spot_img
Home Blog Page 1946

ଆଜି ଶେଷ ରଜ

ନନ୍ଦିଘୋଷ ବ୍ୟୁରୋ: ରଜ ପାଇଁ ଉତ୍ସଵ ମୁଖର ଓଡିଶା । ଆଜି ହେଉଛି ଶେଷ ରଜ । ସବୁଠି ମହାଆଡମ୍ବରରେ ହେଉଛି ଉତ୍ସବ । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ। କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ। ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି । ଅନେକ ଗାଁରେ ଆୟୋଜିତ ହେଉଛି ଦୋଳି ଓ କବାଡ଼ି ଖେଳ ପ୍ରତିଯୋଗିତା । ଭୁବନେଶ୍ବରରେ ଓଟିଡିସି ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଉଛି। ପାରମ୍ପରିକ ପିଠାର ପସରା ଖୋଲି ଗଡୁଛି ପିଠା ଅନ ହ୍ବିଲ୍।

ସିବିଆଇ ହେପାଜତରେ ଥିବା ମୃତ ସିନାବୋରାଙ୍କ ହାଡ କଙ୍କାଳ ଗାୟବ

ମୁମ୍ବାଇ: ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡ ମାମାଲାରେ ନୂଆ ମୋଡ । ସିବିଆଇ ହେପାଜତରେ ଥିବା ମୃତ ସିନାବୋରାଙ୍କ ହାଡ କଙ୍କାଳ ଏବେ ଗାୟବ ହୋଇଯାଇଛି । ଏହି ହାଡ କଙ୍କାଳ ହିଁ ଇନ୍ଦ୍ରାଣି ମୁଖାର୍ଜୀଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ମୁଖ୍ୟ ପ୍ରମାଣ ଭାବେ ବ୍ୟବହାର ହୋଇଥାନ୍ତା । କିନ୍ତୁ, ତଦନ୍ତ ଅଧାରୁ କିଏ ନେଇଗଲା ଏହି ଅସ୍ଥିକଙ୍କାଳ ।

ରାୟଗଡର ପେନ ଜଙ୍ଗଲରୁ ଏହି ଅସ୍ଥିକଙ୍କାଳ ସଂଗ୍ରହ କରିଥିଲା ପୋଲିସ । ତଦନ୍ତ ଭାର ସିବିଆଇକୁ ଦିଆଯିବା ପରେ,ସଂଗୃହୀତ ସମସ୍ତ ପ୍ରମାଣ ଏହି କେନ୍ଦ୍ରୀୟ ସଂସ୍ଥାକୁ ଦିଆଯାଇଥିଲା । ମୁମ୍ବାଇର ବାଇକୁଲ୍ଲା ସ୍ଥିତ ରାଜ୍ୟ ସରକାରଙ୍କ ଜେଜେ ହସ୍ପିଟାଲର ଫୋରେନସିକ୍ ବିଶେଷଜ୍ଞଙ୍କୁ ଏହି ଅସ୍ଥି କଙ୍କାଳ ଗୁଡିକ ଜମା ଦିଆଯାଇଥିଲା ପରୀକ୍ଷା ପାଇଁ । କୋର୍ଟ ବର୍ତ୍ତମାନ ଫୋରେନସିକ୍ ବିଶେଷଜ୍ଞଙ୍କ ସାକ୍ଷ୍ୟ ରେକର୍ଡିଂ କରୁଛନ୍ତି, ଯିଏକି ପ୍ରଥମେ 2012 ରେ ପେନ୍ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇଥିବା ହାଡ଼ ଗୁଡ଼ିକୁ ଯାଞ୍ଚ କରିଥିଲେ ।

ଜଙ୍ଗଲରେ ଯେଉଁଠାରେ ଶେନା ବୋରାଙ୍କ ଜଳି ଯାଇଥିବା ଶବକୁ କବର ଦିଆଯାଇଥିଲା ୨୦୧୨ରେ ଏହି ହାଡ ସବୁକୁ ରାୟଗଡର ପେନ ଗ୍ରାମ ଜଙ୍ଗଲରୁ ଉଦ୍ଧାର ପରେ ଏହା ଶିନା ବୋରାଙ୍କ ବୋଲି କହିଥିଲା ସିବିଆଇ । ଏହି ଅସ୍ଥି ଗୁଡିକର ପରୀକ୍ଷା ପାଇଁ ମୁମ୍ବାଇର ଜେ ଜେ ହସ୍ପିଟାଲକୁ ପଠାଯାଇଥିଲା । ହେଲେ ଏବେ ଏହି ହାଡ଼ ଗୁଡିକ ବହୁ ଖୋଜାଖୋଜି ପରେ ବି ମିଳୁନଥିବା ମୁମ୍ବାଇ ସ୍ପେଶାଲ କୋର୍ଟରେ କହିଛି ସିବିଆଇ ।

ନିଖୋଜ ହାଡ ବିଷୟରେ ସିବିଆଇ କୋର୍ଟରେ ତଦନ୍ତକାରୀ ସଂସ୍ଥା କହିଛି ଯେ, ଶିନା ବୋରାଙ୍କ ଅସ୍ଥିକଙ୍କାଳକୁ ସେମାନେ କେବେ ବି ଦେଖିନାହାଁନ୍ତି, କେବେଳ ଏହା ମିଳିଥିବା ଜାଣିଛନ୍ତି । ଏହାକୁ ନେଇ ଇନ୍ଦ୍ରାଣି ମୁଖାର୍ଜୀଙ୍କ ଓକିଲ ରଣଜିତ୍ ସାଙ୍ଗଲେ ଶନିବାର ଏହାର ଜବାବ ଦେଇଛନ୍ତି । ଇନ୍ଦ୍ରାଣି ମୂଖାର୍ଜୀଙ୍କ ଓକିଲଙ୍କ କହିବା ହେଲା ଜବତ ହୋଇଥିବା ଅସ୍ଥିକଙ୍କାଳ ସଂପର୍କରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନଜାଣିବା ଏକ ବଡ଼ ଭୁଲ । ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ । ସିବିଆଇ ହେଉଛି କେନ୍ଦ୍ର ସରକାରଙ୍କ ଏକ ଅତ୍ୟନ୍ତ ଯତ୍ନଶୀଳ, ଦାୟିତ୍ବବାନ ତଥା ସ୍ବାଧିନ ଅନୁସନ୍ଧାନକାରୀ ସଂସ୍ଥା ବୋଲି ମୁଖାର୍ଜୀଙ୍କ ଓକିଲ ରଣଜିତ୍ ସାଙ୍ଗଲେ କହିଛନ୍ତି । ହେଲେ ଏଭଳି ଭୁଲ ତଦନ୍ତ ଓ ମାମଲାର ରାୟକୁ ଅନ୍ୟ ଦିଗରେ ନେଇପାରେ ବୋଲି ସେ କହିଛନ୍ତି । ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଶିନା ବୋରାଙ୍କ ମାତା ଇନ୍ଦ୍ରାଣୀ ମୁଖାର୍ଜୀ ।

ପୋଲିସର ସୂଚନାନୁସାରେ, 24 ବର୍ଷ ବୟସ୍କା ଶିନା ବୋରାଙ୍କୁ ଏପ୍ରିଲ୍ 2012 ରେ ହତ୍ୟା କରାଯାଇଥିଲା, ଯଦିଓ ଏହି ଅପରାଧ କେବଳ 2015 ରେ ସାମ୍ନାକୁ ଆସିଥିଲା। ଗୁରୁବାର ଦିନ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସିଜେ ନନ୍ଦୋଡ କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଫୋରେନସିକ୍ ବିଶେଷଜ୍ଞଙ୍କ ଦ୍ବାରା ରେଫର୍ ହୋଇଥିବା ଏବଂ ଯାଞ୍ଚ କରାଯାଇଥିବା ହାଡ ଏବଂ ଅବଶିଷ୍ଟାଂଶ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ସତ୍ତ୍ବେ ରହିପାରିବ ନାହିଁ। ନନ୍ଦୋଡେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରବନ୍ଧଗୁଡିକ ନ ଦେଖାଇ ସାକ୍ଷୀଙ୍କ ମୁଖ୍ୟ ପରୀକ୍ଷା ଜାରି ରଖିବାକୁ ଯୋଜନା କରିଛି, କାରଣ ସେଗୁଡିକ ଅଣସଂରକ୍ଷିତ ଅଟେ। ପ୍ରତିରକ୍ଷା ଓକିଲମାନେ ଓକିଲଙ୍କ ଅନୁରୋଧରେ କୌଣସି ଆପତ୍ତି ଉଠାଇବା ପରେ ସିବିଆଇ କୋର୍ଟ ଅଧିକ ପ୍ରମାଣ ରେକର୍ଡିଂ ପାଇଁ ଏହି ମାମଲାକୁ ଜୁନ୍ 27 କୁ ସ୍ଥଗିତ ରଖିଥିଲେ।

ନିଟ୍‌ ଠକେଇର ପର୍ଦ୍ଦାଫାସ, ୨୭ ପରୀକ୍ଷାର୍ଥୀଙ୍କ ଠୁ ପ୍ରତ୍ୟେକ ପିଛା ନେଇଥିଲେ ୧୦ ଲକ୍ଷ

ଗାନ୍ଧୀନଗର: ନିଟ-ୟୁଜି ନାମରେ ଚାଲିଥିବା ଏକ ସ୍କାଣ୍ଡାଲର ପର୍ଦ୍ଦାଫାସ କରିଛି ଗୁଜରାଟ ଗୋଧ୍ରା ପୋଲିସ। ୫ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୨ କୋଟି ୩୦ ଲକ୍ଷ ଟଙ୍କାର ଚେକ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ଯରେ ଅଛନ୍ତି ଜଣେ ଶିକ୍ଷକ ଓ ସ୍କୁଲର ପ୍ରିନସିପାଲ ଓ ଜଣେ ବିଜେପି ନେତା। ।

ସୂଚନା ଅନୁସାରେ ତୁଷାର ଭଟ୍ଟ, ପ୍ରିନ୍ସିପାଲ ପୁରୁଷୋତ୍ତମ ବର୍ମା, ପୁରୁଷୋତ୍ତମ ରୟ, ଅରିଫ ଭୋରା ଓ ବିଭୋର ଆନନ୍ଦଙ୍କୁ ଗିରଫ କରାଯାଇଛି। ଅରିଫ ଭୋରା ଜଣେ ବିଜେପି ନେତା ବୋଲି ଜଣାଯାଇଛି। ସେପଟେ ବିହାର ଅର୍ଥନୈତିକ ଅପରାଧ ୟୁନିଟ ବା ଇଓୟୁ ନିକଟରେ କେତେକ ପରୀକ୍ଷାର୍ଥୀଙ୍କ ସବିଶେଷ ତଥ୍ଯ ଦାଖଲ କରିଛି ଏନଟିଏ।

ପରୀକ୍ଷାର୍ଥୀଙ୍କ ସହ ଏକ ନିର୍ଦ୍ଦିଷ୍ଟ ଗ୍ଯାଙ୍ଗର ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଏହି ଗ୍ଯାଙ୍କ ପ୍ରଶ୍ନପତ୍ର ଲିକ କରିଛି କି ନାହିଁ ତାହାର ଯାଞ୍ଚ କରୁଛି ଇଓୟୁ। ବର୍ତ୍ତମାନ ସୁଦ୍ଧା ପେପର ଲିକ୍ ଘଟଣାରେ ପୋଲିସ ୧୩ ଜଣଙ୍କୁ ଗିରଫ କରିଛି। ନିଟ-ୟୁଜି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ଲାଗି ଗୁଜରାଟ ପଞ୍ଚମହଲ ଜିଲ୍ଲାର ଗୋଧ୍ରାସ୍ଥିତ ଜଲରାମ ସ୍କୁଲର ପ୍ରିନ୍ସପାଲ ଉଦ୍ଯମ କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା।

ଜିଲ୍ଲାପାଳଙ୍କ ଅଭିଯୋଗ କ୍ରମେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ସେପଟେ ପୁଣି କେତେକ ଛାତ୍ର ନିଟ ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିବା ସୂଚନା ମିଳିଛି। ତେଣେ କେରଳ ଥିରୁବନନ୍ତପୁରମରେ ନିଟ୍ ଅନିୟମିତତା ପ୍ରତିବାଦରେ କଂଗ୍ରେସ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି।

କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ, ଗୃହ ଅର୍ଥ ନିଜ ପାଖରେ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କ୍ୟାବିନେଟ ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି ରାଜ୍ୟ ସରକାର  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରଖିଛନ୍ତି  । ଦେଖନ୍ତୁ କାହାକୁ ମିଳିଲା କେଉଁ ବିଭାଗ ?

ମୋହନ ମାଝୀ- ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ
ସୂଚନା ଓ ଲୋକ ସଂପର୍କ, ଜଳସଂପଦ, ଯୋଜନା ଓ ସଂଯୋଜନ
କେଭି ସିଂହଦେଓ- କୃଷି, କୃଷକ କଲ୍ଯାଣ ଓ ଶକ୍ତି ବିଭାଗ
ପ୍ରଭାତୀ ପରିଡ଼ା- ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ଯଟନ
ସୁରେଶ ପୂଜାରୀ-ରାଜସ୍ବ ଓ ବିପର୍ଯ୍ଯୟ ପ୍ରଶମନ
ରବି ନାୟକ-ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ
ନିତ୍ଯାନନ୍ଦ ଗଣ୍ଡ-ସ୍କୁଲ ଓ ଗଣଶିକ୍ଷା
ST, SC ଉନ୍ନୟନ, ସଂଖ୍ଯାଲଘୁ ଏବଂ ଓବିସି କଲ୍ଯାଣ
ସାମାଜିକ ନ୍ଯାୟ, ଦିବ୍ଯାଙ୍ଗ ସଶକ୍ତିକରଣ
କୃଷ୍ଣଚନ୍ଦ୍ର ପାତ୍ର-ଖାଦ୍ଯ ଯୋଗାଣ, ଖାଉଟି କଲ୍ଯାଣ, ବିଜ୍ଞାନ ଓ ଟେକ୍ନୋଲଜି
ପୃଥ୍ବୀରାଜ ହରିଚନ୍ଦନ-ଆଇନ, ଅବକାରୀ, ପୂର୍ତ୍ତ
ମୁକେଶ ମହାଲିଙ୍ଗ-ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ
ସଂସଦୀୟ ବ୍ଯାପାର, ଇଲେକଟ୍ରୋନିକ୍ସ ଓ ଇନଫରମେଶନ ଟେକ୍ନୋଲଜି
ବିଭୁତି ଭୂଷଣ ଜେନା-ବାଣିଜ୍ଯ ଓ ପରିବହନ
ଇସ୍ପାତ ଓ ଖଣି
କୃଷ୍ଣଚନ୍ଦ୍ର ମହାପାତ୍ର- ହାଉସିଂ ଓ ନଗର ଉନ୍ନୟନ
ରାଷ୍ଟ୍ରାୟତ୍ତ ଉଦ୍ଯୋଗ

ସୂରଜ ସୂର୍ଯ୍ୟବଂଶୀ- ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର

ପ୍ରଦୀପ ବଳ ସାମନ୍ତ- ସମବାୟ, ବୟନଶିଳ୍ପ

ସମ୍ପଦ ସ୍ବାଇଁ- ଶିଳ୍ପ, ଦକ୍ଷତା ବିକାଶ ବିଭାଗ

ଗୋକୁଳାନନ୍ଦ ମଲ୍ଲିକ- ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, MSME

ଗଣେଷ ରାମ ଖୁଣ୍ଟିଆ- ଜଙ୍ଗଲ ପରିବେଶ, ପାଣିପାଗ ପରିବର୍ତ୍ତନ

ଶ୍ରୀମନ୍ଦିର ଚାରିଦ୍ବାରରେ ପ୍ରବେଶ ଯୋଗୁ ଅସମ୍ଭାଳ ସ୍ଥିତି, ଜେଟିପି ଶ୍ରଦ୍ଧାଳୁ ମୁହାଁମୁହିଁ

ପୁରୀ: ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼ । ଚାରିଦ୍ବାରରେ ପ୍ରବେଶ ଯୋଗୁ ଅସମ୍ଭାଳ ସ୍ଥିତି । ସେବାୟତଙ୍କ ରାସ୍ତା ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଶ୍ରଦ୍ଧାଳୁଙ୍କ ଉଦ୍ଯମ । ବାରଣ କରିବାରୁ ଜେଟିପିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆଜି ରଜ ସଂକ୍ରାନ୍ତି ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି ।

ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ରାସ୍ତା ଦେଇ ଭକ୍ତ ମାନେ ଯିବାକୁ ଉଦ୍ଯମ କରୁଥିଲେ । ଏହି ସମୟରେ ପୋଲିସ ଓ ଜେଟିପି ବାରଣ କରିଥିଲେ । ଫଳରେ ଶ୍ରଦ୍ଧାଳୁ ଓ ସୁରକ୍ଷାକର୍ମୀଙ୍କ ମଧ୍ଯରେ ବଚସା ହୋଇଥିଲା ।ଦେଖନ୍ତୁ କିଭଳି ଶ୍ରଦ୍ଧାଳୁ ଓ ଜେଟିପିଙ୍କ ମଧ୍ଯରେ ମୁହାଁମୁହିଁ ସ୍ଥିତି ଉପୁଜିଛି । କିଛି ଶ୍ରଦ୍ଧାଳୁ ଜେଟିପିଙ୍କ ଉପରକୁ ଆକ୍ରମଣ କରିଥିବା ନେଇ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି ।

ଏବେ ବି ଚାରିଦ୍ବାରରେ ଅସମ୍ଭବ ଭିଡ଼ ଲାଗିରହିଥିବା ବେଳେ ଭିତର ବେଢାରେ ଭକ୍ତମାନେ ନାନା ଅସୁବିଧା ଭୋଗୁଥିବା ଅଭିଯୋଗ କରିଆସୁଛନ୍ତି । ଚାରିଦ୍ବାର ଦେଇ ପ୍ରବେଶ କଲେ ବି ମନ୍ଦିର ଭିତର ବେଢାରେ ଭିଡ଼ ଯୋଗୁ ମହାପ୍ରଭୁଙ୍କ ଦର୍ଶନ ସହଜ ହେଉନଥିବା ଶ୍ରଦ୍ଧାଳୁ କହିଛନ୍ତି ।

ଖୋର୍ଦ୍ଧା ରୋଡ଼ ପ୍ଲାଟଫର୍ମ ଭିତରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ପ୍ଲାଟଫର୍ମ ଭିତରେ ଅଗ୍ନିକାଣ୍ଡ। ୩ ନମ୍ବର ପ୍ଲାଟଫର୍ମ ଭିତରେ ଥିବା ପୋଷ୍ଟ ଆଫିସରେ ଲାଗିଲା ନିଆଁ ।  ଅଗ୍ନିକାଣ୍ଡ ଯୋଗୁଁ ପୋଷ୍ଟ ଅଫିସରେ ଥିବା ଆସବାବ ପତ୍ର ଜଳି ଯାଇଛି। କମ୍ ସମୟ ମଧ୍ୟରେ ନିଆଁକୁ ଆୟତ କରାଯାଇଛି । ଏକ ବଡ ଧରଣର ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରୁ ରେଳ ଷ୍ଟେସନ ବର୍ତ୍ତି ଯାଇଛି।  ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥିବାର ଅନୁମାନ କରାଯାଉଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡର ନିର୍ଦ୍ଧିଷ୍ଟ କାରଣ ଜଣାପଡ଼ିନାହିଁ।

ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ। ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଆଇଜି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ ଅତିଥି ଭବନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ହୋଇଛି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ବିଭିନ୍ନ ଜିଲ୍ଲାର ଏସପି ବି ବୈଠକରେ ସାମିଲ ହୋଇଛନ୍ତି। ରାଜ୍ୟରେ ପୋଲିସର ସ୍ଥିତି, ଆଇନ ଶୃଙ୍ଖଳା ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି ବୋଲି ପୋଲିସ ଡିଜି କହିଛନ୍ତି । ଏହାସହ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର ବାବଦରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ ଡିଜି ସୌଜନ୍ୟମୂଳକ ସାକ୍ଷାତ କରିବା ବେଳେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହା ସହ ଆସନ୍ତା ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ଦେଶର ତିନୋଟି ଗୁରୁତ୍ୱପୂର୍ଣ ଆଇନ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ପୋଲିସ ଡିଜି । ଏତଲା ଦେବାକୁ ଥାନାକୁ ଆସୁଥିବା ଯେକୌଣସି ବ୍ୟକ୍ତି ଯେପରି ହାରାସ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କଇଁଛ ଚାଲାଣ ବେଳେ ୪ ଗିରଫ, ୧୭୬ କଇଁଛ ଉଦ୍ଧାର

ଉମରକୋଟ: କଇଁଛ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ୧୭୬ଟି ବିରଳ କଇଁଛ ଉଦ୍ଧାର ସହ ଚାରି ଜଣ ଗିରଫ । କଇଁଚ ଚୋରା ଚାଲାଣ ବେଳେ ଦୁଇ ବାଇକ ସହ ଚାରିଜଣ କଇଁଛ ଚୋରା ଚାଲାଣକାରୀକୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗ ।  ତେବେ କଇଁଛ ଗୁଡିକ କଳାହାଣ୍ଡି ଜିଲ୍ଲା ଗତମୁଣ୍ଡା ଠାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ୱାଇଲଡ ଲାଇଫ ଟିମ ଓ ପରା ଷ୍ଟାଫ ସହ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ପାଖାପାଖି  ୧୭୬ଟି ଜିଅନ୍ତା କଇଁଛ ଉଦ୍ଧାର କରିଥିଲେ ।  ଉଦ୍ଧାର କଇଁଛ ଗୁଡିକ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଥିବା ବେଳେ, ଚୋରାଚାଲାଣ କରୁଥିବା ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଗିରଫ ଚାରି ଜଣ କଳାହାଣ୍ଡି ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ଯୁଦ୍ଧ ବନ୍ଦ ଲାଗି ରୁଷିଆ ରାଷ୍ଟ୍ରପତି ପୁଟିନ ରଖିଲେ ସର୍ତ୍ତ

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ବନ୍ଦ ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରଖିଲେ ସର୍ତ୍ତ। ଯଦି ନାଟୋରେ ଯୋଗଦେବା ଲାଗି କରିଥିବା ଯୋଜନାକୁ ୟୁକ୍ରେନ ରଦ୍ଦ କରେ ତେବେ ରୁଷିଆ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରିବ। ଏହାସହ ୟୁକ୍ରେନର ଚାରିଟି ଅଧିକୃତ ଅଞ୍ଚଳରୁ ରୁଷିଆ ନିଜର ସୈନ୍ଯ ପ୍ରତ୍ଯାହାର କରିବ ବୋଲି କହିଛନ୍ତି ପୁଟିନ। ରୁଷିଆ ବୈଦେଶିକ ମନ୍ତ୍ରାଳୟରେ ଆୟୋଜିତ ବୈଠକରେ ଯୋଗଦେଇ ପୁଟିନ ଏହା କହିଛନ୍ତି। ସେ କହିଛନ୍ତି ଯଦି ୟୁକ୍ରେନ ଏହି ପ୍ରସ୍ତାବରେ ସମ୍ମତ ପ୍ରକାଶ କରେ ତେବେ ଅସ୍ତ୍ରବିରତି ପ୍ରସ୍ତାବ ସ୍ଥଗିତ ରଖିବା ବଦଳରେ ଚୂଡାନ୍ତ ଭାବେ ଏହାର ସମାଧନ ଲାଗି ରୁଷିଆ ପଦକ୍ଷେପ ନେବ। କାଳବିଳମ୍ବ ନ କରି କ୍ରେମଲିନ ଯୁଦ୍ଧର ସମାଧାନ ଲାଗି ବୁଝାମଣା ଦିଗରେ ଆଗ୍ରହୀ ହେବ। ଇଟାଲୀରେ ଆୟୋଜିତ ଜି-୭ ସମ୍ମିଳନୀ ଅବସରରେ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଲାଗି ସୁଇଜରଲ୍ଯାଣ୍ଡ ପକ୍ଷରୁ ଏକ ବୈଠକ ଆୟୋଜନ କରିବାକୁ ନେଇ ଏହି ପ୍ରତିକ୍ରିୟା ରଖିଛନ୍ତି ପୁଟିନ। ଏହି ପ୍ରସ୍ତାବିତ ବୈଠକ ଖୁବ ଶୀଘ୍ର ବସିବ ବୋଲି ସୂଚନା ମିଳିଛି।

ଯବାନଙ୍କ ଗୁଳିରେ ୮ ମାଓବାଦୀ ନିହତ

ମାଲକାନଗିରି: ମାଓବାଦୀଙ୍କ ବିରୋଧରେ ଯବାନଙ୍କ ବଡ଼ ପଦକ୍ଷେପ। ଦାନ୍ତେଓ୍ବାଡା ଜିଲ୍ଲା ନାରାୟଣପୁରରେ ଯବାନଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଡିଆରଜି ଏସଟିଏଫ ଓ ଆଇଟିବିପି ଯବାନଙ୍କ ମିଳିତ ଅପରେଶନରେ ୮ ଜଣ ମାଓବାଦୀ ନିହତ ହୋଇଛନ୍ତି। ଦୁଇ ଦିନ ହେଲା ଜାରି ରହିଛି ଗୁଳି ବିନିମୟ। ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।