spot_img
Home Blog Page 1720

ବାଚସ୍ପତିଙ୍କୁ ରାହୁଲଙ୍କ ଅଭିଯୋଗ, ମୋଦିଙ୍କ ସହ ହାତ ମିଶାଇବାବେଳେ କାହିଁକି ହୁଅନ୍ତି ନତମତସ୍କ

ନନ୍ଦିଘୋଷ ବ୍ୟୁରୋ: ଗୃହରେ ଜାରି ରହିଛି ହଙ୍ଗାମା । ବିରୋଧୀଙ୍କ ପ୍ରଶ୍ନବାଣରେ ଘାଇଲା ହେଉଛନ୍ତି ସରକାର । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣ ଛାଡ଼ୁଥିବା ଦେଖିବାକୁ ମିଳୁଛି । ତେବେ ବାଚସ୍ପତିଙ୍କ ନାମରେ ଅଭିଯୋଗ ଆଣିଛନ୍ତି ରାହୁଲ । ସେ ବାଚସ୍ପତି ଓମ୍ ବିର୍ଲାଙ୍କୁ କହିଛନ୍ତି କି, ଆପଣ ମୋ ସହ ହାତ ମିଶାଇବାବେଳେ ସିଧା ଛିଡ଼ା ହୋଇ ହାତ ମିଳାନ୍ତି । ମାତ୍ର ନରେନ୍ଦ୍ର ମୋଦିଙ୍କ ସହ ହାତ ମିଶାଇବା ବେଳେ କାହିଁକି ନତମତସ୍କ ହୁଅନ୍ତି । ରାହୁଲଙ୍କ ଏହି ବିବୃତିରେ ବିତରୋଧୀ ଦଳର ସାଂସଦମାନେ ସମର୍ଥନ କରିଥିଲେ । ସେପଟେ ରାହୁଲଙ୍କ ପ୍ରଶ୍ନର ଉତ୍ତର ରଖି ବାଚସ୍ପତି କହିଥିଲେ କି, ମୋ ସଂସ୍କାର ଅନୁଯାୟୀ, ମୋଠାରୁ ଯିଏ ବଡ଼ ମୁଁ ତାଙ୍କୁ ସମ୍ମାନ ଜଣାଇଥାଏ । ଆଉ ଯିଏ ମୋ ସମସ୍କନ୍ଦ ମୁଁ ତାଙ୍କ ସହ ସିଧା ହାତ ମିଶାଇଥାଏ ।

ତେବେ ବାଚସ୍ପତିଙ୍କ ଏହି ବିବୃତି ପରେ ରାହୁଲ ଗାନ୍ଧି କହିଥିଲେ କି, ଆମେ ଆପଣଙ୍କ କଥାକୁ ସମ୍ମାନ ଦେଉଛି । ତେବେ ଏହି ଗୃହରେ ଆପଣଙ୍କଠାରୁ ବା ବଡ଼ କିଏ? ଏଣୁ ମୋ ସହ ସମସ୍ତ ବିରୋଧୀ ଦଳର ସାଂସଦମାନେ ମଧ୍ୟ ଆପଣଙ୍କ ସମ୍ମୁଖରେ ନତମତସ୍କ ହେବେ । ତେବେ ଆପଣ ଏହି ଗୃହର ମୁଖ୍ୟ ହୋଇଥିବାବେଳେ ଆପଣଙ୍କ ସମ୍ମୁଖରେ ସମସ୍ତେ ନତମତସ୍କ ହେବା ଉଚିତ । ଆପଣ କାହା ସାମନାରେ ପ୍ରଣାମ କରିବା ଉଚିତ୍ ନୁହେଁ । ଗୃହରେ ଆପଣ ସମସ୍ତଙ୍କୁ ସମାନ ନଜରରେ ଦେଖନ୍ତୁ ଏବଂ ସମାନ ବ୍ୟବହାର କରିବା ଉଚିତ ।

 

ଲୋକସଭାରେ ରାହୁଲ ଗାନ୍ଧି ଓ ମୋଦି ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ଲୋକସଭାରେ ରାହୁଲ ଗାନ୍ଧି ଓ ମୋଦି ମୁହାଁମୁହିଁ। ଉଭୟଙ୍କ ମଧ୍ଯରେ ବାକ୍ ଯୁଦ୍ଧ। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧି କହିଥିଲେ ଯେ, ଲୋକଙ୍କୁ ଭୟଭୀତ କରିବା, ବିଦ୍ବେଷ ସୃଷ୍ଟି କରିବା ଓ ମିଥ୍ଯା କଥା ପ୍ରଚାର କରିବା ହିନ୍ଦୁ ଧର୍ମ ନୁହେଁ। ଏହାର କାଉଣ୍ଟରରେ ମୋଦି କହିଥିଲେ- ପୁରା ହିନ୍ଦୁ ସମାଜକୁ ହିଂସାକାରୀ କହିବା ଏକ ବହୁତ ଗୁରୁତର କଥା। ଏହାର ଜବାବରେ ରାହୁଲ ଗାନ୍ଧି କହିଥିଲେ, କେବଳ ବିଜେପି ଓ ଆରଏସଏସ ହିନ୍ଦୁ ନୁହନ୍ତି । କେବଳ ସେମାନେ ହିନ୍ଦୁଙ୍କ ପ୍ରତିନିଧିତ୍ବ କରନ୍ତି ନାହିଁ।ଏପରିକି ସେ ଗୃହରେ ଶିବଙ୍କ ଫଟୋ ଦେଖାଇବାକୁ ଚାହୁଁଥିଲେ। କିନ୍ତୁ ଗୃହରେ ପୋଷ୍ଟର ଦେଖାଇବାର ନିୟମ ନ ଥିବା କହି ଅନୁମତି ଦେଇ ନାହାନ୍ତି ବାଚସ୍ପତି। ସେପଟେ ରାହୁଲଙ୍କ ଏହି ମନ୍ତବ୍ଯ ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏପରିକି ପୁରା ବିଜେପି ତାଙ୍କ ପଛରେ ଲାଗି ପଡ଼ିଛି। ହିନ୍ଦୁଙ୍କୁ ରାହୁଲ ଅପମାନିତ କରିଛନ୍ତି କହି ବିଜେପି ତାଙ୍କୁ ବିରୋଧ କରିଛି।

ଜାଣନ୍ତୁ ଭାରତ ଟି-୨୦ ବିଶ୍ବକପ ଜିତିବା ପରେ ମଧ୍ୟ କାହିଁକି ଦୁଃଖିତ ରୋହିତଙ୍କ ପତ୍ନୀ ରିତିକା

ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୧୧ ବର୍ଷ ପରେ ଆଇସିସି ଟ୍ରଫି, ୧୩ ବର୍ଷ ପରେ ବିଶ୍ବକପ, ଏବଂ ୧୭ ବର୍ଷପରେ ଟି-୨୦ ବିଶ୍ବକପ ଜିତିଛି ଭାରତ । ଦୀର୍ଘଦିନର ସ୍ବପ୍ନ ପୂରଣ ହେବା ପରେ ସାରା ଦେଶରେ ଖୁସିର ଲହରୀ । ତେବେ ଟି-୨୦ ବିଶ୍ବକପ ଜିତିଥିବା ଭାରତର ଅଧିନାୟକ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ଦୁଃଖିତ ଥିବା ଜଣା ପଡ଼ିଛି । ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି ।

ରୋହିତ ଆନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି । ଯାହାକି ଆଜି ମଧ୍ୟ ଅନେକଙ୍କୁ ବିଶ୍ବାସ ହେଉନାହିଁ । ଅନେକ କ୍ରିକେଟ ପ୍ରେମୀଙ୍କ ହୃଦୟ ମଧ୍ୟ ଭାଙ୍ଗି ଯାଇଛି । ତେବେ ରୋହିତଙ୍କ ଅବସରକୁ ନେଇ ପତ୍ନୀ ମଧ୍ୟ ଭାବ ପ୍ରବଣ ହୋଇଛନ୍ତି । ଯାହାକୁ ନେଇ ସେ ନିଜର ପୋଷ୍ଟରେ ଲେଖିଛନ୍ତି କି, ୨୦୨୩ରେ ଭାରତ ଦିନିକିଆ ବିଶ୍ବକପ ହାରିବା ପରେ ବେଶ ଭାଙ୍ଗି ପଡ଼ିଥିଲେ ରୋହିତ । ମାତ୍ର ଏହାପରେ କିଛିମାସ ସେ ସଂଘର୍ଷ ଜାରି ରଖିଥିଲେ । ଏହି କିଛିମାସ ତାଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଥିଲା । ସେ ବହୁତ ପରିଶ୍ରମ କରିଛନ୍ତି । ଆଉ ତାଙ୍କ ଅବସର ବେଶ ଦୁଃଖିତ କରିଛି । ତେବେ ରିତିକାଙ୍କ ଏହି ପୋଷ୍ଟକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେବା ସହ ରୋହିତଙ୍କୁ ପ୍ରଶଂସା କରିଛନ୍ତି ।

https://www.instagram.com/ritssajdeh/?utm_source=ig_embed&ig_rid=a2a08e29-04ca-44a8-8bc3-28f4ad373b0f

ବନ ବିଭାଗ ସ୍କାନରରେ ଗୋଠଛଡ଼ା ଦନ୍ତା

ନନ୍ଦିଘୋଷ ବ୍ୟୁରୋ: ବନ ବିଭାଗ ସ୍କାନରରେ ରାଜ୍ୟର ଲୋନଲି ଟସ୍କର ବା ଗୋଠଛଡ଼ା ଦନ୍ତା । ରାଜ୍ୟରେ ଥିବା ୩୦୦ରୁ ଅଧିକ ଦନ୍ତାହାତୀ ମଧ୍ୟରୁ ୧୨ ଟସ୍କର ବା ଏକୁଟିଆ ଦନ୍ତା ଠାବ ହୋଇଛନ୍ତି । ଦନ୍ତା ହାତୀଙ୍କ ପ୍ରୋଫାଇଲିଂରୁ ସେମାନଙ୍କୁ ଚିହ୍ନଟ କରାଯାଇଛି । ରାଉରକେଲା, ବାରିପଦା, ଭୁବନେଶ୍ଵର ଓ ଅନୁଗୁଳ ଭଳି ୪ଟି ସର୍କଲରେ ଏଭଳି ୩ଟି ଲେଖାଏଁ ଦନ୍ତା ହାତୀ ଚିହ୍ନଟ ହୋଇଛନ୍ତି । ଯେଉଁଗୁଡ଼ିକ ମଣିଷ ପାଇଁ ବିପଦପୂର୍ଣ୍ଣ ତଥା ବାରମ୍ବାର ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି । ସେଗୁଡ଼ିକୁ ଟ୍ରାଙ୍କୁଲାଇଜ କରି ରେଡ଼ିଓକଲାର ଲଗାଇ ବିଭିନ୍ନ ଅଭୟାରଣ୍ୟରେ ଛଡ଼ାଯିବ । ଯଦି ସେଥିରେ ସେମାନଙ୍କ ବ୍ୟବହାର ସୁଧାର ନଆସିଲା, ସେଗୁଡ଼ିକୁ ହାତୀ ସୁଧାର କେନ୍ଦ୍ରରେ ରଖି ସେମାନଙ୍କ ବ୍ୟବହାରରେ ସୁଧାର ଅଣାଯିବା ସହ ଜଙ୍ଗଲ ବିଭାଗର କାର୍ଯ୍ୟରେ ବ୍ୟବହାର କରାଯିବ । ଚନ୍ଦକାର ଦୁଇଟି ଓ ଖୋର୍ଦ୍ଧା ଚନ୍ଦକାରେ ବୁଲୁଥିବା ମାଖନାକୁ ଟ୍ରାଙ୍କୁଲାଇଜ କରିବାକୁ ଅନୁମତି ଦିଆସରିଛି । ଏମାନଙ୍କୁ ଶୀଘ୍ର ଚନ୍ଦକାର ହାତୀ ସୁଧାର କେନ୍ଦ୍ରକୁ ନିଆଯାଇଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ସେହିପରି ଅନ୍ୟ ୯ଟି ହାତୀ କେତେ ଘର ଭାଙ୍ଗିଛନ୍ତି ଓ ଲୋକଙ୍କ ଜୀବନ ନେଇଛନ୍ତି, ତାହାର ରିପୋର୍ଟ ଡିଏଫଓମାନଙ୍କୁ ମଗାଯାଇଛି ବୋଲି କହିଛନ୍ତି ବନ୍ଯପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।

ରାହୁଲଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, କହିଲେ ବିଜେପି ହିନ୍ଦୁ ସମାଜ ନୁହେଁ

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ହଙ୍ଗାମା । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟବକୁ ନେଇ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ରାହୁଲ ଗାନ୍ଧି ନିଜର ଭାଷଣ ସମୟରେ ଏନଡିଏ ସାଂସଦଙ୍କ ଉପରକୁ ଇଶାରା କରି କହିଥିଲେ କି, ତୁମେ ହିନ୍ଦୁ ନୁହେଁ । ଏହାପରେ ହଙ୍ଗାମା ଆରମ୍ଭ ହୋଇଥିଲା । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି, ହିନ୍ଦୁ ସମାଜକୁ ହିଂସ୍ର କହି ସମାଲୋଚନା କରୁଛନ୍ତି ବିରୋଧୀ ଦଳ ନେତା ଏହା ଅତି ଗମ୍ଭୀର ବିଷୟ । ତେବେ ରାହୁଲ କହିଥିଲେ କି, ବିଜେପି ଏବଂ ନରେନ୍ଦ୍ର ମୋଦି ହିନ୍ଦୁ ସମାଜ ନୁହେଁ । ଏହାପରେ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଥିଲା । ସେପଟେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀକୁ ନେଇ ବିରୋଧୀ ଦଳର ନେତାମାନେ ନିନ୍ଦା କରିଥିବା ଦେଖିବାକୁ ମିଳିଛି । ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ନିନ୍ଦା କରିଛନ୍ତି ।

ସେପଟେ ରାହୁଲ କହିଛନ୍ତି କି, ଦିନେ ମୋଦୀଜୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଭାରତ କାହା ଉପରେ ଆକ୍ରମଣ କରିନାହିଁ। ଏହାର କାରଣ ହେଉଛି ଭାରତ ଅହିଂସା ଦେଶ, ଏହା ଭୟଭୀତ ନୁହେଁ। ଆମର ମହାନ ବ୍ୟକ୍ତିମାନେ ଏହି ବାର୍ତ୍ତା ଦେଇଛନ୍ତି – ଭୟ କର ନାହିଁ, ଭୟ କର ନାହିଁ | ଶିବଜୀ କୁହନ୍ତି- ଭୟ କର ନାହିଁ, ଭୟ କର ନାହିଁ  । ଅନ୍ୟପକ୍ଷରେ, ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ ଘଣ୍ଟା ହିଂସା ଏବଂ ଘୃଣା କରନ୍ତି | ଏଣୁ ଆପଣ ଆଦୌ ହିନ୍ଦୁ ନୁହଁନ୍ତି । ହିନ୍ଦୁ ଧର୍ମରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଜଣେ ସତ୍ୟକୁ ସମର୍ଥନ କରିବା ଉଚିତ୍।

ତାଳଗଛ କାଟିଲେ ନେବାକୁ ହେବ ଅନୁମତି

ଭୁବନେଶ୍ୱର : ତାଳଗଛ କାଟିଲେ ନେବାକୁ ପଡିବ ଅନୁମତି । ଏଣିକି ମନାଇଚ୍ଛା କାଟି ପାରିବେନି ତାଳଗଛ । ତାଳଗଛ କାଟିବାକୁ ହେଲେ ବନବିଭାଗ ଠାରୁ ନେବାକୁ ହେବ ଅନୁମତି । ଏପରିକି ନିଜ ବାଡିରେ ଥିବା ତାଳଗଛ କାଟିବା ପାଇଁ ଅନୁମତି ନେବାକୁ ହେବ ।  ମନାଇଚ୍ଛା ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ । ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି ।

ସେହିପରି ରାଜ୍ୟରେ ଏ ବର୍ଷ ୧୯ ଲକ୍ଷ ତାଳ ଗଛ ଲାଗିବ । ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ସେଥିପାଇଁ SRCଙ୍କ ପକ୍ଷରୁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ । ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କ ଖାଦ୍ୟ ସହ ବନ ବିଭାଗ ବାଉଣ୍ଡରି ପିଲାର ମଜବୁତ୍ କରିବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ସରକାର ଗଢିଲେ, ଭୁଲିଗଲେ କି ପ୍ରତିଶ୍ରୁତି : ପ୍ରତାପ ଦେବ

ଭୁବନେଶ୍ୱର : ଆଜି ଜୁଲାଇ ୧। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି କହିଥିଲା ବିଜୁଳି ବିଲ୍ ଦେବାକୁ ପଡିବନି। ୧୦୦ ୟୁନିଟ୍ ମାଗଣା ଦିଆଯିବ। ବିଜେପି କହିଥିଲା ୩୦୦ ୟୁନିଟ୍ ମାଗଣା ଦେବେ । ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ନ ହେଉ ବୋଲି କହି ମନେପକାଇଦେଇଛି ବିଜେଡି ।

୫ ତାରିଖରୁ ଆଜି ଯାଏ ଦଳ କୌଣସି ଉକ୍ତି ଆଜି ଯାଏଁ ଶୁଣିଲାନି। ବିଜେଡ଼ି ପକ୍ଷରୁ ସରକାରଙ୍କୁ ଆମେ ମନେ ପକେଇଦେଉଛୁ ବୋଲି କହିଛନ୍ତି ବିଧାୟକ ପ୍ରତାପ ଦେବ । ସେହିପରି ଆମ ଓଡ଼ିଶା ନବୀନ ଓଡ଼ିଶା ରାଜ୍ୟ ସରକାରଙ୍କ ଅନୁମୋଦିତ ସ୍କିମ। ତାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ନୂଆ ସରକାର ଏବାବଦରେ ଟିପ୍ପଣୀ ଦେଇନାହାଁନ୍ତି। ତା ଅର୍ଥ ସ୍କିମ ଚାଲୁ ରହିବ। କିନ୍ତୁ ଭବିଷ୍ୟତରେ କଣ ହେବ ତାହା ସରକାରଙ୍କ ନିଷ୍ପତ୍ତି। ବିଜେପି କ୍ଷମତାକୁ ଆସିଛି । ଅଭିଯୋଗ ଶୁଣିବେ। ବିଜେଡି ସରକାର ବି ଶୁଣୁଥିଲା ।

ବିଜେପିକୁ ଯେତିକି ବିଜେଡି ଜାଣିଛି ଛୋଟକୁ ବଡ କରି ହାଇଲାଇଟ କରିବାକୁ ଚାହିଁବେ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରତ୍ନ ଭଣ୍ଡାର ଚାବିକୁ ନେଇ ଆଲୋଚନା ଆବଶ୍ୟକତା ନାହିଁ। ଓଡ଼ିଶାର ଜନସାଧାରଣଙ୍କୁ ଭ୍ରାନ୍ତ ଧାରଣା ଦିଆଯାଇଛି। ଚାବି ହଜିବା ଗୋଟେ ମନ ଗଢା କାହାଣୀ ବୋଲି କହିଛନ୍ତି ବିଧାୟକ ପ୍ରତାପ ଦେବ ।

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ହଙ୍ଗାମା

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂସଦରେ ହଙ୍ଗାମା। ଏହି ପ୍ରସଙ୍ଗ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ଯତ ଓ କ୍ଯାରିୟର ସହିତ ଜଡ଼ିତ ଥିବାରୁ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଲୋକସଭାରେ ଦାବି କରିଥିଲେ ବିରୋଧୀ ସାଂସଦ। ପୁରା ଗୋଟିଏ ଦିନ ଏ ନେଇ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। କିନ୍ତୁ ଦାବିକୁ ଗ୍ରହଣ କରି ନାହାନ୍ତି ବାଚସ୍ପତି। ତା ବଦଳରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବାରୁ ବିରୋଧୀ କକ୍ଷତ୍ଯାଗ କରିଛନ୍ତି।

ସେପଟେ ରାଜ୍ଯସଭାରେ ବିରୋଧୀ ଦଳ ନେତା ମଲ୍ଲିକର୍ଜୁନ ଖଡ଼ଗେ କହିଛନ୍ତି, କେବଳ ନିଟ୍ କି ଏନଟିଏ ନୁହେଁ, ସୁପ୍ରିମକୋର୍ଟଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ପୁରା ଶିକ୍ଷା ବ୍ଯବସ୍ଥାର ସମୀକ୍ଷା ହେବା ଉଚିତ। ଅଗ୍ନିବୀର ଯୋଜନାକୁ ପ୍ରତ୍ଯାହାର କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା। ମୋଦିଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କେବଳ କିଛି ସ୍ଲୋଗାନର ଭାଷଣ ଦେବା ଛଡ଼ା ମୋଦି କିଛି କରୁ ନାହାନ୍ତି। ମଣିପୁର ଜଳୁଥିବା ବେଳେ ସେହି ରାଜ୍ଯକୁ ଗସ୍ତ କରି ନାହାନ୍ତି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଭାଷଣରେ ଗରିବ, ଦଳିତଙ୍କ ପାଇଁ କିଛି ନାହିଁ। ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଦେଶକୁ ଆଗେଇ ନେବା ପାଇଁ ସରକାରଙ୍କ କିଛି ଭିଜନ ନାହିଁ କି ଲକ୍ଷ୍ଯ ନାହିଁ। କେବଳ ସରକାରଙ୍କୁ ପ୍ରଶଂସା କରିବା ଛଡ଼ା ଏଥିରେ କିଛି ନାହିଁ ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ।

ରାଉରକେଲା ଇସ୍ପାତ କାରଖାନାରେ ଅଘଟଣ, ୯ ଜଣ କର୍ମଚାରୀ ଆହତ

ରାଉରକେଲା  : ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା। ବ୍ଲାଷ୍ଟ ଫର୍ଣ୍ଣେସ-୫ରେ ଦୁର୍ଘଟଣା ଘଟି ୯ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ଯରେ ଜଣେ ଅଫିସର ଥିବା ବେଳେ, ୬ଜଣ ଠିକା କର୍ମଚାରୀ ଅଛନ୍ତି। ୮ ଜଣଙ୍କୁ ଇସ୍ପାତ୍ ଜେନେରାଲ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଛି। ଗ୍ୟାସ ଲିକରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ସମସ୍ତେ ବିପଦମୁକ୍ତ ଥିବା ଜଣାପଡିଛି। ରେଗୁଲାର ଚେକିଂ ହେଉନଥିବା ଅଭିଯୋଗ ହୋଇଥିବା ବେଳେ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି।

ଚାହୁଁ ଚାହୁଁ ଭାସିଗଲେ ଗୋଟିଏ ପରବାର ୭ ସଦସ୍ୟ

ନୂଆଦିଲ୍ଲୀ : କାଳ ହେଲା ଝରଣା ପାଣି । ଝରଣା ପାଣିରେ ମଜା କରୁକରୁ ଭାସିଗଲେ ଗୋଟିଏ ପରିବାରର ୭ଜଣ ସଦସ୍ୟ । ପ୍ରବାହିତ ଜଳ ମଧ୍ୟରେ ମଜା କରିବା ବିପଦକୁ ଡାକିଆଣିବା ସହ ସମାନ । ସୋମବାର ପୁଣେର ଲୋନାଭାଲା ସ୍ଥିତ ଜଳପ୍ରପାତରେ ଘଟିଛି ଏହି ଅଘଟଣ । ଝରଣାର ପ୍ରଖର ଜଳ ସ୍ରୋତରେ ମଜା କରିବାକୁ ଯାଇଥିବା ପରିବାରର ୭ଜଣ ସଦସ୍ୟଙ୍କୁ ଭସାଇ ନେଲା ପାଣି ।

ସୂଚନା ଅନୁଯାୟୀ ଦୁର୍ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ୨ଜଣ ଜୀବିତ ଉଦ୍ଧାର ହୋଇଛନ୍ତି । ଏବେ ବି ଆଉ ୨ଜଣ ଶିଶୁଙ୍କ ପତ୍ତା ମଳିନି । ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ । ଏବେ ସୋସିଆଲ ମିଡିଆରେ ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।