spot_img

Latest Posts

ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ନବନିର୍ମାଣ ସଂଗଠନକୁ ସିଜେପିର ସମର୍ଥନ

ନନ୍ଦିଘୋଷ ବ୍ୟୁରୋପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆଗାମୀ ସେପ୍ଟେମ୍ବର ୨୨ରେ ଆନ୍ଦୋଳନକୁ ଓହ୍ଲାଇବ କକ୍ରୋଚ ଜନତା ପାର୍ଟି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅନଶନ କରୁଥିବା ନବନିର୍ମାଣ ଯୁବଛାତ୍ର ସଂଗଠନକୁ ସମର୍ଥନ ଜଣାଇ ଘୋଷଣା କରିଛି ସିଜେପି ।  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଜୋରଦାର ହୋଇଛି। ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅନଶନ କରୁଥିବା ନବନିର୍ମାଣ ଯୁବଛାତ୍ର ସଂଗଠନକୁ ସମର୍ଥନ ଜଣାଇଛି କକ୍ରୋଚ୍ ଜନତା ପାର୍ଟି (ସିଜେପି)। ଆଜି ଭୁବନେଶ୍ୱର ଲୋୟର ପିଏମ୍‌ଜି ଠାରେ ସିଜେପି ଓଡ଼ିଶାର ସମର୍ଥକମାନେ ଏକତ୍ରିତ ହୋଇ ନବନିର୍ମାଣ ସଂଗଠନର ନେତା ଅକ୍ଷୟ କୁମାର ଓ ମନୱର ଅଲ୍ଲୀଙ୍କ ଅନଶନକୁ ସମର୍ଥନ ଜଣାଇଛନ୍ତି।

ସିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ପାଠ୍ୟପୁସ୍ତକଗୁଡ଼ିକରେ ରହିଥିବା ଗୁରୁତର ତ୍ରୁଟି ଲକ୍ଷ ଲକ୍ଷ କୋମଳମତି ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭିତ୍ତିଭୂମି ଓ ବୌଦ୍ଧିକ ବିକାଶକୁ ପ୍ରଭାବିତ କରୁଛି। ଏହି ଘଟଣା ପାଇଁ ପୂର୍ଣ୍ଣ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ହିଁ ଶିକ୍ଷା ବ୍ୟବସ୍ଥାରେ ସୁଧାରର ପ୍ରଥମ ସର୍ତ୍ତ ବୋଲି ସଂଗଠନ ଦାବି କରିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ସିଜେପି ନବନିର୍ମାଣ ସଂଗଠନ ସହ ମିଳିତ ଭାବେ ଆନ୍ଦୋଳନରେ ସାମିଲ ହେବ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସିଜେପି ପକ୍ଷରୁ ଘୋଷଣା କରାଯାଇଛି।

Latest Posts

Don't Miss