧଙ୍କ ପୋଷ୍ଟର ମିଳିଥିଲା  ଏବଂ ଏଥିପାଇଁ ୨୦ ଲକ୍ଷ ପୁରସ୍କାର ରାଶି ମଧ୍ୟ ରଖାଯାଇଥିଲା ।

କିନ୍ତୁ ପୋଲିସ ଏବଂ ସେନା ଏହି ପୋଷ୍ଟର ଲଗାଇବା ପାଇଁ ମନା କରିଦେଇଥିଲା  । ହେଲେ ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ଅନୁଯାୟୀ, ସେନାର ଏକ ୟୁନିଟ୍ ପ୍ରଥମେ ଏହି ପୋଷ୍ଟର ଲଗାଇବା ପାଇଁ  ନିଷ୍ପତ୍ତି ନେଇ ଥିଲେ  । କିନ୍ତୁ ପରେ ବରିଷ୍ଠ ଅଧିକାରୀ ମନା କରିବା ପରେ ଏହାକୁ ହଟାଇ ଦେଇଥିଲେ  । ହେଲେ ଏହି ୨ ସନ୍ଧିଗ୍ଧଙ୍କ ପୋଷ୍ଟର କିଏ ଜାରି କରିଥିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।

ଏହି ଆକ୍ରମଣ ସମ୍ବନ୍ଧରେ ପଚରାଉଚରା ପାଇଁ ପାଖାପାଖି ୨୦ରୁ ଅଧିକ ଲୋକଙ୍କୁ ହେପାଜତରେ ନିଆଯାଇଛି । ସୁରକ୍ଷା ବାହିନୀ ଏବେ ସେହି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଦିନ ରାତି ଏକାଠି କରିଦେଇଛନ୍ତି । ଶନିବାର ସନ୍ଧ୍ୟାରେ ସୁରନକୋଟ ଅଞ୍ଚଳର ଶାହସିତାର ନିଟକରେ ସେନା ଉପରେ ଆକ୍ରମଣ କରି ନିକଟ ଜଙ୍ଗଲରେ ଫେରାର ହୋଇଯାଇଥିଲେ । ଏହି ଆକ୍ରମଣରେ ବାୟୁସେନାର ୫ଜଣ ସେନା ଗୁରୁତର ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଚିକିତ୍ସାଧୀନ ଅବସ୍ଥାରେ ହିଁ ପ୍ରାଣ ହରାଇଥିଲେ  ।

 

ବେଲରେ ଆସିବେ ନା ଜେଲରେ ରହିବେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !

ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । କେଜ୍ରିୱାଲଙ୍କୁ ଜାମିନ ଦିଆଯିବ କି ନାହିଁ ସେନେଇ ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେଇପାରନ୍ତି । କୋର୍ଟ କହିଛନ୍ତି ନିର୍ବାଚନ ଦୃଷ୍ଟିରୁ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ନିଷ୍ପତ୍ତି ନିଆଯିବ ।

ଅନ୍ତରୀଣ ଜାମିନ ଦିଆଯିବା ସମ୍ଭାବନା ଉପରେ ବିଚାର କରାଯିବ,  ଏଥିପାଇଁ ଉଭୟ ପକ୍ଷ ପ୍ରସ୍ତୁତ ରୁହନ୍ତୁ ବୋଲି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ବତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଥିଲେ ।  କୋର୍ଟ କହିଥିଲେ ଏ କ୍ଷେତ୍ରରେ ଆମେ ଖୋଲା ଆଭିମୁଖ୍ଯ ଗ୍ରହଣ କରୁଛୁ । ପୂର୍ବରୁ ନିର୍ବାଚନ ସମୟରେ କେଜ୍ରିୱାଲକଙ୍କୁ କାହିଁକି ଗିରଫ କରାଗଲା ବୋଲି ଇଡିକୁ ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ ।

୩ ସପ୍ତାହ ପରେ ତାତିରୁ ତ୍ରାହି, ୯ ତାରିଖ ଯାଏଁ ଝଡତୋଫାନ ଆଶଙ୍କା !

ଭୁବନେଶ୍ୱର : ୩ ସପ୍ତାହ ପରେ ତାତିରୁ ମିଳିଛି ତ୍ରାହି । ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ ପ୍ରଭାବରେ ସାରା ରାଜ୍ଯରେ ତାପମାତ୍ରା କମିବା ସହ କାଳବୈଶାଖୀ ବର୍ଷା ହେଉଛି । ଗତକାଲି ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ହୋଇଥିବାବେଳେ ଆଜିଠୁ ସାରା ରାଜ୍ଯରେ ବର୍ଷା ହେବାନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୯ ତାରିଖ ଯାଏଁ ଝଡତୋଫାନ ହେବା ଆଶଙ୍କା କରାଯାଉଛି । ଆଜି ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଏବଂ ବାଲେଶ୍ୱରକୁ ଅରେଞ୍ଜ ଆଲେର୍ଟ ଜାରି ହୋଇଛି । କାଲି ଏବଂ ୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।

ସକାଳୁ କାର୍ତ୍ତିକ ପାଣ୍ଡିଆନଙ୍କ ଗୋପାଳପୁର ଧବଳେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା

ଗୋପାଳପୁର : ଆଜି ସକାଳୁ କାର୍ତ୍ତିକ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଧବଳେଶ୍ବର ଠାରେ ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଗତକାଲି ସନ୍ଧ୍ୟାରେ ପ୍ରଚଣ୍ଡ କାଳବୈଶାଖୀ ସତ୍ତ୍ବେ ପାଣ୍ଡିଆନ ଗୋପାଳପୁରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବିରାଟ ରୋଡ ଶୋ’ କରିଥିଲେ।

ଗୋପାଳପୁର, ଲାଞ୍ଜିପଲ୍ଲୀ ଓ ଲୋଚାପଡ଼ାରେ ରୋଡ ଶୋ କରି ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଓ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଭୋଟ ମାଗିଥିଲେ। ଆଜି ସକାଳୁ ଧବଳେଶ୍ବର ମନ୍ଦିର ପରିଦର୍ଶନ ପରେ ସିଦ୍ଧ ଭୈରବୀ ପୀଠକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଦିନ ତମାମ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଶେରଗଡ଼, ହିଞ୍ଜିଳି, ଖଲ୍ଲିକୋଟ ଓ ବ୍ରହ୍ମପୁରରେ ଆୟୋଜିତ ବିଭିନ୍ନ ପ୍ରଚାର ସଭା ଓ ରୋଡ ଶୋରେ ସାମିଲ ହେବେ।

ତୃତୀୟ ପର୍ଯ୍ୟାୟରେ ହେଭିୱେଟଙ୍କ ଭାଗ୍ଯ ପରୀକ୍ଷା, ତାଲିକାରେ ଅନେକ ମନ୍ତ୍ରୀ ଓ ଚର୍ଚ୍ଚିତ ନେତା

ନନ୍ଦିଘୋଷ ବ୍ୟୁରୋ : ତୃତୀୟ ପର୍ଯ୍ୟାୟରେ ନିର୍ଣ୍ଣିତ ହେବ ବହୁ ହେଭିୱେଟଙ୍କ ଭାଗ୍ଯ। ଗୁଜରାଟ ଗାନ୍ଧୀନଗରରୁ ଲଢୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅମିତଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ସୋନାଲ ପଟେଲ। ଏହି ଆସନରୁ ୨୦୧୯ରେ ବିଜୟୀ ହୋଇଥିଲେ ଅମିତ ଶାହ। ୧୯୯୮ରୁ ୨୦୧୯ ଯାଏ ସାଂସଦ ଥିଲେ ଲାଲକୃଷ୍ଣ ଆଡଭାନୀ ୧୯୯୬ରେ ଏହି ଆସନରୁ ବିଜୟୀ ହୋଇଥିଲେ ଅଟଳ ବିହାରୀ ବାଜପାୟୀ। ନର୍ଥ ଗୋଆରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ। ଗୁଜରାଟ ପୋରବନ୍ଦରରୁ ଲଢୁଛନ୍ତି କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ।

ରାଜକୋଟରୁ ଲଢୁଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା। କର୍ଣ୍ଣାଟକ ବିଦାରରୁ ଲଢୁଛନ୍ତି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଭଗୱନ୍ତ ଖୁବା। କର୍ଣ୍ଣାଟକ ଧାରବାଡରୁ ଲଢୁଛନ୍ତି କେନ୍ଦ୍ର ସଂସଦୀୟ ବ୍ଯାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ମଧ୍ଯପ୍ରଦେଶ ଗୁନାରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ଯୋତିରାଦିତ୍ଯ ସିନ୍ଦିଆ। ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ରାଓ ଯାଦବେନ୍ଦ୍ର ସିଂ ଯାଦବ। ମହାରାଷ୍ଟ୍ର ରତ୍ନଗିରି- ସିନ୍ଧୁଦୁର୍ଗରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ। କର୍ଣ୍ଣାଟକ ବେଲଗାଁରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଜଗଦୀଶ ସେଟ୍ଟର। ବିଜେପିରୁ କଂଗ୍ରେସ, ପୁଣି କଂଗ୍ରେସରୁ ବିଜେପିକୁ ଆସିଛନ୍ତି ସେଟ୍ଟର।

କର୍ଣ୍ଣାଟକ ହାବେରିରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ବାସବରାଜ ବୋମାଇ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁଅ ବାସବରାଜ। ମଧ୍ଯପ୍ରଦେଶ ରାଜଗଡ଼ରୁ ପ୍ରାର୍ଥୀ ଅଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଦିଗବିଜୟ ସିଂ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ରୋଦମାଲ ନାଗର। ମଧ୍ଯପ୍ରଦେଶ ବିଦିଶାରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ। ସେ ଥିଲେ ରାଜ୍ଯର ୧୭ତମ ମୁଖ୍ଯମନ୍ତ୍ରୀ। କର୍ଣ୍ଣାଟକ ଶିବମୋଗାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ୟେଦ୍ଯୁରାପ୍ପାଙ୍କ ପୁଅ ବି. ୱାଇ. ରାଘବେନ୍ଦ୍ର। ସେହିପରି ସେହି ଆସନରୁ ତାଙ୍କୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ବାଙ୍ଗାରପ୍ପାଙ୍କ କନ୍ଯା ଗୀତା ଶିବରାଜକୁମାର। ମହାରାଷ୍ଟ୍ର ବାରମତିରେ ଏଥର ଦେଖିବାକୁ ମିଳିବ ହାଇଭୋଲଟେଜ ଟକ୍କର। ପୂର୍ବତନ ମୁଖ୍ଯମନ୍ତ୍ରୀ ଶରଦ ପାୱାରଙ୍କ କନ୍ଯା ସୁପ୍ରିୟା ସୁଲେଙ୍କୁ ଟକ୍କର ଦେବେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା।

ଉତ୍ତରପ୍ରଦେଶ ମୈନପୁରୀରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ଜୟବୀର ସିଂ। ଯାଦବ ପରିବାର ଲାଗି ଗୁରୁତ୍ବପୂର୍ଣ୍ଣ ଆସନ ମୈନପୁରୀ। ୨୦୨୨ରେ ବିଜୟୀ ହୋଇଥିଲେ ଡିମ୍ପଲ ଯାଦବ। ୧୯୯୬, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିଲେ ମୁଲାୟମ ସିଂ ଯାଦବ। ବର୍ତ୍ତମାନ ବି ମୈନପୁରୀରୁ ସାଂସଦ ଅଛନ୍ତି ଡିମ୍ପଲ। ଛତିଶଗଡ଼ ଦୁର୍ଗରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଭୂପେଶ ବଘେଲଙ୍କ ପୁତୁରା ବିଜୟ ବଘେଲ। ଗୁଜରାଟ ନବସାରୀରୁ ଲଢୁଛନ୍ତି ବିଜେପି ରାଜ୍ଯ ସଭାପତି ସିଆର ପାଟିଲ।