spot_img
Home Blog Page 1699

ବାରିପଦା ବସଷ୍ଟାଣ୍ଡରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ

ବାରିପଦା: ବାରିପଦା ସହରରେ ଥିବା କୋଲକାତା ବସଷ୍ଟାଣ୍ଡରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ। ପଶ୍ଚିମବଙ୍ଗରୁ ମୟୂରଭଞ୍ଜ ଜିଲ୍ଲାକୁ ବସରେ ଆସୁଥିଲା ବ୍ରାଉନସୁଗାର। ଖବର ପାଇ ପୁଲିସ ଚଢ଼ାଉ କରି ୨୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଘଟଣାରେ ଭଞ୍ଜପୁର ଥାନା ତକତପୁର ଅଞ୍ଚଳର ଗୋବିନ୍ଦ ପାଳକୁ ଗିରଫ କରାଯାଇଛି। ଏନେଇ ଏସପି ଏସ ସୁଶ୍ରୀ ପୁଲିସ ସୂଚନା ଦେଇଛନ୍ତି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ।

ବ୍ରାଉନସୁଗାର ପଶ୍ଚିମବଙ୍ଗ କୋଲକାତା, ମୁର୍ସିଦାବାଦ, ନଦିଆ ଆଦି ସ୍ଥାନରୁ ମୟୁରଭଞ୍ଜ ଜିଲ୍ଲାକୁ ନିୟମିତ ଭାବେ ଆସୁଥିବା ସୂଚନା ମିଳିଛି। ଗୋବିନ୍ଦ ପାଳ ପୂର୍ବରୁ ବ୍ରାଉନସୁଗାର କାରବାରରେ ଲିପ୍ତ ହୋଇ ୨୦୨୧ ଅପ୍ରେଲ ୧୩ରେ ଧରାପଡିଥିଲା। ସେତେବେଳେ ତାଠାରୁ ୪୧୭ଗ୍ରାମର ବ୍ରାଉନସୁଗର ଜବତ ହୋଇଥିଲା। ଏହାର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ଥିଲା। ଜେଲରୁ ବାହାରି ସେ ପୁଣି ସମାନ କାରବାରରେ ଜଡିତ ଥିବା ଏସପି ସୂଚନା ଦେଇଛନ୍ତି।

ରାଜସ୍ଥାନରେ ତାଣ୍ଡବ ରଚୁଛି ବର୍ଷା; ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ଅଜମେରରେ ତାଣ୍ଡବ ରଚୁଛି ବର୍ଷା। ଗତ କିଛିଦିନ ଧରି ଲଗାଣ ବର୍ଷା ହେବା ଫଳରେ ସହରର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରାଜରାସ୍ତା ସମେତ ଘର ମଧ୍ୟରେ ବି ଲହଡି ମାରୁଛି ବର୍ଷା ପାଣି। ଲୋକମାନେ ଉଚ୍ଚ ସ୍ଥାନରେ ଆଶ୍ରୟ ନେଉଥିବା ବେଳେ ଗୃହପାଳିତ ପଶୁ ପକ୍ଷୀ ପ୍ରଭାବିତ ହୋଇଛନ୍ତି।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଅଜମେରର ଫଇସାଗରର ହାତୀକେଡା ଡ୍ୟାମ ଫାଟ ସୃଷ୍ଟି ହୋଇଛି । ଗତକାଲି ରାତିରେ ଡ୍ୟାମରେ ଫାଟ ସୃଷ୍ଟି ହେବା ପରେ ଜଳାର୍ଣ୍ଣବ ପରିସ୍ଥିତି ଉପୁଜିଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଲୋକମାନଙ୍କୁ ଡ୍ୟାମକୁ ଯିବାକୁ ବାରଣ କରାଯାଉଥିବା ବେଳେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି ।

ରାଜସ୍ଥାନ ପରି ଦିଲ୍ଲୀରେ ମଧ୍ୟ ଜଳ ତାଣ୍ଡବ । ଲଗାଣ ବର୍ଷାରେ ବେହାଲ ଦିଲ୍ଲୀ । ଗତ କିଛିଦିନ ଧରି ଲଗାଣ ବର୍ଷା ହେବା ଫଳରେ ସହରରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି। ରାଜରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଜଳବନ୍ଦୀ ପରିସ୍ଥିତି ଯୋଗୁଁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖାଦେଇଛି।

ସମଲେଇଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଅପରାହ୍ନରେ ସିଏମ କିଷାନ ଯୋଜନାର କରିବେ ଶୁଭାରମ୍ଭ

ସମ୍ବଲପୁର: ମା ସମଲେଇଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପବିତ୍ର ନୂଆଁଖାଇ ଅବସରରେ ସିଏମ କିଷାନ ସହାୟତା କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି। ସିଏମ କିଷାନ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମ୍ବଲପୁର ଆସିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ନୂଆଁଖାଇର ପବିତ୍ର ଅବସରରେ ମା ସମଲେଇଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାଷୀକୂଳର ସମୃଦ୍ଧି ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ମା’ ସମଲେଇଙ୍କୁ ଦର୍ଶନ କରି ଆଶିଷ ଗ୍ରହଣ କରିଛନ୍ତି। ମା ସମଲେଇଙ୍କ ପୀଠରେ ବସି ନବାନ୍ନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନ ସାଢେ ୪ଟାରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।

ବଢିଲା ତୃଣମୂଳ କଂଗ୍ରେସ ଲାଗି ଅଡୁଆ, ରାଜ୍ଯସଭା ପଦରୁ ଇସ୍ତଫା ଦେଲେ ଜବାହାର ସରକାର

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ଯା ଘଟଣା। ବଢିଲା ତୃଣମୂଳ କଂଗ୍ରେସ ଲାଗି ଅଡୁଆ। ରାଜ୍ଯସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜବାହାର ସରକାର। ଏତେ ବଡ ଘଟଣାକୁ ଯେଉଁଢଙ୍ଗରେ ପଶ୍ଚିମବଙ୍ଗ ସରକାର ଗ୍ରହଣ କଲେ ତାହାକୁ ନେଇ ପ୍ରତିବାଦ କରିଛନ୍ତି ଜବାହାର।

ଏନେଇ ସେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖିଛନ୍ତି । ରାଜ୍ଯରେ ଦୁର୍ନୀତି ବି ଚରମ ସୀମାରେ ପହଞ୍ଚିଛି ଏବଂ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ସରକାର କିଛି କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଦଳ ଭିତରେ ଶୃଙ୍ଖଳା ନଥିବା ବି ସେ କହିଛନ୍ତି।

ମାଆ ହେଲେ ଦୀପିକା ପାଦୁକୋନ, ଘରକୁ ଆସିଲା ଲକ୍ଷ୍ମୀ ..

ନନ୍ଦିଘୋଷ ବ୍ୟୁରୋ: ଅପେକ୍ଷାର ହେଲା ଅନ୍ତ । ଶେଷରେ ଖୁସିଖବର ଶୁଣାଇଲେ ବଲିଉଡ ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଘରକୁ ଆସିଛନ୍ତି ଲକ୍ଷ୍ମୀ । ମସ୍ତାନୀ ଗାର୍ଲ ଏବେ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି । ଅଭିନେତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ଖୁସି ଖବର ଦେଇଛନ୍ତି  । ବର୍ତ୍ତମାନ ସେ ମାଆ ହୋଇଛନ୍ତି । ତାଙ୍କ ଘରକୁ ଲକ୍ଷ୍ମୀ  ଆସିଛି ।

ଦୀପିକା ପାଦୁକୋନଙ୍କୁ ୭ସେପ୍ଟେମ୍ବରରେ ମୁମ୍ବାଇର ଏଚ.ଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କାଲିଠାରୁ ପ୍ରଶଂସକମାନେ ଗୁଡନ୍ୟୁଜକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଶେଷରେ ଖୁସି ଖବର ଆସିଛି। ରଣଭୀର ସିଂ ଏବଂ ଦୀପିକା ପାଦୁକୋନ କନ୍ୟା ସନ୍ତାନର ପିତାମାତା ହୋଇଥିବାର ଖବର ଆସିଛି। ବିବାହର ୬ ବର୍ଷ ପରେ ତାଙ୍କ ଘରକୁ କୁନି ଅତିଥି ଆସିଛି । ସେଥିପାଇଁ ଦୁହେଁ ଖୁସିରେ ଝୁମି ଉଠିଛନ୍ତି। ବାପାମାଆ ହେବା ପରେ ଦୁହିଁଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି ।

ବାଂଲାଦେଶରେ ବଦଳିବକି ଜାତୀୟ ସଙ୍ଗୀତ ! ଉଠୁଛି ପ୍ରତିବାଦର ସ୍ବର ..

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ରାଷ୍ଟ୍ରସଙ୍ଗୀତ “ଆମାର ସୋନାର ବାଙ୍ଗଲା ” ଯାହା ବଙ୍ଗାଳର ଗୁଣଗାନ କରି ରବୀନ୍ଦ୍ର ନାଥ ଟାଗୋର ଏହି ଗୀତଟିକୁ ଲେଖିଥିଲେ । ପାକିସ୍ତାନଠୁ ଅଲଗା ହେଇ ବାଂଲାଦେଶ ଯେତେବେଳେ ନୁଆ ଦେଶ ଗଢିଥିଲା ସେତେବେଳେ ଏହି ଗୀତକୁ ସେ ଜାତୀୟ ସଙ୍ଗୀତ ରୂପରେ ବାଛିନେଇଥିଲା । କିନ୍ତୁ ଆଜିକାଲି ବାଂଲାଦେଶରେ ହଟଚମଟ ଚାଲିଥିବା ବେଳେ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲିଖିତ ‘ଆମାର ସୋନାର ବଙ୍ଗଲା’କୁ ପରିବର୍ତ୍ତନ କରିବାକୁ ଦାବି ହେଉଛି। ଜମାତ-ଇ-ଇସଲାମୀର କହିବାନୁସାରେ ଏ ରାଷ୍ଟ୍ରଗୀତ ଭାରତ ଦ୍ବାରା ବାଂଲାଦେଶ ଉପରେ ଲଦା ଯାଇଥିଲା ବର୍ତ୍ତମାନ ଏହା ବଦଳିବା ଦରକାର ।

ବାଂଲାଦେଶର ମୌଳବାଦୀ ଇସଲାମ ପାର୍ଟି ଜମାତ-ଇ-ଇସଲାମିର ପୂର୍ବତନ ଅମିତ ଗୁଲାମ ଆଜାମଙ୍କ ପୁଅ ଅବଦୁଲ୍ଲା ଅମାନ ଆଜମୀ ଦେଶର ଜାତୀୟ ସଂଗୀତ ତଥା ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି। ସେ କହିଛନ୍ତିକି ବର୍ତ୍ତମାନ ଆମର ଜାତୀୟ ସଂଗୀତ ଆମର ସ୍ବାଧୀନ ବାଂଲାଦେଶର ଅସ୍ତିତ୍ବର ବିପରୀତ ଅଟେ। ଏହା ବଙ୍ଗଳା ବିଭାଜନ ଏବଂ ଦୁଇଟି ବଙ୍ଗଳାର ମିଶ୍ରଣ ସମୟକୁ ଚିହ୍ନିତ କରେ। ଦୁଇ ବଙ୍ଗଳାକୁ ଏକଜୁଟ କରିବା ପାଇଁ ସୃଷ୍ଟି ହୋଇଥିବା ଏକ ଜାତୀୟ ସଂଗୀତ କିପରି ଏକ ସ୍ବାଧୀନ ବାଂଲାଦେଶର ଜାତୀୟ ସଂଗୀତ ହୋଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅମାନ ଆଜମୀ ବାଂଲାଦେଶୀ ସେନାର ପୂର୍ବ ବ୍ରିଗେଡିୟର ଜେନେରାଲ ଯିଏ ହସୀନାଙ୍କ ସତ୍ତା ଗଲା ପରେ ଜେଲରୁ ମୁକ୍ତ ହେଇଛନ୍ତି ସେ ବର୍ତ୍ତମାନ ନୂଆ ଜାତୀୟ ସଙ୍ଗୀତର ଦାବି କରି କହିଛନ୍ତି ଜାତୀୟ ସଙ୍ଗୀତ ଏମିତି ହେବା ଦରକାର ଯାହା ଦେଶର ପରିଚୟ ଏବଂ ମୂଲ୍ୟକୁ ବୁଝାଉଥିବ ଯାହା ବର୍ତ୍ତମାନର ଜାତୀୟ ସଙ୍ଗୀତରେ ନାହିଁ  । ଏହାସହିତ ଇସଲାମିକ ସିଦ୍ଧାନ୍ତ ଅନୁଯାୟୀ ସରକାର ଏକ ନୂତନ ଜାତୀୟ ସଂଗୀତ ବାଛିବା ପାଇଁ ଏକ ଆୟୋଗ ଗଠନ କରିବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦେଶ ଉପରେ ଭାରତ ଏହି ଜାତୀୟ ସଂଗୀତ ଲଦି ଦେଇଛି। ତେଣୁ ସରକାର ଏକ ନୂତନ ଜାତୀୟ ସଂଗୀତ ବାଛିବା ଉଚିତ। ଆଜମୀଙ୍କ ଏହି ଦାବି ପରେ ବାଂଲାଦେଶରେ ବିରୋଧର ସ୍ବର ଉତ୍ତୋଳନ ହେଇଛି । କିଛି ବୁଦ୍ଧିଜୀବୀଙ୍କ ଅନୁଯାୟୀ ଏହା ପଛରେ ଆଇଏସଆଇର ଷଡଯନ୍ତ୍ର ଅଛି ବୋଲି କୁହାଯାଉଛି । କିନ୍ତୁ ଏପଟେ ଜାତୀୟ ସଙ୍ଗୀତରେ କୌଣସି ପରିବର୍ତ୍ତନର ଯୋଜନା ନ ଥିବା ବର୍ତ୍ତମାନର ସରକାର କହିଛନ୍ତି।

 

ଆମେରିକାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଏହି ଗସ୍ତକାଳରେ ରାହୁଲ ଭାରତ-ଆମେରିକା ସମ୍ପର୍କ ସୁଦୃଢ କରିବା ଲାଗି ଉଦ୍ଯମ କରିବେ ବୋଲି ସୂଚନା ମିଳିଛି। ଟେକ୍ସାସର ଡଲାସରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ କଂଗ୍ରେସର ଦରିଆପାରି ସଂଗଠନ ଅଧ୍ଯକ୍ଷ ସାମ ପିଟ୍ରୋଡା ଓ ବହୁ ଭାରତୀୟ। ରାହୁଲ କହିଛନ୍ତି- ଦୁଇ ଦେଶ ମଧ୍ଯରେ ସମ୍ପର୍କ ସୁଦୃଢ କରିବା ଉଦ୍ଦେଶ୍ଯରେ ସେ ଗଠନମୂଳକ ଆଲୋଚନା କରିବେ। ବିରୋଧୀ ଦଳ ନେତା ହେବା ପରେ ରାହୁଲଙ୍କ ଏହା ହେଉଛି ପ୍ରଥମ ବିଦେଶ ଗସ୍ତ। ଓ୍ବାଶିଂଟନ ଡିସି, ଟେକ୍ସାସ ଓ ଡଲାସରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ। ଟେକ୍ସାସ ବିଶ୍ବବିଦ୍ୟାଳୟରେ ସେ ଉଦବୋଧନ ଦେବେ । ଚଳିତ ମାସର ଶେଷ ଭାଗରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଗସ୍ତବେଳେ ରାହୁଲ ଭାରତୀୟ ସମୁଦାୟ, ବ୍ଯବସାୟୀ, ଶିକ୍ଷାବିତ୍, ଛାତ୍ର, ଆନ୍ତର୍ଜାତିକ ଗଣମାଧ୍ଯମ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ନଭେମ୍ବରରେ ହେବାକୁ ଯାଉଥିବାବେଳେ ରାହୁଲଙ୍କ ଏହି ଗସ୍ତ ଗୁରୁତ୍ବ ବହନ କରୁଛି।

ଢେଙ୍କାନାଳରେ ଲଜ୍ଜା, ୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳରେ ଲଜ୍ଜା । ୨୨ ବର୍ଷୀୟ ଯୁବତୀଙ୍କୁ ଅଙ୍ଗନବାଡ଼ି ଛାତ ଉପରକୁ ଟେକି ନେଇ ବାରମ୍ବାର ଗଣଦୁଷ୍କର୍ମ ଅଭିଯୋଗ। ୭ ଜଣ ଯୁବକ ଦୁଷ୍କର୍ମ କରିଥିବା ନେଇ ହୋଇଛି ଅଭିଯୋଗ। ବାପା ଆଗରେ ଝିଅକୁ ଟେକି ନେଇ ବାରମ୍ବାର କରୁଥିଲେ ଦୁଷ୍କର୍ମ। ବାପା ମାନସିକ ରୋଗୀ ହୋଇଥିବା ସୂଚନା ମିଳିଛି। ଯୁବତୀଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।କିଛିଦିନ ହେବ ପ୍ରତ୍ୟେକ ଦିନ ଯୁବତୀଙ୍କୁ ରାତିରେ ଗଣଦୁଷ୍କର୍ମ କରାଯାଉଥିବା  ଅଭିଯୋଗ ହୋଇଛି। ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ସଖୀ କେନ୍ଦ୍ରରେ ରଖିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି।

ଗିରଫ ହେଲେ ନୂଆପଡ଼ା ଏମଭିଆଇ

ନୂଆପଡା: ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆଙ୍କୁ ଗିରଫ କଲା ଭିଜିଲାନ୍ସ। ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ ଭୁବନେଶ୍ଵର ଆସୁଥିବାବେଳେ ଗତକାଲି ଧରିଥିଲା ଭିଜିଲାନ୍ଶ। ପାଖରେ ଥିବା ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସମସ୍ତ ଟଙ୍କାକୁ ଜବତ କରି ତନାଘନା ଚାଲିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇଙ୍କ ଘର ସମେତ ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ। ଏତେ ପରିମାଣର ଟଙ୍କା ନେଇ ଏମଭିଆଇ କେଉଁଆଡେ ଆସୁଥିଲେ ଏହାକୁ ନେଇ ଚାଲିଛି ତଦନ୍ତ। ଗତକାଲି ଖୋର୍ଦ୍ଧା ହସ୍ପିଟାଲ ଛକରୁ ଏମଭିଆଇଙ୍କୁ ଧରିଥିଲା ଭିଜିଲାନ୍ଶ। ସେ ଆସୁଥିବା ଏକ ଘରୋଇ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ଗତକାଲି ଏମଭିଆଇଙ୍କୁ ଧରିବା ପରେ ନୂଆପଡ଼ା ସ୍ଥିତ ବାସଭବନ ସମେତ ଯାଜପୁର ସିଂହପୁରରେ ଥିବା ପୈତୃକ ଘର ଏବଂ ଭୁବନେଶ୍ଵର ଶୈଳଶ୍ରୀ ବିହାରରେ ଥିବା ଘରେ ଚଡାଉ କରିଥିଲା ଭିଜିଲାନ୍ଶ। ଗିରଫ ପରେ ଏମଭିଆଇଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

ସ୍ବୀକାର କଲା ପାକିସ୍ତାନ, ୧୯୯୯ କାରଗିଲରେ ଭାରତ ବିରୋଧରେ ଲଢିଥିଲା ଯୁଦ୍ଧ

ନନ୍ଦିଘୋଷ ବ୍ୟୁରୋ: ୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ । ୧୯୯୯ କାରଗିଲ ଯୁଦ୍ଧରେ ପାକିସ୍ତାନ ଲଢିଥିବା ନେଇ ପ୍ରଥମ ଥର ଲାଗି ସ୍ବୀକାର କଲା ପାକିସ୍ତାନ ସେନା । ପାକିସ୍ତାନର ସେନା ମୁଖ୍ଯ ଜେନେରାଲ ଆସିମ ମୁନିରଙ୍କ ଏହି ସ୍ବୀକାରୋକ୍ତି ଚହଳ ସୃଷ୍ଟି କରିଛି । ପାକିସ୍ତାନର ପ୍ରତିରକ୍ଷା ଦିବସ ଅବସରରେ ଉଦବୋଧନ ଦେଇ ସେ ଏହି ପ୍ରସଙ୍ଗ ଉତଥାପନ କରିଛନ୍ତି । ରାଓଲପିଣ୍ଡିରେ ସେ କହିଛନ୍ତି ୧୯୪୮, ୧୯୬୫, ୧୯୭୧ ଓ କାରଗିଲ ଯୁଦ୍ଧ ଭାରତ ସହ ଲଢିଛି ପାକିସ୍ତାନ । ଅନ୍ଯ ତିନି ଯୁଦ୍ଧ ସହ ସେ ପ୍ରଥମ ଥର ଲାଗି କାରଗିଲ ଯୁଦ୍ଧ ପ୍ରସଙ୍ଗ ଉଠାଇଥିଲେ । ଏହି ସମସ୍ତ ଯୁଦ୍ଧରେ ହଜାର ହଜାର ଯବାନ ସହିଦ ହୋଇଥିଲେ । ୧୯୯୯ ମେ ମାସରୁ ଜୁଲାଇ ମଧ୍ଯରେ ହୋଇଥିବା କାରଗିଲ ଯୁଦ୍ଧରେ ପାକିସ୍ତାନ ବାହିନୀ ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ଅତିକ୍ରମ କରି କାରଗିଲ ଜିଲ୍ଲାରେ ପ୍ରବେଶ କରିଥିଲେ । ଏହା ବିରୋଧରେ ଭାରତ ଆରମ୍ଭ କରିଥିଲା ଅପରେସନ ବିଜୟ । ପ୍ରଥମେ କାରଗିଲ ଅନୁପ୍ରବେଶକାରୀଙ୍କୁ କାଶ୍ମୀରୀ ସ୍ବାଧୀନତା ସଂଗ୍ରାମୀ ବା ମୁଜାହିଦ୍ଦିନଙ୍କ କାଣ୍ଡ ବୋଲି କହିଆସୁଥିଲା ପାକିସ୍ତାନ । ଏହା ସହ ଅନୁପ୍ରବେଶ କ୍ଷେତ୍ରରେ ପାକିସ୍ତାନର କୌଣସି ହାତ ନାହିଁ ବୋଲି କହୁଥିଲା । ମୁନିର ଆହୁରି କହିଛନ୍ତି- କାରଗିଲର ବିଭିନ୍ନ ପୋଷ୍ଟକୁ ଆଦିବାସୀ ନେତାମାନେ ଦଖଲ କରିଥିବାବେଳେ ପାକିସ୍ତାନ ବାହିନୀ ସକ୍ରିୟ ଭାବେ ସେଠାରେ ପାଟ୍ରୋଲିଂ କରୁଥିଲା । ବଡ଼କଥା ହେଉଛି ଏହି ଦୋଷ ଲୁଚାଇବା ଲାଗି ସେତେବେଳେ ନିହତ ହୋଇଥିବା ସୈନିକଙ୍କ ଶବକୁ ଗ୍ରହଣ କରିବା ଲାଗି ଅଗ୍ରାହ୍ୟ କରିଥିଲା ପାକିସ୍ତାନ । ଏକଥା ସତ୍ଯ ଯେ କାରଗିଲ ଯୁଦ୍ଧରେ ପାକିସ୍ତାନର ହାତ ଥିଲା । ମାତ୍ର ପାକିସ୍ତାନ ଏହାକୁ ସ୍ବୀକାର କରୁ ନଥିଲା । ମାତ୍ରେ ସେନାଧ୍ଯକ୍ଷ ଏହାକୁ ସ୍ବୀକାର କରିବା ଚର୍ଚ୍ଚାର କାରଣ ହୋଇଛି । କାରଗିଲ ଯୁଦ୍ଧ ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ନଓ୍ବାଜ ସରିଫ ଏହି ଅପରସେନକୁ ସମାଲୋଚନା କରିବା ସହ ଏହା ଏକ କୌଶଳଗତ ଅକ୍ଷମଣୀୟ ଭୁଲ୍ ଓ ରାଜନୈିତିକ ବିପର୍ଯ୍ୟୟ ବୋଲି ଦର୍ଶାଇଥିଲେ । ଏପରିକି କାରଗିଲ ଆକ୍ରମଣ ପ୍ରସଙ୍ଗରେ କେବଳ ଜେନେରାଲ ପରଭେଜ ମୁଶାରଫ ଓ ଅନ୍ଯ ତିନି ଜଣ ଜାଣିଥିଲେ ଏବଂ ବାୟୁସେନା ମୁଖ୍ଯ, ନୌସେନା ମୁଖ୍ଯ ଓ ଏପରିକି ପ୍ରଧାନମନ୍ତ୍ରୀ ଅବଗତ ନଥିଲେ ବୋଲି କୁହାଯାଉଛି । ଏହି ଯୁଦ୍ଧରେ ଭାରତର ୫୨୭ ଯବାନ ପ୍ରାଣ ହରାଇଥିଲେ । ପାକିସ୍ତାନର ପ୍ରାୟ ୪ ହଜାର ଯବାନ ପ୍ରାଣ ହରାଇଥିଲେ ବୋଲି କୁହାଯାଇଛି । ତେବେ ପାକିସ୍ତାନ ପକ୍ଷର ମୃତ୍ଯୁ ସଂଖ୍ଯା ୭୦୦ ବୋଲି ଆମେରିକା କହିଆସୁଛି ।