spot_img
Home Blog Page 1793

ଓଡିଶାକୁ ଆସି ବିଜେପି ନେତା ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି : ରାହୁଲ ଗାନ୍ଧୀ

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ବାଲେଶ୍ବର ସିମୁଳିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ, ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ଟାର୍ଗେଟ କରିଛନ୍ତି ରାହୁଲ । ଦେଶର ସମ୍ବିଧାନ  ବିପଦରେ ରହିଛି । ହେଲେ କଂଗ୍ରେସ କ୍ଷମତାକୁ ଆସିଲେ ସମ୍ବିଧାନକୁ ବଦଳାଇବାକୁ କିଏ ସାହସ କରିବ ନାହିଁ ବୋଲି କହିଛନ୍ତି । ସେହିପରି ବିଜେପି ନେତାମାନେ ଓଡିଶା ମାଟିକୁ ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି । ଯାହାକି ପ୍ରତିଟି ଓଡିଆଙ୍କ ଅପମାନ । ପୁରୀରୁ ସାଂସଦ ପ୍ରାର୍ଥୀ ମହାପ୍ରଭୁ ଜଗନ୍ନାଥ, ମୋଦୀଙ୍କ ଭକ୍ତ ବୋଲି  କହିଛନ୍ତି । ଯାହାକୁ ତାଙ୍କର ଗର୍ବ ଓ ଅହଙ୍କାରର ପରିଚୟ ଦେଉଛି ବୋଲି ରାହୁଲ କହିଛନ୍ତି । ୧୦ବର୍ଷ ହେଲା ଦେଶର ସମସ୍ୟା ଗୁଡିକର ସମାଧାନ ପରିବର୍ତ୍ତେ, ତାଙ୍କୁ ଭଗବାନ ପଠାଇଛନ୍ତି ଓ ସେ ତାଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ହାସ୍ୟାସ୍ପଦ ବୋଲି ରାହୁଲ କହିଛନ୍ତି । ଏଭଳି ଅହଙ୍କାରୀ ଦଳକୁ ଭୋଟ ଦେବା ଅର୍ଥ ଦେଶକୁ ଅନ୍ଧକାର ମଧ୍ୟକୁ ଠେଲିଦେବା ବୋଲି ସେ କହିଛନ୍ତି ।

ସୋରକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି : କାର୍ତ୍ତିକ ପାଣ୍ଡିଆନ

ନନ୍ଦିଘୋଷ ବ୍ୟୁରୋ: ସୋରକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି। କାରଣ ବାହାନଗାର ଯୁବକ ଓ ସ୍ଥାନୀୟ ଲୋକମାନେ ମାନବିକତା ଓ ମଣିଷପଣିଆର ନୂଆ ପରିଚୟ ଦେଇଛନ୍ତି । ସୋରରେ ଜଳସେଚନର ଉନ୍ନତି ପାଇଁ ଦୁଇଟି ପ୍ରକଳ୍ପ ପାଇଁ ଦୁଇ ଶହ କୋଟି ଖର୍ଚ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ ମଧ୍ୟ ସୋରର ବିକାଶ ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ନିର୍ବାଚନ ସମୟରେ ବିରୋଧୀ ଦଳ ମିଠା ମିଠା କଥା କହି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ୨୦୧୪ରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ଓ ଦରଦାମ କମାଇବାକୁ ଘୋଷଣା କରିଥିଲେ । ଏଯାଏଁ ଦରଦାମକୁ ନିୟନ୍ତ୍ରଣ କରିପାରିଲେନି । ନବୀନ ପଟ୍ଟନାୟକ ସୋର ସହ ସାରା ରାଜ୍ୟର ବିକାଶ ପାଇଁ ଦିନରାତି କାମ କରୁଛନ୍ତି । ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ଦିନ ହିଁ ବିଜୁଳି ବିଲ ଛାଡ ହେବା ସହ ରାଜ୍ୟର ୯୫ ପ୍ରତିଶତ ଲୋକଙ୍କୁ ମିଳିବ ବିଏସକେୱାଇ ନବୀନ କାର୍ଡ ଏବଂ ମିଶନ ଶକ୍ତି ମହିଳାଙ୍କୁ ପେନସନ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସାଂସଦ ଓ ବିଧାୟକ ପାଇଁ ମୋ ୪୬୦ ପ୍ରାର୍ଥୀ

ଭୁବନେଶ୍ୱର:  ଜୁନ ୧ ତାରିଖରେ ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟ ଭୋଟିଂ ନେଇ ସିଇଓଙ୍କ ସୂଚନା ।  ୬ଟି ସଂସଦୀୟ କ୍ଷେତ୍ରର ୪୨ଟି ବିଧାନସଭା କ୍ଷେତ୍ରରେ ହେବ ନିର୍ବାଚନ।  ଚତୁର୍ଥ ପର୍ଯ୍ୟାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି । ୯୯.୬୧ ଲକ୍ଷ ଭୋଟର ମତଦାନ କରିବେ । ପୁରୁଷ ଭୋଟର ୫୦.୮୮ ଲକ୍ଷ ଥିବାବେଳେ ମହିଳା ଭୋଟର ୪୮.୭୨ ଲକ୍ଷ ରହିଛନ୍ତି । ୧୦ ହଜାର ୮୮୨ଟି ମତଦାନ କେନ୍ଦ୍ରରେ ଭୋଟର ମତଦାନ କରିବେ ବୋଲି  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୧୪୦୦ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ୨୦% ଆଦର୍ଶ ବୁଥ ରହିଛି। ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ମତଦାନ କେନ୍ଦ୍ରରେ ନିୟୋଜିତ ହେବେ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି । ଚଳିତଥର  ଚତୁର୍ଥ ପର୍ଯ୍ୟାୟରେ ୩୯୪ ବିଧାନସଭା ପ୍ରାର୍ଥୀ, ୬୬ ଲୋକସଭା ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

ସୁରକ୍ଷା ପାଇଁ ଭୋଟ କେନ୍ଦ୍ର ନିକଟରେ  ୧୨୫ କମ୍ପାନୀ CAPF  ମୃତୟନ ହୋଇଛନ୍ତି । ଯାଜପୁର ୨୦, ବାଲେଶ୍ୱର ୨୨, କେନ୍ଦ୍ରାପଡ଼ା ୧୮, ଭଦ୍ରକ ୧୬, ଜଗତସିଂହପୁର ୧୨, ମୟୂରଭଞ୍ଜ ୧୮, କଟକ ୧୨, ପୁରୀରେ ୭ କମ୍ପାନୀ CAPF ମୁତୟନ କରାଯାଇଛି ।  PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥକୁ ମୋବାଇଲ ମନା ରହିଛି । ଏଜେଣ୍ଟ ଓ ଭୋଟର ବୁଥକୁ ମୋବାଇଲ ନେଇ ପାରିବେ ନାହିଁ । କେବଳ ପ୍ରିଜାଡିଙ୍ଗ ଅଫିସର ମୋବାଇଲ ନେଇପାରିବେ। ୨୦୧୯ରେ ଏହି ୬ ଟି ସଂସଦୀୟ କ୍ଷେତ୍ରରେ ୭୪%  ମତଦାନ ହାର ରହିଥିଲା | ବୋଲଗଡ଼ର ବୁଥ ଭିତର ସିସିଟିଭି ଭିଡିଓ ଭାଇରାଲ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ ।

 

ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର

ବାଲେଶ୍ଵର: ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ଲାଗି କ୍ଯାମ୍ପେନ୍ କରିଛନ୍ତି। ସେ କହିଛନ୍ତି, ସିମୁଳିଆ ଓ ଖଇରାକୁ ଏନଏସି କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ବାବୁ ଆପଣଙ୍କ ଲାଗି ବହୁତ କାମ କରିଛନ୍ତି। ସିମୁଳିଆର ବିକାଶ ଲାଗି ଯାହା ଆବେଦନ ଦେଇଥିଲେ ସେଥି ମଧ୍ୟରୁ ୮୦ ପ୍ରତିଶତ କାମ ହୋଇଯାଇଛି। ଯାହା ବି ଅଭିଯୋଗ ଅଛି ପୁଣି ଆସି ଅଭିଯୋଗ ଗ୍ରହଣ କରିବି ବୋଲି କହିଛନ୍ତି ପାଣ୍ଡିଆନ।

ସିମୁଳିଆରେ ଜଳସେଚନ ବ୍ଯବସ୍ଥା ଲାଗି ଅନେକ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହାପ୍ରଭୁ ଆଶୀର୍ବାଦ ଓ ଆପଣଙ୍କ ଆଶୀର୍ବାଦରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଷଷ୍ଠଥର ଲାଗି ଶପଥ ନେବେ। ୯ ତାରିଖରେ ମାଗଣା ବିଜୁଳି ବିଲ୍ ଉପରେ ପ୍ରଥମ ଦସ୍ତଖତ କରିବେ। ୨ ନମ୍ବର ଦସ୍ତଖତ ହେବ ପ୍ରାୟ ସମସ୍ତ ରାଜ୍ୟବାସୀଙ୍କ ଲାଗି ବିଏସକେୱାଇ କାର୍ଡ। ମିଶନ ଶକ୍ତି ମହିଳାମାନେ ୬୦ ବର୍ଷ ପରେ ପେନସନ ପାଇବେ। କଲେଜ ଛାତ୍ରଙ୍କୁ ୧୨ ହଜାର ଓ ଛାତ୍ରୀଙ୍କ ଲାଗି ଥିବା ଛାତ୍ରବୃତ୍ତି ୧୪ ହଜାରକୁ ବୃଦ୍ଧି କରିବେ ମୁଖ୍ୟମନ୍ତ୍ରୀ। ୫ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଆପଣମାନେ ସୁଯୋଗ ପାଉଛନ୍ତି। ଶଙ୍ଖ ଚିହ୍ନରେ ବିପୁଳ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇବାକୁ ଜୋରସୋରରେ ଲାଗି ପଡନ୍ତୁ ବୋଲି ଆହ୍ଵାନ ଦେଇଛନ୍ତି। ସଶକ୍ତ ସିମୁଳିଆ ସଶକ୍ତ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଛନ୍ତି। ସିମୁଳିଆ, ଓଡ଼ିଶାର ଉନ୍ନତି ଲାଗି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀଙ୍କ ଲାଗି ଦିନରାତି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଧୋକା ଦେଇ ଚାଲିଛି କେନ୍ଦ୍ର ବିଜେପି ସରକାର : ମମତା ମହାନ୍ତ

ଭୁବନେଶ୍ୱର : ଜୁନ ୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଶତ ପ୍ରତିଶତ ବିଜୟ ଲାଭ କରିବ। ବିଜେଡି ସାଂସଦ ମମତା ମହାନ୍ତ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ୨୫ ବର୍ଷ ଧରି ବିକଶିତ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମ କରୁଛନ୍ତି । କେନ୍ଦ୍ର ବିଜେପି ସରକାର ବୈମାତୃକ ମନୋଭାବ ଦେଖାଉଛନ୍ତି।  ଏହା ବିରୋଧରେ ବିଜେଡିର ସଂଗ୍ରାମ ଜାରି ରହିବ। ଅନ୍ୟ ରାଜ୍ୟ ପରି ଓଡ଼ିଶାକୁ ଆଗକୁ ନେବା ପାଇଁ ବିଜୁ ପଟ୍ଟନାୟକ ଦାବି କରୁଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୨ରେ ଦିଲ୍ଲୀ ରାମଲୀଳା ମୈଦାନରେ ଜନସମାବେଶ କରିଥିଲେ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବେ ବୋଲି ବିଜେପି  ୨୦୧୪ ନିର୍ବାଚନୀ ଇସ୍ତାହାରରେ କହିଥିଲା।  ହେଲେ ଗତ ୯ ବର୍ଷ ଧରି କୌଣସି ପଦକ୍ଷେପ ନେଲାନି। ଓଡ଼ିଶାର ଚାଷୀଙ୍କୁ କେନ୍ଦ୍ର ଧୋକା ଦେଇଛି। ଏମଏସପି ୨୯୩୦ ଟଙ୍କା ହୋଇପାରିଲାନି। ଓଡ଼ିଶା ସରକାରଙ୍କ ସଫଳ କୃଷିନୀତି ଓ ଚାଷୀଙ୍କ ପରିଶ୍ରମ ଯୋଗୁ ଧାନ ଉତ୍ପାଦନରେ ଓଡ଼ିଶା ଏବେ ଚତୁର୍ଥ। ଏଫସିଆଇ ବଳକା ଚାଉଳ ସଂଗ୍ରହ ନକରିବାରୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ହଇରାଣ ହେଉଛନ୍ତି। ୮୦ ଲକ୍ଷ ଚାଷୀଙ୍କ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବୀମା ପ୍ରିମିୟମ ଦେଉଛନ୍ତି। ହେଲେ କେନ୍ଦ୍ର ବୀମା କମ୍ପାନୀଙ୍କ ପାଇଁ କାମ କରୁଛି।

ସେହିପରି ଓଡ଼ିଶାରୁ କୋଇଲା ନେଇ ମାଲାମାଲ ହେଉଛି କେନ୍ଦ୍ର। ଓଡ଼ିଶାକୁ ଉଚିତ ରୟାଲଟି ଦେଉନାହିଁ। କୋଟି କୋଟି ଟଙ୍କା ରାଜସ୍ୱ ହରାଉଛି ଓଡ଼ିଶା। କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖୁଛନ୍ତି। ହେଲେ କେନ୍ଦ୍ର ଧୋକା ଦେଇ ଚାଲିଛି। ଟ୍ରେନ, ଟେଲିଫୋନ, ଇଣ୍ଟରନେଟ ସେବାରେ ଓଡ଼ିଶା ପଛୁଆ। କେନ୍ଦ୍ରର ପାତରଅନ୍ତର ନୀତି ଯୋଗୁ ବ୍ୟାଙ୍କିଙ୍ଗ ସେବା ବିଭିନ୍ନ ଗାଁରେ ନାହିଁ। ଦରଦାମ ବଢ଼ି ଚାଲିଛି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ଯାସ ଦର ବହୁତ ବଢିଛି। କେନ୍ଦ୍ରର ଉଜ୍ଜ୍ବଳା  ଯୋଜନା  ଅନ୍ଧାରୀ ଯୋଜନା ହୋଇଛି । ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳିଲା ନାହିଁ।  ମହାନଦୀ ପ୍ରସଙ୍ଗରେ ଓଡ଼ିଶାକୁ ଅଣଦେଖା କରି ଛତିଶଗଡ଼କୁ ସମର୍ଥନ କଲା କେନ୍ଦ୍ର। ଓଡ଼ିଶା ଚାଷୀ ପାଣି ପାଇଲେ ନାହିଁ। ଓଡ଼ିଶାର  ବିକାଶ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବ ହୋଇଛି। ଜୁନ ୧ ତାରିଖ ନିର୍ବାଚନରେ ଅଶେଷ ଅଶେଷ ଆଶୀର୍ବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରହିବ। ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେଡି ସାଂସଦ ମମତା ମହାନ୍ତ ଦୃଢ଼ତାର ସହ କହିଛନ୍ତି।

 

 

 

ନବୀନଙ୍କ ସିଧା କଥା, ମୋ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ

ଭୁବନେଶ୍ୱର: ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଉତ୍ତରାଧିକାରୀ ପ୍ରସଙ୍ଗ ଉପରେ ଉତ୍ତର ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଛି ଓ ତାଙ୍କ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ ବୋଲି ସେ କହିଛନ୍ତି । ଏହା ସହିତ ସେ ନିର୍ବାଚନ ପ୍ରଚାରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବ୍ୟକ୍ତିଗତ ଆକ୍ରମଣକୁ ନାପସନ୍ଦ କରି ଏଭଳି ପ୍ରଚାର ସହିତ ଓଡ଼ିଶାବାସୀ ଅନଭ୍ୟସ୍ତ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ମଧ୍ୟ ସ୍ପଷ୍ଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ ପାଖରେ ଅଛି ବୋଲି କହିଛନ୍ତି ନବୀନ।

କ୍ଷମତା ମୋ ପାଖରେ ଅଛି

ନିର୍ବାଚନ ପ୍ରଚାରରେ ଅସଲ କ୍ଷମତା ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ ବୋଲି ବିଜେପି ପ୍ରଚାର କରୁଥିଲା । ଗୁରୁବାର ଦିନ ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ନବୀନ ପଟ୍ଟନାୟକ ଏନେଇ ଥିବା ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି । ଓଡ଼ିଶାରେ ପ୍ରକୃତ କ୍ଷମତା କାହା ପାଖରେ ଅଛି? ଏଏନଆଇ ମୁଖ୍ୟ ସ୍ମିତା ପ୍ରକାଶଙ୍କ ଏହି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଭାବେ ମୋ ପାଖରେ ସବୁ କ୍ଷମତା ରହିଛି । ମୁଁ ସବୁବେଳେ କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରେ । ଆଜି ପର୍ଯ୍ୟନ୍ତ ଗୋଟିଏ ବି କ୍ୟାବିନେଟ୍ ମିଟିଂରେ ମୁଁ ଅନୁପସ୍ଥିତ ରହିନାହିଁ ।

ଉତ୍ତରାଧିକାରୀ କିଏ?

ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏହି ପ୍ରଶ୍ନର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ଆଜି ସ୍ପଷ୍ଟ କରିଦେଇଛନ୍ତି । ଉତ୍ତରାଧିକାରୀ କିଏ ହେବ ବୋଲି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ ଯେ, ମୋ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ। କାର୍ତ୍ତିକ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ବୋଲି ହେଉଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି । ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ ।

ସେହିଭଳି ଦଳରେ ଅନ୍ୟନେତାଙ୍କ ତୁଳନାରେ ପାଣ୍ଡିଆନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ନେଇ ଯେଉଁ ଆଲୋଚନା ହେଉଛି ତା’ଉପରେ ନିଜ ମତ ରଖି ନବୀନ କହିଥିଲେ ଯେ, ଦଳରେ ଅନ୍ୟ ନେତାମାନେ ଗୁରୁତ୍ୱପୂର୍ଣ୍ଣ ପଦରେ ଅଛନ୍ତି । ଅନେକ ମନ୍ତ୍ରୀ ଅଛନ୍ତି । ତେଣୁ ଏଭଳି ଚର୍ଚ୍ଚା ଠିକ ନୁହେଁ ।

ସ୍ୱାସ୍ଥ୍ୟକୁ ନେଇ କ’ଣ କହିଲେ ନବୀନ?

ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କହିଛନ୍ତି । ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କରିଥିବା ଟିପ୍ପଣୀ ଉପରେ ମନ୍ତବ୍ୟ ଦେଇ ନବୀନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋ ସ୍ୱାସ୍ଥ୍ୟକୁ ନେଇ ଏତେ ଚିନ୍ତିତ ତେବେ ସେ ମୋତେ ଫୋନ୍ କରିପାରିଥାନ୍ତେ । ସାଧାରଣ ସଭାରେ କହିବା ଅପେକ୍ଷା ମୋତେ ସେ ବ୍ୟକ୍ତିଗତ ଭାବେ ଫୋନ୍ କରିପାରିଥାନ୍ତେ । ଯାହାର ଅର୍ଥ ହେଉଛି କେବଳ ଭୋଟ୍ ହାସଲ ପାଇଁ ସେ ଏଭଳି କରିଛନ୍ତି । ଏହି ଗୁଜବକୁ ଦିଲ୍ଲୀରେ ରହୁଥିବା ଜଣେ ବିଜେପି ନେତା ପ୍ରଚାର କରୁଛନ୍ତି । ମୋ ସ୍ୱାସ୍ଥ୍ୟ ଠିକ ଅଛି । ମୁଁ ଏହି ଖରାରେ ପ୍ରଚାର କରୁଛି । ମୋର କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ । ଏହାକୁ ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ଅତିରଂଜିତ କରି ପ୍ରଚାର କରୁଛନ୍ତି ।

ନବୀନଙ୍କ ଟାର୍ଗେଟରେ ହିମନ୍ତ

ଓଡ଼ିଶାରେ ନିର୍ବାଚନ ପ୍ରଚାର କାଳରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରଚାର ଶୈଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି । ଏକ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଯେ, ଓଡ଼ିଶାବାସୀ ଏଭଳି ପ୍ରଚାର ସହିତ ଅଭ୍ୟସ୍ତ ନୁହନ୍ତି । ଶର୍ମାଙ୍କ ପ୍ରଚାର ଅରୁଚିକର ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଜେପି ଉପରେ ପାଣ୍ଡିଆନଙ୍କ ପ୍ରହାର: ସତ ହେବନି ଭବିଷ୍ୟବାଣୀ,ବିଜେପି ବଦଳାଉ ଜ୍ୟୋତିଷ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାଧାରଣ ସଭାରେ ଆସନ୍ତା ୬ ମାସ ମଧ୍ୟରେ ବିଜେଡ଼ିରେ ବଡ଼ ଧରଣର ବିସ୍ଫୋରଣ ହେବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଇଶାରା ବିଜେଡିରେ ବିଭାଜନ ଆଡ଼କୁ ଥିଲା। ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏହାର ଉତ୍ତର ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ମନ୍ତବ୍ୟ ରଖି ସେ କହିଛନ୍ତି ଯେ, ବିଜେପି ସବୁବେଳେ ଏଇଟା ହେବ, ସେଇଟା ହେବ ବୋଲି କୁହେ। କିନ୍ତୁ କିଛି ବି ହୁଏନା। ସେମାନେ ଯାହାବି କୁହନ୍ତି ତାହା କେବେ ସତ ହୁଏନା। ବିଜେପି ତା’ର ଜ୍ୟୋତିଷଙ୍କୁ ବଦଳାଉ ବୋଲି ପାଣ୍ଡିଆନ ପାରାମର୍ଶ ଦେଇଛନ୍ତି ।

ବିଜେପି ବଦଳାଉ ଜ୍ୟୋତିଷ

ନିର୍ବାଚନୀ ସଭାରେ ବିଜେଡିରେ ବିଭାଜନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଉପରେ ପାଣ୍ଡିଆନ କହିଛନ୍ତି ଯେ, ବିଜେପି ଯେତେବେଳେ ବି କିଛି ଭବିଷ୍ୟବାଣୀ କରିଛି ତାହା ସତ ହୋଇନାହିଁ। ଏଣୁ ବିଜେପି ତା’ର ଜ୍ୟୋତିଷଙ୍କୁ ବଦଳାଉ ବୋଲି ସେ ଗୈରିକ ଦଳକୁ ପରାମର୍ଶ ଦେଇଛନ୍ତି ।

ରଣନୀତି ହୀନ ବିଜେପି

ବିଜେପି ବିନା ରଣନୀତିରେ ନିର୍ବାଚନ ଲଢୁଛି ବୋଲି ପାଣ୍ଡିଆନ କହିଛନ୍ତି। କୌଣସି ରଣନୀତି ନଥିବାରୁ ବିଜେପି ବାରମ୍ବାର ପଲିଟିକାଲ ନ୍ୟାରେସନ ବଦଳାଉଛି ବୋଲି ସେ କହିଛନ୍ତି ।  ବିଜେପି ପାଖରେ କିଛି ରାଜନୀତି ଷ୍ଟ୍ରାଟେଜି ନାହିଁ। ସେମାନେ କହି ପାରିବେ ନାହିଁ କେତେ ରାସ୍ତା କାମ କରିଛନ୍ତି। ୧୦ ବର୍ଷ କ୍ଷମତାରେ ଥାଇ ଓଡିଶାରେ କେତେ ରାସ୍ତା ତିଆରି କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଯଦି କୋଷ୍ଟାଲ ହାଇୱେ କରିଥାନ୍ତେ ତେବେ ଓଡ଼ିଶାର ଅନେକ ବିକାଶ ହୋଇଥାନ୍ତା। ଏ ସବୁ କିଛି କଲେ ନାହିଁ।  କିନ୍ତୁ ନିର୍ବାଚନ ୧୦ ଦିନ ଆଗରୁ ଓଡିଶା କଥା ମନେ ପଡିଲା ଓ କିଛି ପ୍ରସଙ୍ଗ ଖୋଜି ଖୋଜି ବାହର କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଅପମାନ ବୁମେରାଂ ହେବ

ମୁଖ୍ୟମନ୍ତ୍ରୀ ପ୍ରତି ଅସମ୍ମାନକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ। ଏହାର ଜବାବ ଓଡିଶାବାସୀ ଭୋଟରେ ଦେବେ ବୋଲି କହିଛନ୍ତି ପାଣ୍ଡିଆନ। କୌଣସି ପ୍ରସଙ୍ଗ ନଥିବାରୁ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ପ୍ରସଙ୍ଗ କରିଛି । ଯାହା ତା’ ପାଇଁ ବୁମେରାଂ ହୋଇଛି ଓ ଆଗକୁ ମଧ୍ୟ ହେବ ବୋଲି ସେ କହିଛନ୍ତି ।

ଗୋଲ୍ ପୋଷ୍ଟ ବଦଳାଉଛି ବିଜେପି

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜେପି ପ୍ରତି ପର୍ଯ୍ୟାୟରେ ଗୋଲ ପୋଷ୍ଟ ଚେଞ୍ଜ କରୁଛି । ପ୍ରଥମେ ଓଡିଆ ଅସ୍ମିତା କଥା ଉଠାଇଲେ, କିନ୍ତୁ ଓଡ଼ିଆ ଅସ୍ମିତାକୁ ନେଇ  ସେମାନେ କ’ଣ କରିଛନ୍ତି ପ୍ରଶ୍ନ ହେବାରୁ ଗୋଲ ପୋଷ୍ଟ ଚେଞ୍ଜ କରିଛନ୍ତି । ଅପପୃଷ୍ଠି, ଭିତ୍ତିଭୂମୀ, ଆଦି କ୍ଷେତ୍ରରେ ଓଡିଶା ଜାତୀୟ ହାର ଠାରୁ ପଛରେ ଅଛି ବୋଲି କହୁଥିଲେ। ସତ ସାମ୍ନାକୁ ଆସିବା ପରେ ସେମାନେ ଚୁପ୍ ରହିଲେ । କାରଣ ଗୁଜୁରାଟ ଏ କ୍ଷେତ୍ରରେ  ବହୁ ପଛରେ ଥିବା ବେଳେ ଓଡ଼ିଶା ଜାତୀୟ ହାର ଠାରୁ ଭଲ ସ୍ଥିତିରେ ଅଛି l ଅସ୍ମିତା ପ୍ରସଙ୍ଗ କାମ ନକରିବାରୁ ବିଜେପି ରତ୍ନଭଣ୍ଡାରକୁ ପ୍ରସଙ୍ଗ କରିଛି । ୪୦ ବର୍ଷ ହେବ ଖୋଲା ଯାଇନଥିବା ରତ୍ନଭଣ୍ଡାରକୁ  ବିଜେପି ପ୍ରସଙ୍ଗ କରିଥିଲା l ଏହା ଉପରେ ପାଣ୍ଡିଆନ କହିଥିଲେ ଯେ, ରତ୍ନଭଣ୍ଡାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କିଛି  ଲୁଚାଇ ବାର କୌଣସି କାରଣ ନାହିଁ। ହାଇକୋର୍ଟର ନିର୍ଦ୍ଦେଶରେ ସୁପ୍ରିମକୋର୍ଟର ଜଣେ ଅବସର ପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ସେହିଭଳି ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ପୁରୀ ପରିକ୍ରମା ପ୍ରକଳ୍ପକୁ ଅଟକାଇବାକୁ ଦିନରାତି ଚେଷ୍ଟା କରିଥିଲା ବୋଲି ସେ କହିଛନ୍ତି। ମହାନଦୀ ପ୍ରସଙ୍ଗରେ ଏକ ପାଖିଆ ନିଷ୍ପତ୍ତି ନେଇଥିବା  କେନ୍ଦ୍ର ସରକାର ଓ ରାଜ୍ୟର କେନ୍ଦ୍ରମନ୍ତ୍ରୀ କିପରି ଛତିଶଗଡ ସାଙ୍ଗରେ ହାତ ମିଶାଇ ଓଡ଼ିଶା ବିରୋଧରେ କାମ କଲେ, ସେବାବଦରେ ମଧ୍ୟ ପାଣ୍ଡିଆନ କହିଥିଲେ। ଏହାକୁ ଓଡିଶାବାସୀ କେବେ ଭୁଲି ପାରିବେନି। ମହାପ୍ରଭୁ, ମହାନଦୀ, ମହାନ୍ ଜନ ନାୟକ ବିଜୁ ପଟ୍ଟନାୟକ ଓଡ଼ିଶାର ପରିଚୟ।

ବିଜୁ ବାବୁଙ୍କୁ କାହିଁକି ମିଳିଲା ନାହିଁ ଭାରତ ରତ୍ନ?

ବିଜୁବାବୁଙ୍କ ପରି ଜଣେ ମହାନ୍ ନେତାଙ୍କୁ ଭାରତରତ୍ନ ନଦେବା ଦୁଃଖର କଥା। ଏହା ଓଡିଶାବାସୀଙ୍କୁ କଷ୍ଟ ଦେଇଛି। ଓଡିଶାର କ’ଣ ଜଣେ ବି ନାହାଁନ୍ତି ଭାତରରତ୍ନ ପାଇବାକୁ ଯୋଗ୍ୟ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନବୀନ ପଟ୍ଟନାୟକ ଓଡିଶା ଓ ଭାରତର ଲୋକପ୍ରିୟ ନେତା  । ୨୪ ବର୍ଷ ହେଲା ପ୍ରତ୍ୟେକ ନିର୍ବାଚନରେ ଅଧିକରୁ ଅଧିକ ଆସନରେ ବିଜୟ ଲାଭ କରୁଛନ୍ତି । ଏମିତି ଜଣେ ଲୋକପ୍ରିୟ ନେତାଙ୍କୁ ବାହାରୁ ଆସୁଥିବା ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ନେତାମାନେ ଅଶାଳୀନ ଭାଷାରେ ଗାଳି କରିବା ସହ ଅସମ୍ମାନ କରୁଛନ୍ତି l ତାହାକୁ ଓଡିଶାବାସୀ କେବେ ଭୁଲିବେ ନାହିଁ l ନିର୍ବାଚନରେ ବିଜେପିର ଏହି ୪ଟି ଭୁଲ ସେମାନଙ୍କ ପାଇଁ ବୁମେରାଂ ହୋଇଛି l ଓଡିଶାର ଭାଇ ଓ ଭଉଣୀମାନେ ଏହାର ଉଚିତ୍ ଜବାବ ଦେବେ l ଯାହା ଆସନ୍ତା ୪ ତାରିଖ ଦିନ ସ୍ପଷ୍ଟ ହୋଇଯିବ l ତେଣୁ ଯେତେ ଗୋଲ ପୋଷ୍ଟ ଚେଞ୍ଜ କଲେ ବି କିଛି ଫରକ୍ ପଡ଼ିବନି ।

ଓଡ଼ିଶାରେ ନାହିଁ ବିଜେପିର ସ୍ଥିତି

ଓଡ଼ିଶାରେ ବିଜେପିର ସ୍ଥିତି ନାହିଁ । ସେମାନେ ନିଯୁକ୍ତି, ଅଭିବୃଦ୍ଧି, ଦରଦାମ ଆଦି କ୍ଷେତ୍ରରେ କିଛି କହିପାରିବେ ନାହିଁ l ଯାହା ସାଧାରଣ ଜନତାଙ୍କୁ ଛୁଇଁ ପାରିବ । ଓଡ଼ିଶାକୁ କେମିତି ସଶକ୍ତ ରାଜ୍ୟ କରିବେ, ତାହା ଉପରେ କେବେ ବିତର୍କ କରୁ ନାହିଁ ବିଜେପି। ଭୋଟ ଆଦାୟ ପାଇଁ ବିଜେପି ଯେଉଁ ରାଜନୀତି ଓ ରଣନୀତି କରୁଛି ତାହା ସେମାନଙ୍କ ପାଇଁ ବୁମେରାଂ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିକୁ ସେବା ଭାବେ ଗ୍ରହଣ କରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି । ଓଡ଼ିଶାବାସୀ ତାହା ଭଲ ଭାବେ ଜାଣିଛନ୍ତି, ତେଣୁ ଉଚିତ୍ ଜବାବ ଦେବେ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ପୁରୀ ବାଣ ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୁରୀ ବାଣ ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ ହସ୍ପିଟାଲରେ ଆହାତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ।ସେମାନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।  ସମସ୍ତଙ୍କ ଆଶୁଆରୋଗ୍ୟ କାମନା କଲେ ନବୀନ । ଚିକିତ୍ସା ବ୍ୟବସ୍ଥା ନେଇ ବରିଷ୍ଠ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନା ଯୋଗ୍ୟ, ନରେନ୍ଦ୍ର ପୁଷ୍କରିଣୀରେ ବୁଧବାର ରାତିରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନାବଳକ ଥିବା ସୂଚନା ମିଳିଛି। ଆହତ ମାନଙ୍କୁ କଟକ ଓ ଭୁବନେଶ୍ବର ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।

ଭୋଟ ପାଇଁ ମିଛ ପ୍ରଚାର, ବିଜେପିକୁ ଭୋଟ ଦେଲେ ମିଳିବ ୫୦ ହଜାର

କେନ୍ଦ୍ରାପଡ଼ା: ବିଜେପିକୁ ଭୋଟ ଦେଲେ ମିଳିବ ୫୦ ହଜାର ଟଙ୍କା। ମିଛ କଥା କହି ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶରୁ ଏକ ମହିଳାଗୋଷ୍ଠୀ ଆସି କେନ୍ଦ୍ରାପଡ଼ା ରାଜନଗରର ବିଭିନ୍ନ ପଞ୍ଚାୟତ ବୁଲି ଲୋକ ମାନଙ୍କୁ ମିଛ ପ୍ରଲୋଭନ ଦେଖାଉଥିବା ଅଭିଯୋଗ ହୋଇଛି। ଲୋକଙ୍କ ଠାରୁ ଆକାଉଣ୍ଟ ନମ୍ୱର୍ ନେଉଛନ୍ତି।

ବିଜେପିକୁ ଭୋଟ ଦେଲେ ଲୋକଙ୍କ ଆକାଉଣ୍ଟକୁ ୫୦ହଜାର ଟଙ୍କା ଆସିବ ବୋଲି ପ୍ରଲୋଭନ ଦେଖାଉଥିବା ଅଭିଯୋଗ ହୋଇଛି। ରାଜନଗର ନିର୍ବାଚନମଣ୍ଡଳୀ ଭିତରଗଡ ପଞ୍ଚାୟତରେ  କିଛି ମହିଳା ସ୍ଥାନୀୟ ମହିଳାଙ୍କୁ ପ୍ରଲୋଭନ ଦେଖାଉଥିବା ବେଳେ ସେଠାରେ ତାଙ୍କୁ ଲୋକମାନେ ବିରୋଧ କରିଛନ୍ତି । ଯାହା ଫଳରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ ।

ପୁରୀ ଭଉଁରୀ ଯାତ୍ରା ବାଣ ନିଆଁ ଅଘଟଣ, ବଢୁଛି ମୃତ୍ୟୁ ସଂଖ୍ୟା

ପୁରୀ: ପୁରୀ ଭଉଁରୀ ଯାତ୍ରାରେ ଅଘଟଣ। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳବେଳେ ବାଣଫୁଟି ଦୁଇ ଜଣଙ୍କର ମୃତ୍ଯୁ ହୋଇଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତରଙ୍କୁ କଟକ ଓ ଭୁବନେଶ୍ଵରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଅଧିକାଂଶଙ୍କ ଶରୀର ୭୦ରୁ ୮୦ ଭାଗ ପୋଡିଯାଇଛି । ଗୁରୁତରଙ୍କ ଭିତରେ ଛୋଟ ଶିଶୁ ବି ରହିଛନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଅଗ୍ନିଶମବାହିନୀ ପକ୍ଷରୁ ଖାନତଲାସି ଚାଲିଛି। ସ୍ପାଏ କ୍ଯାମେରା ସାହାଯ୍ୟରେ ଚାଲିଛି ତନାଘନା। ପୋଖରୀରେ କେହି ବୁଡିଯାଇଥିବା ସନ୍ଦେହ କରି ଖୋଜାଖୋଜି ଚାଲିଛି। ତବେ ଆଗକୁ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଗତକାଲି ଭଉଁରୀ ଯାତ୍ରା ସମୟରେ ରାତିରେ ମହାପ୍ରଭୁ ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିବା ସମୟରେ ଘଟିଥିଲା ଏ ଅଘଟଣ। ନରେନ୍ଦ୍ର ପୁଷ୍କରିଣୀର ଚତୁଃପାଶ୍ୱର୍ରେ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁ ବସି ଠାକୁରଙ୍କ ଚାପ ଖେଳ ଦେଖୁଥିବା ସମୟରେ ଦେବୀଘାଟ ନିକଟରେ ବାଣ ଫୁଟିଥିଲା। ଚାପ ଦେଖୁଥିବା ଭକ୍ତମାନେ ପୋଡ଼ି ଯାଇଥିଲେ। ଜୀବନ ବଞ୍ଚାଇବାକୁ କେତେଜଣ ନରେନ୍ଦ୍ର ପୁଷ୍କରିଣୀକୁ ମଧ୍ୟ ଡେଇଁପଡିଥିଲେ। ସଙ୍ଗେ ସଙ୍ଗେ ଆହତଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏହାପରେ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।