ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ନେଇ ବିଜେପି ସରକାରଙ୍କୁ ଘେରିଲା ବିଜେଡି । ସରକାରଙ୍କୁ କଡ଼ା ସମାଲୋଚନା । ଅସାଧୁ ବ୍ୟବସାୟୀଙ୍କ ସହ ସରକାରଙ୍କ ମେଣ୍ଟ । ‘୧୫ ଦିନରେ ସମାଧାନ ହେବକି ନାହିଁ ସନ୍ଦେହ’ । ‘ଲୋକଙ୍କ ସମସ୍ଯା ପ୍ରତି ସରକାରଙ୍କ ନିଘା ନାହିଁ’ । ‘ଦାୟିତ୍ଵହୀନ ମନ୍ତବ୍ୟ ଦେଇ ଚାଲିଛନ୍ତି ସରକାର’ । ଆଳୁ ସମସ୍ଯା ଆଉ କେତେ ଦିନ ଧରି ଚାଲିବ ? ଆଳୁ ସମସ୍ଯାର ସମାଧାନ କରନ୍ତୁ ସରକାର । କୃତ୍ରିମ ଅଭାବ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ।
ଛାତ୍ରଙ୍କ ଚାପରେ ଇସ୍ତଫା ଦେଲେ ବାଂଲାଦେଶର ପ୍ରଧାନ ବିଚାରପତି
ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ ପ୍ରଧାନମନ୍ତ୍ରୀ, ୪ ଦିନ ପରେ ପ୍ରଧାନ ବିଚାରପତି। ଏମାନେ ହୋଇଛନ୍ତି ଗାଦିଚ୍ଯୁତ। ଛାତ୍ର ଆନ୍ଦୋଳନ ନେଇଛି ଏହି ଦୁଇଟି ବଡ଼ ବଡ଼ ପଦ। ବାଂଲାଦେଶରେ ଦେଖିବାକୁ ମିଳିଛି ଏହି ଘଟଣା। ପ୍ରଧାନ ବିଚାରପତି ଓବୈଦୁଲ ହସନ ଆଜି ଇସ୍ତଫା ଦେଇଛନ୍ତି। ଛାତ୍ରଙ୍କ ଆନ୍ଦୋଳନ ପରେ ସେ ଇସ୍ତଫା ଦେବାକୁ ବାଧ୍ଯ ହୋଇଛନ୍ତି। ଆଜି ସୁପ୍ରିମକୋର୍ଟର ସବୁ ବିଚାରପତିଙ୍କ ଏକ ବୈଠକ ଡାକିଥିଲେ ପ୍ରଧାନ ବିଚାରପତି ଓବୈଦୁଲ ହସନ। ଏହି ଖବର ପରେ ତାତିଥିଲେ ଛାତ୍ରମାନେ। ନୂଆ ସରକାରର ବିନା ଅନୁମତିରେ କେଉଁ ଅଧିକାରରେ ସେ ବୈଠକ ଡାକିଛନ୍ତି ପ୍ରଶ୍ନ କରିଥିଲେ ଛାତ୍ରମାନେ। ହଜାର ହଜାର ଛାତ୍ର ସୁପ୍ରିମକୋର୍ଟ ଘେରାଉ କରିବା ସହିତ ଇସ୍ତଫା ଦେବାକୁ ମାତ୍ର ୧ ଘଣ୍ଟା ସମୟ ଦେଇଥିଲେ। ସମସ୍ତ ବିଚାରପତି ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ଛାତ୍ରମାନେ। ସଂରକ୍ଷଣ ଷଡ଼ଯନ୍ତ୍ରରେ ବିିଚାରପତିଙ୍କ ହାତ ଥିବା ମଧ୍ଯ ସେମାନେ ଅଭିଯୋଗ କରିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତି ଦେଖି ପ୍ରଧାନ ବିଚାରପତି ପଦରୁ ଇସ୍ତଫା ଦେଇଛନ୍ତି ହସନ। ସୁପ୍ରିମକୋର୍ଟରୁ ସେ ପଳାୟନ କରିଥିବା ମଧ୍ଯ ସୂଚନା ମିଳିଛି। ଅର୍ଥାତ ଛାତ୍ର ଆନ୍ଦୋଳନ ଖାଇଛି ପ୍ରଧାନମନ୍ତ୍ରୀ ପଦ ଓ ପ୍ରଧାନବିଚାରପତି ପଦ। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ବାଂଲାଦେଶର ଛାତ୍ର ଆନ୍ଦୋଳନରେ ଶେଖ ହସିନା ସରକାରର ପତନ ଘଟିଛି। ଆନ୍ଦୋଳନରେ ୪୫୦ରୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ ହସିନା। ଏହା ସହିତ ସେ ଦେଶ ଛାଡ଼ି ଭାରତକୁ ପଳାଇ ଆସିଛନ୍ତି ଶେଖ ହସିନା। ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ଜଣାପଡ଼ିନି। ଗତ ଶୁକ୍ରବାର ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ବାଂଲାଦେଶରେ ଗଠନ ହୋଇଛି ନୂଆ ସରକାର।
କେରଳ ଓ୍ବାୟନାଡର ଧ୍ବସ୍ତବିଧ୍ବସ୍ତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: କେରଳ ଓ୍ବାୟନାଡର ଧ୍ବସ୍ତବିଧ୍ବସ୍ତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ମୋଦି। ତାଙ୍କ ସହ କେରଳ ମୁଖ୍ଯମନ୍ତ୍ରୀ ପିନରୟି ବିଜୟନ ମଧ୍ଯ ଅଞ୍ଚଳ ପରିଦର୍ଶନ କରିଥିଲେ। ଗତ ଜୁଲାଇ ୩୦ରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପୀଡିତ ରହୁଥିବା ରିଲିଫ ଶିବିର ବି ପରିଦର୍ଶନ କରିଥିଲେ ମୋଦି। ସେ ଚୁରାଲାମାଲା ଅଞ୍ଚଳ ପରିଦର୍ଶନ କରିଥିଲେ। ତାଙ୍କ ସହ ସାଂସଦ ସୁରେଶ ଗୋପୀ, ରାଜ୍ଯପାଳ ଅରିଫ ମହମ୍ମଦ ଖାଁ, ମୁଖ୍ଯ ଶାସନ ସଚିବ ଭି. ଭେନୁ ପ୍ରମୁଖ ବି ଗସ୍ତ କରିଥିଲେ। ସେପଟେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମଣିପୁର ବି ଯିବା ଉଚିତ। ପୂର୍ବରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏହି ଅଞ୍ଚଳ ପରିଦର୍ଶନ କରିଥିଲେ । ଓ୍ବାୟନାଡର ଚୁରଲମାଲା ଓ ମୁନ୍ଦାକ୍କାଇରେ ଘଟିଥିବା ଏହି ବିପର୍ଯ୍ୟୟରେ ପ୍ରାଣ ହରାଇଛନ୍ତି ୪୨୦ରୁ ଅଧିକ ଲୋକ । ବର୍ତ୍ତମାନ ବି ଅନେକ ଲୋକ ନିଖୋଜ ଅଛନ୍ତି । ପ୍ରାୟ ୨୫୦ ଶବର ସତ୍କାର କରାଯାଇଛି । ଗତ ଜୁଲାଇ ୩୦ ତାରିଖର ବିଭୀଷିକା ପରେ ଏନଡିଆରଏଫ, ଏସଡିଆରଏଫ, ତିନିବାହିନୀ, ଅଗ୍ନିଶମ ବାହିନୀ, ବନ ବିଭାଗ, ରାଜ୍ଯ ପୋଲିସର ମେଗା ଅପରେସନ ଜାରି ରହିଥିଲା । ବର୍ତ୍ତମାନ ବି ବିଭିନ୍ନ ରିଲିଫ ଶିବିରରେ ୧୦ ହଜାରରୁ ଅଧିକ ବିପନ୍ନ ରହିଛନ୍ତି । ଏହି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ଲାଗି ରାହୁଲଙ୍କ ସମେତ ବିଭିନ୍ନ ଦଳର ନେତା କେନ୍ଦ୍ର ନିକଟରେ ଦାବି କରିଥିଲେ ।

