spot_img
Home Blog Page 1705

ଏକ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ ବାଂଲାଦେଶ ମୁଖ୍ୟ ବିଚାରପତି

ଢାକା: ବାଂଲାଦେଶରେ ପୁଣି ବଡ଼ ଧରଣର ଆନ୍ଦୋଳନ । ଏଥର ଟାର୍ଗେଟରେ ସୁପ୍ରିମକୋର୍ଟ ଓ ଏହାର ବିଚାରପତି। ହଜାର ହଜାର ଛାତ୍ର ସୁପ୍ରିମକୋର୍ଟ ଘେରାଉ କରିଛନ୍ତି। ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କ ଇସ୍ତଫା ଦାବି କରି ସେମାନେ ଏହି ଘେରାଉ କରିଛନ୍ତି। ତୁରନ୍ତ ସମସ୍ତେ ପଦ ଛାଡ଼ନ୍ତୁ ବୋଲି ଦାବି କରିଛନ୍ତି ଛାତ୍ରମାନେ।

ନୂଆ ସରକାରଙ୍କ ସହିତ ଆଲୋଚନା କରି ଫୁରା କୋର୍ଟର ଏକ ବୈଠକ ବସିବା ପରେ ଛାତ୍ରମାନେ ତାତି ଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା-ସଂରକ୍ଷଣ ଷଡ଼ଯନ୍ତ୍ରରେ ଏମାନେ ବି ଥିଲେ ସାମିଲ। ଏହା ପରେ ବୈଠକକୁ ବାତିଲ କରାଯାଇଛି। ତଥାପି ସୁପ୍ରିମକୋର୍ଟକୁ ଘେରାଉ କରି ରଖିଛନ୍ତି ଆନ୍ଦୋଳନକାରୀ। ସୂଚନା ଅନୁସାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖି ପ୍ରଧାନ ବିଚାରପତି ଲୁଚି କରି ସେଠାରୁ ପଳାଇଛନ୍ତି।

ଇସ୍ତଫା ଦେବାକୁ ତାଙ୍କୁ ଗୋଟିଏ ଘଣ୍ଟାର ସମୟ ଦିଆଯାଉଛି। ସୂଚନା ଅନୂୁସାରେ ସେ ଇସ୍ତଫା ଦେବାକୁ ରାଜି ଅଛନ୍ତି। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ବାଂଲାଦେଶର ଛାତ୍ର ଆନ୍ଦୋଳନରେ ଶେଖ ହସିନା ସରକାରର ପତନ ଘଟିଛି। ଏଥିରେ ୪୫୦ରୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଛି। ଅଗଷ୍ଟ ୫ରେ ଦେଶ ଛାଡ଼ି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଭାରତକୁ ପଳାଇ ଆସିଛନ୍ତି ଶେଖ ହସିନା। ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ, ତାହା ଜଣାପଡ଼ିନି। ଗତ ଶୁକ୍ରବାର ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ଵରେ ଗଠନ ହୋଇଛି ନୂଆ ସରକାର।

‘ମୁଁ ଆଉ ଐଶ୍ବର୍ଯ୍ୟା ଛାଡପତ୍ର ନେବୁ’, ଭାଇରାଲ ହେଉଛି ଅଭିଷେକଙ୍କ ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଅଭିଷେକ ବଚ୍ଚନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି  । ଏହି ଭିଡିଓରେ ସେ ଓ ସ୍ତ୍ରୀ ଐଶ୍ବର୍ଯ୍ୟାଙ୍କ ସମ୍ପର୍କକୁ ନେଇ କିଛି କହିଥିବା ନଜର ଆସୁଛନ୍ତି । ଏହି ଭିଡିଓରେ ସେ ଛାଡପତ୍ରକୁ ନେଇ କଥା ହେଉଥିବା ଦେଖିବାକୁ ମିଳିଛି  । ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ନିରାଶ ଅନୁଭବ କରିଛନ୍ତି  । କିନ୍ତୁ ଆମେ ଜଣାଇବୁ ଏହି ଭାଇରାଲ ଭିଡିଓ ପଛର ସତ କଣ ?

ବିଗତ ଦିନରେ ଜୁନିଅର ବଚ୍ଚନ ଗ୍ରେ ଡିଭର୍ସ କୁ ନେଇ ଏକ ପୋଷ୍ଟ କରିଥିଲେ  । ଏହି ଘଟଣା ପରେ ଉଭୟଙ୍କ ମଧ୍ୟରେ ସବୁକିଛି ଅସାମାନ୍ୟ ଥିବା ଅନୁଭବ କରିଥିଲେ ପ୍ରଶ୍ଂସକ । କିନ୍ତୁ ଏହି ଦୁଇ ଷ୍ଟାର ଛାଡପତ୍ରକୁ ନେଇ ମୁହଁ ଖୋଲି ନଥିଲେ  । ହେଲେ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଅଭିଷେକ କହୁଛନ୍ତି ଯେ ଏହି ଜୁଲାଇରେ ମୁଁ ଆଉ ଐଶ୍ବର୍ଯ୍ୟା ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଛୁ  । ଭିଡିଓରେ ସେ ଝିଅ ଆରାଧ୍ୟା କଥା ବି କହୁଥିବା ନଜର ଆସିଛନ୍ତି  ।

ଆପଣ ବି ଏହି ଭିଡିଓକୁ ସତ ମାନି ପାରନ୍ତି  । କିନ୍ତୁ ଭିଡିଓ ଦେଖିଲା ପରେ ଜାଣିପାରିବେ ଯେ ଏହା ଏକ ଡିପ୍‌ଫେକ୍‌ ଭିଡିଓ । ଏହି ଭିଡିଓରେ ଅଭିଷେକ ବଚ୍ଚନଙ୍କ କଥା ଭିଡିଓ ସହ ମେଳ ଖାଉନଥିବା ଦେଖିବାକୁ ମିଳିଛି  । ଭିଡିଓକୁ ଦେଖି ଜଣାପଡୁଛି ଯେ ଏଆଇ ଟେକନିକ ବା ଅନଲାଇନ ଟୁଲ୍‌ର ବ୍ୟବହାର କରାଯାଇଛି  ।

ଗାଜା ସ୍କୁଲରେ ଇସ୍ରାଏଲର ରକେଟ ମାଡ, ୧୦୦ ମୃତ

ଗାଜା: ଗାଜାରେ ଇସ୍ରାଏଲର ବଡ ଆକ୍ରମଣ  । ବିସ୍ଥାପିତ ଶରଣ ନେଇଥିବା ଏକ ସ୍କୁଲରେ ରକେଟ ମାଡ କରିଛି ଇସ୍ରାଏଲ  । ଘଟଣାସ୍ଥଳରେ ୯୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ ଜଣ ପ୍ରାଣ ହରାଇଛନ୍ତି  ।

ଆକ୍ରମଣ ସମୟରେ ସ୍କୁଲରେ ଏହି ପିଲାମାନେ ଥିଲେ। କୁହାଯାଉଛି, କ୍ଷେପଣାସ୍ତ୍ର ମାଡ଼ ଏତେ ଭୟଙ୍କର ଥିଲା ଯେ-କେତେକ ପିଲା ଜିଅନ୍ତା ଜଳି ଯାଇଛନ୍ତି।ଇସ୍ରାଏଲ କହିଛି ଯେ ଏହା ହମାସର କମାଣ୍ଡ ସେଣ୍ଟର ଥିଲା  । ଇସ୍ରାଏଲ ସେନା କହିଥିଲା ଯେ ଅଲ ତବାଇନ ସ୍କୁଲ ସ୍ଥିତ ହମାସ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରରେ ସକ୍ରିୟ ହମାସ ଆତଙ୍କବାଦୀଙ୍କ ଉପରେ ସଠିକ ଆକ୍ରମଣ କରିଛି  ।  ସେପଟେ ଗାଜାର ନାଗରିକ ସୁରକ୍ଷା ମଞ୍ଚ ଏହି ଘଟଣାକୁ ନିନ୍ଦା କରିବା ସହ ଘଟଣାକୁ ଭୟାନକ ନରସଂହାର କହିଛି  ।

ଏହାକୁ ନେଇ ସାରା ବିଶ୍ବରେ ଉଦବେଗ ପ୍ରକାଶ ପାଇଛି। ଗତ ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଅତର୍ତିକ ଆକ୍ରମଣ କରିଥିଲେ। ଶତାଧିକ ଲୋକଙ୍କୁ ବନ୍ଧକ ମଧ୍ଯ କରି ଆଣିଥିଲେ। ସେହି ଦିନଠାରୁ ଲାଗି ରହିଛି ଯୁଦ୍ଧ। ଏପର୍ଯ୍ଯନ୍ତ ୪୦ ହଜାରକୁ ଅଧିକ ଲୋକଙ୍କ ମୃତ୍ଯୁ ହୋଇଛି। ଅଧିକାଂଶ ହେଉଛନ୍ତି ପାଲେଷ୍ଟାଇନବାସୀ। ମୃତକଙ୍କ ମଧ୍ଯରେ ଶିଶୁ ଓ ମହିଳାଙ୍କ ସଂଖ୍ଯା ଅଧିକ। ଏହାକୁ ନେଇ ସାରା ବିଶ୍ବରେ ଉଦବେଗ ପ୍ରକାଶ ପାଇଛି। ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଘନ ଘନ ଆକ୍ରମଣ କରାଯାଉଥିବାରୁ ହଜାର ହଜାର ଲୋକ ସେହି ଅଞ୍ଚଳ ଛାଡ଼ି ପଳାୟନ କରୁଛନ୍ତି। ଜାତିସଂଘ ଅନୁସାରେ ଗତ ୩ ଦିନ ଭିତରେ ୬୦ ହଜାରରୁ ଅଧିକ ଲୋକ ଗାଜାରୁ ୱେଷ୍ଟସାଇଡକୁ ପଳାୟନ କରିଛନ୍ତି।

 

 

ମାଉସୀ ମା ମନ୍ଦିରରେ ଆଡମ୍ବର ସହ ଜନ୍ମଦିନ ପାଳିଲେ ସୁରେଶ ରାଉତରାୟ

ଭୁବନେଶ୍ବର: ବରିଷ୍ଠ ରାଜନେତା ସୁରେଶ ରାଉତରାୟ ୮୧ ତମ ଜନ୍ମଦିନ ପାଳନ କରିଛନ୍ତି  । ମାଉସୀ ମାଆ ମନ୍ଦିର ପରିସରରେ ଆଡମ୍ବର ସହ ଜନ୍ମଦିନ ପାଳନ କରିଛନ୍ତି ସୁର ରାଉତରାୟ  । ୮୧ ବର୍ଷରେ କେମିତି ଫିଟ୍ ତାହା ନିଜ ଜନ୍ମଦିନରେ କହିବା ସହ ଆଗକୁ ଜନସେବା ଜାରି ରଖିବେ ବୋଲି ସେ କହିଛନ୍ତି  ।

ନିଜ ଜନ୍ମଦିନରେ ବରିଷ୍ଠ ରାଜନେତା , କ୍ରୀଡାବିତ, ବିଶିଷ୍ଟ ବ୍ୟକ୍ତିମାନେ ସୁରେଶ ରାଉତରାୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି  । ୨୦୨୯ରେ ଦୁଇ ପୁଅଙ୍କୁ ନିର୍ବାଚିତ ପ୍ରତିନିଧି ଭାବେ ଦେଖିବାକୁ ଚାହୁଁଥିବା ସୁର କହୁଛନ୍ତି  । ଏହାସହ ଯୁବପିଢି ମାନେ ନିଶା ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି  ।

ପୁରୀ ଘାଟରୁ ଉଦ୍ଧାର ହେଲେ କାଠଯୋଡିକୁ ଡେଇଁଥିବା ନଣନ୍ଦେଇ ଶଳାଭାଉଜ

ପୁରୀ: ନଣନ୍ଦେଇଙ୍କ ସହ କାଠଯୋଡ଼ିକୁ ଶଳା ଭାଉଜ ଡେଇଁବା ଘଟଣା । ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନଦୀକୁ ଡେଇଁବା ପରେ ଉଭୟ ପୁରୀ ଘାଟ ଥାନା ନିକଟ କୂଳରେ ଲାଗିଥିଲେ। ଦୁଇ ଜଣଙ୍କୁ ପୁରୀ ଘାଟ ଥାନାକୁ ନିଆଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଗତକାଲି ସନ୍ଧ୍ୟାରେ କଟକ ତ୍ରିଶୁଳିଆ ବ୍ରିଜ ଉପରୁ କାଠଯୋଡ଼ିକୁ ଡେଇଁଥିଲେ କୃଷ୍ଣ ମୁଦୁଲି ଓ ବର୍ଷା ଲେଙ୍କା ।

ଅଗ୍ନିଶମ ବାହିନୀ ଖୋଜାଖୋଜି କାର୍ଯ୍ୟ ଜାରି ରଖିଥିଲା। ଅଭିଯୋଗ ଅନୁସାରେ କିଛିଦିନ ହେଲା ବାଙ୍କୀ ରାମଚଣ୍ଡୀ ଗାଁର ପ୍ରଦ୍ଯୁମ୍ନଙ୍କ ସ୍ତ୍ରୀ ବର୍ଷା କଟକ ନିମସାହି ଅଞ୍ଚଳରେ କୃଷ୍ଣଙ୍କୁ ପ୍ରେମ କରୁଥିଲେ । କୃଷ୍ଣ ହେଉଛନ୍ତି ବର୍ଷାଙ୍କ ନଣଦେଇ । ଉଭୟ ଦୁଇ ମାସ ତଳେ ଘରୁ ଚାଲି ଯାଇଥିଲେ । କାଲି ଉଭୟ କାଠଯୋଡ଼ିକୁ ଡେଇଁ ଆତ୍ମହତ୍ଯା ଉଦ୍ଯମ କରିଥିଲେ। କେଉଁ କାରଣରୁ ଉଭୟ ଏଭଳି ନିଷ୍ପତ୍ତି ନେଇଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।

ପୁରୀ ସମୁଦ୍ର ତଟରେ ପଇଁତରା ମାରୁଛି ୫ ଯୁଦ୍ଧ ଜାହଜ

ପୁରୀ: ସମୁଦ୍ର ତଟରେ କିଛିଦିନ ହେବ ଡେରା ପକାଇଛି ନୌସେନାର ୫ଟି ଯୁଦ୍ଧ ଜାହାଜ। ଦିଗବାରେଣୀ ଠାରୁ ଲାଇଟ୍ ହାଉସ୍ ପର୍ଯ୍ୟନ୍ତ ସମୁଦ୍ର ଭିତରେ ୫ଟି ଯୁଦ୍ଧ ଜାହାଜ ପଇଁତରା ମାରୁଛି। ସୂଚନା ଅନୁଯାୟୀ ପ୍ରତ୍ଯେକ ବର୍ଷ ଭଳି ନୌସେନା ଦିବସ ଏଥର ପୁରୀରେ ପାଳନ ହେବାକୁ ଯାଉଛି। ଏହାର ପୂର୍ବ ପ୍ରସ୍ତୁତି ସ୍ୱରୂପ ଏହି ୫ଟି ଜାହାଜ ଆସି ପୁରୀ ସମୁଦ୍ରରେ ସ୍ଥିତି ଅନୁଧ୍ୟାନ କରୁଛି।

ସେପଟେ ବାଂଲାଦେଶୀ ଅନୁପ୍ରବେଶକୁ ନେଇ ଚିନ୍ତାଜନକ ସ୍ଥିତି ଉପୁଜିଥିବା ବେଳେ ଏହା ପୂର୍ବରୁ ନୌସେନାର ୫ଟି ଜାହାଜ ଏଠାରେ ଡେରା ପକାଇବାକୁ ନେଇ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ସେପଟେ ଆଜି ପୁରୀ ଆସିବେ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀ। ତଟ ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନ ସହ ନୌସେନା ଦିବସ ପାଳନ ସମ୍ପର୍କରେ ଆଲୋଚନା କରିବେ ବୋଲି ସୂଚନା ରହିଛି।

ସୁରଟରୁ ୧୨ ଶହ କୋଟି ଟଙ୍କାର ମାଲ ନେଇଛନ୍ତି ବାଂଲାଦେଶୀ ବ୍ୟବସାୟୀ, ଚିନ୍ତାରେ ସୁରତ ବ୍ୟବସାୟୀ

ସୁରତ: ବାଂଲାଦେଶରେ ଜାରି ହିଂସା ଗୁଜୁରାଟ ବ୍ୟବସାୟୀଙ୍କୁ ବଡ ଝଟକା ଦେଇଛି  । ବାଂଲାଦେଶ ହିଂସା ପରେ ଦୁଇ ଦେଶ ମଧ୍ୟରେ ବ୍ୟାପାର ଠପ୍‌ କାରଣରୁ ଗୁଜୁରାଟ ବ୍ୟବସାୟୀଙ୍କ ୧୨୦୦ କୋଟି ଟଙ୍କା ଅଟକି ରହିଛି  । ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ଶୈଖ ହସିନା ଦେଶ ଛାଡିବା ସହ ଅନ୍ତରୀଣ ସରକାର ଗଠନ ପରେ ଭାରତୀୟ ଉଦ୍ଦ୍ୟୋଗୀ ବାଂଲାଦେଶ ସ୍ଥିତି ସାମାନ୍ୟ ହେବ ବୋଲି ଆଶା ରଖିଛନ୍ତି  । ଗୁଜୁରାଟରୁ ବାଂଲାଦେଶକୁ ରିଆକ୍ଟିଭ ଡାଇଜ, କେମିକାଲ୍ସ, ପିଗମେଣ୍ଟ ପେଷ୍ଟ, ହ୍ୟାଣ୍ଡଲୁମ ଉତ୍ପାଦ, ଏପିଆଇ, ଔଷଧ ଓ ଟାଇଲ୍ସର ରପ୍ତାନୀ ହୋଇଥାଏ  ।

ଋଷ ୟୁକ୍ରେନ ଯୁଦ୍ଧ ଓ ୟୁରୋପ ମାନ୍ଦବସ୍ଥା ପରେ ବାଂଲାଦେଶରେ ରଙ୍ଗ, କେମିକାଲ୍ସ ଓ ଇଣ୍ଟରମିଡିଏଟସ ଜିନିଷ ପାଇଁ ଗୁରୁତ୍ବପୂର୍ଣ୍ଣ ବଜାର ସାଜିଥିଲା  । କିନ୍ତୁ ବାଂଲାଦେଶ ହିଂସା ଓ ସତ୍ତା ପରିବର୍ତ୍ତନ ପୁଣିଥରେ ବ୍ୟବସାୟରେ ଗ୍ରହଣ ଲଗାଇ ଦେଇଛି  । ବାଂଲାଦେଶୀ ବ୍ୟାଙ୍କ ଦ୍ବାରା ଜାରି ଲେଟର୍ସ ଅଫ କ୍ରେଡିଟ ବର୍ତ୍ତମାନ ଭାରତ ବିରୋଧୀ ଭାବନା କାରଣରୁ ସମ୍ମାନ କରାଯିବ ନାହିଁ ବୋଲି ଗୁଜୁରାଟ ବ୍ୟବସାୟୀ ଭାବୁଛନ୍ତି ।

ଗୁଜୁରାଟ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି କହିବା ଅନୁସାରେ ଗତ ୨୦୨୩ରେ ଭାରତ ଓ ବାଂଲାଦେଶ ମଧ୍ୟରେ ୧୪ ଆରବ ଡଲାରର ବ୍ୟବସାୟ ହୋଇଥିଲା  । ଚଳିତ ବର୍ଷ ଏହା ବୃଦ୍ଧି ହେବା ନେଇ ଆଶା କରାଯାଇଥିଲା  । କିନ୍ତୁ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛି  ।

ଏହାର ଅଧିକ ପ୍ରଭାବ କପଡା ବ୍ୟବସାୟରେ ପଡିଛି  । ପାଖାପାକଇ ୫୦୦ କୋଟିର କପଡା କାରବାର ପ୍ରଭାବିତ ହୋଇଛି  । ସୁରତରୁ ଗତ ବର୍ଷ ୧୨୦୦ କୋଟି ଟଙ୍କାର କପଡା ବାଂଲାଦେଶକୁ ରପ୍ତାନୀ କରାଯାଇଥିଲା  । ସୁରତରୁ ପ୍ରତି ମାସରେ ୫୦୦ କୋଟିରୁ ଅଧିକ କପଡା କୋଲକତା ଆସିଥାଏ  । ଏଥିରୁ ପାଖାପାକି ୫୦ ପ୍ରତିଶତ ଅର୍ଥାତ ୨୫୦ କୋଟିର କପଡା ବାଂଲାଦେଶ ଯାଇଥାଏ  । ସୁରତରୁ ପାଖାପାଖି ୭୦୦ ବ୍ୟବସାୟୀ ଭାୟା କୋଲକତା ବାଂଲାଦେଶରେ ବ୍ୟବସାୟ କରିଥାନ୍ତି  । କିନ୍ତୁ ଏବେର ପରିସ୍ଥିତି ପାଇଁ ୧୦୦ କୋଟିରୁ ଅଧିକ ଟଙ୍କାର ପେମେଣ୍ଟ ଅଟକି ଯାଇଛି  ।

କାହିଁକି କୁସ୍ତିରେ ସ୍ବର୍ଣ୍ଣ ବଦଳରେ ବ୍ରୋଞ୍ଜ ଜିତିଲେ ଅମନ ସେହରାୱତ

ପ୍ୟାରିସ: ଅଲିମ୍ପିକ୍ ଗେମ୍ସରେ ପଦକ ଜିତିବା ପ୍ରତ୍ୟେକ ଆଥଲେଟଙ୍କ ସ୍ୱପ୍ନ କିନ୍ତୁ ସମସ୍ତେ ଏହାକୁ ପୂରଣ କରିବାରେ ସକ୍ଷମ ନୁହଁନ୍ତି  । କିଛି ଆଥଲେଟ୍ ଅଛନ୍ତି ଯେଉଁମାନେ ଅନେକ ଚେଷ୍ଟା ପରେ ସଫଳତା ହାସଲ କରୁଥିବାବେଳେ କେବଳ ଅଳ୍ପ କେତେଜଣ ଅଛନ୍ତି ଯେଉଁମାନେ ସେମାନଙ୍କର ପ୍ରଥମ ଅଲିମ୍ପିକ୍ସରେ ଏହି ସଫଳତା ହାସଲ କରନ୍ତି  ।

କିଛି ଅଛନ୍ତି ଯେଉଁମାନେ ସ୍ୱତନ୍ତ୍ର ରେକର୍ଡ ସହିତ ପଦକ ଜିତନ୍ତି  । ଭାରତୀୟ ରେସଲର ଅମନ ସେହରାୱତ ଏହି ବର୍ଗରେ ଅଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ପୁରୁଷ ୫୭ କିଲୋଗ୍ରାମ ଓଜନ ବର୍ଗରେ ଅମନ ବ୍ରୋଞ୍ଜ ପଦକ ଜିତିଛନ୍ତି  । ଏହା ସହିତ ସେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ପଦକ ଜିତିବା ପାଇଁ ଭାରତର ସର୍ବ କନିଷ୍ଠ କୁସ୍ତି (୨୧ ବର୍ଷ ୨୪ ଦିନ) ମଧ୍ୟ ହୋଇଥିଲେ  ।

ଯଦି ଏହା ପର୍ଯ୍ୟାପ୍ତ ନଥିଲା, ଅମନ ପରିପକ୍ୱତା ପ୍ରଦର୍ଶନ କରିଥିଲେ ଏବଂ ବିଜୟ ପରେ ତୁରନ୍ତ ନିଜର ଭୁଲ ସ୍ବୀକାର କରିଥିଲେ । ଯେଉଁଥିପାଇଁ ସେ ଫାଇନାଲରୁ ବଞ୍ଚିତ ହେବା ସହ ସ୍ୱର୍ଣ୍ଣ ପଦକ ହାତେଇ ପାରିନଥିଲେ ।

ଅଗଷ୍ଟ ୯ରେ ଅମନ୍ ତାଙ୍କ ବ୍ରୋଞ୍ଜ ପଦକ ମ୍ୟାଚ୍ ରେ ଏକପାଖିଆ ଭାବେ ପୁଏର୍ତୋ ରିକୋର ରେସଲର ଡାରିଆନ୍ କ୍ରୁଜଙ୍କୁ ପରାସ୍ତ କରିଛନ୍ତି  । ଅମନ କ୍ରୁଜକୁ ସହଜରେ 13-5 ରେ ପରାସ୍ତ କରି ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରଥମ କୁସ୍ତି ପଦକ ଜିତିଥିଲେ  ।ଅମନ ଏହି ଐତିହାସିକ ବିଜୟ ପାଇଁ ସମଗ୍ର ଦେଶ ଏବଂ ତାଙ୍କ ପିତାମାତାଙ୍କୁ ଉତ୍ସର୍ଗ କରିଥିଲେ  ।

 

ପ୍ରଥମ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ୨୧ ବର୍ଷୀୟ ଅମନ ଏହି ଖେଳଗୁଡିକରେ ଭାରତର ଏକମାତ୍ର ପୁରୁଷ ରେସଲର ଥିଲେ  । ଏଭଳି ପରିସ୍ଥିତିରେ ତାଙ୍କଠାରୁ ଆଶା ଆହୁରି ଅଧିକ ଥିଲା। ଗତ ବର୍ଷ ଅମନ ଅଣ୍ଡର -୨୩ ବିଶ୍ୱ ଚାମ୍ପିୟନଶିପ ଜିତିଥିଲେ। ତା’ପରେ ଚଳିତ ବର୍ଷ ସେ ରବି ଦାହିଆଙ୍କୁ ପରାସ୍ତ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଟିକେଟ ପାଇଥିଲେ।

ଭାରତୀୟ ସେୟାର ବଜାରକୁ ଦୋହଲାଇବାକୁ ଚେତାବନୀ ଦେଲା ହିଣ୍ଡନବର୍ଗ

ନନ୍ଦିଘୋଷ ବ୍ୟୁରୋ: ୨୪ ଜାନୁଆରୀ ୨୦୨୩, ଭାରତ ଇତିହାସରେ ଏହି ତାରିଖ ଅଧିକାଂଶ ମନେ ରଖିଥିବେ  । ବିଶେଷକରି ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ତଥା ଆଦାନୀ ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନୀ। ସେହି ଦିନ ଆମେରିକାର କ୍ଷୁଦ୍ର ବିକ୍ରେତା ସଂସ୍ଥା ହିଣ୍ଡନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ଉପରେ ଏକ ରିପୋର୍ଟ ପ୍ରକାଶ କରିଥିଲା । ଯାହା ପରେ କେବଳ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇ ନଥିଲା ବରଂ ସମଗ୍ର ଷ୍ଟକ୍ ମାର୍କେଟରେ କମ୍ପନ ସୃଷ୍ଟି ହୋଇଥିଲା। ଏହି ହିଣ୍ଡନବର୍ଗ ଅନୁସନ୍ଧାନ ପୁଣି ଥରେ ଭାରତ ବିଷୟରେ ଏକ ବଡ଼ ଚେତାବନୀ ଦେଇଛି  ।

ଜାନୁଆରୀ ୨୦୨୩ରେ ହିଣ୍ଡନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍ ବିରୋଧରେ ଏକ ରିପୋର୍ଟ ପ୍ରକାଶ କରିଥିଲା। ରିପୋର୍ଟରେ ପ୍ରକାଶ ହୋଇଥିଲା ଯେ ଆଦାନୀ ଗ୍ରୁପର ସେୟାରରେ ସେ ଏକ ସ୍ୱଳ୍ପ ସ୍ଥାନ ନେଇଛନ୍ତି। ତେବେ ଏହା ସ୍ପଷ୍ଟ ହୋଇନଥିଲା ଯେ ସେ କାହା ପାଇଁ ଏହି କ୍ଷୁଦ୍ର ପଦ ନେଇଥିଲେ, କାରଣ ତାଙ୍କୁ ଭାରତୀୟ ଷ୍ଟକ୍ ମାର୍କେଟରେ ସିଧାସଳଖ କାରବାର କରିବାକୁ ଅନୁମତି ଦିଆଯାଇ ନାହିଁ।

ହିଣ୍ଡେନବର୍ଗ ରିସର୍ଚ୍ଚ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ୧୦ ଅଗଷ୍ଟ ସକାଳେ ଏକ ପୋଷ୍ଟ କରିଛି। ଏଥିରେ ସେ ଲେଖିଛନ୍ତି, ‘ଖୁବ ଶୀଘ୍ର ଭାରତ ପାଇଁ କିଛି ବଡ ଘଟଣା ଘଟୁଛି।’

ଏଥର ହିଣ୍ଡନବର୍ଗର ଟାର୍ଗେଟ କିଏ? ତାଙ୍କ ପୂର୍ବ ପୋଷ୍ଟରୁ ଏହା ସ୍ପଷ୍ଟ ଜଣା ପଡିନାହିଁ। କିନ୍ତୁ ଏହିପରି ତାଙ୍କର ଚେତାବନୀ ନିଶ୍ଚିତ ଭାବରେ ଷ୍ଟକ୍ ମାର୍କେଟରେ ନିବେଶକଙ୍କ ଭାବନାକୁ ପ୍ରଭାବିତ କରିବ  । କେବଳ ଏତିକି ନୁହେଁ, ଆଦାନୀ ଗ୍ରୁପ୍ ସମ୍ବନ୍ଧରେ ସାଧାରଣ ନିବେଶକଙ୍କ ମନରେ ସନ୍ଦେହର ମେଘ ପୁଣି ଥରେ ଆସୁଛି, ସେହି ସମୟରେ କିଛି ଉପଭୋକ୍ତା ହିଣ୍ଡନବର୍ଗର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଉଛନ୍ତି। ହିଣ୍ଡେନବର୍ଗ ରିସର୍ଚ୍ଚ ପୋଷ୍ଟରେ ସାଧାରଣ ବ୍ୟବହାରକାରୀଙ୍କ ମନ୍ତବ୍ୟରୁ ଏହା ମଧ୍ୟ ଜଣା ପଡିପାରେ  ।

ଯେତେବେଳେ ହିଣ୍ଡନବର୍ଗ ରିସର୍ଚ୍ଚ ଗୌତମ ଆଦାନୀଙ୍କ ଗୋଷ୍ଠୀ ବିରୁଦ୍ଧରେ ଏହାର ରିପୋର୍ଟ ପ୍ରକାଶ କଲା  । ଏହା ପରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର ମୂଲ୍ୟରେ ଦ୍ରୁତ ହ୍ରାସ ଘଟିଥିଲା ​​ । ଏହାର ରିପୋର୍ଟରେ, ହିଣ୍ଡନବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପକୁ ଅଧିକ ଋଣ ନେଇ ସେୟାର ମୂଲ୍ୟକୁ ଅଧିକ ମୂଲ୍ୟରେ ବ୍ୟବହାର କରୁଥିବା ଏବଂ ହିସାବ ଅନିୟମିତତା କରୁଥିବା ଅଭିଯୋଗ କରିଛି।

ରିପୋର୍ଟ ଆସିବା ପୂର୍ବରୁ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ଦୁନିଆର ଶ୍ରେଷ୍ଠ -୫ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ, କିନ୍ତୁ ରିପୋର୍ଟ ଆସିବାର କିଛି ଦିନ ମଧ୍ୟରେ ତାଙ୍କର ସମ୍ପତ୍ତି ମୂଲ୍ୟ ଅଧା ହୋଇଯାଇଥିଲା ଏବଂ ସେ ମଧ୍ୟ ତାଲିକାରୁ ବାଦ ପଡିଥିଲେ। ଦୁନିଆର ୨୫ ଧନୀ ତାଲିକାରେ ସେ ସାମିଲ ହୋଇଥିଲେ  ।

ତେବେ ଗୌତମ ଆଦାନୀଙ୍କ କମ୍ପାନୀ ଏକ ବର୍ଷ ମଧ୍ୟରେ ପୁନର୍ଜୀବିତ ହୋଇଥିଲା । ସମ୍ପ୍ରତି ସେ ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ଏବଂ ବିଶ୍ୱର ଶ୍ରେଷ୍ଠ ୧୫ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି।

 

ଅଗଷ୍ଟ ମଧ୍ୟଭାଗରେ ଇସ୍ରାଏଲ ଉପରେ ହମଲା କରିବ ଇରାନ

ତେଲ ଆଭିଭ: କୁହୁଳୁଛି ମଧ୍ଯପ୍ରାଚ୍ୟ । ଫୁଲ୍ ଦମରେ ଇସ୍ରାଏଲ ଉପରେ ଆକ୍ରମଣ ଲାଗି ଇରାନ କରୁଛି ଯୋଜନା । ତରବରିଆ ଆକ୍ରମଣ ନୁହେଁ, ବରଂ ଏକ ଯୋଜନାବଦ୍ଧ ଓ ଶକ୍ତିଶାଳୀ ଆକ୍ରମଣ ଲାଗି ଇରାନ ହେଉଛି ପ୍ରସ୍ତୁତ । ସମ୍ଭବତଃ ଅଗଷ୍ଟ ମଧ୍ଯଭାଗରେ ଇସ୍ରାଏଲ ଉପରେ ହମଲା କରିବ ଇରାନ । ପ୍ରଶ୍ନ ଉଠୁଛି ଯଦି ଏହି ଯୁଦ୍ଧ ଦୀର୍ଘସ୍ଥାୟୀ ହୁଏ ଇରାନର ମୁକାବିଲା କରିପାରିବ କି ଇସ୍ରାଏଲ । ଯଦି ଏହି ଯୁଦ୍ଧ ହୁଏ ତେବେ ବିଶ୍ବବାସୀଙ୍କ ଉପରେ ଏହାକ କି ପ୍ରଭାବ ପଡିବ ।

ସେପଟେ ଇସ୍ରାଏଲକୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ହେଲାଣି ଆମେରିକା । ମଧ୍ଯପ୍ରାଚ୍ଯର ଅଧିକାଂଶ ରାଷ୍ଟ୍ରରୁ ବହୁ ବିଦ୍ରୋହୀ ସଂଗଠନ ଇରାନକୁ ସମର୍ଥନ କରୁଛନ୍ତି । ଏହି ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଇରାନ ସପକ୍ଷବାଦୀ ଆତଙ୍କୀ ରହିଛନ୍ତି । ପୂର୍ବରୁ ଇସ୍ରାଏଲ ଉପରେ ଗୋଟିଏ ଦିଗରୁ ରକେଟ ମାଡ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସ୍ଥିତିରେ ଲେବାନନ, ସିରିଆ, ୟେମେନ, ଇରାକ ଆଦି ଦିଗରୁ ଇସ୍ରାଏଲ ଉପରେ ହମଲା ହେବ । ଯଦି ଏହା ଘଟିବ ତେବେ ଇସ୍ରାଏଲ ଲାଗି ମୁକାବିଲା କରିବା କଷ୍ଟସାଧ୍ଯ ହେବ ।

ଲେବାନନରୁ ଯଦି ଡ୍ରୋନ ମାଡ କରାଯାଉଛି ତେବେ ହାଇଫା ସିଟିରେ ପହଞ୍ଚିବାକୁ ଲାଗିବ ୧୫ ମିନଟ, ସେହିପରି ତେଲ ଆଭିବରେ ଏହା ମାଡ ହେବାକୁ ଲାଗିବ ୪୦ ମିନଟ । ଯଦି ଯୁଦ୍ଧରେ ଆମେରିକା ଭାଗ ନିଏ ତେବେ ସିରିଆ ଓ ଇରାକ ପଟୁ ଆମେରିକୀୟ ସୈନ୍ୟଙ୍କ ଉପରେ ହମଲା ହେବ । ଏହା ଆମେରିକା ଲାଗି କ୍ଷତି ପହଞ୍ଚାଇବ । ମଧ୍ଯପ୍ରାଚ୍ଯର ବାହାରିନ, ଇଜିପ୍ଟ, ଇରାକ, ଇସ୍ରାଏଲ, ଜୋର୍ଡାନ, କୁଏତ, ଲେବାନନ, ଓମାନ, କତର, ସାଉଦିଆରବ, ସିରିଆ ଓ ୟୁଏଇରେ ଆମେରିକାର ରହିଛି ୬୦ଟି ସାମରିକ ଘାଟି ଓ ଦୁର୍ଗ । ସମ୍ଭାବ୍ଯ ଯୁଦ୍ଧରେ ଏହି ଘାଟିଗୁଡିକ ବ୍ଯବହାର କରିବ ଆମେରିକା । ତେଣେ ତେଲ ଆଭିବକୁ ବିମାନ ସେବା ବନ୍ଦ ଅବଧି ବଢାଇଲା ଏୟାର ଇଣ୍ଡିଆ।