spot_img
Home Blog Page 1937

ଆଜି ଘୋଷିତ ହେବ ଚଳିତ ବର୍ଷର ପ୍ରଥମ ଆର୍ଥିକ ନୀତି, ରେପୋ ରେଟରେ ହେବ କି ପରିବର୍ତ୍ତନ?

ନୂଆଦିଲ୍ଲୀ: ଆଜି ଘୋଷିତ ହେବ ଚଳିତ ବର୍ଷର ପ୍ରଥମ ଆର୍ଥିକ ନୀତି। ଭାରତୀୟ ରିଜର୍ଭ ବ୍ଯାଙ୍କର ଆର୍ଥିକ ନୀତି କମିଟି ବା ଏମପିସି ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚଳିତ ଏପ୍ରିଲରେ ରେପୋ ରେଟକୁ ୬ ଦଶମିକ ୫ରେ ଅପରିବର୍ତ୍ତିତ ରଖିପାରନ୍ତି ଆରବିଆଇ। ସାଧାରଣତଃ ରେପୋ ରେଟ୍ ବୃଦ୍ଧି ପାଇଲେ ସ୍ଥାୟୀ ଜମା ବା ଏଫଡି ସୁଧହାର ବଢିଥାଏ।

ସେହିପରି ରେପୋ ରେଟ୍ ହ୍ରାସ ପାଇଲେ ଏଫଡି ସୁଧହାର ହ୍ରାସ ପାଇଥାଏ। ଗତବର୍ଷ ଫେବୃଆରୀରୁ ଆରବିଆଇ ରେପୋ ରେଟକୁ ୬ ଦଶମିକ ୫ରେ ରଖିଛନ୍ତି ଅପରିବର୍ତ୍ତିତ। ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୨ରୁ ୬ ପ୍ରତିଶତରେ ସୀମିତ ରଖିବା ଲାଗି ରିଜର୍ଭ ବ୍ଯାଙ୍କ ଏହି ପଦକ୍ଷେପ ନେଇ ଆସଛନ୍ତି। ଏମପିସି ବୈଠକ ନେଇ ଗତ ଏପ୍ରିଲ ୩ ତାରିଖରୁ ବୈଠକ ବସିଥିଲା। ଚଳିତ ବର୍ଷ ଏପ୍ରିଲ ୩ରେ ଏମପିସି ବୈଠକ ବସିଥିବାବଳେ ଆସନ୍ତା ଜୁନ ୫ରୁ ୭, ଅଗଷ୍ଟ ୬ରୁ ୯, ଅକ୍ଟୋବର ୭ରୁ ୯, ଡିସେମ୍ବର ୪ରୁ ୬ ଏମପିସି ବୈଠକ ବସିବ।

ମହାପ୍ରଭୁଙ୍କୁ ଦର୍ଶନ କଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ

ପୁରୀ: ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ 5T ଓ ନବୀନ ଓଡ଼ିଶାର ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଭୋରରୁ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପାଣ୍ଡିଆନ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ଭିତର ବେଢା ପରିକ୍ରମା କରିଥିଲେ। ଉତ୍ତରଦ୍ୱାର ଦେଇ ଶ୍ରୀମନ୍ଦିରରୁ ବାହାରିବା ପରେ ତାଙ୍କୁ ଜନସାଧାରଣମାନେ ଅଭିବାଦନ ଜଣାଇଥିଲେ। ପରେ 5T ଅଧ୍ଯକ୍ଷ ଭୁବନେଶ୍ବର ପ୍ରତ୍ଯାବର୍ତ୍ତନ କରିଥିବା ନେଇ ସୂଚନା ମିଳିଛି।

ବଡମ୍ବା ବିଜେପିରେ ଗୋଷ୍ଠୀ କନ୍ଦଳ

ନନ୍ଦିଘୋଷ ବ୍ୟୁରୋ: ବଡମ୍ବା ବିଜେପିରେ ଗୋଷ୍ଠୀ କନ୍ଦଳ । ଗୋପାଳପୁର ନିକଟରେ ବିଜେପି ପ୍ରାର୍ଥୀ ସମ୍ବିତ ତ୍ରିପାଠୀଙ୍କ ଗାଡି ଅଟକାଇଲେ ଅସାମାଜିକ ବ୍ୟକ୍ତି । ଥାନାରେ ବିଜେପି କର୍ମୀଙ୍କ ନାଁରେ ଏତଲା ଦେଲେ ବିଜେପି ନେତା ସମ୍ବିତ ତ୍ରିପାଠୀ ।  ବଡମ୍ବା ନିର୍ବାଚନ ମଣ୍ଡଳୀରେ ବିଜେପି ଟିକେଟରୁ ଲଢ଼ିବେ ପୂର୍ବତନ ପ୍ରଶାସକ ସମ୍ବିତ ତ୍ରିପାଠୀ । ଆଜି ସମ୍ବିତ ନିର୍ବାଚନ ପ୍ରଚାରରେ ବାହାରି ଥିବା ବେଳେ ବଡମ୍ବା ଗୋପାଳପୁର ଛକ ନିକଟରେ ତାଙ୍କ ଗାଡି ପୂର୍ବତନ ବିଜେପି ନେତା ବିଜୟ ଦଳ ବେହେରାଙ୍କର ଗୋଷ୍ଠୀ ଅଟକାଇଥିବା ଅଭିଯୋଗ ହୋଇଛି । ଏପରିକି ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।  ଟିକେଟ ଫେରାଇବା ପାଇଁ ମଧ୍ୟ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ବଡମ୍ବା ଥାନାରେ ଏନେଇ ବିଜେପି ନେତା ସମ୍ବିତ ଏତଲା ଦେଇଛନ୍ତି । ପ୍ରତିବାଦରେ  ୧୦୦ରୁ ଅଧିକ ବିଜେପି କର୍ମୀ ଧାରଣାରେ ବସି ପ୍ରତିବାଦ କରିଛନ୍ତି। ବଡମ୍ବା ପୋଲିସ ଅଧିକ ତଦନ୍ତ ଚଳାଇଛି ।

ବିଆରଏସ ନେତ୍ରୀ କେ. କବିତା ନିରାଶ

ନନ୍ଦିଘୋଷ ବ୍ୟୁରୋ: ବିଆରଏସ ନେତ୍ରୀ କେ. କବିତା ନିରାଶ। ଅନ୍ତରୀଣ ଜାମିନ ପ୍ରସଙ୍ଗରେ କରିଥିବା ଆବେଦନ ସମ୍ପର୍କିତ ରାୟ ସଂରକ୍ଷିତ। ଆସନ୍ତା ଏପ୍ରିଲ ୮ରେ ହେବ ପରବର୍ତ୍ତୀ ଶୁଣାଣି। ଆଜି ଆବେଦନର ଶୁଣାଣି କରିଥିଲେ ଦିଲ୍ଲୀ ରାଉସ ଆଭେନ୍ଯୁ କୋର୍ଟ । କବିତାଙ୍କ ଲାଗି ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଗଭି। ଆସନ୍ତା ଏପ୍ରିଲ ୧୬ରେ ପୁଅଙ୍କର ପରୀକ୍ଷା ଥିବାରୁ ତାଙ୍କୁ ଅନ୍ତରୀଣ ଜାମିନରେ ଯିବା ଲାଗି ଅନୁମତି ଦିଆଯାଉ ବୋଲି ଆବେଦନ କରିଥିଲେ। ଦିଲ୍ଲୀ ମଦନୀତି ମାମଲାରେ କବିତାଙ୍କୁ ଏପ୍ରିଲ 9ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଥିଲେ ସ୍ବତନ୍ତ୍ର ଜଜ କାବେରୀ ବାଓ୍ବେଜା । ପୂର୍ବରୁ ମାର୍ଚ୍ଚ ୨୨ରେ କବିତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଗତ ମାର୍ଚ୍ଚ ୧୫ ତାରିଖରେ ମଦନୀତି ମାମଲାରେ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଣ୍ଡୋସ୍ପିରିଟି କମ୍ପାନୀ ଜରିଆରେ ଏହି କିକବ୍ଯାକ ଗ୍ରହଣ କରାଯାଇଥିଲା ଏବଂ କିକବ୍ଯାକ ଅର୍ଥରୁ ୧୦୦ କୋଟି ଟଙ୍କା ଆପ୍ ନେତାଙ୍କ ନିକଟକୁ ଯାଇଥିଲା ବୋଲି ଇଡି ଅଭିଯୋଗ କରିଛି । ବର୍ତ୍ତମାନ ତିହାର ଜେଲରେ ୧୪ ଦିନି ବିଚାର ବିଭାଗୀୟ ହେପାଜତରେ ଅଛନ୍ତି କବିତା ।

ଟ୍ରକ ପଛକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ

ଭୁବନ: ଟ୍ରକ ପଛକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । କୋଇଲା ଟ୍ରକ୍ ଡ୍ରାଇଭର ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ  ଗଡନୃଷିଂହ ପ୍ରସାଦ ଛକରେ ଠିଆ ହୋଇଥିବା ଏକ ଟ୍ରକକୁ ଗୋଟିଏ କୋଇଲା ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା ।   ଖବର ପାଇ ଘଟଣା ସ୍ଥଳରେ ଭୁବନ ଦମକଳ ବାହୀନି ପହଞ୍ଚି ଗୁରୁତର ଅବସ୍ଥାରେ କୋଇଲା ବୋଝେଇ ଟ୍ରକ ଡ଼୍ରାଇଭର ସୈଳେନ୍ଦ୍ର ଯାଦବଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି କରାଯାଇଥିଲା । ପରେ ତାଙ୍କୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୈଳେନ୍ଦ୍ରଙ୍କ ଘର ବିହାର ଜିଲ୍ଲାରେ ବୋଲି ଜଣାଇଛନ୍ତି ।

ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରୁ ୭ ଦିନର ଶିଶୁ ପୁତ୍ର ଚୋରି ଅଭିଯୋଗ

ବାଲେଶ୍ବର: ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି। ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ୭ ଦିନର ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାଲିଆପାଳ ଆଠବାଟିଆ ଅଞ୍ଚଳର ଶୁସାନ୍ତ ବାରିକଙ୍କ ସ୍ତ୍ରୀ ଜିଲ୍ଲା ମେଡିକାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଜଣ୍ଡିସ ଚିକିତ୍ସା ଚାଲିଥିବା ବେଳେ ପ୍ରସୂତୀ ବିଭାଗର ବେଡରୁ ଏକ ନବଜାତ ଶିଶୁ ପୁତ୍ରକୁ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି । ମେଡିକାଲର ମୁଖ୍ୟ ଚିକିତ୍ସାଳୟରେ ସଦର ଏସଡିପିଓ ଗାୟତ୍ରୀ ନାୟକ ପହଁଚି ତଦନ୍ତ କରୁଥିବା ବେଳେ ନବଜାତ ଶିଶୁ ପୁତ୍ରର କୌଣସି ସନ୍ଧାନ ମିଳିପାରି ନାହିଁ ।

ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବିଜେପି ଦଳରେ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ବିଧାୟକ ପ୍ରାର୍ଥୀ ଘୋଷଣା ପରେ ବିଜେପି ଦଳରେ ଅସନ୍ତୋଷ। ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଦେଖାଦେଇଛି ବିଜେପି କର୍ମୀ ଅସନ୍ତୋଷ। ବିଧାୟକ ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନଙ୍କ ନାମରେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ଆଣିଲେ ବିଜେପି କର୍ମୀ । କେନ୍ଦ୍ର ସରକାରଙ୍କ ଦିନ୍ ଦୟାଲ୍ ଉପାଧ୍ୟାୟ ଯୋଜନାରେ ଲୋକମାନଙ୍କୁ ଅନ୍ତର୍ଭୁକ୍ତ କରି ବିଦ୍ୟୁତ ଡିଜିଟାଲ ମିଟର ଟେଣ୍ଡର ଦେବା ନାଁରେ ସାଧାରଣ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।  କନ୍ଧମାଳ ଦଙ୍ଗାରେ ଗିରଫ ହୋଇଥିବା ଲୋକମାନଙ୍କୁ ମଧ୍ୟ ବେଲ୍ କରିଦେବା ନାରେ  ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଏବଂ ଡିପ୍ଲୋମା ଇଞ୍ଜିନୟରିଙ୍ଗ୍ କଲେଜରେ ମାଗଣାରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ଆଶା ଦେଖାଇ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀ। । ଯଦି ମାନଗୋବିନ୍ଦ ପ୍ରଧାନଙ୍କ ଟିକେଟ ଖାରଜ ନ କରାଯାଏ ତେବେ ଆମେ ଦଳ ଛାଡ଼ିବୁ ବୋଲି ଚତାବନୀ ଦେଇଛନ୍ତି ବିଜେପି କର୍ମୀ ଓ କୃଷକ ମୋର୍ଚା ସଦସ୍ୟ ।

କେନ୍ଦ୍ର ସରକାରଙ୍କୁ ଘାରିଛି ଟିକସ ଆଦାୟ ନିଶା

ଭୁବନେଶ୍ବର: କେତେବେଳେ ଖାଦ୍ୟସାମଗ୍ରୀ ଦର ତ କେତେବେଳେ ପେଟ୍ରୋଲ, ଡିଜେଲ । ଦର ବଢିବା ଛଡ଼ା କମୁନି । ମହଙ୍ଗା ବଜାରରେ ନିଜ ସଂସାର ଚଳାଇବାକୁ ଲୋକେ ବାଧ୍ୟ ହେଉଛନ୍ତି । ଲୋକଙ୍କୁ କ୍ରୟଶକ୍ତି କମୁଥିଲେ ବି ଦେଶ ଆଗଉଛି ବୋଲି କେନ୍ଦ୍ର ସରକାର  ସ୍ଲୋଗାନ୍ ମାଧ୍ଯମରେ ଦେଖାଉଛନ୍ତି ଗୋଲାପୀ ଚିତ୍ର। ବିଗତ ୧୦ ବର୍ଷ ଭିତରେ ଦେଶରେ ମହଙ୍ଗା ସ୍ଥିତି ଏପରି ରେକର୍ଡ ସ୍ତରକୁ ଯାଇଛି ଯାହା ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରରେ ଦେଖିବାକୁ ମିଳେନି ।

ଥିଲା କଣ ? ହୋଇଛି କଣ ? ମହରଗରେ ସନ୍ତୁଳି ହେଉଛନ୍ତି ଲୋକେ । କେନ୍ଦ୍ର ସରକାରଙ୍କୁ ଘାରିଛି ଟିକସ ଆଦାୟ ନିଶା । ସେପଟେ ମହଙ୍ଗା ବଜାରରେ ବଢିଛି ଲୋକଙ୍କ ଦୁର୍ଦ୍ଦଶା । ଯେତେ ରୋଜଗାର କଲେ ବି ଲୋକଙ୍କୁ ଅଣ୍ଟୁନି । କେନ୍ଦ୍ର ସରକାରଙ୍କ ବିଗତ ୧୦ ବର୍ଷର ଏପରି ହିସାବ ଆଙ୍କିଛନ୍ତି ସମୀକ୍ଷକ । ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଉଚ୍ଚା ରହିଛି । ୨୦୧୪ ମସିହା ଏପ୍ରିଲ ୨ ତାରିଖରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୫ ଡଲାର ଥିବାବେଳେ ଭାରତରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର ଯଥାକ୍ରମେ ୭୨ ଓ ୫୫ ଟଙ୍କା ଥିଲା । ୨୦୨୪ ଏପ୍ରିଲ ୩ ବେଳକୁ ଅଶୋଧିତ ତୈଳ ଦର ୮୯ ଡଲାର ରହିଛି । ହେଲେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ରହିଛି ୧୦୧ ଟଙ୍କା ୦୬ ପଇସା ଓ ଡିଜେଲ ରହିଛି ୯୨ ଟଙ୍କା ୬୪ ପଇସା । ୨୦୧୪ରେ ପେଟ୍ରୋଲ ୯ ଟଙ୍କା ୪୮ ଓ ଡିଜେଲ ଉପରେ ୩ ଟଙ୍କା ୫୬ ପଇସା ଉତ୍ପାଦ ଶୁଳ୍କ ଲାଗୁଥିଲା । ସେହିବର୍ଷ ନୂଆ ସରକାର ଆସିବା ପରେ ଉତ୍ପାଦ ଶୁଳ୍କ ୪ଗୁଣି ବଢାଇଲେ । ୨୦୨୧ ପର୍ଯ୍ୟନ୍ତ ପେଟ୍ରୋଲ ୩୨ ଟଙ୍କା ୯୦ ଓ ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସା ଉତ୍ପାଦ ଶୁଳ୍କ ଲାଗୁଥିଲା । ଏବେ ତାହା କମିଲେ ବି କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୯ ଟଙ୍କା ୯୦ ପଇସା ଓ ଡିଜେଲ ଉପରେ ୧୫ ଟଙ୍କା ୮୦ ପଇସା ଉତ୍ପାଦ ଶୁଳ୍କ ନେଉଛନ୍ତି ।

ଅଭିଯୋଗ ହୋଇଛି ଦେଶରେ ଖାଦ୍ୟ ଦର ଏତେ ମହଙ୍ଗା ଯେ ସବୁ ବର୍ଗର ଲୋକେ ପ୍ରଭାବିତ ହେଉଛନ୍ତି । ମହଙ୍ଗା ସ୍ଥିତି ବିଶ୍ବର ଅନ୍ୟ ରାଷ୍ଟ୍ରରେ ବି ଦେଖିବାକୁ ମିଳୁଛି । କିନ୍ତୁ ଭାରତ ପରି ନୁହେଁ । ଅନ୍ୟରାଷ୍ଟ୍ରରେ ମହଙ୍ଗା ହାର ମାତ୍ର ୨ ପ୍ରତିଶତ ରହିଥିବାବେଳେ ଦେଶର ମୁଦ୍ରାସ୍ଫୀତି ୭ ପ୍ରତିଶତ । ବିଗତ ୧୦ ବର୍ଷରେ ଲୋକଙ୍କ ଅବସ୍ଥା ହୋଇଛି ଶୋଚନୀୟ । ଭାରତ ଏଲପିଜି ଗ୍ୟାସ ଦର ବିଶ୍ବର ସବୁଠୁ ଉଚ୍ଚାରେ ରହିଛି ।  ଉଚ୍ଚା ପେଟ୍ରୋଲ ଦର ଯୋଗୁ ଭାରତ ତୃତୀୟ ସ୍ଥାନରେ ଥିବାବେଳେ ଡିଜେଲ ଦର ପାଇଁ ଅଷ୍ଟମ ସ୍ଥାନରେ ରହିଛି ।

ତୈଲ ଦରବୃଦ୍ଧି ପ୍ରଭାବରେ ପରିବହନ ଖର୍ଚ୍ଚ ବଢିଛି । ଯେଉଁଥିପାଇଁ ବଜାର ସ୍ଥିତି ସଂଗୀନ । ଏହାସହିତ କେନ୍ଦ୍ର ସରକାର କର୍ପୋରେଟ୍ ସଂସ୍ଥାଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେବାରୁ ବଜାର ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । କେବଳ ସରକାରୀ ରାଜକୋଷ ଭରିବା ଯଦି ଉଦ୍ଦେଶ୍ୟ ହୁଏ, ତାହେଲେ ଲୋକଙ୍କ ପାଇଁ ଜନକଲ୍ୟାଣକାରୀ ରାଷ୍ଟ୍ର ଆଭିମୁଖ୍ୟ କୋଉଠି ରହିଲା ?

 

ବିଜେଡିରେ ସାମିଲ ହେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ନୟାଗଡ଼: ରଣପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମଣିନାଗ ମନ୍ଦିରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିର ପୁରୀ ସାଂସଦ ପାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପାର୍ଥୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ଏଥର ବି ଡବଲ୍ ଶଙ୍ଖ ପାଇଁ ଆହ୍ବାନ ଦେଇଥିଲେ । ସାଂସଦ ପ୍ରାର୍ଥୀ ଅରୂପ କହିଥିଲେ, ରାଜନୀତି ସହ ସେବା ମୋ ଜୀବନର ଲକ୍ଷ୍ଯ । କରୋନା ସମୟରେ ଓଡ଼ିଶା ମୋ ପରିବାର ମାଧ୍ଯମରେ ସେ ଓଡ଼ିଶାବାସୀଙ୍କ ସେବା କରିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ରଣପୁର ନିର୍ବାଚନ ମଣ୍ଡଳୀ ପ୍ରତି ରହିଛି । ସବୁବେଳେ ବିକାଶକୁ ଗୁରୁତ୍ଵ ଦେଇଛନ୍ତି ରାଜ୍ଯ ସରକାର । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳ ବେହେରା , ପୌର ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ ସଭାନେତ୍ରୀ କ୍ରିଷ୍ଣା ଦାଶଙ୍କ ସମେତ ହଜାର ହଜାର କର୍ମୀ ଉପସ୍ଥିତ ରହିଥିଲେ ।

ଖରାରେ ସିଝୁଛି ସାରା ଓଡିଶା

ଭୁବନେଶ୍ବର: ଖରାରେ ସିଝୁଛି ସାରା ଓଡିଶା। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ  ତାତିରୁ ନାହିଁ ନିସ୍ତାର।ଯାହାକୁ ନଜରରେ ରଖି ହିଟୱେଭ୍ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ରାଜ୍ୟରେ ଜାରି ରହିବ ଉଷ୍ମ ରାତିର ସ୍ଥିତି। ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆଦ୍ରତା ରହୁଛି। ଏନେଇ ଉଷ୍ମ ଓ ଆଦ୍ର ସ୍ଥିତି ୩ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। କେଉଁଝର,ଅନୁଗୁଳ, ବୌଦ୍ଧ,ନୟାଗଡ଼, ବଲାଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଉଷ୍ମ ରାତିର ସ୍ଥିତିକୁ ନେଇ  ବଲାଙ୍ଗୀର, ବୌଦ୍ଧ, ଭଦ୍ରକ୍, କଂଧମାଳ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଛୋଟପିଲା, ବୟସ୍କ, ରୋଗାକ୍ରାନ୍ତ ଓ ଗର୍ଭବତୀ ମହିଳାଙ୍କୁ ଖରାକୁ ବାରଣ କରାଯାଇଛି। ଅନ୍ୟପଟେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ସୃଷ୍ଟି ହେଉଥିବା ନିମ୍ନ ଚାପରେଖା ପ୍ରଭାବରେ ୬, ୭, ୮ ଓ ୯ ତାରିଖରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ମନୋରମା ମହାନ୍ତି କହିଛନ୍ତି।