ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ ଓିଣ୍ଡୋ କମିଟି ବୈଠକରେ ୫ହଜାର ୯୯୨ କୋଟି ୯୨ ଲକ୍ଷ ଟଙ୍କାର ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଛି । ମୋଟ ୨୬ଟି ପ୍ରକଳ୍ପରେ ଏହି ପୁଞ୍ଜିନିବେଶ ହେବ। ଏହା ଦ୍ଵାରା ୧୯ ହଜାର ୩୬୪ ଲୋକ ନିଯୁକ୍ତି ପାଇବେ। ଇସ୍ପାତ, କେମିକାଲ, ଟେକ୍ସଟାଇଲସ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଭିତ୍ତିଭୂମି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ୧୪ ଜିଲ୍ଲାରେ ଏହି ପୁଞ୍ଜି ନିବେଶ କରାଯିବ। ମୟୂରଭଞ୍ଜରେ ଜିଏମ୍ ଆଇରନ କମ୍ପାନୀ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପାଇଁ ୭୪୫କୋଟି ଟଙ୍କାର ପୁଞ୍ଜିନିବେଶ କରି ୮୭୦ ନିଯୁକ୍ତି ଦେବ। ସୁନ୍ଦରଗଡ଼ରେ ଗଣେଶ ମେଟାଲିକ୍ସ ୬୦୪କୋଟି ବ୍ୟୟରେ ଏହାର ପ୍ଲାଣ୍ଟର ସଂପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ବେଳେ ଏଥିରେ ୩୨୩୯ ଜଣଙ୍କୁ ମିଳିବ ଚାକିରି। ଭାସ୍କର ଷ୍ଟିଲ ୫୩୦କୋଟି ପୁଞ୍ଜି ଲଗାଇ କାରଖାନାର ସଂପ୍ରସାରଣ କରିବ । ସେଥିରେ ୮୮୦ ଜଣଙ୍କୁ ଚାକିରି ମିଳିବ। ସୁନ୍ଦରଗଡ଼ରେ ଶ୍ରୀହରି ସ୍ପିନରର୍ସ ୧୩୦କୋଟି ବ୍ୟୟରେ ଏକ ସୂତା କଳ ବସାଇବାକୁ ଯାଉଛି ଯେଉଁଥିରେ ୭୦୦ଜଣଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ରିଏଲ ଇଷ୍ଟେଟ କ୍ଷେତ୍ରରେ କାମ କରୁ୍ଥିବା ପଣ୍ଡା ଇଷ୍ଟେଟ ଖୋର୍ଦ୍ଧାରେ ଏକ ଆଇଟି କଲ୍ ସେଣ୍ଟର କରିବାକୁ ଯାଉଛି। ଏଥିରେ ୧୧୨କୋଟି ୮୦ଲକ୍ଷ ବିନିଯୋଗ ହେବାକୁ ଥିବା ବେଳେ ସାଢେ ୪ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ।
ଫେସବୁକ କିମ୍ବା ଟେଲିଗ୍ରାମରେ ଲିଙ୍କ ଦେଖି ଇନଭେଷ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ
ନନ୍ଦିଘୋଷ ବ୍ୟୁରୋ: ଫେସବୁକ କିମ୍ବା ଟେଲିଗ୍ରାମରେ ଲିଙ୍କ ଦେଖି ଇନଭେଷ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ। ନଚେତ ରାତାରାତି ହୋଇଯିବେ କାଙ୍ଗାଳ। ଲୋକଙ୍କୁ ଲୁଟିଥିବା ଏକ ବଡ଼ ଧରଣର ସାଇବର ଗ୍ୟାଙ୍ଗକୁ କାବୁ କରିଛି କ୍ରାଇମବ୍ରାଞ୍ଚ। ଏନେଇ ଏଡିଜି କ୍ରାଇମବ୍ରାଞ୍ଚ ଅରୁଣ ବୋଥ୍ରା ପ୍ରେସମିଟ କଲେ ବଡ଼ ଖୁଲାସା କରିଛନ୍ତି। ସାଇବର ଫ୍ରଡ ଗ୍ୟାଙ୍ଗର ୧୫ ଜଣ ଗିରଫ ହୋଇଥିବା ବେଳେ, ଆଉ କିଛି ଫେରାର ହୋଇଯାଇଛନ୍ତି। ମାଷ୍ଟର ମାଇଣ୍ଡ ଦିଲ୍ଲୀର ତୁଷାର ଶର୍ମା ଓ ଅଙ୍କିତ ଠାକୁରଙ୍କ ସମେତ ଓଡ଼ିଶାର ୧୩ ଜଣଙ୍କୁ ଗିରଫ କରାଯାଇଛି। ତୁଷାର ଓ ଅଙ୍କିତ ମ୍ୟୁଲ ଆକାଉଣ୍ଟ ଖୋଲି କରୁଥିଲେ ଅପରାଧ। ଏହି ଗ୍ୟାଙ୍ଗର ୫ ଜଣ ଆକାଉଣ୍ଟ ଖୋଲିବାକୁ କହିଥିଲେ। ତିନୋଟି ସ୍ତରରେ ଠକେଇ ହୋଇଥିବା ବେଳେ, ସମସ୍ତେ ଠକେଇର ସେୟାର ପାଇଛନ୍ତି ବୋଲି ପଚରାଉଚରା ବେଳେ ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଏଭଳି ଠକେଇର ପରିମାଣ ୩୦ କୋଟିରୁ ଅଧିକ ହେବ ବୋଲି କହିଛନ୍ତି ଏଡିଜି କ୍ରାଇମବ୍ରାଞ୍ଚ। ଏହି ଗ୍ୟାଙ୍ଗ ଠାରୁ ୨୦ଟି ମୋବାଇଲ୍, ସିମ କାର୍ଡ, ଚେକ ବୁକ, ଏଟିଏମ କାର୍ଡ ଜବତ କରାଯାଇଛି। ଗ୍ୟାଙ୍ଗରେ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ।
ବଡ଼ ଠାକୁର ପଡ଼ିଯିବା ଘଟଣା, କଣ ମାଡ଼ି ଆସିବ କି ବଡ଼ ବିପଦ?
ନନ୍ଦିଘୋଷ ବ୍ୟୁରୋ: ଏତେ ବଡ଼ ଅଘଟଣ। ଯାହା କେବେ ଏ କାନ ଶୁଣିନଥିଲା କି ଆଖି ଦେଖିନଥିଲା, ଆଡ଼ପ ମଣ୍ଡପ ବିଜେ ସମୟରେ ଚାରମାଳ ଉପରେ ମୁହଁ ମାଡ଼ି ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି ଏହି ଘଟଣା । କାହିଁକି ଏତେ ବଡ଼ ଅଘଟଣ ଘଟିଲା, କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ। ବଡ଼ ଠାକୁର ପଡ଼ିଯିବାରୁ ସାରା ରାଇଜରେ ହୁରି ପଡ଼ି ଯାଇଛି। ଏହା କୌଣସି ବଡ଼ ଅଘଟଣର ସୂଚନା ନୁହେଁ ତ। ଏହା ପରେ ଶୃଙ୍ଖଳିତ ରଥଯାତ୍ରା ନେଇ ଉଠିଛି ପ୍ରଶ୍ନ ଏବଂ ଗତକାଲିର ଅଘଟଣର ତଦନ୍ତ ନିର୍ଦ୍ଦେଶ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।
ମୁହଁ ମାଡ଼ି ପଡ଼ିଗଲେ ବଳଭଦ୍ର। ଆଡ଼ପ ମଣ୍ଡପକୁ ବିଜେ ହେବା ବେଳେ ଚାରମାଳ ଉପରେ ହାମୁଡ଼େଇ ପଡ଼ିଗଲେ ବଡ଼ ଠାକୁର। ଏଥିପାଇଁ ଦାୟୀ କିଏ, କାହାର ଅବହେଳାରୁ ଏପରି ହେଲା। ଏହି ଅଘଟଣ କୋଟି କୋଟି ଜଗନ୍ନାଥଙ୍କ ମନରେ ଗଭୀର ଆଘାତ ଦେଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି-ଏପରି ଅଘଟଣ ଆମେ କେବେ ଦେଖିନଥିଲୁ। କେମିତି ହେଲା, କାହିଁକି ହେଲା ତାର ତଦନ୍ତ ହେବ। ମୂଳ ସମସ୍ୟା ହେଲା ରଥରେ ଅଧିକ ସେବାୟତ ରହୁଛନ୍ତି, ପହଣ୍ଡି ବେଳେ ଅଧିକ ସେବାୟତ ରହୁଛନ୍ତି। ସେବାୟତମାନେ ଗତକାଲିର ଘଟଣାରୁ ଶିକ୍ଷାଲାଭ କରିଥିବେ। ଆଗକୁ ଯେମିତି ଏପରି କେବେ ନ ହୁଏ, ପ୍ରଶାସନ ଓ ସେବାୟତ ପଦକ୍ଷେପ ନେବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି -ବଳଭଦ୍ର ଚାରମାଳରେ ପଡ଼ିଯିବାର ତଦନ୍ତ ପାଇଁ ଗଠନ କରାଯାଇଛି ୩ ଜଣିଆ କମିଟି। ଏହି କମିଟି ତଦନ୍ତ କମିଟି ଦେଖିବ ସେତେବେଳେ କିଏ କିଏ ଥିଲେ, ଅଧିକୃତ ଲୋକ ଥିଲେ କି ନାହିଁ। ଭିଡିଓ ଦେଖି ସବୁ ଦିଗରୁ ତଦନ୍ତ କରିବେ। ନୀଳାଦ୍ରି ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏତେ ବଡ଼ ଅଘଟଣକୁ ନେଇ ସରକାର କିନ୍ତୁ ହାଲୁକାରେ ନେବା ଭଳି ମନ୍ତବ୍ୟ ଦେଇଛନ୍ତି। ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଏହା ଲୀଳମୟଙ୍କ ଲୀଳା। ଠାକୁରଙ୍କ ଲୀଳା ଅପାର। ସେପଟେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି- ଏହା ଏକ ସାମାନ୍ୟ ଦୁର୍ଘଟଣା ଥିଲା। ଏହା ପ୍ରଭୁଙ୍କର ଏକ ଛୋଟିଆ ଲୀଳା।
ସେପଟେ ଗତକାଲି ଅଘଟଣ ପାଇଁ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି-ବଳଭଦ୍ରଙ୍କ ସେନାପଟାରେ ଲାଗିଥିବା ଛାଟେଣି ଡୋର ଖସିଯିବାରୁ ବିଗ୍ରହ ସମ୍ମୁଖ ଭାଗକୁ ହାମୁଡ଼ି ପଡିଥିଲେ। ଚାରମାଳରେ ଅଧିକ ସେବାୟତ, ସେବା ସମର୍ପଣ ଭାବର ଅଭାବକୁ ବି ଦାୟୀ କରାଯାଇଛି। ଜିଲ୍ଲାପାଳ କହିଛନ୍ତି – ଏହି ଘଟଣାରେ ୧୨ ଜଣ ଆହତଙ୍କୁ ହସପିଟାଲକୁ ନିଆଯାଇଥିଲା। ସମସ୍ତେ ସୁସ୍ଥ ଅଛନ୍ତି। କେବଳ ଜଣକୁ ଅବଜରଭେସନରେ ରଖାଯାଇଥିଲା।
ଗତକାଲିର ଘଟଣାର ସବୁ ଭକ୍ତଙ୍କ ମନରେ କ୍ଷୋଭ ଓ ଉଦବେଗ ସୃଷ୍ଟି କରିଛି। ସେମାନେ ଆଶଙ୍କା କରୁଛନ୍ତି- କିଛି ବଡ଼ ସଂକେତ ସଂକେତ ଦେଇଗଲେ ବି ମହାପ୍ରଭୁ ବଳଭଦ୍ର ? ରଥଯାତ୍ରା ଦିନ ପ୍ରଭୁ ବଳଭଦ୍ରଙ୍କ ରଥ ନିକଟରେ ବି ଅଘଟଣ ଘଟିଥିଲା । ସଂସ୍କୃତି ବିଶାରଦ ବି ଆଶଙ୍କା କରିଛନ୍ତି- ଆହୁରି କିଛି ଅଘଟଣ ଘଟିବନି ତ ?
୨୩ ରନରେ ଜିମ୍ବାଓ୍ବେକୁ ପରାସ୍ତ କଲା ଭାରତ
ନନ୍ଦିଘୋଷ ବ୍ୟୁରୋ: ଜିମ୍ଵାୱେ ବିପକ୍ଷରେ ତୃତୀୟ ଟି-ଟ୍ଵେଣ୍ଟି ଜିତି ୨-୧ରେ ସିରିଜ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ହରାରେ ଆଜି ହୋଇଥିବା ମ୍ୟାଚରେ ଭାରତ ୨୩ ରନରେ ଜିମ୍ଵାୱେକୁ ପରାସ୍ତ କରିଛି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦ ଓଭରରେ ୪ ୱିକେଟ ହରାଇ କରିଥିଲା ୧୮୨ ରନ୍। ଗିଲ୍ ୬୬ ଓ ଋତୁରାଜ ୪୯ ରନ କରିଥିଲେ। ଜବାବରେ ଜିମ୍ଵାୱେ ୨୦ ଓଭରରେ ୬ ୱିକେଟ ହରାଇ କରିପାରିଥିଲା ୧୫୯ ରନ। ୱାସିଂଟନ ସୁନ୍ଦର ୪ ଓଭରରେ ମାତ୍ର ୧୫ ରନ ଦେଇ ୩ଟି ୱିକେଟ ନେଇଥିଲେ। ଏଥିପାଇଁ ସେ ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି। ୫ ମ୍ୟାଚ ବିଶିଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଜୁଲାଇ ୧୩ ତାରିଖରେ ଖେଳାଯିବ।
କ୍ଯାବିନେଟରେ କିଛି ନୂଆ ନିଷ୍ପତ୍ତି ନାହିଁ : ବିଜେଡି
ନନ୍ଦିଘୋଷ ବ୍ୟୁରୋ: ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ଗତ ବିଜେଡି ସରକାର ଯାହା କରିଥିଲେ ଆଜି ବିଜେପି ସରକାର ତାହା କରିଛନ୍ତି । ଆଜି ବସିଥିବା କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରୁ ପ୍ରଥମ ପ୍ରସ୍ତାବଟି ହେଉଛି ସର୍ବନିମ୍ନ ମଜୁରୀ ବୃଦ୍ଧି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଗତ ମାର୍ଚ୍ଚ ମାସରେ ବିଜେଡି ସରକାର ସର୍ବନିମ୍ନ ମଜୁରୀ ଯାହା ଧାର୍ଯ୍ୟ କରିଥିଲେ ତାକୁ ପୁଣି ବିଜେପି ସରକାର କ୍ୟାବିନେଟ ନିଷ୍ପତ୍ତି ବୋଲି ଘୋଷଣା କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ନବୀନଙ୍କ ନିଷ୍ପତ୍ତି ମୋହନଙ୍କ ମୋହର । ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧିକୁ ଦୋହରାଇଲେ । ବିଜେଡି କହିଲା, କ୍ଯାବିନେଟରେ ନାହିଁ କିଛି ନୂଆ ନିଷ୍ପତ୍ତି । କେବେ ମିଳିବ ବର୍ଦ୍ଧିତ ମଜୁରୀ କହିଲେନି ସରକାର । ୨୦୨୪ ମାର୍ଚ୍ଚ ୧୪ରେ ଶ୍ରମ ବିଭାଗର ଏ ହେଉଛି ବିଜ୍ଞପ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ରାଜ୍ୟର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା । ଏ ସମ୍ପର୍କରେ ସେ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରାଯାଇଥିଲା । ସେ ସମୟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କା ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟି କ୍ଯାଟେଗୋରୀରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଥିଲେ ପୂର୍ବ ସରକାର । ପୂର୍ବ ସରକାରଙ୍କ ଶ୍ରମିକମାନଙ୍କ ପାଇଁ ଏହି ବଡ଼ ଘୋଷଣା ରାଜ୍ୟର ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବଡ଼ ଉପହାର ଥିଲା । ତେବେ ନୂଆ ସରକାରଙ୍କ ଦ୍ବିତୀୟ କ୍ୟାବିନେଟ ପୁନର୍ବାର ଏହି ଘୋଷଣା କରିଛନ୍ତି । ହେଲେ ଏହି ବର୍ଦ୍ଧିତ ଟଙ୍କା କେବେଠାରୁ ଶ୍ରମିକମାନଙ୍କୁ ମିଳିବ ସେ ନେଇ କିଛି ସ୍ପଷ୍ଟ ଘୋଷଣା କରିନାହାନ୍ତି ରାଜ୍ୟ ସରକାର ।
ଆଜି ରାଜ୍ୟ କ୍ୟାବିନେଟ ୫ଟି ପ୍ରସ୍ତାବକୁ ମୋହର ମାରିଛି । ମାର୍ଚ୍ଚ ମାସରେ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରି ପୂର୍ବ ସରକାର ଶ୍ରମିକଙ୍କ ହିତ ପାଇଁ କାର୍ଯ୍ୟ କରୁଥିଲେ । ହେଲେ ନୂଆ ସରକାର ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି ନକରି ପୂର୍ବ ସରକାରଙ୍କ ଘୋଷଣାକୁ କ୍ୟାବିନେଟ ମୋହର ମାରିବାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ନୂଆ ସରକାର କେବଳ ରଙ୍ଗ, ନାଁ ଘୋଷଣାରେ ସୀମିତ ନରହି ଲୋକଙ୍କ ହିତରେ କାମ କରିବାକୁ ପରାମର୍ଶ ଦେଇଛନ୍ତି । ନୂଆ ସରକାରଙ୍କ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି । ନୂଆ ସରକାର ପୂର୍ବ ସରକାରଙ୍କ ଘୋଷଣାକୁ ଘୋଷଣା କରି କେବଳ ବାହାବାହା ନେବାକୁ ଚାହୁଁଥିବା ବିଜେଡି ଅଭିଯୋଗ କରିଛି । କଂଗ୍ରେସ ମଧ୍ୟ କଡ଼ା ସମାଲୋଚନା କରିଛି ।
ନୂଆ ସରକାରଙ୍କ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ କ୍ୟାବିନେଟ ମୋହରକୁ ନେଇ ଉଠିଛି ପ୍ରଶ୍ନ । ସୋସିଆଲ ମିଡିଆରେ ଏନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଜନତା । ସେପଟେ ନୂଆ ସରକାର ଘୋଷଣା ସର୍ବସ୍ବ ନହୋଇ ଓଡ଼ିଶାବାସୀଙ୍କ ସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି ବିରୋଧୀ ।
ପୁଅ ବରଯାତ୍ରୀ ନେଇ ଯିବା ବେଳେ ଆଖି ବୁଜିଲେ ବାପା
ନନ୍ଦିଘୋଷ ବ୍ୟୁରୋ: ପୁଅ ବରଯାତ୍ରୀରେ ବାପାଙ୍କର ମୃତ୍ୟୁ। ନରସିଂହପୁର ଚତରାପଦାରେ ଅଭାବନୀୟ ଘଟଣା। ତଗିଲୋ ଗାଁକୁ ବାହାଘର ପାଇଁ ଯାଉଥିଲା ବେଳେ ବରଯାତ୍ରୀ ବସ ଧକ୍କାରେ ବର ବାପାଙ୍କର ଜୀବନ ଚାଲିଯାଇଛି। ଚତରାପଦା ଗାଁର ବିମ୍ବାଧର ନାୟକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୁଅ ବବୁଲ ନାୟକଙ୍କର ବାହାଘର ଥିଲା। ଘରୁ ବାହାଘର ବରଯାତ୍ରୀ ବାହାରି ସାରିଥିଲା। ବରଯାତ୍ରୀଙ୍କୁ ନେଉଥିବା ଶକ୍ତିମୟୀ ନାମକ ବସ୍ ହଠାତ ୭ ରୁ ୮ ଜଣ ଙ୍କୁ ଚଢାଇ ଦେଇଥିଲା।। ବସ ଧକ୍କାରେ ଗୁରୁତର ଆହତ ହୋଇଥିବା ବରର ବାପାଙ୍କୁ ପ୍ରଥମେ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏନେଇ ପରିବାର ପକ୍ଷରୁ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ନରସିଂହପୁର ପୋଲିସ୍ ମେଡିକାଲ୍ ରେ ପହଞ୍ଚି ଅଧିକ ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ବିକ୍ରମ କେଶରୀ ଜେନା ।
ଦେବୀ ନଦୀର ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ନଇକୂଳିଆ ବାସିନ୍ଦା
ନନ୍ଦିଘୋଷ ବ୍ୟୁରୋ: ଦୁର୍ବଳ ନଦୀ ବନ୍ଧକୁ ନେଇ ଛାନିଆ ପୁରୀ, କାକଟପୁର, ଅସ୍ତରଙ୍ଗ ଅଞ୍ଚଳବାସିନ୍ଦା। ପୁରୀ ଜିଲ୍ଲାରେ ଦେବୀ ନଦୀ ବହୁବାର ଗତିପଥ ବଦଳାଇ ଅନେକ କ୍ଷତି କରିଛି। କାକଟପୁର ବାଉରିଆକଣ ଦେବୀ ନଦୀ ବନ୍ଧ ଦୀର୍ଘ ଦିନ ହେବ ପାଖାପାଖି ୧ କିଲୋମିଟରରୁ ଉର୍ଦ୍ଧ୍ବ ଧସିଯାଇଥିବା ବେଳେ ସ୍ଥାନୀୟ ଲୋକେ ଭୟରେ ରହିଛନ୍ତି।
ଡରାଉଛି ଦୁର୍ବଳ ନଦୀବନ୍ଧ। ଦେବୀ ନଦୀର ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ ନଇକୂଳିଆ ବାସିନ୍ଦା। ଗତିପଥ ବଦଳାଇ ପୂର୍ବରୁ ଦେବୀ ନଦୀ ବହୁତ କ୍ଷତି କରିଛି। ନଦୀଗର୍ଭରେ ଲୀନ ହୋଇଯାଇଛି ଅନେକ ଗାଁ। ଘର ଦ୍ୱାର ଛାଡି ନଦୀର ଅପରପାର୍ଶ୍ୱରେ ରହୁଛନ୍ତି ଶତାଧିକ ପରିବାର। କାକଟପୁର ବାଉରିଆକଣର ଏ ଚିତ୍ର। ବାଉରିଆକଣ ଠାରୁ ଖଣ୍ଡାସାହି ରାସ୍ତା ପାଖାପାଖି ୧ କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଗୋଟେ ପାର୍ଶ୍ଵ ସମ୍ପୂର୍ଣ ଦବି ଯାଇଛି। ଜଳସମ୍ପଦ ବିଭାଗ ଏକ ବୋର୍ଡ ଲଗାଇ ଲୋକଙ୍କ ସଚେତନ କରାଇ କାମ ସାରିଦେଇଛି। ସେହିପରି ଅସ୍ତରଙ୍ଗ ବ୍ଲକର କଣମଣ ଠାରୁ ରାଇବେରୁଆଁ ପର୍ଯ୍ୟନ୍ତ ନିମ୍ନମାନର କାମ ଯୋଗୁଁ ସୁନ୍ଦର ଗାଁ ରାସ୍ତାର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଦବିଯାଇଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ।
ପ୍ରତିବର୍ଷ କାକଟପୁର, ଅସ୍ତରଙ୍ଗ ପାର୍ଶ୍ଵବର୍ତ୍ତୀ ନଦୀବନ୍ଧ ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ସ୍ପର ନିର୍ମାଣ କରିବା ସହ ବନ୍ଧ ମରାମତି କରୁଛନ୍ତି ଜଳସମ୍ପଦ ବିଭାଗ । କିନ୍ତୁ ନିମ୍ନମାନର କାମ ଯୋଗୁଁ ନଦୀବନ୍ଧରେ ବାଉରିଆକଣ ନିକଟରେ ୧ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଧସିଥିବା ବେଳେ କଣମଣରୁ ରାଇବେରୁଆଁ ପାଖାପାଖି ୨ କିଲୋମିଟର ଦବିଯାଇଛି। ଜୋର ବର୍ଷା ହେଲେ ବନ୍ଧ ଧୋଇଯିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଘାଇ ସୃଷ୍ଟି ହେଲେ କି ବନ୍ୟା ସୃଷ୍ଟି ହେଲେ ଏଠାକାର ୧୫ରୁ ଉର୍ଦ୍ଧ୍ବ ନଈକୂଳିଆ ପଂଚାୟତ ପ୍ରଭାବିତ ହେବା ସହ ଏକର ଏକର ଜମିରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ଅଧିକ୍ଷଣ ଯନ୍ତ୍ରୀଙ୍କ କହିବା କଥା ବନ୍ଧ ସୃଦୃଢ଼ ଅଛି, ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ପ୍ରସ୍ତୁତ ଜଳସମ୍ପଦ ବିଭାଗ।
କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଗୁଳିମାଡ଼, ଯୁବକ ମୃତ
ନନ୍ଦିଘୋଷ ବ୍ୟୁରୋ: ଗୁଳି ମାଡ଼ରେ ଯୁବକ ମୃତ । କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଗୁଳିମାଡ଼ l ଗୁଳିମାଡ଼ ରେ ତ୍ରିନାଥ ମଲ୍ଲିକ ନାମକ ଯୁବକ ମୃତ l ଗୁଳିମାଡ଼ କିଏ ଓ କାହିଁକି କଲା ତାର କାରଣ ଅସ୍ପଷ୍ଟ ରହିଛି l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଜଟେଶ୍ୱର ପୋଖରୀ ନିକଟରେ ଥିବା ହୁଡାରେ ବସିଥିବା ବେଳେ ଗୁଳିମାଡ଼ l ଦୁଇ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ବେଳେ ଖବର ପାଇ କବିସୂର୍ଯ୍ୟନଗର ପୋଲିସ ପଂହଁଚି ତଦନ୍ତ ଆରମ୍ବ କରିଛି l
ତ୍ରିପୁରାରେ HIV ଭୟ, ଗଲାଣି ୪୭ ଛାତ୍ରଙ୍କ ଜୀବନ !
ନନ୍ଦିଘୋଷ ବ୍ୟୁରୋ: ତ୍ରିପୁରାରୁ ଆସିଲା ଅଭାବନୀୟ ଖବର । ରାଜ୍ୟରେ ବଢ଼ିବାରେ ଲାଗିଛି ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୮୨୮ ଜଣା ଛାତ୍ର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୭ ଜଣଙ୍କ ଜୀବନ ଯାଇଛି । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଖବର । ତେବେ ଏହାକୁ ନେଇ ତ୍ରିପୁରା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ରିପୋର୍ଟ ବିଭ୍ରାନ୍ତିକର ବୋଲି କୁହାଯାଇଛି । କୁହାଯାଇଛି କି, ଏହି ସଂଖ୍ୟା ୨୦୦୭ରୁ ୨୦୨୪ର ରିପୋର୍ଟ ।
In Tripura, 47 students have d!ed from HIV, and 828 have tested positive, according to the Tripura State #AIDS Control Society (TSACS).
A senior TSACS official stated that 572 of these students are still alive, with many having left the state for higher education. #medtwitter pic.twitter.com/gh7wJXlcOF
— Indian Doctor🇮🇳 (@Indian__doctor) July 9, 2024
ପଦ୍ମକେଶରୀପୁରକୁ ଅଶାନ୍ତ କରୁଛି ‘ସୁଧ’ କାରବାର
ନନ୍ଦିଘୋଷ ବ୍ୟୁରୋ: ଚକ୍ରବର୍ତ୍ତୀ ସୁଧର ଚକ୍ରାନ୍ତରେ ତଳିତଳାନ୍ତ ପରିବାର । ବାପା ଅଜା ଅମଳରୁ ସୁଝିଲେ ବି ସୁଝା ପଡୁନି । ମୂଳ ସୁଝା ନପଡିବାରୁ ଭିଟାମାଟି ଛଡାଇ ନେବାକୁ ଧମକ ଦେଉଛି ସୁଧ ବେପାରୀ । ଏଭଳି କିଛି ରୋଚକ କଥା ଦେଖିବାକୁ ମିଳିଛି ମଞ୍ଚେଶ୍ୱର ଥାନା ଅଧିନ ପଦ୍ମକେଶରୀପୁର ଗାଁରେ। ରାଜଧାନୀର ଛାତି ଉପରେ ସୁଧ କାରବାର ର ନଗ୍ନ ଚିତ୍ର। ୧୦ ହଜାର ମୂଳକୁ ୫ ଲକ୍ଷ ସୁଧ । ଟଙ୍କା ନଦେଲେ କାହାକୁ ଆକ୍ରମଣ ତ ଆଉ କାହାକୁ ମିଳୁଛି ଭିଟାମାଟି ଛଡ଼ାଇନେବାର ଧମକ । ଏ ହେଉଛନ୍ତି ଏସେଇ ଦାସ । ୬୦ ବର୍ଷୀୟା ମହିଳା। ସ୍ୱାମୀ ଚେରମୁଳି, ଡେଉଁରିଆ ବେପାର କରି ପରିବାର ପ୍ରତିପୋଷଣ କରନ୍ତି। ୨୦୧୦ ମସିହାରେ ମହିଳା ଜଣଙ୍କ ୧୦ ହଜାର ଟଙ୍କା ସୁଧକୁ ଆଣିଥିଲେ । ଏବେ ସୁଧା ୪ ଲକ୍ଷରୁ ଉର୍ଦ୍ଧ ସୁଧ ଗଣି ସାରରିଲେଣି । କିନ୍ତୁ ସୁଧିଆ ବେପାରୀ ମୂଳ ବାବଦକୁ ଆହୁରି ମାଗୁଛି ୨ ଲକ୍ଷ ଟଙ୍କା ।

