spot_img
Home Blog Page 1920

୨ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କଲେ ବାଚସ୍ପତି

ଭୁବନେଶ୍ୱର: ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ରଦ୍ଦ ହେଲା ସଭ୍ୟ ପଦ। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଛି ନିର୍ଦ୍ଦେଶାବଳୀ। ଦୁଇ ବିଧାୟକଙ୍କ ବିରୋଧରେ ମାର୍ଚ୍ଚ ୧୮ରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ପିଟିସନ ଆଧାରରେ ମାର୍ଚ୍ଚ ୧୯ରେ ଦୁଇ ବିଧାୟକଙ୍କୁ ମଗାଯାଇଥିଲା ସ୍ପଷ୍ଟୀକରଣ।

ତେବେ ପିଟିସନର କୌଣସି ଉତ୍ତର ରଖିନଥିଲେ ଅରବିନ୍ଦ ଓ ପ୍ରେମାନନ୍ଦ। ଦୁଇ ବିଧାୟକଙ୍କୁ ଅପ୍ରେଲ ୧୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅପ୍ରେଲ ୨ ତାରିଖରେ ବାଚସ୍ପତି ଚିଠି କରିଥିଲେ। ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିଲେନି ଦୁଇ ବିଧାୟକ। ଫଳରେ ସରକାରୀ ମୁଖ୍ୟ ସଚେତକଙ୍କ ପିଟିସନ ଆଧାରରେ ଦୁଇ ବିଧାୟକ ନିଜ ଆଡୁ ବିଜେଡି ଛାଡିଥିବା ସ୍ପଷ୍ଟ ହୋଇଛି।

https://youtu.be/7Hgj-Xx9uJ4

୨୦୧୯ରେ ଅରବିନ୍ଦ ଢାଲି ବିଜେଡି ଟିକେଟରେ ଜୟଦେବ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ପ୍ରେମାନନ୍ଦ ନାୟକ ତେଲକୋଇ ଆସନରୁ ଜିତିଥିଲେ। ନିଜ ଆଡୁ ବିଜେଡି ଛାଡିବାରୁ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ସରକାରୀ ମୁଖ୍ୟ ସଚେତକ ପିଟିସନ ଦାଖଲ କରିଥିଲେ। ସଭ୍ୟ ପଦ ରଦ୍ଦ ହେବା ପରେ ଜୟଦେବ ଓ ତେଲକୋଇ ଆସନ ଖାଲି ପଡିଲା। ସମ୍ବିଧାନର ଦଶମ ପରିଚ୍ଛେଦ ଓ ଓଡିଶା ବିଧାନସଭାର ଦଳବଦଳ ଆଇନ ଆଧାରରେ ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି।

ସୁଧ ଟଙ୍କା ପାଇଁ ସଂଘର୍ଷ, ଉଭୟ ଗୋଷ୍ଠୀ ମଧ୍ୟରେ ବୋମାମାଡ

ଭୁବନେଶ୍ୱର: ପୁଣି ଅଶାନ୍ତ ପଦ୍ମକେଶରୀପୁର। ରାଜଧାନୀ ସ୍ଥିତ ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର ଅଞ୍ଚଳରେ ଅଞ୍ଚଳରେ ହୋଇଛି ବୋମାମାଡ। ସୁଧ ଟଙ୍କା କାରବାରକୁ ନେଇ ଏହି ବୋମାମାଡ ହୋଇଥିବା ଜଣାପଡିଛି। ଗାଁର ଉଭୟ ଗୋଷ୍ଠୀ ମଧ୍ୟରେ ବୋମାମାଡ ସହିତ ପଥରମାଡ ହୋଇଛି।

ସ୍ଥାନୀୟ ଅଞ୍ଚଳରେ ଏବେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସୁଧ ଟଙ୍କା ଆଦାୟ କରିବାକୁ ନେଇ ଏହି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ଗତବର୍ଷ ଅକ୍ଟୋବରରେ ମଧ୍ୟ ସମାନ ଘଟଣା ଘଟିଥିଲା। ସୁଧ ଟଙ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ହିଂସା ଦେଖାଦେଇଥିଲା। ପରେ ପୋଲିସ ୭୭ଜଣ ପୁରୁଷ ଏବଂ ୫୦ ମହିଳାଙ୍କୁ ଗିରଫ କରିଥିଲା ପୋଲିସ।

ତେବେ ଆଗକୁ ନିର୍ବାଚନ ଥିବା ବେଳେ ଏଭଳି ଗୋଷ୍ଠୀ ସଂଘର୍ଷ ଘଟଣାକୁ ବେଶ ଗୁରୁତର ସହ ନେଇଛି ପୋଲିସ। ୧୦ ଜଣଙ୍କୁ ଏହି ଘଟଣାରେ ଅଟକ ରଖିଛି ମଞ୍ଚେଶ୍ୱର ଥାନା ପୋଲିସ।

ଇସ୍ରାଏଲ-ହମାସ ମଧ୍ୟରେ ପୁଣି ସଂଘର୍ଷ ତେଜିଲା, ଏୟାରଷ୍ଟ୍ରାଇକରେ ହମାସ ମୁଖ୍ୟଙ୍କ ୩ ପୁଅଙ୍କ ମୃତ୍ୟୁ

ଜେରୁଜେଲମ: ଇସ୍ରାଏଲ-ହମାସ ମଧ୍ୟରେ ପୁଣି ସଂଘର୍ଷ ତେଜିଲା। ଆକ୍ରମଣରେ ଆତଙ୍କୀ ସଂଗଠନ ହମାସ ମୁଖ୍ୟ ଇସମାଇଲ୍ ହାନିୟେଙ୍କ ୩ ପୁଅଙ୍କ ମୃତ୍ଯୁ ଘଟିଛି। ଇସ୍ରାଏଲ ସେନା ଆକ୍ରମଣରେ ନିହତ ହୋଇନ୍ତି ହମାସ ମୁଖ୍ୟ ହାନିୟେଙ୍କ ୩ ପୁଅ। ଜେରୁଜେଲମର ଅଲ ଆକସା ମସଜିଦ ଯିବା ବାଟରେ ତାଙ୍କ କାର ଉପରେ ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ସେନା। ଏଥିରେ ହାନିୟେଙ୍କ ୩ ପୁଅ ହାଜେମ, ଆମିର ଏବଂ ମହମ୍ମଦଙ୍କ ମୃତ୍ଯୁ ଘଟିଛି। ଏହାସହ ହାନିୟେଙ୍କ ୨ ନାତିଙ୍କର ମଧ୍ୟ ମୃତ୍ଯୁ ହୋଇଛି। ଅନ୍ୟ ଜଣେ ନାତି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହମାସ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେପଟେ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ଯରେ ଇସ୍ରାଏଲ ଯିବେ ଭାରତର ୬ହଜାରରୁ ଅଧିକ ନିର୍ମାଣ ଶ୍ରମିକ। ବ୍ୟାପକ ଶ୍ରମିକ ଅଭାବ ଦୃଷ୍ଟିରୁ ଭାରତୀୟ ଶ୍ରମିକଙ୍କ ଉପରେ ଭରସା ରଖିଛି ଇସ୍ରାଏଲ। ଶ୍ରମିକଙ୍କୁ ପଠାଇବା ଲାଗି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରାଳୟ ଓ ଗୃହ ନିର୍ମାଣ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସରକାର। ଏନେଇ ମିଳିତ ନିଷ୍ପତ୍ତି ନିଆଯାଇଛି।

ଇସ୍ରାଏଲର ବିଭିନ୍ନ କ୍ଷେତ୍ରରେ ନିର୍ମାଣ ଶ୍ରମିକଙ୍କ ଅଭାବ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି। ଇସ୍ରାଏଲରେ କାମ କରିବା ଲାଗି ପ୍ରାୟ ୮୦ ହଜାର ପାଲେଷ୍ଟିନୀୟ ଓ ୧୭ ହଜାର ୱେଷ୍ଟବ୍ଯାଙ୍କବାସୀ ଇସ୍ରାଏଲ ଆସିଥାନ୍ତି। ମାତ୍ର ଯୁଦ୍ଧ ପରେ ସେମାନଙ୍କ ଚୁକ୍ତି ଅବଧି ହଟାଇଦିଆଯାଇଥିବାରୁ ଏହି ସମସ୍ଯା ଉପୁଜିଛି। ଚଳିତ ଏପ୍ରିଲ ମଧ୍ୟଭାଗରେ ୮୫୦ ଶ୍ରମିକ ଇସ୍ରାଏଲ ଯିବେ ବୋଲି ସୂଚନା ମିଳିଛି।

ଜେଲରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ଵାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଜେଲରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ଵାସ୍ଥ୍ୟାବସ୍ଥା। କେଜରିୱାଲଙ୍କ ସୁଗର ଲେଭେଲ ସାମାନ୍ୟ ଠାରୁ ଢେର ଅଧିକ ବଢିଥିବା ଜଣାପଡିଛି। ମଧୁମେହରେ ଆକ୍ରାନ୍ତ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ବ୍ଲଡ୍ ସୁଗର ପରିମାଣ ୧୬୦ ରେକର୍ଡ ହୋଇଛି।  ପୂର୍ବରୁ ତାଙ୍କର ଏହି ସୁଗର ଲେଭେଲ୍ ସାମାନ୍ୟ ଥିଲା। ଜେଲ ଯିବା ପରଠାରୁ କେଜରିୱାଲଙ୍କ ସ୍ଵାସ୍ଥାବସ୍ଥାରେ ଅବନ୍ନତି ଘଟିଛି। କେଜରିୱାଲଙ୍କ ଓଜନ ମଧ୍ୟ ବଢିଥିବା ଜଣାପଡିଛି।

ଜେଲ ଯିବା ପୂର୍ବରୁ ୬୪ କେଜି ଥିବାବେଳେ ଏବେ ଆଉ ଗୋଟିଏ କେଜି ଓଜନ ବଢିଥିବା ଜଣାପଡିଛି। ମୋଟାମୋଟି ଭାବେ ଜଣେ ବ୍ଯକ୍ତିଙ୍କ ବ୍ଲଡ୍ ସୁଗର ଲେଭେଲ୍ ୭୦ରୁ ୧୦୦ ମଧ୍ୟରେ ରହିଲେ ଏହା ସାମାନ୍ୟ ବୋଲି ଧରାଯାଇଥାଏ। ତେବେ କେଜରିୱାଲଙ୍କ ରକ୍ତରେ ଶର୍କରା ପରିମାଣ ୧୬୦ ମପାଯାଇଛି। ହେଲଥ୍ ବୁଲେଟିନ ଅନୁସାରେ ଏହି ସୁଗର ଲେଭେଲ୍ ବୃଦ୍ଧି ପାଇଛି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି କରିଥିବା ଆବେଦନ ଖାରଜ କରିଛନ୍ତି ଅଦାଲତ। ବାରମ୍ବାର ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଥିଲେ ମଧ୍ୟ ପୁଣି ଆବେଦନ ରୁଜୁ ହୋଇଥିଲା। ଏଥିଲାଗି ପ୍ରସଙ୍ଗରେ ତୃତୀୟ ଆବେଦନକାରୀ ତଥା ଆମ ଆଦମି ପାର୍ଟିର ପୂର୍ବତନ ମନ୍ତ୍ରୀ ତଥା ନେତା ସନ୍ଦୀପ କୁମାରଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି।

ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ: ପୁରୀରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ସେ ପୁରୀ ଆସିଥିବା ବେଳେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।ଶ୍ରୀମନ୍ଦିରରେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ରହିଥିବା ବେଳେ ଭିତର ବେଢା ପରିକ୍ରମା କରିଥିଲେ।

ପରେ ସେ ଶ୍ରୀମନ୍ଦିରରୁ ବାହାରିବା ସହ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି। ବାହାରିବା ବେଳେ ବହୁ ଜନସାଧାରଣ ତାଙ୍କୁ ଅଭିବାଦନ ପ୍ରଦାନ କରିଥିବା ବେଳେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ସାଙ୍ଗରେ ରହିଥିବା ନଜରକୁ ଆସିଛି।

ଆଜି ପବିତ୍ର ଇଦ୍ ଉଲ ଫିତର; ସମୂହ ନମାଜ ପାଠ କରୁଛନ୍ତି ମୁସଲମାନ ଭାଇଭଉଣୀ

ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍ ଉଲ ଫିତର। ସାରା ଭାରତରେ ଆଜି ଇଦ୍ ଉତ୍ସବ ପାଳନ ହେଉଛି। ରମଜାନ ମାସ ପୂରଣ ହେବା ପରେ ଆଜି ଇଦ ପାଳନ କରୁଛନ୍ତି ଇସଲାମ ଭାଇଭଉଣୀ। ମସଜିଦରେ ଇସଲାମ ଧର୍ମାବଲମ୍ବୀଙ୍କ ଗହଳି ଲାଗିଛି। ସମୂହ ନମାଜ ପାଠ କରୁଛନ୍ତି ମୁସଲମାନ ଭାଇଭଉଣୀ। ମାସେ ଧରି ରମଜାନ ପାଳନ ପରେ ତ୍ୟାଗର ଏହି ପର୍ବ ପାଳନ କରୁଛନ୍ତି ଇସଲାମ ଧର୍ମାବଲମ୍ବୀ।

ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଉଛନ୍ତି। ଓଡ଼ିଶାରେ ମଧ୍ୟ ବିଭିନ୍ନ ମସଜିଦରେ ଇଦ୍ ପାଳନ କରାଯାଉଛି। ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ। ମୁସଲମାନ ଭାଇଭଉଣୀମାନେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ର ଶୁଭେଚ୍ଛା ଜଣାଇଛନ୍ତି ।

ରାଜଧାନୀ ଭୁବନେଶ୍ଵର ଓ ଭାଇଚାରାର ସହର କଟକରେ ବିଭିନ୍ନ ସମ୍ପ୍ରଦାୟର ଲୋକ ମିଳିତ ଭାବରେ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି। ସହରର ଦରଘାରେ ନମାଜ ପାଠ ସହ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଉଛନ୍ତି। ବଳିଦାନର ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ କମିଶନରେଟ ପୋଲିସ ଓ ସିଏମସି, ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଘୋଷଣା, କେଉଁମାନେ ସ୍ଥାନ ପାଇଲେ ଜାଣନ୍ତୁ ?

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଘୋଷଣା। ୫୯ ଜଣିଆ ପ୍ରଚାର କମିଟି ଘୋଷଣା କଲା ଏଆଇସିସି। କଂଗ୍ରେସ ସାଧାରଣ ସମ୍ପାଦକ କେସି. ଭେଣୁଗୋପାଳ ଏହି ପ୍ରଚାର କମିଟିକୁ ଅନୁମୋଦନ କରିଛନ୍ତି। ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ନେତୃତ୍ଵରେ ଏହି ପ୍ରଚାର କମିଟି ଗଠନ କରାଯାଇଛି। ନବଜ୍ୟୋଜିତ ପଟ୍ଟନାୟକଙ୍କୁ ପ୍ରଚାର କମିଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେହିପରି ସୁଧାଂଶୁ ଶେଖର ଦେଓ ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଚାର କମିଟିରେ ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, କେପି ସିଂହଦେଓ, ନିରଂଜନ ପଟ୍ଟନାୟକ, କାହ୍ନୁ ଚରଣ ଲେଙ୍କା, ଶ୍ରୀକାନ୍ତ ଜେନା, ଗିରିଧର ଗମାଙ୍ଗ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରସାଦ ହରିଚନ୍ଦନ, ପଞ୍ଚାନନ କାନୁନଗୋ, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ, ସପ୍ତଗିରି ଉଲାକା, ବିଜୟ କୁମାର ପଟ୍ଟନାୟକଙ୍କ ସହ ଅନ୍ୟ ପ୍ରମୁଖ ନେତା ଅଛନ୍ତି।

ଶାହାରୁଖ ଖାନଙ୍କ ବାପାଙ୍କୁ ପ୍ରତ୍ୟାଖାନ କରିଥିଲେ ଭୋଟର

ନନ୍ଦିଘୋଷ ବ୍ୟୁରୋ : ବଲିଉଡର ‘କିଙ୍ଗ ଖାନ’ଙ୍କ ଘର ପାକିସ୍ତାନର ପେଶୱାରରେ । ବିଭାଜନ ପରେ ଶାହାରୁଖ ଖାନଙ୍କ ପରିବାର ଆସି ଦିଲ୍ଲୀରେ ରହିଥିଲେ। ଶାହାରୁଖଙ୍କ ଅଭିନୟ ପାଇଁ କୋଟି କୋଟି ଲୋକ ପାଗଳ କିନ୍ତୁ ଏମିତି ଏକ ସମୟରେ ବହୁତ କମ ଲୋକ ତାଙ୍କ ପରିବାରକୁ ଜାଣିଥିଲେ | ହଁ, ଶାହାରୁଖ ଖାନଙ୍କ ବାପା ସେତେବେଳେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସ୍ୱାଧୀନତା ପରେ ତାହା ଥିଲା ଦ୍ୱିତୀୟ ସାଧାରଣ ନିର୍ବାଚନ । ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମ ଲୋକସଭା ଆସନରୁ ଶାହାରୁଖଙ୍କ ବାପା ମୀର ତାଜ ମହମ୍ମଦ ଖାନ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଚଳଚ୍ଚିତ୍ର ତାରକାଙ୍କ ଲୋକପ୍ରିୟତାର ଫାଇଦା ପାଇଁ ପାର୍ଟିମାନେ ଖୁସିରେ ସେମାନଙ୍କୁ ଟିକେଟ ଦିଅନ୍ତି, କିନ୍ତୁ ସେତେବେଳେ ରାଜନୀତିଠାରୁ ଦୂରରେ ଥିବା ଶାହାରୁଖଙ୍କ ବାପାଙ୍କୁ ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା |  ସେତେବେଳେ ଗୁରୁଗ୍ରାମ ଆସନ ହରିୟାଣା ନୁହେଁ ପଞ୍ଜାବ ଅଧୀନରେ ଆସୁଥିଲା । ତତ୍କାଳୀନ ଗୁରୁଗାଓଁ ଲୋକସଭା ଆସନରୁ କେବଳ ତିନିଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। କଂଗ୍ରେସ ଟିକେଟରେ ଅବୁଲ କଲାମ ଆଜାଦ ଥିବାବେଳେ ମଲଚାନ୍ଦ ଭାରତୀୟ ଜନତା ସଂଗଠନରେ ଛିଡା ହୋଇଥିଲେ। ସ୍ୱାଧୀନ ପ୍ରାର୍ଥୀ ଭାବରେ ତାଜ ମହମ୍ମଦ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ୱାଧୀନତା ସଂଗ୍ରାମୀ ତାଜ ମହମ୍ମଦ ଖାନ ଗୋଟିଏ ବି ଭୋଟ୍ ପାଇ ନାହାଁନ୍ତି। ହଁ, ସେ କଂଗ୍ରେସ ସହ ଜଡିତ ଥିଲେ ମଧ୍ୟ ଟିକେଟ ପାଇ ନଥିଲେ। ଯେତେବେଳେ ଲୋକସଭା ନିର୍ବାଚନର ଫଳାଫଳ ଆସିଲା ସେତେବେଳେ ସେ କୌଣସି ଭୋଟ୍ ପାଇନଥିଲେ ।

୧୯୫୭ ଲୋକସଭା ନିର୍ବାଚନରେ ​​ନେହେରୁଙ୍କ ଲହର ଥିଲା । କଂଗ୍ରେସର ଅବୁଲ କଲାମ ଆଜାଦ ୧.୯୧ ଲକ୍ଷ ଭୋଟ୍ ଏବଂ ଜନ ସଂଗଠନର ପ୍ରତିଦ୍ୱନ୍ଦ୍ୱୀ ମଲଚାନ୍ଦ ୯୫ ହଜାର ଭୋଟ୍ ପାଇଥିଲେ। ତାଜ ମହମ୍ମଦ ଗୋଟିଏ ଭୋଟ୍ ନ ପାଇବା ସମସ୍ତଙ୍କ ଅାଶ୍ଚର୍ଯ୍ୟ କରିଥିଲା । ତେବେ ଅବୁଲ କଲାମଙ୍କ ମୃତ୍ୟୁ ପରେ ୧୯୫୮ରେ ଉପ-ନିର୍ବାଚନ ହେବାକୁ ପଡିଲା । ତା’ପରେ ଆର୍ଯ୍ୟ ସମାଜ ନେତା ପ୍ରକାଶଭୀର ଶାସ୍ତ୍ରୀ ଏଠାରୁ ଜିତିଥିଲେ। ସେତେବେଳେ ହରିୟାଣା ଅଞ୍ଚଳରେ ଆର୍ଯ୍ୟ ସମାଜଙ୍କର ଅନେକ ପ୍ରଭାବ ପଡିଥିଲା । ଯଦି ଆମେ ଆଜିର ସମୟକୁ ଦେଖିବା, ତେବେ କଙ୍ଗନା ରାନାୱତ, ଶତୃଘ୍ନ ସିହ୍ନା, ରବି କିଶନ, ମନୋଜ ତିୱାରୀଙ୍କ ପରି ଅନେକ ଚଳଚ୍ଚିତ୍ର ତାରକା ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଜ୍ଞାପନ ଜରିଆରେ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ ମାମଲା। ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ସେମାନଙ୍କ କ୍ଷମା ପ୍ରାର୍ଥନାକୁ ଅଦାଲତ କରିଛନ୍ତି ଅଗ୍ରାହ୍ଯ। ଜାଣିଶୁଣି, ମନଇଚ୍ଛା ଓ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ନେଇ ଦୁହିଁଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ହିମା କୋଲି ଓ ଜଷ୍ଟିସ ଅସନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ଏହି ସବୁ ଘଟଣାରେ ଦୋଷୀମାନେ ଦଣ୍ଡପାଇବା ଜରୁରୀ। ଆମକୁ କେହି ଦୃଷ୍ଟିହୀନ ବନାଇପାରିବେ ନାହିଁ। ପତଞ୍ଜଳି ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ- ଲୋକମାନେ ଜୀବନରେ ଏପରି ଭୁଲ କରିଦେଇଥାନ୍ତି। ଏହାର ଜବାବରେ ପତଞ୍ଜଳି ଉପରେ ବର୍ଷିଥିଲେ କୋର୍ଟ। ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ଉତ୍ତର ରଖିଲେ କେନ୍ଦ୍ର ସରକାର। ଆୟୁସ୍ କିମ୍ବା ଆଲୋପାଥିକ ଔଷଧ ମଧ୍ଯରୁ କେଉଁଟିକୁ ବାଛିବେ ତାହା ଜଣେ ବ୍ଯକ୍ତିଙ୍କର ନିଜସ୍ବ ଇଚ୍ଛା। ଏନେଇ ଲୋକଙ୍କୁ ପ୍ରଭାବିତ କରିବା ଅନୁଚିତ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି କେନ୍ଦ୍ର ସରକାର। ପତଞ୍ଜଳି ଆୟୁର୍ବେଦ ଓ ଏହାର ପ୍ରତିଷ୍ଠାତା ତଥା ଯୋଗଗୁରୁ ରାମଦେବ ଓ ତାଙ୍କ ସହଯୋଗୀ ବାଲକ୍ରିଷ୍ଣାଙ୍କ ବିରୋଧରେ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।

ଆଜି ମାମଲାର ଶୁଣାଣି ବେଳେ କୋର୍ଟରେ ହାଜର ହୋଇଥିଲେ ବାବା ରାମଦେବ। ଲୋକଙ୍କୁ ବିଜ୍ଞାପନ ଜରିଆରେ ବିଭ୍ରାନ୍ତ କରୁଥିବା ଅଭିଯୋଗ କ୍ରମେ ଯୋଗଗୁରୁଙ୍କୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ଅଦାଲତ। ଏହା ସହ ଉପଯୁକ୍ତ ସତ୍ଯପାଠ ଦାଖଲ କରି ନଥିବାରୁ ରାମଦେବ ଓ ବାଲକ୍ରିଷ୍ଣାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ଅଦାଲତ। ସେପଟେ ପତଞ୍ଜଳି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। କହିଛନ୍ତି- ଏସବୁ ଦିଗରେ କେନ୍ଦ୍ର ସରକାର କିପରି ଆଖି ବନ୍ଦ କରି ବସିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ତଥାକଥିତ ମ୍ଯାଜିକ ମେଡିସିନଗୁଡିକର ବିଜ୍ଞାପନ ବିରୋଧରେ ପଦକ୍ଷେପ ନେବା ଲାଗି ରାଜ୍ଯଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡରୁ କୋରୋନିଲ ଔଷଧ ଉପଶମ ଦେଉଥିବା ନେଇ ପତଞ୍ଜଳି ପକ୍ଷରୁ ଯେଉ ବିଜ୍ଞାପନ ପ୍ରକାଶ କରାଯାଉଥିଲା ତାହାକୁ ସ୍ଥଗିତ କରିବା ଲାଗି ନିର୍ଦ୍ଦେଶ ଦେଇଛି ଆୟୁଷ ମନ୍ତ୍ରାଳୟ। ରାମଦେବ ଓ ବାଲକ୍ରିଷ୍ଣାଙ୍କ ସମ୍ପର୍କରେ ଆସନ୍ତା ଏପ୍ରିଲ ୧୬ରେ ରାୟ ଆସିବ ବୋଲି କହିଛନ୍ତି ଅଦାଲତ।

ମନ୍ତ୍ରୀ ପଦ ସହ ଆମ ଆଦମୀ ପାର୍ଟି ଛାଡିଲେ ରାଜକୁମାର

ନୂଆଦିଲ୍ଲୀ : ଦିଲ୍ଲୀ ମନ୍ତ୍ରୀ ପଦ ଛାଡିଲେ ରାଜକୁମାର ଆନନ୍ଦ। କେଜରିୱାଲ ସରକାରଙ୍କ ମନ୍ତ୍ରୀ ପଦ ସହ ଆମ ଆଦମୀ ପାର୍ଟି ଛାଡିଛନ୍ତି ରାଜକୁମାର। ଆପର ପ୍ରାଥମିକ ସଦସ୍ୟ ପଦରୁ ସେ  ଇସ୍ତଫା ଦେଇଛନ୍ତି। ଦିଲ୍ଲୀ ସରକାରରେ ସମାଜ ମଙ୍ଗଳ ମନ୍ତ୍ରୀ ଥିଲେ ରାଜକୁମାର।  ଦଳରେ ଦୁର୍ନୀତି ପ୍ରସଙ୍ଗ ନେଇ ରାଜକୁମାର ଆନନ୍ଦ ଦଳ ଛାଡ଼ିଥିବା ସେ କହିଛନ୍ତି। ଦଳରେ ଦଳିତ ବିଧାୟକ ଓ ମନ୍ତ୍ରୀଙ୍କର କୌଣସି ସମ୍ମାନ ନାହିଁ ବୋଲି ଅଭିଯୋଗ କରିଛନ୍ତି ରାଜକୁମାର ଆନନ୍ଦ। ଦଳିତ ନେତାଙ୍କୁ ପ୍ରମୁଖ ପଦରେ ସ୍ଥାନ ଦିଆଯାଉନାହିଁ। ଦଳରେ ସେମାନଙ୍କର କୌଣସି ସମ୍ମାନ ନାହିଁ ବୋଲି କହିଛନ୍ତି। ଆମ ଆଦମୀ ପାର୍ଟିର ଜନ୍ମ ଭ୍ରଷ୍ଟାଚାର ବିରୋଧରେ ହୋଇଥିଲା। ତେବେ ଏବେ ଆମ ଆଦମୀ ପାର୍ଟି ନିଜେ ଦୁର୍ନୀତିର କାଦୁଅରେ ଫସି ଯାଇଛି ବୋଲି କହିଛନ୍ତି ରାଜକୁମାର। ଏଭଳି ସ୍ଥିତିରେ ମନ୍ତ୍ରୀପଦରେ ରହି ମୋ ପାଇଁ କାମ କରିବା ଅସମ୍ଭବ ବୋଲି ସେ କହିଛନ୍ତି।