ଭୁବନେଶ୍ୱର: ଆଜି ସରୁଛି ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ପ୍ରଚାର। ଏହା ସହ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମଧ୍ୟ ପ୍ରଚାର ଶେଷ ହେଉଛି। ଅପରାହ୍ନ ୫ଟା ସରିବ ପ୍ରଚାର। ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ମୋଟ ୧୦ ରାଜ୍ୟର ୯୬ ଆସନରେ ଭୋଟ ଗ୍ରହଣ ହେବ।
ଆସନ୍ତା ୧୩ ତାରିଖରେ ନିଆଯିବ ଭୋଟ। ଏଥିରେ ଓଡ଼ିଶାର ୪ ଲୋକସଭା ଆସନ ସହ ୨୮ ବିଧାନସଭା ଆସନରେ ଭୋଟଗ୍ରହଣ ହେବ। ଓଡ଼ିଶାର ହେବାକୁ ଥିବା ଲୋକସଭା ଆସନ ମଧ୍ୟରେ ରହିଛି ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର। ଏହି ୪ ଲୋକସଭା ଆସନ ଅନ୍ତର୍ଗତ ୨୮ ବିଧାନସଭାରେ ଭୋଟଗ୍ରହଣ ହେବ। ଆଜି ନିର୍ବାଚନ ପ୍ରଚାର ସରୁଥିବା ଆସନ ମଧ୍ୟରେ ଆନ୍ଧ୍ରପ୍ରଦେଶର ୨୫ ଆସନ, ତେଲଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ମଧ୍ୟପ୍ରଦେଶର ୮, ପଶ୍ଚିମବଂଗର ୮, ବିହାର ଓ ଝାଡ଼ଖଣ୍ଡରେ ୫ଟି ଲେଖାଏ ଆସନ, ଓଡ଼ିଶାରେ ୪ , ଏବ ଜାମ୍ମୁ କାଶ୍ମୀର ଗୋଟିଏ ଆସନ ରହିଛି।
VIDEO
ଆସନ୍ତା ୧୩ ତାରିଖରେ ଓଡ଼ିଶାରେ ହେବାକୁ ଥିବା ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି। ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, କୋରାପୁଟ, ଗୁଣପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, ପଟ୍ଟାଙ୍ଗୀ ଆସନରେ ଭୋଟଗ୍ରହଣ ହେବ। ଆସନ୍ତା ଅପରାହ୍ନ ୫ଟା ସୁଦ୍ଧା ସରିବ ନିର୍ବାଚନ ପ୍ରଚାର। ଆଜି ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନ ଲାଗି ମଧ୍ୟ ଆଜି ସରୁଛି ପ୍ରଚାର। ଆସନ୍ତା ୧୩ ତାରିଖରେ ଆନ୍ଧ୍ରପ୍ରଦେଶରେ ଲୋକସଭା ସହ ବିଧାନସଭା ଭୋଟ ଅନୁଷ୍ଠିତ ହେବ।