spot_img
Home Blog Page 1756

ଜୀବନ ନେଲା ବିଷାକ୍ତ ମଦ, ଚିକିଟି ବଜାରରେ ଶବ ରଖି ଧାରଣାରେ ଗ୍ରାମବାସୀ

ଚିକିଟି: ଗଞ୍ଜାମ ଚିକିଟି ବିଷାକ୍ତ ମଦ୍ୟପାନ ଘଟଣା। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଓ ଅସୁସ୍ଥଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଚିକିଟି ଜେନାପୁର ବାସୀଙ୍କ ଧାରଣା। ଜିଲ୍ଲାରେ ସମ୍ପୂର୍ଣ୍ଣ ମଦ ବନ୍ଦ କରିବାକୁ ଆନ୍ଦୋଳନକାରୀ ଦାବି କରିଥିବାବେଳେ ସରକାର ଆସି ଆଲୋଚନା କରିବାକୁ ଦାବି କରିଛନ୍ତି। ଚିକିଟି ବଜାର ଉପରେ ଶବ ରଖି ଜେନାପୁରବାସୀ ଧାରଣା ଦେଇଛନ୍ତି।

ସେପଟେ ନୂଆଁ ଗାଁ ପୋଲିସ ଏହି ଘଟଣାରେ ଗିରଫ କରିଥିବା ୭ ଅଭିଯୁକ୍ତଙ୍କୁ ରାତିରେ କୋର୍ଟଚାଲାଣ କରିଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ସମସ୍ତଙ୍କୁ ଜେଲ ପଠାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ମଲ୍ଲିକ, ରାମଚନ୍ଦ୍ର ମଲ୍ଲିକ, ନିର୍ମଳା ସାହୁ, ବାୟା ସାହୁ, ବାପିନୀ ସାହୁ, ରବି ସାହୁ ଓ ଦେବରାଜ ବିଷୋୟୀ। ଗତକାଲି ରାତିରେ ବ୍ରହ୍ମପୁର ବଡ଼ ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ଯୁର ବେହେରାଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଚିକିଟି ଜେନାପୁର ବାସିନ୍ଦା।

ତାଙ୍କର ମୃତ୍ଯୁ ନେଇ ସୂଚନା ଦେଇଛନ୍ତି ସାନପୁଅ ଶିବ ବେହେରା। ମୃତକଙ୍କ ଶବ ଏମକେସିଜି ମେଡିକାଲ କଲେଜ ଏଫଏମଟିରେ ଶବ ରହିଥିବା ସୂଚନା ମିଳିଛ। ସ୍ଥାନୀୟ ଅଞ୍ଚଳରେ ବିଷାକ୍ତ ଦେଶୀ ମଦ ପିଇ ୨୦ ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଅସୁସ୍ଥଙ୍କୁ ପ୍ରଥମେ ଚିକିଟି ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ପୂର୍ବତନ ମନ୍ତ୍ରୀ ଉଷା ଦେବୀଙ୍କ ପୁତ୍ର ତଥା ବିଜୁ ଜନତା ଦଳ ଯୁବ ନେତା ଯୁବରାଜ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚି ଅସୁସ୍ଥମାନଙ୍କ ସହ ଆଲୋଚନା କରିଛନ୍ତି। ଚିକିଟି NAC ଅଧ୍ୟକ୍ଷା ସମେତ ବିଜେଡିର ଏକ ଟିମ ମେଡିକାଲରେ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ମଦମୁକ୍ତ ନାରା ଦେଉଥିବା ବିଜେପି ସରକାର ଉପରେ ବର୍ଷିଛନ୍ତି ଶ୍ରୀରୂପ ଦେବ। ମଦ ବନ୍ଦ କରିବା ଲାଗି ଗତ ଫେବୃଆରୀରୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ ବି ପ୍ରଶାସନ ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି।

ଦ୍ବିତୀୟ ଥର ପାଇଁ ଟପ ସେଣ୍ଟ୍ରାଲ ବ୍ୟାଙ୍କର ଚୟନ ହୋଇଛନ୍ତି ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ପୁଣି ଥରେ ବିଶ୍ବରେ ଚମକିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ  । ଦ୍ବିତୀୟ ଥର ପାଇଁ ଟପ ସେଣ୍ଟ୍ରାଲ ବ୍ୟାଙ୍କର ଚୟନ ହୋଇଛନ୍ତି ଶକ୍ତିକାନ୍ତ ଦାସ  । ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ ତାଙ୍କୁ ଏ ପ୍ଲସ ରେଟିଂ ମିଳିଛି  । ମହଙ୍ଗା ନିୟନ୍ତ୍ରଣ, ଇକୋନମିକ ଗ୍ରୋଥ, କରେନ୍ସୀର ସ୍ଥାୟିତ୍ବ ଓ ସୁଧ ହାର ନିୟନ୍ତ୍ରଣ ପାଇଁ ଶକ୍ତିକାନ୍ତ ଦାସଙ୍କୁ ଏହି ସମ୍ମାନ ମିଳିଛି  ।

ବିଶ୍ବ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ଗତ ୧୯୯୪ରୁ ପ୍ରକାଶିତ ହୋଇ ଆସୁଛି  । ଏଥିରେ ଦୁନିଆର ୧୦୧ ଜଣ ସେଣ୍ଟ୍ରାଲ ବ୍ୟାଙ୍କରଙ୍କ କାର୍ଯ୍ୟକାଳର ପ୍ରଦର୍ଶନ କରାଯାଇଥାଏ  । ଗତ ବର୍ଷ ବି ଶକ୍ତିକାନ୍ତଙ୍କୁ ଏ ପ୍ଲସ ରେଟିଂ ମିଳିଥିଲା  । ଏହି ରିପୋର୍ଟ କାର୍ଡରେ ଗ୍ରେଡ ଏ ରୁ ଗ୍ରେଡ ଏଫ ପର୍ଯ୍ୟନ୍ତ ରାଙ୍କ୍‌ ରହିଥାଏ  । ଏକ ବର୍ଷ ମଧ୍ୟରେ କେଉଁ ସେଣ୍ଟ୍ରାଲ ବ୍ୟାଙ୍କର କଣ ପ୍ରଦର୍ଶନ ରହିଛି ତାହା  ଗ୍ଲୋବାଲ ଫାଇନାନ୍ସ ମାଗାଜିନ ପ୍ରକାଶ କରିଥାଏ  ।

ଶକ୍ତିକାନ୍ତ ଦାସ ଆରବିଆଇର ୨୫ତମ ଗଭର୍ଣ୍ଣର ଅଟନ୍ତି  । ୧୯୮୦ ବ୍ୟାଚର ସେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅଟନ୍ତି  । ଶକ୍ତିକାନ୍ତଙ୍କ ନେତୃତ୍ବରେ ଆରବିଆଇ ଦେଢ ବର୍ଷ ଧରି ସୁଧ ଦର ସ୍ଥିର ରହିଛି  । ଏହା ସହ ମହଙ୍ଗା ନିୟନ୍ତ୍ରଣ କରିଛନ୍ତି ଆରବିଆଇ  । ସେହିପରି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶ ୮ ପ୍ରତିଶତରୁ ଅଧିକ ଆର୍ଥିକ ବୃଦ୍ଧି ଦର ବି ହାସଲ କରିଛି  ।

 

ଅଳିଆ ଆମଦାନୀ କରି ବିଦ୍ୟୁତ ଉତ୍ପାଦନ କରୁଛି ସ୍ୱିଡେନ୍

ନନ୍ଦିଘୋଷ ବ୍ୟୁରୋ: ଅଳିଆ ଆବର୍ଜନା ମୁକ୍ତ ପାଇଁ ଭାରତରେ ସ୍ୱଛ ଭାରତ ଅଭିଯାନ ଆରମ୍ଭ ହୋଇ ୧୦ ବର୍ଷରୁ ଅଧିକ ହେଲାଣି । ଏହା ଭିତରେ ଭାରତ କେତେ ସଫା ହେଇଛି ତା’ ସମସ୍ତେ ଜାଣନ୍ତି । ଅଳିଆକୁ ଭାରତରେ କେବଳ ଅଳିଆ ବୋଲି ଗଣାଯାଏ । ଅଳିଆରୁ ଅର୍ଥ ଉପାର୍ଜନ ହୋଇପାରେ ଏହା ହୁଏତ ଆମେ ଏଯାଏଁ ଜାଣି ପାରିନାହୁଁ । ତେଣୁ ଭାରତ ଅଳିଆ ଅବର୍ଜନାରେ ଭର୍ତ୍ତି ।

ଅଳିଆ କେତେ କାମର ତାହା ସୁଇଡେନର ଉଦାହରଣ ନେଲେ ଜଣା ପଡ଼ିବ । ସୁଇଡେନରେ ସଫେଇ ଏତେ ଦମଦାର ଯେ,ସେଠାରେ ଏବେ ଅଳିଆ ଖୋଜିଲେ ବି ମିଳୁନି । ଅଳିଆ ନମିଳିବାରୁ ସୁଇଡେନର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଗୁଡିକ ବନ୍ଦ ହେବା ପରିସ୍ଥିତିକୁ ଆସିଯାଇଥିଲା । କାରଣ ସୁଇଡେନ୍ ଅଳିଆରୁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଏନର୍ଜି ପ୍ଲାଣ୍ଟ ସ୍ଥାପନ କରିଥିଲା । କିନ୍ତୁ ଅଳିଆ ନ ମିଳିବାରୁ ସେ ପ୍ଲାଣ୍ଟ ସବୁ ବନ୍ଦ ହେବାକୁ ବସିଥିଲା ।

ଏହି ସମୟରେ ସୁଇଡେନ ସରକାର ନରୱେକୁ ସାହାଯ୍ୟ ମାଗିଥିଲେ । ନରୱେ ସରକାର ନିଜ ଦେଶର ଅଳିଆକୁ ସୁଇ଼ଡେନକୁ ପଠାଇଥିଲେ । ତେବେ ମାଗଣାରେ ନୁହେଁ । ଏଥିପାଇଁ ନରୱେ ଅର୍ଥ ନେଇଥିଲା । ଏବେ ଭାବନ୍ତୁ ଅଳିଆ କେତେ କାମର.. ଆଉ ଆପଣ କ’ଣ ଭାବୁଛନ୍ତି.. ଭାରତ ସରକାର ସୁଇଡେନ ସହିତ ଯୋଗାଯୋଗ କରି ନିଜ ଅଳିଆ ଏକ୍ସପୋର୍ଟ କରିବା ଉଚିତ କି ? ମତାମତ ଦିଅନ୍ତୁ

କାହିଁକି ନାଗ ମୃତ୍ୟୁର ପ୍ରତିଶୋଧ ନିଏ ନାଗୁଣୀ ?

ନନ୍ଦିଘୋଷ ବ୍ୟୁରୋ: ଭାରତରେ ନାଗ ନାଗୁଣୀକୁ ନେଇ ଅନେକ ଲୋକକଥା ରହିଛି  । ଯଦି ନାଗକୁ ହତ୍ୟା କରାଯାଏ ତା ଆଖିରେ ହତ୍ୟା କରିଥିବା ଲୋକର ଫଟୋ ଉଠିଯାଏ  । ଏହା ପରେ ନାଗୁଣୀ ନିଜ ପାର୍ଟନର ମୃତ୍ୟୁର ପ୍ରତିଶୋଧ ନିଶ୍ଚୟ ନେଇଥାଏ  । ଏହି କାରଣରୁ ଆଜି ବି ନାଗ ନାଗୁଣୀକୁ ମାରିଦେବା ପରେ ତା ମୁଣ୍ଡକୁ ନଷ୍ଟ କରିଦିଆଯାଏ ନଚେତ ପୋତି ଦିଆଯାଇଥାଏ  । ବଲିଉଡର ଅନେକ ଫିଲ୍ମ ନାଗ ନାଗୁଣୀ ପ୍ରତିଶୋଧ ଉପରେ ଆଧାରିତ  । ପ୍ରାୟତଃ କାହାଣୀରେ ନାଗୁଣୀ ପ୍ରତିଶୋଧ ନେଉଥିବା ଦେଖିବାକୁ ମିଳେ  ।   କିନ୍ତୁ ନାଗୁଣୀର ପ୍ରତିଶୋଧ କାହାଣୀକୁ ନେଇ ଠିକ ଓଲଟା ତଥ୍ୟ ଦିଏ ବିଜ୍ଞାନ  ।

ମିଶନ ସ୍ନକ ଡେଥ୍‌ ଫ୍ରି ଇଣ୍ଡିଆର କୋଡିନେଟର ଡ. ଆଶିଷ ତ୍ରିପାଠୀଙ୍କ କହିବାନୁସାରେ ନାଗ ନାଗୁଣୀ ପ୍ରତିଶୋଧ ନେବା କାହାଣୀ ବିଜ୍ଞାନ ମୁତାବକ ସମ୍ଭବ ନୁହେଁ  । ନାଗ ବା ନାଗୁଣୀ ଆଖିରେ କୌଣସି ଫଟୋ ଷ୍ଟୋର ହୋଇପାରେ ନାହିଁ  । ନାଗୁଣୀର ପ୍ରତିଶୋଧ କାହାଣୀ ସମ୍ପୂର୍ଣ୍ଣ ରୂପେ ମନଗଢା । ଏହା ପଛରେ ଆଉ କିଛି ବୈଜ୍ଞାନିକ କାରଣ ରହିଛି  ।

ଡାକ୍ତରଙ୍କ ଅନୁସାରେ ସାପ ବା ଅନ୍ୟ ଜୀବଜନ୍ତୁଙ୍କ ଶରୀରରେ ଫେରୋମୋନ୍ସ ରହିଥାଏ  । ଫେରୋମୋନ ହେଉଛି ଜୀବଜନ୍ତୁଙ୍କ ଦ୍ବାରା ନିର୍ଗତ ହେଉଥିବା ରସାୟନିକ ସଙ୍କେତ  । ନାଗ ନାଗୁଣୀ ପ୍ରତିଶୋଧ ନେବା କାହାଣୀ ପଛରେ ଫେରୋମୋନ୍ସ ହି କାମ କରିଥାଏ  । ଯେତେବେଳେ ନାଗ ବା ନାଗୁଣୀକୁ ହତ୍ୟା କରାଯାଏ ,ସେହି ସମୟରେ ସେମାନେ ପରିସ୍ରା କରିଥାନ୍ତି  । ଏହି ପରିସ୍ରାରେ ଫେରୋମୋନ୍ସ ଥାଏ  । ଜୀବନ୍ତ ଥିବାବେଳେ ଫେରୋମୋନ୍ସ ଅଲଗା ଥିବା ବେଳେ ମୃତ୍ୟୁ ପରେ ଏହା ଭିନ୍ନ ହୋଇଥାଏ  । ଏହା ପରେ ଫେରୋମୋନ୍ସ ଶୁଙ୍ଘି ଅନ୍ୟ ନାଗ ବା ନାଗୁଣୀ ଜାଣିପାରନ୍ତି ଯେ ଏଠାରେ ଆମର କୌଣସି ସାଥୀଙ୍କୁ ମରାଯାଇଛି  ।

ନାଗର ଫେରୋମୋନ୍ସକୁ ଅନୁଭବ କରିବା ପରେ ନାଗୁଣୀ ଆକ୍ରୋଶିତ ହୋଇପଡେ  । ଏଭଳି ସ୍ଥଳେ ଯେଉଁ ବି ମଣିଷ ନାଗୁଣୀ ସାମନାକୁ ଆସେ ନାଗୁଣୀ ତାକୁ ମାରିବାକୁ ଚେଷ୍ଟା କରିଥାଏ  । ଏହା ପଛରେ ବି ଆଉ ଏକ କାରଣ ରହିଛି  । ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ନାଗ ନାଗୁଣୀ ନିଜକୁ ଅସୁରକ୍ଷିତ ମନେ କରିଥାନ୍ତି  । ଯେଉଁ କାରଣରୁ ଯେ କେହି ବି ମମିଷ ନାଗ ନାଗୁଣୀ ସାମନାକୁ ଆସିଲେ ତାକୁ ସେମାନେ ଟାର୍ଗେଟ କରିଥାନ୍ତି  ।

ସେହିପରି ନାଗ ବା ନାଗୁଣୀକୁ ମାରିବା ପରେ ସାଧାରଣତଃ ଲୋକେ ଏହାକୁ ପୋତି ଦିଅନ୍ତି ବା ଜଳାଇ ଦେଇଥାନ୍ତି  । ଏହା କରିବା ସତ୍ତ୍ବେ ବି ଘଟଣାସ୍ଥଳରେ ଫେରୋମୋନ୍ସ ମହଜୁଦ ଥାଏ  । ଯାହାକୁ ନାଗ ବା ନାଗୁଣୀ ଶୁଙ୍ଘିକରି ସାଥୀଙ୍କୁ ମରାଯାଇଥିବା ଜାଣିପାରେ  ।

ଖୁବଶୀଘ୍ର ହାତକୁ ଦି ହାତ ହେବେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ: ହାତକୁ ଦି ହାତ ହେବେ ଏଲିଜେବଲ ବ୍ୟାଚେଲର ରାହୁଲ ଗାନ୍ଧୀ  । ଖୁବଶୀଘ୍ର ଗାନ୍ଧୀ ପରିବାରରେ ବାଜିବ ସାହନାଇ  । ସାମିଲ ହେବେ ନୂଆ ସଦସ୍ୟ । ମହିଳା ଫ୍ୟାନ୍ସଙ୍କୁ ନିରାଶ କରି ପ୍ରନିତିଙ୍କ ହାତ ଧରିବେ ରାହୁଲ  । ବହୁ ପ୍ରତୀକ୍ଷା ପରେ ଗାନ୍ଧୀ ପରିବାରକୁ ମିଳିବ ନୂଆ ବୋହୂ  । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ସଂଶୟ ଜାରି ରହିଥିବାବେଳେ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିବ  ।  ଆଜ୍ଞା ହଁ ଆପଣ ଠିକ ଶୁଣିଲେ  । ଜୀବନସାଥୀ ବାଛି ନେଇଛନ୍ତି ରାହୁଲ  । ଏକଥା ଆମେ କହୁନାହୁଁ ରାହୁଲ ଓ ପ୍ରଣିତିଙ୍କ ବିବାହ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି  ।

ପ୍ରେମରେ ଉବୁଟୁବୁ ରାହୁଲଙ୍କ ଚୋରା ପିରତି ଏବେ ସମସ୍ତଙ୍କ ନଜରରେ ଆସିଛି  । ଏହି ଦେଖୁ ନାହାନ୍ତି କେମିତି ଏକ ସାଧାରଣ ସଭାରେ ରାହୁଲ କହୁଛନ୍ତି ଯେ ଖୁବଶୀଘ୍ର ମୁଁ ବାହା ହେବି  । ରାହୁଲଙ୍କ ଏହି ହସରୁ ବୁଝିବା ଲୋକେ ନିଶ୍ଚୟ ବୁଝୁଥିବେ ।

ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ହେଉ କି ସଂସଦ ଭବନ ଦୁହିଁଙ୍କୁ ଏବେ ଚାରିଆଡ଼େ ଏକାଠି ଦେଖିବାକୁ ମିଳୁଛି  । ନବନିର୍ବାଚିତ ସାଂସଦ ସଂସଦରେ ଶପଥ ନେବା ବେଳର ଦୃଶ୍ୟ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା  । ମହାରାଷ୍ଟ୍ର ସୋଲାପୁର ଆସନରୁ ନିର୍ବାଚନ ଜିତିଥିବା ପ୍ରଣିତି ସିନ୍ଦେଙ୍କ ସାମନା ସିଟ୍‌ରେ ବସିଥିଲେ ରାହୁଲ ଗାନ୍ଧୀ  । ରାହୁଲଙ୍କୁ ଦେଖି ପ୍ରଣିତି ନମସ୍କାର ଜଣାଇଥିବା ବେଳେ ହାତ ବଢାଇ ଦେଇଥିଲେ ରାହୁଲ  । ପ୍ରଣିତି ରାହୁଲଙ୍କ ସହ କରମର୍ଦ୍ଦନ କରି ଶପଥ ନେବାକୁ ଯାଇଥିଲେ  । ଏହି ଭିଡିଓ ଭାଇରାଲ ହେବା ପରେ ରାହୁଲ ଓ ପ୍ରଣିତିଙ୍କ  ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆ ୟୁଜର ଟୁପୁରୁ ଟାପୁରୁ ହେଲେଣି  ।

କେବଳ ସେତିକି ନୁହେଁ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ଶପଥ ଗ୍ରହଣ ସମାରୋହରେ ଏକାଠି ଦେଖିବାକୁ ମିଳିଥିଲେ ରାହୁଲ ପ୍ରଣିତି  । ଦୁହେଁ ଆଗପଛ ହୋଇ ବସିଥିବା କ୍ୟାମେରାରେ କଏଦ ହୋଇଥିଲା  । ରାହୁଲ ପ୍ରିୟଙ୍କାଙ୍କ ବ୍ୟତୀତ ପ୍ରଣିତିଙ୍କ ଉପରେ ସବୁ ଫୋକସ ହୋଇଥିଲା  । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଥିଲା  ।

କିଏ ଏହି ପ୍ରଣିତି ସିନ୍ଦେ?

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ଏକମାତ୍ର ଝିଅ ପ୍ରଣିତି  । ସୋଲାପୁର ଆସନରୁ ତିନି ଥର ବିଧାୟକ ରହିବା ପରେ ଚଳିତ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି  । ମହାରାଷ୍ଟ୍ର କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ପ୍ରଣିତି  ।

ଏତେ ସବୁ ଚର୍ଚ୍ଚା ମଧ୍ୟରେ ଦୁହିଁଙ୍କ ସମ୍ପର୍କ ଓ ବିବାହକୁ ନେଇ କିନ୍ତୁ ମୁହଁ ଖୋଲି ନାହାନ୍ତି ରାହୁଲ କି ପ୍ରଣିତି  । ଦେଖାଯାଉ ଏହି ସମ୍ପର୍କ କେବେ ବିବାହରେ ପରିଣତ ହେଉଛି କେବେ ରାହୁଲ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଉଛନ୍ତି  ।

କିଏ ଦେଇଛି ଭାରତ ବନ୍ଦ ଡାକରା ? କଣ ରହିବ ବନ୍ଦ କଣ ରହିବ ଖୋଲା ?

ଭୁବନେଶ୍ବର: ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ରିଜର୍ଭେସନ ବଚାଓ ସଂଘର୍ଷ ସମିତି  । ସୁପ୍ରିମକୋର୍ଟର ସଂରକ୍ଷଣ ରାୟକୁ ବିରୋଧ କରି ଅଗଷ୍ଟ ୨୧ରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି  । କିନ୍ତୁ କଣ ବନ୍ଦ କଣ ଖୋଲା ଜାଣନ୍ତୁ  ।

  • ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି ତିନି ଦଳ । ବିଏସପି, ଜେଏମଏମ ଓ ଆରଜେଡି ।
  • ରିପୋର୍ଟ ଅନୁସାରେ ତିନି ରାଜ୍ୟ ରାଜସ୍ଥାନ, କେରଳ ଓ ଉତ୍ତର ପ୍ରଦେଶରେ ବନ୍ଦ ପ୍ରଭାବ ପଡିବ  ।
  • ବନ୍ଦ ପ୍ରଭାବରେ କଣ ଖୋଲା ରହିବ କି କଣ ବନ୍ଦ ରହିବ ସେ ନେଇ କୌଣସି ଘୋଷଣା ହୋଇନାହିଁ  ।
  • କିଛି କିଛି ସ୍ଥାନରେ ସାଧାରଣ ପରିବହନରେ ପ୍ରଭାବ ପଡିପାରେ  ।
  • ଜରୁରୀ କାଳୀନ ସେବା ହସ୍ପିଟାଲ, ଆମ୍ବୁଲାନ୍ସ ଆଦି ଚାଲୁ ରହିବ  ।
  • ବ୍ୟାଙ୍କ ବା ସରକାରୀ ଅଫିସ ବନ୍ଦ ନେଇ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ  ।
  • ଶିକ୍ଷାନୁଷ୍ଠାନ ବି ଖୋଲା ରହିବ  ।
  • ବନ୍ଦ ଡାକରା ଦେଇଥିବା ଦଳ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସମର୍ଥନ ଦେବାକୁ ଅପିଲ୍‌ କରିଛନ୍ତି  ।

ଆଜି ଭୁବନେଶ୍ବର ଆସିବେ ଅଲିମ୍ପିକ୍ସ ପଦକ ବିଜେତା ଇଣ୍ଡିଆନ ହକି ଟିମ

ପୁରୀ: ବାଲୁକା କଳା ମାଧ୍ୟମରେ ଇଣ୍ଡିଆନ ହକି ଟିମକୁ ସ୍ଵାଗତ । ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ସ୍ୱାଗତ ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  । ପ୍ୟାରିସ ଅଲିମ୍ପିକରେ ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  । ଓଡିଶା ପକ୍ଷରୁ ଭାରତୀୟ ହକି ଦଳକୁ ସ୍ୱାଗତ କରିବା ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି  ।

ସୁଦର୍ଶନ ପଟ୍ଟନାୟକ ଏବଂ ପୁରୀ କ୍ରୀଡା ବିଭାଗର ମିଳିତ ଉଦ୍ୟମରେ ସମୁଦ୍ରକୂଳରେ ସୁନ୍ଦର ବାଲୁକା କଳା ନିର୍ମାଣ କରି ହକି ଦଳକୁ ସ୍ୱାଗତ କରାଯାଇଛି  । ପୁରୀର କୁନି କୁନି ହକି ଖେଳାଳି ଉପସ୍ଥିତ ରହି ଭାରତୀୟ ହକି ଦଳକୁ ସ୍ୱାଗତ ଜଣାଇଛନ୍ତି  । ହକି ଦଳକୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ ଲାଗି ସୁନ୍ଦର ବାଲୁକା କଳା ନିର୍ମାଣ କରାଯାଇଛି  ।

ଆଜି ଭୁବନେଶ୍ଵର ଆସିବେ ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ ହକି ଦଳ । ଦିନ ୧୨ ଟା ୩୦ ମିନିଟରେ ବିମାନବନ୍ଦରରେ ସେମାନେ ପହଞ୍ଚିବେ। ହକି ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧନା ଦିଆଯିବ। ମୁଖ୍ଯମନ୍ତ୍ରୀ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବେ। ଏହି ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ। ହକି ଖେଳାଳିମାନେ ଏକ ଶୋଭାଯାତ୍ରାରେ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ଯନ୍ତ ଆସିବେ।

ଆଗାମୀ ଦିନରେ ହକି ଟିମରେ ଯେମିତି ଅଧିକରୁ ଅଧିକ ଓଡ଼ିଆ ଖେଳାଳି ସାମିଲ ହେବେ, ସେଥିପାଇଁ ରାଜ୍ଯ ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ। ୨୦୩୬ ଅଲମ୍ପିକ୍ସ ଆୟୋଜନ କରିବାକୁ ଭାରତ ସରକାର ବିଚାର କରୁଥିବା କହିଛନ୍ତି ସୂର୍ଯ୍ଯବଂଶୀ ସୂରଜ।

ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ  ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ନ କରିବେ ।

ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି । ଏନେଇ ଆଜି ଅପରାହ୍ନ ୫ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଅର୍ଥାତ ପ୍ରାୟ ଚାରି ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ |

ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ବର: ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସଫଳ କରିବା ଲାଗି (ରିଜର୍ଭେସନ ବଚାଓ ସଂଘର୍ଷ ସମିତି) ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପକ୍ଷରୁ ଆହ୍ବାନ କରାଯାଇଛି। ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବ।

ଏହାକୁ କିପରି ସଫଳ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବାବାସାହବ ଡ. ଭୀମରାଓ ଆମ୍ବଡେକର ସମ୍ବିଧାନରେ ଅନୁସୂଚିତ ଜାତି ଓ ଜନଜାତମାନଙ୍କୁ ଯେଉଁ ଅଧିକାର ଦେଉଛନ୍ତି, ସେଥିରେ କାଣ୍ଟଛାଣ୍ଟ କରାଯିବା ଅନୁଚିତ। ନିକଟରେ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗୀକରଣ କରାଯାଇପାରିବ ବୋଲି ରାୟ ଶୁଣାଇଥିଲେ।

ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିରେ ଥିବା ସ୍ଵଚ୍ଛଳ ବର୍ଗଙ୍କୁ ବାଦ୍ ଦେଇ ଅବହେଳିତ, ନିଷ୍ପସିତମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ୭ ଜଣିଆ ବୃହତ୍ତ ଖଣ୍ଡପୀଠ ରାୟ ଶୁଣାଇଥିଲେ। ଏହାକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନ ଓ ଖାରବେଳ ଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡି କରିବାକୁ ର୍ନିର୍ଦ୍ଦେଶ ଦିଆଯାଇଛି । ପ୍ରବେଶ ଓ ପ୍ରସ୍ତାନ ନେଇ ନିର୍ଦ୍ଦେଶନାମ ବି ଜାରି ହୋଇଛି ।

ସକ୍ରିୟ ରହିଛି ଲଘୁଚାପ, ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ତତସଲଗ୍ନ ଅଂଚଳରେ ସକ୍ରିୟ ରହିଛି ସଦୃଶ ଲଘୁଚାପ। ଏହାସହ ରାଜ୍ୟ ଉପରେ ମୌସୁମୀ ଟ୍ରପ ଲାଇନ ବି ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ପାଇଁ ସୁନ୍ଦରଗଡ, ସମ୍ବଲପୁର, ଦେଓଗଡ ଓ ଝାରସୁଗୁଡା ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ୨୨ ରୁ କମିବ ପ୍ରଭାବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ ରୁ ଏଯାବତ ୭୧୦.୫ ମିମି ବର୍ଷା ରେକର୍ଡ ହୋଇଛି। ଏବେ ବି ୧୧ ପ୍ରତିଶତ ନିଆଣ୍ଟିଆ ବର୍ଷା ରହିଛି। ୮୦୧. ୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।