spot_img
Home Blog Page 1796

ନିମ୍ନ ରାଜନୀତି ପାଇଁ ଇସିଆଇକୁ ବ୍ୟବହାର କରୁଛି ବିଜେପି : ସସ୍ମିତ ପାତ୍ର

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ସରିବା ପରେ ବିଜେଡିକୁ ସଂଖ୍ୟା ଗରିଷ୍ଠତା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 9 ଜୁନରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବେ । ବିଜେପି ଭାରସାମ୍ୟ ହରାଇ ବସିଛି । ପୀତାମ୍ବର ଆଚାର୍ଯ୍ୟ ଗତକାଲି ପ୍ରେସମିଟରେ ଯେଉଁ ତଳସ୍ତର ଭାଷା ବ୍ୟବହାର କଲେ ତାହାର ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଇସିଆଇ ମାଧ୍ଯମରେ ବିଜେପି ସଫଳତା ପାଇଲା । ଏହା ପ୍ରମାଣ କରିଦେଉଛି ଯେ ନିମ୍ନ ରାଜନୀତି ପାଇଁ ଇସିଆଇକୁ ବ୍ୟବହାର କରୁଛି ବିଜେପି । ବିଜେଡି ସହ ଲଢ଼ିବାର ସତ ସାହସ ନଥିରୁ IAS, IPSଙ୍କ ବିରୋଧରେ ବିଜେପି ଲାଗୁଛି । ସେମାନେ ନିଜ ଜୀବନକୁ ବାଜି ଲଗାଇ ନକ୍ସଲ ଦମନ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ  ପାଇଁ OSD ବିନୟ ପ୍ରଧାନ ନିର୍ବାଚନରେ ପ୍ରଚାର କରିବା ନେଇ ଅଭିଯୋଗ କରିଥିଲା ବିଜେଡି । ହେଲେ କମିଶନ କିଛି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । । ECIକୁ ବ୍ୟବହାର କରୁଛି ବିଜେପି । ସେମାନେ ହାରୁଛନ୍ତି ବୋଲି ହତାଶ । ବ୍ୟାକଡୋରରେ ଅଫିସରଙ୍କ ସହ କଣ ଲଢୁଛନ୍ତି ? ଧର୍ମେନ୍ଦ୍ର କି ଭାଷା ବ୍ୟବହାର କଲେ ଜଣେ ସାମ୍ବାଦିକଙ୍କ  ଉପରେ । ବିଜେଡି ଚତୁର୍ଥ ସ୍ତମ୍ଭ ସହ ଅଛି ଓ ଧର୍ମେନ୍ଦ୍ର କିଛି କରି ପାରିବେ ନାହିଁ ବୋଲି ଦମ୍ଭ ଦେଇଛି ବିଜେଡି ।

ଓଡ଼ିଶାବାସୀ କେବେ ଅହଙ୍କାରକୁ ବରଦାସ୍ତ କରନ୍ତି ନାହିଁ : ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର : ବିଜେପିକୁ ନିଶାନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। କହିଲେ, ଯଦି ଦମ୍ ଅଛି ତ ରାଜନୈତିକ ଭାବେ ବିଜେଡି ସହିତ ଲଢ। କିନ୍ତୁ ଅଯଥାରେ ଅଫିସରଙ୍କୁ ଟାର୍ଗେଟ କଲେ କିଛି ଲାଭ ପାଇବ ନାହିଁ । ତୃତୀୟ ପର୍ଯ୍ଯାୟ ସୁଦ୍ଧା ବିଜେଡି ସଂଖ୍ଯାଗରିଷ୍ଠତା ପାଇଛି । ଏଥିପାଇଁ ବିଜେପି ହତାଶ ହୋଇ ଯାଇଛି। ବିଶେଷ କରି ଓଡ଼ିଶାକୁ ପ୍ରଚାର କରିବାକୁ ଆସିଥିବା  ବାହାରର ନେତା ଭାବୁଛନ୍ତି, ଆମେ ଏତେ ବୁଲିଲୁ, ତଥାପି ଓଡ଼ିଶାବାସୀଙ୍କ ସହାନୁଭୂତି ନାହିଁ । ଓଡ଼ିଶାବାସୀ କେବେ ଅହଙ୍କାରକୁ ବରଦାସ୍ତ କରନ୍ତି ନାହିଁ। ତେଣୁ ସେମାନେ ନବୀନଙ୍କୁ ୫ ଥର ମୁଖ୍ଯମନ୍ତ୍ରୀ କରିଛନ୍ତି। ଷଷ୍ଠ ଥର ମଧ୍ଯ ନବୀନ ମୁଖ୍ଯମନ୍ତ୍ରୀ ହେବେ। ବିଜେପିର ନେତାମାନେ ଯେଉଁ କହୁଛନ୍ତି, ଆମ ପାଇଁ ଦୁଇ ଜଣ ଅଫିସରଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଗଲା, ତାହା ECI ର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। କୌଣସି ପ୍ରମାଣ ନ ଥାଇ ଇସିଆଇ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ଏକପାଖିଆ ନିଷ୍ପତ୍ତି କେବେ ବି ଠିକ୍ ନୁହେଁ । ତେଣୁ ECI ଉପରୁ ଭରସା ଉଠି ଯାଇଛି । ପବ୍ଲିକ ସବୁ ଜାଣୁଛନ୍ତି, ସବୁ ଦେଖୁଛନ୍ତି । ଠିକ୍ ସମୟରେ ମୋହର ମାରି ସେମାନେ ଜବାବ ଦେବେ । ମାନସ ମଙ୍ଗରାଜ ଏହା ବି କହିଛନ୍ତି, ବିଜେପି ବିରୋଧରେ ଆମେ ଶହ ଶହ ପିଟିସନ କରିଛି। କିନ୍ତୁ କୌଣସି କାର୍ଯ୍ଯାନୁଷ୍ଠାନ ନେଇ ନାହାନ୍ତି ECI । ଏକପାଖିଆ ନିଷ୍ପତ୍ତି କେବେ ବି ଠିକ୍ ନୁହେଁ। ଏହା ଦ୍ବାରା ECI ଙ୍କ ଉପରୁ ଆମର ଭରସା ଉଠିଛି।

ECI କୁ ଲଗାଇ ବିଜେପି ଅଫିସରଙ୍କୁ ଟାର୍ଗେଟ କରୁଛି। ଏହାର କୌଣସି ପ୍ରଭାବ ପଡ଼ିବ। ଯଦି ଦମ୍ ଅଛି  ବିଜେପି ରାଜନୀତିରେ ବିଜେଡି ସହିତ ଲଢୁ ବୋଲି ଆହ୍ବାନ ଦେଇଛନ୍ତି ମାନସ ମଙ୍ଗରାଜ । ବିଜେପିର ନେତାମାନେ ଏଥର ନିର୍ବାଚନକୁ ନିମ୍ନସ୍ତରକୁ ନେଇ ଯାଇଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ଯ ଦେଇଛନ୍ତି  । ମୁଖ୍ଯମନ୍ତ୍ରୀ କି ବିଜେଡି କେବେ ବି କାହା ପ୍ରତି କଟୁ ଭାଷା ପ୍ରୟୋଗ କରେ ନାହିଁ । କାରଣ ଆମର ସଂସ୍କାର ସେମିତି ନୁହେଁ । ଏହାର ଜବାବ ଲୋକେ ଦେବେ ବୋଲି କହିଛନ୍ତି ମାନସ ମଙ୍ଗରାଜ । ଜୁନ ୪ ତାରିଖରେ ଲୋକଙ୍କ ଜବାବ ଜଣାପଡ଼ିବ ବୋଲି ମାନସ ମଙ୍ଗରାଜ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜାମିନ ଆବେଦନ ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମ ଝଟକା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଜାମିନ ଆବେଦନ ଅବଧି ବୃଦ୍ଧି କରିବା ଆବେଦନକୁ ଖାରଜ କରିଛନ୍ତି। ଜାମିନ ଅବଧି ବୃଦ୍ଧି କରିବା ନେଇ ଆବେଦନ ସୁପ୍ରିମକୋର୍ଟ ପଞ୍ଜୀକରଣ ଗ୍ରହଣ ହୋଇନଥିଲା। ସୁପ୍ରିମକୋର୍ଟ ରେଜିଷ୍ଟ୍ରୀ କେଜରିୱାଲଙ୍କ ଆବେଦନ ଗହଣ କରିବାକୁ ମନା କରିଥିଲେ। ଫଳରେ କେଜରିୱାଲ କରିଥିବା ୭ ଦିନ ରିମାଣ୍ଡ ଅବଧି ବୃଦ୍ଧି ଆବେଦନ ଖାରଜ ହୋଇଯାଇଛି।

ବର୍ତ୍ତମାନ କେଜରିୱାଲଙ୍କୁ ଆସନ୍ତା ୨ ତାରିଖରେ କୋର୍ଟରେ ସରେଣ୍ଡର କରିବାକୁ ପଡିବ। ଟ୍ରାଏଲ କୋର୍ଟରେ ଜାମିନ ଆବେଦନ ଲାଗି କେଜରିୱାଲଙ୍କୁ ପୂର୍ବରୁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। କେଜରିୱାଲ ତାଙ୍କର ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ମିଳିଥିବା ଜାମିନକୁ ଆହୁରି ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲେ। ଗତ ୧୦ ତାରିଖରେ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଥିଲା।

ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟର ଜଷ୍ଟିସ ଦୀପାଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ। ଗତ ୨୧ ମାର୍ଚ୍ଚରେ ମାମଲାରେ ଗିରଫ କରିଥିଲା ଇଡି। ମାମଲାରେ ପୂର୍ବରୁ କେଜରିୱାଲଙ୍କୁ ୯ଟି ସମନ ଜାରି କରିଥିଲା। ଏହା ସତ୍ଵେ ଇଡି ନିକଟରେ ହାଜର ହୋଇନଥିଲେ କେଜରିୱାଲ। ଏହାପରେ ତାଙ୍କୁ ଗିରଫ କରିଥିଲା ଇଡି।

ମୋ ପ୍ରତି ଅପମାନ ଓ କଟୁ ମନ୍ତବ୍ୟର ଜବାବ ଓଡ଼ିଶାବାସୀ ଦେବେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀଙ୍କୁ ମୁଖ୍ଯମନ୍ତ୍ରୀ ପଟ୍ଟନାୟକଙ୍କ ଜବାବ। ସାଢ଼େ ୪ କୋଟି ଓଡ଼ିଆଙ୍କୁ ମୋର ପରିବାର ଭାବି ମୁଁ ସେମାନଙ୍କ ସେବା କରି ଆସୁଛି
ସୁଖରେ ଦୁଃଖରେ ମୁଁ ସବୁବେଳେ ଆପଣଙ୍କ ସାଥୀରେ ଅଛି । ବନ୍ଯା, ବାତ୍ଯାରେ ସବୁବେଳେ ମୁଁ ଆପଣଙ୍କ ପଛରେ ଅଛି । ଶେଷ ପର୍ଯ୍ଯନ୍ତ ମୁଁ ଆପଣଙ୍କ ସହିତ ଛିଡ଼ା ହୋଇଥିବି ।

ମାଆମାନଙ୍କ ସଫଳତା ମତେ ବହୁତ ଖୁସି ଦେଇଛି । ସେହିପରି ଯୁବ ପୀଢ଼ି ଆତ୍ମ ବିଶ୍ବାସର ସହିତ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ ଓ ଦେଶରେ ରାଜ୍ଯକୁ ନମ୍ଵର ୱାନ କରିବ । ଦୁଃଖର କଥା ବାହାର ନେତା ଆସି ମତେ ବ୍ଯକ୍ତିଗତ ଭାବେ ଆକ୍ଷେପ କରୁଛନ୍ତି । କଟୁ କଥା କହୁଛନ୍ତି, ଅଭଦ୍ର ଭାଷା ବ୍ଯବହାର କରୁଛନ୍ତି । ଆପଣ ଭଲ ଭାବେ ଜାଣନ୍ତି, ମୁଁ କାହାକୁ ଅସମ୍ମାନ କରେ ନାହିଁ । କଟୁ କଥା କହେ ନାହିଁ । ଆପଣମାନେ ଏହାର ଜବାବ ଦେବେ ।

ବିଶେଷ କରି ମାଆମାନେ ଓ ଯୁବ ପୀଢ଼ି ଏହି ଅସମ୍ମାନର ଜବାବ ଜୁନ ୧ ତାରିଖରେ ହେବାକୁ ଥିବା ଭୋଟରେ ଦେବେ । ମାଆମାନଙ୍କ ଆଶୀର୍ବାଦ ସବୁବେଳେ ଓଡ଼ିଶା ସହିତ ରହିଛି ।

ସାରସକଣାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ଜନତାଙ୍କୁ ଦେଲେ ବିକାଶର ହିସାବ

ସାରସକଣା: କିଏ ଆଦିବାସୀଙ୍କ ପାଇଁ କାମ କରୁଛନ୍ତି, କିଏ ଆପଣଙ୍କ ସମାଜର ବିକାଶ ପାଇଁ କାମ କରିବେ, ଆଉ କିଏ ଆପଣଙ୍କୁ ଭୋଟ ବ୍ୟାଙ୍କ ବୋଲି ଭାବୁଛନ୍ତି ସେମାନଙ୍କୁ ଚିହ୍ନନ୍ତୁ । ବିରୋଧୀ ନିର୍ବାଚନ ଆସିଲେ ମିଛ କଥା କହି ଭୋଟ ମାଗିବେ। ନିର୍ବାଚନ ସରିଲେ ଖୋଜିଲେ ବି ମିଳିବେନି। ସେମାନଙ୍କୁ ଭୋଟରେ ଜବାବ ଦେବାକୁ ସାରସକଣାରେ ଅପିଲ କରିଛନ୍ତି 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ବିରୋଧୀ ଦଳ ଜାତୀୟ ରାଜପଥର ବିକାଶ କରୁନାହାନ୍ତି କି ଆଦିବାସୀଙ୍କ ପିଲା ଛୁଆଙ୍କ ଉନ୍ନତି ପାଇଁ କାମ କରୁନାହାଁନ୍ତି। କେବଳ ମିଛ କହି ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଆଦିବାସୀଙ୍କ ବିକାଶ ପାଇଁ କାମ କରୁଛନ୍ତି । ଆଦିବାସୀଙ୍କ କଳା, ସଂସ୍କୃତି ଓ ଭାଷା ଯାହା ସେମାନଙ୍କ ପରିଚୟ ତାର ସୁରକ୍ଷା ସହ ସେମାନଙ୍କ ଆର୍ଥିକ ଓ ସାମାଜିକ ବିକାଶକୁ ମଧ୍ୟ ସମାନ ଗୁରୁତ୍ବ ଦିଅନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ସେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆଦିବାସୀଙ୍କ ବିରୋଧରେ ଥିବା ୫୦ ହଜାର ପୋଲିସ କେସ୍, ଜଙ୍ଗଲ ଓ ଅବକାରୀ ସମ୍ପର୍କିତ ମାମଲାକୁ ରଦ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଦିବାସୀ ହଷ୍ଟେଲ ଜରିଆରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାଗଣା ପାଠ ପଢୁଛନ୍ତି । ଅନ୍ବେଶା, ଆକାଂକ୍ଷା ଓ ଆଦର୍ଶ ବିଦ୍ୟାଳୟ ଜରିଆରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମିଡିୟମରେ ପଢିବାର ସୁଯୋଗ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସାରସକଣାବାସୀଙ୍କ ଅନୁରୋଧରେ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପର ହିସାବ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ଚନ୍ଦନପୁର ଘାଟି ରାସ୍ତା ସହ ପିଇବା ପାଣି ସମସ୍ୟାର ସମାଧାନ ହୋଇଛି। ନୂଆ-ଓ ସ୍କଲାରସିପ ସହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମିଳିଛି ସ୍ବତନ୍ତ୍ର ଛାତ୍ରବୃତ୍ତି। ଅନ୍ୟ କୌଣସି ରାଜ୍ୟ ଓ ଦଳ ଏଭଳି ଯୋଜନା କରିନାହାଁନ୍ତି ବୋଲି ସେ କହିଛନ୍ତି ।

ଯଶୀପୁରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପହାର

ଯଶୀପୁର: ନିର୍ବାଚନ ଆସିଲେ ବିରୋଧୀଙ୍କୁ ଲୋକଙ୍କ କଷ୍ଟ କଥା ମନେପଡେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ସବୁବେଳେ ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା କରନ୍ତି। ଆଉ ଲୋକଙ୍କ ଆବେଦନ ଆଧାରରେ ନିଆଯାଇଥିବା ପଦକ୍ଷେପର ହିସାବ ସମ୍ମାନର ସହ ଦିଅନ୍ତି। ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଦେଇଛନ୍ତି । ତେଣୁ ୫ବର୍ଷରେ ଥରେ ସୁଯୋଗ ମିଳିଛି ତାଙ୍କୁ ଆଶୀର୍ବାଦ କରିବାକୁ।

ଯଶୀପୁରରେ ପ୍ରଚାର କରି ଜନତାଙ୍କୁ ଏହି ଆହ୍ବାନ ଦେଇଛନ୍ତି 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଯଶୀପୁରର ଜଳସେଚନ ସମସ୍ୟାର ସମାଧାନ ପାଇଁ ୩୩୫ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ। ମା କୀଚକେଶ୍ବରୀ ମନ୍ଦିରର ରୂପାନ୍ତରଣ ପାଇଁ ୮ କୋଟି ୪୦ ଲକ୍ଷ ଦିଆଯାଇଛି।

ସେହିଭଳି କୁଡୁକି ଓ ହୋ ସମ୍ପ୍ରଦାୟ ଲାଗି ବିଭିନ୍ନ ସ୍ଥାନରେ ଭବନ ନିର୍ମାଣ ପାଇଁ ମଧ୍ୟ ଆର୍ଥିକ ସହାୟତା ଦେଇଛନ୍ତି। ପିଇବା ପାଣି ପାଇଁ ୬୫୦କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ଆଦିବାସୀଙ୍କ କଳା ସଂସ୍କୃତି ଓ ପୂଜାସ୍ଥଳୀର ସୁରକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଜରିଆରେ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟ କୌଣସି ଦଳ କିମ୍ବା ସରକାର ଆଦିବାସୀଙ୍କ ପାଇଁ ଏସଡିସି ଗଠନ କରିନାହାଁନ୍ତି। ଲଘୁ ବନଜାତ ଦ୍ରବ୍ୟ ଉପରେ ଆଦିବାସୀ ମହିଳାଙ୍କୁ ଉପଯୁକ୍ତ ମୂଲ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିରୋଧୀ କରୁଛନ୍ତି ହୀନ ରାଜନୀତି

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିରୋଧୀ କରୁଛନ୍ତି ହୀନ ରାଜନୀତି। ବିରୋଧୀଙ୍କ ଏ ହୀନ ରାଜନୀତି କାହିଁକି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସହିନପାରି ବିରୋଧୀ ମିଛ ପ୍ରଚାର କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତିର ରଙ୍ଗ ଦେଉଥିବା ନେତା ୧୦ ବର୍ଷ ଯାଏଁ ସେହି ବିଭାଗର ମନ୍ତ୍ରୀ ଥିଲେ। ଯାହା ଅଧିନରେ ମନ୍ଦିର ପରିଚାଳନା କମିଟି ଥିଲା। କିନ୍ତୁ ସେତେବେଳେ ତାଙ୍କୁ ରତ୍ନ ଭଣ୍ଡାର କଥା ମନେ ପଡିଲା ନାହିଁ। ନିର୍ବାଚନ ସମୟରେ ରତ୍ନଭଣ୍ଡାରକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ। ମହାପ୍ରଭୁଙ୍କ ଆଢୁଆଳରେ ହୀନ ରାଜନୀତି କରୁଛନ୍ତି। ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ।

ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ରତ୍ନଭଣ୍ଡାର ବିଷୟରେ ଅପପ୍ରଚାର କରିବା ସହ ଭକ୍ତଙ୍କ ଭାବନା ସହ ଛଳନା କରୁଛନ୍ତି। ଜଗନ୍ନାଥଙ୍କ ଗର୍ଭଗୃହ ପୂର୍ବରୁ ଥିବା ଜଗମୋହନ ମଧ୍ୟରେ ରତ୍ନଭଣ୍ଡାର ଅବସ୍ଥିତ। ରତ୍ନଭଣ୍ଡାର ଭିତରେ ଦୁଇଟି କକ୍ଷ ଅଛି। ପ୍ରଥମ କକ୍ଷ ବାହାର ରତ୍ନଭଣ୍ଡାର ଓ ଦ୍ଵିତୀୟ କକ୍ଷକୁ ଭିତର ରତ୍ନଭଣ୍ଡାର କୁହାଯାଏ। ବାହାର ରତ୍ନଭଣ୍ଡାର ଖୋଲିଲା ପରେ ହିଁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରିବ। ବାହାର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରୀତିନୀତି ପାଇଁ ଆବଶ୍ୟକୀୟ ପରିଧାନ, ସୁନାବେଶ ଭଳି ଦିନଗୁଡିକରେ ବ୍ୟବହୃତ ଅଳଙ୍କାର ଓ ପୂଜାବିଧି ସାମଗ୍ରୀ ରହିଛି। ବାହାର ରତ୍ନଭଣ୍ଡାର ପ୍ରତିବର୍ଷ ଅନେକ ଥର ଖୋଲାଯାଇଥାଏ। ଏହି ଦ୍ଵାର ଖୋଲିବା ପାଇଁ ୩ଟି ଚାବି ଆବଶ୍ୟକ। ଗଜପତି ମହାରାଜଙ୍କ ପ୍ରତିନିଧି, ମନ୍ଦିର ମୁଖ୍ୟ ପ୍ରଶାସକ ଓ ଭଣ୍ଡାର ମେକାପ ସେବକ ଏହି ଚାବି ଆଣି ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ପ୍ରଧାନ ସେବକଙ୍କ ଉପସ୍ଥିତିରେ ବାହାର ରତ୍ନଭଣ୍ଡାର ଖୋଲିଥାନ୍ତି। ଏହି ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ବିନା ରତ୍ନଭଣ୍ଡାର ଖୋଲିବା ଅସମ୍ଭବ।

ଗତ ୪୦ ବର୍ଷ ହେଲା ୧୯୮୫ରେ ମସିହାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇନାହିଁ। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଉପରେ ଉଚ୍ଚ ନ୍ଯାୟାଳୟ ଶୁଣାଣି କରି ଏଥିରେ କୌଣସି ଅନିୟମିତତା ହୋଇନଥିବା ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଚାବି ହଜିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ଵରେ ଗଠିତ କମିଟି ଚଳିତ ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଷ ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବ। ସର୍ବୋଚ୍ଚ ନ୍ଯାୟାଳୟ ଏବଂ କମିଟିର ନିଷ୍ପତ୍ତି ପରେ ବିରୋଧୀଙ୍କ ଏ ହୀନ ରାଜନୀତି କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବିଜେପି ମାର୍କା ୱାଶିଂ ମେସିନରୁ ସଫାସୁତୁରା ହୋଇ ବାହାରିଛନ୍ତି ବୈଜୟନ୍ତ: ସସ୍ମିତ ପାତ୍ର

ଭୁବନେଶ୍ୱର: ବିଜେପିକୁ ପୁଣି ଧୋଇଲା ବିଜେଡି । ଗୁଣ୍ଡା, ଲୁଟେରାଙ୍କୁ ଦଳରେ ମିଶାଇ କ୍ଲିନଚିଟ ଦେବା ନେଇ ପ୍ରେସମିଟ କରି କଡ଼ାଭାଷାରେ ନିନ୍ଦା କରିଛି ବିଜେଡି । କହିଛି, ଓଡ଼ିଶା ବିଜେପିର ଅନନ୍ୟ, ଅଦ୍ଵିତୀୟ ୱାଶିଂ ମେସିନ ଅଛି । ବିଜେଡିରୁ ଗୁଣ୍ଡା, ଲୁଟେରାଙ୍କୁ ତଡାଗଲେ ବିଜେପି ସେମାନଙ୍କୁ କୋଳେଇ ନେଇ ସେହି ଅଦ୍ଵିତୀୟ ୱାଶିଂ ମେସିନରେ ପୂରାଇ ନିର୍ମଳ ଭାବମୂର୍ତ୍ତିରେ ପରିଣତ କରିଥାନ୍ତି । ତାଙ୍କୁ ପରବର୍ତ୍ତୀ ସମୟରେ ପୋଷ୍ଟର ବୟ କରେ ବିଜେପି । ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରନ୍ତି ।

ବୈଜୟନ୍ତ ପଣ୍ଡାଙ୍କ ଉଦାହରଣ ଦେଇ ବିଜେଡି, ତାଙ୍କୁ ୱାଶିଂ ମେସିନରୁ ଧୋଇ ହୋଇ ବାହାରିଥିବା ନେତା କହିଛି । ବୈଜୟନ୍ତ ଚଞ୍ଚକତା କରି ଏସସି ଜମିକୁ କମ୍ପାନୀ ଆଳରେ ସରୁଅରେ ନେଇଗଲେ । ସେଠି ଷ୍ଟୁଡିଓ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ହେଲେ ଗରିବ ଜମି ଫେରାଇବାକୁ ନାରାଜ । ଆଶ୍ଚର୍ଯ୍ୟ କଥା, ସେ ବାରମ୍ବାର କହିଛନ୍ତି ଗରିବଙ୍କ ନେତା, ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ହେଲେ ଗରିବଙ୍କ ୫ ଏକର ଜମି ଫେରାଇବାକୁ ନାରାଜ । ବୈଜୟନ୍ତଙ୍କ ଟିଭି କମ୍ପାନୀକୁ ତିନୋଟି ବାହାର କମ୍ପାନୀରୁ ୧୭ କୋଟି କଳା ଧନ ଆସିଲା । ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଛି । ଯାହା ବାହାମାସ ସ୍କାମ ନାଁରେ ପରିଚିତ ।

ଆଜିକାଲି ବୈଜୟନ୍ତ ପଣ୍ଡା ବିଜୁଳି କଥା କହୁଛନ୍ତି । ୨୦୧୭, ୨୦୦୧୮ ଓ ୨୦୧୯ ରେ ତାଙ୍କ ମାଲିକାନାର କମ୍ପାନୀ ବିଜୁଳି ଦେୟ ୪୮୦ କୋଟି ଦେଇଥାନ୍ତେ । ଯେତେବେଳେ ପେମେଣ୍ଟ କରିବାକୁ କୁହାଗଲା, ସୁପ୍ରିମକୋର୍ଟ ଗଲେ ଓ ଦେବେନି ବୋଲି କହିଲେ । ଏହି ବିଲ ଦେଇଥିଲେ, ଅନେକ ଭଲ କାମ ହୋଇ ପାରିଥାନ୍ତା । ୨୩ଶହ କୋଟି ଋଣ ବୈଜୟନ୍ତ ପଣ୍ଡାଙ୍କ କମ୍ପାନୀ ଉପରୁ ଛାଡ଼ କରିଥିଲେ ବିଭିନ୍ନ ବ୍ୟାଙ୍କ । ଚାଷୀ କି ମଧ୍ୟବିତ୍ତଙ୍କ ଋଣ ଛାଡ଼ ହେଉନି । ଯଦି ଏହି ଟଙ୍କା ଛାଡ଼ ହୋଇ ନଥାନ୍ତା, ସ୍କୁଲ ହସ୍ପିଟାଲ ହୋଇ ପାରିଥାନ୍ତା । ସେ ବିଷୟରେ ପଦେ କହୁ ନାହାନ୍ତି ବୈଜୟନ୍ତ।

ସେହିପରି ପ୍ରଶାନ୍ତ ଜଗଦେବଙ୍କ ସ୍ଥାନ ଜେଲରେ ବୋଲି ଅପରାଜିତା ଷଡ଼ଙ୍ଗୀ କହୁଥିଲେ । ଆଜି କହୁଛନ୍ତି କର୍ମଠ । ସେହି ଲୋକଙ୍କୁ ଡ଼ିଫେଣ୍ଡ କରୁଛନ୍ତି ଯିଏ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ । ପ୍ରଦୀପ ପାଣିଗ୍ରାହୀ ଵି ବିଜେପିରେ ମିଶିଲେ । ସେ ଯୁବକଙ୍କୁ ଟାଟାରେ ଚାକିରୀ କରାଇଦେବା ନାଁରେ ଠକୁଥିଲେ । ବିଜେପି ତାଙ୍କୁ ସଂସଦ ପଠାଇବାକୁ ପ୍ରାର୍ଥୀ କଲା । ସେ ସମସ୍ତଙ୍କ ବିରୋଧରେ ବିଜେପି ସହ ଆନ୍ଦୋଳନ କରୁଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କୁ ଚିଟ ଫଣ୍ଡ ଚୋର କହୁଥିଲେ । ଏହା ବିଜେପିର ଅସଲ ଚେହେରା । ଜମି ଜବରଦଖଲକାରୀ, ଠକ, ଗୁଣ୍ଡା, କଳାବଜାରୀଙ୍କୁ ଫୁଳମାଳ ପକାଇ ସ୍ୱାଗତ କରି ପ୍ରାର୍ଥୀ କରେ ବିଜେପି । ଏହା ଦ୍ୱାରା ସ୍ପଷ୍ଟ ଯେ ଲୋକ କାହାକୁ ଭୋଟ ଦେବେ, କ୍ରିମିନାଲ ବିଜେପିକୁ ନା ବିକାଶ କରୁଥିବା ବିଜେଡିକୁ ।

କେନ୍ଦ୍ର ଉପରେ ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ; କହିଲେ, ସଚ୍ଚୋଟ ଅଧିକାରୀଙ୍କ ବିରୋଧରେ କରାଯାଉଛି ଷଡଯନ୍ତ୍ର

ଭୁବନେଶ୍ୱର: ବିଜେପି ଯାହା ଚାହୁଁଛି ତାହା କରୁଛି। ସିଏମଓର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଏଭଳି ଜଣେ ଅଫିସର ନିଜ ଜୀବନକୁ ବାଜି ଲଗାଇ ଓଡ଼ିଶାକୁ ନକ୍ସଲମୁକ୍ତ କରିଛନ୍ତି। ତାଙ୍କ ଭଳି ଅଫିସରଙ୍କ ବିରୋଧରେ ପଦକ୍ଷେପ ନେବା ଠିକ୍ ହୋଇନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍।

ଗଜପତି ହେଉ କିମ୍ବା ଆଇଜି ଅପରେସନ ନକ୍ସଲ ହଟାଇବାରେ ସେ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏବେ ବି ତାଙ୍କ ଜୀବନ ପ୍ରତି ବିପଦ ଅଛି । ଛତିଶଗଡ଼ରେ ନକ୍ସଲ କାର୍ଯ୍ୟକଳାପ ବନ୍ଦ ହୋଇପାରିନଥିବାବେଳେ ଓଡ଼ିଶାରେ ବହୁତ ପରିମାଣରେ ହ୍ରାସ ପାଇଛି । ତେଣୁ ଜଣେ ସଚ୍ଚୋଟ ଅଧିକାରୀଙ୍କ ବିରୋଧ ପଦକ୍ଷେପକୁ ନାପସନ୍ଦ କରିଛନ୍ତି ପାଣ୍ଡିଆନ୍।

ରାଜନୈତିକ ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ସନ୍ଦେହ କରୁଛନ୍ତି ପାଣ୍ଡିଆନ୍। ନିର୍ବାଚନ ସମୟରେ କେନ୍ଦ୍ରର ଏଭଳି କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରିପାରୁନାହାନ୍ତି ସାଧାରଣ ଜନତା। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କି ବିଜେଡି କେବେ ଅଫିସରମାନଙ୍କୁ କୌଣସି ନିର୍ବାଚନ ପ୍ରକ୍ରିୟାରେ କେବେ ବି ବ୍ଯବହାର କରିନାହାଁନ୍ତି । ବିଜେଡି ବହୁତ ଷ୍ଟ୍ରଙ୍ଗ ଅଛି । କୋଟିଏ ସଦସ୍ଯତା ରହିଛି । ଅଫିସରଙ୍କ ସାହାଯ୍ୟ ବିଜେପିକୁ ପଡିପାରେ କିନ୍ତୁ ବିଜେଡିକୁ ନୁହଁ ବୋଲି କହିଛନ୍ତି ପାଣ୍ଡିଆନ ।

ପରିବାରର ୮ ଜଣଙ୍କୁ ଜୀବନରୁ ମାରିବା ପରେ ଯୁବକଙ୍କ ଆତ୍ମହତ୍ୟା

ଛିନ୍ଦୱାଡା: ମଧ୍ୟପ୍ରଦେଶ ଛିନ୍ଦୱାଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୋଟିଏ ପରିବାରର ୮ ଜଣଙ୍କ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଘରର ମୁଖିଆ ଏହି ହତ୍ୟାକାଣ୍ଡ ଭିଆଇବାପରେ ଆତ୍ମହତ୍ୟା କରିଛନ୍ତି। ମାହୁଲଝିର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ହତ୍ୟାକାଣ୍ଡର କାରଣ କ’ଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହି ହୃଦୟ ବିଦାରକ ଘଟଣା ମାହୁଲଝିର ଥାନା ଅନ୍ତର୍ଗତ ବୋଦଲ କଛର ଗାଁରେ ଘଟିଛି। ସୂଚନା ଅନୁଯାୟୀ ପରିବାରର ମୁଖିଆ ନିଜ ମା, ବାପା, ଭାଇ, ପତ୍ନୀ ଏବଂ ପିଲାମାନଙ୍କୁ ହତ୍ୟା କରିଛି। ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା ।

ତେବେ ଘଟଣା ପରେ ପୂରା ଗାଁକୁ ସିଲ୍ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ। ଅପରପକ୍ଷେ ସମ୍ପୃକ୍ତ ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ନେଇ ଚର୍ଚ୍ଚା ହେଉଛି ।