ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଭବନରେ ବିଜେପି ଯୁବ ମୋର୍ଚ୍ଚା ଗଣ୍ଡଗୋଳ କରିବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ। ବିଜେପି ଏଭଳି ହିଂସା ରାଜନୀତିରୁ ଦୂରେଇ ରହୁ ବୋଲି ପରାମର୍ଶ ଦେଇଛନ୍ତି ସୁର। କଂଗ୍ରେସ ୧୪୦ ବର୍ଷର ଦଳ । ସେ ଦଳ ପ୍ରତି ବିଜେପିର ଏପରି ଆଚରଣ ଶୋଭା ପାଉନି । ବିଜେପି ଆଉ ଥରେ ଯଦି ଏଭଳି କରେ, ତେବେ ବିଜେପି କାର୍ଯ୍ୟାଳୟରେ ପଶି ଆମେ ଯାହା କରିବୁ ସେଥିପାଇଁ ବିଜେପି ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି କହିଛନ୍ତି ସୁର ରାଉତରାୟ। ସେହିପରି ବିଜେପିର ଗୁଣ୍ଡାରାଜକୁ ନିନ୍ଦା କରିଛନ୍ତି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବ ରଞ୍ଜନ ମହାନ୍ତି। ସବୁ କିଛି ଓଡିଶାବାସୀ ଦେଖୁଛନ୍ତି । ଆଗାମୀ ଦିନରେ ଲୋକେ ଏପରି ହିଂସାର ଜବାବ ଦେବେ ବୋଲି କହିଛନ୍ତି ବିଶ୍ବରଞ୍ଜନ। ତିନି ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରାନଗଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛି। ସବୁ ଜିଲ୍ଲାର ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ଯୁବ ଓ ଛାତ୍ର କର୍ମକର୍ତ୍ତା। ଏପଟେ ଓଡ଼ିଶାରେ ଯାହା କେବେ ହୋଇନଥିଲା, ତାହା ହୋଇଛି। ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି। ବିଜେପି କର୍ମୀ ଅହଂକାରର ବଶବର୍ତ୍ତୀ ହୋଇ ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ଅପମାନିତ କରିଛନ୍ତି। ପୋଲିସ ବି ନିରବ ରହିଲା । ଏହା ଠିକ ନୁହେଁ ବୋଲି ଜୟଦେବ କହିଛନ୍ତି । କେବଳ କଂଗ୍ରେସ ଭବନରେ ନୁହେଁ, ବିଜେପି ନେତାମାନେ ପୁରା ରାଜ୍ୟରେ ଅଶାନ୍ତି ପରିବେଶ ସୃଷ୍ଟି କରୁଛନ୍ତି । ଅନ୍ୟଦଳର ଲୋକ ଓ ସଧାରଣ ଲୋକଙ୍କୁ ମାଡ଼ ପିଟ କରୁଛନ୍ତି । ଏହାର ଦୃଢ ପ୍ରତିବାଦ କରୁଛି କଂଗ୍ରେସ । ଆଗକୁ ବିଜେପି ଯଦି ଏଥିରୁ ନିବୃତ ରୁହେ, ତେବେ କଂଗ୍ରେସ ଆକ୍ସନ ମୁଡକୁ ଆସିବ ବୋଲି କହିଛନ୍ତି ରମେଶ ଜେନା। ସେହିପରି ବିଜେପି ଉପରେ ବର୍ଷିଛନ୍ତି ବିଧାୟକ ତାରା ପ୍ରସାଦ ବାହିନପତି l କ୍ଷମତାକୁ ଆସିବା ମାତ୍ର ବିଜେପି ରାଜ୍ୟରେ ଗଣତନ୍ତ୍ରର ହତ୍ୟା କରୁଛି। କଂଗ୍ରେସ ଭବନ ଆଗରେ ଯେଉଁ ବିଜେପି କର୍ମୀମାନେ ଗଣ୍ଡଗୋଳ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ । ନହେଲେ ୨୦ହଜାର କଂଗ୍ରେସ କର୍ମୀ ବିଜେପି ଅଫିସରେ ପଶିବେ । ଏବେ ଲଢେଇ ଜୋରଦାର ହେବ ବୋଲି ତାରା ୱାର୍ଣ୍ଣିଂ ଦେଇଛନ୍ତି ।
ରାଜ୍ଯସଭାରେ ମୋଦିଙ୍କ ଭାଷଣ, ବିରୋଧୀଙ୍କୁ କଡ଼ା ଭାଷାରେ କଲେ ସମାଲୋଚନା
ନନ୍ଦିଘୋଷ ବ୍ୟୁରୋ: ଲୋକସଭା ପରେ ରାଜ୍ଯସଭାରେ ମଧ୍ଯ ବିରୋଧୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି। ଦେଶବାସୀଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି, ଜନତାଙ୍କ ବୁଦ୍ଧି ଜ୍ଞାନକୁ ନେଇ ଆମେ ଗର୍ବିତ। କାରଣ ବିରୋଧୀଙ୍କ ପ୍ରୋପାଗାଣ୍ଡାକୁ ଲୋକେ ବିଶ୍ଵାସ ନ କରି ସରକାରଙ୍କ କାମକୁ ଗୁରୁତ୍ବ ଦେଇଛନ୍ତି। ମିଛର ରାଜନୀତିକୁ ପ୍ରତ୍ଯାଖ୍ଯାନ କରି ଭରସାର ରାଜନୀତି ଉପରେ ମୋହର ମାରିଛନ୍ତି ଲୋକେ। ମୋଦି କହିଛନ୍ତି, ଆସନ୍ତା ୫ ବର୍ଷରେ ସମସ୍ତଙ୍କୁ ମୌଳିକ ସୁବିଧା ମିଳିବ। ୫ ବର୍ଷରେ ଗରିବୀ ସଂପୂର୍ଣ୍ଣ ଦୂର କରାଯିବ। ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ହେବା ପରେ ସାରା ଦେଶର ଲୋକେ ଏହାର ଫାଇଦା ପାଇବେ ବୋଲି କହିଛନ୍ତି ମୋଦି। ତେବେ ଗୃହରେ ମଲ୍ଲିକାର୍ଜୁନଙ୍କୁ କହିବାର ସୁଯୋଗ ଦିଆନଯିବାରୁ ସ୍ଲୋଗାନ ଦେଇଥିଲେ ବିରୋଧୀ। ପରେ ସମସ୍ତେ କକ୍ଷତ୍ଯାଗ କରିଥିଲେ। ଏହାକୁ ନେଇ ମୋଦି କଟାକ୍ଷ କରିଛନ୍ତି, ସତ ଶୁଣିନପାରି ବିରୋଧୀ ପଳାୟନପନ୍ଥୀ ହୋଇଛନ୍ତି। ସେପଟେ ବିରୋଧୀ ଦଳ କହିଛନ୍ତି, ଲୋକଙ୍କୁ ଭ୍ରମିତ କରିବା, ମିଛ କହିବା ହେଉଛି ସେମାନଙ୍କ ଅଭ୍ଯାସ । ସମ୍ବିଧାନକୁ ଆଗରୁ ସେମାନେ ବିରୋଧ କରୁଥିଲେ, ଏହା ଆମେ କହିବାକୁ ଚାହୁଁଥିଲୁ। ଆମକୁ କହିବାକୁ ସୁଯୋଗ ଦିଆଯାଇନଥିବାରୁ ଏହାକୁ ନିନ୍ଦା କରାଯାଇଥିବା ଖଡ଼ଗେ କହିଛନ୍ତି।
ବିଶାକ୍ତ ଛତୁ ଖାଇ ୫ ଗୁରୁତର
ନନ୍ଦିଘୋଷ ବ୍ୟୁରୋ: ବିଶାକ୍ତ ଛତୁ ଖାଇ ୫ ଗୁରୁତର। ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବାବେଗୁଡା ଗାଁରେ। ଗତକାଲି ବିଲରେ ଫୁଟିଥିବା ଛତୁକୁ ଘରକୁ ଆଣି ଖାଇଥିଲେ। ପରେ ସେମାନଙ୍କର ଝାଡା,ବାନ୍ତି ହୋଇ ଗୁରୁତର ହୋଇଥିଲେ। ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ୩ ଜଣ ପୁରୁଷ ଥିଲେ। ସମସ୍ତଙ୍କ ଗୁରୁତରଙ୍କୁ ଧର୍ମଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପରେ ସମସ୍ତ ସୁସ୍ଥ ଥିବା ଜଣାପଡିଛି।
ମୋ ବସ ହେବ ଇଲେକ୍ଟ୍ରିକ ବସ୍
ନନ୍ଦିଘୋଷ ବ୍ୟୁରୋ: ଆଗାମୀ ଦିନରେ ସବୁ ମୋ ବସ ଗୁଡିକ ଇଲେକ୍ଟ୍ରିକ ବସ ହେବ । ଏବେ ୪ଶହରୁ ଅଧିକ ଡିଜେଲ ଚାଳିତ ବସ ଚାଲୁଛି । ମୋ ବସ ଯାତ୍ରୀଙ୍କ ପାଇଁ ଉନ୍ନତ ମାନର ଅନଲାଇନ ପେମେଣ୍ଟ ସିଷ୍ଟମ ଉପରେ ଧ୍ୟାନ ଦିଆଯିବ। ୫ ବର୍ଷ ହେଲା ମୋ ବସ ଭଲ ପ୍ରଦର୍ଶନ କରୁଛି । ଏବେ ୪୬୩ ବସ ଚାଲୁଛି । ତା ମଧ୍ୟରୁ ୬୩ଟି ଇ-ବସ ରହିଛି । ଆଗକୁ ସବୁଗୁଡିକ ଇ-ବସ ଚାଲିବ । ଭୁବନେଶ୍ୱରରେ ଶହେ, କଟକରେ ଶହେ, ସମ୍ବଲପୁରରେ ୫୦ ଓ ରାଉରକେଲାରେ ଶହେ ଇ-ବସ ଚାଲିବା ନେଇ ଯୋଜନା ହେଉଛି । ଇ-ବସ ଡିପୋକୁ ଅଧିକ ଉନ୍ନତ କରାଯିବ । ଉନ୍ନତ ଜ୍ଞାନ କୌଶଳ ବ୍ୟବହାର ହେବ । ସୁରକ୍ଷା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି CRUTର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା । ୨୦୧୮ରୁ ଏହି ସେବା ଆରମ୍ଭ ହୋଇଥିଲା । ଆମେରିକାରୁ ପୁରସ୍କାର ପାଇଛି । ଲୋକଙ୍କ ଯାତ୍ରା ଓ ସେବା ପାଇଁ ଆଉ କଣ କରାଯାଇପାରିବ ସେ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା ହେବ। ବସ ଡିପୋରେ ସୋଲାର ବିଦ୍ୟୁତ କରଣ ହୋଇଛି । ଲୋକଙ୍କ ପାଇଁ ଡିଜିଟାଲ କାର୍ଡ କରାଯାଇଛି। ବସ ଯେଉଁ ପ୍ରକାର ଭିଡ଼ ହେଉଛି, ଲୋକଙ୍କୁ ଟିକେ ଅସୁବିଧା ହେଉଛି। ଆଗାମୀ ତିନିରୁ ରୁ ୬ ମାସ ଭିତରେ ନୁଆ ବସ ଆସିବା ଦ୍ୱାରା ଭିଡ଼ କମିବ। ଚୋରି ଓ ପକେଟ ମାର ଉପରେ ରୋକ ଲାଗାଯିବ। ଯେଉଁ ମାନେ ଜିନିଷ ଛାଡି ଦେଉଛନ୍ତି , ସେମାନଙ୍କୁ ଫେରାଇ ଦିଆ ଯାଉଛି ବୋଲି CRUTର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ।
ବାବାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଧକ୍କାରୁ ଆରମ୍ଭ ହୋଇଥିଲା ଦଳଚକଟା
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ହାଥରସ ଫୁଲରଇ ଗାଁରେ ସତସଙ୍ଗ ସମୟରେ ଘଟିଥିବା ଅଘଟଣ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କେଉଁ କାରଣରୁ ଏତେବଡ଼ ଅଘଟଣ ଘଟିଲା ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ତଦନ୍ତ ଆରମ୍ଭ ହୋଇଛି । ଏସଡିଏମ ଏକ ରିପୋର୍ଟ ଡିଏମଙ୍କ ନିକଟରେ ଦାଖଲ କରିଛନ୍ତି । ଯେଉଁଥିରେ ଜଣା ପଡ଼ିଛି କି, ବାବାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ପ୍ରଥମେ ଶ୍ରଦ୍ଧାଳୁଙ୍କୁ ଧକ୍କା ମାରିଥିଲେ । ଏହାପରେ ଏଭଳି ଏକ ବଡ଼ ଅଘଟଣ ଘଟିଛି । ତେବେ ଶ୍ରଦ୍ଧାଳୁମାନେ ବାବାଙ୍କ ପାଖକୁ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି । ଷ୍ଟାମ୍ପେଡ କାରଣରୁ ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ତେବେ କହି ରଖୁଛୁ କି, ୨ ତାରିଖ ମଙ୍ଗଳବାର ୧୨.୩୦ରେ ବାବା ଭୋଲେଙ୍କ ସତସଙ୍ଗ କାର୍ଯ୍ୟକ୍ରମ ରହିଥିଲା । ତାଙ୍କ କାର୍ଯ୍ୟକ୍ରମ ଏକ ଘଣ୍ଟାର ରହିଥିଲା । ୮୦ ହଜାର ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ତେବେ ଅଢ଼େଇ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ପ୍ରଶାସନ ଏବଂ ଆୟୋଜକ ଏହାକୁ କଣ୍ଟ୍ରୋଲ କରିପାରିନଥିଲେ । ତେବେ ବାବା ପ୍ରବଚନ ଦେଇ ଯେତେବେଳେ ୧.୪୦ରେ ଷ୍ଟେଜରୁ ଓହ୍ଲାଇଲେ ଲୋକେ ତାଙ୍କ ପାଖକୁ ଯିବାକୁ ଲାଗିଲେ । ପ୍ରବଳ ଭିଡ଼ ଭିତରେ ଲୋକେ ବାବାଙ୍କ ନିକଟତର ହେଉଥିବାବେଳେ ସୁରକ୍ଷା କର୍ମୀ ଲୋକଙ୍କୁ ଠେଲାପେଲା କରିଥିଲେ । ଏହାପରେ ଦଳ ଚକଟା ଆରମ୍ଭ ହୋଇଥିଲା । ଲୋକେ ବିଲପଟେ ଦୌଡ଼ିବାକୁ ଲାଗିଥିବାବେଳେ କାଦୁଅ ହୋଇଥିବା କାରଣରୁ ଫସି ଯାଇଯାଇଥିଲେ । ତଳେ ପଡ଼ିଥିବା ଲୋକଙ୍କୁ ଦଳିଚକଟି ଚାଲିଯାଇଥିଲେ । ଯେଉଁଥିରେ ମହିଳା ଏବଂ ଶିଶୁମାନେ ବିଶେଷଭାବେ ମୃତ୍ୟୁର ସମ୍ମୁଖୀନ ହୋଇଛନ୍ତି ।
ହାଥରସ ଅଘଟଣ, ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି
ନନ୍ଦିଘୋଷ ବ୍ୟୁରୋ: ସତସଙ୍ଗ ପାଲଟିଲା ଶ୍ମଶାନ। ହସଖୁସିର ମୁହୂର୍ତ୍ତରେ ଘୋଟିଗଲା କଳାବାଦଲ। ସତସଙ୍ଗ ଉତ୍ସବରେ ନାଚିଲା ମୃତ୍ଯୁର ତାଣ୍ଡବ। ଉତ୍ତରପ୍ରଦେଶ ହାଥରସ ରତିଭାନପୁରରେ ସତସଙ୍ଗ ଚାଲିଥିବା ବେଳେ, ଦଳାଚକଟାରେ ପ୍ରାଣ ହରାଇଛନ୍ତି ୧୨୧ ଜଣ। ଏଥିସହ ଶତାଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଅଘଟଣ ପରେ ଆରମ୍ଭ ହୋଇଛି ଦଳାଚକଟାର ତଦନ୍ତ। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତକଙ୍କ ମଧ୍ଯରେ ରହିଛନ୍ତି କେତେକ ଶିଶୁ ଓ ମହିଳା। ଏବେ ବି ଏଣେ ତେଣେ ପଡିଛି ମୃତଦେହ। ସ୍ଥାନୀୟ ଜଣେ ଗୁରୁ ଭୋଲେ ବାବା ନାରାୟଣ ସାକର ହରିଙ୍କ ଏହି ଉତ୍ସବ ପାଳନ ହେଉଥିବା ବେଳେ ଅଘଟଣ ଘଟିଥିଲା। ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି। ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ। ମୃତବ୍ଯକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ବ୍ଯକ୍ତିଙ୍କ ପରିବାରକୁ ୫୦ ହଜାର ଲେଖାଏ ଟଙ୍କା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ହାଥରସ ଅଘଟଣରେ ଜାରି ହୋଇଛି ହେଲ୍ପଲାଇ ନମ୍ବର- 05722227041 ଓ 05722227042।
ହାଥରସ ଅଘଟଣର ପୁରା କାହାଣୀ, ଜାଣନ୍ତୁ କେମିତି ଏବଂ କାହିଁକି ଘଟିଲା ଏତେ ବଡ଼ ବିଭ୍ରାଟ
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ ସତସଙ୍ଗବେଳେ ଅଘଟଣ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମୟକ୍ରମେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶେଷ ଖବର ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ ୧୫ ଜଣରୁ ଅଧିକ ଜଣ ଗୁରୁତରଭାବେ ଆହତ ମଧ୍ୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏଠାରେ ସତସଙ୍ଗ ପାଇଁ କିଏ ଅନୁମତି ଦେଲା ? ଏତେ ସଂଖ୍ୟକ ଲୋକଙ୍କ ସମାଗମ ହେଉଥିବାବେଳେ ପ୍ରଶାସନ ପକ୍ଷରୁ କାହିଁକି କୌଣସି ବ୍ୟବସ୍ଥା ହୋଇନଥିଲା ଏହାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ବାବା ଭାଲେଙ୍କ ନାମରେ କୌଣସି ମାମଲା ରୁଜୁ ହୋଇନାହିଁ । ଯାହାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା ତାଙ୍କ ନାମରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ କଥା ।
୨ ଜୁଲାଇରେ ହାଥରସରେ ଜଗତଗୁରୁ ସାକାର ବିଶ୍ବହରି ଭାଲେ ବାବାଙ୍କ ସତସଙ୍ଗ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବ ରହିଥିଲା । ଏହି ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୮୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆୟୋଜକମାନେ କହିଥିଲେ । ଏହି ହିସାବରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ମାତ୍ର ରାଜ୍ୟର କୋଣ ଅନୁକୋଣରୁ ପାଖାପାଖି ଅଢ଼େଇ ଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା । ବାବାଙ୍କ ପ୍ରବଚନ ପରେ ସେ କାରରେ ବସି ଚାଲିଯାଇଥିଲେ । ଏହାପରେ ଶ୍ରଦ୍ଧାଳୁମାନେ ସେ ଆସିଥିବା ରାସ୍ତାରୁ ଧୂଳି ଆଣି ମୁଣ୍ଡରେ ମାରିବାକୁ ଲାଗିଥିଲେ । ଏହାପରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇ ଧୂଳି ମୁଣ୍ଡରେ ମାରୁଥିବାବେଳେ ଆୟୋଜକ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରିଥିଲେ । ମାତ୍ର ଏତେ ମାତ୍ରାରେ ଷ୍ଟାମ୍ପେଡ ହୋଇଥିଲା କି ଲୋକେ କଷ୍ଟରେ ବାହାରିବାକୁ ଲାଗିଥିଲେ । କାଦୁଅଭରା ବିଲ ଦେଇ ଦେଇ ଲୋକେ ଯିବାକୁ ଲାଗିଥିଲେ । ନିଜ ନିଜର ଜୀବନ ବଞ୍ଚାଇ ଗହଳିରେ ଯିବାକୁ ଲାଗିଥିବାବେଳେ ଦଳ ଚକଟାରେ ଶିଶୁ ଏବଂ ମହିଳାଙ୍କ ଜୀବନ ଚାଲି ଯାଇଛି । ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ଦଳା ଚକଟା ମଧ୍ୟରେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।
ରାଜ୍ୟରେ ଦରଦାମ ନିୟନ୍ତ୍ରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅତିଷ୍ଠ କଲାଣି ଦରଦାମ। ଆକାଶଛୁଆଁ ହେଲାଣି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଭାଙ୍ଗିଗଲାଣି ଗରିବ, ମଧ୍ୟବିତ୍ତ ଲୋକଙ୍କ ଅଣ୍ଟା। ଡାଲି, ଚାଉଳ, ପନିପରିବା ଦର ଆକାଶଛୁଆଁ। ହେଲେ ଦରଦାମ ନିୟନ୍ତ୍ରଣ ନେଇ ଦାୟିତ୍ୱହୀନ ମନ୍ତବ୍ୟ ଦେଉନ୍ତି ମନ୍ତ୍ରୀ। ଦରଦାମ ନିୟନ୍ତ୍ରଣରେ ଅସହାୟତା ପ୍ରକାଶ କରୁଛନ୍ତି ସରକାର। ଦରଦାମ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ କଡ଼ା ସମାଲୋଚନା କରିଛି ବିଜେଡି। ଯଦି ସରକାର ଦର ନିୟନ୍ତ୍ରଣ ନକରନ୍ତି, ତେବେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଦରବୃଦ୍ଧି ନିୟନ୍ତ୍ରଣ ନକଲେ ଆନ୍ଦୋଳନ କରିବ ବିଜେଡି। ଅସାଧୁ ବେପାରୀଙ୍କ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିଚାଲିଛି। ବେଆଇନ ଭାବେ ସାମଗ୍ରୀ ଗଚ୍ଛିତ ରଖୁଥିବାରୁ ଦରଦାମ ବୃଦ୍ବଧି ପାଉଛି। ବଳକା ଚାଉଳ ରାଜ୍ୟରେ ଚାଉଳ ଦରକୁ ଆଖି ପାଉନି।
ଦରବୃଦ୍ଧି ପ୍ରଭାବ ପିଲାଙ୍କ ମଧ୍ୟାହ୍ନ ଭୋଜନ ଉପରେ ପଡ଼ୁଛି ବୋଲି କହିଛି ବିଜେଡି। ଏଭଳି ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛି ବିଜେଡି। ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ ଛୋଟ ଇଞ୍ଜିନ ସରକାର ବଡ଼ ଇଞ୍ଜିନର ସହାୟତା ମାଗନ୍ତୁ ବୋଲି କହିଛି ବିଜେଡି। ଦରଦାମ ବୃଦ୍ଧିରୁ ଜଣାପଡ଼ୁଛି ଯେ ବିଜେପି କି ରାଜ୍ୟବାସୀଙ୍କୁ କି ସୁଶାସନ ଦେବ। ସରକାରଙ୍କୁ ପରାମର୍ଶ ସହ ଚେତାବନୀ ଦେଇଛି ବିଜେଡି।
ଗୁରୁକୂଳ ଆଶ୍ରମରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ
ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କ। ଗୁରୁକୂଳ ଆଶ୍ରମରେ ଛାତ୍ରଙ୍କୁ ଦିଆଯାଉଛି ଯୌନ ନିର୍ଯାତନା।ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ମଉନି ମଠ ଛକ ନିକଟ ଯୁଗା ଜ୍ୟୋତି ଗୁରୁକୂଳ ବେଦ ପାଠଶାଳା ଆଶ୍ରମରେ ନାବାଳକ ଛାତ୍ରଙ୍କୁ ବେଦ ଜ୍ଞାନ ଶିକ୍ଷା ବଦଳରେ ଦିଆଯାଉଛି ଯୌନ ନିର୍ଯାତନା। ଗୁରୁକୂଳ ଗୁରିଜୀ ଦୁର୍ଗା ପ୍ରସାଦ ତ୍ରୀପାଠିଙ୍କ ନାଁରେ ଅଭିଯୋଗ କରିଛନ୍ତି ଛାତ୍ର। ଗୁରୁଜୀଙ୍କ ଅତ୍ୟାଚାର ଶୀକାର ହୋଇଛନ୍ତି ଗୁରୁକୂଳର ପ୍ରାୟ ସମସ୍ତ ଛାତ୍ର। ଛାତ୍ର ମାନଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରୁଥିଲେ ଗୁରୁଜୀ। ଛାତ୍ର ମାନେ ବିରୋଧ କଲେ ପରୀକ୍ଷାରେ ଫେଲ କରିଦେବାର ଦେଉଥିଲେ ଧମକ। ଗୁରିଜୀଙ୍କ ନାଁରେ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଅଭିଭାବକ। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଶିକ୍ଷକକୁ ଥାନା ରେ ଅଟକ ରଖି ପଚରା ଉଚରା ଜାରୀ ରଖିଛି।
ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ବାପାକୁ ମାରିଲା ପୁଅ
ଭୁବନେଶ୍ବର: ରାଜଧାନୀରେ ମର୍ଡର । ବାପାକୁ ମାରିଲା ପୁଅ । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା। ରଙ୍ଗମାଟିଆ DHPL ଆପାର୍ଟମେଣ୍ଟରେ ହତ୍ୟାକାଣ୍ଡ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକଙ୍କ ନାଁ ସୁନୀଲ ଚୌଧୁରୀ । ସେ ନାଲକୋର ଅବସରପ୍ରାପ୍ତ କର୍ମଚାରୀ । ଅଭିଯୁକ୍ତର ନାଁ ଅନିରୁଦ୍ଧ ଚୌଧୁରୀ । ସେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ କାମ କରନ୍ତି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଛି ।

