spot_img
Home Blog Page 1684

ତାଗିଦ କଲେ କେନ୍ଦ୍ରୀୟ ନେତୃବୃନ୍ଦ, ମାନିଲେନି ୟୁପି ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ମୌ: ବିଜେପି ନେତାଙ୍କୁ ସୋସିଆଲ ମିଡିଆରେ କିଛି ନ କହିବା ପାଇଁ ନିର୍ଦ୍ଦେଶ ପରେ ୟୁପିର ଉପମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ ସମସ୍ତଙ୍କୁ ଅଡୁଆରେ ପକାଇଛି  । ସୋସିଆଲ ମିଡିଆ xରେ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବୟାନ ଏବେ ବିଜେପି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି  । ସେ ପୋଷ୍ଟ କରିଛନ୍ତି ଯେ ସଙ୍ଗଠନ ସରକାରଙ୍କ ଠୁ ବଡ  । କାର୍ଯ୍ୟକର୍ତ୍ତାଙ୍କ ଯନ୍ତ୍ରଣା ମୋ ନିଜସ୍ବ ଯନ୍ତ୍ରଣା  ।

କେଶବ ପ୍ରସାଦ ନିଜ ଆକାଉଣ୍ଟରୁ X ରେ ଏହା ପୋଷ୍ଟ କରିଛନ୍ତି  । ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ଏହାର କିଛି ସମୟ ପୂର୍ବରୁ ନିର୍ଦ୍ଦେଶ ଦେବା ପରେ ଏହାର ବିପରୀତ କରିଛନ୍ତି କେଶବ ଚନ୍ଦ୍ର ମୌର୍ଯ୍ୟ  । ଉତ୍ତର ପ୍ରଦେଶର ନେତାମାନଙ୍କର ଯଦି କିଛି ଅଭିଯୋଗ ଅଛି ସେମାନେ ପାର୍ଟି ଫୋରମ ମଧ୍ୟରେ ଅଭିଯୋଗ କରିବାକୁ କେନ୍ଦ୍ରୀୟ ନେତୃବୃନ୍ଦ ତାଗିଦ କରିଥିଲେ  । ଯଦି କେହି ସୋସିଆଲ ମିଡିଆରେ ଅଭିଯୋଗ କରନ୍ତି ଏହାକୁ ବରଦାସ୍ତ କରାଯିବନି ବୋଲି କେନ୍ଦ୍ରୀୟ ନେତା ଚେତାଇ ଦେଇଥିଲେ  ।

ଏହାରି ମଧ୍ୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ସିଏମ ଯୋଗୀ ଆଦିତ୍ୟନାଥ ବୈଠକ କରିଛନ୍ତି  । ଶୁଣିବାକୁ ମିଳୁଛି ଯେ ବିଜେପି କର୍ମୀ ଓ ନେତାଙ୍କ କଥା ଶୁଣୁ ନାହାନ୍ତି ସ୍ଥାନୀୟ ଅଧିକାରୀ  । ଦିନକ ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦିଲ୍ଲୀରେ ଏକ ଘଣ୍ଟା ଆଲୋଚନା କରିଥିଲେ କେଶବ ପ୍ରସାଦ ମୌର୍ଯ୍ୟ  ।

ବଡଦାଣ୍ଡରେ ବେହୋସ୍‌ ହୋଇଗଲେ ଆମେରିକୀୟ ଭକ୍ତ, ସହାୟତା କଲେ ନନ୍ଦିଘୋଷ ଟିଭି ପ୍ରତିନିଧି

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରାର ଖବର ପ୍ରସାରଣ କରୁଥିବା ସମୟରେ ମାନବିକତା ଦେଖାଇଲେ ନନ୍ଦିଘୋଷ ପ୍ରତିନିଧି ସତ୍ୟଜିତ ସେନ୍‌  । ଜଣେ ଅସୁସ୍ଥ ବିଦେଶୀ ଭକ୍ତଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟ ଶିବିରରେ ପହଞ୍ଚାଇଥିଲେ  । ଯେଉଁଥିପାଇଁ ତାଙ୍କୁ ସାଧୁବାଦ ଜଣାଇଛନ୍ତି ଆମେରିକାରୁ ଆସିଥିବା ଭକ୍ତ  ।

ପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବାକୁ ପୁରୀରେ ପହଞ୍ଚିଛନ୍ତି ଆମେରିକା ନ୍ୟୁୟର୍କ ସିଟିର ନାଗରିକ  । ସେ ବଡଦାଣ୍ଡରେ ବୁଲୁଥିବା ସମୟରେ ହଠାତ ଚେତାଶୂନ୍ୟ ହୋଇଯାଇଥିଲେ  । ଅସହ୍ୟ ଗୁଳୁଗୁଳି ସହ୍ୟ କରିପାରିନଥିଲେ ଆମେରିକୀୟ ଭକ୍ତ  । ଚେତାଶୂନ୍ୟ ହୋଇ ପଡିଯିବା ପରେ ତାଙ୍କୁ ଉଦ୍ଧାର କରିଥିଲେ ଖବର ପ୍ରସାରଣ କରୁଥିବା ନନ୍ଦିଘୋଷ ଟିଭିର ପ୍ରତିନିଧି  । ସେଠାରୁ ଉଦ୍ଧାର କରି ସ୍ବାସ୍ଥ୍ୟ ଶିବିରରେ ପହଞ୍ଚାଇବା ପରେ ଆମେରିକୀୟ ନାଗରିକଙ୍କୁ ସମସ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା  । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି  । ଜଗନ୍ନାଥ ଧାମରେ ଜୀବନ ଚାଲିଯାଇଥିଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାନ୍ତା ବୋଲି କହିଛନ୍ତି ଆମେରିକୀୟ  ।

ତାଙ୍କ ଘର ନ୍ୟୁୟର୍କ ସିଟିରେ ହୋଇଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଉତ୍ତର ପ୍ରଦେଶର ବୃନ୍ଦାବନରେ ରହିଆସୁଛନ୍ତି  ।

 

ଆସନ୍ତା ଜୁଲାଇ ୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଆସନ୍ତା ଜୁଲାଇ ୨୦ରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ୨୦ ତାରିଖ ଅପରାହ୍ନରେ ଶଙ୍ଖ ଭବନରେ ବସିବ ବୈଠକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି।

ଶୁକ୍ରବାର ସନ୍ଧ୍ୟା ୬ଟାରେ ବିଜେଡି ସାଂସଦଙ୍କ ବୈଠକ ହେବାର ଯୋଜନା ରହିଛି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଯେଉଁ ଭଳି ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ କାମ କରିଥିଲୁ, ତାହା ଏଥର ଵି କରିବାକୁ ସେ ନିର୍ଦେଶ ଦେବେ ବୋଲି ବିଶ୍ୱାସ ରଖିଛନ୍ତି ଦଳୀୟ ନେତା  । ତାଙ୍କ ମାର୍ଗଦର୍ଶନରେ ସାଂସଦମାନେ କାମ କରିବେ । ଗତ ସଂସଦରେ ଆମେ କାମ କରିଛୁ । ବିରୋଧୀ ଦଳ ଭାବେ ଆମକୁ ଜନାଦେଶ ମିଳିଛି । ବିଜେଡି ସଭାପତି ଆମକୁ ଜନାଦେଶ ଅନୁସାରେ ଓଡ଼ିଶାବାସୀଙ୍କ ସ୍ୱର ହୋଇ କାମ କରିବାକୁ ନିର୍ଦେଶ ଦେଇଥିଲେ ବୋଲି କହିଛନ୍ତି ରାଜ୍ଯସଭା ସାଂସଦ ସୁଲତା ଦେଓ  ।

ନିଟ ପରି ପ୍ରସଙ୍ଗ ଉଠେଇଲୁ, ବିରୋଧ କରି ଗୃହ ମଧ୍ୟ ଭାଗକୁ ଯାଇଥିଲୁ । ଆବଶ୍ୟକ ସ୍ଥଳେ ଗୃହ ପରିତ୍ୟାଗ କରିଥିଲୁ । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବୁ ବୋଲି କହିଛନ୍ତି ସାଂସଦ  ।

ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ୨୫୦ ହାଉସ ସର୍ଜନ

କଟକ: ଏସସିବି ନର୍ସିଂ ଅଫିସର ଓ ହାଉସ ସର୍ଜନ ବିବାଦ। ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ହାଉସ ସର୍ଜନ। ଆନ୍ଦୋଳନ ବେଳେ ଜରୁରୀକାଳିନ ସେବା, ଲେବର ରୁମ,କାଜୁଆଲଟି ଓ NTC ଡ୍ୟୁଟି କରିବେ ହାଉସସର୍ଜନ।

ଅପରପକ୍ଷରେ ଆଉଟଡୋର,ୱାର୍ଡ, ICU,OT ରେ କାର୍ଯ୍ୟ କରିବେ ନାହିଁ ହାଉସ ସର୍ଜନ। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ। ଏହି ଆନ୍ଦୋଳନରେ ୨୫୦ ହାଉସ ସର୍ଜନ ସାମିଲ ହେବେ।

ମାଛ ଖାଇବାକୁ ଦେଲାନି ବୋଲି ମା’କୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ପୁଅ 

ସୋର: ସିମୁଳିଆ ଥାନା କାଞ୍ଚପଡ଼ା ଗାଁରେ ତଣ୍ଟି ଚିପି ମାକୁ ହତ୍ୟା କଲା ପୁଅ  । ମାକୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ପୁଅ  । ପୁଅକୁ ଅଟକ ରଖିଛି ପୋଲିସ। ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଂଚାୟତ ତାଳପଦା ଗ୍ରାମର ବାସନ୍ତୀ ମହାନ୍ତିଙ୍କ ବଡ଼ ପୁଅ ଅରୁଣ ମହାନ୍ତି ସବୁଦିନ ମଦ ପାନ କରି ବିଳମ୍ବିତ ରାତିରେ ଘରକୁ ଫେରନ୍ତି। ମା, ସ୍ତ୍ରୀ ପିଲାମାନଙ୍କୁ ମାରଧର କରନ୍ତି  ।

ଗତକାଲି ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଘରକୁ ଆସି ମାଙ୍କୁ ଖାଇବା ପାଇଁ ମାଗିଥିଲେ  । ମା ଖାଇବାକୁ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ  । ମାଛ କେଉଁଠି ଆଣିବି ଟଙ୍କା ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମା କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା  । ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା  ଛଡେଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ  ।

ତଣ୍ଟି ଚିପିବା ପରେ ମା ଅଚେତ ହୋଇ ତଳେ ପଡିଯାଇଥିଲେ l ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବୋହୂ କବିତା ସିମୁଳିଆ ଥାନାରେ ହତ୍ୟା ଅଭିଯୋଗ ପରେ ସିମୁଳିଆ ପୋଲିସ ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l

ଆହୁରି ୭ ଦିନ ପ୍ରବଳ ଛେଚିବ, ଚାଷୀଙ୍କୁ ଆଶ୍ବସ୍ତ କରିବ ୨ଟି ଲଘୁଚାପ

ଭୁବନେଶ୍ବର: ଆସନ୍ତା କିଛି ଦିନ ଭିତରେ ରାଜ୍ଯରେ ପ୍ରବଳ ବର୍ଷା ହୋଇପାରେ। କାରଣ ୮ ଦିନ ଭିତରେ ଦୁଇଟି ଲଘୁଚାପ ହେବାର ସମ୍ଭାବନା ଅଛି। ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସାରା ରାଜ୍ୟରେ ଏବେ ମୌସୁମୀ ବର୍ଷା ଲାଗି ରହିଛି। ଏହା ସହିତ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା।

ଆଗକୁ ଦୁଇଟି ଲଘୁଚାପ ସୃଷ୍ଟି ହେବାର ଥିବାରୁ ଆହୁରି ଅଧିକ ବର୍ଷା ହେବାର ଆକଳନ କରାଯାଉଛି। ୧୮ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇ ୧୯ ତାରିଖରେ ଲଘୁଚାପ‌ରେ ପରିଣତ ହୋଇପାରେ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ କିମ୍ବା ୨୫ ତାରିଖରେ ଲଘୁଚାପ ରୂପ ନେଇପାରେ।

ଏବେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଛି। ଏହାର ପ୍ରଭାବରେ ୫ରୁ ୭ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା ଲାଗିରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କୋରାପୁଟ,ରାୟଗଡ଼ା, କଳାହାଣ୍ଡି,ନୂଆପଡ଼ା, ମାଲକାନାଗିରି ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣି। ନିଅଣ୍ଟିଆ ବର୍ଷାକୁ ନେଇ ବାଲେଶ୍ଵରରେ ସ୍ଥିତି ଉତ୍କଟ ଥିବା ବେଳେ ୧୩ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି । ଆଗକୁ ହେବାରୁ ଥିବା ଦୁଇଟି ଲଘୁଚାପ ଯୋଗୁଁ ଯେଉଁ ବର୍ଷା ହେବ, ତାହା ନିଅଣ୍ଟକୁ ଭରଣା କରିବ।

ଓମାନରେ ତେଲ ଟ୍ୟାଙ୍କର ବୁଡି ୧୩ ଭାରତୀୟ ନିଖୋଜ

ମସ୍କଟ: ମଝି ସମୁଦ୍ରରେ ବୁଡିଲା ଜାହାଜ  । ଜାହାଜ ଓଲଟି ୧୩ ଭାରତୀୟ ନିଖୋଜ  । ଓମାନରେ ତୈଳ ଟ୍ଯାଙ୍କର ବୁଡି ୧୩ ଭାରତୀୟଙ୍କ ସମେତ ୧୬ ଜଣ ନିଖୋଜ। କୋମୋରିଆନ ଅଭିମୁଖେ ଯାଉଥିବା ଏହି ଟ୍ଯାଙ୍କର ବୁଡିଯିବାର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଓମାନ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ମାରିଟାଇମ ସିକ୍ଯୁରିଟି ସେଣ୍ଟର ପକ୍ଷରୁ ଏନେଇ କିଛି କୁହାଯାଇନାହିଁ।

ବୁଡିଯାଇଥିବା ଟ୍ଯାଙ୍କରର ନାମ ପ୍ରେଷ୍ଟିଜ ଫାଲକନ ରହିଥିବାବେଳେ ସେଥିରେ ୧୩ ଭାରତୀୟ ଓ ୩ ଶ୍ରୀଲଙ୍କା ନାଗରିକ ଥିଲେ। ଓମାନର ପୋର୍ଟ ଟାଉନ ଦୁଗମଠାରୁ ୨୫ ନଟିକାଲ ମାଇଲ ଦୂରରେ ଏହି ଅଘଟଣ ଘଟିଛି। ସେଠାରେ ରେସ୍କ୍ଯୁ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

ମିଳିଥିବା ତଥ୍ୟ ଅନୁସାରେ ତେଲ ଟ୍ୟାଙ୍କର ୟେମେନ ବନ୍ଦର ଆଡକୁ ଯିବାବେଳେ ଦୁକମ ପାଖରେ ଓଲଟି ପଡିଥିଲା  । ଏହି ଉଦ୍ଦ୍ୟୋଗିକ ବନ୍ଦର ଦେଶର ଦକ୍ଷିଣ ପଶ୍ଚିମ ତଟରପେ ରହିଛି  । ୨୦୦୭ରେ ନିର୍ମିତ ଏହି ତେଲ ଟ୍ୟାଙ୍କର ୧୧୭ ମିଟର ଲମ୍ବ ଜାହାଜ ଅଟେ  ।

ରଥ ଉପରେ ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରାଜରାଜେଶ୍ବର ବେଶ ବା ସୁନାବେଶ। ରଥ ଉପରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଡାଉ ବେଶ ବା ସୁନାବେଶ । ରଥ ଉପରେ ଏହି ବେଶ ଦର୍ଶନ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ। ତାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକ ରୁ ବାରିକେଟ ଦେଇ ଭକ୍ତ ମାନେ ଆସିବା ସହ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ଦର୍ଶନ କରି ବାହାରକୁ ବାହାରିବେ । ଶୃଙ୍ଖଳିତ ଭାବେ ସୁନାବେଶ ଦର୍ଶନ ପାଇଁ ରଥ ଉପରେ ସେବାୟତ ମାନେ ବିଗ୍ରହ ସମ୍ମୁଖରେ ନ ରହିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି।

ଭିଡ଼ ପରିଚାଳନା ପାଇଁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ମୁତୟନ ହେବେ ୧୯୦ ପ୍ଲାଟୁନ ପୋଲିସ ଫୋର୍ସ। ମାର୍କେଟ ଛକରୁ ବ୍ୟାରିକେଡ୍ ରେ ଭକ୍ତମାନଙ୍କ ପାଇଁ ଗୋଟିଏ ପଥରେ ପ୍ରବେଶ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ମାର୍କେଟ ଛକରେ ବ୍ୟାରିକେଡ୍ ରେ ପ୍ରବେଶ କରିବେ ଏବଂ ଗୋୟଙ୍କା ଧର୍ମଶାଳା, ମର୍ଚିକୋଟ ଏବଂ ରାଧାବଲ୍ଲଭ ମଠ ସମ୍ମୁଖରେ ସିଂହ ଦ୍ୱାର ଆଡକୁ ଯିବେ। ଅରୁଣସ୍ତମ୍ଭ ଦେଇ ବଡ଼ଦାଣ୍ଡର ପଶ୍ଚିମ ପାର୍ଶ୍ୱ ଦେଇ ମାର୍କେଟ ଛକ ଦେଇ ପ୍ରସ୍ଥାନ କରିବେ । ଦୋଳମଣ୍ଡପ ସାହି ,ଜହ୍ନି ମୁଣ୍ଡିଆ ଛକ,ଦୋଳବେଦୀ ଆଦି ସ୍ଥାନରେ ପ୍ରେସର ପଏଣ୍ଟ ଚିହ୍ନଟ କରାଯାଇଛି । ସେଇ ସବୁ ସ୍ଥାନରୁ ଗହଳିକୁ ନିୟନ୍ତ୍ରଣ କରି ଭକ୍ତଙ୍କୁ ଛଡାଯିବ । ପୁରୀ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପ ଲାଇନ ଜାରି କରାଯାଇଛି ।

୧୧୨,୬୩୭୦୯୬୭୧୦୦,୬୩୭୦୯୭୨୧୦୦ ନମ୍ବର ରେ କଲ କରି ପୋଲିସର ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ ନେଇପାରିବେ ଶ୍ରଦ୍ଧାଳୁ । ମନ୍ଦିର ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୫ ଟା ସୁଦ୍ଧା ସୁନାବେଶ କରିବା ନେଇ ନୀତି ନିର୍ଘଣ୍ଟ କରାଯାଇଛି ।

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ । ରାଜା ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଫୋଟୋ ଅପଲୋଡ କରିଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ଭିତର ବେଡାରୁ ନିଜର ସେଲ୍ଫି ଫଟୋ ନେଇ ଫୋଟୋ ଅପଲୋଡ କରିଥିବା ଜଣାପଡ଼ିଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଥିବା ବେଳେ କିପରି ଏହି  ଫୋଟୋ ଉଠିଲା ତାହା ତଦନ୍ତ ପାଇଁ ଦାବି ହୋଇଛି ।

ଏଣିକି ସ୍ଵର୍ଗଦ୍ଵାରରେ ଗଣ୍ଡଗୋଳ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ନନ୍ଦିଘୋଷ ବ୍ୟୁରୋ: କଠୋର ହେଲେ ଜିଲ୍ଲାପାଳ । ଗତକାଲି ଗଣ୍ଡଗୋଳ ପରେ ଜିଲ୍ଲାପାଳ ଏବେ କଡା ଆଭିମୁଖ୍ଯ ଗ୍ରହଣ କରିବାକୁ ବାହାରିଛନ୍ତି । ଏଣିକି ସ୍ଵର୍ଗଦ୍ଵାରରେ ଗଣ୍ଡଗୋଳ କଲେ ଏଫ୍ ଆଇ ଆର୍ କରିବା ପାଇଁ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ ପାଇଁ ଅଧିକ ସିସିଟିଭି ଲାଗିବ । ଗତକାଲି ରାତ୍ରିରେ ସ୍ଵର୍ଗଦ୍ଵାରଠାରେ ଶବଦାହ କରିବାକୁ ଆସି କିଛି ସେବାୟତ କାର୍ଯ୍ୟରତ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାରଧର କରିଥିବା ନେଇ ଅଭିଯୋଗ ହୋଇଥିଲା । ସୂଚନା ଅନୁସାରେ ଶ୍ରୀମନ୍ଦିର ସେବାୟତ ବାସୁଦେବ ପୂଜାପଣ୍ଡାଙ୍କ ଅନ୍ତିମ ସଂସ୍କାର ପାଇଁ ସ୍ଵର୍ଗଦ୍ଵାରକୁ ଅଣାଯାଇଥିଲା । କିନ୍ତୁ କାଲି ଶବସଂଖ୍ୟା ଅଧିକ ଥିବାରୁ ସଂସ୍କାର ପାଇଁ ପିଣ୍ଡି ଖାଲି ନଥିଲା। ତେଣୁ ତୁରନ୍ତ ଗୋଟିଏ ପିଣ୍ଡି ସଫା କରାଯାଇ ଯୋଗାଇ ଦିଆ ଯାଇଥିଲା। ସ୍ଵର୍ଗଦ୍ଵାର ମୁଖ୍ୟ ସେବକ ନିଜେ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ । କିନ୍ତୁ କିଛି ସେବାୟତ ଏହି ଘଟଣାକୁ ନେଇ ଗଣ୍ଡଗୋଳ କରିବା ସହିତ ଅଫିସ ଭିତରେ ପଶି କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଧମକ ଚମକ ଦେବା ସହିତ ମାରଧର କରିଥିଲେ । ସ୍ଵର୍ଗଦ୍ଵାର କେବଳ ସେବାୟତମାନଙ୍କର । ଏଠି ବାହାର ଲୋକଙ୍କୁ କାହିଁକି ଶବ ପୋଡ଼ିବାକୁ ସୁଯୋଗ ଦିଆ ଯାଉଛି ବୋଲି କୈଫତ ମାଗିଥିଲେ । ଏହାକୁ ନେଇ ଦୀର୍ଘ ସମୟ ଧରି ସ୍ୱର୍ଗଦ୍ୱାରରେ ଉତ୍ତେଜନା ଲାଗି ରହିଥିଲା । ପରିସ୍ଥିତ ଅଣାୟତ୍ତ ହେବାରୁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ତରଫରୁ ପୋଲିସ ଡକା ଯାଇଥିଲା । ସିସିଟିଭି ଫୁଟେଜ ଯାଞ୍ଚ ଧରା ପଡିବା ପରେ ପୋଲିସ ଉପସ୍ଥିତିରେ ସଂପୃକ୍ତ ସେବାୟତ କର୍ମଚାରୀଙ୍କୁ ଭୁଲ ମାଗିଥିଲେ । ଏହା ପରେ ପରିସ୍ଥିତି ଶାନ୍ତ ହେଇଥିଲା । କାଲି ବାହୁଡ଼ା ଯାତ୍ରା ପାଇଁ ଉପରିସ୍ଥ ଅଧିକାରୀ ବ୍ୟସ୍ତ ଥିବା ଯୋଗୁଁ ଆଜି ଏ ସମ୍ପର୍କରେ ସ୍ଵର୍ଗଦ୍ଵାର ସେବା ସମିତି ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ସଂପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା ପରେ ଆଗକୁ ଏଭଳି ଘଟଣା ଘଟିଲେ ଗଣ୍ଡଗୋଳ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଜିଲ୍ଲାପାଳ ସ୍ଵର୍ଗଦ୍ଵାର ସେବା କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।