ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ଥିବା ବୟସ କଟକଣାକୁ ହଟାଇ ଦିଆଯାଇଛି। ଏଣିକି ୬୫ ବୟସର ଉର୍ଦ୍ଧ୍ବ ନାଗରିକ ମଧ୍ୟ ସ୍ବାସ୍ଥ୍ୟ ବୀମାରେ ସାମିଲ ହୋଇପାରିବେ। ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଆଇଆରଡିଏଆଇ। ସମସ୍ତ ବୟସ ବର୍ଗର ଲୋକଙ୍କୁ ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ସାମିଲ କରିବା ପାଇଁ ବୀମା ପ୍ରଦାନକାରୀ କମ୍ପାନୀକୁ କୁହାଯାଇଛି। ବୀମା ପ୍ରଦାନକାରୀ କମ୍ପାନୀ ବରିଷ୍ଠ ନାଗରିକ, ଛାତ୍ର, ଶିଶୁ, ପ୍ରସୂତି ଓ ଅନ୍ୟ ସମସ୍ତ ବର୍ଗର ଲୋକଙ୍କୁ ସୁହାଇଲା ଭଳି ସ୍ବାସ୍ଥ୍ୟ ବୀମା ଯୋଜନା ପ୍ରସ୍ତୁତ କରିବେ। ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ। ଏଥିସହ ଉପଭୋକ୍ତାଙ୍କୁ ସୁହାଇଲା ଭଳି କିସ୍ତିରେ ବୀମା ପ୍ରିମିୟମ ପ୍ରଦାନ କରିବାକୁ କମ୍ପାନୀ ଗୁଡ଼ିକୁ ଆଇଆରଡିଏଆଇ ନିର୍ଦ୍ଦେଶ ଦେଇଛନ୍ତି । ଆୟୁଷ ଚିକିତ୍ସା କ୍ଷେତ୍ରରେ କୌଣସି ସୀମା ରହିବନାହିଁ । ଆର୍ୟୁରବେଦ, ଯୋଗ, ୟୁନାନି, ସିଦ୍ଧ ଏବଂ ହୋମିଓପ୍ୟାଥି ଚିକିତ୍ସା କ୍ଷେତ୍ରରେ ବିନା କୌଣସି ସୀମାରେ ଚିକିତ୍ସା ସୁବିଧା ମିଳିବ । ଏଥିସହ ବରିଷ୍ଠ ନାଗରିକଙ୍କ ସମସ୍ୟାର ସମାଧାନ ପାଇଁ ଏକ ସ୍ବତନ୍ତ୍ର ମଞ୍ଚ ରହିବ।
ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ କିଏ ମାରିବ ବାଜି?
ନୟାଗଡ଼: ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର କିଏ ବିଜୟୀ ହେବେ ? କାହା ହାତକୁ ଯିବ ଆସନ? ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଚାର ଜମିଲାଣି । ତିନି ପ୍ରାର୍ଥୀ ଜୋରଦାର ଲାଗିପଡ଼ିଛନ୍ତି। ୨୦୦୯ରୁ ଦଶପଲ୍ଲା ଆସନଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ବିଜେଡିର ଦୁର୍ଗ ପାଲଟିଛି। ଦେଖିବା ଭୋଟର ଏଥର କେଉଁ ପ୍ରସଙ୍ଗ ଓ କେଉଁ ପ୍ରାର୍ଥୀଙ୍କୁ ଗୁରୁତ୍ବ ଦେଉଛନ୍ତି।
ସରଗରମ ହୋଇଆସୁଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀ । ଆରମ୍ଭ ହୋଇଯାଇଛି ପ୍ରଚାର । ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଳକର ୫୦ଟି ପଞ୍ଚାୟତ ଏବଂ ଦଶପଲ୍ଲା ଏନଏସିର ୧୬ଟି ୱାର୍ଡକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ଅଛନ୍ତି ୧ ଲକ୍ଷ ୯୦ ହଜାର ୫୦୪ ଜଣ ଭୋଟର । ସେଥିରୁ ପୁରୁଷ ୯୮ ହଜାର ୫୫୮, ମହିଳା ୫୧ ହଜାର ୯୬୩ ଓ ଅନ୍ଯାନ୍ଯ ଭୋଟର ମାତ୍ର ୧୦ ଜଣ । ଦଶପଲ୍ଲାରେ ତ୍ରିମୁଖୀ ଲଢ଼େଇ ହେଉଛି । ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି ରମେଶ ଚନ୍ଦ୍ର ବେହେରା । ବିଜେପି ପକ୍ଷରୁ ରାଘବ ମଲ୍ଲିକ ରଣାଙ୍ଗନାକୁ ଓହ୍ଲାଇଛନ୍ତି। ଏହି ଦୁଇ ପ୍ରାର୍ଥୀକୁ ଟକ୍କର ଦେବାକୁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ହୋଇଛନ୍ତି ନକୁଳ ନାୟକ। ଜୋରଦାର ପ୍ରଚାର ଆରମ୍ଭ ହୋଇଛି ।
୨୦୦୯ରୁ ଦଶପଲ୍ଲା ବିଧାନସଭା ଆସଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ୨୦୦୯ରୁ ରହିଆସିଛି ବିଜେଡିର ଗଡ଼ । ୨୦୦୯ରେ ବିଜେଡି ପ୍ରାର୍ଥୀ କାଶୀନାଥ ମଲ୍ଲିକ ୬୧ ହଜାର ୧୪୨ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ମନୋଜ ବେହେରାଙ୍କୁ ୧୩ ହଜାର ୨୧୮ ଓ କଂଗ୍ରେସ ପ୍ରାର୍ଥୀ ଲେକ୍ଚରର୍ ବୁଲିଅନଙ୍କୁ ୨୨ ହଜାର ୩୮୪ ଭୋଟ ମିଳିଥିଲା । ୨୦୧୪ରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ନାଏକ ୭୫ ହଜାର ୮୩୨ ଖଣ୍ଡ ଭୋଟ ପାଇ ଜିତିଥିଲେ । ବିଜେପି ପ୍ରାର୍ଥୀ ପ୍ରମୋଦ ବେହେରାଙ୍କୁ ୧୬ ହଜାର ୫୩ ଓ କଂଗ୍ରେସ ପ୍ରାର୍ଥୀ ଇନ୍ଦୁମତି ନାଏକଙ୍କୁ ୧୮ ହଜାର ୫୦୫ ଭୋଟ ମିଳିଥିଲା । ୨୦୧୯ରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ୭୫ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାଏକଙ୍କୁ ୩୯ ହଜାର ୭୧୫ ଓ କଂଗ୍ରେସର ପ୍ରଶାନ୍ତ ନାଏକଙ୍କୁ ୭ ହଜାର ୯୪୯ ଭୋଟ ମିଳିଥିଲା। ଏଥର କାହାକୁ ଭୋଟ ଦେବେ, ଭୋଟର ଅଙ୍କ କଷୁଛନ୍ତି।
ରାଜ୍ଯ ସରକାରଙ୍କ ପକ୍ଷରୁ ଦଶପଲ୍ଲାରେ ରାସ୍ତାଘାଟ ସାଙ୍ଗକୁ ପାନୀୟଜଳ, ଶିକ୍ଷା, ସ୍ଵାସ୍ଥ୍ଯ, କ୍ରୀଡ଼ା ତଥା ସବୁ ପ୍ରକାର ଭିତ୍ତିଭୂମିର ବିକାଶ ହୋଇଛି । ଭୋଟ ଦେବା ପୂର୍ବିବରୁ ବିଜେଡି ସହ ଅନ୍ଯ ଦଳଙ୍କ ଅବଦାନକୁ ଲୋକ ତୁଳନା କରୁଛନ୍ତି।
ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ କାଉନସିଲର
କଟକ: ବଢୁଛି ବିଜେଡି ବଳ। ଆଠଗଡରେ ଦୁଇ କାଉନସିଲର ପ୍ରାର୍ଥୀ କଂଗ୍ରେସ ଏବଂ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ଯମନ୍ତ୍ରୀଙ୍କ କାର୍ଯ୍ଯଶୈଳୀରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ଆଠଗଡ ବିଜୁ ଜନତାଦଳର କାର୍ଯ୍ୟାଳୟରେ ମନ୍ତ୍ରୀ ରାଜା ସ୍ବାଇଙ୍କ ଉପସ୍ଥିତରେ ବିଜେଡିରେ ଯୋଗଦେଇଛନ୍ତି ଦୁଇ ପ୍ରାର୍ଥୀ । ଦୁଇ ଦଳର ଯୁବକ ନିଜର ସମର୍ଥକଙ୍କ ସହ ଦଳରେ ମିଶିବା ପରେ ବିଜେଡି ଆହୁରି ସଶକ୍ତ ହେବ ବୋଲି ଆଠଗଡ ବିଧାୟକ କହିଛନ୍ତି।
ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି
ନନ୍ଦିଘୋଷ ବ୍ୟୁରୋ: ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି। ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମା ଭଗବତୀ ଓ ଜଗତଜନନୀଙ୍କ ମନ୍ଦିରରେ ପୂଜା କରି ହଜାର ହଜାର ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସାଥିରେ ସ୍ତ୍ରୀ ତଥା ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଥିଲେ । ତାରାଙ୍କ ନାମାଙ୍କନବେଳେ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲକା ରହିଥିଲେ । ଜୟପୁର ନିର୍ବାଚନ ମଣ୍ଡଳୀରେ ଷ୍ଟାର ପ୍ରଚାରକ ମଧ୍ଯ ଆସିବେ ବୋଲି କହିଛନ୍ତି ତାରା । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ତାରକା ପ୍ରଚାରକ ଜୟପୁର ଆସିବେ ବୋଲି ସେ କହିଛନ୍ତି। ସେପଟେ କୋଟପାଡ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଅନାମ ଦିଆନ ମଧ୍ଯ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଅଯୋଧ୍ୟା ପରେ ଆଲିବାଗ୍, ଅମିତାଭ କିଣିଥିବା ଜମିର ଦାମ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନନ୍ଦିଘୋଷ ବ୍ୟୁରୋ: ଜମିରେ ନିବେଶ କରୁଛନ୍ତି ବିଗ୍ ବି । ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବେ ଆଲିବାଗରେ ଏକ ଜମି କିଣିଛନ୍ତି । ଅମିତାଭ ୧୦ ହଜାର ସ୍କ୍ବୋୟାର ଫିଟର ଜମି ୧୦ କୋଟି ଟଙ୍କାରେ କିଣିଥିବା ଜଣାପଡ଼ିଛି । hoablରୁ ସେ ଏହି ଜମି କିଣିଛନ୍ତି । ୨୦ ଏକର ଜମି ପରିବ୍ୟାପ୍ତ ଆଲିବାଗ ପ୍ରୋଜେକ୍ଟର ଅମିତାଭ କିଣିଥିବା ଜମି ହେଉଛି ହେଉଛି ଏକ ଅଂଶ । ତେବେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ମଧ୍ୟ ନିଜର ଜମି କିଣିଛନ୍ତି ଅମିତାଭ । ସେ ୧୪ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ଅଯୋଧ୍ୟାରେ ଜମି କରିଥିଲେ । ସେପଟେ ଆଲିବାଗରେ ଜମି କିଣିବା ପୂର୍ବରୁ ଅନୁଷ୍ମା ଏବଂ ଦିପିକା ମଧ୍ୟ ଏଠାରେ ଜମି କିଣିଛନ୍ତି । ତେବେ ଅମିତାଭ ଏବେ ଜମିରେ ଟଙ୍କା ନିବେଶ କରୁଥିବା ଦେଖିବାକୁ ମିଳୁଛି । ତେବେ ମୁମ୍ବାଇର ଜଲସା ବଙ୍ଗଳାରେ ଅମିତାଭ ପରିବାର ସହ ରୁହନ୍ତି । ତାଙ୍କର ଅନ୍ୟଏକ ବଙ୍ଗଳା ତାଙ୍କ ଝିଅ ଶ୍ବେତାଙ୍କୁ ଉପହାର ସ୍ବରୁପ ଦେଇଛନ୍ତି ।
କେଶବ ମହାରାଜଙ୍କୁ ଜୟ ଶ୍ରୀ ରାମ କହିଲେ ଇଶାନ କିଶାନ, ଆଉ ତା’ପରେ..
ନନ୍ଦିଘୋଷ ବ୍ୟୁରୋ: ସୋମବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ ରୟାଲନ୍ସକୁ ଭେଟିବାକୁ ଯାଉଛି ମୁମ୍ବାଇ ଇଣ୍ଡିଆନ୍ସ । ଟେବୁଲ ଟପରେ ରହିଥିବା ରାଜସ୍ଥାନ ୭ ମ୍ୟାଚରୁ ୬ ବିଜୟ ହାସଲ କରିଛି । ଆଜିର ମ୍ୟାଚ ବିଜୟ ପରେ ଦଳ ପ୍ଲେଅଫର ନିକଟତର ହେବ । ସେପଟେ ମୁମ୍ବାଇ ୭ଟି ମ୍ୟାଚରୁ ୩ ବିଜୟ ହାସଲ କରିଛି । ରାଜସ୍ଥାନର ଅଧା ପଏଣ୍ଟ ପାଇଛି ମୁମ୍ବାଇ । ତେବେ ମ୍ୟାଚ ପୂର୍ବରୁ ଉଭୟ ଦଳର ଖେଳାଳିଙ୍କ ବହୁ ମଜାଳିଆ ଭିଡିଓ ମାନ ନିଜ ନିଜର ପେଜରେ ଦେଖିବାକୁ ମିଳିଛି । ରାଜସ୍ଥାନ ରୟାଲ୍ସର ସୋସିଆଲ ମିଡିଆ ପେଜରେ ସେୟାର ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି କି, ଇଶାନ କିଶାନ ଏବଂ ଚହଲ ନଜର ଆସିଛନ୍ତି । ଏଭଳି ସମୟରେ କେଶବ ମହାରାଜ ଇଶାନଙ୍କ ପାଖକୁ ଯାଇଛନ୍ତି । ଇଶାନ କିଶାନ ହିନ୍ଦୀରେ କହିଛନ୍ତି କି, ଭାଇ ତୁମେ ହିନ୍ଦୀ ଭଲଭାବେ ବୁଝିପାର । ହିନ୍ଦି କହିପାରିବ ତ । ଏହାସହ ସେ ତାଙ୍କୁ ଜୟ ଶ୍ରୀରାମ ବୋଲି ମଧ୍ୟ କହିଛନ୍ତି । ରାମ ଭକ୍ତଭାବେ ଜଣାଶୁଣା କେଶବ ମହାରାଜ ମଧ୍ୟ ଜୟ ଶ୍ରୀରାମ କହିଥିଲେ । ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ୟୁଜର୍ସମାନେ ବେଶ ପସନ୍ଦ କରୁଥିବାବଳେ ସେୟାର ମଧ୍ୟ କରୁଛନ୍ତି ।
— Rajasthan Royals (@rajasthanroyals) April 22, 2024
ଖଡିଆଳ ବ୍ଲକରେ କାଳବୈଶାଖୀର ତାଣ୍ଡବ
ନନ୍ଦିଘୋଷ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ବର୍ଷା ଓ ପବନରୁ ବ୍ଯାପକ ଫସଲ ନଷ୍ଟ ହୋଇଛି। ଖଡିଆଳ ବ୍ଲକରେ ହଠାତ କାଳବୈଶାଖୀ ଆସିବାରୁ ଲାଗି ରହିଥିବା ତାତିରୁ ସାମାନ୍ଯ ଆଶ୍ଵସ୍ତି ମିଳିଥିଲା। ତେବେ କାଳବୈଶାଖୀ ବର୍ଷାରେ ବ୍ଯାପକ ଫସଲ ନଷ୍ଟ ହୋଇଛି। ଅନେକ ସ୍ଥାନରେ କୁଆପଥର ଶହ ବର୍ଷା ଓ ପବନରୁ ପରିବା ଚାଷୀ କ୍ଷତି ସହିଛନ୍ତି। ଅନେକ ସ୍ଥାନରେ ଗଛ ଭାଙ୍ଗିଛି। ବିରିଘାଟ ଗାଁରେ ଅନେକ ଚାଷୀଙ୍କ ଆମ୍ବ ବଗିଚା ନଷ୍ଟ ହୋଇଛି। ଗଛରୁ ସବୁ ଆମ୍ବ ଝଡିଯାଇଛି। ଆମ୍ବ ତୋଳିବା ପୂର୍ବରୁ ଚାଷୀଙ୍କୁ କ୍ଷତିର ସାମନା କରିବାକୁ ପଡିଛି।
ତିହାର ଜେଲ ପ୍ରଶାସନ ମିଛ କହୁଛନ୍ତି: ମୁଁ ପ୍ରତିଦିନ ଇନସୁଲିନ ମାଗୁଥିଲି: ଅରବିନ୍ଦ କେଜ୍ରିଓ୍ବାଲ
ନନ୍ଦିଘୋଷ ବ୍ୟୁରୋ: ତିହାର ଜେଲ ପ୍ରଶାସନ ଉପରେ ଗୁରୁତର ଆରୋପ ଲଗାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କେଜ୍ରିଓ୍ବାଲ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି କି, ମୋ ସ୍ବାସ୍ଥ୍ୟ ସମ୍ପର୍କରେ ଜେଲ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ତଥ୍ୟ ସମ୍ପୂର୍ଣ୍ଣ ମିଛ । ମୋର ସୁଗାର ଲେବଲ ଏବଂ ଇନସୁଲିନ ପ୍ରସଙ୍ଗରେ ଦିଆଯାଇଥିବା ତଥ୍ୟ ଭୁଲ୍ । ମୁଁ ପ୍ରତିଦିନ ଇନସୁଲିନ ପାଇଁ କହୁଥିବାବେଳେ ଏହାକୁ ଶୁଣା ଯାଉନଥିଲା । ଏପରିକି ପ୍ରଶାସନ ରାଜେନୖତିକ ଚାପରେ ପଡ଼ି ମିଛ ତଥ୍ୟ ଦେଉଛନ୍ତି । ମୁଁ ଖବରକାଗଜରୋ ପଢିଥିବା ରିପୋର୍ଟରେ ଯେଭଳି ପ୍ରକାଶ ପାଇଛି ତାହା ମଧ୍ୟ ମିଛ । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଜଣେ ବରିଷ୍ଠ ଚିକିତ୍ସକ ମୋ ସହ ଭିଡିଓ କଲରେ କଥା ହୋଇ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସେ ମଧ୍ୟ ମୋତେ ସ୍ବାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଦେଇଥିବା କୁହାଇଛି । କିନ୍ତୁ ଏଭଳି କିଛି ହୋଇନାହିଁ ।
ଅନ୍ୟପଟେ ଯେତେବେଳେ ବି ମୋତେ ଡାକ୍ତର ଚିକିତ୍ସା ପାଇଁ ଆସନ୍ତି ମୁଁ ସେତେବେଳେ ତାଙ୍କୁ ଜଣାଇଛି କି, ମୋର ସୁଗାର ଲେବଲ ଅଧିକ ରହିଛି । ମାତ୍ର ଏହାକୁ ସେ ଶୁଣିନାହାନ୍ତି । ଏପରିକି ମୋତେ ଇନସୁଲିନ ଦରକାର ବୋଲି କହିଛି । ମୋର ସୁଗାର ଲେବର ୨୫୦-୩୨୦ ପର୍ଯ୍ୟନ୍ତ ପହଞ୍ଚିଛି । କିନ୍ତୁ ରାଜେନୖତିକ ଚାପରେ କୌଣସି ଚିକିତ୍ସା ମଧ୍ୟ କରାଯାଇନାହିଁ ।
କାହିଁକି କଟିଛି ପ୍ରବୋଧଙ୍କ ଟିକେଟ? କଂଗ୍ରେସ ପ୍ରଭାରୀ ଅଜୟ କୁମାର ରଖିଲେ ପ୍ରତିକ୍ରିୟା
ନନ୍ଦିଘୋଷ ବ୍ୟୁରୋ: ଟିକେଟ କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାରୀ ଅଜୟ କୁମାର । ସବୁ ଦଳରେ ଟିକେଟ ପାଇଁ ବିଶୃଙ୍ଖଳା ଚାଳିଛି। ଯାହାକୁ ନ ମିଳିବ ସେ ଅଭିଯୋଗ କରିବା ସ୍ବାଭାବିକ। ୧୦ରୁ ୧୫ ସିଟରେ ସମସ୍ୟା ରହିଛି। ସେ ଜାଗାରେ ବିଚାର ବିମର୍ଶ ଚାଲିଛି। ବାକି ସବୁ ସିଟ୍ ରେ ଠିକ୍ ଠାକ୍ ଅଛି। ପ୍ରବୋଧ ତିର୍କିଙ୍କ ଟିକେଟ କଟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଜୟ କୁମାର। ସେ କହିଁଛନ୍ତି ଆମେ ତାଙ୍କୁ ହିଁ ଟିକେଟ ଦେଇଥିଲୁ। ସେ ଯେହେତୁ ରାଜନୀତି ପରିବାରର ନୁହନ୍ତି ତାଙ୍କ ପ୍ରଚାର ଜୋର ଧରିଲାନି। ଅଶାନୁରୂପକ ହେଲାନି। ତେଣୁ ତାଙ୍କୁ ପରିବର୍ତ୍ତନ କରାଗଲା। କେନ୍ଦୁଝରରେ ମୋହନ ହେମ୍ବ୍ରମଙ୍କ ବଦଳରେ ବିନୋଦ ବିହାରୀ ନାୟକଙ୍କୁ ଦିଆଗଲା। କାରଣ କେନ୍ଦୁଝର ଜିଲ୍ଲା କଂଗେସ ରେ ପ୍ରବଳ ବିରୋଧ ସହ ସମୂହ ଇସ୍ତଫା ଦେବାରୁ ତାଙ୍କୁ ପରିବର୍ତ୍ତନ କରାଗଲା।
ଧର୍ମେନ୍ଦ୍ରଙ୍କ ସଭାରେ ଚେୟାର ଖାଲି
ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥିୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଭାରେ ପୁଣି ଖାଲି ପଡିଲା ଚେୟାର। ହାଇଭୋଲଟେଜ ସିଟରେ ଧର୍ମେନ୍ଦ୍ରଙ୍କ ସଭାରେ ପ୍ରାୟ ସଭାରେ ଚେୟାର ଖାଲି ପଡୁଛି ତ ଆଉ କେଉଁଠି ତାଙ୍କୁ ଦେଖିବା ମାତ୍ରେ ଲୋକେ ସଭା ଛାଡି ପଳାଉଛନ୍ତି। ସୋମବାର ମଧ୍ଯ ସେପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ସମ୍ବଲପୁର ପିଏଚଡି ପଡିଆରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଧର୍ମେନ୍ଦ୍ର ସାମିଲ ହୋଇଥିଲେ । ସେ କହିବାକୁ ଉଠିବା କ୍ଷଣି ଲୋକମାନେ ଉଠି ପଳାଇଥିଲେ । ମାତ୍ର କିଛି ସମୟ ପରେ ସଭାସ୍ଥଳରେ ଶହ ଶହ ଚେୟାର ଖାଲି ହୋଇଯାଇଥିବା ଦେଖିବାକୁ ମିଳିଥିଲା । ସମ୍ବଲପୁର ପାଇଁ କେନ୍ଦ୍ରମନ୍ତ୍ରୀ କିଛି କରିନାହାଁନ୍ତି । କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ସତ୍ତ୍ବେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ଯାଳୟ କରିପାରିଲେନି। ଏହାକୁ ନେଇ ଧର୍ମେନ୍ଦ୍ରଙ୍କ ବିରୋଧରେ ସବୁଠି ବିରୋଧ ଦେଖିବାକୁ ମିଳୁଛି। ସଭାରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର ମଧ୍ଯ ଉପସ୍ଥିତ ଥିଲେ। ସେ ମଧ୍ଯ ଭାଷଣ ଦେବାବେଳେ ଖାଲି ପଡିଥିଲା ଶତାଧିକ ଚେୟାର। ଗତ ଶନିବାର ମଧ୍ଯ ଏପରି ଦୃଶ୍ଯ ଦେଖିବାକୁ ମିଳିଥିଲା ଏକ ଭଜନ ସମାରୋହରେ। ଭଜନ ସମାରୋହରେ ଧର୍ମେନ୍ଦ୍ର ପହଞ୍ଚିବା କ୍ଷଣି ଲୋକେ ଉଠି ପଳାଇଥିଲେ। ଏପରି ଘଟଣା ଏବେ ସାରା ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।

