spot_img
Home Blog Page 1704

ଆସ୍ଥା ଭୋଟରେ ବିଜୟୀ ହେଲେ ଝାଡ଼ଖଣ୍ଡର ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ଝାଡ଼ଖଣ୍ଡର ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କୁ ୪୫ ବିଧାୟକଙ୍କ ସମର୍ଥନ ମିଳିଛି।  ୮୧ ଆସନ ବିଶିଷ୍ଟ ବିଧାନସଭାରେ ଏବେ ୭୬ ଜଣ ବିଧାୟକ ଅଛନ୍ତି। କାରଣ କିଛି  ବିଧାୟକ ସାଂସଦ ଭାବେ ନିର୍ବାଚିତ ହୋଇଥିବାରୁ ମ୍ଯାଜିକ ନମ୍ବର ୩୯ କୁ ଖସି ଆସିଛି। ସରକାରୀ ମେଣ୍ଟରେ ଜେଏମଏମ୍ ର ୨୭, କଂଗ୍ରେସର ୧୭ ଓ ଆରଜେଡିର ଜଣେ ବିଧାୟକ ଅଛନ୍ତି। ବିଜେପିର ୩୦ ଜଣ ବିଧାୟକ ଅଛନ୍ତି।  ସାଧାରଣ ନିର୍ବାଚନର ଜାନୁଆରି ୩୧ରେ ଠିକ୍ ଆଗରୁ ଏକ ଜମି ଦୁର୍ନୀତିରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି। ତେଣୁ ସେ ଇସ୍ତଫା ଦେବାକୁ ବାଧ୍ଯ ହୋଇଥିଲେ। ସୋରେନ ପରିବାର ବିଶ୍ବସ୍ତ ଚମ୍ପେଇ ସୋରେନଙ୍କୁ ମୁଖ୍ଯମନ୍ତ୍ରୀ କରାଯାଇଥିଲା। ନିର୍ବାଚନ ସରିବା ପରେ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ଦେବାରୁ ଜୁନ୍ ୨୮ ରେ ହେମନ୍ତ ସୋରେନ ଜେଲରୁ ମୁକୁଳିଥିଲେ। ଜମି କାରବାରରେ ତାଙ୍କର ସିଧାସଳଖ ସଂପୃକ୍ତି ନାହିଁ ବୋଲି କହିଥିଲେ ହାଇକୋର୍ଟ। ଏହା ପରେ ଜୁଲାଇ ୪ ରେ ପୁଣି ମୁଖ୍ଯମନ୍ତ୍ରୀ ପଦକୁ ଫେରିଥିଲେ ହେମନ୍ତ ସୋରେନ। କିଛି ଦିନ ପରେ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିପାରନ୍ତି ହେମନ୍ତ ସୋରେନ।

ଟିମ ଇଣ୍ଡିଆ ପାଇଁ ୧୨୫ କୋଟି ଘୋଷଣା କରିଛି ବିସିସିଆଇ, ଜାଣନ୍ତୁ କାହାକୁ ମିଳିବ କେତେ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଓ୍ବେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଟି-୨୦ ବିଶ୍ବକପରେ ଚାମ୍ପିୟନ ହୋଇ ଦୀର୍ଘବର୍ଷ ପରେ ଆଇସିସି ଟ୍ରଫି ହାତେଇବାରେ ସଫଳ ହୋଇଛି ଭାରତ । ଦ୍ବିତୀୟଥର ପାଇଁ ଟି-୨୦ ବିଶ୍ବକପ ହାତେଇଥିବା ଟିମ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ । ତେବେ ଏହି ରାଶିରୁ କାହା ଭାଗରେ କେତେ ପଡ଼ିବ ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିବାବେଳେ ଆସନ୍ତୁ ଜାଣିବା କେମିତି ଦିଆଯାଏ ଏହି ଟଙ୍କା ଏବଂ କାହାକୁ ମିଳିବ କେତେ ରାଶି ।

ଟି-୨୦ ବିଶ୍ବକପ ଖେଳିବା ପାଇଁ ଯାଇଥିବା ୧୫ ଜଣ ଖେଳାଳିଙ୍କୁ ୫ କୋଟି ଟଙ୍କା ଲେଖାଏଁ ଦେବାକୁ ବିସିସିଆଇ ପକ୍ଷରୁ କୁହାଯାଇଛି । ତେବେ ଏହି ୧୫ ଜଣ ଖେଳାଳିଙ୍କ ମଧ୍ୟରୁ ୩ ଜଣ ଖେଳାଳି ଗୋଟିଏ ମଧ୍ୟ ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ । ଏମାନେ ହେଲେ ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ ଏବଂ ଜଶସ୍ବୀ ଜୟସ୍ବାଲ । ସେପଟେ ରିଜର୍ଭ ପ୍ଲେୟାର ଭାବେ ଯାଇଥିବା ୪ ଜଣ ଖେଳାଳି ରିଙ୍କୁ ସିଂ, ଆଭେଶ ଖାନ, ଖଲିଲ ଅହମ୍ମଦ ଏବଂ ଶୁଭମନ ଗିଲଙ୍କୁ ଏକ କୋଟି ଟଙ୍କା ଲେଖାଏଁ ଦେବାକୁ ସ୍ଥିର କରାଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସେପଟେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ୨.୫ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ । ରାହୁଲ ଦ୍ରାବିଡ଼ଙ୍କ ସହ ଅନ୍ୟ କୋଚିଂ ଷ୍ଟାଫଙ୍କୁ ମଧ୍ୟ ୨.୫ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହାସହ ବ୍ୟାକରୁମ କର୍ମଚାରୀଙ୍କୁ ୨ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଟିମ ଇଣ୍ଡିଆର ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫଙ୍କୁ ମିଶାଇ ୩୬ ରହିଛନ୍ତି । ଏହି ୩୬ ଜଣଙ୍କ ମଧ୍ୟରେ ୧୨୫ କୋଟି ଟଙ୍କା ପ୍ରଦାନ କରାଯିବ ।

 

 

ଶରଧା ବାଲିରେ ଲାଗିଲା ତିନି ରଥ

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଗୁଣ୍ଡିଚା ଆଗରେ ଶ୍ରୀଜିଉଙ୍କ ତିନିରଥ । ଦୁଇଦିନର ଯାତ୍ରା ପରେ ଜନ୍ମପୀଠରେ ପହଞ୍ଚଞ୍ଚିଛନ୍ତି ଚୁତୁର୍ଦ୍ଧା ମୂରତି । ବଡଦାଣ୍ଡର ଜନସମୁଦ୍ର ପାର କରି ଶରଧାବାଲିରେ ଏବେ ରଥ ଉପରୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଦାମୂରତୀ । ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ, ହରିବୋଲି ଧ୍ୱନୀରେ କମ୍ପୁଛି ମହାପ୍ରଭୁଙ୍କ ଜନ୍ମସ୍ଥାନ । ଆସନ୍ତା କାଲି ଆଡପବେଦୀକୁ ବିଜେ କରିବେ ତିନି ଠାକୁର । ସେଠାରେ ନଅ ଦିନ ରହି ଗୁଣ୍ଡିଚା ରାଣୀଙ୍କ ଶ୍ରଦ୍ଧା ଗ୍ରହଣ କରି ମାନବୀୟ ଲୀଳା କରିବେ । ପୁଣି ୯ ଦିନ ପରେ ଫେରିଯିବେ ନିଜ କର୍ମସ୍ଥାନ ଶ୍ରୀମନ୍ଦିରକୁ । ତେବେ ଗୁଣ୍ଡିଚା ମନ୍ଦିର ଅଗାରେ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଧାଡିରେ ମହା ପ୍ରଭୁଙ୍କ ଦର୍ଶନ ପାଇଁ ଛାଡୁଛନ୍ତି ପୋଲିସ ।

ସରକାରୀ ଜମିରୁ ହଟିବ ବେଆଇନ ଦଖଲ

ନନ୍ଦିଘୋଷ ବ୍ୟୁରୋ: ସରକାରୀ ଜମିରୁ ହଟିବ ବେଆଇନ ଦଖଲ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବେଆଇନ ଜବରଦଖଲ ହଟାଇବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଜମି ଗୁଡିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବର ଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲକୁ ତୁରନ୍ତ ହଟାଯିବା ଆବଶ୍ୟକ। ପ୍ରଚଳିତ ନିୟମ ଅନୁଯାୟୀ, ଜବର ଦଖଲ ହଟିବା ପରେ ଏହାକୁ ବାଡ଼ ବସାଇ ଓ ଏଥିରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବ ବିଜେଡି ମିଡିଆ ସେଲ୍‌

ଭୁବନେଶ୍ବର: ବିଜେଡି ସମୟ ସହ ନୂଆ ରୂପ ଓ ନୂଆ ଲୋକଙ୍କ ସହ ଆଗକୁ ବଢ଼େ । ସାଂଗଠନିକ ସ୍ତରରେ ପରିବର୍ତ୍ତନ ହୁଏ, ଗତକାଲି ଵି ହୋଇଛି । ଆଗକୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ କାର୍ଯ୍ୟକ୍ରମ ଓ ଦଳକୁ ଆଗକୁ ନେବା ପାଇଁ ବିରୋଧୀ ଦଳ ଭାବେ କଣ ନୂଆ ଆଭିମୁଖ୍ୟ ରହି ପାରିବ । ନବୀନ ବାବୁଙ୍କ ନିର୍ଦେଶରେ କାମ କରିବୁ ଓ ସମୟ ସମୟରେ ଭୂମିକା ବଦଳି ପାରେ ବୋଲି କହିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର ।

ବିଜେଡି ପ୍ରେସମିଟ୍‌ କରି ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛି  । ମିଡ଼ିଆ ସେଲ ଗଠନ ହୋଇଛି । ବିଗତ ଦିନରେ ଵି ମିଡ଼ିଆ ସେଲ ଭଲ ଭାବେ କାମ କରିଛି । ଏବେର ମିଡ଼ିଆ ସେଲ ଜରିଆରେ ଦଳକୁ ଆହୁରି କ୍ରିୟାଶୀଳ କରିବାରେ ଉଦ୍ୟମ ରହିବ । ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବୁ, ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବୁ ବୋଲି ବିଜେଡି ପ୍ରେସମିଟରେ କହିଛି  ।

ସେହିପରି ଖୁବଶୀଘ୍ର ନୂଆ ଷ୍ଟେଟ କମିଟି ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ବିଜେଡି ନେତା ତଥା ରାଜ୍ୟ ମୁଖ୍ୟ ମିଡ଼ିଆ ସଂଯୋଜକ ପ୍ରତାପ ଜେନା କହିଛନ୍ତି  । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଭଲ ପାଆନ୍ତି । ଆଗାମୀ ଦିନରେ ଚେଷ୍ଟା କରିବୁ ଭଲ ଭାବେ କାମ କରିବୁ । ଭଲ କାମକୁ ତର୍ଜମା କରିବୁ । ସହଯୋଗ ଜାରି ରଖିବାକୁ ରାଜ୍ୟବାସୀଙ୍କୁ ନିବେଦନ କଲେ ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ।

ପ୍ୟାରିସ ଅଲମ୍ପିକସରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ଦୁଇ ଖେଳାଳୀଙ୍କୁ ୧୫ ଲକ୍ଷ ଘୋଷଣା

ଭୁବନେଶ୍ବର: ଆଗାମୀ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା  କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ।

ଏହା ସେମାନଙ୍କୁ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିବା ନିମନ୍ତେ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

‘କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଥିବା କିଶୋର ଏବଂ ରୋହିଦାସ କେବଳ ନିଜର ଜନ୍ମମାଟି ନୁହେଁ ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି କହିବା ସହିତ ଓଡ଼ିଶାବାସୀଙ୍କ ତରଫରୁ ମୁଁ ଉଭୟଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି’ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ପ୍ୟାରିସ୍‌ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଜାଭେଲିନ୍‌ ଥ୍ରୋ ରେ କିଶୋର ଜେନା ଏବଂ ହକି ତାରକା ଅମିତ ରୋହିଦାସଙ୍କୁ ଉତ୍ସାହିତ କରିବା ପାଇଁ ଏହି ଆର୍ଥିକ ସହାୟତା ଏକ ପ୍ରୟାସ ମାତ୍ର ।

ଉଭୟଙ୍କ ସାମର୍ଥ୍ୟ ଉପରେ ଓଡ଼ିଶାବାସୀଙ୍କ ପୂର୍ଣ୍ଣ ବିଶ୍ୱାସ ରହିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠତମ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶିତ କରି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଓଡ଼ିଶାରେ କ୍ରୀଡ଼ା ପ୍ରତିଭାମାନଙ୍କର ଅଭାବ ନାହିଁ । ରାଜ୍ୟର କୋଣ ଅନୁକୋଣର ଏହି ପ୍ରତିଭାମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ତୃଣମୂଳ ସ୍ତରରେ ଆବଶ୍ୟକ ଭିତ୍ତିଭୂମି, ଆର୍ଥିକ ସହାୟତା ଏବଂ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଫ୍ରିକାରୁ ଆମେରିକା ସବୁଠି ଶୁଭୁଛି ଜୟ ଜଗନ୍ନାଥ

0

ନନ୍ଦିଘୋଷ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଝୁମୁଛନ୍ତି ବିଶ୍ବବାସୀ  । ନବଦିନାତ୍ମକ ଯାତ୍ରାରେ କଳା ଠାକୁର । ଭାଇ ଭଉଣୀଙ୍କୁ ସାଥୀରେ ନେଇ ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ  । ବିଶ୍ବପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି  । ପୁରୀ ବ୍ୟତୀତ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଥଯାତ୍ରା  । କେବଳ ରାଜ୍ୟ କି ଦେଶ ନୁହେଁ ଦେଶ ବାହାରେ ବି ରଥଯାତ୍ରା ଦେଖିବାକୁ ମିଳିଛି  ।

କାନାଡାର କାଲଗାରି ସିଟିରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ନେଇ ଜାକଜକମରେ ପାଳିତ ହୋଇଛି ରଥଯାତ୍ରା । ସହରର ବିଭିନ୍ନ ପ୍ରାନ୍ତରୁ ଓଡ଼ିଆ ମାନେ ରଥଯାତ୍ରା ଯୋଗଦେଇ ମହାପ୍ରଭୁଙ୍କ ରଥ ଟାଣିଥିଲେ ।

ବିଶ୍ଵର ପ୍ରତ୍ୟକ କୋଣ ଅନୁକୋଣରେ ୨୦୨୪ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ସାତ ଦରିଆପାରି ସୁଦୂର ଆମେରିକାର ଜର୍ଜିଆ ସ୍ଥିତ ଆଲଫାରେଟା ସହରରେ ପ୍ରବାସୀ ଓଡିଆ ଭାଇ ଭଉଣୀ ମାନେ ପବିତ୍ର ରଥଯାତ୍ରା ପାଳିଛନ୍ତି  । ଭକ୍ତଙ୍କ ଗହଣରେ ଅତି ଆନନ୍ଦ ଉଲ୍ଲାସ ସହିତ ପାଳନ କରିଛନ୍ତି ରଥଯାତ୍ରା । ଏହି ଅବସର ରେ ଓଡିଆ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ପାଈଁ ବାର୍ଷିକ ଓଡିଆ ପତ୍ରିକା ନନ୍ଦିଘୋଷର ତୃତୀୟ ସଂସ୍କରଣ ଉନ୍ମୋଚିତ କରାଯାଇଥିଲା ।

ଏହା ସହିତ ମହା ପ୍ରସାଦ ସେବନ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା। ହଜାର ହଜାର ଭକ୍ତ ଏଇ ଅବସରରେ ଯୋଗ ଦେଇ ରଥାରୂଢ ଚତୁର୍ଦ୍ଧା ମୂର୍ତିଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ପୁରୀ ବେଳାଭୂମିରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ: ସ୍ବର୍ଣ୍ଣିମ ବେଳାଭୂମିର ମଜା ନେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ଆଜି ସକାଳୁ ରାଷ୍ଟ୍ରପତିଙ୍କୁ ପୁରୀ ବେଳାଭୂମିରେ ପ୍ରାତଃଭ୍ରମଣ କରୁଥିବା ଦେଖିବାକୁ ମିଳିଛି  । ମହାମହିମ ରାଷ୍ଟ୍ରପତି ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି।

ସେ ବେଳାଭୂମିର ପବନ, ସମୁଦ୍ରର ଢେଉ ଓ ଜଳରାଶିକୁ ନେଇ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି  । ‘ପୃଥିବୀରେ ଏପରି ଅନେକ ସ୍ଥାନ ରହିଛି, ଯାହା ସଂସ୍ପର୍ଶରେ ଆସିଲେ ଆମେ ଜୀବନର ଅର୍ଥ ବୁଝିପାରୁ । ବଣ-ପାହାଡ଼, ନଦ-ନଦୀ ଓ ସାଗର-ବେଳାର ସମାହାର ଏହି ଯେଉଁ ପ୍ରକୃତି, ଆମେ ତା’ର ଅଂଶବିଶେଷ ବୋଲି ଆମର ହୃଦବୋଧ ହୁଏ । ଆଜି ବେଳାଭୂମିରେ ଚାଲୁଥିଲା ବେଳେ ମନ୍ଦ ମନ୍ଦ ପବନ ବହୁଥିଲା, ସମୁଦ୍ରର ଢେଉ ଗର୍ଜନ କରୁଥିଲା ଏବଂ ଜଳରାଶି ଦିଗବଳୟକୁ ଛୁଇଁଯାଉଥିଲା । ଏପରି ପରିବେଶରେ ମୁଁ ତଲ୍ଲୀନ ହୋଇଯାଇଥିଲି । ମୋର ମନେ ହେଲା, ମୁଁ ଯେମିତି ଧ୍ୟାମମଗ୍ନ ହୋଇଯାଇଛି’ ।

ଗତକାଲି ପୁରୀ ଆସି ରଥାରୂଢ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି  । ମହାପ୍ରଭୁଙ୍କ ଦର୍ଶନ କରି ରାଷ୍ଟ୍ରପତି କହିଛନ୍ତି ‘ମୁଁ ଯେଉଁ ପ୍ରଶାନ୍ତି ଲାଭ କରିଥିଲି, ଏହି ପରିବେଶରେ ମଧ୍ୟ ମୋର ଅନୁରୂପ ଅନୁଭୂତି ହେଲା । ମୋର ଯେ କେବଳ ଏପରି ଅନୁଭୂତି ଅଛି ତା’ ନୁହେଁ । ନିଜ ଠାରୁ କାହିଁ କେତେ ଗୁଣ ବିଶାଳ ଏକ ସତ୍ତା ସଂସ୍ପର୍ଶରେ ଆସିଲେ ହିଁ ଆମ ଭିତରେ ଏପରି ଏକ ଭାବ ସୃଷ୍ଚି ହୁଏ । ଏହି ସତ୍ତା ଆମକୁ ଧରିରଖେ ଏବଂ ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ’।

ଦୈନନ୍ଦିନ ଜୀବନର ଧାଁ ଦଉଡ଼ ଭିତରେ ମଣିଷ, ପ୍ରକୃତି ମାଆ ଠାରୁ ଦୂରେଇ ଯାଉଛି ଏବଂ ପ୍ରକୃତିକୁ ନିୟନ୍ତ୍ରଣ କରିପାରିଛି ବୋଲି ବାହାସ୍ଫୋଟ ମାରୁଛି ତଥା ନିଜର ସାମୟିକ ସୁଖ ପାଇଁ ପ୍ରକୃତିକୁ ଶୋଷଣ କରିଚାଲିଛି । ଏହାର କୁପରିଣତି ଆମେ ସମସ୍ତେ ଭୋଗୁଛନ୍ତି । ଚଳିତ ଗ୍ରୀଷ୍ମ ଋତୁରେ ଭାରତର ଅନେକ ସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ବିଗତ କିଛି ବର୍ଷ ହେଲା, ସମଗ୍ର ପୃଥିବୀରେ ପାଣିପାଗ ଜନିତ ଘଟଣାସବୁ ଚରମ ସ୍ତରରେ ପହଞ୍ଚିଛି ଏବଂ ଏସବୁ ଘଟଣା ଏବେ ଅଧିକରୁ ଅଧିକ ଘଟିବାରେ ଲାଗିଛି । ଏପରିକି, ଆଗାମୀ ଦଶନ୍ଧିଗୁଡ଼ିକରେ ଏହି ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଏବେଠୁ ଅନୁମାନ କରାଗଲାଣି ବୋଲି ରାଷ୍ଟ୍ରପତି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ବହୁ ଚେଷ୍ଟା ପରେ ବି କେନ୍ଦୁଝର ବଡଦାଣ୍ଡରେ ଗଡି ପାରିଲାନି ବିଶ୍ଵର ସର୍ବବୃହତ ରଥ

କେନ୍ଦୁଝର: ବହୁ ଚେଷ୍ଟା ପରେ ବି କେନ୍ଦୁଝର ବଡଦାଣ୍ଡରେ ଗଡି ପାରିଲା ନାହିଁ ବିଶ୍ଵର ସର୍ବବୃହତ ରଥ ନନ୍ଦିଘୋଷ । କେନ୍ଦୁଝର ସହରର ପୁରୁଣା ବଜାର ଠାରେ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ପାଳନ ପାଇଁ ସମସ୍ତ ନିତି କାନ୍ତି ହୋଇଥିଲା । ଯେହେତୁ ବହୁ ବର୍ଷ ପରେ ଗୋଟିଏ ଦିନରେ ନେତ୍ର ଉତ୍ସବ , ନବଯୌବନ ଦର୍ଶନ ଓ ରଥଯାତ୍ରା ପଡ଼ୁଛି ତାକୁ ନେଇ ସକାଳୁ ସକାଳୁ ସମସ୍ତ ରିତି ନିତି ଆରମ୍ଭ ହୋଇଥିଲେ ସୁଦ୍ଧା ଶ୍ରୀଜିଉ ମାନେ ରଥାରୁଢ ହେଉ ହେଉ ସଂଧ୍ୟା ହୋଇ ଯାଇଥିଲା ।

ତା ପରେ ମଧ୍ୟ ରଥ ଟାଣିବାକୁ ନିସ୍ପତି ନେଇଥିଲା ପ୍ରଶାସନ । ହେଲେ ପ୍ରଭୁଙ୍କ ଇଚ୍ଛା ଆଗରେ କିଏ । ବହୁ ଚେଷ୍ଟା ପରେ ମଧ୍ୟ ରଥ ହାତେ ବି ଗଡିଲା ନାହିଁ । ଏଣୁ ଆଜି ଅର୍ଥାତ (ସୋମବାର) ହେବ ରଥଟଣା ।

କେନ୍ଦୁଝର ମନ୍ଦିରର ନାଁ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ହୋଇଥିବା ବେଳେ ରଥର ନାଁ ହେଉଛି ନନ୍ଦିଘୋଷ ରଥ । ଶ୍ରୀ ଶ୍ରୀ ବଳଦେବକାଉଙ୍କ ମନ୍ଦିର ଠାରୁ ପ୍ରଭୁ ବଳଭଦ୍ର , ଶୁଭଦ୍ରା ଓ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଚାରି ପଟ ପରିକ୍ରମା କରିବା ପରେ ୫ଟା ୩୦ମି ସମୟରେ ରଥାରୁଢ ହୋଇଥିଲେ । କେନ୍ଦୁଝରର ରାଜା ଧନୁର୍ଜ୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିବା ପରେ ଶେଷରେ ଅପରାହ୍ନ ୬.୩୫ ମିନିଟ ସମୟରେ ରଥଟଣା ଆରମ୍ଭ ହୋଇଥିଲା ।

ଆଜି ଅପରାହ୍ନରେ ଝିପି ଝିପି ବର୍ଷା ସହ ପାଗ ଅନୁକୁଳ ଥିବାରୁ ଭକ୍ତ ଙ୍କର ପ୍ରବକ ଭିଡ଼ ପରିଲକ୍ଷିତ ହୋଇଥିଲା । ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତଙ୍କ ସମାବେଶ ହୋଇଥିଲା  । ଭକ୍ତ ମାନେ ରଥକୁ ଆଜି ଭକ୍ତିପ୍ରତି ଭାବରେ ଟାଣିବାକୁ ଚେଷ୍ଟା କରିଥିଲେ । ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ସହ ସୁରକ୍ଷା ଦୃଷ୍ଟିରୁ ପ୍ରବଳ ପୋଲିସ ମୁତୟନ କରାଯାଇଥିଲା ।

ଜନ୍ମବେଦୀ ମୁହାଁ ତିନି ଠାକୁର, ବଡଦାଣ୍ଡରେ ଆନନ୍ଦର ଲହରୀ

ପୁରୀ: ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ । ଦ୍ବିତୀୟ ଦିନରେ ବଡ଼ଦାଣ୍ଡରେ ଗଡିଛି ମହାପ୍ରଭୁଙ୍କ ରଥ  । ଆଗେ ଆଗେ ଆସୁଛନ୍ତି ବଡ଼ଠାକୁର ତାଳଦ୍ୱଜ ରଥ ପରେ ମା ସୁଭଦ୍ରା ଦର୍ପଦଳନ ରଥ  । ସଭା ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ  ।

ଆଉ କେଇ ଘଣ୍ଟା ପରେ ଆଡପ ମଣ୍ଡପରେ ପହଁଚିବ ତିନୋଟି ରଥ  । ଏଥିନିମନ୍ତେ ସଜେଇ ହୋଇଛି ଆଡପମଣ୍ଡପ  । ମହାପ୍ରଭୁଙ୍କ ଅପେକ୍ଷାରେ  ଆଡପମଣ୍ଡପରେ ଅନେଇ ବସିଛନ୍ତି ଭକ୍ତ ଶ୍ରଦ୍ଧାଳୁ  । ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ଗୁଣ୍ଡିଚା ମନ୍ଦିରରେ ପାରମ୍ପରିକ ଝୋଟି ଚିତାରେ ଝଲସୁଛି  । କେବଳ ଅପେକ୍ଷା ସେଇ ମହାପ୍ରଭୁଙ୍କ ରଥ ଆଗମନକୁ ।