spot_img
Home Blog Page 1891

କ୍ଯାନସର ଅଜାଡି ଦେଲା ଦୁଃଖ, ଛଡାଇନେଲା ଶୈଶବ

ନନ୍ଦିଘୋଷ ବ୍ୟୁରୋ: ଗତ କିଛି ବର୍ଷ ପୂର୍ବରୁ ସବୁ କିଛି ଠିକଠାକ ଥିଲା। ହେଲେ ଭାଗ୍ୟ ଯେମିତି କଡ ଲେଉଟାଇଲା ସବୁକିଛି ଓଲଟପାଲଟ ହୋଇଗଲା। ୧୦ ବର୍ଷର ଝିଅକୁ କ୍ୟାନସର ରୋଗ ହେବା ପରେ ଚିକିତ୍ସା ପାଇଁ ହସ୍ପିଟାଲରୁ ହସ୍ପିଟାଲ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର। ଚାଷ କରି ତେଲ ଲୁଣ ସଂସାର ଚାଲୁଥିବା ପରିବାରରେ ଏବେ ଚିକିତ୍ସା ପାଇଁ ଅର୍ଥ ଚିନ୍ତା।

କ୍ଯାନସର ଅଜାଡି ଦେଲା ଦୁଃଖ, ଛଡାଇନେଲା ଶୈଶବ। ଗତ କିଛି ବର୍ଷ ପୂର୍ବରୁ ହସ ଖୁସିରେ ଦିନ କାଟୁଥିଲେ ମୁରିବାହାଲ ବ୍ଲକ ରଣାବନ୍ଧ ଗାଁର ରଣା ପରିବାର। ୨ ବର୍ଷ ପୂର୍ବେ ଝିଅ ମନୀଷା ଖେଳୁଥିବା ସମୟରେ ଆହତ ହୋଇଗଲା। ଚିକିତ୍ସା ପରେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିଲା। ଗରିବ ପରିବାର ଏବଂ କ୍ଯାନସର ପରି ବ୍ୟୟ ବହୁଳ ଚିକିତ୍ସା ପାଇଁ ଚିନ୍ତାରେ ଥିଲେ ପରିବାର। ପ୍ରାୟ ୧ ବର୍ଷ ୨ ମାସ କ୍ୟାନସର ଚିକିତ୍ସା କରାଇବା ପରେ ବର୍ତ୍ତମାନ ମନୀଷାର ଏକ ହାତ କାଟିବାକୁ ପଡିଛି। ଦୀର୍ଘ ୨ ବର୍ଷ ହେଲା ମନୀଷାର ଚିକିତ୍ସା ଚାଲୁଥିବାରୁ ପାଠରେ ଡୋରୀ ବନ୍ଧା ହୋଇଛି ।

ମନୀଷାର ବାପା ଜଣେ ଚାଷୀ। ଝିଅର ଚିକିତ୍ସା ପାଇଁ ପାଇଁ ପିରବାର ଲୋକେ ଚେଷ୍ଟା ଜାରି ରଖିଛନ୍ତି। ବିଏସକେୱାଇ କାର୍ଡ ସାହାଯ୍ୟରେ କିଛି ମାତ୍ରାରେ ଚିକିତ୍ସା ଖର୍ଚ୍ଚ ଉଠିଛି। ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପରିବାର ଏବେ ଚିନ୍ତାରେ ପଡିଲେଣି। ଆର୍ଥିକ ସହଯୋଗ ପାଇଁ ପରିବାର ପକ୍ଷରୁ ନିବେଦନ ହୋଇଛି।

 

 

ଚାଷୀଙ୍କୁ ମିଳିଲା ପିଏମ କିଷାନ ନିଧିର ୧୭ତମ କିସ୍ତି

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କୁ ମିଳିଲା ପିଏମ କିଷାନ ନିଧିର ୧୭ତମ କିସ୍ତି। ବାରାଣସୀରୁ ଚାଷୀଙ୍କ ଖାତାକୁ ଅର୍ଥ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୯ କୋଟି ୨୬ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ ହଜାର କୋଟିରୁ ଅଧିକ ଟଙ୍କା। ଏହି ଯୋଜନା ମାଧ୍ୟମରେ ପ୍ରତି ଚାଷୀଙ୍କ ଖାତାକୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାପରେ କିଷାନ ସମ୍ମାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଥିଲେ ପିଏମ ମୋଦି। ଏହି ପ୍ରତିଶ୍ରୁତି ଅନୁସାରେ ଆଜି ଚାଷୀଙ୍କ ଖାତାକୁ ଯାଇଛି କିଷାନ ସମ୍ମାନ ନିଧିର ସପ୍ତଦଶ କିସ୍ତି। ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ  ଭାବେ ଶପଥଗ୍ରହଣ ପରେ ପିଏମ ମୋଦି ପ୍ରଥମଥର ଲାଗି ନିଜ ନିର୍ବାଚନମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି। ଡିବିଟି ଜରିଆରେ ଏହି କିସ୍ତି ଚାଷୀଙ୍କ ଖାତାକୁ ପ୍ରଦାନ କରାଯାଇଛି। ଏହି ଅବସରରେ ସାଧାରଣ ସଭାକୁ ସମ୍ବୋଧିତ କରି ବାରାଣସୀ ବାସୀଙ୍କ ପାଖରେ ଋଣୀ ବୋଲି କହିଥିଲେ ମୋଦି। ମା ଗଙ୍ଗା ମୋତେ କୋଳେଇ ନେଇଛନ୍ତି। ମୁଁ ଏଠାକାର ହୋଇଯାଇଛି ବୋଲି କହିଛନ୍ତି ପିଏମ ମୋଦି।  ଏହି ଅବସରରେ ବରଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

 

ହୋଇପାରିନି ବିଦ୍ଯୁତ ସଂଯୋଗ, ଆଜି ଅନ୍ଧାରରେ ୧୧ ପରିବାର

ନନ୍ଦିଘୋଷ ବ୍ୟୁରୋ: ଘରେ ରହିଛି ସୁଇଚ ବୋର୍ଡ ଏବଂ ଫ୍ଯାନ। କିନ୍ତୁ ହୋଇପାରିନି ବିଦ୍ଯୁତ ସଂଯୋଗ। ଗଞ୍ଜାମ ଦିଗପହଣ୍ଡି ବ୍ଲକ ଭୁଷୁଣ୍ଡା ଗାଁରେ ଏବେବି ରାଜୁତି କରୁଛି ଅନ୍ଧକାର। ବିଦ୍ଯୁତ ସଂଯୋଗ ନଥିବାରୁ ଗ୍ରୀଷ୍ମ ଋତୁରେ ଚଳିବା କଷ୍ଟକର ହୋଇପଡୁଛି। ବାରମ୍ବାର ପ୍ରଶାସନକୁ ଏନେଇ ଅବଗତ କରାଇଥିଲେ ମଧ୍ଯ କୌଣସି ସମସ୍ଯାର ସମାଧାନ ହୋଇପାରିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଂଚାୟତର ଭୁଷୁଣ୍ଡା ଗାଁ । ଗାଁ ର ଶେଷ ମୁଣ୍ଡରେ ରହୁଛନ୍ତି ୧୧ ଟି ପରିବାର। ଘରେ ବିଦ୍ୟୁତ ଜାଳିବା ପାଇଁ ସୁଇଚ ବୋର୍ଡ ଲାଗିଛି, ଫ୍ୟାନ ଲାଗିଛି କିନ୍ତୁ ଦୁର୍ଭାଗ୍ୟର କଥା ଘରକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ବହୁବାର ସ୍ଥାନୀୟ ଲୋକ ବିଦ୍ୟୁତ କାର୍ଯ୍ୟାଳୟ ଏବଂ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ଅଭିଯୋଗ ହୋଇଛି।

ବିଦ୍ୟୁତ ସଂଯୋଗ ନଥିବାରୁ ଖରା ଦିନେ ବଡ କଷ୍ଟରେ ଚଳୁଛନ୍ତି ଲୋକେ। ସଞ୍ଜ ହୋଇଗଲେ ଅନ୍ଧକାର ରାଜୁତି ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ଅନ୍ଧାର ଭିତରେ ବିଭିନ୍ନ ଜନ୍ତୁର ଭୟ ତା ‘ ସାଙ୍ଗକୁ ଚୋର ଭୟ ଲାଗି ରହୁଛି ।  ଭୁଷୁଣ୍ଡା ଗାଁରେ ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି TPSODL ସହକାରୀ ଯନ୍ତ୍ରୀ କହିଛନ୍ତି।

 

ନଦୀରେ ଗାଧୋଇବା ହେଲା କାଳ, ଦେବୀ ନଦୀରେ ବୁଡି ୩ ନାବାଳକ ମୃତ

ନନ୍ଦିଘୋଷ ବ୍ୟୁରୋ: ନଦୀରେ ଗାଧୋଇବାବେଳେ ବୁଡି ୩ ନାବାଳକ ମୃତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡିଆ ଗାଁ ନିକଟବର୍ତ୍ତୀ ଦେବୀ ନଦୀରେ ୩ ନାବାଳକ ଗାଧୋଇବାବେଳେ ବୁଡି ଯାଇ ମୃତ୍ଯୁ ହୋଇଛି। ବୁଡି ଯାଇଥିବା ଖବର ପାଇ ଗୁରୁତର ଅବସ୍ଥାରେ ୩ ନାବାଳକଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ ଅଗ୍ନିଶମବାହିନୀ ଟିମ। ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ଅସ୍ତରଙ୍ଗ ପରେ ଚାରିଛକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ସମସ୍ତ ୩ ନାବାଳକଙ୍କୁ ମୃତ ଘୋଷଣା କରିଛନ୍ତି। ୩ ନାବାଳକ ରୋହନ ବେହେରା , କାନ୍ହା ବେହେରା , ଓମ୍ ବେହେରା ବୋଲି ଜଣାପଡିଛି। ଦିନ ୧୧ଟା ସମୟରେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଘର ଲୋକ ଦେବୀ ନଦୀ ନିକଟରେ ଖୋଜାଖୋଜି କରିବା ପରେ ପାଇନଥିଲେ। ଏହାପରେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଘଟଣାକୁ ନେଇ ଅସ୍ତରଙ୍ଗ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଡ୍ରେନରେ ଭାସି ଯାଇଥିବା ନାବାଳକ ମୃତ

ନନ୍ଦିଘୋଷ ବ୍ୟୁରୋ: ଆସିଲା ଦୁଃଖଦ ଖବର । ଡ୍ରେନରେ ଭାସି ଯାଇଥିବା ନାବାଳକ ମୃତ । କ୍ୟାପିଟାଲ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଭୁବନେଶ୍ବର ୟୁନିଟ୍ ୩ ଅଞ୍ଚଳରୁ ଭାସି ଯାଇଥିଲେ ନାବାଳକ । ବେଲୁନ ଡ୍ରେନରେ ଭାସି ଯାଉଥିବାବେଳେ ସେ ଏହାକୁ ଆଣିବାକୁ ଯାଇ ଭାସି ଯାଇଥିଲେ । ଲକ୍ଷ୍ମୀସାଗର ମେଳନ ପଡ଼ିଆ ଅଞ୍ଚଳରୁ ନାବାଳକଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ମୃତ ଘୋଷଣା କରିବା ପରେ ପରିବାରରେ ଖେଳି ଯାଇଛି ଶୋକର ଛାୟା ।

କେମିତି ହୋଇଥିଲା କାମ?, ଉଦଘାଟନ ପୂର୍ବରୁ ଭୁଶୁଡ଼ିଲା ପୋଲ

ନନ୍ଦିଘୋଷ ବ୍ୟୁରୋ: ବିହାରରୁ ପୁଣି ଆସିଲା ଏକ ଅଭାବନୀୟ ଘଟଣା । ଉଦଘାଟନ ପୂର୍ବରୁ ଭୁଶୁଡ଼ିଲା ପୋଲ । ବିହାରର ଅରରିଆ ଜିଲ୍ଲା ସିକଟିରେ ବକରା ନଦୀରେ ନିର୍ମାଣ ହୋଇଥିବା ବ୍ରିଜ୍ ଭୁଶୁଡ଼ି ଯାଇଛି । ୧୨ କୋଟି ଟଙ୍କା ବ୍ୟୟରେ ଏହି ପୋଲଟି ନିର୍ମାଣ ହୋଇଥିବାବେଳେ ଉଦଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିବାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ୧୦୦ ମିଟର ଲମ୍ବା ବିଶିଷ୍ଟ ଏହି ବ୍ରିଜଟି ଭୁଶୁଡ଼ି ପଡ଼ିଛି । ତେବେ ବିହାରରେ ପୋଲ ଭୁଶୁଡ଼ିଥିବା ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ବ୍ରିଜ୍ ଭୁଶୁଡ଼ିବାର ଉଦାହରଣ ରହିଛି ।

ଉଦ୍ଧାର ହେଲା ଭାସି ଯାଇଥିବା ନାବାଳକ

ନନ୍ଦିଘୋଷ ବ୍ୟୁରୋ: ଉଦ୍ଧାର ହେଲା ନାବାଳକ । ଭୁବନେଶ୍ବର ୟୁନିଟ୍-୩ ଅଞ୍ଚଳରୁ ଭାସି ଯାଇଥିବା ନାବାଳକ ଲକ୍ଷ୍ମୀସାଗର ମେଳନ ପଡ଼ିଆ ଅଞ୍ଚଳରୁ ଉଦ୍ଧାର । ତେବେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସରେ ପିଲାଟିକୁ ଉଦ୍ଧାର କରି ମେଡିକାଲ ନିଆଯାଇଛି । ତେବେ ସ୍ବାସ୍ଥ୍ୟବସ୍ଥା କିଭଳି ରହିଛି ତାହା ସ୍ପଷ୍ଠ ଜଣାପଡ଼ିନାହିଁ ।

ପ୍ରବଳ ବର୍ଷା ଯୋଗୁଁ ଡ୍ରେନରେ ଭାସିଗଲା ନାବାଳକ

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ବର୍ଷାରେ ଭୁବନେଶ୍ବରରେ ଅଘଟଣ । ୟୁନିଟ୍ ଥ୍ରୀ ଅଞ୍ଚଳରେ ମୁକୁଳା ଡ୍ରେନରେ ଭାସିଗଲେ ନାବାଳକ। ମସଜିଦ କଲୋନୀ ପାଖରେ ଥିବା ମୁକୁଳା ଡ୍ରେନରେ ୮ ବର୍ଷର ନାବାଳକ ଭାସିଯାଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପାଣି ଜମିଥିବାବେଳେ ମୁକୁଳାଡ୍ରେନରେ ପିଲାଟି ଭାସିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଏଯାଏଁ ନାବାଳଟିର ପତ୍ତା ମିଳିପାରିନି ।

ସୁପର-୮ରେ ଭାରତ ଏହିସବୁ ସମସ୍ୟାର ସମ୍ମୁଖୀନ ହେବନି ତ ?

ନନ୍ଦିଘୋଷ ବ୍ୟୁରୋ: ଲିଗରେ ଭାରତର ବିଜୟ ପରେ ଏବେ ସୁପର-୮ରେ କିଭଳି ପ୍ରଦର୍ଶନ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦିଓ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ତାହେଲେ ଅଧିକାଂଶ ଖେଳାଳି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଯଦିଓ କଷ୍ଟେମଷ୍ଟେ ଦଳ ବିଜୟୀ ହୋଇଛି ତଥାପି ସମସ୍ତ ଖେଳାଳି ଫର୍ମ ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି । ଯେଉଁସବୁ ଖେଳାଳିମାନେ ଦଳକୁ ନିଶ୍ଚିତ ବିଜୟୀ କରାଇବେ ବୋଲି ଆଶା ରଖାଯାଉଥିଲା ସେମାନେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛନ୍ତି ।

ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ଲିଗରେ କୌଣସି ଭଲ ପ୍ରଦର୍ଶନ କରିନଥିଲେ । ସୁପର-୮ରେ ଅଷ୍ଟ୍ରେଲିଆ, ବାଲାଂଦେଶ ଏବଂ ଆଫଗାନିସ୍ତାନ ସହ ଭାରତ ଭେଟିବାକୁ ଯାଉଛି । ଏବେ ଏହି ୩ ଦଳ ଦମଦାର ଫର୍ମରେ ରହିଛନ୍ତି । ସେପଟେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନମାନେ ଧୂଆଁଦାର ବ୍ୟାଟିଂ କରୁଥିବାବେଳେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି ।

ଜାଣନ୍ତୁ ଲକ୍ଷ୍ମଣ ବାଗଙ୍କୁ କଣ କହିଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକ, ଓଡିଶା ରାଜନୀତିର ଦ ଟଲ ମ୍ୟାନ  । ଏଥର ତାଙ୍କ ନେତୃତ୍ବରେ ବିଜେଡି ଓଡ଼ିଶାରେ ସରକାର ଗଠନ କରିପାରିଲା ନାହିଁ । ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ ନବୀନ। ହେଲେ ବିଧାନସଭାରେ ତାଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ସେ ସିନା ଗୃହର ନେତା ନୁହଁନ୍ତି, କିନ୍ତୁ ସବୁ ବିଧାୟକଙ୍କ ହୃଦୟର ନେତା । ସରକାରୀ ହୁଅନ୍ତୁ କିମ୍ବା ବିରୋଧୀ ଦଳର, ନବୀନଙ୍କୁ ବିଧାନସଭାରେ ଦେଖି ଆପେ ଆପେ ସମ୍ମାନ ଜଣାଇବାକୁ ଛିଡା ହୋଇଯାଉଛନ୍ତି ।

ଆଜି ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଏମିତି କିଛି ଦୃଶ୍ୟ ପ୍ରମାଣିତ କରିଛି ନବୀନ କେବଳ ଉଚ୍ଚତାରେ ନୁହେଁ, ପ୍ରକୃତରେ ସେ ଓଡିଶା ରାଜନୀତିର ଟଲ୍ ମ୍ୟାନ । ଅସ୍ଥାୟୀ ବାଚସ୍ପତି ଭାବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନବୀନଙ୍କୁ ଷଷ୍ଠଥର ପାଇଁ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ନେବା ବାଚସ୍ପତିଙ୍କ ପୋଡିୟମରୁ ନିଜସ୍ବ ଢଙ୍ଗରେ ଓହ୍ଲାଇଥିଲେ ଶାନ୍ତ, ଭଦ୍ର କିନ୍ତୁ ପ୍ରଭାବୀ ରାଜନେତା ନବୀନ । ସାଙ୍ଗରେ ଥିଲେ ବିଜେଡିର କିଛି ବିଧାୟକ ।

ସେହି ସମୟରେ କଣ୍ଟାବାଞ୍ଝିର ବିଜେପି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟମନ୍ତ୍ରୀଙ୍କୁ ନମସ୍କାର କରି ନିଜର ପରିଚୟ ଦେଇଥିଲେ । ଆଉ ନବୀନ ତାଙ୍କୁ ଅତ୍ୟନ୍ତ ଶାବଲୀଳ ଶୈଳିରେ ପଚାରିଥିଲେ ଓହଃ ୟୁ ଡିଭିଟେଡ୍ ମି? ଏଥିସହ ନବୀନ ଲକ୍ଷ୍ମଣ ବାଗଙ୍କୁ ବିଧାୟକ ଭାବେ ଜିତିଥିବାରୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ଲକ୍ଷ୍ମଣ ବାଗଙ୍କ ସହ ସ୍ବଳ୍ପ ସମୟ ପାଇଁ କଥା ହୋଇ ନବୀନ ଯେତେବେଳେ ଆଗକୁ ବଢିଥିଲେ, ସେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ବିଜେପିର ସବୁ ବିଧାୟକ ନିଜ ନିଜ ଆସନରେ ଛିଡା ହୋଇ ନବୀନଙ୍କୁ ସମ୍ମାନ ଜଣାଇଥିଲେ ।

ନବୀନ ପଟ୍ଟନାୟକ ମଧ୍ୟ ସମସ୍ତଙ୍କୁ ପ୍ରତିନମସ୍କାର ସହ ନୂଆ ବିଧାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ । ଓଡିଶା ବିଧାନସଭାର ଏହି ଦୃଶ୍ୟରୁ ନବୀନ ବିରୋଧୀ ଦଳ ଆସନରେ ଥିଲେ ବି ସରକାରୀ ଦଳର ସବୁ ସଦସ୍ୟଙ୍କର ତାଙ୍କ ପ୍ରତି ଥିବା ସମ୍ମାନ ଓ ଭଲ ପାଇବା ସ୍ପଷ୍ଟ ବାରି ହେଉଥିଲା ।