ଭୁବନେଶ୍ୱର : ସରକାରୀ ଅଧିକାରୀଙ୍କ ଛୁଟି ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହୋଇଛି । ଛୁଟି ନେଇପାରିବେ ସରକାରୀ ଅଧିକାରୀ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । ଆବଶ୍ଯକ ପଡିଲେ ତତ୍କାଳ କାର୍ଯ୍ଯରେ ଯୋଗଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଜରୁରୀକାଳୀନ ସ୍ଥିତିରେ ମୋବାଇଲରେ ବା ଡିଜିଟାଲ ଯୋଗେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନବୀନଙ୍କ ଆଶୀର୍ବାଦ ଲୋଡିଲେ ମୋହନ ,ଶପଥ ଗ୍ରହଣ ପୂର୍ବରୁ ସୌଜନ୍ଯମୂଳକ ସାକ୍ଷାତ
ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବୀନ ନିବାସ ଯାଇ ନବୀନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରାୟ ୧୫ ମିନିଟ ନବୀନ ନିବାସରେ ରହିଥିଲେ ମୋହନ । ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ନବୀନଙ୍କୁ ମୋହନ ଅନୁରୋଧ କରିଛନ୍ତି ।
ସେହିପରି ନୂଆ ସରକାରକୁ ଆଶୀର୍ବାଦ କରିବା ଲାଗି ମୋହନ ମଧ୍ୟ ଅନୁରୋଧ କରିଛନ୍ତି । ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ନବୀନ ପ୍ରତିଶ୍ରୁତି ଦେଇଥିବା ମୋହନ କହିଛନ୍ତି । ସେହିପରି ନୂଆ ସରକାରଙ୍କ ପ୍ରତି ନବୀନଙ୍କର ଆଶୀର୍ବାଦ ରହିବ ବୋଲି ମୋହନ କହିଛନ୍ତି । ସମସ୍ତ ବିରୋଧୀ ଦଳକୁ ସାଙ୍ଗରେ ନେଇ ରାଜ୍ୟର ବିକାଶ କାର୍ଯ୍ୟରେ ଆମେ ନିୟୋଜିତ ହେବୁ ବୋଲି ମୋହନ କହିଛନ୍ତି ।
ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ବିଧାୟକଙ୍କୁ ଯାଉଛି ଫୋନ୍ କଲ, ଜାଣନ୍ତୁ କେଉଁମାନଙ୍କୁ ଗଲା ଫୋନ୍
ନନ୍ଦିଘୋଷ ବ୍ୟୁରୋ: ମୋହନ ମାଝୀଙ୍କ ନୂଆ ଟିମ୍ । ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛି ଫୋନକଲ । ସୁରଜ ସୂର୍ଯ୍ୟବଂଶୀ, ପୃଥୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, କୃଷ୍ଣଚନ୍ଦ୍ର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ଗଣେଷରାମ ଖୁଣ୍ଟିଆ, ସୁରମା ପାଢ଼ୀ, ସମ୍ପଦ ସ୍ବାଇଁ କୁଚିଣ୍ଡା ବିଧାୟକ ରବି ନାଏକଙ୍କୁ ଫୋନ କଲ ଯାଇଛି ।
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନନ୍ଦିଘୋଷ ବ୍ୟୁରୋ : ବୁଧବାର ଓଡ଼ିଶାରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମୋହନ ଚରଣ ମାଝୀ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ରାଜଭବନ ଯାଇଛନ୍ତି । ସେଠାରେ ୨ ଘଣ୍ଟାର ବିଶ୍ରାମ ନେବା ପରେ ସିଧା ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ।
ସରକାରୀ ଅଧିକାରୀଙ୍କ ଛୁଟି ନିର୍ଦ୍ଦେଶନାମାରେ ପରିବର୍ତ୍ତନ, ଛୁଟି ନେଇପାରିବେ ସରକାରୀ ଅଧିକାରୀ
ନନ୍ଦିଘୋଷ ବ୍ୟୁରୋ: ସରକାରୀ ଅଧିକାରୀଙ୍କ ଛୁଟି ନିର୍ଦ୍ଦେଶନାମାରେ ପରିବର୍ତ୍ତନ । ଛୁଟି ନେଇପାରିବେ ସରକାରୀ ଅଧିକାରୀ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସାନି ନିର୍ଦ୍ଦେଶନାମା । ଆବଶ୍ଯକ ପଡିଲେ ତତ୍କାଳ କାର୍ଯ୍ଯରେ ଯୋଗଦେବେ । ଜରୁରୀକାଳୀନ ସ୍ଥିତିରେ ମୋବାଇଲରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ।
T20 ମ୍ୟାଚରେ ଟେଷ୍ଟ୍ ଖେଳିଲେ ଏହି ଦେଶର ଅଧିନାୟକ
ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଟି-୨୦ ବିଶ୍ବକପ । ଆମେରିକାରେ ଖେଳା ଯାଉଥିବା ମ୍ୟାଚ ଗୁଡ଼ିକ ଲୋସ୍କୋରିଂ ହେଉଛି । ତେବେ ନାମିବ୍ୟାର ଅଧିନାୟକ ଟି-୨୦ରେ ଏକ ଅଲୋଡ଼ା ରେକର୍ଡ ଅର୍ଜନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ନାମିବ୍ୟାର ଶୋଚନୀୟ ପରାଜୟ ହେବା ସହ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛି । ତେବେ ନାମିବ୍ୟା ପ୍ରଥମେ ବ୍ୟାଟିଂ କରି ୭୨ ରନ ସଂଗ୍ରହ କରିଥିବାବେଳେ ଅଷ୍ଟ୍ରେଲିଆ ମାତ୍ର ୫ ଓଭର ୪ଟି ବଲରେ ପୂରଣ କରିଥିଲା । ତେବେ ନାମିବ୍ୟାର ଅଧିନାୟକ ୧୭ଟି ବଲ ଖେଳି ନିଜର ଖାତା ଖୋଲିଥିଲେ । ଯାହାକି ଟି-୨୦ରେ ଏକ ରେକର୍ଡ । ୧୭ ବଲରେ ପ୍ରଥମ ସ୍କୋର କରିବାର ଏକ ଅଲୋଡ଼ା ରେକର୍ଡ ସେ ନିଜ ନାମରେ ସ୍ଥାପନ କରିଛନ୍ତି । ତେବେ ଦଳର ଓ୍ବିକେଟ ପତନ ଘଟୁଥିବାବେଳେ ସେ ଧର୍ଯ୍ୟସହ ଖେଳି ଯେତେବେଳେ ୧୭ଟି ବଲ ଖେଳି ପ୍ରଥମ ସ୍କୋର କରିଥିଲେ ସେତେବେଳେ ଦର୍ଶକମାନେ ତାଳି ମାରିଥିଲେ । ଯଦିଓ ସେ ପରବର୍ତ୍ତୀ ସମୟରେ ୨୬ଟି ବଲ ଖେଳି ୩୫ ରନ କରିବାରେ ସକ୍ଷମ ହୋଇଥିଲେ ।
ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ
ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅଶ୍ବିନୀ ବୈଷ୍ଣବ ଓ ପୁରୀ ସାଂସଦ ସମ୍ବିତ ପାତ୍ର । ସକାଳ ୧୧ଟାରେ କେନ୍ଦ୍ରମନ୍ତ୍ରୀ ପୁରୀ ରେ ପହଞ୍ଚିଥିଲେ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ବିଜେପି କର୍ମୀ ଓ ନେତା ତାଙ୍କୁ ସ୍ୱାଗତ କରିଥଲେ। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ତାଙ୍କୁ ଶ୍ରୀ ମନ୍ଦିର ଭିତରକୁ ନେଇଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରଥମେ ପ୍ରଭୂ ପତିତପାବନଙ୍କୁ ମୁଣ୍ଡିଆ ମାରି ଶ୍ରୀମନ୍ଦିରକୁ ପ୍ରବେଶ କରିଥଲେ। ପରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ। ପରେ ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରି ପାର୍ଶ୍ଵଦେବତାଙ୍କୁ ଦର୍ଶନ କରିଥଲେ। ସାରା ବିଶ୍ଵର କଲ୍ୟାଣ ପାଇଁ ପ୍ରାର୍ଥନା କରିଥଲେ। ଭଲ କାମ କରିବା ପାଇଁ ଭଗବାନ ତାଙ୍କୁ ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି।
ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୋହନ ମାଝୀ
ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସକୁ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୋହନ ମାଝୀ । ସୌଜନ୍ୟମୂଳକ ସାକ୍ଷାତ କରି ଫେରିଥିବାବେଳେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ନବୀନଙ୍କ ଆଶୀର୍ବାଦ ନେଇ ଫେରିଥିବା ମଧ୍ୟ କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ସେ କହିଛନ୍ତି କି, ନବୀନ ପଟ୍ଟନାୟକ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି କହିଛନ୍ତି । ନବୀନଙ୍କୁ ନିମନ୍ତ୍ରଣ ଦେଇ ଆଶୀର୍ବାଦ ନେଲି ବୋଲି ମଧ୍ୟ କହିଛନ୍ତି ।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କଲେ ଚନ୍ଦ୍ରବାବୁ ନାଇଡ଼ୁୁ
ନନ୍ଦିଘୋଷ ବ୍ୟୁରୋ: ତେଲଗୁ ଦେଶମ ପାର୍ଟି ସୁପ୍ରିମୋ ଏନ. ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବେ। ପୂର୍ବାହ୍ନରେ କ୍ରିଷ୍ଣା ଜିଲ୍ଲାର ଗଣାଭରମ ଅନ୍ତର୍ଗତ କେଶରପଲ୍ଲୀ ଆଇଟି ପାର୍କରେ ଆୟୋଜିତ ହେବ ଶପଥ ଗ୍ରହଣ ସମାରୋହ। ଚଳିତ ନିର୍ବାଚନରେ ବିଜେପି, ଟିଡିପି ଓ ଜନସେନା ପାର୍ଟି ମେଣ୍ଟ କରି ନିର୍ବାଚନ ଲଢି ୱାଇଏସ ଜଗନମୋହନ ରେଡ୍ଡୀ ସରକାରକୁ ଗାଦିଚ୍ଯୁତ କରିଥିଲେ। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ଟିଡିପିକୁ ୧୩୫, ପୱନ କଲ୍ଯାଣଙ୍କ ଜନସେନାକୁ ୨୧ ଓ ବିଜେପିକୁ ୮ ଆସନ ମିଳିଥିଲା। ୩୦ ବର୍ଷ ତଳେ ଅର୍ଥାତ ୧୯୯୫ରୁ ୧୯୯୯ରେ ଚନ୍ଦ୍ରବାବୁ ହୋଇଥିଲେ ମୁଖ୍ଯମନ୍ତ୍ରୀ। ପରେ ସେ ୧୯୯୯ରୁ ୨୦୦୪ ଓ ୨୦୧୪ରୁ ୨୦୧୯ ହୋଇଥିଲେ ମୁଖ୍ଯମନ୍ତ୍ରୀ। ୨୦୦୪ରେ ତାଙ୍କୁ ଗାଦିଚ୍ଯୁତ କରିଥିଲେ ୱାଇଏସ ରାଜଶେଖର ରେଡ୍ଡୀ। ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଭାଜନ ହେବା ପରେ ସେ ହୋଇଥିଲେ ମୁଖ୍ଯମନ୍ତ୍ରୀ। ୨୦୧୯ରେ ସେ ନିର୍ବାଚନରେ ପରାଜିତ ହୋଇଥିଲେ ଏବଂ ରାଜ୍ଯରେ ୱାଇଏସ ଆର ଜଗନମୋହନଙ୍କ ଶାସନ ପ୍ରତିଷ୍ଠା ହୋଇଥିଲା। ପ୍ରାୟ ୫ ବର୍ଷ ପରେ ପୁଣି ଥରେ ସିଏମ ହୋଇଛନ୍ତି ଚନ୍ଦ୍ରବାବୁ। କେନ୍ଦ୍ରର ଏନଡିଏ ସରକାରକୁ ଟିଡିପି ନିଃସର୍ତ୍ତ ସମର୍ଥନ ଯୋଗାଇଛି।
ବଦଳିଲା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍
ନନ୍ଦିଘୋଷ ବ୍ୟୁରୋ: ବଦଳିଲା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ । ପ୍ରୋଫାଇଲରେ ରହିଛି ବିଜେଡି ସଭାପତି । ଏକ୍ସ ଏବଂ ଇନଷ୍ଟାଗ୍ରାମରେ ପ୍ରୋଫାଇଲ ଷ୍ଟାଟସ ବଦଳାଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଭାବେ ପ୍ରୋଫାଇଲ ରହିଥିଲା । ମାତ୍ର ଏବେ ବିଜେଡି ସଭାପତି ଭାବେ ପ୍ରୋଫାଇଲ ଅପଡେଟ ହୋଇଛି ।

