spot_img
Home Blog Page 1682

ରିଲ୍ସ କରୁକରୁ ଚାଲିଗଲା ଜୀବନ: ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଅନଭି କାମଦାର ପରଲୋକ

ମୁମ୍ୱାଇ: ରିଲ୍ସ କରୁକରୁ ଆରପାରିକୁ ଚାଲିଗଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଅନଭି କାମଦାର। ମହାରାଷ୍ଟ୍ର ରାଇଗଡରେ ୩୦୦ ଫୁଟ ଖାତରେ ଖସି କାମଦାରଙ୍କ ହୋଇଛି ମୃତ୍ଯୁ। ଏକ ସୁଉଚ୍ଚ ଜଳପ୍ରପାତ ନିକଟରେ ଭିଡିଓ ସୁଟିଂ କରୁଥିବାବେଳେ ଖସିଯାଇଥିଲା ଅନଭି କାମଦାରଙ୍କ ପାଦ। ତାଙ୍କୁ ଉଦ୍ଧାର ଲାଗି ୬ ଘଣ୍ଟା କରାଯାଇଥିଲା ରେସ୍କ୍ଯୁ ଅପରେସନ। ତେବେ ଗୁରୁତର ଆଘାତ କାରଣରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।

 

ମନ୍ତ୍ରୀ ପରିଷଦ ବୈଠକ ଶେଷ, ପ୍ରାୟ ୨ ଦଶମିକ ୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତାବ ଉପରେ ଅନୁମୋଦନ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକ ଶେଷ। ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ରହିଛି । ବୈଠକରେ ପ୍ରାୟ ୨ ଦଶମିକ ୯ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତାବ ଉପରେ ଅନୁମୋଦନ ଦିଆଯାଇଥିବା ସୂଚନା ରହିଛି। ସରକାରଙ୍କ ୧୦୦ ଦିନିଆ କାର୍ଯ୍ୟ ଖସଡ଼ା ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଏମଏସପି ବୃଦ୍ଧି, ସେପ୍ଟେମ୍ବରରୁ ସୁଭଦ୍ରା ଯୋଜନା ପ୍ରଚଳନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିବା ସୂଚନା ରହିଛି।

ଦ୍ବିତୀୟ କ୍ଯାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା। ସେଥିରୁ ପୂର୍ବ ସରକାର ସମୟରେ ଗ୍ରହଣ କରାଯାଇଥିବା ମଜୁରୀ ବୃଦ୍ଧି, ଶିକ୍ଷକ ନିଯୁକ୍ତି ଆଦି ପ୍ରସଙ୍ଗ ଅନ୍ତର୍ଭୁକ୍ତ ଥିଲା।

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଏତଲା

ପୁରୀ : ଶ୍ରୀମନ୍ଦିର ଭିତରେ ଫଟୋ ଉତ୍ତୋଳନ କରି ଭାଇରାଲ ଘଟଣା। ରାଜା ସାକେର ନାମକ ଜୈନେକ ବ୍ୟକ୍ତି ନିଜ ଫଟୋ ସହ ଶ୍ରୀମନ୍ଦିର ଭିତର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଅପଲୋଡ଼ କରିଥିବା ଜଣାପଡ଼ିଥିଲା। ଏ ଘଟଣା ଜାଣିବା ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରାଜା ସାକେରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସିଂହଦ୍ୱାର ଥାନାରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଥାନାରେ ଅଭିଯୋଗ ହୋଇଛି।

ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ, କଟକ ଏସସିବି ମେଡିକାଲରେ ଭର୍ତ୍ତି

କଟକ: ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ। କଟକ ଏସସିବି ମେଡିକାଲରେ ଭର୍ତ୍ତି। ଆଜି ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସସିବିର ମେଡ଼ିସିନ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି। କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଛନ୍ତି କମଳା ପୂଜାରୀ।

ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ମେଡ଼ିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡ଼ିସିନ ବିଭାଗର ଚାରିଜଣ ଡାକ୍ତରଙ୍କୁ ନେଇ ଏହି ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଆଗରୁ ବହୁବାର ମଧ୍ୟ କମଳା ପୂଜାରୀ ଏସସିବି ମେଡିକାଲ ଆସି ଚିକିତ୍ସିତ ହୋଇ ଯାଇଥିଲେ।

ନିଟ୍ ପେପର ଲିକ୍ ମାମଲା: ପାଟନା ଏମ୍ସର ତିନିଜଣ ଡାକ୍ତର ଗିରଫ

ନନ୍ଦିଘୋଷ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ନିଟ୍ ପେପର ଲିକ୍ ମାମଲାର ଶୁଣାଣି। ପାଟନା ଏମ୍ସର ତିନିଜଣ ଡାକ୍ତରଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ସିବିଆଇ । ଏହି ୩ ଜଣ ଡାକ୍ତର ୨୦୨୧ ବ୍ୟାଚର ଛାତ୍ର ହୋଇଥିବା ସୂଚନା ମିଳିଛି । ଏହି ଡାକ୍ତରଙ୍କ ଠାରୁ ଲାପଟ୍ପ୍ ଏବଂ ମୋବାଇଲ ସିବିଆଇ ଜବତ କରିଛି  ।

ସୂଚନାଯୋଗ୍ୟ,  NEET କାଗଜ ଲିକ୍ ମାମଲାର ଅନୁସନ୍ଧାନ ଅଗ୍ରଗତି ଚାଲିଛି । ଏଥିରେ ଜଡିତ ଥିବା ପ୍ରାୟ ସମସ୍ତ ସନ୍ଦେହଜନକ ଚେହେରାକୁ ସିବିଆଇ ହେପାଜତକୁ ନେଇଛି । କାଗଜ ଚୋରି କରିଥିବା ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ପ୍ରାର୍ଥୀଙ୍କୁ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସିବିଆଇ ପହଞ୍ଚି ତନଘନା କରୁଛି ।  NEET କାଗଜ ଲିକ୍ ମାମଲା ସିବିଆଇକୁ ହସ୍ତାନ୍ତର କରିବା ପରେ ୨୫ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ୪୨ ଅଭିଯୁକ୍ତଙ୍କୁ ରାଜ୍ୟରୁ ଗିରଫ କରାଯାଇଛି। ସିବିଆଇ ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ସମଗ୍ର ମାମଲାରେ କେବଳ ଗୋଟିଏ ନିଖୋଜ ଲିଙ୍କ ଖୋଜାଯାଉଛି ଯାହା କାଗଜପତ୍ର ପରିବହନ କରୁଥିବା ଟ୍ରକକୁ ଆଣି ଡିଲରଙ୍କ ନିକଟକୁ ପଠାଉଥିଲା।

NEET ପେପର ଲିକ ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ  ଶୁଣାଣି । ୪୦ରୁ ଅଧିକ ମାମଲାର ଏକତ୍ର ଶୁଣାଣି ହେବ। NEET ମାମଲାକୁ ଗମ୍ଭୀର କହିଲେ ପ୍ରଧାନ ବିଚାରପତି । ସେପଟେ NEET ପେପର ଲିକ୍ ମାମଲାରେ ୩ଡାକ୍ତର ଗିରଫ । ପାଟନା AIIMSର ୩ଡାକ୍ତରଙ୍କୁ ଗିରଫ କରିଛି ସିବିଆଇ । ଗିରଫ ୩ଡାକ୍ତର ୨୦୨୧ ବ୍ୟାଚର ମେଡିକାଲ ଛାତ୍ର ।

ଭିତର ରତ୍ନଭଣ୍ଡାର ଅନୁଧ୍ୟାନ କଲେ ଗଜପତି ମହାରାଜ

ପୁରୀ: ଖୋଲିଲା ଭିତର ରତ୍ନଭଣ୍ଡାର। ରତ୍ନଭଣ୍ଡାର ଭିତରକୁ ଯାଇ ଅନୁଧ୍ୟାନ କଲେ ଗଜପତି ମହାରାଜ। ଆଜି ସଂଧ୍ୟା ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି କହିଛନ୍ତି ଗଜପତି ମହାରାଜ । ଗଜପତି ମହାରାଜଙ୍କ ସହ ମୋଟ ୧୧ ଜଣିଆ କମିଟି ସଦସ୍ଯ ଭଣ୍ଡାର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତାଙ୍କ ସହ ଯାଇଥିଲେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ। ଭିତରକୁ ନିଆଯାଇଛି ଅକ୍ସିଜେନ ସିଲିଣ୍ଡର ଓ ଆଧୁନିକ ସରଞ୍ଜାମ। ଭିତରକୁ ଯାଇଛନ୍ତି ସ୍ନେକ ହେଲପଲାଇନ ସଦସ୍ଯ। ସକାଳ ୯ଟା ୫୧ରେ ଖୋଲିଲା ଭିତର ରତ୍ନ ଭଣ୍ଡାର।
ଶ୍ରୀମନ୍ଦିର ଭିତରକୁ ନିଆଯାଇଥିଲା ୪ଟି ଲକ୍ ବ୍ରେକର। କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ଉପସ୍ଥିତ ଥିଲେ। ସ୍ଥିତି ଦେଖି ତତକାଳ ନିଷ୍ପତ୍ତି ନିଆଯିବ କହିଛନ୍ତି କମିଟି ଅଧ୍ଯକ୍ଷ ଜଷ୍ଟିସ ରଥ। ପୂର୍ବଥର ରତ୍ନଭଣ୍ଡାରକୁ ଯାଇଥିଲେ ଗଜପତି ମହାରାଜଙ୍କ ପ୍ରତିନିଧି।.

କଟକରେ ନକଲି ଚା’ ପତି କାରଖାନା ଠାବ, ବିପୁଳ ପରିମାଣ ଚା’ ପତି ଜବତ

କଟକ:  କଟକ ଜଗତପୁର ଲକ୍ଷ୍ମଣପୁରରେ ନକଲି ଚା’ ପତି କାରଖାନା ଠାବ। ବିପୁଳ ପରିମାଣ ଚା’ ପତି ସହ ମେସିନ ଜବତ କଲା ସିଏମସି ଟିମ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତପୁର ଅଞ୍ଚଳରେ। ପୁଣି ନକଲି ଟାଟା ଚା’ କମ୍ପାନୀ ଠାବ କରାଯାଇଛି । ସୂଚନା ଅନୁସାରେ, ଦୀର୍ଘ ଦିନଧରି ଜଗତପୁର ଲକ୍ଷ୍ମଣପୁର କେନାଲ ବନ୍ଧରେ ଠାରେ ଥିବା ଏକ ନିର୍ଜନ ସ୍ଥାନରେ ଗୋଟିଏ ଛୋଟ ଘରେ ଟାଟା କମ୍ପାନୀ ନାମରେ ନକଲି ପ୍ୟାକିଙ୍ଗ ହେଉଥିଲା ।

ସେପଟେ ଆଜି ଜଗତପୁର ୪୮ ନମ୍ବର ଓ୍ବାର୍ଡ ରେ ସି ଏମ ସି ଏନ୍ ଫୋର୍ସ ମେଣ୍ଟ ଟିମ୍ ଦ୍ବାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଉକ୍ତ ଘର ଟିକୁ ମଧ୍ୟ ଭଙ୍ଗା ଯାଇଥିଲା । ଘର ଭାଙ୍ଗିବା ସମୟରେ ଦେଖିବାକୁ ମିଳିଲା ଯେ ଗୁଡ଼ାଏ ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ ସହିତ, ତିନୋଟି ଅଲଗା ଅଲଗା କମ୍ପାନୀ ର ଚା ପତି , ଗୋଟିଏ ମିକ୍ସ ଓ ପ୍ୟାକିଙ୍ଗ ମେସିନ , ଗୋଟିଏ ସିଲାଇ ମେସିନ, ଅନେକ ଗୁଡ଼ିଏ ବ୍ୟାଣ୍ଡ ର ପ୍ୟକେଜିଂ ଜରି ସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଦେଖିବାକୁ ମିଳିଥିଲା ଏବେ ନିଜ ହେପାଜତକୁ ନେଇଛି ।

ଖୋଲିଲା ଭିତର ରତ୍ନଭଣ୍ଡାର, ପ୍ରବେଶ କଲେ ୧୧ ଜଣିଆ କମିଟି ସଦସ୍ଯ

ପୁରୀ: ଖୋଲିଲା ଭିତର ରତ୍ନଭଣ୍ଡାର। ପ୍ରବେଶ କଲେ ୧୧ ଜଣିଆ କମିଟି ସଦସ୍ଯ। ଏହା ସହ ଯାଇଛନ୍ତି ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ। ଭିତରକୁ ନିଆଯାଇଛି ଅକ୍ସିଜେନ ସିଲିଣ୍ଡର ଓ ଆଧୁନିକ ସରଞ୍ଜାମ। ଭିତରକୁ ଯାଇଛନ୍ତି ସ୍ନେକ ହେଲପଲାଇନ ସଦସ୍ଯ। ସକାଳ ୯ଟା ୫୧ରେ ଖୋଲିଲା ଭିତର ରତ୍ନ ଭଣ୍ଡାର।
ଶ୍ରୀମନ୍ଦିର ଭିତରକୁ ନିଆଯାଇଛି ୪ଟି ଲକ୍ ବ୍ରେକର। କମିଟି ଅଧ୍ଯକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ଉପସ୍ଥିତ ଥିଲେ। ସ୍ଥିତି ଦେଖି ତତକାଳ ନିଷ୍ପତ୍ତି ନିଆଯିବ କହିଛନ୍ତି କମିଟି ଅଧ୍ଯକ୍ଷ ଜଷ୍ଟିସ ରଥ। ପୂର୍ବଥର ରତ୍ନଭଣ୍ଡାରକୁ ଯାଇଥିଲେ ଗଜପତି ମହାରାଜଙ୍କ ପ୍ରତିନିଧି।

ASOଙ୍କୁ ମାଡ ମାରିବା ଘଟଣା: ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ରାଜ୍ଯପାଳଙ୍କ ପୁଅଙ୍କ ଦ୍ବାରା ASO ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼କୁ ନେଇ ପ୍ରତିବାଦ। ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ବିକ୍ଷୋଭରେ ସାମିଲ ହେବେ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା।ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବି ବିବାଦ ବଢିବାରେ ଲାଗିଛି ।

ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ସପକ୍ଷରେ ବାହାରିଥିଲା ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସଂଘର କର୍ମକର୍ତ୍ତା ମାମଲାର ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଆଇନ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଥିଲା।

ବଢୁଛି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଅଡୁଆ, ଜାରି ହେଲା ନୋଟିସ୍

ନନ୍ଦିଘୋଷ ବ୍ୟୁରୋ : ବଢୁଛି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଅଡୁଆ । ବର୍ତ୍ତମାନ ଆଉ ଏକ ମାମଲାରେ ଫସିଛନ୍ତି ପୂଜା ଖେଡକର । ପୁଣେ ପୋଲିସ ପୂଜାଙ୍କୁ ଜାରି କରିଛି ନୋଟିସ୍। ପୂଜା ପୁଣେ ଜିଲ୍ଲାପାଳ ସୁଭାଷ ଡିୱାସେଙ୍କ ନାଁରେ ନିର୍ଯ୍ୟାତନା ମାମଲା କରିଥିଲେ । ଏହି ଅଭିଯୋଗ ଆଧାରରେ ପୂଜାଙ୍କୁ ପଚରାଉଚାର ପାଇଁ ପୋଲିସ ନୋଟିସ୍ ଜାରି କରିଛି।

ପୂଜାଙ୍କ ଟ୍ରେନିଂକୁ ମଧ୍ୟ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର । ପ୍ରଶାସନିକ ସେବା ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ତାଙ୍କ ପ୍ରଶିକ୍ଷଣକୁ ସ୍ଥଗିତ କରି ଦିଆଯାଇଛି। ପୂଜାଙ୍କ ଜିଲ୍ଲା ଟ୍ରେନିଂକୁ ସ୍ଥଗିତ ରଖିଛନ୍ତି ମସୌରୀ ଆଇଏଏସ୍ ଏକାଡେମୀ । ତୁରନ୍ତ ମସୁରୀ କ୍ୟାମ୍ପକୁ ଫେରି ଆସିବାରୁ ନିର୍ଦ୍ଦେଶ ମିଳିଛି । ଜୁଲାଇ ୨୩ ସୁଦ୍ଧା ମସୌରୀ ଟ୍ରେନିଂ ଏକାଡେମୀରେ ପହଞ୍ଚିବାକୁ କୁହାଯାଇଛି ।

ଡିୱାସେ ହିଁ ପୂଜାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ ଆଣିଥିଲେ। ସେ ଏକଥା ମହାରାଷ୍ଟ୍ର ସରକାରଙ୍କୁ ଅବଗତ କରାଇବା ପରେ ପୂଜାଙ୍କ ବଦଳି ପୁଣେରୁ ୱାସିମକୁ ହୋଇଥିଲା।