spot_img
Home Blog Page 1721

କଲବଲ କରୁଛି ରାସ୍ତା, ଯେଉଁଠି ଦେଖ ବଡ ବଡ ଖାଲ ସହ କାଦୁଅ

ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଟଙ୍କା ବ୍ଯୟରେ ନିର୍ମାଣ ହୋଇଛି ରାସ୍ତା। କିନ୍ତୁ ସେହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି ଆନନ୍ଦପୁର ହାଟଡିହି ଲୋକେ। ରାସ୍ତା ସାରା କେଉଁଠି ଖାଲ ତ କେଉଁଠି ଭର୍ତ୍ତି ହୋଇଛି କାଦୁଅ। ଅସୁରକ୍ଷିତ ରାସ୍ତା ଦେଇ ଯାଉଛନ୍ତି କଲେଜ ପିଲା। ଅଟୋ ଗଲେ ଯାତ୍ରୀ ମାନଙ୍କୁ ଓହ୍ଲାଇ ଗାଡିକୁ ଠେଲିବାକୁ ପଡୁଛି। ଠିକାଦାରଙ୍କ ନିମ୍ନ ମାନର କାମ ଯୋଗୁଁ ଏଭଳି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।

ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତା ସାରା ଯେଉଁଠି ଦେଖିବ ଖାଲି ଆଉ କାଦୁଅ ପଚପଚ୍। ବର୍ଷା ଦିନେ ଏହି ରାସ୍ତାଦେଇ ଯିବା ବିପଦକୁ ଆମନ୍ତ୍ରଣ କରିବା ସହ ସମାନ। ତଥାପି ବିପଦ ଅବସ୍ଥାରେ ରାସ୍ତାରେ ଯାତାୟାତ କରୁଛନ୍ତି କଲେଜ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକେ। ଚାରି ଚକିଆ ଗାଡିରେ ଯାତାୟାତ ତ ଦୂରର କଥା ଏଠି ଅଟୋ ଚଳାଇବା କଷ୍ଟ। ବଡ ବଡ ଖାଲ ଯୋଗୁଁ ଯାତ୍ରୀ ଓହ୍ଲାଇ ଅଟୋ ଠେଲିବାକୁ ପଡୁଛି। ବାଇକ ଚାଳକ ମଧ୍ଯ ଅନେକ ସମୟରେ ଅସୁବିଧାର ସାମ୍ନା କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ହାଟଡିହି ବ୍ଲକ୍ର ୮ଟି ପଞ୍ଚାୟତର ଲୋକେ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରୁଛନ୍ତି।

କୃଷି ଓ ଗ୍ରାମ୍ଯ ଉନ୍ନୟନ ଯୋଜନାରେ ନାବାର୍ଡର ଆର୍ଥିକ ସହାୟତାରେ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ଏହି ରାସ୍ତା କାମ। ହେଲେ ଠିକା ସଂସ୍ଥା ଦ୍ବାରା ନିମ୍ନ ମାନର କାମ ଯୋଗୁଁ ରାସ୍ତାର ଏପରି କଦର୍ଯ୍ୟ ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା କାମ ପୁଣି ଥରେ ଆରମ୍ଭ ହେବ ବୋଲି କହିଛନ୍ତି ଆନନ୍ଦପୁର ଆର ଆଣ୍ଡ ବି ବିଭାଗ ଅଧିକ୍ଷଣ ଯନ୍ତ୍ରୀ। ଯାହାକି ଲୋକଙ୍କ ମନରେ ରାସ୍ତାକୁ ନେଇଥିବା ନିରାଶା ମଧ୍ଯରେ ସାମାନ୍ଯ ଆଶା ସଂଞ୍ଚାର କରିଛି ।

ପୋଲିସ ହାତରେ ଚେନ୍ ଲୁଟେରା ଓ ସୁନା କିଣିଥିବା ବ୍ୟବସାୟୀ

ନନ୍ଦିଘୋଷ ବ୍ୟୁରୋ: ଚେନ୍ ଲୁଟେରା ସହ ଚୋରୀ ସୁନା କିଣିଥିବା ବ୍ୟବସାୟୀକୁ ଗିରଫ। ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ବରର କପିଳ ପ୍ରସାଦ ଅଞ୍ଚଳର ସୁନୀଲ ରାଜ ଓ ସୁନା ବ୍ୟବସାୟୀ ତୀର୍ଥ କୁମାର ମଣ୍ଡଳ । ସେମାନଙ୍କ ଠାରୁ ସୁନା ଚେନ ସହ ଏକ ସ୍କୁଟିକୁ ଜବତ କରିଛି ପୋଲିସ । କିଛିଦିନ ତଳେ କୋଲାଥିଆ ଅଞ୍ଚଳର ଶୁଭଶ୍ରୀ ପ୍ରିୟଦର୍ଶିନୀ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ପିଛା କରିଥିଲେ । ଠିକଣା ପଚାରିବା ବାହାନାରେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ଫେରାର ହୋଇଯାଇଥିଲେ ଲୁଟେରା । ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ବିଭିନ୍ନ ସ୍ଥାନରେ ଛାନବିନ କରିଥିଲା । ସିସିଟିଭିକୁ ଆଧାର କରି ଅଭିଯୁକ୍ତ ସୁନୀଲ ରାଜ ଓ ସୁନା ବ୍ୟବସାୟୀ ତୀର୍ଥ ମଣ୍ଡଳକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି ।

ପଶ୍ଚିମବଙ୍ଗ ଆଳୁ ଓଡିଶା ଲୋକଙ୍କର ପସନ୍ଦ, ୟୁପି ଆଳୁକୁ କରୁନାହାନ୍ତି ପସନ୍ଦ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସୁଧୁରୁନି ଆଳୁ ସମସ୍ୟା। ଆଳୁ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ରର ହସ୍ତକ୍ଷେପ ନିହାତି ଦରକାର। ଓଡିଶା ସରକାର ତୁରନ୍ତ ଏ ସମସ୍ୟା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରିବା ଦରକାର। ଓଡିଶା ସରକାରଙ୍କ ଏହା କର୍ତ୍ତବ୍ୟ ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ। କେନ୍ଦ୍ର ସରକାର ଏ କଥା ଯଦି ଜାଣି ନାହାନ୍ତି ତାହେଲେ ଏହା ଓଡିଶା ସରକାରଙ୍କ ଅବହେଳା ବୋଲି ମହାସଂଘ କହିଛି । ପଶ୍ଚିମବଙ୍ଗ ଆଳୁ ଓଡିଶା ଲୋକଙ୍କର ପସନ୍ଦ। ୟୁପି ଆଳୁକୁ ଲୋକେ ପସନ୍ଦ କରୁନାହାନ୍ତି । କିନ୍ତୁ ପଶ୍ଚିମବଙ୍ଗରେ ସରକାରୀ ସ୍ତରରେ ଲାଞ୍ଚ ନେବା ଅଭ୍ୟାସ ହୋଇଯାଇଛି ।

ଖୋଲାଖୋଲି ଲାଞ୍ଚ ନେଉଛନ୍ତି ଓ ଏକ ଟୋକନ କରିଛନ୍ତି । ଯେଉଁଥିରେ ସେମାନେ ୩୦ ହଜାର ନେଉଛନ୍ତି । ଟୋକନ ନ କଲେ ୩୦ ହଜାରରୁ ଅଧିକ ଲାଞ୍ଚ ଦେବାକୁ ପଡୁଛି। ସେଠାରେ ଏକ ଇଲିଗାଲ ସିଣ୍ଡିକେଟ ଚାଲିଛି । ଏହାର ସମାଧାନ ନା ପଶ୍ଚିମବଙ୍ଗ ନା ଓଡିଶା ସରକାର କରୁଛନ୍ତି। ତେଣୁ ତ୍ରିଶଙ୍କୁ ସମସ୍ୟା ସୃଷ୍ଟି ହେଉଛି। ଭବିଷ୍ୟତ ପାଇଁ ଏହା ଏକ ଶୁଭ ସୂଚନା ନୁହେଁ ବୋଲି ମହାସଂଘ ଚେତେଇ ଦେଇଛି । ୟୁପି ଆଳୁର ଗ୍ରହଣୀୟତା ନାହିଁ। ମାର୍କେଟରେ ଡିମାଣ୍ଡ ରହୁନି। ଏହାର ଗ୍ରହଣୀୟତା ବଢାଇବା ପାଇଁ ଉଦ୍ୟମ ଚାଲିଛି। ଚାରି ପାଞ୍ଚଦିନ ଲାଗୁଛି ୟୁପିରୁ ଗାଡି ଆସିବା ପାଇଁ। ସେହି ଆଳୁ ଅଧିକ ଦିନ ରହିଲେ ପଚିଯାଉଛି। ଖାଉଟି ଗ୍ରହଣ କଲେ ଯାଇ ଏହି ଆଳୁ ଛୋଟ ବେପାରୀ ନେବେ।

ରାଜ୍ୟକୁ ୨୦ ରୁ ୨୫ ଆଳୁ ଗାଡି ଆଜି ୟୁପିରୁ ଓଡିଶାକୁ ଆସିଛି । ଲୋକଙ୍କ ଗ୍ରହଣୀୟତା ବଢିଲେ ଅଧିକ ୟୁପି ଗାଡି ଆସିବ। ଆଳୁ ସମସ୍ୟାର ସମାଧାନ ସରକାରଙ୍କ ମାନସିକତା ଉପରେ ନିର୍ଭର କରେ ବୋଲି କହିଛନ୍ତି ମହାସଂଘ ମହାସଚିବ ସୁଧାକର ପଣ୍ଡା। ୟୁପି ଆଳୁ କମ ଦରରେ ବିକ୍ରି ହେଉଥିଲେ ମଧ୍ୟ ଲୋକେ ଗ୍ରହଣ କରୁନାହାନ୍ତି। ସେପଟେ ପଶ୍ଚିମବଙ୍ଗ ଆଳୁ ସମସ୍ତଙ୍କ ପସନ୍ଦ ହୋଇଥିବାବେଳେ ଯୁପି ଆଳୁର ଲାଷ୍ଟିଂ କମ । ଏହି ଆଳୁ ଅଧିକ ଦିନ ଭଲ ରହୁନଥିବାରୁ ଯିଏ ନେଉଛନ୍ତି ସେମାନେ କ୍ଷତି ସହୁଛନ୍ତି । ହୋଟେଲରେ ୟୁପି ଆଳୁ ଚଳିଯାଉଛି ହେଲେ ଘରୋଇ ଲୋକେ ଅସୁବିଧାରେ ପଡୁଛନ୍ତି ।

କାଠଯୋଡ଼ି ନଦୀରେ କୁମ୍ଭୀର ଆତଙ୍କ

ନନ୍ଦିଘୋଷ ବ୍ୟୁରୋ: କଟକ ବାରଙ୍ଗ ଥାନା ଥାନା ତ୍ରିଶୂଳିଆ ନିକଟସ୍ଥ କାଠଯୋଡ଼ି ନଦୀରେ କୁମ୍ଭୀର ଆତଙ୍କ। କୁମ୍ଭୀରକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। କୁମ୍ଭୀର ଟିର ଲମ୍ବ ପ୍ରାୟ ୧୦ ରୁ ୧୨ ପୁଟ ଅନୁମାନ କରାଯାଉଥିବା ବେଳେ କୁମ୍ଭୀରଟି କାଠଯୋଡ଼ି ନଦୀ ପଠାରେ ଶୋଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ମହାନଦୀର ଧବଳେଶ୍ବର ଓ  ସିଡ଼ିଏ ଅଞ୍ଚଳରେ ଦେଖାଦେଇଥିବା ବେଳେ ଏବେ ବନ୍ୟା ପାଣିରେ କାଠଯୋଡ଼ିକୁ ଚାଲି ଆସିଥିବା ଆଶଂକା କରାଯାଉଛି। କାଠଯୋଡ଼ି ନଦୀରେ କୁମ୍ଭୀରେ ଦେଖି ସ୍ଥାନୀୟ ଲୋକେ ଭୟଭୀତ ଥିବାବେଳେ କୁମ୍ଭୀର ଦେଖିବାକୁ ସୁଭାଷ ସେତୁରେ ଲୋକଙ୍କ ଭିଡ଼ ଜମିଛି ।

ହିମାଚଳ ପ୍ରଦେଶରେ ପ୍ରକୃତିର ପ୍ରଳୟ,ଏହି ଗାଁରେ ବଞ୍ଚିଛି କେବଳ ଗୋଟିଏ ଗାଇ !

ନନ୍ଦିଘୋଷ ବ୍ୟୁରୋ: ଶୁଣିଲେ ଛାତି ଥରି ଯାଉଛି । ପ୍ରକୃତିର ତାଣ୍ଡବ ସବୁ ସାରି ଦେଇଛି । ହିମାଚଳ ପ୍ରଦେଶର ସିମଲା ଜିଲ୍ଲା ରାମପୁର ସମେଜ ଗାଁରେ ଘଟିଥିବା ଜଳ ପ୍ରଳୟ, ୬୦ ଘଣ୍ଟା ପରେ ମଧ୍ୟ ୩୬ ଜଣ ଲୋକଙ୍କ ପତ୍ତା ମିଳିନାହିଁ । ଏମାନେ ମାଟି ତଳେ ପୋତି ହୋଇ ଯାଇଥିବା ଅନୁମାନ କରାଯାଉଛି । ଏମାନଙ୍କ ବଞ୍ଚି ରହିଥିବାର ପ୍ରତିଶକ କମ ରହିଥିବା ଅନୁମାନ କରାଯାଉଛି । ତେବେ ଗାଁରେ କେବଳ ଗୋଟିଏ ଗାଇ ଜୀବନ୍ତ ରହିଥିବା ଦେଖିବାକୁ ମିଳିଛି । ପାହାଡ଼ର ତଳେ ଥିବା ଏକ ଗାଇଟି ବନ୍ଧା ହୋଇ ରହିଥିବାବେଳେ ଏହାକୁ ଜୀବନ୍ତ ଉଦ୍ଧାର କରାଯାଇଛି । ଗାଇର ମାଲିକ ରାମଲାଲ  । ସେ କହିଛନ୍ତି କି, ମୋ ଗାଇ ଦୁଇଦିନ ହେବ ଭୋକରେ ରହିଛି । ଭଗବାନଙ୍କ କୃପାରୁ ସେ ବଞ୍ଚି ଯାଇଛି ।

ଏହାସହ ସେ ସେଦିନର ପ୍ରଳୟଙ୍କାରୀ ବନ୍ୟା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି କି, ସେଦିନ ବନ୍ୟା ଆସିବା ପୂର୍ବରୁ ସେ ଏବଂ ତାଙ୍କ ପତ୍ନୀ ଘର ଛାଡ଼ି ଜୀବନ ବିକଳରେ ଚାଲି ଯାଇଥିଲେ । ଏବଂ ଗାଁରେ ରହିଥିବା ବାକି ଲୋକେ ରାତି ଅଧରେ ବନ୍ୟା ଜଳରେ ଭାସି ଯାଇ ମାଟିତଳେ ପୋତି ହୋଇ ଯାଇଥିବା କୁହାଯାଉଛି । NDRF, ଅଗ୍ନିଶମ କର୍ମଚାରୀ, ITBP ଏବଂ CIF ପକ୍ଷରୁ ମିଳିତ ଭାବେ ଭଦ୍ଧାର କାର୍ଯ୍ୟ ଚାଲିଥିବାବେଳେ କୌଣସି ସୁଫଳ ମିଳିନାହିଁ ।

 

ଦିଲ୍ଲୀରେ ଅଲଗା ଅଲଗା ନିର୍ବାଚନ ଲଢ଼ିବେ କି ଆପ- କଂଗ୍ରେସ ?

ନନ୍ଦିଘୋଷ ବ୍ୟୁରୋ: ଇଣ୍ଡିଆ ମେଣ୍ଟରେ ସାମିଲ ହୋଇଥିବା ଆପ ଏକ ବଡ଼ ନିଷ୍ପତ୍ତି ନେଇପାରେ । ୭ ମାସ ପରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ଅନୁସାରେ ନିର୍ବାଚନ ନଲଢ଼ି ଏକାକୀ ନିର୍ବାଚନ ଲଢ଼ିବ ବୋଲି ରାଜେନୖତିକ ମହଲରେ ଚର୍ଚ୍ଚା ହେଉଛି । କୁହାଯାଉଛି କି, ଆପ ଏବଂ କଂଗ୍ରେସ ଅଲଗା ଅଲଗା ନିର୍ବାଚନ ଲଢ଼ିପାରନ୍ତି । କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ିଲେ ଆପ କ୍ଷତି ସହିବ । ଯାହାକୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା କୁହାଯାଉଛି । ସେପଟେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବ ବିଜେପି । ଲୋକସଭା ନିର୍ବାଚନରେ କଂଗ୍ରେସ-ଆପ ମିଳିତଭାବେ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ବିଧାନସଭାରେ ଆପ ଏକାକୀ ଲଢ଼ିବାକୁ ଯାଉଛି । ଲୋକସଭା ନିର୍ବାଚନ ସମୟରେ କଂଗ୍ରେସକୁ ୩ ଆସନ ଛାଡ଼ିଥିଲା ଆପ । ଉତ୍ତର-ପଶ୍ଚିମ ଦିଲ୍ଲୀ, ଉତ୍ତର ପୂର୍ବ ଦିଲ୍ଲୀ ଏବଂ ଚାନ୍ଦିନୀ ଚୌକରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ । ମାତ୍ର ଶୋଚନୀୟ ପରାଜୟ ବରଣ କରିବାକୁ ପଡ଼ିଥିଲା । ପରାଜୟର କାରଣ ଖୋଜାଯାଉଥିବାବେଳେ ଆପ ନେତାଙ୍କ ସହ କଂଗ୍ରେସ ନେତାଙ୍କ ସାମଞ୍ଜସ୍ୟ ରହିନଥିବା କାରଣରୁ ଏଭଳି ପରାଜୟ ହୋଇଥିବା କୁହାଯାଉଛି ।

ଯଦି ୧୦ ବର୍ଷର ଦିଲ୍ଲୀ ନିର୍ବାଚନ ଉପରେ ନଜର ପକାଇବା ତାହେଲେ ଲୋକସଭାରେ ବିଜେପି ଅଗ୍ରଗତି କରୁଥିବାବେଳେ ବିଧାନସଭା ନିର୍ବାଚନରେ ଆପ୍ ଏକପାଖିଆ ଭାବେ ଜିତୁଛି । ସେପଟେ ବିଧାନସଭା ଏବଂ ଲୋକସଭାରେ କଂଗ୍ରେସର ସ୍ଥିତି ଭଲନାହିଁ । ଏଣୁ ଆପ ଏକାକୀ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି । ଦିଲ୍ଲୀର ୭୦ ଆସନରୁ ୧୨ ସଂରକ୍ଷିତ ଆସନ । ତେବେ ୨୦୨୦ ବିଧାନସଭା ନିର୍ବଚନରେ ଆପ ୬୦ ଆସନରେ ବିଜୟୀ ହୋଇଥିଲା ।

ଦିଲ୍ଲୀରେ ଜୋରଧରିଲା ଏଲଜି ଭି.କେ. ସକ୍ସେନାଙ୍କ ଇସ୍ତଫା ଦାବି

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଜୋରଧରିଲା ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନାଙ୍କ ଇସ୍ତଫା ଦାବି। ଏଲଜିଙ୍କ ଇସ୍ତଫା ଦାବିରେ ଜୋରଦାର ବିକ୍ଷୋଭ କରିଛି ଆପ୍। ପୂର୍ବ ଦିଲ୍ଲୀରେ ଏକ ଡ୍ରେନରେ ପଡି ଜଣେ ମହିଳା ଓ ତାଙ୍କ ସନ୍ତାନଙ୍କ ମୃତ୍ଯୁ ଘଟଣାରେ ଏଲଜିଙ୍କ ଉପରେ ଦୋଷ ଲଦିଛି ଆପ୍। ରାଜ ନିବାସ ନିକଟରେ ଆୟୋଜିତ ବିକ୍ଷୋଭରେ ସାମିଲ ହୋଇଥିଲେ ବହୁ ଆପ୍ ନେତା ଓ କର୍ମୀ। ସେପଟେ ନାଳକୁ ନେଇ ବଢିଛି ବିବାଦ। ଆପ୍ କହିଛି ଯେଉଁ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା ସେହି ଅଞ୍ଚଳ ରହିଛି ଏଲଜି ନେତୃତ୍ବାଧୀନ ଡିଡିଏ ଅଧୀନରେ। ସେପଟେ ରାଜ ନିବାସ ପକ୍ଷରୁ କୁହାଯାଇଛି ସେହି ନାଳ ଅଞ୍ଚଳ ଆସୁଛି ଆପ୍ ନେତୃତ୍ବାଧୀନ ମହାନଗର ପୌରପାଳିକା ଅଧୀନରେ। ଆପ୍ ବିଧାୟକ କୁଳଦୀପ କୁମାର କହିଛନ୍ତି ମହିଳା ଓ ଶିଶୁ ବୁଡିଯାଇନାହାନ୍ତି ତାଙ୍କୁ ହତ୍ଯା କରାଯାଇଛି। ଦୁର୍ଘଟଣା ଘଟିଥିବା ନାଳର ଲମ୍ବା ୧ ହଜାର ମିଟର ହୋଇଥିବାବେଳେ ତାହାକୁ ଘୋଡଣୀ ଦିଆଯାଇ ନଥିଲା।

ବିନା ଥଇଥାନରେ ୧୦୨ ପରିବାରକୁ ବାସହରା କଲେ ସରକାର

ସମ୍ବଲପୁର: ବିନା ଥଇଥାନରେ ବର୍ଷା ଦିନରେ ୧୦୨ ପରିବାରକୁ ବାସହରା କଲେ ସରକାର। ଉଚ୍ଛେଦ ପୂର୍ବରୁ ସ୍ଥାୟୀ ଥଇଥାନ କରିବାକୁ ଦାବି କରିଛନ୍ତି ସମ୍ବଲପୁର ସହରର ଲକ୍ଷ୍ମୀଡୁଙ୍ଗୁରୀ ଅଞ୍ଚଳବାସୀ। ସମ୍ବଲପୁର ଦେଇ ଯାଇଥିବା କୋଲକାତା – ମୁମ୍ବାଇ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଟନେଲ୍ ପ୍ରକଳ୍ପ ପାଇଁ ଲକ୍ଷ୍ମୀଡୁଙ୍ଗୁରୀରେ ରହୁଥିବା ୧୦୨ ପରିବାରଙ୍କୁ ଏନଏଚଆଇ ପକ୍ଷରୁ ଉଚ୍ଛେଦ ନୋଟିସ୍ ଦିଆଯାଇଛି । ପ୍ରାୟ  ୮୦ ବର୍ଷ ଧରି ଲକ୍ଷ୍ମୀଡୁଙ୍ଗୁରୀରେ ଘର କରି ରହୁଥିବା ଅଞ୍ଚଳବାସୀଙ୍କୁ ବିନା କୌଣସି ସ୍ଥାୟୀ ଥଇଥାନ ନକରି ଉଚ୍ଛେଦ କରିବାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଏ ନେଇ ପୂର୍ବରୁ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରିବା ପରେ ରଜସ୍ଵ ମନ୍ତ୍ରୀ ଉଚ୍ଛେଦ ପ୍ରକ୍ରିୟାକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ, ଥଇଥାନ ନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ପ୍ରତିଶୃତି ଦେଇ କାମ ସାରିଦେଲେ ମନ୍ତ୍ରୀ l ସେପଟେ ଉଚ୍ଛେଦ କାର୍ଯ୍ୟ ପୂର୍ବରୁ ସ୍ଥାୟୀ ଥଇଥାନ ଦାବିରେ ଅଞ୍ଚଳର ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ହାତରେ ପ୍ଲା’କାର୍ଡ ଧରି ଉଚ୍ଛେଦକୁ ବିରୋଧ କରି ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି।

ଅଲିମ୍ପିକ୍ସରେ ଗର୍ଲଫ୍ରେଣ୍ଡ୍ ସ୍ୱର୍ଣ୍ଣ ଜିତିବା ପରେ ବୟପ୍ରେଣ୍ଡ୍ କଲେ ଏମିତି କିଛି

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ପ୍ରତ୍ୟେକ ଦେଶ ଯଥାସମ୍ଭବ ପଦକ ଜିତିବାକୁ ଚେଷ୍ଟା କରୁଛନ୍ତି। ଏଥର ଅଲିମ୍ପିକ୍ସରେ ମଧ୍ୟ କିଛି ବିବାଦ ମଧ୍ୟ ଦେଖାଯାଉଛି। କିନ୍ତୁ ଏସବୁ ମଧ୍ୟରେ ପ୍ରଶଂସକମାନେ ଏକ ପ୍ରେମଭରା ମୁହୂର୍ତ୍ତ ଦେଖିବାକୁ ପାଇଛନ୍ତି  । ଏହି ଅଲିମ୍ପିକ୍ସ ଚୀନର ଜଣେ ଖେଳାଳିଙ୍କ ପାଇଁ ସ୍ମରଣୀୟ ହୋଇପାରିଛି  । ଏଥର ଏହି ଖେଳାଳି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ସହିତ ଦୀର୍ଘଦିନର ପ୍ରେମରେ ସଫଳ ହୋଇଛନ୍ତି  ।

ଚୀନର ବ୍ୟାଡମିଣ୍ଟନ ଖେଳାଳି ହୁଆଙ୍ଗ କିମ୍ବା କିଓନଗ ନିଜ ଜୀବନରେ ପ୍ୟାରିସ ଅଲିମ୍ପିକ୍ସକୁ ଭୁଲି ପାରିବେ ନାହିଁ। ଅଗଷ୍ଟ ୨ ରେ ସେ ସାଥୀ ଖେଳାଳି ଜେଙ୍ଗ ସିୱାଇଙ୍କ ସହ ମିଶ୍ରିତ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଚାଇନିଜ୍ ଖେଳାଳି କିମ ୱନ୍ ହୋ ଏବଂ ଜୋଙ୍ଗ ନା ୟୁନଙ୍କ ଦକ୍ଷିଣ କୋରିଆ ଯୋଡିକୁ ପରାସ୍ତ କରିଛନ୍ତି।

ମିକ୍ସ ଡବଲ୍ସ ଇଭେଣ୍ଟ ସମାପ୍ତ ହେବା ପରେ ପଦକ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ହୁଆଙ୍ଗ କିମ୍ବା କିଓନଗ ସେମାନଙ୍କ ସ୍ୱର୍ଣ୍ଣ ପଦକ ପାଇଥିଲେ  । ଏହା ହେଉଛି ସେହି ମୁହୂର୍ତ୍ତ ଯେଉଁଠାରୁ ଖେଳାଳିମାନେ କିଛି ଦିନ ପାଇଁ ବାହାରକୁ ଆସିପାରିବେ ନାହିଁ  । ହୁଆଙ୍ଗ ୟା କିଓନଗ ମଧ୍ୟ ବହୁତ ଖୁସି ଥିଲେ । ଠିକ ଏହି ସମୟରେ ୟା କିଓନଗଙ୍କ ପ୍ରେମିକା ଲିୟୁ ୟୁଚେନ ତାଙ୍କୁ ପ୍ରସ୍ତାବ ଦେଇଥିଲେ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ବଏଫ୍ରେଣ୍ଡ ଲିୟୁ ୟୁଚେନ ଆଣ୍ଠୁ ମାଡି ତାଙ୍କୁ ପ୍ରପୋଜ କରିଥିଲେ  ।ଲିୟୁ ୟୁଚେନ ମଧ୍ୟ ଜଣେ ବ୍ୟାଡମିଣ୍ଟନ ଖେଳାଳୀ  । ସେ ଚୀନ୍ ପକ୍ଷରୁ ଖେଳୁଛନ୍ତି  ।

ହୁଆଙ୍ଗ ୟା କିଓନଗ ଏବଂ ଲିୟୁ ୟୁଚେନଙ୍କ ପୂର୍ବରୁ ମଧ୍ୟ ଅଲିମ୍ପିକ୍ସ ଆରମ୍ଭରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଦଘାଟନୀ ସମାରୋହରେ ଜଣେ ଆର୍ଜେଣ୍ଟିନା ଖେଳାଳି ତାଙ୍କ ସାଥୀଙ୍କୁ ସମସ୍ତଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ଦେଇଥିଲେ। ଆର୍ଜେଣ୍ଟିନା ପୁରୁଷ ହ୍ୟାଣ୍ଡବଲ ଦଳର ଖେଳାଳି ପାବଲୋ ସାଇମୋନେଟ ଆର୍ଜେଣ୍ଟିନା ମହିଳା ହକି ଦଳର ଖେଳାଳି ମାରିଆ କ୍ୟାମ୍ପୋଙ୍କୁ ଗୋଟିଏ ଆଣ୍ଠୁରେ ବସି ପ୍ରସ୍ତାବ ଦେଇଛନ୍ତି।

୨୦୧୫ ଠାରୁ ଉଭୟ ଖେଳାଳି ପରସ୍ପରକୁ ଡେଟ୍ କରୁଥିଲେ | ଅଲିମ୍ପିକ୍ ଗେମ୍ସ ନିଜେ ଏହାର X ହ୍ୟାଣ୍ଡେଲରେ ଏହି ବିଶେଷ ମୁହୂର୍ତ୍ତର ଭିଡିଓ ସେୟାର କରିଥିଲା, ଯାହାକି ବହୁତ ଭାଇରାଲ୍ ହୋଇଥିଲା

୮ ଘଣ୍ଟାର ପାହଡ଼ ଚଢି ୪ ଶିଶୁଙ୍କୁ ଉଦ୍ଧାର କଲେ କେରଳ ବନ ବିଭାଗ କର୍ମଚାରୀ

ୱାଇନାଡ: ଦୀର୍ଘ ଆଠ ଘଣ୍ଟାର ପରିଶ୍ରମ ପରେ ଚାରି ଶିଶୁଙ୍କୁ ଉଦ୍ଧାର କଲା ବନ ବିଭାଗ  । ଆଦିବାସୀ ସମ୍ପ୍ରଦାୟର ଏହି ୪ ଶିଶୁ କେରଳ ୱାଇନାଡ ଭୂସ୍ଖଳନରେ ନିଖୋଜ ଥିଲେ  । ସୁରକ୍ଷିତ ଉଦ୍ଧାର ପରେ ବନବିଭାଗକୁ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ  । ୱାଇନାଡ ଭୂସ୍ଖଳନରେ ୩୫୦ ଜଣ ପ୍ରାଣ ହରାଇଥିବା ବେଳେ ୧୦୦ରୁ ଅଧିକ ନିଖୋଜ ଅଛନ୍ତି  ।

ପ୍ରବଳ ବର୍ଷା ସତ୍ତ୍ବେ ଚିକ୍କଣ ପଥରରେ ଚଢି କଲପେଟା ରେଞ୍ଜ ଜଙ୍ଗଲରୁ ଏକ ଆଦିବାସୀ ପରିବାରକୁ ଉଦ୍ଧାର କରିଛି ବନ ବିଭାଗ  ।୪ ଶିଶୁଙ୍କ ବୟସ ଏକ ବର୍ଷରୁ ୪ ବର୍ଷ ମଧ୍ୟରେ ହେବ  ।  ଏହି ଅପରେସନରେ ସାମିଲ ହୋଇଥିଲେ ୪ ଜଣିଆ ଟିମ  ।

ୱାଇନାଡର ପନିଆ ସମ୍ପ୍ରଦାୟ ଭୂସ୍ଖଳନ ବେଳେ ପାହାଡ ଉପରେ ଥିବା ଏକ ଗୁମ୍ଫାରେ ଫସି ରହିଥିଲା  ।ଅଟ୍ଟାମାଳା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ଆସିଥିବା ପରିବାରର ମହିଳାଙ୍କୁ ସର୍ଚ୍ଚ ଅପରେସନ ବେଳେ ଠାବ କରିଥିଲେ ବନ ବିଭାଗ ଅଧିକାରୀ  । ଏହାପରେ ସେମାନେ ୫ ଦିନ ଖାଇ ନଥିବା ମହିଳା ଜଣଙ୍କ କହିଥିଲେ  । ମହିଳା ଜଣଙ୍କ ବନ ବିଭାଗ ଅଧିକାରୀଙ୍କୁ ପରିବାର ରହୁଥିବା ଗୁମ୍ଫା ନିକଟକୁ ନେଇଯାଇଥିଲେ  । ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସେମାନେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି  ।

ଏହି ସମ୍ପ୍ରଦାୟ ସାଧାରଣତଃ ଜଙ୍ଗଲ ଉପରେ ନିର୍ଭର କରୁଥିବାବେଳେ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି  । କିନ୍ତୁ ଲଗାତାର ଭୂସ୍ଖଳନ ଓ ଲଗାଣ ବର୍ଷା ଯୋଗୁଁ ସେମାନେ ଖାଦ୍ୟ ସଂଗ୍ରହ ନ କରି ପାରି ଭୋକ ଉପାସରେ ଗୁମ୍ଫାରେ ଆଶ୍ରୟ ନେଇଥିଲେ  ।