spot_img
Home Blog Page 191

ଜମୁଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ମୁକ୍ତାକାଶ ରଂଗମଂଚର ତୃତୀୟ ଦିନରେ ନନ୍ଦୋତ୍ସବ ଆୟୋଜନ

ଜମୁଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ମୁକ୍ତାକାଶ ରଂଗମଂଚର ତୃତୀୟ ଦିନରେ ନନ୍ଦୋତ୍ସବର ଆୟୋଜନ। କୃଷ୍ଣ ଜନ୍ମ ପରେ ଉତ୍ସବ ମୁଖର ଗୋପପୁର। ନନ୍ଦରାଜା ଓ ନନ୍ଦରାଣୀ ସନ୍ତାନ ପାଇବା ଖୁସୀରେ ଆତ୍ମବିଭୋର ହୋଇଥିଲେ। ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇ ସମସ୍ତ ଗୋପ, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କୁ ଦୋଳି ଝୁଲା ସହ ରାସନୃତ୍ୟରେ ମାତିଥିଲେ । କୃଷ୍ଣଙ୍କୁ ଦର୍ଶନ କରି ଗୋପପୁରବାସୀ ଆତ୍ମବିଭୋର ହେବା ସହ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ। ଘଣ୍ଟବାଦ୍ୟ, ସଙ୍କୀର୍ତ୍ତନରେ ଉଛୁଳିପଡୁଥିବାବେଳେ ଗୋପପୁରରେ  ନନ୍ଦ ଦରବାର ଉଦଘାଟନ କରାଯାଇଥିଲା ।

ଏପଟେ ମଥୁରାରେ ମହାରାଜ କଂସଙ୍କ ରାଜୁତି  ଚାଲିଛି । ଶ୍ୟାମେଶ୍ୱର ମହାଦେବଙ୍କୁ ପୂଜାର୍ଚ୍ଚନା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ମହାରାଜ କଂସଙ୍କୁ ସୂଚନା ମିଳିଥିଲା । ଏହାପରେ  କାରାଗୃହକୁ ଯାଇ ବିଜୁଳି କନ୍ୟାଙ୍କୁ ଦେବକୀଙ୍କ କୋଳରୁ ଛଡ଼ାଇ ଆଣିଥିଲେ କଂସ । ବିଜୁଳି କନ୍ୟାଙ୍କୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅନ୍ତର୍ଦ୍ଧାନ ହୋଇଥିଲେ ବିଜୁଳି କନ୍ୟା । ଶୂନ୍ୟରେ ଆବିର୍ଭାବ ହୋଇ ମୃତ୍ୟୁର ଦୈବବାଣୀ ଶୁଣାଇଥିଲେ । ବ୍ୟସ୍ତ ବିବ୍ରତ ହୋଇ ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଥିଲେ ମହାରାଜ କଂସ । ନାରଦ ପହଞ୍ଚି ବୀଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଷଢ଼ମଲ୍ଲ ସହ ପୁତନା ରାକ୍ଷସୀଙ୍କୁ ପ୍ରେରଣ କରିଛନ୍ତି । ଏହି ଅବସରରେ ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ମହାରାଜ କଂସ  ।

ଆଜି ଧନୁଯାତ୍ରାର ଚତୁର୍ଥ ଦିନରେ ମଥୁରା ଠାରେ ବାଣାସୁର ପରାଜୟ, ଷଢ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇ କଂସର ଶୋକ କାର୍ଯ୍ୟକ୍ରମ ରହିଛି। ପଦ୍ମାବତୀଙ୍କ ଧନୁଶ୍ରୀ ଓଷା ପ୍ରସ୍ତୁତି , କଂସଙ୍କ ଦ୍ଵାରା ମୁକ୍ତେଶ୍ଵର ବାବାଙ୍କ ରୁଦ୍ରାଭିଷେକ ଦୃଶ୍ୟ ଅଭିନୀତ ହେବାକୁ ଥିବା ବେଳେ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, ପୁତନା, ବକା, ସକଟା, ତୃଣା, ଧେନୁ, ଷଣ୍ଢlସୁର ଆଦିଙ୍କୁ ବଧ ଓ ନନ୍ଦୋତ୍ସବର ଦୃଶ୍ୟ ଅଭିନୀତ ହେବ।

ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲର ୪୧ତମ ବାର୍ଷିକ ଉତ୍ସବରେ ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡାଙ୍କ ଅଭିଭାଷଣ

ଭୁବନେଶ୍ୱର ଭିଏସଏସ ନଗର ସ୍ଥିତ ପ୍ରଭୁଜୀ ଇଂଲିଶ ମିଡିୟମ୍ ସ୍କୁଲର ୪୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ, ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା, ବିଶିଷ୍ଟ ନୃତ୍ୟଗୁରୁ ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର, କୋଷାଧ୍ୟକ୍ଷ ସୌଭାକର ଦାସ ଫତେସିଂ, ପ୍ରଧାନ ଶିକ୍ଷକ ଅଲେଖ ଚରଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ପ୍ରତ୍ୟେକ ବିଦ୍ୟାଳୟ ଏକ ମନ୍ଦିର । ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଅଭିଭାଷଣ ରଖିଥିଲେ। ବିଦ୍ୟାଳୟକୁ ନମସ୍କାର କରି ଅଭିଭାଷଣ ଆରମ୍ଭ କରିଥିଲେ। କହିଥିଲେ,  ପ୍ରତ୍ୟେକ ବିଦ୍ୟାଳୟ ଏକ ମନ୍ଦିର। ଆଜିର କୋମଳମତି ଶିଶୁ ଆସନ୍ତା କାଲିର ଭବିଷ୍ୟତ। ଦେଶ ଗଠନରେ ଶିଶୁମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅଭିଭାବକମାନେ ପାଠ ପଢା ପାଇଁ ପିଲାମାନଙ୍କ ଉପରେ ଅତ୍ୟଧିକ ଚାପ ପ୍ରୟୋଗ ନକରିବା ଉଚିତ। ପିଲାମାନେ ଯାହା କରିବାକୁ ଚାହୁଁଛନ୍ତି ସେମାନଙ୍କୁ କରିବାକୁ ସୁଯୋଗ ଦେବାର ଆବଶ୍ୟକତା ରହିଛି। ପିଲାଙ୍କ ଠାରୁ ଆମେ ଅନେକ କିଛି ଶିଖିବାର ଅଛି। ପିଲାମାନେ ଭଲ ମଣିଷ ହେବା ଆବଶ୍ୟକ ବୋଲି କହିଛନ୍ତି ବିଶିଷ୍ଟ ଲେଖିକା ତଥା ସୋଆ ପ୍ରାଚୀନ ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା। କହିଥିଲେ, କେବଳ ପଢ଼ିଲେ ହେବନି ସେହି ଜ୍ଞାନକୁ କାର୍ଯ୍ୟକାରୀ କରିବା ଉଚିତ। ପ୍ରତିଟି ପିଲାଙ୍କ ଜୀବନ ଶୃଙ୍ଖଳିତ ହେବା ଆବଶ୍ୟକ। ଶୃଙ୍ଖଳା ସଂସ୍କାରରୁ ଆସେ। ତେଣୁ ପ୍ରତି ପିଲାଙ୍କୁ ଭଲ ସଂସ୍କାର ପ୍ରଦାନ ସହ ପିଲାଙ୍କ ପାଇଁ ଶୈଖିକ ବାତାବରଣର ଆବଶ୍ୟକତା ରହିଛି । ଶିଶୁର ଅନ୍ତର୍ନିହିତ ଗୁଣର ପରିପ୍ରକାଶ ହେଲେ ପିଲାଟି ଶ୍ରେଷ୍ଠତ୍ବ ହାସଲ କରିପାରିବ ବୋଲି ପରିବହନ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଥିଲେ। ଅତିଥିମାନଙ୍କ ଦ୍ଵାରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କୁନି କୁନି ପିଲାମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ମଣ୍ଡି ଅବ୍ୟବସ୍ଥାରୁ ଚାଷୀ ହନ୍ତସନ୍ତ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଧାୟକ

କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଅବ୍ୟବସ୍ଥା ଲାଗି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୩୦ ଗୋଟି ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଛି। ସେପଟେ ମଣ୍ଡିରେ ଚାଷୀଙ୍କୁ ବ୍ୟବହାର ଯୋଗ୍ୟ ବସ୍ତା ଯୋଗାଉ ନଥିବାବେଳେ ଚାଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ଭବାନୀପାଟଣା ବ୍ଲକର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସ୍ଥାନୀୟ ବିଧାୟକ ସାଗର ଦାସ।

ଅଷ୍ଟଶମ୍ଭୁ ଅପେରାର ଖଳନାୟକ ନରେନ୍ଦ୍ର ଦାସ ଓରଫ ନଳୀଙ୍କ ଦେହାନ୍ତ

ଅଷ୍ଟଶମ୍ଭୁ ଅପେରାର ଖଳନାୟକ ନରେନ୍ଦ୍ର ଦାସ ଓରଫ ନଳୀଙ୍କ ଦେହାନ୍ତ । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗାଁରେ ଅଷ୍ଟଶମ୍ଭୁ ଅପେରାର ନାଟକ ‘ସବୁ ବାଟ ମୋର ଏଇଠି ଶେଷ’ ପରିବେଷଣ କରାଯାଇଥିଲା । ଅଭିନୟ ପରେ ସକାଳୁ ନରେନ୍ଦ୍ର ଦାସଙ୍କ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କ ଦେହାନ୍ତରେ ଅଷ୍ଟଶମ୍ଭୁ ଅପେରା ପରିବାର, ସହକଳାକାର, ସାହିତ୍ୟ-ସଂସ୍କୃତି ପ୍ରେମୀ ଏବଂ ଅସଂଖ୍ୟ ଦର୍ଶକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଫେବୃୟାରୀ ମାସରୁ ଗାଡ଼ିରେ ଗ୍ରିନ ଷ୍ଟିକର ଲାଗିବ, ପ୍ରଦୂଷଣ ପ୍ରମାଣପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ: ପରିବହନ ମନ୍ତ୍ରୀ

ମୋଟର ଯାନ ଆଇନ ଅନୁଯାୟୀ ଗାଡିର ସବୁପ୍ରକାର ପ୍ରମାଣପତ୍ର ରହିବ କଥା । ସଡକରେ ଗାଡି ଚଳାଇବା ପାଇଁ ଏସବୁ ଦରକାର । ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପ୍ରଦୂଷଣ ସାର୍ଟିଫିକେଟ କୋହଳ କରାଯାଇଛି । ଯାହାର ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତାହା ଉପରେ କାର୍ଯ୍ୟନୁଷ୍ଠାନ ହେବ । ଗୋଟେ କଥା ହେଉଛି ୨୦୧୯ରେ ଯେଉଁ ଫାଇନ ବଢ଼ାଯାଇଛି, ତାକୁ କୋହଳ କରିବା ପାଇଁ ତର୍ଜମା କରିବୁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ନୂଆ ଗାଡିକୁ ବି ପ୍ରଦୂଷଣ ପ୍ରମାଣପତ୍ର ମିଳୁଛି ପୁରୁଣାକୁ ବି ପ୍ରଦୂର୍ଷଣ ପ୍ରମାଣପତ୍ର ମିଳୁଛି। ଯାହାର ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆସନ୍ତା ଫେବୃୟାରୀ ମାସରୁ ଗାଡ଼ିରେ ଗ୍ରିନ ଷ୍ଟିକର ଲାଗିବ। ଏହି ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ ।

ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା- MBS

ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା- MBS । ଏ ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଯେପରି ପରିବହନ ବିଭାଗ କ୍ଷତି ସହିବନି ସେନେଇ ଆଲୋଚନା ସରିଛି । ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ଥିବା ୧୪୨୨ଟି ବସ ଯୋଗେ ଏହି ସେବା ସ୍କୁଲ ପିଲାଙ୍କୁ ମାଗଣାରେ ଯୋଗାଇଦିଆଯିବ । କେଉଁ ରୁଟରେ କେତେ ବସ ଚାଲିବା ଦରକାର ତାହା OSRTC ସ୍ଥିର କରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଗୋଟିଏ ଦିନରେ ୧୭ ହଜାର ଟଙ୍କା ମହଙ୍ଗା ହେଲା ରୁପା: ସୁନା ଦରରେ ବି ଲାଗୁନି ବ୍ରେକ

ସୁନା ଓ ରୁପା ଦରରେ ବ୍ରେକ ଲାଗୁନି । ପ୍ରତିଦିନ ଏହି ଦୁଇ ଅଳଙ୍କାରର ଦାମ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ଏପରି ସ୍ଥିତିରେ ଗୋଟିଏ ଦିନରେ ରୂପା ୧୭ ହଜାର ଟଙ୍କା ମହଙ୍ଗା ହୋଇଛି । ଶୁକ୍ରବାର ଦିନ ଏମସିଏକ୍ସରେ ଚାନ୍ଦିର ଦାମ୍ ୧୭ ହଜାର ଟଙ୍କା ବୃଦ୍ଧି ପାଇ ବନ୍ଦ ହୋଇଛି । ସୁନା-ରୂପାର ଦର ଦୀର୍ଘ ଅବଧିରେ ଆହୁରି ବୃଦ୍ଧି ପାଇବ ବୋଲି ଏକ୍ସପର୍ଟ ଅନୁମାନ କରିଛନ୍ତି । ତେଣୁ ଏହି ଦୁଇ ଧାତୁର ଦାମ୍ କାହିଁକି ବଢ଼ୁଛି ସେନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ ।

ଡିସେମ୍ବର ୧୯ରେ ୧୦ ଗ୍ରାମ ସୁନାର ଦାମ ୧,୩୪,୧୯୬ ଟଙ୍କା ରହିଥିବା ବେଳେ ଆଜି ତା’ର ମୂଲ୍ୟ ୧.୪୦ ଲକ୍ଷ ପାଖାପାଖି ପହଞ୍ଚି ଯାଇଛି । ଅର୍ଥାତ ଗୋଟିଏ ସପ୍ତାହରେ ଏହି ଦରରେ ୬ ହଜାର ଟଙ୍କା ବୃଦ୍ଧି ଘଟିଛି । ସମାନ ତାରିଖରେ ରୁପା ଦାମ କିଲୋ ପ୍ରତି ୨.୦୮ ଲକ୍ଷ ରହିଥିବା ବେଳେ ଏବେ ୨.୪୦ ଲକ୍ଷରେ ପହଞ୍ଚି ଯାଇଛି । ଅର୍ଥାତ ସପ୍ତାହ ମଧ୍ୟରେ ରୁପା ଦାମ୍ ୩୨ ହଜାର ବୃଦ୍ଧି ଘଟିଛି । ତେବେ ଅଳଙ୍କାରର ଦାମ୍ ବୃଦ୍ଧି  ପଛରେ ଏକାଧିକ କାରଣ ରହିଛି ।

ରାଜନୈତିକ ଚାପ, ତୈଳ ବଜାର ଓ ସଂଘର୍ଷ କାରଣରୁ ସଙ୍କଟରୁ ବର୍ତ୍ତିବା ପାଇଁ ନିବେଶକ ସୁନା-ରୁପାରେ ନିବେଶ କରୁଛନ୍ତି । କେନ୍ଦ୍ରୀୟ ବ୍ୟାଙ୍କମାନଙ୍କ ଦ୍ବାରା ଏହି ଧାତୁକୁ ଅଧିକ ମାତ୍ରାରେ କ୍ରୟ କରାଯାଉଛି । ଏହାଫଳରେ ଏହାର ଚାହିଦା ଅଧିକ ବଢ଼ୁଛି ଓ ଦାମ୍ ବଢ଼ୁଛି । ଗୋଲ୍ଡ ଓ ସିଲଭର ETFର ନିବେଶକଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି । ମାର୍କେଟ ନିମ୍ନମୁଖୀ ମଧ୍ୟରେ ଲୋକେ ସୁନା ଓ ଚାନ୍ଦି ଇଟିଏଫ ମାଧ୍ୟମରେ ନିବେଶକୁ ସୁରକ୍ଷିତ ମଣୁଛନ୍ତି । ଡଲାର ଦୁର୍ବଳ ହେଲା ଓ ଫେଡରଲ ରିଜର୍ଭ ଦ୍ବାରା ସୁଧ ହାର ହ୍ରାସ କରାଯାଉଛି । ଯାଦ୍ବାରା ସୁନା ଓ ଚାନ୍ଦିର ଚାହିଦା ବଢ଼ୁଛି ।

ପାଖେଇ ଆସୁଛି ବାଂଲାଦେଶ ନିର୍ବାଚନ: ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ପ୍ରସ୍ତାବ ଦେଲା ଭାରତ

ପାଖେଇ ଆସୁଛି ବାଂଲାଦେଶ ନିର୍ବାଚନ। ସେପଟେ ଦେଶରେ ଅବାଧ, ମୁକ୍ତ ନିର୍ବାଚନ ଲାଗି ପ୍ରସ୍ତାବ ଦେଇଛି ଭାରତ। ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢିଚାଲିଥିବାରୁ ଏନେଇ ଆଶଙ୍କା ବ୍ୟକ୍ତ କରିଛି ଭାରତ। ସେପଟେ ଫରିଦପୁରରେ ଗାୟକ ନାଗର ବାଉଲ ଜେମସଙ୍କ ଏକ ସଂଗୀତ କାର୍ଯ୍ୟକ୍ରମ ଉପରେ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଜନତା। ଏହାକୁ ନେଇ ବାଂଲାଦେଶରେ କଳାକାର ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସଂଗୀତକୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ। ଫରିଦପୁରର ଏକ ସ୍କୁଲ ପରିସରରେ ଜେମସଙ୍କ ରକ୍ କନସର୍ଟ ଆୟୋଜିତ ହେବାର ଥିଲା। ମାତ୍ର କିଛି ଲୋକ ସେଠାରେ ପହଞ୍ଚି ଇଟା ମାଡ଼ କରିବା ସହ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲେ। ବାଂଲାଦେଶର ଗୁରୁ ଅଫ ରକ୍ ନାମରେ ବେଶ ଜଣାଶୁଣା ଜେମସଙ୍କ କାର୍ଯ୍ୟକ୍ରମ ଉପରେ ହୋଇଥିବା ଆକ୍ରମଣକୁ ବିଭିନ୍ମ ମହଲରେ ନିନ୍ଦା କରାଯାଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସେପଟେ ଘଟଣାକୁ ଗୁରୁତ୍ଵର ସହ ନେଇଛି ଭାରତ। ଆକ୍ରମଣ ଘଟଣାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛି ଭାରତ। ବାଂଲାଦେଶରେ ହିଂସା ଆରମ୍ଭ ହେବା ପରଠାରୁ ଦୁଇ ଦୁଇ ଜଣ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଭାରତ ବାଂଲାଦେଶର ନାଗରିକଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିବଦ୍ଧ ବୋଲି କହିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ଵାଲ। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହିଂସା ଚିନ୍ତାର ବିଷୟ। ଦୀପୁ ଦାସଙ୍କ ହତ୍ୟାକୁ ନିନ୍ଦା କରୁଛି ଭାରତ। ଅପରାଧୀମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଆଶା କରୁଛୁ ବୋଲି କହିଛି ଭାରତ। ବାଂଲାଦେଶରେ ବର୍ତ୍ତମାନର ସରକାରରେ ହତ୍ୟା, ପୋଡ଼ାଜଳା ଏବଂ ଜମି ହଡ଼ପ ଭଳି ୨ ହଜାର ୯୦୦ ଘଟଣା ରିପୋର୍ଟ ହୋଇଛି। ଭାରତ ବାଂଲାଦେଶରେ ମୁକ୍ତ, ନିରପେକ୍ଷ ନିର୍ବାଚନ ଆଶା କରୁଛି। ଭାରତ ବାଂଲାଦେଶର ନାଗରିକଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ପ୍ରତିବଦ୍ଧ। ସେଠାରେ ଶାନ୍ତି ଏବଂ ସ୍ଥିରତା ଆଶା କରୁଛି ବୋଲି କହିଛି ଭାରତ। ଏଥିରେ ସମସ୍ତ ବର୍ଗର ଲୋକ ଅଂଶଗ୍ରହଣ କରିବା ଉଚିତ। ସେପଟେ ଗତକାଲି କୋଲକାତାରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି।

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସୁବର୍ଣ୍ଣ ଅଳଙ୍କାରର କରାଯିବ ମେଳକ ଓ ଗଣତିମଣତି

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସୁବର୍ଣ୍ଣ ଅଳଙ୍କାରର କରାଯିବ ମେଳକ ଓ ଗଣତିମଣତି। ଏନେଇ ଆଜି ଅପରାହ୍ନରେ ବସିବ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ବୈଠକ। ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ।ତେବେ ଆଗକୁ ଇଂରାଜୀ ନବବର୍ଷ ଥିବାରୁ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ।ତେଣୁ ଏହି ସମୟରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହୋଇନପାରେ।

ଏଣୁ ବୈଠକରେ ଆସନ୍ତା ଜାନୁଆରୀ ମାସରେ କେଉଁ ତାରିଖରେ ରତ୍ନ ଭଣ୍ଡାର ଖୋଲିବ ସେନେଇ ତିଥି ,ବାର ସହ ମାହେନ୍ଦ୍ର ବେଳା ସ୍ଥିର କରାଯିବ। ସେପଟେ ଗଣତିମଣତି ସମୟରେ ଅଳଙ୍କାରର ସୁରକ୍ଷା ଦୃଷ୍ଟିରୁ ଭକ୍ତଙ୍କ ଦର୍ଶନ କେତେ ସମୟ ପର୍ଯ୍ୟନ୍ତ ବନ୍ଦ କରାଯିବ ତାହା ମଧ୍ୟ ସ୍ଥିରୀକୃତ କରାଯିଵ।ପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦନ ହେବାପରେ ଖୋଲିବ ରତ୍ନଭଣ୍ଡାର।ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ।୧୯୭୮ ମସିହାର ମେଳକ ସହ ଗଣତି ମଣତି କରାଯିବ।ମାର୍ଗଦର୍ଶିକା ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,ଏସପି ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ।

ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ

ଦିଲ୍ଲୀରେ କଂଗ୍ରେସ ୱାର୍କିଂ କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ। ଏହି ବୈଠକରେ ଦଳର ସବୁ ପ୍ରମୁଖ ନେତା ଯୋଗ ଦେଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ସବୁ ବରିଷ୍ଠ ନେତା ଏଥିରେ ଯୋଗ ଦେଇଛନ୍ତି। ଦେଶର ପ୍ରମୁଖ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା ହୋଇଥିବାର ସମ୍ଭାବନା ଅଛି। ବିଶେଷ କରି MNREGA, ଏସଆଇଆର୍ ଓ ଭୋଟ୍ ଚୋରିକୁ ନେଇ ଜୋରଦାର ଆଲୋଚନା ହେବାର ଆଶା ଅଛି। ଏହି ସବୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜନୈତିକ ରଣନୀତି ପ୍ରସ୍ତୁତ କରିପାରେ କଂଗ୍ରେସ। MNREGA ହେଉଛି ୟୁପିଏ ୱାନର ସବୁଠାରୁ ବଡ଼ ଯୋଜନା।

କିଛି ଦିନ ତଳଏ ଏହାକୁ ଅଚଳ କରିଦେଇଛନ୍ତି କେନ୍ଦ୍ର ସରକାର। ଲୋକଙ୍କ ଆଉ ୧୦୦ ଦିନର କାମ ଗ୍ୟାରେଣ୍ଟି ମିଳିବ ନାହିଁ। ଏହା ବିରୋଧରେ କଂଗ୍ରେସ ଯୁଦ୍ଧଂ ଦେହି ଡାକରା ଦେଇପାରେ। ସେହିପରି ଭୋଟ ଚୋରି ଓ SIR ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେଉଥିବା ଜଣାପଡ଼ିଛି। ବିହାର ପରାଜୟ ପରେ ଏହା ହେଉଛି ସିଡବ୍ଲୁସିର ପ୍ରଥମ ବୈଠକ। ଆଗକୁ ଆସାମ, କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରିର ନିର୍ବାଚନ ଅଛି। ଏ ସଂପର୍କରେ ମଧ୍ୟ ଆଲୋଚନଚା କରାଯାଇ ପ୍ରସ୍ତୁତ ହେବ ରଣନୀତି।