spot_img
Home Blog Page 190

ବିରାଟ ଓ ରୋହିତଙ୍କୁ ଟେଷ୍ଟ ଟିମରୁ ହଟାଇ ଦିଆଯାଇଛି: ବଡ଼ ଅଭିଯୋଗ ଆଣିଲେ କୋହଲିଙ୍କ ଭାଇ

ବିରାଟ କୋହଲି ଓ ରୋହିତ ଶର୍ମା ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିବା ଖବର କ୍ରିକେଟପ୍ରେମୀଙ୍କୁ ଚକିତ କରିଦେଇଥିଲା । ଭାରତର ଦୁଇ ଷ୍ଟାର କ୍ରିକେଟର ଟେଷ୍ଟ ଛାଡ଼ିବା ନିଷ୍ପତ୍ତିକୁ ଅଗଣିତ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରିନଥିଲେ । ତେବେ ଏହା ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ଖବର । ବିସିସିଆଇ, କୋଚ ଗୌତମ ଗମ୍ଭୀର ଓ ଚୟନକର୍ତ୍ତାଙ୍କୁ ବିରୋଧରେ ବଡ଼ ଅଭିଯୋଗ କରିଛନ୍ତି ବିରାଟଙ୍କ ଭାଇ ବିକାଶ କୋହଲି । ବିରାଟ ଓ ରୋହିତ ଟେଷ୍ଟ କ୍ରିକେଟ ଛାଡ଼ିନଥିଲେ, ବରଂ ସେମାନଙ୍କୁ ଟିମରୁ ହଟାଇ ଦିଆଯାଇଛି ବୋଲି ସେ କହିଛନ୍ତି ।

୧୨ ମାସ ମଧ୍ୟରେ ଭାରତ ଦ୍ବିତୀୟ ଥର ଘରୋଇ ପିଚରେ ଟେଷ୍ଟ ସିରିଜ ପରାଜୟ ବରଣ କରିବାକୁ ଯାଉଛି । ଏଭଳି ସ୍ଥିତିରେ ବିକାଶଙ୍କ ବୟାନ ସଭିଙ୍କୁ ଚକିତ କରିଦେଇଛି । ଭାରତୀୟ ଟେଷ୍ଟ ଟିମର ଏପରି ଖରାପ ଫର୍ମ ପାଇଁ କୋଚ ଓ ଚୟନକର୍ତ୍ତାଙ୍କୁ ଦାୟୀ କରିଛନ୍ତି ବିକାଶ । ୧୦୧୨ରୁ ୨୦୨୪ ମସିହା ଅକ୍ଟୋବର ମଧ୍ୟରେ ଭାରତ ଘରୋଇ ପିଚରେ ଗୋଟିଏ ବି ଟେଷ୍ଟ ମ୍ୟାଚ ହାରିନଥିଲା । ବିରାଟଙ୍କ ନେତୃତ୍ବରେ ଭାରତ ଟେଷ୍ଟରେ ଏକ ଶକ୍ତିଶାଳୀ ଟିମ ଭାବେ ଉଭା ହୋଇଥିଲା । ୨୦୨୨ ପ୍ରାରମ୍ଭରେ ରୋହିତ ଟେଷ୍ଟ ଅଧିନାୟକ ହୋଇଥିଲେ । ଏପରିକି କୋହଲିଙ୍କ ନେତୃତ୍ବରେ ଭାରତ ଅଷ୍ଟ୍ରେଲିଆରେ କ୍ରମାଗତ ଦୁଇ ଥର ବର୍ଡର-ଗାଭାସ୍କର ଟ୍ରଫି ଜିତି ଦୁନିଆର ସବୁଠାରୁ ସଫଳ ବିଦେଶ ଟିମ ଭାବେ ଗଣାହୋଇଥିଲା । ମାତ୍ର ଆଜି ଭାରତ ଘରୋଇ ମାଟିରେ ମ୍ୟାଚ ବଞ୍ଚାଇବାକୁ ସଂଘର୍ଷ କରୁଥିବା ବିକାଶ ଇନଷ୍ଟାଗ୍ରାମ ଥ୍ରେଡସରେ ଲେଖିଛନ୍ତି ।

ଆଣ୍ଟି ନକ୍ସଲ ଅପରେସନକୁ ବଡ଼ ସଫଳତା: ଛତିଶଗଡ଼ରେ ପୁଣି ଆତ୍ମସମର୍ପଣ କଲେ ୨୮ ମାଓବାଦୀ

ଆଣ୍ଟି ନକ୍ସଲ ଅପରେସନକୁ ବଡ଼ ସଫଳତା । ଛତିଶଗଡ଼ରେ ପୁଣି ଆତ୍ମସମର୍ପଣ କଲେ ୨୮ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୯ ମହିଳା ମାଓବାଦୀ ଥିବା ବେଳେ ସମସ୍ତଙ୍କ ଉପରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଛତିଶଗଡ଼ ନାରାୟଣପୁରରେ ବସ୍ତର ଆଇଜି ସୁନ୍ଦରରାଜଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ମାଓବାଦୀ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲେ ।

ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା

ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା। ସେ ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମେଳା ସାଇଟେଡ଼ ର ନବମ ସଂସ୍କରଣରେ ଯୋଗ ଦେଇଛନ୍ତି। ମହାକାଶ ଯାତ୍ରା ସମୟରେ କଣ ଥିଲା ତାଙ୍କର ଅନୁଭୂତି, ତାହା ଛାତ୍ରଛାତ୍ରୀଙ୍କୁ କହିଛନ୍ତି ଶୁଭାଂଶୁ। ସେ କହିଛନ୍ତି, ତାଙ୍କ ମିଶନ ଗତ ବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିଲା। ଏବେ ଗଗନଯାନ ମିଶନ କାମ ଚାଲିଛି। ୨୦୪୦ ସୁଦ୍ଧା ଚନ୍ଦ୍ରକୁ ଯିବାର ଲକ୍ଷ୍ୟ ଥିବା କହିଛନ୍ତି ଶୁଭାଂଶୁ।

ଆଜି ସନ୍ଧ୍ୟାରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଲମ୍ବା ଅବଧି। ପ୍ରସଙ୍ଗ ଅନେକ। ଶୀତ ଅଧିବେଶନରେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଗୃହ ଭିତରେ ଜବାବ ମାଗିବ ମୁଖ୍ୟ ବିରୋଧୀ ଦଳ ବିଜେଡି। ଏଥିପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ରାଜ୍ୟରେ ମହିଳା ଅସୁରକ୍ଷିତ। ଦୁଷ୍କର୍ମର ଶିକାର ନାବାଳିକା। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା। ଖରିଫ ଧାନ କିଣା ଆରମ୍ଭରୁ ବିଭ୍ରାଟ। ଶୀତ ଅଧିବେଶନରେ ବିଜେଡି ଲୋକଙ୍କ ସ୍ଵର ସାଜି କେଉଁ କେଉଁ ପ୍ରସଙ୍ଗକୁ ଗୃହରେ ଉଠାଇବ ସେ ନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ। ଏହାସହ ବିଧାୟକମାନଙ୍କୁ ନବୀନ ଦେବେ ଗୁରୁମନ୍ତ୍ର।

ଚଳିତବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା

ନନ୍ଦିଘୋଷ ବ୍ୟୁରାେ : ଚଳିତବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା । ଗତବର୍ଷ ଶିମିଳିପାଳରେ ୨୭ଟି ବାଘ ଥିବାବେଳେ, ଏହି ସଂଖ୍ୟାରେ ବୃଦ୍ଧି ଘଟି ୩୨ରେ ପହଞ୍ଚିଛି । ସେହିପରି ଶିମିଳିପାଳରେ ୯ଟି ଛୋଟ ବାଘ ଥିବା ଗତ ୨ ମାସତଳେ ହୋଇଥିବା ସର୍ଭେରୁ ଜଣାପଡିଥିବା ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ କୁମାର ଝା । ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩୨ରେ ପହଞ୍ଚିଛି । ଗତ ବର୍ଷ ତୁଳନାରେ ୫ ବାଘ ଅଧିକ ବଢ଼ିଛନ୍ତି । ଯଦିଓ ବ୍ୟାଘ୍ର ଗଣନା ତଥ୍ୟ ଅନୁଯାୟୀ, ବ୍ୟାଘ୍ର ସର୍ଭେ ରିପୋର୍ଟ ୨୦୨୬ ଜୁନ୍ ମାସରେ ଆସିବ ହେଲେ ବନ ବିଭାଗର ପର୍ଯ୍ୟାୟ କ୍ରମେ କରାଯାଉଥିବା ଆଭ୍ୟନ୍ତରୀଣ ସର୍ଭେରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା କହିଛନ୍ତି ପିସିସିଏଫ୍ ପ୍ରେମ କୁମାର ଝା । ଓଡ଼ିଶାରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହେବା ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସର ସଫଳତାକୁ ପ୍ରତିଫଳିତ କରୁଛି । ଭାରତରେ ବାଘଙ୍କ ସଂଖ୍ୟା ୨୦୦୬ ରୁ ୨୦୧୮ ମଧ୍ୟରେ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ୭୫ ପ୍ରତିଶତ ବିଶ୍ୱ ବାଘଙ୍କୁ ଧାରଣ କରୁଥିବା ଭାରତର ସଫଳତାର ଭାଗ ।

ମାଲକାନଗିରିରେ ଜଘନ୍ୟକାଣ୍ଡ : ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରିରେ ଜଘନ୍ୟକାଣ୍ଡ। କାଲିମେଳା ବ୍ଲକ MV -79 ଥାନା ଅଞ୍ଚଳରେ ଲଜ୍ଜା । ୩ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପଡ଼ୋଶୀ ଯୁବକ ବିରୋଧରେ ଆସିଛି ଏହି ସଂଗୀନ ଅଭିଯୋଗ । ଘରକୁ ଡାକି ଦୁଷ୍କର୍ମ କରାଯାଇଥିବାର ପୀଡ଼ିତା କହିଛନ୍ତି। ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ପରିବାର ବର୍ଗ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ସମସ୍ତ ପୀଡ଼ିତାଙ୍କ ବୟସ ୭ ବର୍ଷରୁ କମ ହୋଇଥିବା ବେଳେ ଅଭିଯୁକ୍ତ ଜଣଙ୍କ କିପରି ଏହି ଘଟଣା ଘଟାଇଲ ତାହାକୁ ନେଇ ବର୍ତ୍ତମାନ ଲୋକେ ଚକିତ ହୋଇ ପଡିଛନ୍ତି । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଛି।

ଦିଲ୍ଲୀରେ ଗମ୍ଭୀର ହେଲାଣି ବାୟୁ ପ୍ରଦୂଷଣ ; କଠୋର ପଦକ୍ଷେପ ଗ୍ରହଣ କଲେ ଦିଲ୍ଲୀ ସରକାର

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ଗମ୍ଭୀର ହେଲାଣି ବାୟୁ ପ୍ରଦୂଷଣ । ଏହାକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି ଦିଲ୍ଲୀ ସରକାର । ଏଣିକି ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ । PM2.5 ଏବଂ PM10 ସଂଖ୍ୟାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ( CAQM ) ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଏବେ କେବଳ ୫୦ ପ୍ରତିଶତ କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଡାକିବାକୁ ଅନୁମତି ଦିଆଯିବ । ବାକି ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବା ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀର ବାୟୁ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନର ପର୍ଯ୍ୟାୟ-୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ । ସୁପ୍ରିମକୋର୍ଟରେ ଶୁଣାଣି ଏବଂ ଅଂଶୀଦାରମାନଙ୍କ ପରାମର୍ଶ ପରେ GRAP ସୂଚୀରେ ସଂଶୋଧନ କରିଛି CAQM । ପରିବେଶ ସୁରକ୍ଷା ଆଇନ, ୧୯୮୬ ର ଧାରା ୫ ଅନୁଯାୟୀ ଜାରି କରାଯାଇଥିବା ଏହି ନିର୍ଦ୍ଦେଶାବଳୀଗୁଡ଼ିକୁ GNCTD ର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ମଧ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଘରୋଇ କାର୍ଯ୍ୟାଳୟ ତୁରନ୍ତ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀରେ ପ୍ରଦୂଷଣ ବିରୋଧୀ ଆନ୍ଦୋଳନବେଳେ ଶୁଭିଲା ମାଓ ସପକ୍ଷରେ ନାରା

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ପ୍ରଦୂଷଣ ବିରୋଧୀ ଆନ୍ଦୋଳନବେଳେ ଶୁଭିଲା ଦୁର୍ଦ୍ଦାନ୍ତ ମାଓବାଦୀ ହିଡମା ସପକ୍ଷରେ ନାରା । ଦିଲ୍ଲୀ ପ୍ରଦୂଷଣ ସାଂଘାତିକସ୍ତରରେ ପହଞ୍ଚିଥିବାବେଳେ ଏହାକୁ ନେଇ ଜୋରଦାର ପ୍ରତିବାଦ କରାଯାଉଛି । ତେବେ ରବିବାର ଇଣ୍ଡିଆ ଗେଟ ନିକଟରେ ବିକ୍ଷୋଭବେଳେ ଏକ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ବିକ୍ଷୋଭରେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ହିଡମା ସପକ୍ଷରେ ନାରାବାଜି ଦେଖିବାକୁମିଳିଥିଲା । ନିକଟରେ ଆନ୍ଧ୍ରପ୍ରଦେଶରେ ହିଡମାକୁ ଏନକାଉଣ୍ଟର କରିଥିଲା ମିଳିତ ସୁରକ୍ଷା ବାହିନୀ । ସେ ନିହତ ହୋଇଥିଲେ ବି ତା ସପକ୍ଷରେ ପ୍ରଦୂଷଣ ବିରୋଧୀ ବିକ୍ଷୋଭବେଳେ ପୋଷ୍ଟର ଦେଖିବାକୁ ମିଳିଥିଲା । ପୋଲିସ ବ୍ଯାରିକେଡ ଲଗାଇ ବିକ୍ଷୋଭ ନିୟନ୍ତ୍ରଣ କରୁଥିବାବେଳେ ହିଡମା ପୋଷ୍ଟର ପ୍ରଦର୍ଶନ ସହ ପୋଲିସ ଉପରକୁ ଲଙ୍କାଗୁଣ୍ଡ ସ୍ପ୍ରେ କରାଯାଇଥିଲା । ଘଟଣାରେ ୨୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ କାହିଁକି ମାଓ ପୋଷ୍ଟର ଓ ହିଡମା ପୋଷ୍ଟର ପ୍ରଦର୍ଶନ କରାଗଲା ତାର ତଦନ୍ତ ଚାଲିଛି । ଆନ୍ଦୋଳନକୁ କ୍ଲିନ ଏୟାର ଫର ଦିଲ୍ଲୀ ସମନ୍ବୟ କମିଟି ପକ୍ଷରୁ ଏହି ବିକ୍ଷୋଭ ଆନ୍ଦୋଳନ କରାଯାଇଥିଲା । କିନ୍ତୁ ଏହି ସମୟରେ ହିଡମା ସପକ୍ଷରେ ନାରାବାଜି ସମସ୍ତଙ୍କୁ ଚକିତ କରିଛି ।

କଇଁଛ ସୁରକ୍ଷା ଏମିତି… ଦେବୀ ନଦୀରେ ଭାସୁଛନ୍ତି ମୃତ ଅଲିଭ ରିଡେଲ କଇଁଛ

ନନ୍ଦିଘୋଷ ବ୍ୟୁରୋ : ଦେବୀ ନଦୀରେ ଭାସୁଛନ୍ତି ମୃତ ଅଲିଭ ରିଡେଲ କଇଁଛ। ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ଭେଳିକି ପାଲଟିଛି। ମସ୍ଚ୍ୟବିଭାଗ ପାଖରେ ଆବଶ୍ୟକ ଟ୍ରଲର ନଥିବା ବେଳେ ବନବିଭାଗ ତରଫରୁ ପାଟ୍ରୋଲିଂ ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ। ପାଟ୍ରୋଲିଂ କୋହଳ ଓ ମନମାନୀ ହେତୁ ଶହ ଶହ ଟ୍ରଲର ବେଆଇନ ଭାବେ ନିଷିଦ୍ଧାଞ୍ଚଳରେ ଯାତାୟାତ ଓ ମାଛମାରୁଥିବା ଦେଖିବାକୁ ମିଳିଛି।
ଦେବୀ ନଦୀ ନିକଟ ନୂଆଗଡ ଜେଠି ନିକଟରେ ଅଣ୍ଡା ଦେବାକୁ ଦୂର ଦୁରାନ୍ତ ଆସିଥିବା ଅଲିଭି ରିଡେଲ କଇଁଛଙ୍କ ମୃତଦେହ ଦେବୀ ନଦୀରେ ଭାସୁଛି । ନଭେମ୍ବର ୧ରୁ ମେ ୩୧ ଯାଏଁ ଦୀର୍ଘ ୭ମାସ ଧରି ଦେବୀ ମୁହାଁଣ ଠାରୁ କେଳୁଣୀ ପର୍ଯ୍ୟନ୍ତ ଟ୍ରଲର ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଅତିଥି କଇଁଛଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବିଭାଗୀୟ ସ୍ତରରେ ତ୍ରୁଟି ଥିବାରୁ ଅତିଥି କଇଁଛଙ୍କୁ ଏକ ପ୍ରକାର ବିପଦ ମୁହଁକୁ ଛାଡି ଦିଆଯାଇଛି । ଯାହାକୁ ନେଇ ପରିବେଶବିତି ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଶୀତ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ; ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥର ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ବ୍ଲୁ-ବୁକ ଗାଇଡଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଏଥିପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇ‌ଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ । ୨୨୫ ଅଧିକାରୀ ଦାୟିତ୍ଵରେ ରହି ସ୍ଥିତି ଉପରେ ନଜର ରଖିବେ । ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। ଲୋୟର ପିଏମଜିରେ ୧୬୩ ଧାରା ଜାରି କରାଯିବ । ସିସିଟିଭି ସର୍ଭେଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ଅଞ୍ଚଳଗୁଡିକୁ ଫୋକସରେ ରଖାଯିବ । ଏହା ସହିତ ସମ୍ପୂର୍ଣ୍ଣ ପୋଲିସ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା ।