spot_img
Home Blog Page 1722

ପରୀକ୍ଷା ଆଗରୁ ମୋଟା ହୋଇଯାଇଥିଲି, ଜାଲିଆତି କରି ଚାକିରି ପାଇଥିବା ପ୍ରାର୍ଥୀ ଧରା ପଡ଼ିବା ପରେ ଦେଲେ ଏଭଳି ବାହନା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର କ୍ୟାଡରର ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ୟୁପିଏସସି ବହିଷ୍କୃତ ପରେ ଏବେ ନକଲି ପରୀକ୍ଷାର୍ଥୀଙ୍କ ଉପରେ ନଜର  । ପରୀକ୍ଷାର୍ଥୀଙ୍କ ପ୍ରକୃତ ପରିଚୟ ଜାଣିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ  । ଏଭଳି ୧୨ ଜଣ ନକଲି ପରୀକ୍ଷାର୍ଥୀଙ୍କ ପରିଚୟ ମାମଲା ସାମନାକୁ ଆସିଛି  । କେନ୍ଦ୍ର ସରକାରଙ୍କ ଚାକିରି ପାଇଁ ଏମାନଙ୍କ ଚୟନ ହୋଇଥିବାବେଳେ ଏବେ ରିଜେକ୍ଟ କରିଦିଆଯାଇଛି  ।

କେନ୍ଦ୍ର ସରକାରଙ୍କ ଟେକନିକାଲ ବିଭାଗରେ ଏମାନେ ଯୋଗ ଦେଇଥାନ୍ତେ  । କିନ୍ତୁ ଏହା ପୂର୍ବରୁ ନକଲି ପରୀକ୍ଷାର୍ଥୀଙ୍କ ପର୍ଦ୍ଦାଫାଶ ହୋଇଛି  । ସମସ୍ତଙ୍କ ନିଯୁକ୍ତିକୁ ଜରୁରୀକାଳୀନ ପ୍ରଭାବରେ ସ୍ଥଗିତ ରଖାଯାଇଛି  । କିଛି ମାମଲାରେ ପରୀକ୍ଷାର୍ଥୀ ଡକ୍ୟୁମେଣ୍ଟରେ ଜାଲିଆତି କରିଥିବାବେଳେ କିଛି ପରୀକ୍ଷାର୍ଥୀଙ୍କ ଫଟୋକପି ସେମାନଙ୍କ ଚେହେରା ସହ ମ୍ୟାଚ ହେଉ ନଥିବା ଘଟଣା ସାମନାକୁ ଆସିଛି  ।

ଜଣେ ଅଧିକାରୀ କହିଛନ୍ତି ଯେ ସଫଳ  ପରୀକ୍ଷାର୍ଥୀଙ୍କୁ ମଲ୍ଟି ଟାସ୍କିଂ ଷ୍ଟାଫ (ଟେକନିସିଆନ) ରୂପେ ନିଯୁକ୍ତି ଦିଆଯାଇଥିଲା  । କିନ୍ତୁ ଭେରିଫିକେସନ ପାଇଁ ଅଧିକାଂଶ ସେଠାକୁ ଆସିନଥିଲେ  । ସେହିପରି ଭେରିଫିକେସନ ବେଳେ ଅଧିକାଂଶଙ୍କ ଫଟୋ ସହ ସେମାନଙ୍କ ମୁହଁ ମିଶି ନଥିଲା  । ଏହାର କାରଣ ସେମାନେ ବହୁତ ଅଜୀବ ବାହାନା କରିଥିଲେ  । କେହି କହିଥିଲେ ମୋର ପରୀକ୍ଷା ପୂର୍ବରୁ ଓଜନ ବୃଦ୍ଧି ହୋଇଛି ତ ଆଉ କେହି ହେୟାରଷ୍ଟାଇଲ ବଦଳି  ଯାଇଥିବା କହିଥିଲେ  ।

ରସିକିଆ ଠକକୁ ଧରିବାକୁ ଗାର୍ଲଫ୍ରେଣ୍ଡ ସାଜିଲେ ମହିଳା ପୋଲିସ

ଭୁବନେଶ୍ବର: ରସିକିଆ ଠକକୁ ଧରିବାକୁ ଗାର୍ଲଫ୍ରେଣ୍ଡ ସାଜିଲେ ମହିଳା ପୋଲିସ। ଏକାଧିକ ଯୁବତୀଙ୍କୁ ବିବାହ କରି ଲୁଟୁଥିଲା ଟଙ୍କା। ମାଟ୍ରିମୋନିଆଲରେ ସମ୍ପର୍କ ତିଆରି କରି ବିବାହ ପାଇଁ ପ୍ରସ୍ତାବ ଦେଉଥିଲା। ଅଭିଯୁକ୍ତକୁ ଧରିଲା କ୍ୟାପିଟାଲ ଥାନା ପୋଲିସ। ଅଭିଯୁକ୍ତ ସତ୍ୟଜିତ ସାମଲର ଘର ଯାଜପୁରରେ ବୋଲି ଜଣାପଡିଛି।

ଲୁଟ ଟଙ୍କାକୁ ଦୁବାଇ ନେଇ ପଳାଇ ଥିଲା। ଗିରଫ ପାଇଁ ପ୍ରେମିକା ସାଜିଲେ ମହିଳା ପୋଲିସ। କାରରେ ଲଙ୍ଗ ଡ୍ରାଇଭରେ ଯାଉଥିବା ବେଳେ ମାଡି ବସିଲା ପୋଲିସ। ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ଝିଅଙ୍କୁ ବିବାହ କରିଥିଲା ରସିକ ନାଗର ଠକ।

ଅଲିମ୍ପିକ୍ସ ପଦକ ଜିତିଲେ ମିଳେ କେତେ ଟଙ୍କା ? ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ: ପ୍ୟାରିସ ଅଲମ୍ପିକରେ ନଜର ରଖିଛି ସମଗ୍ର ବିଶ୍ବ  । ଖେଳ ମହାକୁମ୍ଭରେ ଭାଗ ନେଇଛନ୍ତି ବିଶ୍ବର ବଡ ବଡ ଆଥଲେଟ  । ସମସ୍ତ ଖେଳାଳୀଙ୍କ ନଜର ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତିବାରେ ରହିଛି  । ଭାରତ ବର୍ତ୍ତମାନ ସୁଦ୍ଧା ଅଲମ୍ପିକରେ ତିନୋଟି ମେଡାଲ ଜିତି ସାରିଛି  । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଯେ ଅଲମ୍ପିକରେ ପଦକ ଜିତିଲେ କେତେ ଟଙ୍କା ପୁରସ୍କାର ରାଶି ମିଳିଥାଏ ?

ଅଲମ୍ପିକରେ ମେଡାଲ ଜିତିଥିବା ଆଥଲେଟଙ୍କୁ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ କୌଣସି ନଗଦ ରାଶି ଦେଇନତାନ୍ତି  । ସେହିପରି ଭାରତୀୟ ଅଲମ୍ପିକ ସଂଘ ବି ନିଜ ଖେଳାଳୀଙ୍କୁ ଅଲମ୍ପିକ ପଦକ ଜିତିଲେ ପୁରସ୍କାରରେ ଅର୍ଥ ପ୍ରଦାନ କରିନଥାଏ  ।

ଅଲମ୍ପିକରେ ମେଡାଲ ଜିତିଥିବା ଖେଳାଳୀଙ୍କ ପାଇଁ ଭାରତ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି  । ସ୍ବର୍ଣ୍ଣ ପଦକ ଜିତୁଥିବା ଖେଳାଳୀଙ୍କୁ ସରକାର ୭୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି  । ରୌପ୍ୟ ପଦକ ଜିତିଥିବା ଖେଳାଳୀଙ୍କୁ ୫୦ ଲକ୍ଷ ଓ ଦେଶ ପାଇଁ କାଂସ୍ୟ ପଦକ ଜିତିଥିବା ଖେଳାଳୀଙ୍କୁ ୩୦ ଲକ୍ଷ ଟଙ୍କା ଘୋଷଣା କରାଯାଇଛି  । ଏହା ଛଡା ରାଜ୍ୟ ସରକାର ନିଜ ଖେଳାଳୀଙ୍କ ପାଇଁ ଅଲଗା ପୁରସ୍କାର ରାଶି ଘୋଷଣା କରିଥାନ୍ତି  ।

ବିଗ୍ ବସ୍ ଟ୍ରଫି କାହିଁକି ଜିତି ପାରିଲେ ନାହିଁ ରଣବୀର ?

ନନ୍ଦିଘୋଷ ବ୍ୟୁରୋ: ବିଗ୍ ବସ୍ OTT 3 ରେସ୍‌ରେ ଯଦିଓ ଅନେକ ପ୍ରତିଯୋଗୀ ଥିଲେ କିନ୍ତୁ ବିଜୟ ମୁକୁଟ ପିନ୍ଧିଥିଲେ  ସନା ମକବୁଲ । ଅଧିକାଂଶ ଦର୍ଶକ ଆଶା ରଖିଥିଲେ ଯେ ଏହି ସିଜିନର ବିଜେତା ରଣଭୀର ଶୋରି ହିଁ ହେବେ  । କିନ୍ତୁ ଶେଷରେ ସନା ଜିତି ପ୍ରଶଂସକଙ୍କୁ ନିରାଶ କରିଥିଲେ  ।

ରଣଭୀର ଶୋରିଙ୍କ ସଚ୍ଚୋଟତାକୁ ପସନ୍ଦ କରୁଥିଲେ ଦର୍ଶକ  । ହେଲେ ଏହି ଅଭିନେତାଙ୍କ ପରାଜୟ ପଛରେ ୩ଟି କାରଣ ଅଛି । ଯେଉଁଥିପାଇଁ ସେ ବିଗ୍ ବସ୍ OTT ୩ ର ବିଜେତା ହେବାରୁ ବଞ୍ଚିତ ହୋଇଥିଲେ  । ରଣଭୀର ଶୋରିଙ୍କ ଯାତ୍ରାରେ କେଉଁଠାରେ ଏବଂ କେଉଁ ତ୍ରୁଟି ଘଟିଲା ଆସନ୍ତୁ ଜାଣିବା  ।

ରଣଭୀର ଶୋରି ସମସ୍ତଙ୍କ ସହ ସମ୍ପର୍କ ସୁଦୃଢ କରିବାକୁ ଚେଷ୍ଟା କଲେ  । ଏଥି ସହିତ ସେ ସବୁବେଳେ ଅଭିନେତ୍ରୀ ସାନା ମାକବୁଲଙ୍କ ବିରୁଦ୍ଧରେ ଲଢେଇ କରିଥିଲେ। ଧୀରେ ଧୀରେ ରଣଭୀର ସାନାଙ୍କୁ ସାପ ଡାକିବା ସହ ଓଠକୁ ନେଇ ପରିହାସ କଲେ। ଦୁର୍ଘଟଣା ହେତୁ ସାନାଙ୍କ ଓଠ ନଷ୍ଟ ହୋଇଯାଇଥିଲା  । ତେବେ ଯେତେବେଳେ ରଣଭୀର ଏହା ଜାଣିଲେ ସେତେବେଳେ ସେ ଲଜ୍ଜିତ ଅନୁଭବ କରିଥିଲେ। ଯେତେବେଳେ ପ୍ରତ୍ୟେକ କାର୍ଯ୍ୟରେ କୌ ଣସି ନକାରାତ୍ମକ ଟ୍ୟାଗ୍ ଦିଆଯାଉଥିଲା, ସେ ଏହାକୁ କେବଳ ସାନାକୁ ଦେଇଥା’ନ୍ତି  । ଏଭଳି ପରିସ୍ଥିତିରେ ସବୁବେଳେ ଅନ୍ୟ ପ୍ରତିଯୋଗୀଙ୍କୁ ସାନାଙ୍କ ବିରୁଦ୍ଧରେ ଉସକାଇବାକୁ ପସନ୍ଦ କରୁନଥିଲେ  ଦର୍ଶକ ।

 

ରଣଭୀର ଶୋରି ଏବଂ ସାନା ମାକବୁଲ୍ ସଂପୂର୍ଣ୍ଣ ଭାବରେ ଦୁଇଟି ଟିମ୍‌ କରିଦେଇଥିଲେ  । ଗୋଟିଏ ପଟେ ରାପର ନାଜି, ବିଶାଲ ପାଣ୍ଡେ ଏବଂ ଲୁଭ କାଟାରିଆଙ୍କ ନାମ ସାନାଙ୍କ ବନ୍ଧୁ ତାଲିକାରେ ଯୋଡି ହୋଇଥିଲା। ରଣଭୀର ଶୋରେଙ୍କ ବନ୍ଧୁ ତାଲିକାରେ ଥିଲେ ଅରମାନ ମଲିକ, କ୍ରିତିକା, ସାଇ କେଟାନ ରାଓ । ଅନ୍ୟପକ୍ଷରେ ସାଇ କେତନ ମଧ୍ୟ ରଣଭୀରଙ୍କ ପରି ସାନାଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ରଣଭୀରଙ୍କ ସାଙ୍ଗମାନଙ୍କ ସମର୍ଥନ ତାଙ୍କୁ ସାହାଯ୍ୟ କରିନଥିଲା। ଏଣୁ ତାଙ୍କ ଘୃଣାର ଅଂଶ ରଣଭୀରଙ୍କ ଖାତାକୁ ଆସିଲା  ।

 

ରଣଭୀର ଶୋରି ବିଗ୍ ବସ୍ OTT 3 ର ଆରମ୍ଭରେ କହିଥିଲେ ଯେ ସେ ଜିତିବାକୁ ଆସିଛନ୍ତି  । ସେ ତାଙ୍କ ଆର୍ଥିକ ଅବସ୍ଥା ବିଷୟରେ କିଛି ଲୁଚାଇ ନଥିଲେ। ଟ୍ରଫି ଅପେକ୍ଷା ତାଙ୍କୁ ୨୫ ଲକ୍ଷ ଟଙ୍କା ଅଧିକ ଦରକାର ବୋଲି ଅଭିନେତା ଖୋଲାଖୋଲି କହିଛନ୍ତି । କିନ୍ତୁ କିନ୍ତୁ ସେ ସାନା ମାକବୁଲଙ୍କ ବିଜୟ ପାଇଁ ଲୋଭୀ ହେବାକୁ ପସନ୍ଦ କରୁ ନଥିଲେ ରଣବୀର  । ବୋଧହୁଏ ରଣଭୀର ଭୁଲି ଯାଇଥିଲେ ଯେ ସମସ୍ତେ ଜିତିବା ପାଇଁ ଏହି ଶୋ’କୁ ଆସନ୍ତି ଏବଂ ବିଜୟର ଯାତ୍ରା ସମୟରେ ହିଁ ସମ୍ପର୍କ ଗଢି ଉଠିଥାଏ । କିଛି ସମୟ ମଧ୍ୟରେ ସେ ନିଜ ଖେଳ ଅପେକ୍ଷା ସାନା ଏବଂ ନାଜିଙ୍କ ଖେଳ ଉପରେ ଅଧିକ ଧ୍ୟାନ ଦେବା ଆରମ୍ଭ କଲେ  । ତାଙ୍କର ଅଧିକାଂଶ ସମୟ ସେମାନଙ୍କ ବିଷୟରେ ଗପସପ କରିବା ଓ ସେମାନଙ୍କ ବିଷୟରେ ଚିନ୍ତା କରିବା ପାଇଁ ଖର୍ଚ୍ଚ ହୋଇଥିଲା  । ଧୀରେ ଧୀରେ ସେ ବିଜୟର ଲକ୍ଷ୍ୟରୁ ବିଚ୍ୟୁତ ହେବାକୁ ଲାଗିଲେ।

 

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପ୍ୟାରିସ ଯିବାକୁ ଅନୁମତି ଦେଲାନି କେନ୍ଦ୍ର

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପ୍ୟାରିସ ଯିବାକୁ କେନ୍ଦ୍ର ସରକାର ଅନୁମତି ଦେଇନାହାଁନ୍ତି। ସିଏମ୍ ମାନ ଆଜି ପ୍ୟାରିସ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ତାଙ୍କୁ ଯିବା ପାଇଁ କେନ୍ଦ୍ର ଅନୁମତି ଦେଇ ନାହିଁ। ପ୍ୟାରିସ ଯିବାକୁ ମାନଙ୍କୁ ଅନୁମତି ଦେବାକୁ ବୈଦେଶିକ ମନ୍ତ୍ରଣାଳୟ ମନା କରିଦେଇଛି।

ସୂଚନାନୁସାରେ, ସୁରକ୍ଷା କାରଣରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ମିଳିନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଯାତ୍ରା ପାଇଁ ଅନୁମତି ପାଇ ନଥିବା ସୂଚନା ପାଇଥିଲା। ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ହକି ଦଳର ଉତ୍ସାହ ବଢାଇବା ପାଇଁ ସିଏମ୍ ମାନ ପ୍ୟାରିସ ଯାଇଥାନ୍ତେ।

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ପୁରୁଷ ହକି ଦଳ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି  । ଭାରତୀୟ ପୁରୁଷ ହକି ଦଳ ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ୩-୨ରେ ପରାସ୍ତ କରି ଅଲିମ୍ପିକ୍ସରେ ଏକ  ଐତିହାସିକ ବିଜୟ ହାସଲ କରିଛି  । ୧୯୭୨ ପରଠାରୁ ପ୍ରଥମ ଥର ପାଇଁ ଅଲିମ୍ପିକ ଗେମ୍ସରେ ହକିରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହା ସହ ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ହକି ଦଳରୁ ପଦକ ଆଶା କରାଯାଇଛି  । ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ହକିରେ ବ୍ରୋଞ୍ଜ ପଦକ ଜିତିଥିଲା ଭାରତ  ।

ପ୍ୟାରିସ ଅଲିମ୍ପିକ୍ସରେ ପଦକ ଟେବୁଲରେ ଭାରତ ୪୮ ନମ୍ବରରେ ରହିଛି। ଭାରତ ଏପର୍ଯ୍ୟନ୍ତ ତିନୋଟି ପଦକ ଜିତିଛି। ସୁଟିଂରେ ଭାରତ ତିନୋଟି ବ୍ରୋଞ୍ଜ ପଦକ ପାଇଛି। ମନୁ ଭାକର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ବ୍ୟତୀତ ସ୍ବପ୍ନିଲ କୁସାଲେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ମୋଟ ୩୧ ପଦକ ଜିତିଥିବା ପଦକ ଟେବୁଲରେ ଚୀନ୍ ପ୍ରଥମ ସ୍ଥାନରେ ରହିଛି। ଏଥିରେ ୧୩ ଟି ସୁନା, ୯ ଟି ରୂପା ଏବଂ ୯ ଟି ବ୍ରୋଞ୍ଜ ଅଛି  । ଏଥି ସହିତ ଫ୍ରାନ୍ସ ୩୬ ଟି ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି  । ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ (୨୨ ପଦକ) ରହିଛି ।

 

ମାଲକାନଗିରିରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ, ରୋକ୍‌ ଲଗାଇଲା OSRTC

ମାଲକାନଗିରି: ଜିଲ୍ଲାରେ ୬ଟି ଲକ୍ଷ୍ମୀ AC ବସ୍ ଚଳାଚଳ ବନ୍ଦ ହେଲା। ଜିଲ୍ଲା ସଦରରୁ ବ୍ଲକ ସଦରରୁ ଗଡୁଥିଲା ଏହି AC ବସ୍। ମାଲକାନଗିରିରୁ କାଲିମେଳା, ପଡିଆ, କୋରୁକୋଣ୍ଡ, ଚିତ୍ରକୋଣ୍ଡା, ଖଇରପୁଟ ଏବଂ ମାଥିଲି ରୁଟରେ ଚଳାଚଳ କରୁଥିବା ଏହି ସବୁ ବସ୍ ବନ୍ଦ କରାଯାଇଥିବା ସୂଚନା। ଗତ ପହିଲାରୁ ଚଳାଚଳ ବନ୍ଦ କରାଯାଇଛି। ବସ୍ ଚଳାଚଳ ଉପରେ ରୋକ ଲଗାଇଲା ଓସଆରଟିସି  ।

ଗ୍ରାମାଞ୍ଚଳ ଲୋକେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରି ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ ପୂର୍ବତନ ସରକାର। ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ପୂର୍ବ ସରକାର ଆରମ୍ଭ କରିଥିଲେ ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା ।

ଗମନାଗମନ ଅସୁବିଧା ଜାଣିବା ପରେ ଏହିଠାରୁ ଲକ୍ଷ୍ମୀ ବସ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ଜିଲ୍ଲାରେ ପାଖାପାଖି ୩୬ଟି ବସ ସେବା ଯୋଗାଉଛି  ।

କାଉଡିଆଙ୍କ ଉପରେ ମାଡିଗଲା ଟ୍ରକ, ଘଟଣାସ୍ଥଳରେ ୩ ମୃତ

ଖଲ୍ଲିକୋଟ: ୩ ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ। ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ୨ କାଉଡିଆ ଓ ଜଣେ ପଥଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ତିନିଜଣଙ୍କ ମଧ୍ଯରେ ଦୁଇଜଣ କାଉଡିଆ ବାଣପୁର ଅଞ୍ଚଳର ।

ମୃତ ଦୁଇ କାଉଡିଆ ହେଲେ ବାଣପୁରର ପପୁ ନାୟକ ଓ ରଞ୍ଜିତ ନାୟକ। ଅନ୍ୟ ଜଣେ ମୃତକ ନିକଟସ୍ଥ ଦଲ୍ଲିବାଟି ଗାଁର ମନମାଳି ପାତ୍ର ବୋଲି ଜଣାପଡିଛି। ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରକ। ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଛି ତଦନ୍ତ ଆରମ୍ଭ କରିଛି। ଟ୍ରକଟି ଆନ୍ଧ୍ରରୁ ଭୁବନେଶ୍ବର ଆସୁଥିଲା। ଟ୍ରକର ଦୁଇ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ।

ଚିତ୍ରୋତ୍ପଳା ସେତୁରୁ ନଦୀକୁ ଡେଇଁଲେ ଯୁବକ, ଏଯାଏଁ ମିଳିନି ପତ୍ତା

ପାଟକୁରା: କେନ୍ଦ୍ରାପଡା ତେଣ୍ଡାକୁଡ଼ା-ନରେନ୍ଦ୍ରପୁର ନିକଟ ଚିତ୍ରୋତ୍ପଳା ସେତୁ ଉପରରୁ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ପ୍ରେମ ବ୍ୟାପାରରୁ ନଦୀକୁ ଡେଇଁପଡ଼ିଲେ ଯୁବକ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନିଖୋଜ ଯୁବକ ହେଲେ ମହମ୍ମଦପୁର ଗାଁର ୩୪ ବର୍ଷୀୟ ନୀଳମଣି ପାତ୍ର।

ସ୍ଥାନୀୟ ଅଞ୍ଚଳର ଜୈନିକ ମହିଳାଙ୍କୁ ୧୫ ବର୍ଷ ଧରି ପ୍ରେମ କରି ଆସୁଥିଲେ । ନୀଳମଣି ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଗତକାଲି ରାତିରେ ପୁରୀରୁ ଘରକୁ ଆସିଥିବା ପରିବାର ଲୋକ ସୂଚନା ଦେଇଛନ୍ତି । ଚିତ୍ରୋତ୍ପଳା ନଦୀ ଆରପାରି ନରେନ୍ଦ୍ରପୁର ବଜାରକୁ ଯାଇଥିଲେ । ସେଠାରେ ନରେନ୍ଦ୍ରପୁର ସେତୁ ଉପରେ ନିଜର ଚପଲ ରଖି ନଦୀକୁ ହଠାତ୍ ଡେଇଁ ପଡ଼ିଥିଲେ ଯୁବକ।

ଜଣେ ବାଟୋଇ ଏହା ଦେଖି ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ କୋରୁଆ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ପ୍ରାୟ ୭ରୁ୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ନୀଳମଣିଙ୍କ ଏଯାଏଁ କୌଣସି ପତ୍ତା ମିଳି ପାରିନାହିଁ ।

ଆମେରିକା ଯୋଗୁଁ ଭାରତୀୟ ସେୟାର ମାର୍କେଟ କ୍ରାସ୍‌, ଦିନକରେ ବୁଡିଲା ୪.୫୬ ଲକ୍ଷ କୋଟି ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ବିଶ୍ଵ ଅର୍ଥନୀତି। ଆମେରିକା ଏବଂ ୟୁରୋପ ସେୟାର ବଜାର ଉପରେ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି। ୨୦୨୦ କରୋନା ସମୟରେ ସେୟାର ବଜାରରେ ଯେଉଁଭଳି ପ୍ରଭାବ ଦେଖିବାକୁ ମିଳିଥିଲା, ଏବେ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ବଡ ବଡ କମ୍ପାନୀ ମାନେ ସେମାନଙ୍କ ସେୟାର ବିକ୍ରି କରିବାରେ ଲାଗିଛନ୍ତି।

ଆମାଜନର ସେୟାର ଗୋଟିଏ ଦିନରେ ୧୧ ପ୍ରତିଶତ ଖସିଛି । ସେହିପରି ଆପଲ , ମେଟା, ମାଇକ୍ରୋସଫ୍ଟ, ନିଭିଦା ଆଦି ବଡ ବଡ କମ୍ପାନୀର ସେୟାର ୩ ରୁ ୪ ପ୍ରତିଶତ ଖସିଛି। ଏହା ଫଳରେ ଆମେରିକାର କ୍ୟାପିଟାଲ ମାର୍କେଟ ନାସଦକରେ ଦୁଇ ଦିନରେ ୬ ପ୍ରତିଶତ ଓ ଡାଓ ଜୋନସ୍ ୮ ପ୍ରତିଶତ ହ୍ରାସ ପାଇଛି। ଆମେରିକାର ୯୦ ପ୍ରତିଶତ କମ୍ପାନୀର ସେୟାରରେ ବଡ ହ୍ରାସ ଦେଖିବାକୁ ମିଳିଛି।

ଜାପାନର ସେୟାର ମାର୍କେଟ ନିକେଇ-୨୨୫ରେ ଗୋଟିଏ ଦିନରେ ୩ ହଜାର ୮୩୬ ପଏଣ୍ଟ ହ୍ରାସ ପାଇଛି। ଯାହାକି ୧୩ ପ୍ରତିଶତ ବୋଲି କୁହାଯାଉଛି। ଜାପାନରେ ୧୯୮୭ ପରେ ଅର୍ଥାତ୍ ଦୀର୍ଘ ୩୭ ବର୍ଷ ପରେ ଏତେ ବଡ କ୍ରାସ ଗୋଟିଏ ଦିନରେ ହୋଇଛି। ଗୋଟିଏ ଦିନରେ ୨.୮ ଟ୍ରିଲିଅନ ଅର୍ଥାତ୍ ୨୩ ଲକ୍ଷ ୪୬ ହଜାର କୋଟି ଟଙ୍କାର କ୍ଷତି ହୋଇଛି।

ସେହିପରି ଭାରତରେ ସେୟାର ବଜାରରେ ମଧ୍ୟ ବଡ ହ୍ରାସ ହୋଇଛି। ଆଇଟି, ଅଟୋମୋବାଇଲ, ବ୍ୟାଙ୍କିଙ୍ଗ, ଟେଲିକମ, ପାୱାର ଆଦି କ୍ଷେତ୍ର ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଟାଟା, ରିଲାଏନ୍ସ, ଆଦାନୀ, ମାରୁତି, ମହିନ୍ଦ୍ରା, ଇନଫୋସିସର ସେୟାରରେ ୫ ରୁ ୭ ପ୍ରତିଶତ ହ୍ରାସ ପାଇଛି। ଆଜି ଓ ଆସନ୍ତାକାଲି ସେୟାର ମାର୍କେଟ ବନ୍ଦ ରହିଥିବା ବେଳେ ଫ୍ୟୁଚର ମାର୍କେଟରେ ଗିଫ୍ଟ ନିଫ୍ଟି ୪୮୦ ପଏଣ୍ଟ ତଳେ ରହିଛି। ଅର୍ଥାତ୍ ସୋମବାର ଭାରତରେ ଏହାର ବଡ ପ୍ରଭାବ ପଡ଼ିପାରେ। ଜାପାନ ଭଳି ଫ୍ରାନ୍ସ,, ୟୁକେ ଏବଂ ଜର୍ମାନୀ ମାର୍କେଟ ମଧ୍ୟ ସାଙ୍ଘାତିକ ସ୍ତରରେ ତଳକୁ ଖସିଛି। ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି, ମୁଦ୍ରାସ୍ଫିତିକୁ ଆହୁରି ବଢାଇ ଚାଲିଛି। ତେଣୁ ବିଶ୍ଵ ସ୍ତରରେ ଆଗକୁ ଏକ ବଡ଼ ମାନ୍ଦାବସ୍ଥା ସୃଷ୍ଟି ହେବାର ସମ୍ଭାବନା ରହିଛି।

ସମ୍ବଲପୁର ମହାନଦୀରୁ ଉଦ୍ଧାର ହେଲେ ବ୍ରିଜରୁ ଡେଇଁ ନିଖୋଜ ଥିବା ବ୍ୟକ୍ତି

ସମ୍ବଲପୁର: ଘରୋଇ କଳହରୁ ଆତ୍ମହତ୍ୟା ଉଦ୍ୟମ। ସମ୍ବଲପୁର ମହାନଦୀରୁ ଉଦ୍ଧାର ହେଲେ ବ୍ରିଜରୁ ଡେଇଁ ନିଖୋଜ ଥିବା ବ୍ୟକ୍ତି। ମହାନଦୀର ଦ୍ୱିତୀୟ ସେତୁ ଉପରୁ ଗତକାଲି ବିଳମ୍ବିତ ରାତିରେ ଡେଇଁ ନିଖୋଜ ଥିଲେ  ।

ରାତି ପ୍ରାୟ ଗୋଟାଏ ସମୟରେ ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗି ଯାଇଥିଲେ l ସ୍ଥାନୀୟ ଲୋକେ ପାଟି ଶୁଣି ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ  । ବ୍ୟକ୍ତି ଜଣକ ସ୍ଥାନୀୟ ସୁନାପାଲି ଅଞ୍ଚଳର ମନ୍ତୋଷ ତାଣ୍ଡି  । ଘରେ କଳହ ହେବାରୁ ସେ ଚାଉଁରପୁର ପୋଲ ଉପରୁ ଡେଇଁପଡ଼ିଥିଲେ l