ନନ୍ଦିଘୋଷ ବ୍ୟୁରୋ: ଜୟପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ । ରୋଡ୍ ଶୋ’ରେ ଯୋଗଦେଲେ ହଜାର ହଜାର ଜନତା । ଛକ ଛକରେ ପାଣ୍ଡିଆନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ଲୋକେ । ରୋଡ ଶୋ’ ବେଳେ ବର୍ଷା ହେଲା ଫୁଲ । ରାସ୍ତାର ଉଭୟ କଡରେ ଉତ୍ସାହିତ ଜନତା । ମହିଳା, ଯୁବକ ଓ ଛାତ୍ରଙ୍କ ଭିଡ଼ ଲାଗିଛି । ନିଜ ନେତାଙ୍କୁ ଦେଖିବାକୁ ନାହିଁ ନଥିବା ଉତ୍ସାହ । ଭୀଷଣ ଗୁଳୁଗୁଳିରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ହାତ ହଲାଇ ଅଭିବାଦନ ଗ୍ରହଣ କରୁଛନ୍ତି କାର୍ତ୍ତିକ ପାଣ୍ଡିଆନ । ନବୀନଙ୍କ ବିକାଶ ନାରାରେ କମ୍ପିଲା ଜୟପୁର ସହର ।
କାହାର ହେବ କଳାହାଣ୍ଡି ଲୋକସଭା କ୍ଷେତ୍ର ?
ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ କଳାହାଣ୍ଡି ଲୋକସଭା ଆସନ। ତିନି ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର। କାହାକୁ ବାଛିବେ ଜନତା ? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାକୁ ନେଇ ଚାଲିଛି ଅଙ୍କ କଷା। ପ୍ରାର୍ଥୀଙ୍କ ଭାଗ୍ଯ ନିରୂପଣ କରିବେ ୧୬ ଲକ୍ଷ ୯୬ ହଜାର ୭୫୯ ଜଣ ଭୋଟର। ତେବେ ବିକାଶ ହିଁ ସାଜିଛି ପ୍ରମୁଖ ମୁଦ୍ଦା।
ସଭା, ସମିତି ଶୋଭାଯାତ୍ରାରେ କମ୍ପୁଛି ମଇଦାନ । ବିଶାଳ ବାଇକ ରାଲି ସାଙ୍ଗକୁ ଜିନ୍ଦାବାଦ ନାରାରେ କମ୍ପୁଛି ପରିବେଶ । ଗ୍ରାଉଣ୍ଡରେ ବୁଲୁଛନ୍ତି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା ପରେ ସରଗରମ ହେବାରେ ଲାଗିଛି ରାଜନୈତିକ ପାଣିପାଗ । କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବଢୁଛି ରାଜନୈତିକ ଉଷ୍ମତା । ତେବେ କାହାର ହେବ କଳାହାଣ୍ଡି ଲୋକସଭା ଆସନ ? କାହାକୁ ବାଛିବେ ଭୋଟର ? ତାକୁ ନେଇ ଚାଲିଛି ଅଙ୍କକଷା ।
କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ନେଇ ଗଠିତ କଳାହାଣ୍ଡି ନିର୍ବାଚନ ମଣ୍ଡଳୀ । ଏଠାରେ ୧୬ ଲକ୍ଷ ୯୬ ହଜାର ୭୫୯ ଜଣ ଭୋଟର ଥିବାବେଳେ ପୁରୁଷ ଭୋଟର ୮ ଲକ୍ଷ ୪୮ ହଜାର ୯୧୬ ଜଣ । ସେହିପରି ମହିଳା ଭୋଟର ଅଛନ୍ତି ୮ ଲକ୍ଷ ୪୭ ହଜାର ୭୩୬ ଜଣ । ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୬୯ ଜଣ ଅଛନ୍ତି। ଏଥର ନୂତନ ଭାବେ ମତଦାନ କରିବେ ୩୪ ହଜାର ୬୫୮ ଜଣ ଯୁବ ଭୋଟର । ତେବେ ଚଳିତ ଥର ହେଉଛି ତ୍ରିମୁଖୀ ଲଢେଇ । ବିଜେଡିରୁ ଲମ୍ବୋଦର ନିଆଲ , ବିଜେପିରୁ ମାଳବିକା କେଶରୀ ଦେଓ ଏବଂ କଂଗ୍ରେସରୁ ଦ୍ରୌପଦୀ ମାଝୀ ମଇଦାନକୁ ଓହ୍ଲାଇଛନ୍ତି ।
୨୦୧୯ ନିର୍ବାଚନରେ ବସନ୍ତ ପଣ୍ଡା ବିଜୟ ହୋଇଥିବା ବେଳେ ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଭକ୍ତ ଚରଣ ଦାସ ପରାଜୟ ହୋଇଥିଲେ । ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ୪ ଲକ୍ଷ ୩୩ ହଜାର ୭୪ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିଲେ । ବିଜେଡିର ପୁଷ୍ପେନ୍ଦ୍ର ସିଂହ ଦେଓ ୪ ଲକ୍ଷ ୬ ହଜାର ୨୬୦, କଂଗ୍ରେସର ଭକ୍ତ ଚରଣ ଦାସ ୩ ଲକ୍ଷ ୧୯ ହଜାର ୨୦୨ ଖଣ୍ଡ ଭୋଟ ପାଇଥିଲେ । ହେଲେ ଚଳିତ ନିର୍ବାଚନରେ ତିନି ଦଳର ପ୍ରାର୍ଥୀ ପରିବର୍ତ୍ତନ ହୋଇଛନ୍ତି ।
ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ। କଂଗ୍ରେସ ପ୍ରାର୍ଥୀ ଦୌପଦୀ ମାଝୀ ଦୀର୍ଘ ବର୍ଷ ଧରି କଂଗ୍ରେସର ଜଣେ ନାରୀ ନେତ୍ରୀ ଭାବେ କାମ କରିଆସୁଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମାଳବିକା ଦେଓ ରାଜ ପରିବାରର ବୋହୂ ହୋଇଥିବାରୁ ରାଜନୀତିକୁ ବେଶ ନିକଟରୁ ଦେଖିଛନ୍ତି । ଯାହାକୁ ନେଇ କଳାହାଣ୍ଡି ରାଜନୀତି ବେଶ୍ ରୋଚକ ହେବାରେ ଲାଗିଛି। କଳାହାଣ୍ଡିରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ତେବେ ଜନତାଙ୍କ ମତ ବିକାଶ ଯେଉଁଠି, ଭୋଟ ସେଇଠି ।
ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ପ୍ରଚାରରେ ୪୮ ଘଣ୍ଟାର ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ
ନନ୍ଦିଘୋଷ ବ୍ୟୁରୋ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଲାଗିଛି ବଡ଼ ଝଟକା। ୪୮ ଘଣ୍ଟା ପାଇଁ କରିପାରିବେନି ପ୍ରଚାର । ଏକ କ୍ୟାମ୍ପେନିଂ ରାଲିରେ କଂଗ୍ରେସ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ତାଙ୍କ ପ୍ରଚାର ଉପରେ ବ୍ୟାନ୍ ଲଗାଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ୪୮ ଘଣ୍ଟା ପାଇଁ ସେ ଆଉ ପ୍ରଚାର କରିପାରିବେନି । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ରହିଥିବାବେଳେ ନିକଟରେ ଯାଇଥିବା ସାଧାରଣ ନିର୍ବାଚନରେ ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନଥିଲା । ତେଲେଙ୍ଗାନାରେ ବିଆରଏସକୁ ହରାଇ କଂଗ୍ରେସ ସରକାର ଗଠନ କରିଥିବାବେଳେ ରେବନ୍ତ ରେଡ୍ଡି ଏବେ ସେଠାରେ ମୁଖ୍ୟମନ୍ତ୍ରୀ ଅଛନ୍ତି ।
ପ୍ରଥମ ବୟାନ ରଖିଲେ ପ୍ରଜ୍ବଳ ରେଭନ୍ନା, କହିଲେ ମୁଁ ବାଙ୍ଗାଲୋରରେ ନାହିଁ
ନନ୍ଦିଘୋଷ ବ୍ୟୁରୋ: ଯୌନ ଉତ୍ପିଡନ ମାମଲାରେ ଫସିଥିବା ଜେଡିଏସ ନେତା ଉଜ୍ବଳ ରେଭନ୍ନା ସୋସିଆଲ ମିଡିଆ ଜରିଆରେ ନିଜର ପ୍ରଥମ ବୟାନ ରଖିଛନ୍ତି । ସେ କହିଛନ୍ତି କି, ସିଆଇଡିର ପଚରାଉଚରା ପାଇଁ ମୁଁ ବାଙ୍ଗାଲୋରରେ ନାହିଁ । ମୋ ଓକିଲଙ୍କ ଜରିଆରେ କଥା ହୋଇଛି । ଖୁବଶୀଘ୍ର ତଥ୍ୟ ସାମନାକୁ ଆସିବ । କହି ରଖୁଛୁ କି, ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି ହେଉଛନ୍ତି ପ୍ରଜ୍ବନ । ଏକ ଯୌନ ଉତ୍ପିଡନ ମାମଲାରେ ସେ ଫସିଥିବାବେଳେ ସେ ଦଳରୁ ମଧ୍ୟ ବହିଷ୍କାର ହୋଇଛନ୍ତି ।
ତାତିରୁ ମିଳିଲା ତ୍ରାହି, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ
ଭୁବନେଶ୍ବର: ତାତିରୁ ମିଳିଲା ତ୍ରାହି । ସକାଳୁ ଜାଳିଲା, ମଧ୍ଯାହ୍ନ ପରେ ତାତିରୁ ସାମାନ୍ଯ ଆଶ୍ବସ୍ତି ମିଳିଲା। ରାଜ୍ଯର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ହଠାତ ଟୁଇନସିଟି ଭୁବନେଶ୍ବର ଓ କଟକରେ ଆକାଶ ମେଘୁଆ ହେବା ସହ ଘଡ଼ଘଡ଼ି ବିଜୁଳି ସହ ବର୍ଷାପବନ ହେଉଛି। କୁଆପଥର ସହ ଘଡ଼ଘଡ଼ି ଓ ବର୍ଷା ହେଉଛି। କଟକ ଚୌଦ୍ବାରରେ ପ୍ରବଳ ବର୍ଷା ପବନ ହୋଇଛି। ହଠାତ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। କେତେକ ସ୍ଥାନରେ ଗଛ ମଧ୍ଯ ଭାଙ୍ଗିଯାଇଛି। ଏପଟେ ଆଠଗଡ଼ରେ ବି କାଳବୈଶାଖୀ ହୋଇଛି। ବର୍ଷା ପବନ ଦ୍ବାରା ଶ୍ରମିକ ଦିବସରେ ଆୟୋଜିତ ସଭାର ଟେଣ୍ଟ ଭୁଶୁଡ଼ି ପଡ଼ିଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ।
ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଇପସିତା ସାହୁ
ଭୁବନେଶ୍ବର: ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେଡି ମୁଖପାତ୍ର ଇପସିତା ସାହୁ । ଅପରାଜିତାଙ୍କ ଅସଲ ଚେହେରାକୁ ପଦାରେ ପକାଇଦେ ଇପସିତା । ସେ କହିଛନ୍ତି, ଓଡିଆ ସଂସ୍କୃତିର ଜ୍ଞାନ ବାଂଟୁଥିବା ଅପରାଜିତା ଷଡଙ୍ଗୀଙ୍କ ଅସଲ ଚେହେରା ଅତ୍ୟନ୍ତ ସାଂଘାତିକ । ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଟକାଇବାକୁ ଷଡଯନ୍ତ୍ର କରିବା ପଛର ପ୍ରମୁଖ କାର୍ପଟଦାର ହେଉଛନ୍ତି ଅପରାଜିତା । ଗତ ୫ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ କଣ କରିଛନ୍ତି ବୋଲି ବି ସେ ଜବାବ ମାଗିଛନ୍ତି । ଅପରାଜିତାଙ୍କ ଭଳି ବିକାଶ ବିରୋଧୀ ରାଜନେତା କେବଳ ହାଇଭୋଲଟେଜ ଡ୍ରାମା କରି ଫଟୋ ଉଠାଇବା ଛାଡିଦେଲେ ଆଉ କିଛି ବି କରିନାହାନ୍ତି ।
ବିକାଶର ସଂସ୍କୃତିକୁ ଛାଡି ଅପରାଧିକ ସଂସ୍କୃତିକୁ ଆପଣାଇବାରେ ଅପରାଜିତା ମାହିର୍ । ଯେଉଁ ପ୍ରଶାନ୍ତ ଜଗଦ୍ଦେବ ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଥିଲେ, ଦଳୀୟ ନେତାଙ୍କୁ ପିଟିଥିଲେ, ସେହିଭଳି ଅପରାଧିକ ବ୍ୟକ୍ତିକୁ ଆଣି ଦଳରେ ମିଶାଇ, ମୁଣ୍ଡରେ ବସାଇ ଟିକେଟ ଦେଇଛନ୍ତି । ଏହା ହେଉଛି ଅପରାଜିତା ଷଡଙ୍ଗୀଙ୍କ ବିକାଶର ମଡେଲ । ଭୁବନେଶ୍ୱର ଲୋକ ତାଙ୍କୁ କ୍ୟାମେରାରେ ପାଆନ୍ତି, କିନ୍ତୁ ନିଜ ସୁବିଧା ଅସୁବିଧାରେ ନୁହେଁ । ଭୁବନେଶ୍ବରବାସୀ ସବୁ ବୁଝିସାରିଛନ୍ତି । ବିକାଶ ବିରୋଧୀଙ୍କୁ ଲୋକ କେବେ କ୍ଷମା ଦେବେନି । ଜୁନ ୪ରେ ଉଚିତ ଜବାବ ଦେବେ ବୋଲି ଇସପିତା କହିଛନ୍ତି ।
ଅନୁଷ୍କାଙ୍କ ଜନ୍ମଦିନରେ ବିରାଟଙ୍କ ପ୍ରେମଭରା ଶୁଭେଚ୍ଛା
ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବୁଧବାର ହେଉଛି ଜନ୍ମଦିନ । ଏବେ ଆଇପିଏଲ ଚାଲିଥିବାବେଳେ ସ୍ବାମୀ ବିରାଟ କୋହଲି ଟିମ ସହ ରହିଛନ୍ତି । ତେବେ ନିଜ ଧର୍ମପତ୍ନୀଙ୍କ ଜନ୍ମଦିନରେ ପ୍ରେମଭରା ଶୁଭେଚ୍ଛା ଜଣାଇଛନ୍ତି ବିରାଟ କୋହଲି । ବିରାଟ ପତ୍ନୀ ଅନୁଷ୍କାଙ୍କ ସହ କିଛି ଫଟୋ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଉଭୟ ରୋମାଣ୍ଟିକ ମୁଡରେ ରହିଛନ୍ତି ଏବଂ ଏକାକି ରହିଥିବା ଫଟୋ ମଧ୍ୟ ବିରାଟ ସେୟାର କରିଛନ୍ତି । ଅନୁଷ୍କାଙ୍କ ସହ ରାସ୍ତାରେ ଚାଲୁଥିବାବେଳେ ଏବଂ ସମୁଦ୍ର କୂଳରେ ବସିଥିବା ଫଟୋକୁ ମଧ୍ୟ ସେୟାର କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଯୁଜର୍ସମାନେ ବିରାଟଙ୍କ ପୋଷ୍ଟକୁ ଲାଇକ୍ କରିବା ସହ ସେୟାର ମଧ୍ୟ କରୁଛନ୍ତି । ଅନୁଷ୍କା ଭାଉଜଙ୍କୁ ଜନ୍ମଦିନର ଶୁଭେଚ୍ଛା । ଏଭଳି ଅନେକ ମଜାଳିଆ କମେଣ୍ଟ ମଧ୍ୟ ବିରାଟଙ୍କ ପ୍ରଶଂସକମାନେ କରୁଥିବା ଦେଖିବାକୁ ମିଳିଛି । ଫଟୋ ସହ ବିରାଟ ପ୍ରେମଭରା କ୍ୟାପସନ ମଧ୍ୟ ଦେଇଛନ୍ତି । ’ ଯଦି ମୁଁ ତୁମକୁ ପାଇନଥାନ୍ତି ତାହେଲେ ହଜି ଯାଇଥାନ୍ତି । ଶୁଭ ଜନ୍ମଦିନ ମୋ ପ୍ରେମ । ତୁମେ ମୋ ଜୀବନର ସିଂହି । ମୁଁ ତୁମକୁ ବହୁତ ଭଲପାଏ । ଏଭଳି ଏକ ପ୍ରେମଭରା କ୍ୟାପସନ ମଧ୍ୟ ଦେଇଛନ୍ତି ବିରାଟ । ତେବେ କହି ରଖୁଛୁ କି, ୨୦୧୭ ମସିହାରେ ବିରାଟ ଏବଂ ଅନୁଷ୍କାଙ୍କ ବିବାହ ଇଟାଲୀରେ ହୋଇଥିଲା । ୨୦୧୯ରେ ସେମାନଙ୍କ ଝିଅ ଭାମିକା ଜନ୍ମ ହୋଇଥିବାବେଳେ ବେଳେ ୨୦୧୪ରେ ଏକ ପୁତ୍ର ସନ୍ତାନକୁ ମଧ୍ୟ ଜନ୍ମ ଦେଇଛନ୍ତି । ଏହି ଦମ୍ପତ୍ତି ସବୁବେଳେ ଖୁସି ମିଜାସରେ ନଜର ଆସିଛନ୍ତି ।
ଅମିତ ଶାହଙ୍କ ଭିଡିଓ ଭାଇରାଲ ଘଟଣାରେ ଦିଲ୍ଲୀ ପୋଲିସ ଆଗରେ ଏଭଳି ଜବାବ ରଖିଲେ ରେବନ୍ତ ରେଡ୍ଡିଙ୍କ ଓକିଲ
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଏକ ଫେକ୍ ଭିଡିଓ ଭାଇରାଲ ହେବାରେ ଲାଗିଛି । ରବିବାରଠାରୁ ଏହି ଭିଡିଓଟି ଭାଇରାଲ ହେଉଥିବା ଏହି ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ଦିଲ୍ଲୀ ପୋଲିସ ନୋଟିସ କରିଥିଲା । ବୁଧବାର ରେବନ୍ତ ରେଡ୍ଡିଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହୋଇଥିଲେ । ସେ କହିଛନ୍ତି କି, ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ରେବନ୍ତଙ୍କର କୌଣସି ସମ୍ପୃକ୍ତି ନାହିଁ । ସିଏମଓ ତେଲେଙ୍ଗାନା ଏବଂ ରେବନ୍ତ ରେଡ୍ଡି କେବଳ ୨ଟି ଏକ୍ସ ହ୍ୟାଣ୍ଡେଲକୁ ବ୍ୟବହାର କରୁଛନ୍ତି । ମାତ୍ର ଏହା ଯେଉଁ ଆଇଡିରୁ ଭାଇରାଲ ହେଉଛି ସେହି ଆଇଡି ରେବନ୍ତ ରେଡ୍ଡି ଚଳାଉନାହାନ୍ତି ।
କହି ରଖୁଛୁ କି, ଅମିତ ଶାହଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ସଂରକ୍ଷଣକୁ ନେଇ ଏକ ବିବୃତି ଦେଇଥିବା ଦେଖିବାକୁ ମିଳିଥିଲା । ଶାହ ଏହା କୌଣସି ସଭା ମଞ୍ଚରେ କହି ନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ ଦିଲ୍ଲୀ ପୋଲିସ ପକ୍ଷରୁ ୧୬ ଜଣଙ୍କୁ ଡକାଇ ପଚରା ଉଚରା ମଧ୍ୟ କରାଯାଇଛି ।
ଡବଲ ଇଂଜିନ ଭୋଟ୍ ପାଇଁ କାମ କରେ, ନବୀନ ଇଂଜିନ ସ୍ୱଛତାର ଇଂଜିନ :କାର୍ତ୍ତିକ ପାଣ୍ଡିଆନ
ଛତ୍ରପୁର: ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର । ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦବୋଧନ । କହିଲେ, ଡବଲ ଇଞ୍ଜିନ ବୋଲି କିଛି ଲୋକ ପାଟି କରୁଛନ୍ତି। ଡବଲ ଇଂଜିନ ସରକାରରେ ସର୍ବନିମ୍ନ ମଜୁରୀ ୩୨୦, ୩୬୦ ଓ ୩୮୦ । ଆମ ରାଜ୍ୟରେ ଯାହା ୪୫୦ । ଡବଲ ଇଂଜିନ ସରକାର ଭତ୍ତା ଦେଉଛନ୍ତି ମାତ୍ର ୩୦୦ ଟଙ୍କା। ଆୟୁଷ୍ମାନ ଯୋଜନାର ବଜେଟ ଦେଶ ପାଇଁ ୬ ହଜାର କୋଟି ଟଙ୍କା। ଓଡ଼ିଶାର ଭାଗ ପଡ଼ିବ ୩ଶହ କୋଟି ଟଙ୍କା । ଓଡ଼ିଶାରେ ବିଏସକେୱାଇ ବଜେଟ୍ କେବଳ ରାଜ୍ୟ ପାଇଁ ୫ ହଜାର କୋଟି । ନବୀନ ଇଂଜିନ ସ୍ୱଛତାର ଇଂଜିନ । ଡବଲ ଇଂଜିନ ଭୋଟ୍ ପାଇଁ କାମ କରେ । ନବୀନ ଇଂଜିନ ଦୁଃଖସୁଖରେ ରୁହେ । ନିର୍ବାଚନ ସମୟରେ ହିଁ ଡବଲ ଇଂଜିନ କଥା ଶୁଭେ । ଅନ୍ୟ ଇଂଜିନ କାମ ଦେବ ନାହିଁ । କାମ କରିବ କେବଳ ନବୀନ ଇଂଜିନ । ଛତିଶଗଡରେ ୫ ବର୍ଷ ତଳେ ଡବଲ ଇଂଜିନ ବନ୍ଦ ହେଇଯାଇଛି,ରାଜସ୍ଥାନ,ହିମାଚଳ ପ୍ରଦେଶରେ ବି ଡବଲ ଇଂଜିନ ବନ୍ଦ । କିନ୍ତୁ ଯେଉଁଠି ଡବଲ ଇଂଜିନ ସରକାର ଆସେ,ସେଠାରେ ବିକାଶ ୨୦ ବର୍ଷ ପଛକୁ ଫେରିଆଯାଏ । ଯେଉଁଠି ଡବଲ ଇଂଜିନ ସରକାର ଆସେ ସେଠି ଲୋନ ବଢିଯାଏ । ସେଠି ସରକାର ଦରମା ଦେଇ ପାରେ ନାହିଁ । ଠକ ମାନଙ୍କୁ ଜେଲରେ ରଖିବା କଥା । ସେମାନଙ୍କୁ ସଂସଦ ପଠାଇବା କଥା ନୁହେଁ । ଗଂଜାମବାସୀ କେବେ ମଧ୍ୟ ସେହି ଭୁଲ କରିବେନାହିଁ ।
ଏହାସହ ଗଞ୍ଜାମରେ ତାଙ୍କର କର୍ମମୟ ଜୀବନର ସମୟକୁ ମନେପକାଇ ପାଣ୍ଡିଆନ ଭାବ ପ୍ରବଣ ହୋଇ ପଡ଼ିଥିଲେ।ଗଞ୍ଜାମବାସୀ ବିଶେଷ କରି ଛତ୍ରପୁର ବାସୀଙ୍କ ସ୍ନେହ ଶ୍ରଦ୍ଧା ମୁଁ କେବେ ଭୁଲି ପାରିବି ନାହିଁ ବୋଲି କହିଥିଲେ । ଛତ୍ରପୁରବାସୀ ମୋତେ ପରିବାର ସଦସ୍ୟଙ୍କ ଭଳି ଦେଖନ୍ତି। ମୋ ଝିଅର ଜନ୍ମ ମାଟି ହେଉଛି ଛତ୍ରପୁର । ମା’ତାରାତାରିଣିଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି ।
ଟି-୨୦ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା ପରେ ଉଠିଲା ଏହିସବୁ ପ୍ରଶ୍ନ
ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଟି-୨୦ ବିଶ୍ବକପ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଯାହାକୁ ନେଇ ଏବେ ଦୁଇଦିନ ହେବ ତର୍କ ବିତର୍କ ଲାଗି ରହିଛି । କିଛି ଅଭିଜ୍ଞ ଏବଂ ଯୁବ ଖେଳାଳି ଯେଉଁମାନେ ଫର୍ମରେ ରହିଛନ୍ତି ସେମାନଙ୍କୁ ଦଳରେ ସ୍ଥାନ ମିଳିନଥିବାବେଳେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଦଳ ଚୟନ ହୋଇଛି ସତ ତେବେ ବ୍ୟାଟିଂକ୍ରମ କିଭଳି ରହିବ ଏବଂ ବୁମରାଙ୍କ ସହ କେଉଁ ବୋଲର ସାଥ୍ ଦେବେ ଏହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ରୋହିତଙ୍କ ସହ ଜୟସ୍ବାଲ କିମ୍ବା କୋହଲି ଓପନିଂ କରିବେ ତାକୁ ନେଇ ମଧ୍ୟ ଦ୍ବନ୍ଦ । ବିରାଟ କୋହଲି ପାଓ୍ବାର ପ୍ଲେ ପରେ ଧିମା ଖେଳନ୍ତି । ଏପରିକି ସେ ସ୍ପିନରଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ । ଏଣୁ ଯଦି କୋହଲି ଫାଷ୍ଟ ଡାଉନରେ ବ୍ୟାଟିଂ ଆସନ୍ତି ତାହେଲେ ଟିମ ସ୍କୋର ବଡ଼ ପାଳିରେ ପରିଣତ ହୋଇପାରିବ ନାହିଁ । ସେପଟେ କୋହଲି ଯଦି ଓପନିଂ ଆସନ୍ତୁ ତାହେଲେ ଜୟସ୍ବାଲ କେଉଁ ସ୍ଥାନରେ ଆସିବେ।

