spot_img
Home Blog Page 1749

୪ ଘଣ୍ଟା ପରେ ମହାପ୍ରଭୁଙ୍କର ହେଲା ମଙ୍ଗଳ ଆଳତି

ପୁରୀ: ୪ ଘଣ୍ଟା ପରେ ସ୍ବାଭାବିକ୍ ହେଲା ନୀତିକାନ୍ତି। ମହାପ୍ରଭୁଙ୍କର କରାଗଲା ମଙ୍ଗଳ ଆଳତି। ପୂଜାପଣ୍ଡା ଓ ସିଂହାରୀଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ ହୋଇଥିଲା। ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ନୀତିରେ ବିଳମ୍ବ ହୋଇଥିଲା। ନୀତି ବିଳମ୍ବରୁ ମଙ୍ଗଳ ଆଳତି ନୀତି ବାଧାପ୍ରାପ୍ତ ହୋଇଥିଲା। ଆଜି ଚମ୍ପକ ଦ୍ଵାଦଶୀ ନୀତି ଅଛି।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ନୀତିରେ ବିଳମ୍ବ। ୪ଘଣ୍ଟାରୁ ଅଧିକ ସମୟ ନୀତିରେ ବିଳମ୍ବ ହୋଇଥିବା ବେଳେ, ଭୋର ୫ଟା ୫୬ରେ ଶେଷ ହୋଇଛି ବିବାହ ନୀତି। ପୂଜାପଣ୍ଡା ଓ ସିଂହାରୀଙ୍କ ମଧ୍ୟରେ ବିବାଦରୁ ନୀତି ବିଳମ୍ବ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇନାହିଁ।

ସାଧାରଣ ଭକ୍ତଙ୍କ ଦର୍ଶନ ଜାରି ରହିଛି। ଆଜି ଚମ୍ପକ ଦ୍ଵାଦଶୀ ନୀତି ଅଛି। ତେବେ ନୀତି ଶୃଙ୍ଖଳିତ କରାନଗଲେ ଆଗାମୀ ଦିନରେ ଦେବସ୍ନାନ ପୂର୍ଣ୍ଣମୀ ନୀତି ବିଳମ୍ବ ହେବା ନେଇ ଆଶଙ୍କା ରହିଛି।

ଆସନ୍ତା ୭ ଦିନ ମଧ୍ୟରେ ଭୁବନେଶ୍ବରର ସବୁ ଡ୍ରେନରେ ସ୍ଲାବ ପଡିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମସଜିଦ କଲୋନୀରେ ଡ୍ରେନରେ ଭାସି ନାବାଳକଙ୍କ ମୃତ୍ୟୁ ଘଟଣା। ଘଟଣାସ୍ଥଳରେ ଅନୁଧ୍ୟାନ କଲେ ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମୃତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ମନ୍ତ୍ରୀ। ଏହାସହ ସନ୍ଧ୍ୟା ସୁଦ୍ଧା ବିଏମସିକୁ ରିପୋର୍ଟ ମାଗିଛନ୍ତି ମନ୍ତ୍ରୀ। କାହିଁକି ଡ୍ରେନ ମୁକୁଳା ପଡିଥିଲା ସେନେଇ ରିପୋର୍ଟ ମଗାଯାଇଛି।

ସେହିପରି ଭୁବନେଶ୍ୱରରେ କେତେଟି ଡ୍ରେନ ମୁକୁଳା ଅଛି ଓ କେତୋଟି ଡ୍ରେନରେ ସ୍ଲାବ ନାହିଁ ସେନେଇ ମଧ୍ୟ ରିପୋର୍ଟ ମାଗିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।
ମୁକୁଳା ଡ୍ରେନରେ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ସେହିପରି ଆସନ୍ତା ୭ ଦିନ ମଧ୍ୟରେ ସବୁ ଡ୍ରେନରେ ସ୍ଲାବ ପଡିବା ନେଇ ନିର୍ଦ୍ଦେଶ ଦିଆଯାଇଛି  ।

ଗତକାଲି ଡ୍ରେନରେ ଭାସିଯାଇ ୟୁନିଟ-୩ ଅଞ୍ଚଳର ୮ ବର୍ଷୀୟ ଆବୁବକରଙ୍କ ମୃତ୍ଯୁ ହୋଇଥିଲା। ମୃତକ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ । ଗତକାଲି ଅପରାହ୍ମରେ ରାଜଧାନୀରେ ପ୍ରବଳ ବର୍ଷା ହେଉଥିବା ବେଳେ ୟୁନିଟ-୩ ମସଜିଦ କଲୋନୀ ପାଖରେ ଘଟିଥିଲା ବଡ଼ ଅଘଟଣ । ବର୍ଷାରେ ଏକ ବେଲୁନ ଭାସୁଥିବା ବେଳେ ଏହାକୁ ଧରିବାକୁ ଯାଇଥିଲା ଆବୁବକର। ବେଲୁନକୁ ଧରିବାକୁ ଯାଇ ମୁକୁଳା ଡ୍ରେନରେ ଖସିପଡ଼ିଥିଲା ଆବୁବକର । ପ୍ରବଳ ବର୍ଷାରେ ପାଣିର ପ୍ରଖର ସ୍ରୋତରେ କୁନି ପୁଅଟି ଭାସିଯାଇଥିଲା । ପାଖାପାଖି ୨ ଘଣ୍ଟା ପରେ ଲକ୍ଷ୍ମୀସାଗର ଅଞ୍ଚଳକୁ ଗୁରୁତର ଅବସ୍ଥାରେ ଆବୁବକରଙ୍କୁ ଉଦ୍ଧାର କରି କ୍ଯାପିଟାଲ ହସପିଟାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖାଁ ଖାଁ ବାଲେଶ୍ବର, ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କର୍ଫ୍ୟୁ କୋହଳ

0

ବାଲେଶ୍ବର:  ପୌରାଞ୍ଚଳ ସମେତ ସହରକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ବ ରାସ୍ତାରେ ବଳବତ୍ତର ରହିଛି କର୍ଫ୍ୟୁ । ଆସନ୍ତାକାଲି ପର୍ଯ୍ୟନ୍ତ ସହରରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ସହରର ସମସ୍ତ ଦୋକାନ, ବଜାର ବନ୍ଦ ଥିବା ବେଳେ ପ୍ରବେଶ ପଥକୁ ସିଲ୍ କରିଛି ପୋଲିସ । କର୍ଫ୍ୟୁ ସମୟରେ କୌଣସି ଲୋକ ଘରୁ ବାହାରିପାରିବେ ନାହିଁ। ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ଚାଲି ଚାଲି ଯିବା କିମ୍ବା ଯାନ ବାହନରେ ବୁଲିବା, ଠିଆହେବା ଉପରେ କଟକଣା ଲାଗିଛି ।

ପରୀକ୍ଷା ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କର୍ଫ୍ୟୁ କୋହଳ ହୋଇଛି। ଗଣ୍ଡଗୋଳ ମାମଲାରେ ଉଭୟ ପକ୍ଷର ୩୫ରୁ ଅଧିକଙ୍କୁ ଅଟକ ରଖିଛି ପୋଲିସ । ସାରା ସହରରେ ପୋଲିସ ପଇଁତରା ମାରୁଛି । ଏସପି ଓ ଜିଲ୍ଲାପାଳ ସ୍ଥିତି ସମୀକ୍ଷା କରୁଛନ୍ତି । ପୋଲିସ ସହରରେ ଫ୍ଲାଗମାର୍ଚ୍ଚ କରୁଛି । ଏଡିଜି ସଞ୍ଜୟ କୁମାର ବାଲେଶ୍ବର ଯାଇ ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି ।

ଗଣ୍ଡଗୋଳ ଘଟଣାରେ ମୋଟ ୭ଟି ମାମଲା ରୁଜୁ କରାଯାଇଛି । ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ୬ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ସହିତ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଆଜିଠୁ ୨୦ ଯାଏଁ ପ୍ରବଳ ବର୍ଷା, ୨୩ ସୁଦ୍ଧା ପହଞ୍ଚିବ ମୌସୁମୀ

ଭୁବନେଶ୍ବର: ରାଜ୍ଯରେ ଆଜିଠୁ କମିବ ତାପମାତ୍ରା । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାତି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ବର୍ଷାର ପରିମାଣ ବଢିବା ସହ ୨୦ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ଅଗ୍ରସର ହେବ । ୨୩ ତାରିଖ ସୁଦ୍ଧା ସଂପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ଛୁଇଁବାକୁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି  ।

ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗିରହିବ । ଆଜି ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାର ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୨୬ଟି ଜିଲ୍ଲାରେ ଉତ୍କଟ ସ୍ଥିତି ଦେଖା ଦେଇଛି । ବଡ ବର୍ଷା ହେଲେ ଏହା ଭରଣା ହେବ ବୋଲି ଆଇଏମଡି ଆଶା ରଖିଛି ।

ସୁଟିଂ ସାରି ଫେରିବା ବେଳେ କୁଆଖାଇ ସେତୁ ଉପରେ ଟ୍ରକ କାର ମୁଁହାମୁହିଁ, ଜଣେ ମୃତ

କଟକ: କୁଆଖାଇ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ କାର ମୁଁହାମୁହିଁ ଧକ୍କା। ଭାରସାମ୍ୟ ହରାଇ କୁଆଖାଇ ବ୍ରିଜ ତଳକୁ ଖସି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୪ ଜଣ ଗୁରୁତର କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କାରଟି ବାଲିକୁଦାରୁ ତ୍ରିଶୂଳିଆ ଯାଉଥିବା ବେଳେ ଟ୍ରକଟି ବିପରୀତ ଦିଗରୁ ଆସୁଥିବା ବେଳେ କୁଆଖାଇ ସେତୁ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

କାରରେ ଥିବା ଯାତ୍ରୀ କଳାକାର ବୋଲି ଜଣାପଡିଛି। କାଜୁପାଟଣାରେ ବିଳମ୍ବିତ ରାତିରେ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। କାରଟି ବାଲିକୁଦାରୁ ତ୍ରିଶୂଳିଆ ଯାଉଥିବା ବେଳେ ଟ୍ରକଟି ବିପରୀତ ଦିଗରୁ ଆସୁଥିବା ବେଳେ କୁଆଖାଇ ସେତୁ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

କାରରେ ତିନି ଜଣ ମହିଳା ଓ ଜଣେ ପୁରୁଷ ଥିବା ବେଳେ, ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଟ୍ରକ ଡ୍ରାଇଭର ସମେତ କାର ଥିବା ତିନି ଜଣ ଗୁରୁତର ଅଛନ୍ତି। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି କାରକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।

ଚିନ୍ତା ବଢାଉଛି ଡିପଥେରିଆ, ଆଜିଠୁ ରାୟଗଡ଼ାରେ ଦିଆଯିବ ଟିଡି ବୁଷ୍ଟର ଡୋଜ

ରାୟଗଡା: ଚିନ୍ତା ବଢାଉଛି ଡିପଥେରିଆ । ଆଜିଠୁ ରାୟଗଡ଼ା ଜିଲ୍ଲା କାଶୀପୁରରେ ଟିଡି ବୁଷ୍ଟର ଡୋଜ କାର୍ଯ୍ୟକ୍ରମ ଆରମ୍ଭ ହେବ । ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ କାଶୀପୁରରେ ବୁଷ୍ଟର ଡୋଜ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରାୟ ୨୦ ବର୍ଷ ପରେ ବିଲୁପ୍ତପ୍ରାୟ ରୋଗ ଡିଫଥେରିଆ ଓଡ଼ିଶାକୁ ଫେରିଛି । ବର୍ତ୍ତମାନ ଓଡ଼ିଶାରେ ଏହା ସଂକ୍ରମଣର ରୂପ ନେଲାଣି ।

ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଏହା ମାଡ଼ିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ ୨୧ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ରାୟଗଡ଼ାରୁ ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ଡିପଥେରିଆରେ ମୃତ୍ୟୁ ହୋଇଛି । ୫ ଡିପଥେରିଆ ରୋଗୀଙ୍କ ଚିକିତ୍ସା ଚାଲିଥିବାବେଳେ ବାକି ୫ ଜଣଙ୍କ ନମୁନା ପରୀକ୍ଷା ପାଇଁ ଯାଇଛି । ସଂକ୍ରମଣର ମୁକାବିଲା ପାଇଁ ୩ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିମ ମିଳିତ ଭାବେ ଗାଁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଶଙ୍ଖ ଭବନରେ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନରେ ବସିବାକୁ ଥିବା ବୈଠକରେ ବିଜେଡି ବିଧାୟକ ଦଳ ନେତା ବଛାଯିବା ସହ ଆଗାମୀ ଦିନର ରାଜନୈତିକ ଏଜେଣ୍ତା ପ୍ରସ୍ତୁତ କରାଯିବ । ପ୍ରଥମ ଥର ବିଜେଡି ୫୧ ଜଣ ବିଧାୟକଙ୍କୁ ନେଇ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିବ ।

ରାଜ୍ୟସ୍ବାର୍ଥ ସମ୍ପର୍କିତ ବହୁ ପ୍ରସଙ୍ଗରେ ଦଳ ଶାଣିତ ସ୍ବର ଉଠାଇବା ସହ ୨୪ ବର୍ଷର ବିଜେଡି ଶାସନରେ ଯେଉଁ ବିକାଶ ହୋଇଛି ତାହାକୁ ନୂଆ ସରକାର କିପରି ଆଗେଇ ନେବେ ତାହା ଉପରେ ଦଳ ଫୋକସ କରିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେବାକୁ ବିଜେଡିର ଅଧିକାଂଶ ନବ ନିର୍ବାଚିତ ବିଧାୟକ ପ୍ରସ୍ତାବ ଦେଇଛନ୍ତି ।

୨୪ ବର୍ଷ ଧରି ଓଡ଼ିଶାର ନେତୃ୍ତ୍ବ ନେଇ ନବୀନ ବିକାଶ ପାଇଁ ଓଡ଼ିଶାକୁ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି । ତାଙ୍କର ଅଭିଜ୍ଞତା ଓ ଅନୁଭୂତି ଗୃହରେ ବିରୋଧୀ ଦଳ ନେତା ଭାବେ ବେଶ ସହାୟକ ହେବ । ନବୀନ ପଟ୍ଟନାୟକ ବିଜେଡିର ସବୋର୍ଚ୍ଚ ନେତା ଥିଲେ , ଅଛନ୍ତି ଓ ରହିବେ ବୋଲି ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ବିଜେଡି ବିଧାୟକ ଦଳ ବୈଠକରେ ନବୀନ ହିଁ ଗୃହର ନେତାଭାବେ ନିର୍ବାଚିତ ହେବେ ବୋଲି ଦଳୀୟ ନେତା କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ ତାହାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଦଳର ଦୁଇ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରାମଚନ୍ଦ୍ର କାଡ଼ାମଙ୍କ ନାଁ ଏହି ରେସରେ ଆଗରେ ରହିଛି । ତେବେ ଦଳୀୟ ହାଇକମାଣ୍ଡ ଯାହାକୁ ମନୋନୀତ କରିବେ ସମସ୍ତେ ଏକହୋଇ କାମ କରିବେ ବୋଲି କହିଛନ୍ତି ।

ମୋ ବସ ଦୁର୍ଘଟଣାକୁ ନେଇ ଉତ୍ତେଜନା

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ ମୋ ବସ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଉତ୍ତ୍ଯକ୍ତ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହାର ଏକ୍ସକ୍ଲୁସିଭ ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ। ଇନ୍ଫୋସିଟି ଥାନା ସାଇମନ୍ଦିର ସାମ୍ନାରେ ମୋ ବସ ଧକ୍କାରେ ଜଣେ ସ୍କୁଟି ଚାଳକ ଆହତ ହୋଇଥିଲେ । ପରେ ସ୍ଥାନୀୟ ଲୋକ ବସଟିକୁ ଅଟକାଇବା ସହ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ ମାରିଥଇଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିଛି । ମାଡ଼ ମାରିଥିବା ଏକାଧିକ ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଆତ୍ମହତ୍ଯା କଲେ ବରିଷ୍ଠ IPS ଅଧିକାରୀ ଶିଳାଦିତ୍ଯ ଚେଟିଆ

ନନ୍ଦିଘୋଷ ବ୍ୟୁରୋ: ପତ୍ନୀଙ୍କ ବିୟୋଗ ସହ୍ୟ କରିପାରିଲେନି। ଆତ୍ମହତ୍ଯା କଲେ ବରିଷ୍ଠ IPS ଅଧିକାରୀ ଶିଳାଦିତ୍ଯ ଚେଟିଆ। ପତ୍ନୀଙ୍କ ମୃତ୍ଯୁର ମାତ୍ର ୧୦ ମିନିଟ ମଧ୍ୟରେ ସର୍ଭିସ ରିଭଲଭରରୁ ନିଜକୁ ଗୁଳି କରି ଆତ୍ମହତ୍ଯା କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ଶିଳାଦିତ୍ୟ ଚେଟିଆ। କ୍ଯାନସରରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶିଳାଦିତ୍ୟଙ୍କ ପତ୍ନୀ ଆଗମଣି ବାରବରୁଆଙ୍କ ଆଜି ପରଲୋକ ଘଟିଥିଲା। ସେତେବେଳେ ଆଇସିୟୁରେ ଥିଲେ ଶିଳାଦିତ୍ୟଙ୍କ ପତ୍ନୀ। ଏହାପରେ ସେହି ଆଇସିୟୁ ଭିତରେ ହିଁ ଶିଳାଦିତ୍ୟ ଆତ୍ମହତ୍ଯା କରିଥିଲେ। ପତ୍ନୀଙ୍କ ମୃତ୍ଯୁ ପରେ ପ୍ରାର୍ଥନା କରିବାକୁ କହି ଡାକ୍ତର ଏବଂ ଅନ୍ୟ ନର୍ସିଂ ଷ୍ଟାଫକୁ ବାହାରକୁ ଯିବାକୁ କହିଥିଲେ। ଏହାର ୧୦ ମିନିଟ ପରେ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା। ଶିଳାଦିତ୍ୟ ଆତ୍ମହତ୍ଯା କରିଥିବା ଜଣାପଡିଥିଲା। ଦୀର୍ଘ ଦିନ ଧରି କ୍ଯାନସରରେ ପୀଡ଼ିତ ହୋଇ କଷ୍ଟ ପାଉଥିଲେ ଶିଳାଦିତ୍ୟଙ୍କ ପତ୍ନୀ। ପତ୍ନୀଙ୍କ ଚିକିତ୍ସା ଲାଗି ଗତ ୪ ମାସ ହେଲା ସେ ଛୁଟିରେ ଥିଲେ। ଗତ ଦୁଇ ମାସ ଧରି ଉଭୟ ହସ୍ପିଟାଲରେ ରହୁଥିଲେ। କିଛି ଦିନ ହେବ ଶିଳାଦିତ୍ୟଙ୍କ ପତ୍ନୀଙ୍କ ସ୍ଵାସ୍ଥାବସ୍ଥା ବିଗିଡି ଯାଇଥିଲା। ଆଜି ଅପରାହ୍ନ ସାଢେ ୪ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଆସାମ ଗୃହ ସଚିବ ଦାୟିତ୍ଵରେ ଥିଲେ ଶିଳାଦିତ୍ୟ ଚେଟିଆ। ୨୦୦୯ କ୍ଯାଡର ଆଇପିଏସ ହେଉଛନ୍ତି ଶିଳାଦିତ୍ୟ। ବରିଷ୍ଠ ଆଇପିଏସ ଶିଳାଦିତ୍ୟଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

ସାବଧାନ! ବଜାରରେ ମିଳୁଛି କଲର ଚୁଡ଼ା

ନନ୍ଦିଘୋଷ ବ୍ୟୁରୋ: ଘିଅ, ତେଲ, ମସଲା, ସସ ପରେ ଏବେ ଚୁଡ଼ାରେ ମଧ୍ୟ ଅପମିଶ୍ରଣ ଅଭିଯୋଗ। କଟକ ମାଲଗୋଦାମକୁ ଆସୁଥିବା ଧଳା ଓ ନାଲି ଚୁଡ଼ାରେ ନୀଳ ଓ ନାଲି ରଙ୍ଗ ମିଶାଯାଉଥିବା ଅଭିଯୋଗ। ମାଲଗୋଦାମ ଚୁଡା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସଂଘ ସମ୍ପାଦକ ଅଭିଯୋଗକୁ ମାନିବା ସହିତ ଚୁଡା ଆସୁଥିବା ମିଲରେ ବିଧିବଦ୍ଧ ଯାଞ୍ଚ ପାଇଁ ଦାବି କାରିଛନ୍ତି। ସେପଟେ ଖାଉଟି ଏନେଇ ଅସନ୍ତୋଷ କରିଥିବା ବେଳେ ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ।

ଚୁଡ଼ାକୁ ବି ଛାଡ଼ିଲେନି। ଅପମିଶ୍ରଣ ତାଲିକାରେ ସାମିଲ। ମିଶାଯାଉଛି ହାନିକାରକ ରଙ୍ଗ । ପଦକ୍ଷେପ ନେଇ ସ୍ବାସ୍ଥ୍ଯ ଅଧିକାରୀଙ୍କ ସୂଚନା। ଘିଅ, ତେଲ ମସଲା, ଜର୍ଦ୍ଦା, ସସ୍ ପରେ ଏବେ ଚୁଡ଼ା ବି ବିଷ। ଆପଣ ଓପାସ, ବ୍ରତରେ ଚୁଡ଼ା ଖାଉଛନ୍ତି ତ ? ଟିକେ ଭଲ କରି ଦେଖନ୍ତୁ ଏହାକୁ। ଧଳାରେ ସବୁଜ ଓ ନାଲିରେ ସାମାନ୍ଯ ଫିକା ନାଲି ।

ଏଭଳି କଲର ଚୁଡ଼ା ଏବେ ବଜାରରେ ମିଳୁଛି। ଏଥିରେ ହାନିକାରକ ରଙ୍ଗ ମିଶାଇ ବଜାରକୁ ଆସୁଥିବା ଅଭିଯୋଗ ହୋଇଛି । ତେବେ କିଏ ଓ କାହିଁକି ଚୁଡା ଏ ରଙ୍ଗ ମିଶାଉଛନ୍ତି ? ଏହି ରଙ୍ଗ ମିଶାଇଲେ କ’ଣ ମିଳିବ ଲାଭ ? ଗ୍ରାଉଣ୍ଡ ଜିରୋରୁ ଖବର ନେବା ପରେ ଜଣା ପଡ଼ିଛି, ଏସବୁ ମିଲରୁ ଆସୁଛି । ଚୁଡା ଆଖିକୁ ଭଲ ଦେଖାଯିବା ପାଇଁ ମିଶାଯାଉଛି ରଙ୍ଗ। ଦୋକାନୀ ଓ ସଂଘ କତୃପକ୍ଷ ଏହାକୁ ମାନିଥିବା ବେଳେ ଏହାର ବିଧିବଦ୍ଧ ଯାଞ୍ଚ ପାଇଁ ଦାବି କରିଛନ୍ତି ।

ମାଲଗୋଦାମକୁ କଟକ ଜିଲ୍ଲାର ଆଖପାଖ ବିଶେଷକରି ପୁରୀ, ଖୋର୍ଦ୍ଧା, ଯାଜପୁର, ଢେଙ୍କାନାଳ, ଭୁବନ, ଭଦ୍ରକ, କେନ୍ଦ୍ରାପଡା ଆଦି ସ୍ଥାନରେ ଥିବା ମିଲରୁ ଆସୁଛି ଚୁଡା। ତେବେ କେଉଁଠୁ ଆସୁଛି ଏହି ଅପମିଶ୍ରିତ ଚୁଡା ? ଧଳା ଚୁଡା ୪୨ ଓ ନାଲି ଚୁଡା କିଲୋ ୪୫ ଟଙ୍କାରେ ବିକ୍ରି ହେଉଛି। ଖାଉଟି ଏନେଇ ଅସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଏମସି ସ୍ବାସ୍ଥ୍ଯ ଅଧିକାରୀ ।

ଜନ୍ମ ଠାରୁ ବାର୍ଦ୍ଧକ୍ଯ ଯାଏଁ ସମସ୍ତଙ୍କ ଚୁଡା ଖାଇଥାନ୍ତି । ତେବେ କିଛି ଲାଭଖୋର ବ୍ଯବସାୟୀ ଏଥିରେ ଅପମିଶ୍ରଣ କରୁଥିବା ଅଭିଯୋଗ ହୋଇଛି। ତେଣୁ ଖାଦ୍ଯର ସଠିକତା ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ହୋଇଛି ।