spot_img
Home Blog Page 1691

ଆସ୍କାରେ ଚାଞ୍ଚଲ୍ଯ: ଘରେ ପଶି ବାପାକୁ ମାରି ଦିବ୍ଯାଙ୍ଗ ଝିଅକୁ ଦୁଷ୍କର୍ମ ଅଭିଯୋଗ

ଗଞ୍ଜାମ: ଆସ୍କାରେ ଚାଞ୍ଚଲ୍ଯ। ଘରେ ପଶି ବାପାକୁ ମାରି ଦିବ୍ଯାଙ୍ଗ ଝିଅକୁ ଦୁଷ୍କର୍ମ ଅଭିଯୋଗ। ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଘଟିଛି ବୀଭତ୍ସକାଣ୍ଡ।

ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ଅପରାହ୍ନରେ ଜଣେ ଯୁବକ ହଠାତ ଘରେ ପଶିଥିଲା । ପ୍ରଥମେ ତାଙ୍କୁ ଆକ୍ରମଣ କରିବା ପରେ ରୋଗାଗ୍ରସ୍ତ ସ୍ବାମୀ ଉଦୟ ମୁନୀଙ୍କୁ ପଥରରେ ଆକ୍ରମଣ କରି ହତ୍ଯା କରିଥିଲା । ପରେ ଦିବ୍ଯାଙ୍ଗ ଝିଅକୁ ଘରେ ବନ୍ଦ କରି ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରୁଛି। ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଏଭଳି ବୀଭତ୍ସ ଘଟଣା ଘଟାଇଛି ତାହା ଅସ୍ପଷ୍ଟ ରହିଛି ।

କଟକ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

କଟକ: କଟକରେ ଭୟାବହ ଅଗ୍ନିକାଣ୍ଡ । କଟକର ପୁରୀଘାଟ ଥାନା ନିକଟରେ ଥିବା ତ୍ରିଶା ନର୍ସିଂହୋମରେ ଲାଗିଲା ନିଆଁ । ଜଳିଲା ନର୍ସିଂହୋମର ତୃତୀୟ ମହଲାରେ ଥିବା ଆଇସିୟୁ । ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କରିବା ସହ ନିଆଁ ଲିଭା କାର୍ଯ୍ଯରେ ନିୟୋଜିତ ହୋଇଥିଲେ । ଉଦ୍ଧାର ହୋଇଥିବା କିଛି ରୋଗୀଙ୍କୁ ଏସସିବି ମେଡାକାଲ ସ୍ଥାନାନ୍ତର କରାଯାଇଥିବାବେଳେ ଗୁରୁତର ରୋଗୀଙ୍କୁ ବିଭିନ୍ନ ଘରୋଇ ହସପିଟାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର ହୋଇଥିବା ରୋଗୀଙ୍କ ମଧ୍ୟରୁ ୧୧ ଜଣ ଶିଶୁ ଥିବା ସହ ୧୫ରୁ ୨୦ ଜଣ ବୟସ୍କ ରୋଗୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଉଦ୍ଧାର ପରେ ରାସ୍ତାରେ ଅଟକି ରହିଥଲେ ରୋଗୀ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅସନ୍ତୋଷ ପ୍ରକାଶ କରିଥିଲେ ରୋଗୀଙ୍କ ସମ୍ପର୍କୀୟ । ନର୍ସିଂହୋମ ଅଫିସରୁ ନିଆଁ ବ୍ୟାପିଥିବା ସନ୍ଦେହ କରାଯାଉଛି । ଆଇସିୟୁ ଭେଣ୍ଟିଲେଟରରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଅଗ୍ନିକାଣ୍ଡ ଘଟଣା ସମ୍ପର୍କରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ରୋଗୀଙ୍କ ସମ୍ପକରେ ସୂଚନା ନେଇଛନ୍ତି । ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ । ମାଗଣାରେ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ଘଟଣାର ତଦନ୍ତ ପାଇଁ ଅଗ୍ନିଶମ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ।

ଲୋକସଭା ନିର୍ବାଚନ ସରୁସରୁ ବିଧାନସଭା ଉପନିର୍ବାଚନରେ ଚିତପଟାଙ୍ଗ ମାରିଲା ଏନଡିଏ

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ସରୁସରୁ ବିଧାନସଭା ଉପନିର୍ବାଚନରେ ଚିତପଟାଙ୍ଗ ମାରିଲା ଏନଡିଏ। ସବୁ ବାହାଦୁରି ମାରିଛି ଫ୍ଲପ୍। ୭ ରାଜ୍ଯର ୧୩ ବିଧାନସଭା ଆସନ ଉପନିର୍ବାଚନରେ ଏନଡିଏ ମେଣ୍ଟକୁ ଜବରଦସ୍ତ ଝଟକା। ବାଜିମାରିଛି ଇଣ୍ଡିଆ ମେଣ୍ଟ। ପଶ୍ଚିମବଙ୍ଗର ୪, ହିମାଚଳ ପ୍ରଦେଶର ୩, ଉତ୍ତରାଖଣ୍ଡର ୨, ବିହାର, ପଞ୍ଜାବ, ମଧ୍ଯପ୍ରଦେଶ ଓ ତାମିଲନାଡୁରେ ଗୋଟିଏ ଲେଖାଏ ଆସନରେ ହୋଇଥିଲା ଉପନିର୍ବାଚନ।

ପଞ୍ଜାବ ଜଳନ୍ଧର ୱେଷ୍ଟ ଆସନରୁ ବିଜୟ ଲାଭ କରିଛନ୍ତି ଆପ ନେତା ମହୀନ୍ଦର ଭଗତ। ପଶ୍ଚିମବଙ୍ଗର ସମସ୍ତ ୪ଟି ଯାକ ଆସନରେ ଟିଏମସି ବାଜିମାତ କରିଛି। ବାଗଦାରୁ ମଧୁପୂର୍ଣ୍ଣା ଠାକୁର, ରାଣାଘାଟରୁ ମୁକୁତମଣି ଅଧିକାରୀ, ରାଇଗଞ୍ଜରୁ କ୍ରିଷ୍ଣା କଲ୍ଯାଣୀ ବିଜୟୀ ହୋଇଛନ୍ତି। ମାଣିକତାଲା ଆସନରେ ଟିଏମସି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ହିମାଚଳ ପ୍ରଦେଶର ଡେରା ଆସନରୁ ବିଜୟୀ ହୋଇଛନ୍ତି ମୁଖ୍ଯମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପତ୍ନୀ କମଳେଶ ଠାକୁର। ସେ ବିଜେପି ପ୍ରାର୍ଥୀ ହୋସିଆର ସିଂଙ୍କୁ ୯ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ନାଳଗଡ଼ରେ କଂଗ୍ରେସର ହରଦୀପ ସିଂ ବାୱା ବିଜୟୀ ହୋଇଛନ୍ତି। ହମିରପୁରରେ ବିଜେପିର ଆଶିଷ ଶର୍ମା କଂଗ୍ରେସର ପୁଷ୍ପିନ୍ଦର ବର୍ମାଙ୍କୁ ପରାସ୍ତ କରିଛନ୍ତି।

ଉତ୍ତରାଖଣ୍ଡର ମଙ୍ଗଳୁରରୁ କଂଗ୍ରେସର କାଜି ନିଜାମୁଦ୍ଦିନ ବିଜୟୀ ହୋଇଛନ୍ତି।  ବଦ୍ରିନାଥରେ କଂଗ୍ରେସ ପ୍ରାର୍ଥୀ ଲଖପତ ସିଂ ବୁତାଲାଙ୍କ ବିଜୟ ହୋଇଛି। ମଧ୍ଯପ୍ରଦେଶର ଛନ୍ଦୱାରା ଅନ୍ତର୍ଗତ ଅମରୱାରା ଆସନରେ ବିଜେପି ପ୍ରାର୍ଥୀ କମଳେଶ ପ୍ରତାପ ଶାହ ବିଜୟୀ ହୋଇଛନ୍ତି । ସେ କଂଗ୍ରେସର ଧୀରନ ଶାହ ଇନଭତିଙ୍କୁ ପରାସ୍ତ କରିଛନ୍ତି।

ବିହାରର ରୁପାଉଲି ଆସନରେ ଜେଡିୟୁ ପ୍ରାର୍ଥୀ କଳାଧର ପ୍ରସାଦ ମଣ୍ଡଳଙ୍କୁ ପରାସ୍ତ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ଶଙ୍କର ସିଂ।  ତାମିଲନାଡୁର ବିକ୍ରବନ୍ଦୀରେ ଡିଏମକେ ପ୍ରାର୍ଥୀ ଅନିଉର ଶିବା  ବିଜୟୀ ହୋଇଛନ୍ତି।

ରୋଗୀଙ୍କୁ ମିଳୁନି ଔଷଧ: ବରଗଡ଼ ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ିଛି ଗଦା ଗଦା ଏକ୍ସପାଏରି ମେଡିସିନ୍

ବରଗଡ଼: ଷ୍ଟୋର ରୁମରେ ଗଦା ହୋଇ ପଡିଛି ଏକ୍ସପାଏରି ମେଡିସିନ୍। ବରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ସମେତ ସହରର ଅନେକ ହସ୍ପିଟାଲରେ ମେଡିସିନରୁ ବଞ୍ଚିତ ହେଉଛନ୍ତି ରୋଗୀ। ଏକ୍ସପାଏରି ମେଡିସିନ୍ ପଡିରହିଥିବା ବେଳେ ବେସରକାରୀ ଷ୍ଟୋରରୁ ମେଡିସିନ୍ ନେବାରୁ ଡାକ୍ତର ପରାମର୍ଶ ଦେଉଥିବା ଅଭିଯୋଗ ହେଉଛି।

ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ସରକାର ମାଗଣାରେ ଔଷଧ ଯୋଗାଉଥିବା ବେଳେ ମେଡିସିନ୍ ରୋଗୀଙ୍କ ପାଖରେ ପହଞ୍ଚିପାରୁନି। ଲକ୍ଷାଧିକ ଟଙ୍କାର ଔଷଧ ଏକ୍ସପାଏରି ହୋଇ ପଡିରହିବା ଦର୍ଶାଉଛି ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅବହେଳାର ଚିତ୍ର।

ଅନେକ ଗରିବ ରୋଗୀ ସରକାରୀ ହସ୍ପିଟାଲକୁ ଆସି ଡାକ୍ତର ଦେଖାଇ ଔଷଧ ନଥିବାରୁ ଫେରିଯାଉଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ଔଷଧ ନଷ୍ଟ ହେଉଛି। ଭିଟାମିନ ସିରପ, ଟାବଲେଟ ଓ ଇଞ୍ଜେକସନ ଗୁଡିକ ହସ୍ପିଟାଲ ଷ୍ଟୋର ରୁମରେ ପଡି ଏକ୍ସପାଏରି ହେଉଛି। ତେବେ ରୋଗୀଙ୍କୁ ମେଡିସିନ୍ ନମିଳିଲେ ପ୍ରାଇଭେଟ୍ ଷ୍ଟୋରରୁ ଔଷଧ କିଣିବାକୁ କୁହାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବରଗଡ CDMOଙ୍କୁ ପଚାରିବାରୁ, ସେ ଘଟଣାର ତଦନ୍ତ କରି ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ବିପଦ ସଙ୍କୁଳ ଅବସ୍ଥାରେ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ, ଅଧା ଭଙ୍ଗା ବ୍ରିଜରେ ଗଡୁଛି ଭାରୀଯାନ

ଯାଜପୁର: ପ୍ରତି ମୁହୂର୍ତ୍ତରେ ରହିଛି ବିପଦ। ଅଧା ଭଙ୍ଗା ବ୍ରିଜରେ ଗଡୁଛି ଭାରୀଯାନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଚଣ୍ଡିଖୋଲ ଓଭରବ୍ରିଜର। ପୁରାତନ ବ୍ରିଜ ହୋଇଥିବାରୁ ମରାମତି ଅଭାବରୁ ନଷ୍ଟ ହେବାକୁ ବସିଲାଣି। ବିପଦସଂକୁଳ ଅବସ୍ଥାରେ ଏଠାରେ ପ୍ରତ୍ଯକ ଦିନ ହଜାର ହଜାର ଯାନ ଯାତ୍ରା କରୁଛି। ସେହିପରି ଏହାର ଅନତି ଦୂରରେ ଥିବା ରେଲୱେ ଓଭରବ୍ରିଜର ମଧ୍ୟ ସମାନ ଅବସ୍ଥା। ମରାମତି ଅଭାବରୁ ବ୍ରିଜର ଅବସ୍ଥା ଶୋଚନୀୟ ହୋଇ ପଡିଛି। ପାରାଦ୍ୱୀପରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଏହି ଜାତୀୟ ରାଜପଥ ସଂଯୋଗ କରୁଛି। ତେଣୁ ଏହି ଓଭରବ୍ରିଜ ଦେଇ ହଜାର ହଜାର ସଂଖ୍ୟାରେ ଗାଡି ଯିବା ଆସିବା କରେ। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ବ୍ରିଜ ଦେଇ ଯିବା ଆସିବା କରୁଥିବା ବେଳେ ମନରେ ଭୟ ରହୁଛି।

ଅନ୍ୟପଟେ ଚଣ୍ଡିଖୋଲ ଠାରେ ନିର୍ମାଣ ହେଉଥିବା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ପଦ୍ମ ଘୁଞ୍ଚି ଘୁଞ୍ଚି ଗଲାଭଳି NH 53 ଚଣ୍ଡିଖୋଲ ଡ଼ୁବୁରୀ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ଶେଷ ହୋଇ ପାରୁନାହିଁ। ସମ୍ପୃକ୍ତ ଠିକା ସଂସ୍ଥା ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇ ପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି।

କଟକ ନର୍ସିଂହୋମରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

କଟକ: କଟକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ । ପୁରୀଘାଟ ଥାନା ନିକଟରେ ଥିବା ନର୍ସିଂହୋମରେ ନିଆଁ ଲାଗିଛି । ନର୍ସିଂହୋମର ତୃତୀୟ ମହଲାରେ ନିଆଁ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ସୂଚନା ମିଳିଛି । ନର୍ସିଂହୋମରେ ଫସିଥିବା ରୋଗୀଙ୍କୁ ଉଦ୍ଧାର ଜାରି। ଉଦ୍ଧାର ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର। ICU ରେ ଥିବା ୫ ଜଣ ରୋଗୀଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲିଭାଇବାକୁ ପ୍ରୟାସ କରୁଛନ୍ତି ଅଗ୍ନିଶମ ବାହିନୀ ।

ବଳଭଦ୍ର ହାମୁଡେଇ ପଡିବା ଏକ ପ୍ରକାର ଅଶୁଭ ସଙ୍କେତ ଦେଉଛି: ହଳଧର ଦାସ ମହାପାତ୍ର

ପୁରୀ: ଆଡ଼ପ ପହଣ୍ଡିବେଳେ ତାଳଧ୍ବଜ ରଥର ଚାରମାଳ ଉପରେ ପ୍ରଭୁ ବଳଭଦ୍ର ପଡିଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ତାଳଧ୍ଵଜ ରଥର ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର। ସେ କହିଛନ୍ତି: ଏଭଳି ଘଟଣା ତାଙ୍କ ଜୀବନକାଳ ଭିତରେ କେବେ ଘଟିନଥିଲା । ମହାପ୍ରଭୁଙ୍କ ନୀତି କାନ୍ତିରେ ବିଭ୍ରାଟ, ରଥ ଉପରେ ମାଳ ମାଳ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନର କୋହଳ ମନୋଭାବ ଯୋଗୁ ଗତ ଆଡପ ମଣ୍ଡପ ଦିନ ପହଣ୍ଡି ସମୟରେ ଏତେ ବଡ ଅଘଟଣ ଘଟିଗଲା ବୋଲି ସେ କହିଛନ୍ତି।

ପ୍ରଭୁ ବଳଭଦ୍ରଙ୍କ ରଥ ଉପରେ ଅନଧିକୃତ ବା ପାଳି ନଥିବା ସେବାୟତ ରଥ ଉପରେ ରହିଥିଲେ। ପହଣ୍ଡି ସମୟରେ ଯେତିକି ସଂଖ୍ୟକ ସେବାୟତଙ୍କ ଆବଶ୍ୟକତା ରହିଛି ତା ଠାରୁ ଅଧିକ ସେବାୟତ ରହିବା ଦ୍ବାରା ପହଣ୍ଡିରେ ଏତେ ବଡ ଅଘଟଣ ଘଟିଗଲା। ପ୍ରଭୁ ବଳଭଦ୍ର ଚାରମାଳ ଉପରେ ଏଭଳି ହାମୁଡେଇ ପଡିବା ଏକ ପ୍ରକାର ଅଶୁଭ ସଙ୍କେତ ଦେଉଛି ବୋଲି ବାଡଗ୍ରାହୀ ହଳଧର ଦାସ ମହାପାତ୍ର କହିଛନ୍ତି। ତେଣୁ ବାହୁଡା ଦିନ ଯଦି ରଥ ଉପରେ ଅନଧିକୃତ ସେବାୟତ ରୁହନ୍ତି ତେବେ ମହାପ୍ରଭୁଙ୍କ ପହଣ୍ଡି ନୀତିରେ ବିଭ୍ରାଟ ହେବ। ଶ୍ରୀମନ୍ଦିର ପ୍ରଶାସନ ଏ ସବୁ ଦିଗରେ ବିଶେଷ ଧ୍ୟାନ ଦେବାର ନିହାତି ଆବଶ୍ୟକ ରହିଛି। ନଚେତ୍ ଆଗକୁ ଆହୁରି କିଛି ବଡ ଅଘଟଣ ଘଟିପାରେ ବୋଲି ସୂଚେଇ ଦେଇଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ।

ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱର: ରାଜଭବନର ଏଏସଓକୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ମାଡ ମାରିବା ଘଟଣାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ପୋଲିସ ରାଜ୍ଯପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବା ଦରକାର । ରାଜ୍ଯପାଳଙ୍କ ପୁଅଙ୍କ ସମେତ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିବା ଦରକାର । ଗଭର୍ଣ୍ଣର ହାଉସର ଜଣେ ସରକାରୀ କର୍ମଚାରୀଙ୍କୁ ଯେପରି ମାଡ ମରାଗଲା ଓ ଜୀବନରୁ ମାରି ଦେବାକୁ ଧମକ ଦିଆଗଲା ସେଥିଲାଗି ଦଫା ୩୦୭ ଲାଗିବା ଉଚିତ। ରାଜ୍ଯପାଳ ଜଣେ ପୂର୍ବତନ ମୁଖ୍ଯମନ୍ତ୍ରୀ ଥିଲେ। ସେ ଗତ ନିର୍ବାଚନରେ ବିଜେପି ସରକାର ଗଢିବା ନେଇ ଉଦ୍ଯମ କରିଥିଲେ । ଏବେ ରାଜ୍ଯରେ ବିଜେପି ସରକାର ଚାଲିଛି । ତେଣୁ ପୋଲିସ ଆକ୍ସନ ଲାଗି କୁଣ୍ଠାବୋଧ କରୁଛି ବୋଲି ତାରା କହିଛନ୍ତି ।

ପୋଲିସ ନିଜ ଆଡୁ ଗିରଫ କରିବାକୁ ତାରା ଦାବି କରିଛନ୍ତି । ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିବା ସହ ରାଜ୍ଯପାଳଙ୍କ ପୁଅ ଓ ତାଙ୍କ ସହଯୋଗୀଙ୍କୁ ବାନ୍ଧିବାକୁ ଦାବି କରୁଛି । ନହେଲେ ଆଗାମୀ ଦିନରେ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବାକୁ ପଛାଇବ ନାହିଁ। ଆବଶ୍ଯକ ପଡିଲେ ରାଜ୍ଯପାଳଙ୍କୁ ବିରୋଧ କରାଯିବ । ବିଧାନସଭାରେ କଥା ଉଠାଯିବ ବୋଲି କହିଛନ୍ତି ତାରା।

୭ ରାଜ୍ଯର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଗଣତି; ଏନଡିଓ ଓ ଇଣ୍ଡିଆ ମେଣ୍ଟ ମଧ୍ଯରେ କଡା ଟକ୍କର

ନୂଆଦିଲ୍ଲୀ : ୭ ରାଜ୍ଯର ୧୩ ବିଧାନସଭା ଆସନରେ ଉପନିର୍ବାଚନ ଗଣତି। ବ୍ଯାକଫୁଟରେ ଅଛି ଏନଡିଏ। ୯ ଆସନରେ ଆଗୁଆ ଅଛି ଇଣ୍ଡିଆ ମେଣ୍ଟ। ପଶ୍ଚିମବଙ୍ଗର ୪, ହିମାଚଳ ପ୍ରଦେଶର ୩, ଉତ୍ତରାଖଣ୍ଡର ୨, ବିହାର, ପଞ୍ଜାବ, ମଧ୍ଯପ୍ରଦେଶ ଓ ତାମିଲନାଡୁରେ ଗୋଟିଏ ଲେଖାଏ ଆସନରେ ହୋଇଥିଲା ଉପନିର୍ବାଚନ। ପଞ୍ଜାବ ଜଳନ୍ଧର ୱେଷ୍ଟ ଆସନରୁ ବିଜୟ ଲାଭ କରିଛନ୍ତି ଆପ ନେତା ମହୀନ୍ଦର ଭଗତ। ପଶ୍ଚିମବଙ୍ଗର ସମସ୍ତ ୪ ଆସନ- ବାଗଦା, ରାଣାଘାଟ, ମାଣିକତାଲା ଓ ରାଇଗଞ୍ଜରେ ଟିଏମସି ପ୍ରାର୍ଥୀ ଆଗୁଆ ଅଛନ୍ତି।

ହିମାଚଳ ପ୍ରଦେଶର ଡେରା ଆସନରୁ ବିଜୟୀ ହୋଇଛନ୍ତି ମୁଖ୍ଯମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ପତ୍ନୀ କମଳେଶ ଠାକୁର । ସେ ବିଜେପି ପ୍ରାର୍ଥୀ ହୋସିଆର ସିଂଙ୍କୁ ୯ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ନାଲଗଡ, ହମିରପୁରରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି। ଉତ୍ତରାଖଣ୍ଡର ମଙ୍ଗଳୁର ଓ ବଦ୍ରିନାଥରେ କଂଗ୍ରେସ ଆଗରେ ରହିଛି । ବିହାରର ରୁପାଉଲି ଆସନରେ ଜେଡିୟୁ ପ୍ରାର୍ଥୀ ଆଗରେ ଥିବା ସୂଚନା ମିଳିଛି।ତାମିଲନାଡୁର ବିକ୍ରବନ୍ଦୀରେ ଡିଏମକେ ପ୍ରାର୍ଥୀ ଆଗରେ ଅଛନ୍ତି। ମଧ୍ଯପ୍ରଦେଶର ଛନ୍ଦୱାରା ଅନ୍ତର୍ଗତ ଅମରୱାରା ଆସନରେ ବିଜେପି ଓ କଂଗ୍ରେସ ମଧ୍ଯରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେଉଛି।

ନୀତିକାନ୍ତି ବିଳମ୍ବ ଯୋଗୁ ଲକ୍ଷାଧିକ ଟଙ୍କାର ମହାପ୍ରସାଦ ନଷ୍ଟ

ପୁରୀ : ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି ବିଳମ୍ବ ଯୋଗୁ ଲକ୍ଷାଧିକ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଛି । ଗତକାଲି ଦ୍ବିତୀୟ ଭୋଗମଣ୍ଡପ ରାତି ୧୦ଟା ୧୦ ରେ ଶେଷ ହୋଇଥିଲା। ଠିକ୍ ସମୟରେ ଆଡପ ଅବଢ଼ା ନବାହାରିବାରୁ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ନୀତିକାନ୍ତି ସୁଚାରୁରୂପେ କରାଯାଉନଥିବା ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ଅଭିଯୋଗ କରିଛନ୍ତି। ଏହା ସହିତ ପ୍ରଶାସନ ତୁରନ୍ତ କ୍ଷତିପୂରଣ ଦେବାକୁ ଦେବାକୁ ଦାବି କରିଛନ୍ତି।