ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ବିଭିନ୍ନ ପ୍ରଶ୍ନମାନ ଉଠିଛି । କାହିଁକି କିଛି ଖେଳାଳିଙ୍କୁ ଅଣଦେଖା କରାଯାଉଛି ବୋଲି ପୂର୍ବତନ କ୍ରିକେଟରମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସଞ୍ଜୁ ସାମସନ ନିଜର ଅନ୍ତିମ ଦିନିକିଆ ମ୍ୟାଚରେ ଶତକ ହାସଲ କରିଥିଲେ । ମାତ୍ର ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଦଳରେ ସାମିଲ କରାଯାଇନାହିଁ । ସେପଟେ ଋଷଭ ପନ୍ଥଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଥିବାକୁ ନେଇ ପ୍ରଶ୍ନ ଉଠାଯାଇଛି । ଦିନିକିଆ ଦଳରେ ଋଷଭ ପନ୍ଥ ଏବଂ କେ.ଏଲ ରାହୁଙ୍କୁ ସ୍ଥାନ ମିଳିଛି । କିନ୍ତୁ ସଞ୍ଜୁ ସାମସନଙ୍କୁ ମିଳିନାହିଁ । ତେବେ ଜୁଲାଇ ୧୭ ତାରିଖରେ ବିସିସିଆଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନଲାଇନରେ ଅଧିନାୟକ ରୋହିତ ଶର୍ମା, ଗୌତମ ଗମ୍ଭୀର ଏବଂ ଅଜିତ ଅଗରକର ରହିଥିଲେ । ତେବେ ସଞ୍ଜୁଙ୍କୁ ଦିନିକିଆ ଦଳରୁ ବାଦ ପଛର କାରଣରେ ଅଗରକର କହିଛନ୍ତି କି, ଦିନିକିଆ ବିଶ୍ବକପରେ କେ.ଏଲ ରାହୁଲ ଶେଷ ଦିନିକିଆ ସିରିଜ ଖେଳିଥିବାବେଳେ ସେ ଭଲ ପ୍ରଦର୍ଶନ କରିଥିଲେ । ଏହାସହ ଋଷଭ ପନ୍ଥ ଆହତ କାରଣରୁ ଦୀର୍ଘଦିନ ଦଳରୁ ବାହାରେ ରହିଥିଲେ । ମାତ୍ର ଟି-୨୦ ବିଶ୍ବକପରେ ଦଳକୁ ଫେରିବା ପରେ ଦମଦାର ପ୍ରଦର୍ଶନ କରିଥିଲେ । ଏହିୀ ଦୃଷ୍ଟିରୁ ସେମାନଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି । ସେପଟେ ଟି-୨୦ ଦଳରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି ।
ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନ, ଓଡ଼ିଆ ’ଅସ୍ମିତା’ କୁଆଡ଼େ ଗଲା?
ନନ୍ଦିଘୋଷ ବ୍ୟୁରୋ: ବଜେଟ ଅଧିବେଶର ଦ୍ବିତୀୟ ଦିନରେ ବି ବିଧାନସଭାରେ ଓଡ଼ିଆ ଅସ୍ମିତା ତାତି । ଅପରାହ୍ନରେ ଗୃହ ଆରମ୍ଭରୁ ପୁଣି ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଛନ୍ତି। ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ। ପ୍ରଥମାର୍ଦ୍ଧରେ ମଧ୍ୟ ସମାନ ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା ହୋଇଥିଲା। ରାଜ୍ଯପାଳଙ୍କ ପୁଅ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ରାଜ୍ଯପାଳଙ୍କ ପୁଅଙ୍କୁ ଗିରଫ କରିବାକୁ ଗୃହରେ ଦାବି ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ଯ ସଚେତକ ପ୍ରମିଳା ମଲ୍ଲିକ । ଗୃହର ମଧ୍ଯ ଭାଗରେ ବିରୋଧୀ ବିଜେଡି ସଦସ୍ଯ ପ୍ରତିବାଦ କରିଛନ୍ତି ।
ପ୍ରମିଳା ଅଭିଯୋଗ କରିଛନ୍ତି, ଗତ ୭ ତାରିଖରେ ରାଜ୍ୟପାଳଙ୍କ ପୁଅ ASOଙ୍କୁ ମାଡ଼ ମାରିଲେ । ହେଲେ ତଦନ୍ତ କରାଗଲାନି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ASOଙ୍କ ସହ କଣ ଆଲୋଚନା କଲେ ତାହା ଜଣାପଡିଲାନି । ଓଲଟି ASOଙ୍କୁ ବଦଳି କରିଦିଆଗଲା । ଏଏସଓଙ୍କୁ ମାଡମାରିବା ପରେ ବି ନ୍ଯାୟ ମିଳୁନି । ଘଟଣାରେ ଆଇନମନ୍ତ୍ରୀ ଦାୟିତ୍ବହୀନ ମନ୍ତବ୍ଯ ଦେଉଛନ୍ତି । ଆଇନ ମନ୍ତ୍ରୀ କହୁଛନ୍ତି, ଜିଲ୍ଲାପାଳ ଘଟଣାର ତଦନ୍ତ କରୁଛନ୍ତି । କେଉଁଠି ଫୌଜଦାରୀ ମାମଲା ଜିଲ୍ଲାପାଳ ତଦନ୍ତ କରନ୍ତି କି ବୋଲି ପ୍ରଶ୍ନ କରିଛ୍ତି ପ୍ରମିଳା । ଯଦି ଜିଲ୍ଲାପାଳ ତଦନ୍ତ କରୁଛନ୍ତି ତାହେଲେ SP, IIC କୁଆଡେ ଗଲେ ? ଏଏସଓଙ୍କୁ କି ପ୍ରକାର ସୁରକ୍ଷା ଓ ନ୍ଯାୟ ଦିଆଯାଇଛି ମୁଖ୍ଯମନ୍ତ୍ରୀ ସେ ସମ୍ପର୍କରେ ଗୃହରେ ବିବୃତି ରଖନ୍ତୁ । ଓଡ଼ିଆ ଅସ୍ମିତାର କଥା କହି ଆସିଥିବା ସରକାର କେମିତି ଓଡ଼ିଆଙ୍କୁ ସୁରକ୍ଷା ଦେଉଛି ତାହା ଜଳଜଳ ହୋଇଦିଶୁଛି । ସରକାର ରାଜ୍ଯପାଳଙ୍କ ପୁଅକୁ ଘଣ୍ଟ ଘୋଡ଼ାଉଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ଯ ।
କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା, ଘୋଷଣା ହୋଇନି କୌଣସି ସ୍ଵତନ୍ତ୍ର ଅନୁଦାନ
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା। ଓଡ଼ିଶା ପାଇଁ ଘୋଷଣା ହୋଇନି କୌଣସି ସ୍ଵତନ୍ତ୍ର ଅନୁଦାନ। ପର୍ଯ୍ୟଟନ ବିକାଶ ନାଁରେ ଲଲିପପ ଧରାଇଲା କେନ୍ଦ୍ର। ଆନ୍ଧ୍ର ଓ ବିହାରକୁ ସ୍ଵତନ୍ତ୍ର ସହାୟତା ପ୍ରଦାନ କରିଥିବାବେଳେ ଓଡ଼ିଶାକୁ ବଜେଟରେ ଅଣଦେଖା କରାଯାଇଛି। କେବଳ ମନ୍ଦିର, ବନ୍ଯଜନ୍ତୁ ଓ ସାମୁଦ୍ରିକ ସମ୍ପଦ ପାଇଁ ସହାୟତା ଘୋଷଣା କରାଯାଇଛି। ଓଡ଼ିଶା ପାଇଁ କୌଣସି ନୂଆ ପ୍ରକଳ୍ପ ନଥିବା ଜଣାପଡିଛି। ବଜେଟ ଓଡ଼ିଶା ପାଇଁ ନିରାଶାଜନକ ରହିଛି। ବଜେଟରେ ଗରିବୀ, ଦାରିଦ୍ର୍ୟତା, ଅସମାନତା, ବେକାରୀ ସମସ୍ଯା, ଦରବୃଦ୍ଧି ଓ ମୁଦ୍ରାସ୍ଫୀତି ଭଳି ସମସ୍ଯାର ସମାଧାନ କରାଯାଇନାହିଁ। ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିବା କହି ନିଜେ ନିଜର ପ୍ରଶଂସା କରିଛନ୍ତି ସରକାର।
ଦ୍ରାସ୍ଫୀତି ଦର ହ୍ରାସ ପାଇଛି ବୋଲି କହିଛନ୍ତି, ହେଲେ କୌଣସି ସାମଗ୍ରୀର ଦର ହ୍ରାଇ ପାଇନାହିଁ। ଅନେକ ଅତ୍ଯାବଶ୍ୟକ ସାମଗ୍ରୀର ଦର କିଛି ବର୍ଷ ମଧ୍ୟରେ ଦୁଇଗୁଣା ହୋଇଛି। ବଜେଟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି ସରକାର। ଆସାମକୁ ବନ୍ଯା ନିୟନ୍ତ୍ରଣ ଲାଗି ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଥିଲେ ମଧ୍ୟ କୌଣସି ସ୍ଵତନ୍ତ୍ର ଫଣ୍ଡ ଘୋଷଣା କରାଯାଇନାହିଁ। ଓଡ଼ିଶାବାସୀଙ୍କ ମୌଳିକ ସମସ୍ଯାକୁ ଉପେକ୍ଷା କରାଯାଇଛି। ଓଡ଼ିଶା ଖଣି କ୍ଷେତ୍ରରେ କେନ୍ଦ୍ରକୁ ହଜାର ହଜାର କୋଟିର ରାଜସ୍ଵ ପ୍ରଦାନ କରୁଛି। ଏହା ସତ୍ଵେ ଓଡ଼ିଶାକୁ ଅବହେଳା କରାଯାଇଛି।
ପ୍ରତିରକ୍ଷା ପାଇଁ ୬ ଲକ୍ଷ ୨୧ ହଜାର ୯୪୦ କୋଟି ବଜେଟ
ନନ୍ଦିଘୋଷ ବ୍ୟୁରୋ: ଏଥରର ପ୍ରତିରକ୍ଷା ବଜେଟ ସବୁଠୁ ବଡ଼। ସର୍ବାଧିକ ଟଙ୍କାର ବଜେଟ କରାଯାଇଛି। ପ୍ରତିରକ୍ଷା ପାଇଁ କେନ୍ଦ୍ର ସରକାର ୬ ଲକ୍ଷ ୨୧ ହଜାର ୯୪୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପୁରା ବଜେଟର ଏହା ହେଉଛଇ ୧୨.୯ ପ୍ରତିଶତ। ସେନାକୁ ଆହୁରି ମଜଭୁତ କରିବାକୁ ୧ ଲକ୍ଷ ୭୨ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୧ ଲକ୍ଷ ୫ ହଜାର ୫୧୮ କୋଟି ଟଙ୍କାର ଦେଶୀ ସାମଗ୍ରୀ କିଣାଯିବ। ଏହା ଆତ୍ମନିର୍ଭରତାକୁ ବୃଦ୍ଧି କରିବା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ବର୍ଡର ରୋଡ୍ ପାଇଁ ଗତ ବର୍ଷ ଅପେକ୍ଷା ୩୦ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଛି। BRO ପାଇଁ ୬,୫୦୦ କୋଟି ଟଙ୍କା ସୀମାରେ ଆମର ଭିତ୍ତିଭୂମିକୁ ମଜଭୁତ କରିବ ବୋଲି କହିଛନ୍ତି ରାଜନାଥ ସିଂହ।
ମହିଳାଙ୍କ ନାମରେ ସମ୍ପତି ରେଜିଷ୍ଟ୍ରି କଲେ ଷ୍ଟାମ୍ପ ଡ୍ୟୁଟିରେ ମିଳିବ ରିହାତି
ନନ୍ଦିଘୋଷ ବ୍ୟୁରୋ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି ବଜେଟରେ ମହିଳାଙ୍କ ପାଇଁ ଏକ ଖୁସି ଖବର ରହିଛି । ଯଦି ମହିଳାଙ୍କ ନାମରେ ସମ୍ପତି ରେଜିଷ୍ଟ୍ରି କରନ୍ତି ତେବେ ଷ୍ଟାମ୍ପ ଡ୍ୟୁଟିରେ ମିଳିବ ରିହାତି । ଷ୍ଟାମ୍ପ ଡ୍ୟୁଟିରେ ରିହାତି ମିଳିବା ନେଇ ପ୍ରସ୍ତାବ ଦିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ମହିଳାଙ୍କ ଦ୍ୱାରା ଆବାସିକ ସମ୍ପତ୍ତି କ୍ରୟ ଉପରେ ଶୁଳ୍କ ହ୍ରାସ କରିବା ଏବଂ ଏହାକୁ ସହରାଞ୍ଚଳ ବିକାଶ ଯୋଜନାର ଏକ ବାଧ୍ୟତାମୂଳକ ଉପାଦାନ କରିବା ଉପରେ ସରକାର ବିଚାର କରିବେ। 2024-25 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଥିବାବେଳେ ସୀତାରମଣ କହିଛନ୍ତି ଯେ ମହିଳାଙ୍କ ଦ୍ୱାରା କିଣାଯାଇଥିବା ସମ୍ପତ୍ତି ପାଇଁ ଦେୟ ହ୍ରାସ କରିବାକୁ ସରକାର ରାଜ୍ୟମାନଙ୍କୁ ଉତ୍ସାହିତ କରିବେ।
କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ରାଜ୍ୟସଭାରେ କକ୍ଷତ୍ୟାଗ କଲେ ବିଜେଡି ସାଂସଦ
ନନ୍ଦିଘୋଷ ବ୍ୟୁରୋ: ଗତ ସାଧାରଣ ନିର୍ବାଚନରେ ଓଡିଶାରୁ ୨୦ ବିଜେପି ସାଂସଦଙ୍କୁ ଜିତାଇଲେ ଓଡିଶାବାସୀ । କିନ୍ତୁ ମିଳିଲାନି ସ୍ବତନ୍ତ୍ର ରାଜ୍ୟ ପାହ୍ୟା । କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ରାଜ୍ୟସଭାରେ କକ୍ଷତ୍ୟାଗ କରିଛନ୍ତି ବିଜେଡି ସାଂସଦ । କେନ୍ଦ୍ରୀୟ ବଜେଟରେ ଓଡିଶାକୁ ସମ୍ପୁର୍ଣ୍ଣ ଅବହେଳା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପ୍ୟାହା ନମିଳିବାରୁ କକ୍ଷତ୍ୟାଗ କରିଛନ୍ତି ବିଜେଡି ସାଂସଦ । ଓଡିଶା, ଆନ୍ଧ୍ର ଓ ବିହାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରୁଥିଲେ । ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅତିରିକ୍ତ ସହାୟତା ପାଇଥିବା ବେଳେ ଓଡିଶାର ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି । ବିଜେଡିର ଅଭିଯୋଗ, ରାଜ୍ୟବାସୀ ୨୧ରୁ ୨୦ ବିଜେପି ସାଂସଦଙ୍କୁ ସଂସଦକୁ ପଠାଇବାର ଦଣ୍ଡ ପାଇଛନ୍ତି । ସେପଟେ କିନ୍ତୁ ବିହାର ଓ ଆନ୍ଧ୍ରକୁ ସରକାର ଗଠନରେ ବିଜେପିକୁ ସହଯୋଗ କରୁଥିବାରୁ ମିଳିଛି ପୁରସ୍କାର ।
ବଜେଟ ପରେ ମାର୍କେଟ ଡାଉନ୍
ନନ୍ଦିଘୋଷ ବ୍ୟୁରୋ: ଆଜିର ବଜେଟକୁ ମାର୍କେଟର ଥମସ୍ ଡାଉନ୍। ବଜେଟ ଆସୁ ଆସୁ ମାର୍କେଟ ୭ ଶହରୁ ଅଧିକ ପଏଣ୍ଟ ଖସିଥିଲା। ପରେ ଅବଶ୍ୟ ପୁଣି ଉଠିଥିଲା। କ୍ୟାପିଟାଲ ଗେନ୍ ଟ୍ୟାକ୍ସ ବ-ଦ୍ଧି କରାଯିବାରୁ ଏପରି ମାର୍କେଟରେ ଉତ୍ସାହ ଦେଖା ଯାଇନାହିଁ। ଉଭୟ ସର୍ଟ ଟମ୍ ଓ ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ବଢ଼ାଇଛନ୍ତି ନିର୍ମଳା ସୀତାରମଣ । ସର୍ଟ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଆଗରୁ ଏହା ଥିଲା ୧୫ ପ୍ରତିଶତ। ସେହିପରି ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ବୃଦ୍ଧି ଆଗରୁ ୧୦ ପ୍ରତିଶତ ଥିବା ବେଳେ ଏହା ୧୨.୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ତେବେ କ୍ୟାପିଟାଲ ଗେନ୍ ଛାଡ଼୍ ସୀମା ବୃଦ୍ଧି ପାଇଛି। ଆଗରୁ ଏହା ୧ ଲକ୍ଷ ଟଙ୍କା ଥିବା ବେଳେ ବର୍ତ୍ତମାନ ତାକୁ ୧ ଲକ୍ଷ ୨୫ ହଜାରକୁ ବୃଦ୍ଧି କରାଯାଇଛି। ମାର୍କେଟ ଡେରିଭେଟିଭ ଉପରେ ମଧ୍ୟ ଟ୍ୟାକ୍ସ ଲଗାଇଛନ୍ତି ସରକାର। ଏହି କାରଣରୁ ସେନସେକ୍ସ ପ୍ରଥମେ ଖସିଥିଲା। କିନ୍ତୁ ନିବେଶକଙ୍କ ପାଇଁ ଭଲ ଖବର ହେଲା ଆଞ୍ଜେଲ ଟ୍ୟାକ୍ସକୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ସବୁ କ୍ଷେତ୍ରରୁ ଏଞ୍ଜେଲ ଟ୍ୟାକ୍ସ ଉଚ୍ଛେଦ ପାଇଁ ଘୋଷଣା କରିଛନ୍ତି ନିର୍ମଳା।
ସେୟାର ବଜାରରେ ଏହି ହ୍ରାସ ହେତୁ ନିବେଶକମାନେ ବହୁ କ୍ଷତି ସହିଲେ | ବାସ୍ତବରେ, ନିବେଶକଙ୍କ କ୍ଷତି କିମ୍ବା ଲାଭ BSE ର ବଜାର କ୍ୟାପ୍ ଉପରେ ନିର୍ଭର କରେ | ଯଦି BSE ର ମାର୍କେଟ୍ କ୍ୟାପ୍ ବୃଦ୍ଧି ହୁଏ ତେବେ ନିବେଶକମାନେ ଲାଭବାନ ହୁଅନ୍ତି ଏବଂ ଯଦି ମାର୍କେଟ୍ କ୍ୟାପ୍ ହ୍ରାସ ହୁଏ ତେବେ ଷ୍ଟକ୍ ମାର୍କେଟ୍ ନିବେଶକମାନେ ଲାଭବାନ ହୁଅନ୍ତି | ଗୋଟିଏ ଦିନ ପୂର୍ବରୁ ବିଏସଇର ବଜାର କ୍ୟାପ୍ 4,48,32,227.50 କୋଟି ଥିଲା ଯାହା ବାଣିଜ୍ୟ ଅଧିବେଶନରେ 4,38,36,540.32 କୋଟି ଟଙ୍କାକୁ ଖସି ଆସିଥିଲା। ଏହାର ଅର୍ଥ ହେଉଛି ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। ବର୍ତ୍ତମାନ BSE ର ବଜାର କ୍ୟାପ୍ 4,43,28,902.63 କୋଟିରେ ଦେଖାଯାଉଛି |
ବଜେଟକୁ ନେଇ ଏମିତି କହିଲେ ବିରୋଧୀ, ରାହୁଲ କହିଲେ ନିଜ ଚେୟାର…
ନନ୍ଦିଘୋଷ ବ୍ୟୁରୋ: ସଂସଦରେ ଆଗତ ହେଲା କେନ୍ଦ୍ରୀୟ ବଜେଟ। ବଜେଟରେ ୪୮ ଦଶମିକ ୨୧ ଲକ୍ଷ କୋଟି ଟଙ୍କାର ବ୍ଯୟବରାଦ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କିଛି ମହଙ୍ଗା ଏବଂ କିଛି ଶସ୍ତା ହୋଇଥିବାବେଳେ ଏହି ବଜେଟରେ ମଧ୍ୟବିତ୍ତଙ୍କୁ କୌଣସି ଫାଇଦା ମିଳିବ ନାହିଁ ବୋଲି ବିରୋଧୀମାନେ ଯୁକ୍ତି ବାଢ଼ିଛନ୍ତି । ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବଜେଟକୁ ନେଇ କହିଛନ୍ତି କି, ଏହା ହେଉଛି କପି ପେଷ୍ଟ ବଜେଟ୍ । ନିଜ ଆସନକୁ ବଞ୍ଚାଇବା ପାଇଁ ସରକାର ଏଭଳି ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ ମଧ୍ୟବିତ୍ତଙ୍କର କୌଣସି ଫାଇଦା ହେବ ନାହିଁ । ବରଂ ଅମ୍ବାନୀ ଏବଂ ଆଦାନୀଙ୍କୁ ପାଇଁ ଏହହି ବଜେଟ୍ ବୋଲି କହି ସମାଲୋଚନା କରିଛନ୍ତି ରାହୁଲ ।
“Kursi Bachao” Budget.
– Appease Allies: Hollow promises to them at the cost of other states.
– Appease Cronies: Benefits to AA with no relief for the common Indian.
– Copy and Paste: Congress manifesto and previous budgets.
— Rahul Gandhi (@RahulGandhi) July 23, 2024
ଉପସ୍ଥାପନ ହୋଇଥିବା ବଜେଟରେ କିଛି କଂଗ୍ରେସ ନିଜର ମାନିଫେଷ୍ଟରେ ମଧ୍ୟ ଦେଇଥିଲା । ଏପରିକି ଏହା ପୂର୍ବ ବଜେଟର କପି ପେଷ୍ଟ ବୋଲି ରାହୁଲ କହିଛନ୍ତି । ରାହୁଲଙ୍କ ସହ ମଲ୍ଲିକାର୍ଜୁନ ଖଡଗେ ଏବଂ ଜୟରାମ ରମେଶ ମଧ୍ୟ କେନ୍ଦ୍ର ସରକାରଙ୍କ ବଜେଟକୁ ସମାଲୋଚନା କରିଛନ୍ତି ।
कांग्रेस के न्याय के एजेंडे को ठीक तरह से कॉपी भी नहीं कर पाया मोदी सरकार का "नकलची बजट" !
मोदी सरकार का बजट अपने गठबंधन के साथियों को ठगने के लिए आधी-अधूरी "रेवड़ियां" बाँट रहा है, ताकि NDA बची रहे।
ये "देश की तरक्की" का बजट नहीं, "मोदी सरकार बचाओ" बजट है !
1⃣10 साल बाद…
— Mallikarjun Kharge (@kharge) July 23, 2024
କଣ କହିଛନ୍ତି ଖଡ଼ଗେ:
- କେବଳ କୃଷକମାନଙ୍କୁ ପାଇଁ ଅତ୍ୟଧିକ ଲାଭ ମିଳିପାରେ |
- ଏହି ବଜେଟରେ ମହିଳାମାନଙ୍କ ପାଇଁ ସେପରି କିଛି ନାହିଁ |
- ଦଳିତ, ଆଦିବାସୀ, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ ଗରିବ ଲୋକଙ୍କ ପାଇଁ କୌଣସି ଯୋଜନା ନାହିଁ।
- ବଜେଟରେ ଆବଣ୍ଟନ ଅପେକ୍ଷା କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଜନ କଲ୍ୟାଣ ଏବଂ ଆଦିବାସୀମାନଙ୍କ ପାଇଁ କମ୍ ଖର୍ଚ୍ଚ ହୋଇଛି |
- ବଜେଟରେ ରେଳବାଇ ବିଷୟରେ କିଛି କୁହାଯାଇ ନାହିଁ।
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା
ଭୁବନେଶ୍ବର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଉତ୍ତର ଓଡିଶା ତଥା ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ଏହା ସହିତ ମୌସୁମୀ ଟ୍ରପଲାଇନ ଅତ୍ୟଧିକ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆଜି ଉପକୂଳ ଓଡିଶା ସମେତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେଉଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆଜି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ରାୟଗଡା, ମାଲକାନଗିରି, କୋରାପୁଟ, କଳାହାଣ୍ଡି ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଛି । କିଛି ସ୍ଥାନରେ ୭୦ ରୁ ୨୦୦ ମିଲିମିଟର ବର୍ଷା ସମ୍ଭାବନା ଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ଗୁଡିକରେ ଫ୍ଳାସଫ୍ଳଡ ଆଶଙ୍କା ଥିବା ବେଳେ ଦୂଶ୍ୟମାନ ଦୂରତା କମିବ। ସହରିଆ ଅଞ୍ଚଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ପାହାଡିଆ ଅଞ୍ଚଳରେ ମାଟି ଧସିପାରେ। କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର।
ସୁନାରୂପାରେ ଆମଦାନୀ ଶୁଳ୍କ କମିବା ପରେ ଜାଣନ୍ତୁ କେତେ ହେବ ଦର ?
ନୂଆଦିଲ୍ଲୀ: ଶସ୍ତା ହେଲା ସୁନାରୂପା ଓ ପ୍ଲାଟିନମ ଗହଣା । ସୁନାରୂପାରେ କଷ୍ଟମ ଡ୍ୟୁଟି ୧୫ ପ୍ରତିଶତ ହଟାଇ ୬ ପ୍ରତିଶତ ଓ ପ୍ଲାଟିନମ କଷ୍ଟମ ଡ୍ୟୁଟି ୧୫.୪ ପ୍ରତିଶତରୁ ହଟାଇ ୬.୪ ପ୍ରତିଶତକୁ ଖସାଇ ଦିଆଯାଇଛି । ସରକାରଙ୍କ ଏହି ଘୋଷଣା ପରେ ସୁନା ରୁପା ଓ ପ୍ଲାଟିନମ ଗହଣା ଦର ଖୁବଶୀଘ୍ର ଶସ୍ତା ହେବ ।
ସୁନା ମୁଦ୍ରାରେ କଷ୍ଟମ ଡ୍ୟୁଟି ଅର୍ଥାତ ଆମଦାନୀ ଶୁଳ୍କ ୧୫ ପ୍ରତିଶତରୁ ହଟାଇ ୬ ପ୍ରତିଶତ କରାଯାଇଛି । ସେହିପରି ସୁନା ଇଟାର ଆମଦାନୀ ଶୁଳ୍କ ୧୪.୩୫ ପ୍ରତିଶତରୁ ହଟାଇ ୫.୩୫ ପ୍ରତିଶତ କରାଯାଇଛି । ସମାନ ଢଙ୍ଗରେ ଚାନ୍ଦିର ମଧ୍ୟ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି ।
ସାଧାରଣ ଭାଷାରେ କହିବାକୁ ଗଲେ ଯଦି ଆପଣ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ୬୭ ହଜାର ୫୧୦ ଟଙ୍କାରେ କିଣୁଛନ୍ତି ଏଥିରେ ୧୫ ପ୍ରତିଶତ କଷ୍ଟମ ଡ୍ୟୁଟି ଅର୍ଥାତ ୧୦ ହଜାର ୧୨୬ ଟଙ୍କାର ଆମଦାନୀ ଶୁଳ୍କ ଯୋଡି ହୋଇଥିଲା । ଏଣୁ ଆମଦାନୀ ଶୁଳ୍କ ୬ ପ୍ରତିଶତ ହଟାଇବା ପରେ ଏବେ ଏହି ସୁନା ୬୨ ହଜାର ଟଙ୍କାରେ ମିଳିବ । ଅର୍ଥାତ ବଜେଟରେ ସୁନାର ଆମଦାନୀ ଶୁଳ୍କ ହ୍ରାସ ପରେ ୧୦ ଗ୍ରାମ ସୁନା ଗହଣା ପାଖାପାଖି ୫ ହଜାର ଟଙ୍କା ଶସ୍ତା ହୋଇଛି ।

