spot_img
Home Blog Page 169

ବିଷ ବଳୟରେ ଓଡ଼ିଶା: ଦେଶର ୧୦ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭, ବାଲେଶ୍ବର ଏକ ନମ୍ବର

ବିଷ ବଳୟରେ ଓଡ଼ିଶା: ଦେଶର ୧୦ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭, ବାଲେଶ୍ବର ଏକ ନମ୍ବର

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ବାଲେଶ୍ଵରବାସୀଙ୍କୁ ଚମକାଇ ଦେଇଛି । ଗୁରୁବାର ପ୍ରକାଶିତ ଏହି ରିପୋର୍ଟରେ ପ୍ରଦୂଷଣରେ ସବୁଠାରୁ ଆଗରେ ରହିଛି ବାଲେଶ୍ବର । ଏୟାର କ୍ୱାଲିଟି ଇଣ୍ଡେକ୍ଟ ବା ବାୟୁ ଗୁଣବତ୍ତା ସୂଚକାଙ୍କରେ ସହରର ଦିଲ୍ଲୀକୁ ପଛରେ ପକାଇ ଦେଇଛି । ଜିଲ୍ଲାରେ ଧୂଳି, କଳକାରଖାନା, ବେଆଇନ ଇଟା ଭାଟି, କ୍ଷେତରେ ନଡ଼ା ଜାଳିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଇଛି ।

ଓଡ଼ିଶା ପବନରେ ବିଷ । ଦିଲ୍ଲୀକୁ ଟପିଲା ବାଲେଶ୍ବର ଏକ୍ୟୁଆଇ । ଦେଶରେ ସର୍ବାଧିକ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ । ସିପିସିବିର ରିପୋର୍ଟ ବଢାଇଲା ଚିନ୍ତା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଓଡ଼ିଶାର ବାୟୁମଣ୍ଡଳ ସାରା ଦେଶରେ ଅଧିକ ପ୍ରଦୂଷିତ ସହର । ଏଠାକାର ବାୟୁର ୩୩୮ ଛୁଇଁଛି । ଯାହାକି ଅତି ନିମ୍ନମାନର । ଏଭଳି ପ୍ରଦୂଷିତ ପବନ ବିଶେଷ ଭାବେ ଶ୍ଵାସରୋଗୀଙ୍କ ସ୍ଥିତି ବିଗାଡ଼ି ପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ଭାରତର ୧୦ଟି ସର୍ବାଧିକ ବାୟୁ ପ୍ରଦୂଷିତ ସହର ତାଲିକାରେ ଓଡ଼ିଶାର ୭ଟି ସହର ସ୍ଥାନ ପାଇଛି ।

ବାୟୁ ପ୍ରଦୂଷଣରେ ବାଲେଶ୍ଵର ଦେଶର ପ୍ରଥମ ସ୍ଥାନରେ ଥିବାବେଳେ ତାଳଚେର ଦ୍ଵିତୀୟ ଓ ବାରିପଦା ୬ ସ୍ଥାନରେ ରହିଛି । ଦେଶର ୬ଟି ସହରରେ ବାୟୁର ମାନ ଅତି ନିମ୍ନସ୍ତରୀୟ ଲାଲ୍ ରଙ୍ଗରେ ଚିହ୍ନଟ କରାଯାଇଥିବାବେଳେ ଏଥିରେ ଓଡ଼ିଶାର ୩ଟି ସହର ରହିଛି । ଏକ୍ୟୁଆଇ ୩ ଶହରୁ ୪ଶହ ଭିତରେ ରହିଲେ ଏହାକୁ ଅତି ନିମ୍ନମାନର କୁହାଯାଇଥାଏ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସହରବାସୀ ।

ଶୀତ ଦିନରେ ସାଧାରଣତଃ ବାୟୁ ପ୍ରଦୂଷଣ ବଢ଼ିଥାଏ । କୁହୁଡ଼ି ଓ ଆଦ୍ରତା ଘନତ୍ୱ ପ୍ରଦୂଷଣର ଆଉ ଏକ କାରଣ । ବିଭିନ୍ନ ସ୍ଥାନରେ ରାସ୍ତା ମରାମତି, ଅତ୍ୟଧିକ ଯନବାହନ ଚଳାଚଳ ଯୋଗୁଁ ବାୟୁ ପ୍ରଦୂଷିତ ହୋଇଥାଏ । ତେବେ ବାଲେଶ୍ୱରକୁ ଲାଗି ରହିଥିବା ବିସ୍ତିର୍ଣ୍ଣ ସମୁଦ୍ର ବେଳାଭୁମିରେ ସମୁଦ୍ର ଲବଣରୁ ମଏଶ୍ଚର ଫର୍ମେସନ୍ ବି ଅନ୍ୟ ଏକ କାରଣ । ୨୦୨୧ର ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲ୍ଲାର ବାୟୁରେ ଧୂଳିକଣାର ମାତ୍ରା ବର୍ଷକୁ ୩.୫୯ ମେଟ୍ରିକ୍ ଟନ୍ ରୋଡ଼ ଡଷ୍ଟରୁ ନିର୍ଗତ ହୋଇଥାଏ । ତେବେ ପ୍ରଦୂଷଣକୁ ନେଇ ଜିଲ୍ଲାପ୍ରଶାସନ ସହ ସମସ୍ତେ ନାଗରିକ ସଚେତନ ହେବା ଆବଶ୍ୟକତା ଥିବା କହିଛନ୍ତି ରାଜ୍ୟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଆଞ୍ଚଳିକ ଅଧିକାରୀ ମନମୋହନ ମୁର୍ମୁ କହିଛନ୍ତି ।

ଦୁର୍ଘଟଣା ଭାଙ୍ଗି ଦେଇଥିଲା ବୈଜ୍ଞାନିକ ହେବାର ସ୍ବପ୍ନ: ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ କାମ କରିବାକୁ ଇଚ୍ଛା, ଦରକାର ରାଷ୍ଟ୍ରପତିଙ୍କ ଅନୁମୋଦନ

ଦୁର୍ଘଟଣା ଭାଙ୍ଗି ଦେଇଥିଲା ବୈଜ୍ଞାନିକ ହେବାର ସ୍ବପ୍ନ: ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ କାମ କରିବାକୁ ଇଚ୍ଛା, ଦରକାର ରାଷ୍ଟ୍ରପତିଙ୍କ ଅନୁମୋଦନ

ନନ୍ଦିଘୋଷ ବ୍ୟୁରୋ: ଇଚ୍ଛା ଥିଲା ବୈଜ୍ଞାନିକ ହେବେ । ପାଠପଢ଼ା ସରିଥିଲା । ନାସାରୁ ଡାକରା ମଧ୍ୟ ଆସିଥିଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ସଡ଼କ ଦୁର୍ଘଟଣା ସବୁ କିଛି ଓଲଟପାଲଟ କରିଦେଲା । ଅଧାରେ ରହିଗଲା ବୈଜ୍ଞାନିକ ହେବାର ସ୍ବପ୍ନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତର ପ୍ରତାପ ନାରାୟଣ ସିଂହ କିନ୍ତୁ ହାର ମାନିନାହାନ୍ତି । ଫିଟ ହେବାକୁ ୧୦ ବର୍ଷ ଲାଗିଯାଇଥିବାବେଳେ ଏବେ ବି ସେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ କାମ କରିବାକୁ ଇଚ୍ଛା ରଖିଛନ୍ତି । ହେଲେ ଏଥିପାଇଁ ଆବଶ୍ୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ।

କିଛିଦିନ ପରେ ପ୍ରତାପଙ୍କ ହୋଇଥାନ୍ତେ ନାସାର ବୈଜ୍ଞାନିକ । ହେଲେ ସ୍ବପ୍ନ ଉଜାଡ଼ି ଦେଲା ଦୁର୍ଘଟଣା । ୨୦୧୦ରେ ପୁନେ ୟୁନିଭର୍ସିଟିରେ ଫିଜିକ୍ସରେ MSC ପାସ କରିବା ପରେ ୨୦୧୩ରେ ରେଭେନ୍ସା ୟୁନିଭର୍ସିଟିରୁ ପୁଣି ସେହି ଫିଜିକ୍ସରେ MSC କରିଥିଲେ । ରେଭେନ୍ସା ୟୁନିଭର୍ସିଟିରେ ସେମିନାର ସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ପ୍ରତାପ । ସେବେଠାରୁ ବୈଜ୍ଞାନିକ ହେବାର ଇଚ୍ଛା ଅଧାରେ ଅଟକିଛି ।

ଦୀର୍ଘ ୧୦ ବର୍ଷ ହେବ ଘରେ ରହିଥିବା ବେଳେ ଏବେ ଏକ ଘରୋଇ କଲେଜରେ ଅଧ୍ୟାପନା କରୁଛନ୍ତି । ପାରିବାରିକ ଆର୍ଥିକ ସ୍ଥିତି ସେତେ ସ୍ୱଚ୍ଛଳ ନାହିଁ । ତଥାପି ହାର ମାନିନାହାନ୍ତି ପ୍ରତାପ । ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଥିବାବେଳେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟରରେ କାର୍ଯ୍ୟ କରିବା ପାଇଁ ଇଚ୍ଛା ରଖିଛନ୍ତି । ଏଥିପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନର ଆବଶ୍ୟକ ରହିଛି । ରାଷ୍ଟ୍ରପତିଙ୍କୁ ଦେଖା କରିବା ପାଇଁ ଓ ଅନୁମୋଦନ ପାଇଁ ବିଭିନ୍ନ ସ୍ତରରେ ଚେଷ୍ଟା ଜାରି ରଖିଛନ୍ତି ପ୍ରତାପ । ପ୍ରତାପଙ୍କୁ ସହଯୋଗ ଯୋଗାଇ ଦିଆଗଲେ ସେ ଆଗାମୀ ଦିନରେ ଦେଶ ପାଇଁ ଗୌରବ ଆଣିପାରନ୍ତେ ।

କାନାଡାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ଗୁଳିମାରି ହତ୍ୟା

କାନାଡାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ଗୁଳିମାରି ହତ୍ୟା

ନନ୍ଦିଘୋଷ ବ୍ୟୁରୋ: କାନାଡାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ ବାହାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ଗୁଳିମାଡ଼ । ଘଟଣା ସ୍ଥଳରେ ଛାତ୍ରଙ୍କ ମୃତ୍ୟୁ । ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି । ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।

ଘଟଣା ଅନୁଯାୟୀ ବିଶ୍ବବିଦ୍ୟାଳୟ ବାହାରେ ଛାତ୍ର ଜଣଙ୍କ ଛିଡା ହୋଇଥିବା ବେଳେ ଗୁଳିମାଡ଼ ହୋଇଥିଲା । ମୃତକ ଜଣକ ହେଲେ ୨୦ ବର୍ଷୀୟ ଡକ୍ଟରେଟ୍ ଛାତ୍ର ଶିବାଙ୍କ ଅବସ୍ଥି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଜନସାଧାରଣଙ୍କ ସାହାଯ୍ୟ ଲୋଡୁଛି । ଦୁର୍ବୃତ୍ତମାନେ କାହିଁକି ତାଙ୍କୁ ଆକ୍ରମଣ କଲେ ? ଏହା ପଛରେ କାହାର ହାତ ଅଛି?  ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକଙ୍କ ଜାମିନକୁ ବିରୋଧ, ଦିଲ୍ଲୀ ହାଇକୋର୍ଟ ଆଗରେ ବିକ୍ଷୋଭ

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକଙ୍କ ଜାମିନକୁ ବିରୋଧ, ଦିଲ୍ଲୀ ହାଇକୋର୍ଟ ଆଗରେ ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସେଙ୍ଗାରଙ୍କ ଜାମିନକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟ ନିକଟରେ ବିରୋଧ ପ୍ରଦର୍ଶନ । ଜନବାଦୀ ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବିରୋଧ ପ୍ରଦର୍ଶନ କରାଯାଇଛି । ଅଭିଯୁକ୍ତଙ୍କ ଜାମିନ ରଦ୍ଦ ସହ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରାଯାଇଛି ।

ଦିଲ୍ଲୀବାସୀ ବାହାରେ ବୁଲୁଥିବା କୁକୁରଙ୍କ ପ୍ରତି ଯେତିକି ଭୟବିତ ନୁହଁନ୍ତି, ଦୁଷ୍କର୍ମକାରୀଙ୍କୁ ସେତିକି ଭୟ କରୁଛନ୍ତି । ସହରରେ ଖୋଲାଖୋଲି ଭାବେ ଜହ୍ଲାଦ ବୁଲୁଛନ୍ତି । ନାରୀଙ୍କୁ ନ୍ୟାୟ ସହ ସୁରକ୍ଷା ଦରକାର । ଉନ୍ନାଓ ପୀଡିତାଙ୍କ ବାପା ଓ ଭାଇକୁ ବି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରଦର୍ଶନକାରୀ ।

୨୦୧୭ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବିଜେପିର ପୂର୍ବତନ ବିଧାୟକ କୁଳଦୀପ ସିଂ ସେଙ୍ଗାରଙ୍କୁ ଦିଲ୍ଲୀ ହାଇକୋର୍ଟ ଖଲାସ କରିଛନ୍ତି । ୨୦୧୯ରେ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହାସହ ପୋଲିସ ହେପାଜତରେ ଥିବାବେଳେ ପୀଡ଼ିତାଙ୍କ ବାପାଙ୍କ ମୃତ୍ୟୁ ଘଟଣାରେ ବି ଅଭିଯୁକ୍ତ ଥିଲେ ସେଙ୍ଗାର । ଗତ ୨୩ରେ ଦିଲ୍ଲୀ ହାଇକୋର୍ଟ ସେଙ୍ଗାରଙ୍କ ଆଜୀବନ କାରା ଦଣ୍ଡାଦେଶକୁ ରଦ୍ଦ କରିବା ସହ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ୧୫ ଲକ୍ଷ ଟଙ୍କାର ବଣ୍ଡ, କେବଳ ଦିଲ୍ଲୀରେ ରହିବା, ପୀଡ଼ିତାଙ୍କ ଘରରୁ ୫ କିଲୋମିଟର ସୀମା ଭିତରେ ପ୍ରବେଶ ନ କରିବା, ତାଙ୍କ ପରିବାରକୁ ଧମକ ନଦେବା ଆଦି ସର୍ତ୍ତରେ ସେଙ୍ଗାରଙ୍କୁ ଖଲାସ କରାଯାଇଛି ।

ଡବଲ ଇଞ୍ଜିନ ଶାସନରେ ଓଡ଼ିଶା ସବୁଠି ହତାଶ: ନବୀନ

ଡବଲ ଇଞ୍ଜିନ ଶାସନରେ ଓଡ଼ିଶା ସବୁଠି ହତାଶ: ନବୀନ

ନନ୍ଦିଘୋଷ ବ୍ୟୁରୋ:  ୨୦୨୪ ଯାଏଁ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । ଏହା ପରଠାରୁ ରାଜ୍ୟରେ ଡବଲ ଇଞ୍ଜିନ ଶାସନରେ ଓଡ଼ିଶା ସବୁଠି ହତାଶ । ବଡ଼ କଥା ହେଲା ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ଏପରି କଟାକ୍ଷ କରିଛନ୍ତି ନବୀନ ।

ସେ କହିଛନ୍ତି, ମାଆମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି । ମାଆମାନେ ସବୁଠି ଆଜି ହଇରାଣ ହେଉଛନ୍ତି । ନାବାଳିକା ଦୁଷ୍କର୍ମ ହେଉଛି । ଚାଷୀ ସାର ପାଉନି । ମଣ୍ଡି ଖୋଲୁନି । ଯୁବପିଢି ଆଜି ହତାଶ । ବିଜେପି ସରକାରରେ ବାରମ୍ବାର ପ୍ରଶ୍ନପତ୍ର ଲିକ ହେଉଛି । ଓଡି଼ଶାରେ ସରକାର ନଥିଲା ଭଳି ଅନୁଭବ ହେଉଛି ।

ବିଜେଡି ୧୯୯୯ ପରଠାରୁ ରାଜ୍ୟବାସୀଙ୍କ ସେବା କରିଆସୁଛି । ସେବା ବିଜେଡିର ପରିଚୟ ଥିଲା ଓ ରହିବ । ବିକାଶର ଶିଖରରେ ପହଞ୍ଚି ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଥିଲା । ମାଆମାନଙ୍କୁ ରୋଜଗାର ଦିଆଯାଇଥିଲା । BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଥିଲା ବିଜେଡି । ରାଜ୍ୟର ଅର୍ଥନୀତିକୁ ମଜଭୁତ କରିଥିଲା ବିଜେଡି । ଏବେ କିନ୍ତୁ ଲୋକ ହତାଶ । ନିର୍ବାଚନରେ ହାର ଜିତ ଲାଗି ରହିଛି । ବିଜେଡି ଶାସନରେ ନଥାଇ ସୁଦ୍ଧା ଲୋକଙ୍କ ସ୍ବର ହୋଇ ରହିଛି । ବିଜେଡି ଜଣେ ଦୁଇ ଜଣରେ ପରିଚାଳିତ ନୁହେଁ, ଏହା ଲୋକଙ୍କ ଦଳ । ଦଳୀୟ ଭିତ୍ତିରେ ବିଜେଡି ପରିଚାଳିତ ହେଉଛି । କିଛି ଲୋକ ଦଳ ବିଷୟରେ ଅପପ୍ରଚାର କରୁଛନ୍ତି । ଏହା ଲୋକଙ୍କ ଆନ୍ଦୋଳନରୁ ଜନ୍ମ ହୋଇଛି । ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନକୁ ନେଇ ବିଜେଡି ଗଠନ ହୋଇଛି । ବିଜେଡି ରହିଛି ଓ ଆଗାମୀ ଶହେ ବର୍ଷ ଯାଏଁ ଓଡ଼ିଶାର ସ୍ୱର ହୋଇ ରହିବ ବୋଲି ନବୀନ କହିଛନ୍ତି ।

ଯୁବଶକ୍ତି ଆମର ସବୁଠୁ ବଡ଼ ଆସେଟ । ଅଧିକ ଆକ୍ଟିଭ ହୋଇ କାମ କରିବାକୁ ମୁଁ ତାଙ୍କୁ ନିବେଦନ କରୁଛି । ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ହୋଇ ପ୍ରଭାବଶାଳୀ କାମ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେବା ସହ ରାଜନୀତିରେ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ ବୋଲି ମତ ଦେଇଥିଲେ । ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀମାନଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ତାଙ୍କର ଗଭୀର ବିଶ୍ୱାସ ରହିଛି । ତେଣୁ ବର୍ତ୍ତମାନର ଆହ୍ୱାନକୁ ଭବିଷ୍ୟତ ପାଇଁ ସୁଯୋଗରେ ରୂପାନ୍ତରିତ କରି ଏକ ସଶକ୍ତ ଓଡିଶା ଗଠନ ଦିଗରେ ବ୍ରତୀ ହେବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ବିଜେଡ଼ି ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋଙ୍କ ବାର୍ତ୍ତା ; ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ବାନ

ଭୁବନେଶ୍ବର : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ଦଳ ପୁଣି ଥଣେ ସଂକଳ୍ପ ନେବ। ଚଳିତ ବର୍ଷ ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରୁଛି ୨୯ ତମ ପ୍ରତିଷ୍ଠା ଦିବସ।

ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲୋକଙ୍କ ସ୍ୱର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ ସାଜିବାକୁ ଆହ୍ବାନ ଦେଇଛନ୍ତି । ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ । ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି । ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସେବା, ସ୍ୱାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ; ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ

ଭୁବନେଶ୍ବର : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜାରି ରଖିବାକୁ ଦଳ ପୁଣି ଥଣେ ସଂକଳ୍ପ ନେବ। ଚଳିତ ବର୍ଷ ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରୁଛି ୨୯ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ।

ଶଙ୍ଖ ଭବନରେ ଆୟୋଜିତ ଉତ୍ସବରେ ଯୋଗଦେଇ ସମସ୍ତଙ୍କୁ ସେବାର ଗୁରୁମନ୍ତ୍ର ଦେବେ ସୁପ୍ରିମୋ। ଭୁବନେଶ୍ବରର ତିନି ନିର୍ବାଚନ ମଣ୍ଡଳୀରୁ ସମର୍ଥକମାନେ ଶୋଭାଯାତ୍ରାରେ ବାହାରି ଶଙ୍ଖ ଭବନରେ ପହଞ୍ଚିବେ । ବିମାନ ବନ୍ଦର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଦଳୀୟ ନେତା ଓ କର୍ମୀ। ରାଜ୍ୟବ୍ୟାପୀ ବିଜେଡିର ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଆଗାମୀ ଦିନରେ ବିଜେଡି ଜନକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବା ସହ ସେବାର ସଂକଳ୍ପକୁ ପ୍ରତିଷ୍ଠା ଦିବସରେ ଆହୁରି ଆଗେଇନେବ।

ଧୁରନ୍ଧର: ୨୦ ଦିନରେ ୨୦ ରେକର୍ଡ, ଅକ୍ଷୟ ଖାନ୍ନାଙ୍କ ଆଗରେ ଫୁସକି ଗଲେ ବଡ଼ ବଡ଼ ଷ୍ଟାର୍

ଧୁରନ୍ଧର: ୨୦ ଦିନରେ ୨୦ ରେକର୍ଡ, ଅକ୍ଷୟ ଖାନ୍ନାଙ୍କ ଆଗରେ ଫୁସକି ଗଲେ ବଡ଼ ବଡ଼ ଷ୍ଟାର୍

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସିନେମା ହଲରେ ନିଆଁ ଲଗାଇଛି ବଲିଉଡ଼ ଫିଲ୍ମ ‘ଧୁରନ୍ଧର’ । ରିଲିଜର ୨୦ ଦିନରେ ଯେଉଁଠି ବଡ଼ ବଡ଼ ଫିଲ୍ମ ଚିତପଟାଙ୍ଗ ମାରିଥାନ୍ତି ସେଠି ଧୁରନ୍ଧର ତୁଫାନ ଭଳି ରେକର୍ଡ ପରେ ରେକର୍ଡ କରି ଆଗକୁ ବଢ଼ି ଚାଲିଛି । ଡିସେମ୍ବର ୫ ତାରିଖରେ ପରଦାକୁ ଫିଲ୍ମଟି ଆସିଥିଲା । ଏହାର ଦ୍ବିତୀୟ ଭାବ ଆସନ୍ତା ବର୍ଷ ଆସିବ । ହେଲେ ଏଥିରେ ରେହମାନ ଡକାୟତ ନଥିବେ । ଯେଉଁ ଚରିତ୍ରକୁ ଅକ୍ଷୟ ଖାନ୍ନ ପରଦାରେ ଏମିତି ଉତାରିଛନ୍ତି ଯେ, ସମସ୍ତଙ୍କ ମୁହଁରେ କେବଳ ଧୁରନ୍ଦ ଆଉ ଧୁରନ୍ଧର ଶୁଣିବାକୁ ମିଳୁଛି । ଫିଲ୍ମରେ ଲିଡ ରୋଲରେ ଥିବା ରଣବୀର ସିଂ, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର. ମାଧବନ ମଧ୍ୟ ବଢ଼ିଆ କାମ କରିଛନ୍ତି । ରିଲିଜର ୨୦ ଦିନରେ ଫିଲ୍ମ ଓ୍ବାର୍ଲ୍ଡ ଓ୍ବାଇଡ ୯୦୦ କୋଟିରୁ ଅଧିକ ରୋଜଗାର କରିସାରିଛି । ଆଜି ୨୦ତମ ଦିନରେ ଫିଲ୍ମଟି ୧୮ କୋଟି ଟଙ୍କା ରୋଜଗାର କରି ଏକ ରେକର୍ଡ କରିଛି । ତେବେ ଆସନ୍ତୁ ଜାଣିବା ଫିଲ୍ମ କେତେ ରୋଜଗାର କଲାଣି ।

କେବଳ ଭାରତରେ ଧୁରନ୍ଧର ୨୦ ଦିନରେ ୬୦୭ କୋଟି ଟଙ୍କା କରିସାରିଛି । ଆଉ ଓ୍ବର୍ଲ୍ଡ ଓ୍ବାଇଡ ବର୍ତ୍ତମାନ ସୁଦ୍ଧା ୯୪୪ କୋଯିରେ ପହଞ୍ଚି ଯାଇଛି । ଏହାସହ ଓଭରସିଜ କଲେକ୍ସନ ୨୧୫ କୋଟି ଓ ଗ୍ରସ ବକ୍ସ ଅଫିସ କଲେକ୍ସନ ୭୨୯ କୋଟିରେ ପହଞ୍ଚି ଯାଇଛି । ସୂଚନାଯୋଗ୍ୟ, ଧୁରନ୍ଧରର ମୋଟ ବଜେଟ ୨୮୦ କୋଟି ଟଙ୍କା ବୋଲି କୁହାଯାଉଛି । ଯାହା ଦୁଇଟି ଯାକ ପାର୍ଟକୁ ମିଶାଇ । ଆଉ ଦ୍ବିତୀୟ ଭାଗ ଆସନ୍ତାବର୍ଷ ରିଲିଜ ହେବ । ଆଉ ଏମିତି ଦେଖିଲେ ଶୀଘ୍ର ଫିଲ୍ମ ୧୦୦୦ କୋଟି କ୍ଲବରେ ସାମିଲ ହୋଇଯିବ ।

୨୦ ଦିନରେ ୨୦ ରେକର୍ଡ

ପ୍ରଥମ ଦିନ

ରିଲିଜ ଦିନ ଧୁରନ୍ଧର ୨୮ କୋଟି ଟଙ୍କା ରୋଜଗାର କରିଛି । ଯାହା ପ୍ରଥମ ଦିନ ସଲମାନ ଖାନଙ୍କ ‘ବଜରଙ୍ଗୀ ଭାଇ ଜାନ’ ରେକର୍ଡ ଭାଙ୍ଗିଛି । ଯାହା ପ୍ରଥମ ଦିନ ୨୭ କୋଟି ଟଙ୍କା ରୋଜଗାର କରିଥିଲା ।

ଦ୍ବିତୀୟ ଦିନ

ଏହିଦିନ ଫିଲ୍ମ ୩୨ କୋଟି ଟଙ୍କା ରୋଜଗାର କରିଥିଲା । ଏହାସହ ୨୦୨୪ରେ ରିଲିଜ ହୋଇଥିବା ସବୁଠାରୁ ବଡ଼ ଫିଲ୍ମ ସ୍ତ୍ରୀ-୨କୁ ବି ପଛରେ ପକାଇ ଦେଇଥିଲା । ଏହି ଫିଲ୍ମ ଦ୍ବିତୀୟ ଦିନ ୩୧ କୋଟି ଟଙ୍କା ରୋଜଗାର କରିଥିଲା ।

ତୃତୀୟ ଦିନ

ତୃତୀୟ ଦିନ ଫିଲ୍ମ ୧୦୦ କୋଟି ଟଙ୍କାକୁ ପାର କରିଯାଇଥିଲା । ଏହିଦିନ ଏହା ୪୩ କୋଟି ଟଙ୍କା ରୋଜଗାର କରିଥିଲା । ଏହାସହ ଅମୀର ଖଶନଙ୍କ ୨୦୦୦ କୋଯି ଟଙ୍କାର ଦଙ୍ଗଲକୁ ପଛରେ ପକାଇ ଦେଇଥିଲା । ଦଙ୍ଗଲ ଭାରତରେ ତୃତୀୟ ଦିନ ୪୧ କୋଟି ଟଙ୍କା ରୋଜଗାର କରିଥିଲା ।

ଚତୁର୍ଥ ଦିନ

ଏହିଦିନ ଫିଲ୍ମଟି ୨୩ କୋଟି ଟଙ୍କା ରୋଜଗାର କରିଥିଲା । ଏହାପରେ ବି ଫିଲ୍ମଟି ଅଲ ଟାଇମ ବ୍ଲକ ବ୍ଲାଷ୍ଟର ଫିଲ୍ମକୁ ପଛରେ ପକାଇ ଦେଇଥିଲା । ଯାହାର କଲେକ୍ସନ ୧୭ କୋଟି ଟଙ୍କା ଥିଲା ।

ପଞ୍ଚମ ଦିନ

ପଞ୍ଚମ ଦିନ ଫିଲ୍ମଟି ୧୫୦ କୋଟି ଟଙ୍କା ରୋଜଗାର କରିଥିଲା । ଯାହା ଫିଲ୍ମକୁ ଅଲ ଟାଇମ ବ୍ଲକ ବ୍ଲାଷ୍ଟର ଫିଲ୍ମ ତାଲିକାରେ ସାମିଲ କରିଥିଲେ ।

ଷଷ୍ଠ ଦିନ

ଏହି ଦିନ ମଧ୍ୟ କେବଳ ଭାରତରେ ଫିଲ୍ମଟି ୨୭ କୋଟି ଟଙ୍କା ରୋଜଗାର କରିଥିଲା । ଏହିଦିନ ଶାହରୁଖ ଖାନଙ୍କ ୧୦୦୦ କୋଟିର ପଠାନକୁ ପଛରେ ପକାଇ ଦେଇଥିଲା ଧୁରନ୍ଧର । ଆଉ ଏହିଦିନ ଯବାନ ଏବଂ ସୈୟାର ପରି ଫିଲ୍ମର ହାଲତ ଖରାପ ହୋଇଯାଇଥିଲା ।

ସପ୍ତମ ଦିନ

ପ୍ରଥମ ସପ୍ତାହ ପରେ ଧୁରନ୍ଧର ୨୦୦ କୋଟି ପାର କରିଯାଇଥିଲା । ଆଉ ଏହି ସମୟରେ ପ୍ରଭାସଙ୍କ ‘କଳକୀ’ ୨୮୯୮, ସଲମାନଙ୍କ କିକ୍, ରଣବୀର କପୁରଙ୍କ ସଞ୍ଜକୁ ବି ପଛରେ ପକାଇ ଆଗକୁ ମାଡି ଯାଇଥିଲା ।

ଅଷ୍ଟମ ଦିନ

ଏହିଦିନ ଫିଲ୍ମର ରୋଜଗାର ୩୨ କୋଟି ଟଙ୍କା ଥିଲା । ଏହାସହ ହିନ୍ଦିରେ ସବୁଠାରୁ ଅଧିକ ରୋଜଗାର କରିଥିବା ରେକର୍ଡ ବନାଇଥିଲା ଧୁରନ୍ଧର । ଯାହା ପୁସ୍ପା-୨ ଓ ଛାବାକୁ ବି ପଛରେ ପକାଇ ଦେଇଥିଲା ।

ନବମ ଦିନ

ଏହି ୨୦ ଦିନ ଭିତରେ ସବୁଠାରୁ ଅଧିକ ଦ୍ବିତୀୟ ରୋଜଗାର ନବମ ଦିନରେ କରିଥିଲା ଧୁରନ୍ଧର । ଏହିଦିନ ଫିଲ୍ମ ୫୩ କୋଟି ଟଙ୍କାର ରୋଜଗାର କରିବା ସହ ୩୦୦ କୋଟି ପାଖାପାଖି ପହଞ୍ଚି ଯାଇଥିଲା । ଏହାସହ ୨୫୦ କୋଟି କ୍ଲବରେ ବି ସାମିଲ ହୋଇଯାଇଥିଲା ।

ଦଶମ ଦିନ

ଦଶମ ଦିନ ଶେଷ ହେବା ବେଳକୁ ଧୁରନ୍ଧର ଭାରତରେ ୫୮ କୋଟି ଟଙ୍କା ରୋଜଗାର କରିସାରିଥିଲା । ଏହାସହ ୨୦୨୪ର ସବୁଠାରୁ ବଡ଼ ଫିଲ୍ମ ପୁସ୍ପା-୨କୁ ପଛରେ ପକାଇ ରେକର୍ଡ କରିଥିଲା । ଛାବା ଓ ଗଦର-୨ ବି ପଛରେ ପଡ଼ି ଯାଇଥିଲେ ।

୧୧ତମ ଦିନ

ଏହିଦିନ ଫିଲ୍ମଟି ସାଢ଼େ ୩୦ କୋଟି ଟଙ୍କା ରୋଜଗାର କରିଥିଲା । ଏହାଦହ ୧୧ ଦିନରେ ସବୁଠାରୁ ଶୀଘ୍ର ୩୫୦ କୋଟି ରୋଜଗାର କରିବାରେ ପ୍ରଥମ ଫିଲ୍ମ ବନିଯାଇଥିଲା ।

୧୨ତମ ଦିନ

ଏହିଦିନ ମଧ୍ୟ ହିନ୍ଦିରେ ସବୁଠାରୁ ଅଧିକ ରୋଜଗାର କରିବା ଫିଲ୍ମ ଲିଷ୍ଟର ଏକ ନମ୍ବରରେ ରହିଥିଲା ଧୁରନ୍ଧର । ଓ୍ବିକ୍ ଡେଜର ରୋଜଗାର ମଧ୍ୟ କମ ହୋଇ ନଥିଲା ।

୧୩ତମ ଦିନ

ସାରା ଦୁନିଆରେ ମାତ୍ର ୧୩ ଦିନରେ ୪୦୦ କୋଟି ପାର କରିଯାଇଥିଲା ଧୁରନ୍ଧର । ହେଲେ ଛାବା, କେଜିଏଫ-୨ ଓ ବାହୁବଳି-୨ ପରି ଫିଲ୍ମକୁ ଏହି ଅଙ୍କ ଛୁଇଁବାକୁ ୧୫ ଦିନ ଲାଗିଥିଲା ।

୧୪ତମ ଦିନ

ଏହିଦିନ ଫଇଲ୍ମଟି ୨୩.୫ କୋଟି ଟଙ୍କା ରୋଜଗାର କରିଥିଲା । ଏହାପରେ ଭାରତରେ କଲେକ୍ସନ ୨୫୩ କୋଟି ଟଙ୍କାରେ ପହଞ୍ଚି ଯାଇଥିଲା । ସେପଟେ ଏହିଦିନ ଧୁରନ୍ଧର ପୁଷ୍ପା-୨, ଯବାନ, ଦଙ୍ଗଲ ଓ ପଠାନ ପରି ୧୦୦୦ କୋଟି ଟଙ୍କା ରୋଜଗାର କରିଥିବା ଫିଲ୍ମକୁ ପଛରେ ପକାଇ ଦେଇଥିଲା ।

୧୫ତମ ଦିନ

୧୫ଦିନରେ ସବୁଠାରୁ ଅଧିକକ ରୋଜଗାର କରିଥିବା ଫିଲ୍ମ ହୋଇଥିଲା ଧୁରନ୍ଧର । ଫିଲ୍ମଟି ଏହିଦିନ ୨୦ କୋଟିରୁ ଅଧିକ ରୋଜଗାର କରିଥିଲା । ସେପଟେ ବାକି ଫିଲ୍ମ ୧୫ କୋଟିରୁ କମ ରୋଜଗାର କରିଥିଲେ ।

୧୬ତମ ଦିନ

ଏହିଦିନ ଦ୍ରୁତ ୫୦୦ କୋଟି ଟଙ୍କା ରୋଜଗାର କରିବାରେ ଧୁରନ୍ଧର ଦ୍ବିତୀୟ ଫିଲ୍ମ ବନିଯାଇଥିଲା । ଧୁରନ୍ଧର ଉପରକୁ କେବଳ ପୁଷ୍ପା-୨ ଥିଲା । ସେହିପରି ଯବାନକୁ ୫୦୦ କୋଟି ରୋଜଗାର କରିବାକୁ ୧୮ ଦିନ ଲାଗିଥିଲା ।

୧୭ତମ ଦିନ

୧୭ତମ ଦିନରେ ଧୁରନ୍ଧର ୩୮.୫ କୋଟି ଟଙ୍କା ରୋଜଗାର କରିଥିଲା । କେବଳ ଭାରତରେ ୧୭ଦିନ ମଧ୍ୟରେ ଫିଲ୍ମଟି ୫୫୫ କୋଟି କଲେକ୍ସନ କରିସାରିଥିଲା ।

୧୮ତମ ଦିନ

ଏହିଦିନ ଚଳିତବର୍ଷ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ବନିଯାଇଥିଲା ଧୁରନ୍ଧର । ଏହିଦିନ ବିକି କୌଶଲଙ୍କ ଛାବା ଓ ଋଷଭ ସେଠୀଙ୍କ କାନ୍ତାରା ଚାପ୍ଟର ୧କୁ ବି ପଛରେ ପକାଇ ଦେଇଥିଲା ।

୧୯ତମ ଦିନ

ଏହିଦିନ ଫିଲ୍ମଟି ୧୯.୫ କୋଟି ଟଙ୍କା ରୋଜଗାର କରିଥିଲା ଯାହା ହିନ୍ଦିରେ ସବୁଠାରୁ ଅଧିକ କଲେକ୍ସନ ବାଲା ଫିଲ୍ମ ବନିଯାଇଥିଲା । ପଠାନ, ପୁଷ୍ପା-୨ ଓ ବାହୁବଳି-୨କୁ ପଛରେ ପକାଇ ଦେଇଥିଲା ।

୨୦ତମ ଦିନ

ଧୁରନ୍ଧର ୨୦ ଦିନରେ ସାରା ଦୁନିଆରେ ୯୧୫ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିନେଇଛି । ଏହାସହ ଆନିମଲକୁ ବି ପଛରେ ପକାଇ ଦେଇଛି । ଯାହାର ଅଲ୍ ଟାଇମ୍ ରୋଜଗାର ୯୧୫ କୋଟି ଥିଲା ।

ଗୁଳିର ଜବାବ ଗୁଳିରେ ଦେଲା ପୋଲିସ: ଏନକାଉଣ୍ଟରରେ ଗଡ଼ିଲା ୪ ମାଓ ମୁଣ୍ଡ

ଗୁଳିର ଜବାବ ଗୁଳିରେ ଦେଲା ପୋଲିସ । ହିଂସା ଭିଆଉଥିବା ନକ୍ସଲଙ୍କୁ ଅତର୍କିତ ଗୁଳିମାଡ଼। ଏନକାଉଣ୍ଟରରେ ଗଡ଼ିଲା ୪ ମାଓ ମୁଣ୍ଡ। ଗୁରୁବାର ଭୋର ୪ ଟା। କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଧିନ ତାଳଜୀବିକା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ଖବର ପାଇଥିଲା ଓଡିଶା ପୋଲିସ। ତୁରନ୍ତ ୨୦ ଟି ଏସଓଜି ଟିମ, ୨ ଟି ସିଆରପିଏଫ ଓ ଗୋଟିଏ ବିଏସଏଫ ଟିମ ପକ୍ଷରୁ ଆରମ୍ଭ ହୋଇଥିଲା ଜଏଣ୍ଟ ଅପରେସନ । ପୋଲିସକୁ ଦେଖିବା ମାତ୍ରେ ଆଖିବୁଜା ଗୁଳିଚାଳନା କରିଥିଲେ ମାଓବାଦୀ । ପ୍ରତି ଜବାବରେ ମୁହଁତୋଡ ମୁକାବିଲା କରିବା ସହ ୪ ମାଓବାଦୀଙ୍କୁ ଏନକାଉଣ୍ଟର୍ କରିଥିଲା ଓଡିଶା ପୋଲିସ । ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୨ ମହିଳା ରହିଥିବା ବେଳେ ନିହତଙ୍କ ମଧ୍ୟରେ ରହିଛି ହାର୍ଡକୋର ଗଣେଶ ଉଇକେ। ଗଣେଶର ଘର ତେଲେଙ୍ଗାନାର ନାଲଗୋଣ୍ଡା ହୋଇଥିବା ବେଳେ ତା ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି। ସେମାନଙ୍କ ନିକଟରୁ ଜବତ ହୋଇଛି ୨ ଟି ଇନସାସ ରାଇଫଲ ଓ ଗୋଟିଏ ୩୦୩ ରାଇଫଲ ।

ସରକାରଙ୍କ ଆତ୍ମସମର୍ପଣ ଓ ପୁର୍ନବାସ ଯୋଜନା ମୁତାବକ ମୁଖ୍ୟସ୍ରୋତକୁ ଫେରିଥିବା ସମସ୍ତ ମାଓବାଦୀଙ୍କୁ ୩ ଲକ୍ଷ ୩୦ ହଜାର ଟଙ୍କାରୁ ୪ ଲକ୍ଷ ୯୫ ହଜାର ଟଙ୍କାର ସହାୟତା ଦେଇଛନ୍ତି । AK 47 ରାଇଫଲ ଧରି ଆତ୍ମସମର୍ପଣ କଲେ ଏହି ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ସେହିଭଲି SLR ରାଇଫଲ ସହ ଆତ୍ମସମର୍ପଣ କଲେ ମଧ୍ୟ ମିଳିବ ସହାୟତା ରାଶି । ଯେଉଁ ମାଓବାଦୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଅର୍ଥ ରାଶି ରହିଛି ସେମାନେ ଆତ୍ମସମର୍ପଣ କଲେ ରାଜ୍ଯ ସରକାର ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ । ଏପରିକି ସେମାନଙ୍କ ନାମରେ ଥିବା ଛୋଟମୋଟ ସମସ୍ତ ମାମଲା ପ୍ରତ୍ୟାହାର କରିନେବେ ସରକାର । ଏଣୁ ନିଜର ଦାବି ପୂରଣ ପାଇଁ ଅନ୍ୟାୟ ବାଟରେ ନିରୀହଙ୍କ ଜୀବନ ନେବା ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ଚେତାଇ ଦେଇଛନ୍ତି ଡିଜିପି । ଗୁରୁପ୍ରିୟା ସେତୁ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ନିଷ୍ପେସିତ ଭାବେ ବଞ୍ଚୁଥିବା ଲୋକଙ୍କ ସ୍ୱାଭିମାନ ଫେରିଛି। ଏଣୁ ମାରଣାସ୍ତ୍ର ଛାଡି ଶାନ୍ତିରେ ବଞ୍ଚିବାକୁ ଆହ୍ଵାନ ଦେଇଛନ୍ତି ଡିଜିପି ।

ଋଣ ଆଣି ନିର୍ମାଣ ହେବ ବ୍ରହ୍ମପୁର ଗିରି ମାର୍କେଟ କମ୍ପ୍ଲେକ୍ସ

ପିପିପି ମୋଡରେ ନୁହଁ ଋଣ ଆଣି ନିର୍ମାଣ ହେବ ବ୍ରହ୍ମପୁର ଗିରି ମାର୍କେଟ କମ୍ପ୍ଲେକ୍ସ । ବିଇଏମସି ପକ୍ଷରୁ ମିଳିଛି ମଞ୍ଜୁରୀ । ପ୍ରଥମେ ବ୍ୟବସାୟୀଙ୍କ ଥଇଥାନ, ପରେ ନିର୍ମାଣ ଦାବି । ୨୦୨୨ ମସିହାରେ ଏହି କମ୍ପ୍ଲେକ୍ସ ବିପଦପୂର୍ଣ୍ଣ ଦର୍ଶାଇ ବିଇଏମସି ଏହାକୁ ଭାଙ୍ଗିଥିଲା । ସେହି ସମୟରେ ବିଇଏମସି ଗିରି ମାର୍କେଟ କମ୍ପ୍ଲେକ୍ସକୁ ପିପିପି ମୋଡରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ବର୍ତ୍ତମାନ ପିପିପି ମୋଡରେ ନୁହେଁ ବରଂ ରାଜ୍ୟ ସରକାର ଅଧିନରେ ରହିଥିବା ଓଡ଼ିଶା ଅର୍ବାନ ଇନଫ୍ରାଷ୍ଟ୍ରକଚର ଡ଼େଭଲପମେଣ୍ଟ ଫଣ୍ଡ ତଥା ଓୟୁଆଇଡ଼ିଏଫ ସଂସ୍ଥାରୁ ୩୮ କୋଟି ଟଙ୍କା ଋଣ ଆଣି କମ୍ପ୍ଲେକ୍ସ କୋଠା ନିର୍ମାଣ କରିବା ନିମନ୍ତେ ବିଇଏମସି ନିଷ୍ପତ୍ତି ନେଇଛି। ଏହି ପ୍ରସ୍ତାବକୁ ବିଇଏମସି କମିଶନର ଓ ମେୟର କାଉନସିଲରେ ରଖିଥିଲେ।

କାଉନସିଲର ସମସ୍ତ ସଦସ୍ୟାମନେ ଏହି ପ୍ରସ୍ତାବରେ ମଞ୍ଜୁର ମାରିଥିଲେ । ଯାହାଫଳରେ ଆଉ ଦୁଇ ସପ୍ତାହ ମଧ୍ୟରେ ଗିରି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ନେଇ ଡିପିଆର ପ୍ରସ୍ତୁତ କରାଯିବ । ଡିପିଆରକୁ ରାଜ୍ୟ ସରକାରଙ୍କୁ ପଠାଯିବା ସହ ସମ୍ପୃକ୍ତ ଓୟୁଆଇଡ଼ିଏଫକୁ ମଧ୍ୟ ପ୍ରଦାନ କରାଯିବ । ତେବେ ପିପିପି ମୋଡରେ ଗିରି ମାର୍କେଟ କମ୍ପ୍ଲେକ୍ସ କରାଗଲେ ମାର୍କେଟର ଜାଗା ଅନ୍ୟ ଲୋକଙ୍କୁ ହସ୍ତାନ୍ତର କରାଯିବା ପରେ ସେ କାମ କରିବ। ଯାହା ଫଳରେ ଅନେକ କ୍ଷତି ମଧ୍ୟ ବିଇଏମସି ସହିବାକୁ ପଡ଼ିବ। କିନ୍ତୁ ଋଣ ନେଇ କାମ କରାଗଲେ ବିଇଏମସିକୁ କ୍ଷତି ସହିବାକୁ ପଡ଼ିବ ନାହିଁ । ଜମି ବିଇଏମସି ପାଖରେ ରହିବା ସହ ନିର୍ମାଣ ପରେ ଦୋକାନ ଗୃହରୁ ଯାହା ଟିକସ ଆଦାୟ ହେବ ସେଥିରେ ଋଣ ପରିଶୋଧ କରାଯିବ। ନୂତନ ଗିରି ମାର୍କେଟ କମ୍ପ୍ଲେକ୍ସରେ ମୋଟ ୨୯୨ଟି ଦୋକାନ ଗୃହ ନିର୍ମାଣ କରାଯିବାକୁ ଥିବା ବେଳେ ପୂର୍ବରୁ ରହିଥିବା ଦୋକାନୀଙ୍କୁ ପ୍ରାଥମିକତା ଦିଆଯାଇ ଦୋକାନ ଗୃହ ପ୍ରଦାନ କରାଯିବ ବୋଲି କହିଛନ୍ତି ବିଇଏମସି କମିଶନର ଓ ମେୟର ।

ମାର୍ଗେଟ ଭଙ୍ଗାଯିବା ପରେ ଉଚ୍ଛେଦ ବ୍ୟବସାୟୀଙ୍କୁ କର୍ପୋରେସନ୍ ରୋଜ୍ରେ ନିଗମର ଖାଲି ସ୍ଥାନରେ ବ୍ୟବସାୟ କରିବାକୁ ଅନୁମତି ଦିଆଗଲା। ବ୍ୟବସାୟୀ ନିଜ ଖର୍ଚ୍ଚରେ ୫୫ ଦୋକାନ ନିର୍ମାଣ କରି କାରବାର ଆରମ୍ଭ କଲେ। ୧୭୫ରୁ ଉର୍ଦ୍ଧ ବ୍ୟବସାୟୀ ପୁରୁଣା କୋଠାରୁ ହଟିବା ପରେ ୫୫ ଜଣଙ୍କୁ ଛାଡ଼ିଦେଲେ ଅନ୍ୟମାନେ କେଉଁଠି ବ୍ୟବସାୟ କରୁଛନ୍ତି ତାର ପତା ନାହିଁ । ସେପଟେ ନିଗମ କର୍ତ୍ତୃପକ୍ଷ ପୁରୁଣା କୋଠାକୁ ଭାଙ୍ଗି ନୂଆ କୋଠା ନିର୍ମାଣରେ ଅହେତୁକ ବିଳମ୍ବ କରୁଛନ୍ତି । ଏହାରି ଭିତରେ ତିନି ଥର ଡିପିଆର ପ୍ରସ୍ତୁତି ହୋଇଥିଲେ ମଧ୍ୟ ଗୋଟିଏ ବି କାର୍ଯ୍ୟକାରୀ ହୋଇପାରିନଥିଲା ।ଚଳିତ ଥର ଡିପିଆର ପ୍ରସ୍ତୁତ ପରେ କମ୍ପ୍ଲେକ୍ସ ନିର୍ମାଣ ହୋଇ ପାରୁଛି କି ନାହିଁ, ଉଚ୍ଛେଦ ବ୍ୟବସାୟୀଙ୍କୁ ଦୋକାନ ଗୃହ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।