spot_img
Home Blog Page 1919

ସମ୍ବିତ ପାତ୍ରଙ୍କ ବିରୋଧରେ ରାଜରାସ୍ତାରେ ପ୍ରତିବାଦ କଲେ କଂଗ୍ରେସ କର୍ମୀ

ଭୁବନେଶ୍ୱର : ପ୍ରଭୁ ଜଗନ୍ନାଥଙ୍କୁ ନେଇ ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଅପମାନସୂଚକ ମନ୍ତବ୍ୟ ନେଇ କଂଗ୍ରେସର ତୀବ୍ର ପ୍ରତିକ୍ରିୟା। ରାଜଧାନୀ ଭୁବନେଶ୍ଵରର  ରାଜରାସ୍ତାକୁ ଆସି ପ୍ରତିବାଦ କରିଥିଲେ କଂଗ୍ରେସ କର୍ମୀ। ସମ୍ବିତ ପାତ୍ର ହାୟ ହାୟ ନାରା ଦେବା ସହ ଓଡ଼ିଶା ଛାଡ଼ିବାକୁ ଦାବି କରିଛନ୍ତି। ବିଜେପି ନେତା ସମ୍ବିତ ପାତ୍ର ମୁର୍ଦ୍ଦାବାଦ ନାରା ଦେଇଥିଲେ। ଭଗବାନଙ୍କ ପ୍ରତି ଏଭଳି ଅପମାନସୂଚକ ମନ୍ତବ୍ୟ ନିନ୍ଦନୀୟ ବୋଲି କହିଥିଲୋ। ଓଡ଼ିଆ ଜାତିକୁ ଅପମାନ ଦେଇଥିବା ସମ୍ବିତ ପାତ୍ରଙ୍କୁ ବିରୋଧ କରି ନାରାବାଜି କରିଥିଲେ କଂଗ୍ରେସ କର୍ମୀ। ଘଟଣା ଅନୁସାରେ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଆଜି ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଏଭଳି ଅହଂକାରର କଥା କହିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ବଡ଼ଦାଣ୍ଡରେ ଛିଡ଼ା ହୋଇ ଗଣମାଧ୍ଯମକୁ ସମ୍ବିତ ଦେଇଥିବା ଏଭଳି ଅରୁଚିକର ପ୍ରତିକ୍ରିୟା ଆଜି ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ସାରା ରାଜ୍ଯରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏମତିରେ ଚଳିତ ନିର୍ବାଚନରେ ଲଢେଇ ପୂର୍ବରୁ ବିଜେପି ପ୍ରସଙ୍ଗହୀନ ହୋଇ ପଡିଛି।

ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ଆରମ୍ଭ କରିଥିବା ବିଜେପି ନିଜ ଜାଲରେ ନିଜେ ଫସିବା ପରେ ଶେଷରେ ବାଧ୍ଯ ହୋଇ ଧର୍ମ ଓ ଠାକୁରଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛି। କେତେବେଳେ କନ୍ଧମାଳ ଦଙ୍ଗା କଥା ତ କେତେବେଳେ ରାମ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁଣି କେତେବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ ତଥ୍ଯ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ୍ ରାଜନୀତି କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି। ଶାସକ ଦଳ ବିଜେଡିର ଲୋକପ୍ରିୟତାକୁ ଦେଖି ନିରାଶ ହୋଇ ପଡିଥିବା ବିଜେପି ଏବେ ଅନ୍ଯ ରାଜ୍ଯ ଭଳି ଶାନ୍ତିପ୍ରିୟ ଓଡ଼ିଶାର ଲୋକଙ୍କୁ ଧର୍ମର ଅଫିମ ଖୁଆଇ ଗୁମରାହ କରିବାକୁ ଅପଚେଷ୍ଟା କରୁଛି।

ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନେଇ ଦୃଢ ନିନ୍ଦା କଲେ ଅରବିନ୍ଦ କେଜ୍ରିୱାଲ

ନନ୍ଦିଘୋଷ ବ୍ୟୁରୋ : ସମ୍ବିତପାତ୍ରଙ୍କ ବିବୃତ୍ତିକୁ ନେଇ ସାମ୍ନାକୁ ଆସିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ପ୍ରତିକ୍ରିୟା । ସୋସିଆଲ ମେଡିଆ ଏକ୍ସରେ କେଜ୍ରିୱାଲ ଲେଖିଛନ୍ତି ବିଜେପି ନେତାଙ୍କର ଏହି ବିବୃତ୍ତିକୁ ମୁଁ ତିବ୍ର ନିନ୍ଦା କରୁଛି । ବିଜେପି ଲୋକ ନିୁଜକୁ ଭଗବାନଙ୍କ ଉପରେ ବୋଲି ଭାବିବା ଆରମ୍ଭ କଲେଣି । ଏହା ତାଙ୍କର ଅହଙ୍କାରର ପରିଚୟ । ମହାପ୍ରଭୁଙ୍କୁ ମୋଦିଙ୍କ ଭକ୍ତ କହିବା ଠାକୁରଙ୍କ ପ୍ରତି ଘୋର ଅପମାନ । ସୂଚନା ଅନୁସାରେ ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଆଜି ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଏଭଳି ଅହଂକାରର କଥା କହିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ବଡ଼ଦାଣ୍ଡରେ ଛିଡ଼ା ହୋଇ ଗଣମାଧ୍ଯମକୁ ସମ୍ବିତ ଦେଇଥିବା ଏଭଳି ଅରୁଚିକର ପ୍ରତିକ୍ରିୟା ଆଜି ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ସାରା ରାଜ୍ଯରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏମତିରେ ଚଳିତ ନିର୍ବାଚନରେ ଲଢେଇ ପୂର୍ବରୁ ବିଜେପି ପ୍ରସଙ୍ଗହୀନ ହୋଇ ପଡିଛି। ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ଆରମ୍ଭ କରିଥିବା ବିଜେପି ନିଜ ଜାଲରେ ନିଜେ ଫସିବା ପରେ ଶେଷରେ ବାଧ୍ଯ ହୋଇ ଧର୍ମ ଓ ଠାକୁରଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛି।

କେତେବେଳେ କନ୍ଧମାଳ ଦଙ୍ଗା କଥା ତ କେତେବେଳେ ରାମ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁଣି କେତେବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ ତଥ୍ଯ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ୍ ରାଜନୀତି କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି। ଶାସକ ଦଳ ବିଜେଡିର ଲୋକପ୍ରିୟତାକୁ ଦେଖି ନିରାଶ ହୋଇ ପଡିଥିବା ବିଜେପି ଏବେ ଅନ୍ଯ ରାଜ୍ଯ ଭଳି ଶାନ୍ତିପ୍ରିୟ ଓଡ଼ିଶାର ଲୋକଙ୍କୁ ଧର୍ମର ଅଫିମ ଖୁଆଇ ଗୁମରାହ କରିବାକୁ ଅପଚେଷ୍ଟା କରୁଛି। ତେଣୁ ପ୍ରଚାର ସଭାରେ ରାଜ୍ଯ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ଯନ୍ତ ଧର୍ମ ଓ ଭଗବାନଙ୍କୁ ନେଇ ନାନା ମିଛ ଗପ ଶୁଣାଇ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଗତ ନିର୍ବାଚନରେ ଜଗନ୍ନାଥଙ୍କ ମୂର୍ତ୍ତିକୁ କାଖେଇ ମୁଣ୍ଡେଇ ନାଟକ କରିଥିଲେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଯାହାକୁ ନେଇ ସାରା ଓଡିଶାରେ ତମ୍ବିତୋଫାନ ହୋଇଥିଲା। ଏଥର ସୀମା ପାର୍ କରି ଯାଇଛନ୍ତି ସମ୍ବିତ।

 

୧ମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ୨ୟ ପର୍ଯ୍ୟାୟ ବହୁତ ଭଲ କରିବ ବିଜେଡି : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ। ବିଜେଡି ସରକାରଙ୍କ କାମ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁ ବିଜେଡି ଆଶାତୀତ ସଫଳତା ଲାଭ କରିବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେଡି ସୁଇପ କରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁରରେ ହୋଇଥିବା ରୋଡ ଶୋରୁ ଜଣାପଡିଛି ନବୀନ ପଟ୍ଟନାୟକ କେତେ ଲୋକପ୍ରିୟ। ସମ୍ବଲପୁରରେ ବି ବିଜେଡିକୁ ଆଶାତୀତ ସଫଳତା ମିଳିବ ବୋଲି କହିଛନ୍ତି ପାଣ୍ଡିଆନ।

ଶେଷ ହେଲା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର : ଶେଷ ହେଲା ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଅଳ୍ପ କିଛି ସ୍ଥାନରେ ମତଦାନକୁ ନେଇ ବାଧ୍ୟା ସୃଷ୍ଟି ହୋଇଥିଲା । ଆପାତତ୍ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଆଜି ମତଦାନ ହୋଇଛି । ମତଦାନ ସମ୍ବନ୍ଧରତେ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପ୍ରତିଶତ କମ ରହିଛି । ତାଙ୍କ ସୂଚନା ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ ହୋଇଛି । ଏହି କ୍ରମରେ ବରଗଡରେ ୬୬.୧୪ ପ୍ରତିଶତ, ବଲାଙ୍ଗୀରରେ ୬୧.୩୫ ପ୍ରତିଶତ ମତଦାନ ହୋଇଛି । ଆସ୍କା ୫୫.୬୫ ପ୍ରତିଶତ, କନ୍ଧମାଳରେ ୫୭.୪୬ ପ୍ରତିଶତ, ସୁନ୍ଦରଗଡ ୬୧.୫୩ ପ୍ରତିଶତ ମତଦାନ ହୋଇଛି । ହେଲେ ଭଞ୍ଜନଗରରେ ସନ୍ଧ୍ୟା ୫ଟା ସୁଦ୍ଧା ୫୦ ପ୍ରତିଶତରୁ କମ୍ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସ୍ୟଜୀବୀଙ୍କୁ ଏସଆରସିଙ୍କ ସତର୍କ ସୂଚନା

ଭୁବନେଶ୍ୱର : ହେବ କି ବାତ୍ୟା ! ଏନେଇ କଣ କହୁଛି ପାଣିପାଗ କେନ୍ଦ୍ର ? ୨୨ ତାରିଖରେ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହ ୨୪ ତାରିଖରେ ନେଇପାରେ ଅବପାତର ରୂପ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ୨୩ ରୁ ବଙ୍ଗୋପସାଗରର କେନ୍ଦ୍ରୀୟ ଉପସାଗରରେ ଏବଂ ୨୪ ରୁ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ୨୩ ପୂର୍ବରୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଆଗାମୀ ୫ ଦିନ ରାଜ୍ୟରେ ରହିବ କାଳବୈଶାଖୀର ପ୍ରଭାବ । ୨୨, ୨୩ ଓ ୨୪ରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ପ୍ରଭାବରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର ବେଗରେ ମଧ୍ୟ ପବନ ବହିପାରେ । ତେଣୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନିନ୍ଦାକଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର ତାଙ୍କୁ ଅନ୍ୟ ଜଣେ ମନୁଷ୍ୟର ଭକ୍ତ କହିବା ମହାପ୍ରଭୁଙ୍କ ପ୍ରତି ସବୁଠୁ ବଡ଼ ଅପମାନ । ଏହା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତ ଓ ଓଡ଼ିଆ ମାନଙ୍କ ଭାବାବେଗ ଓ ବିଶ୍ୱାସକୁ କ୍ଷତାକ୍ତ କରିଛି । ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଅସ୍ମିତାର ସବୁଠାରୁ ବଡ଼ ପ୍ରତିକ । ମହାପ୍ରଭୁଙ୍କୁ ଅନ୍ୟଜଣେ ମଣିଷର ଭକ୍ତ ବୋଲି କହିବା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ । ମୁଁ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀଙ୍କ ଏପରି ମନ୍ତବ୍ୟକୁ ଦୃଢ ନିନ୍ଦା କରୁଛି ଓ ମହାପ୍ରଭୁଙ୍କୁ ରାଜନୀତିରୁ ଉର୍ଦ୍ଧ୍ୱରେ ରଖିବାକୁ ବିଜେପିକୁ ଅପିଲ କରୁଛି । ଏହା କରି ଆପଣ ଓଡ଼ିଆ ଅସ୍ମିତାକୁ ଗଭିର ଭାବରେ ଆଘାତ ପହଞ୍ଚାଇଛନ୍ତି । ଯାହା ଓଡ଼ିଶାବାସୀ ଦୀର୍ଘଦିନ ପାଇଁ ମନେ ରଖିବେ ଆଉ ନିନ୍ଦା କରିବେ ।

ଇଭିଏମରେ ସିଲ୍ ହେଲା ଏକାଧିକ ହେଭିୱେଟ୍ ନେତାଙ୍କ ଭାଗ୍ୟ

ନନ୍ଦିଘୋଷ ବ୍ୟୁରୋ : ଇଭିଏମରେ ସିଲ୍ ହୋଇଛି ରାହୁଲ ଗାନ୍ଧି, ରାଜନାଥ ସିଂହ, ପୀୟୂଷ ଗୋଏଲ, ସୃତି ଇରାନି, ଚିରାଗ ପାଶ୍ଵାନ, ଓମାର ଅବଦୁଲ୍ଲାଙ୍କ ପରି ହେଭିୱେଟଙ୍କ ଭାଗ୍ଯ । ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ଯାୟରେ ଆଜି ୪୯ ଟି ଲୋକସଭା ଆସନରେ ଆଜି ମତଦାନ ହୋଇଥିଲା। ମହାରାଷ୍ଟ୍ରର ୧୩, ଉତ୍ତର ପ୍ରଦେଶର ୧୪, ପଶ୍ଚିମବଙ୍ଗ ୭ଟି, ଓଡ଼ିଶା ଓ ବିହାରର ୫ଟି ଲେଖାଏଁ ଆସନ ଅଛି। ମଇଦାନରେ ଥିଲେ ୬୯୫ ପ୍ରାର୍ଥୀ, ସେମାନଙ୍କ ମଧ୍ଯରୁ ୮୨ ଜଣ ମହିଳା।

ଏହି ପର୍ଯ୍ଯାୟ ଉପରେ ବିଜେପି ଓ କଂଗ୍ରେସ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ।  …

ମୁମ୍ବାଇରେ ମଧ୍ଯ ଆଜି ଭୋଟ ହୋଇଥିବାରୁ ବହୁ ସେଲିବ୍ରିଟି ବୁଥକୁ ଆସି ମତଦାନ କରିଛନ୍ତି। ସେମାନଙ୍କ ମଧ୍ଯରେ ଅଛନ୍ତି ବଲିଉଡ ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କର ପୁରା ପରିବାର। ଧର୍ମେନ୍ଦ୍ର-ହେମାମାଳିନୀ, ଅନୁପମ୍ ଖେର, ଅନୀଲ କପୁର, ସନି ଦେଓଲ, ଅକ୍ଷୟ କୁମାର, ମନୋଜ ବାଜପେୟୀ, ଫରହାନ ଅଖତର, ରଣବୀର ସିଂହ-ଦୀପିକା ଯୋଡ଼ି, ସୈଫ ଅଲୀ ଖାନ- କରୀନା କପୁର, ଟାଇଗର୍ ଶ୍ରଫ୍ ପ୍ରମୁଖ। ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନି, କୁମାର ମଙ୍ଗଲମ ବିର୍ଲା, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ଯ ଆଜି ଭୋଟ ଦେଇଛନ୍ତି।

ସମ୍ବିତ ପାତ୍ରଙ୍କ ବୟାନ, ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ

ପୁରୀ : ଜଗନ୍ନାଥ ହେଉଛନ୍ତି ମୋଦିଙ୍କ ଭକ୍ତ। ଆଜି ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଏଭଳି ଅହଂକାରର କଥା କହିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ବଡ଼ଦାଣ୍ଡରେ ଛିଡ଼ା ହୋଇ ଗଣମାଧ୍ଯମକୁ ସମ୍ବିତ ଦେଇଥିବା ଏଭଳି ଅରୁଚିକର ପ୍ରତିକ୍ରିୟା ଆଜି ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ଦେଇଛି। ସାରା ରାଜ୍ଯରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏମତିରେ ଚଳିତ ନିର୍ବାଚନରେ ଲଢେଇ ପୂର୍ବରୁ ବିଜେପି ପ୍ରସଙ୍ଗହୀନ ହୋଇ ପଡିଛି। ଓଡ଼ିଆ ଅସ୍ମିତାକୁ ନେଇ ଲଢେଇ ଆରମ୍ଭ କରିଥିବା ବିଜେପି ନିଜ ଜାଲରେ ନିଜେ ଫସିବା ପରେ ଶେଷରେ ବାଧ୍ଯ ହୋଇ ଧର୍ମ ଓ ଠାକୁରଙ୍କୁ ନେଇ ରାଜନୀତି ଆରମ୍ଭ କରି ଦେଇଛି। କେତେବେଳେ କନ୍ଧମାଳ ଦଙ୍ଗା କଥା ତ କେତେବେଳେ ରାମ ମନ୍ଦିର, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁଣି କେତେବେଳେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମିଛ ତଥ୍ଯ ଯୋଡି ଲୋକଙ୍କୁ ବିଭ୍ରାନ୍ତ କରି ଭୋଟ୍ ରାଜନୀତି କରିବାକୁ ହୀନ ଉଦ୍ଯମ ଚଳାଇ ଆସିଛି। ଶାସକ ଦଳ ବିଜେଡିର ଲୋକପ୍ରିୟତାକୁ ଦେଖି ନିରାଶ ହୋଇ ପଡିଥିବା ବିଜେପି ଏବେ ଅନ୍ଯ ରାଜ୍ଯ ଭଳି ଶାନ୍ତିପ୍ରିୟ ଓଡ଼ିଶାର ଲୋକଙ୍କୁ ଧର୍ମର ଅଫିମ ଖୁଆଇ ଗୁମରାହ କରିବାକୁ ଅପଚେଷ୍ଟା କରୁଛି। ତେଣୁ ପ୍ରଚାର ସଭାରେ ରାଜ୍ଯ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ଯନ୍ତ ଧର୍ମ ଓ ଭଗବାନଙ୍କୁ ନେଇ ନାନା ମିଛ ଗପ ଶୁଣାଇ ଭୋଟରଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଗତ ନିର୍ବାଚନରେ ଜଗନ୍ନାଥଙ୍କ ମୂର୍ତ୍ତିକୁ କାଖେଇ ମୁଣ୍ଡେଇ ନାଟକ କରିଥିଲେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ଯାହାକୁ ନେଇ ସାରା ଓଡିଶାରେ ତମ୍ବିତୋଫାନ ହୋଇଥିଲା। ଏଥର ସୀମା ପାର୍ କରି ଯାଇଛନ୍ତି ସମ୍ବିତ।

ଭୋଟରେ ହାରିବାର ଚାପ କି ହେଉ କି ତାଳୁ ଫାଟି ଯିବା ଭଳି ଖରା, ଏଥିରେ ବୋଧହୁଏ ପୁରୀର ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସନ୍ତୁଳନ ବିଗିଡ଼ି ଯାଇଛି। ନ ହେଲେ ତାଙ୍କର ଏତେ ଅହଙ୍କାର ହୁଅନ୍ତାନି। ସେ ଆଜି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ କୁଆଡ଼େ ମୋଦିଙ୍କ ଭକ୍ତ। ସାରା ଜଗତ ଯାହାର ଭକ୍ତ, ସେହି ଜଗନ୍ନାଥ ମୋଦିଙ୍କର ଭକ୍ତ !!! … ଏହା କହିବାକୁ ଆପଣଙ୍କ ଜିଭ କେମିତି ଲେଉଟିଲା ବୋଲି ଓଡ଼ିଶାବାସୀ ପ୍ରଶ୍ନ କରିଛନ୍ତି । ଏତେ ଅହଙ୍କାର କଣ ପାଇଁ। ସମ୍ବିତ ପାତ୍ର ବୋଧହୁଏ ଜାଣନ୍ତି ନାହିଁ, ପୁରୀ ବଡ଼ଦାଣ୍ଡରେ କାଳିଆର ନନ୍ଦିଘୋଷ ଚାଲେ, କାହାରି ଅହଙ୍କାର ରଥ ଗଡ଼ି ପାରେ ନାହିଁ। ଏମିତି କେତେ ନେତା ଯାଇଛନ୍ତି, ଆସିଛନ୍ତି । ଯିଏ ଅହଙ୍କାର କରିଛି, ସେ ମାଟି କାମୁଡି ପଡ଼ିଛି। ଅନ୍ଯ ରାଜ୍ଯର କୌଣସି ନେତା କହିଥିଲେ, ଅଲଗା କଥା। ଜଗନ୍ନାଥଙ୍କୁ ଭଲ ଭାବେ ଜାଣନ୍ତି ନାହିଁ କହି କ୍ଷମା କରାଯାଇପାରିଥାନ୍ତା। କିନ୍ତୁ ଏହି ପବିତ୍ର ଜଗନ୍ନାଥ ମାଟିରେ ଜନ୍ମ ହୋଇ, ଓଡ଼ିଆଙ୍କ ଆରାଧ୍ଯଙ୍କୁ ଏମିତି କେମିତି କହିପାରିଲେ ସମ୍ବିତ ପାତ୍ର। ବିଜେପିର ଏହି ନେତା ଓ ତାଙ୍କ ଦଳ ପୁଣି ଓଡ଼ିଆ ଅସ୍ମିତାର କଥା କହନ୍ତି। ଏହା କଣ ଆପଣଙ୍କ ଓଡ଼ିଆ ଅସ୍ମିତାର ପରିଭାଷା, ଓଡ଼ିଆଙ୍କ ମଉଡ଼ମଣି ଜଗନ୍ନାଥଙ୍କୁ ମୋଦିଙ୍କ ଭକ୍ତ କହିବା କଣ ଆପଣଙ୍କ ଅସ୍ମିତାର ସଂଜ୍ଞା। ସମ୍ବିତ ପାତ୍ରଙ୍କ ଏହି ମହାପାପ ପାଇଁ ତାଙ୍କ ଦଳ ବିଜେପି ଓଡ଼ିଆଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଛନ୍ତି ଜଗନ୍ନାଥଙ୍କ ଭକ୍ତ ।

 

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, ଗାଜା ଯୁଦ୍ଧ ଉପରେ ପ୍ରଭାବ କ’ଣ ପଡ଼ିବ ?

ନନ୍ଦିଘୋଷ ବ୍ୟୁରୋ : ମଧ୍ୟ ପୂର୍ବର ଅବସ୍ଥା ଦିନକୁ ଦିନ ବିଗିଡି ଯାଉଛି। ସାତ ମାସରୁ ଅଧିକ ସମୟ ଧରି ଗାଜାରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି ଏବଂ ସିରିଆରେ ଇରାନ ଦୂତାବାସ ଆକ୍ରମଣ ପରେ ଇରାନ ଏବଂ ଇସ୍ରାଏଲ ମଧ୍ୟ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି। ଇରାନ ଗଣମାଧ୍ୟମ ରିପୋର୍ଟ କରିଛି ଯେ ରବିବାର ଦିନ ଆଜେରବାଇଜାନ ସୀମାରୁ ଫେରୁଥିବା ବେଳେ ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ରଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଇରାନରେ ଶୋକ ଘୋଷଣା କରାଯାଇଛି ଏବଂ ଇରାନର ଏଜେନ୍ସିମାନେ ଦୁର୍ଘଟଣାର କାରଣ ଖୋଜୁଛନ୍ତି । ଇରାନ ପୂର୍ବରୁ ପାଶ୍ଚାତ୍ୟ ପ୍ରତିବନ୍ଧକ ତଥା ଦେଶରେ ମହିଳାଙ୍କ ଅଧିକାରକୁ ବିରୋଧ କରିଆସୁଛି। ଏହା ବ୍ୟତୀତ ବର୍ତ୍ତମାନ ଇରାନର ରାଷ୍ଟ୍ରପତି ପଦବୀ ଖାଲି । ଇରାନର ବ୍ୟକ୍ତିଗତ ତଥା ବାହ୍ୟ ରାଜନୀତିରେ ସଙ୍କଟ ସୃଷ୍ଟି କରିପାରେ। ଯଦିଓ, ରଇସିଙ୍କ ସ୍ଥାନରେ ଉପରାଷ୍ଟ୍ରପତି ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ।

ଗାଜା ଯୁଦ୍ଧ ଉପରେ ଏହାର ପ୍ରଭାବ ହେବ?

ଏହା ସବୁଠୁ ବଡକଥା ଯେ, ଗାଜା ଯୁଦ୍ଧ ଆରମ୍ଭରୁ ରାଷ୍ଟ୍ରପତି ରଇସି ଇସ୍ରାଏଲକୁ ବିରୋଧ କରୁଥିଲେ। ଆନ୍ତର୍ଜାତୀୟ ଫୋରମରେ ଏବଂ ଗାଜାରେ ଇସ୍ରାଏଲକୁ ଘେରି ରହିବା ପାଇଁ ଇରାନ ପାଲେଷ୍ଟାଇନକୁ ସବୁ କ୍ଷେତ୍ରରେ ସମର୍ଥନ କରିଛି। ବର୍ତ୍ତମାନ ଇସ୍ରାଏଲର ସେନା ଗାଜାର ଶେଷ ସହର ରାଫାରେ ପହଞ୍ଚିଛି। ଏଭଳି ସମୟରେ ଇରାନର ରାଷ୍ଟ୍ରପତିଙ୍କ ମୃତ୍ୟୁ ପାଲେଷ୍ଟାଇନ ପାଇଁ ଏକ ଝଟକା ବୋଲି ପ୍ରମାଣିତ କରିପାରେ |

 

ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଗ୍ୟାରେଣ୍ଟି

ଭୁବନେଶ୍ୱର : ଆଦିବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଗ୍ୟାରେଣ୍ଟି । ନବୀନ ଗ୍ୟାରେଣ୍ଟି ଓଡ଼ିଶାକୁ ୨୦୩୪ ସୁଦ୍ଧା ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବାକୁ ଏଥିରେ ଲକ୍ଷ୍ଯ ରଖାଯାଇଛି । ତେବେ ଇସ୍ତାହାରରେ ପଞ୍ଚମ ଗ୍ୟାରେଣ୍ଟି ହେଉଛି ଆଦିବାସୀ ବିକାଶ । ୨୦୧୧ ଜନଗଣନା ଅନୁସାରେ ମଧ୍ୟପ୍ରଦେଶ ପରେ ଓଡ଼ିଶାରେ ସର୍ବାଧିକ ଆଦିବାସୀ ଅଛନ୍ତି । ୯.୨% ଆଦିବାସୀ ଓଡ଼ିଶାରେ ଅଛନ୍ତି । ଶ୍ରେଷ୍ଠ ରାଜ୍ୟ ପାଇଁ ଆଦିବାସୀ ସଶକ୍ତିକରଣ ଆବଶ୍ୟକ । ହେଲେ କେନ୍ଦ୍ର ସରକାର ଆଦିବାସୀ ଆଳରେ ଭୋଟ ମାଗୁଛନ୍ତି ସିନା କରିଛନ୍ତି କଣ ବୋଲି ପ୍ରେସମିଟ କରି ବିଜେଡି ବର୍ଷିଛି । କିଛି ଦିନ ହେବ ପଲିଟିକାଲ ଟୁରିଷ୍ଟ ଭାବେ ଆସିକି ଓଡ଼ିଶାକୁ ଏକ ନମ୍ବର ରାଜ୍ଯ କରିବାକୁ ପ୍ରତିଶୃତି ଦେଉଛନ୍ତି । ହେଲେ ବିଜେଡି ପଚାରିଛି, ଆଦିବାସୀ ପାଇଁ ସ୍ୱତନ୍ତ୍ର ବିଭାଗ କରାଯାଇଛି । ଓଡ଼ିଶାର ହୋ ମୁଣ୍ଡାରୀ, କୁଇ, ସୋହରା ଭାଷାକୁ କାହିଁକି ଅଷ୍ଟମ ଅନୁଛେଦରେ ସାମିଲ କରାଗଲା ନାହିଁ ? ବିଜେଡି ସାଂସଦ ବାରମ୍ବାର ସଂସଦରେ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ଵି ଚିଠି ଲେଖିଛନ୍ତି  ହେଲେ କାହିଁକି କାର୍ଯ୍ଯକାରୀ କଲେନି ବୋଲି ବିଜେଡି ପ୍ରଶ୍ନ କରିଛି । ୧୬୯ ଆଦିବାସୀଙ୍କୁ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ । ହେଲେ ନିର୍ବାଚନ ପାଇଁ ଏହିଥର ସଂସଦରେ ୪୦ ସମ୍ପ୍ରଦାୟକୁ ମାନ୍ୟତା ଦେଲେ କେନ୍ଦ୍ର ସରକାର । ଆଦିବାସୀ ବିଶ୍ଵବିଦ୍ୟାଳୟ ଆନ୍ଧ୍ରପ୍ରଦେଶର ବିଜୟନଗର, ଅମରକଣ୍ଟକ ହେଲା। ହେଲେ ଓଡ଼ିଶାରେ ସର୍ବାଧିକ ଆଦିବାସୀ ଥିବା ସତ୍ତ୍ବେ ଓଡ଼ିଶାରେ ହେଲାନି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଓଡ଼ିଶାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ଖୋଲିବା ବ୍ୟବସ୍ଥା ନାହିଁ ବୋଲି ସଂସଦରେ ଉତ୍ତର ଦେଇଥିଲେ । ଯଦି ଆଦିବାସୀଙ୍କ ପାଇଁ ହୃଦୟ କାନ୍ଦୁଛି ତେବେ ଏହି ଡ୍ରାମା କାହିଁକି ? ଯଦି କେନ୍ଦ୍ରର ବିଜେପି ଆଦିବାସୀ ଉନ୍ନତି ଚାହୁଁଛି, ତେବେ ଓଡିଶାକୁ ତା ଭାଗର ଅନୁଦାନ କାହିଁକି ମିଳିଲା ନାହିଁ? ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ କଣ କରିଛି କେନ୍ଦ୍ର ? କେନ୍ଦୁପତ୍ର ଉପରୁ GST ହଟାଇଲେ ନାହିଁ । ନବୀନ କେରି ପିଛା ଦୁଇ ଟଙ୍କା ବୋନସ ଓ ଅନ୍ୟ ସୁବିଧା ଓ ବିକାଶ ପ୍ୟାକେଜ ଦେବେ । ଯାହା 9 ଲକ୍ଷ ଚାଷୀଙ୍କୁ ଲାଭ ଦେବ । . ମୁଖ୍ୟମନ୍ତ୍ରୀ 50 ହଜାର ମାମଲା ଆଦିବାସୀଙ୍କ ବିରୋଧରେ ଉଠାଇ ଦେଇଛନ୍ତି. ମୁଖ୍ୟମନ୍ତ୍ରୀ ଯେବେ ଆଦିବାସୀ ବିକାଶ ପାଇଁ ବାତାବରଣ ସୃଷ୍ଟି କରୁଛନ୍ତି, ବିଜେପିକୁ କାହିଁକି ବାଧୁଛି. ବିଜେପି ଆଦିବାସୀଙ୍କୁ ନିର୍ବାଚନ ପାଇଁ ଭଣ୍ଡେଇବା ପାଇଁ ଚାହୁଁଛନ୍ତି. ଟିମ ପଠାଇ ଭଣ୍ଡାଉଛନ୍ତି ଯେ ମୟୂରଭଞ୍ଜରେ ବିଶ୍ୱବିଦ୍ୟାଳୟ ହୋଇ ପାରିବ କି? ଓଡ଼ିଶା ସରକାର ତିନୋଟି ମେଡିକାଲ କଲେଜକୁ ଆଦିବାସୀ ନେତାଙ୍କ ନାଁରେ ନାମିତ କରିଛନ୍ତି ।

ପୃଥିବୀର ସବୁଠାରୁ ବଡ଼ ହକି ଷ୍ଟାଡିୟମକୁ ବିର୍ସା ମୁଣ୍ଡାଙ୍କ ନାଁରେ କରାଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅନ୍ୟ କୌଣସି ରାଜ୍ୟରେ ନାହିଁ । ମଧ୍ୟପ୍ରଦେଶରେ ବିଜେପି ସରକାର ଓ ଆଦିବାସୀ ଅଛନ୍ତି । ହେଲେ SDC ନାହିଁ । ଓଡ଼ିଶା ଆଦିବାସୀଙ୍କ ଅର୍ଥନୀତି, ସଂସ୍କୃତି, ଭଗବାନ, ପରମ୍ପରାର ବିକାଶ ପାଇଁ କଣ କରିଛ ବୋଲି ବିଜେପିକୁ ବିଜେଡି ପ୍ରଶ୍ନ କରିଛି । ବିଜେପି ଫମ୍ପା ଭାଷଣ ଦେଉଛି । ହେଲେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ସାମଗ୍ରିକ ବିକାଶ ପାଇଁ କାମ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରି-ମାଟ୍ରିକ ଓ ପୋଷ୍ଟ-ମାଟ୍ରିକ ସୁବିଧା ଆହୁରି ବ୍ୟାପକ କରାଯିବ । ୧୦ ବର୍ଷରେ ଆଦିବାସୀ ଯୁବକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ୧ ହଜାର କୋଟି ମିଳିବ । ଓଡିଶା ସରାକରଙ୍କ ନିଜସ୍ୱ ଲାଭ ଯୋଜନାରେ କ୍ଷୁଦ୍ର ଜଙ୍ଗଲୀ ଦ୍ରବ୍ୟର ମାର୍କେଟିଙ୍ଗ କରାଯିବ । କାରଣ କେନ୍ଦ୍ର କଲାନି ବୋଲି ବିଜେଡି ସରକାର କରିବ । ଆଦିବାସୀଙ୍କୁ ସରକାରୀ ଚାକିରିରେ ସାମିଲ କରାଯିବ । ଭୁବନେଶ୍ୱରରେ ଆଦିବାସୀ ଭବନ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କେନ୍ଦୁପତ୍ର ତୋଳାଳିଙ୍କ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ମିଳିବ । ଆଦିବାସୀ ସଂଗ୍ରହାଳୟ ହେବ । ୨୦୨୨ରୁ ସଂସ୍କୃତି କାଉନସିଲ ଅଛି । ଆଦିବାସୀ ସଶକ୍ତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପରାମର୍ଶକରି ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରିଛନ୍ତି । ଯାହା ଓଡ଼ିଶା ପାଇଁ ଗର୍ବ । ଆଦିବାସୀଙ୍କ ସାମଗ୍ରିକ ବିକାଶ ହେଲେ ଦେଶ ଆଗେଇବ ।