spot_img
Home Blog Page 1668

BSNL ଅଫିସରଙ୍କ ଅଫିସ ସାମଗ୍ରୀ ନିଲାମ ପାଇଁ ପହଞ୍ଚିଲେ କୋର୍ଟ କର୍ମଚାରୀ

ଭୁବନେଶ୍ୱର: BSNL ଅଫିସର ଚିଫ ଇଞ୍ଜିନିୟରଙ୍କ ଅଫିସ ସାମଗ୍ରୀ ନିଲାମ ପାଇଁ ପହଞ୍ଚିଲେ କୋର୍ଟ କର୍ମଚାରୀ। ଠିକାଦାରଙ୍କ ଟଙ୍କା ଦେଇନପାରିବାରୁ ସାମଗ୍ରୀ ନିଲାମ ପାଇଁ ପହଞ୍ଚିଲା କୋର୍ଟ ଟିମ। ୨୦୦୦ ମସିହାରେ ଠିକା ନେଇ କାମ କରୁଥିଲେ ଠିକାଦାର । କଳିଙ୍ଗ ହସ୍ପିଟାଲ ପଛ ପାଖରେ ୯ ଟି ଟାଇପ ୫ କ୍ବାର୍ଟର ନିର୍ମାଣ କରିଥିଲେ।

୨୦୦୨ ରେ କାମ ଅନ୍ୟ ଜଣଙ୍କୁ ଟେଣ୍ଡର ଦିଆଗଲା। ସେତେବେଳେ କାମ ବାବଦକୁ ୭୮ ଲକ୍ଷ ଟଙ୍କା ବକେୟା ନପାଇବାରୁ କୋର୍ଟର ଦ୍ବାରସ୍ଥ ହୋଇଥିଲେ ଠିକାଦାର ସୁବାଷ ଚନ୍ଦ୍ର କାଞ୍ଚନ। ବାରମ୍ବାର କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ବକେୟା ଅର୍ଥ ପ୍ରଦାନ ନକରିବାରୁ ବର୍ତ୍ତମାନ ସୁଦ୍ଧା ୧ କୋଟି ୩୩ ଲକ୍ଷ ର ସ୍ଥାବର ସମ୍ପତ୍ତି ନିଲାମ ପାଇଁ ପହଞ୍ଚିଛନ୍ତି କୋର୍ଟ କର୍ମଚାରୀ ।

ଅଯୋଗ୍ୟଙ୍କ ରାସନକାର୍ଡ କାଟିବେ ସରକାର, ଖୁବଶୀଘ୍ର ହିତାଧିକାରୀଙ୍କ ନୂଆ ତାଲିକା

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ରାସନ କାର୍ଡ ପାଇବା ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା ୧୦୧୭ ପରିବାର ରାସନ କାର୍ଡ ପାଇଁ ଆବେଦନ କରି ପ୍ରତୀକ୍ଷାରେ ଅଛନ୍ତି ।

ନୂତନ ହିତାକାରୀ ଚୟନ ନିମନ୍ତେ ସରକାର ୧୨ ଗୋଟି ସ୍ବତଃ ଯୋଡିହେବା ମାନଦଣ୍ଡ ଓ ୧୦ ଗୋଟି ବାଦ ଦେବା ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଜିଲ୍ଲା ସ୍ତରରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀଙ୍କ ଦ୍ବାରା ଏହି ମାନଦଣ୍ଡ ଆଧାରରେ ଉପଯୁକ୍ତ ତଦନ୍ତ କରାଯାଇ ଯୋଗ୍ୟ ବିବେଚିତ ଆବେଦନକାରୀଙ୍କୁ ସରକାରଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ହିତାଧିକାରୀ ଚୟନର ସର୍ବୋଚ୍ଚ ସୀମାକୁ ଦୃଷ୍ଟିରେ ରଖି ଖାଲି ପଡିଥିବା ସ୍ଥାନମାନଙ୍କରେ ସାମିଲ କରାଯିବା ନିମନ୍ତେ ବ୍ୟବସ୍ଥା ରହିଛି ।

ଏହାଛଡା, ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ଯରେ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ନୂତନ ରାସନ କାର୍ଡ ଯୋଗାଇଦେବା ପ୍ରକ୍ରିୟା ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆରମ୍ଭ କରାଯିବ ।

ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ଏହି କାମ ଚାଲିଛି । ବହୁ ଜିଲ୍ଲାରେ ହଜାରେରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି । ଘର ଘର ବୁଲି ଯାଞ୍ଚ ଚାଲିଛି । ମାସେ ଭିତରେ ହିତାଧିକାରୀଙ୍କୁ ନୂଆ ତଥା ଚୂଡାନ୍ତ ତାଲିକା ଆସିବ ବୋଲି କହିଛନ୍ତି ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

ଗ୍ୟାଙ୍ଗଷ୍ଟର‘ହାଇକୋର୍ଟ୍ ମହାରାଜା’ କିଏ ? ଯାହା ପାଇଁ ବିଷ ପିଇ ଆତ୍ମହତ୍ୟା କଲେ ଆଇଏଏସଙ୍କ ପତ୍ନୀ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ବିଷ ପିଇ ଆଇଏଏସ୍ ଅଧିକାରୀ ରଣଜିତ କୁମାରଙ୍କ ପତ୍ନୀ ସୂର୍ଯ୍ୟ କୁମାର ଜେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ଏକ ସୁଇସାଇଡ୍‌ ନୋଟ ଲେଖିଛନ୍ତି। ଏହି ଚିଠି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି  । ୯ ମାସ ପୂର୍ବରୁ ସେ କିପରି ‘ହାଇକୋର୍ଟ ମହାରାଜା’ ନାମକ ଜଣେ ଗ୍ୟାଙ୍ଗଷ୍ଟର ସହିତ ଜଡିତ ଥିଲେ ତାହା ଚିଠିରେ ଲେଖାଯାଇଛି  । ତେବେ କିଏ ଏହି ଗ୍ୟାଙ୍ଗଷ୍ଟାର ହାଇକୋର୍ଟ ମହାରାଜା  ।

ସୂଚନା ଅନୁଯାୟୀ, ତାମିଲନାଡୁର ବାସିନ୍ଦା ସୂର୍ଯ୍ୟ ଜେ ଗୁଜୁରାଟ କ୍ୟାଡରର ଆଇଏଏସ୍ ରଣଜିତ କୁମାରଙ୍କୁ ବିବାହ କରିଥିଲେ। ଉଭୟଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି। ମାତ୍ର ୯ ମାସ ପୂର୍ବେ ସୂର୍ଯ୍ୟ ତାଙ୍କ ପରିବାର ଛାଡି ଗ୍ୟାଙ୍ଗଷ୍ଟର ହାଇକୋର୍ଟ ମହାରାଜା ପାଖକୁ ଚାଲି ଯାଇଥିଲେ। ହାଇକୋର୍ଟ ମହାରାଜା ତାମିଲନାଡୁର ଜଣେ ଗ୍ୟାଙ୍ଗଷ୍ଟର।

ସେତେବେଳେ ସେ ତାଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ କିଛି ଜାଣି ନଥିଲେ  । ‘‘ଆମେ ଦୁହେଁ ସେଲୁନ୍ ବ୍ୟବସାୟରେ ଅଂଶୀଦାର ହୋଇଥିଲୁ, ଯାହା ପରେ ଆମର ସମ୍ପର୍କ ଆରମ୍ଭ ହୋଇଥିଲା  । ମୁଁ ମୋ ପରିବାର ଛାଡି ତାଙ୍କ ପାଖକୁ ଗଲି।

ଆତ୍ମହତ୍ୟା ନୋଟରେ ସୂର୍ଯ୍ୟ ଲେଖିଛନ୍ତି- ହାଇକୋର୍ଟ ମହାରାଜା ମଦୁରାଇର ଏସ କଲୋନୀର ଜଣେ ମହିଳାଙ୍କ ଠାରୁ ୭୫ ଲକ୍ଷ ଟଙ୍କା ଋଣ ନେଇଥିଲେ। ସେ ତାଙ୍କ ଋଣ ପରିଶୋଧ କରୁଥିଲେ। ସେ ମହିଳା ଫାଇନାନ୍ସରଙ୍କ ୧.୩୫ କୋଟି ଟଙ୍କା ଋଣ ମଧ୍ୟ ସୁଝିଥିଲେ  ।କିନ୍ତୁ ଅନ୍ୟ ସ୍ଥାନରୁ ଋଣ ଆଣି ଆଉ ଗୋଟିଏ ଜାଗାର ଋଣ ପରିଶୋଧ କରିବାରୁ ତାଙ୍କ ଉପରେ ଚାପ ପଡିବାକୁ ଲାଗିଲା  । ତାଙ୍କର ଏବଂ ମହାରାଜାଙ୍କ ଋଣ ଆଶା ଠାରୁ ଅଧିକ ବୃଦ୍ଧି ପାଇଲା’’  ।

‘‘ଏହା ପରେ ମହାରାଜା ମହିଳା ଫାଇନାନ୍ସର ପୁଅକୁ ଅପହରଣ କରି ୨ କୋଟି ଟଙ୍କା ମୁଣ୍ଡ ଜାମିନ ରଖିବାକୁ ଯୋଜନା କରିଥିଲେ। କିନ୍ତୁ ତାଙ୍କ ଯୋଜନା ବିଫଳ ହୋଇଥିଲା  । ଜୁଲାଇ ୧୧ରେ ମଦୁରାଇ ପୋଲିସ ମହାରାଜା ଏବଂ ତାଙ୍କ ସହଯୋଗୀ ସେଣ୍ଟିଲ କୁମାରଙ୍କୁ ଅପହରଣ ଅଭିଯୋଗରେ ଗିରଫ କରିଥିଲା’’।

 

ସୂର୍ଯ୍ୟ ଆହୁରି ମଧ୍ୟ ନୋଟରେ ଲେଖିଛନ୍ତି- ‘ମହାରାଜା ମୋ ସହ ବିଶ୍ୱାସଘାତକତା କରିଥିଲେ। ମୁଁ ଗିରଫଦାରିକୁ ଏଡାଇବାକୁ ଚାହୁଁଥିଲି  । ପରେ ମୁଁ ଜାଣିବାକୁ ପାଇଲି ଯେ ମହାରାଜା ଜଣେ କୁଖ୍ୟାତ ଅପରାଧୀ  । ତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି’।

 ସୋମବାର ସୂର୍ଯ୍ୟ ଯେତେବେଳେ ତାଙ୍କ ସ୍ୱାମୀଙ୍କ ନିକଟକୁ ଫେରିଥିଲେ, ସେତେବେଳେ ତାଙ୍କ ଆଇଏଏସ ସ୍ବାମୀ ସହରର ବାହାରେ ଥିଲେ। କିନ୍ତୁ ତାଙ୍କ ପତ୍ନୀ ଫେରି ଆସିଥିବା ଖବର ପାଇବା ମାତ୍ରେ ସେ ସୁରକ୍ଷାକର୍ମୀଙ୍କୁ ସୂର୍ଯ୍ୟଙ୍କୁ ଘର ଭିତରକୁ ପ୍ରବେଶ ନ କରାଇଦେବା ପାଇଁ କହିଥିଲେ । ଏହା ପରେ ସୂର୍ଯ୍ୟ ତାଙ୍କ ସ୍ୱାମୀଙ୍କ ବାସଭବନ ବାହାରେ ବିଷ ପିଇଥିଲେ। ସେ ନିଜେ ଆମ୍ବୁଲାନ୍ସକୁ ମଧ୍ୟ ଡାକିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ସୂର୍ଯ୍ୟଙ୍କର ମୃତ୍ୟୁ ହୋଇଥିଲା। ଆତ୍ମହତ୍ୟା ନୋଟରେ ସୂର୍ଯ୍ୟ ତାଙ୍କ ସ୍ୱାମୀଙ୍କ ପାଇଁ ଲେଖିଛନ୍ତି – ରଣଜିତ୍ ଜଣେ ବହୁତ ଭଲ ଏବଂ ସମ୍ଭ୍ରାନ୍ତ ବ୍ୟକ୍ତି, ଯିଏ ମୋ ଅନୁପସ୍ଥିତିରେ ପିଲାମାନଙ୍କର ଯତ୍ନ ନିଅନ୍ତି।

 

ଗମ୍ଭୀରଙ୍କ ଉପରେ ଟଙ୍କାବର୍ଷା କରୁଛି BCCI, ଦିନକୁ ଭତ୍ତା ୨୧ ହଜାର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ କୋଚ ଗୌତମ ଗମ୍ଭୀର ନୂଆ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କର କାର୍ଯ୍ୟ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହୋଇଛି। ତାଙ୍କ ନେତୃତ୍ୱରେ ଏହା ହେଉଛି ଟିମ ଇଣ୍ଡିଆର ପ୍ରଥମ ବିଦେଶୀ ଯାତ୍ରା  । ଏବେ ପ୍ରଶ୍ନ ହେଉଛି, ଏସବୁ ପାଇଁ ଗୌତମ ଗମ୍ଭୀର ବିସିସିଆଇରୁ କେତେ ଟଙ୍କା ନେଇଛନ୍ତି? ଯଦି ରିପୋର୍ଟଗୁଡିକ ବିଶ୍ବାସ କରାଯାଏ, ତେବେ ଗୌତମ ଗମ୍ଭୀରଙ୍କ ଖର୍ଚ୍ଚ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି  । ଗମ୍ଭୀରଙ୍କ ଉପରେ ଟଙ୍କା ବୃଷ୍ଟି କରିଛି ବିସିସିଆଇ  ।

ଖବର ଅନୁଯାୟୀ, ଗୌତମ ଗମ୍ଭୀରଙ୍କ ବାର୍ଷିକ ଆୟ ୧୨ କୋଟି ଟଙ୍କା  । ଏହା ବ୍ୟତୀତ ତାଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯିବ। ଏହିପରି ସୁବିଧାଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଦେଶ ଭ୍ରମଣରେ ପ୍ରାପ୍ତ ଦୈନିକ ଭତ୍ତା  । ଏହି ରାଶି ହେଉଛି ଦିନକୁ ୨୧ ହଜାର ଟଙ୍କା । ଗମ୍ଭୀର ଭାରତୀୟ ଦଳ ସହିତ ୨୨  ଜୁଲାଇରେ ଶ୍ରୀଲଙ୍କାରେ ପହଞ୍ଚିଥିଲେ ଏବଂ ୭ ଅଗଷ୍ଟ ପର୍ଯ୍ୟନ୍ତ ସେଠାରେ ରହିବେ  । ଏହି ଅନୁଯାୟୀ, ଶ୍ରୀଲଙ୍କା ଗସ୍ତରେ ଗୌତମ ଗମ୍ଭୀରଙ୍କୁ ୧୬ ଦିନ ପାଇଁ ମୋଟ ଭତ୍ତା ୩ ଲକ୍ଷ ୩୬ ହଜାର ଟଙ୍କା ମିଳିବ ।

ଦରମା ଏବଂ ଭତ୍ତା ବ୍ୟତୀତ ଗୌତମ ଗମ୍ଭୀରଙ୍କୁ ଆଉ ଦୁଇଟି ସୁବିଧା ମିଳିବ  । ଏଥିମଧ୍ୟରୁ ଗୋଟିଏ ହେଉଛି ବ୍ୟବସାୟ ଶ୍ରେଣୀରେ ବିମାନ ଯାତ୍ରା ଏବଂ ଅନ୍ୟଟି ହେଉଛି ପାଞ୍ଚ ତାରକା ହୋଟେଲରେ ରହିବାର ବ୍ୟବସ୍ଥା  । ଗମ୍ଭୀର ଏବେ ଶ୍ରୀଲଙ୍କାରେ ଏହି ସମସ୍ତ ସୁବିଧା ଉପଭୋଗ କରୁଛନ୍ତି । ଯେଉଁଠାରେ ଟିମ୍ ଇଣ୍ଡିଆ ତାଙ୍କ କୋଚିଂରେ ହ୍ବାଇଟ ବଲ୍ ସିରିଜ୍ ଖେଳିବାକୁ ଯାଉଛି।

୧୦ ଲକ୍ଷରୁ ୫୦ ଲକ୍ଷ ବାର୍ଷିକ ଆୟ ହୋଇଥିଲେ ସଞ୍ଚୟ କରିବେ ୧୮ହଜାର, ଜାଣନ୍ତୁ କେମିତି ?

ନନ୍ଦିଘୋଷ ବ୍ୟୁରୋ: ସାଧାରଣ ବଜେଟରେ ଇନକମ୍‌ ଟ୍ୟାକ୍ସରେ ପରିବର୍ତ୍ତନ କରି ନୂଆ ଚାକିରିଆଙ୍କୁ ଆଶ୍ବସ୍ତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ଯଦି ଆପଣଙ୍କ ରୋଜଗାର ୧୦ ଲକ୍ଷରୁ ୫୦ ଲକ୍ଷ ମଧ୍ୟରେ ରହିଛି କେମିତି ଅଧିକ ଟ୍ୟାକ୍ସ ଦେବାରୁ ନିବୃତ୍ତ ରହିବେ ? ଯଦି ଆପଣଙ୍କ ରୋଜଗାର ୧୦ ଲକ୍ଷରୁ ଅଧିକ ତେବେ ଆପଣ ୧୭ ହଜାର ୫୦୦ ଟଙ୍କା ନୁହେଁ ୧୮ ହଜାର ୨୦୦ ଟଙ୍କା ଟିକସ ସଞ୍ଚିପାରିବେ  । କିନ୍ତୁ ଆପଣ କେଉଁ ଟ୍ୟାକ୍ସ ରିଜିମ ଚୟନ କରୁଛନ୍ତି, କେଉଁଥିରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଏହା ଟିକସ ସଞ୍ଚୟରେ ନିର୍ଭର କରେ  ।

ଯଦି କୌଣସି ବ୍ୟକ୍ତିଙ୍କ ଆୟ ୧୦ ଲକ୍ଷ ବା ତା ଠାରୁ ଅଧିକ ତେବେ ନୂଆ ଟିକସ ସ୍ଲାବରେ ପରିବର୍ତ୍ତନ ଓ ବଢିଥିବା ଷ୍ଟାଣ୍ଡାଡ ଡିଡକସନରୁ ବାର୍ଷିକ ୧୭ ହଜାର ୫୦୦ ଟଙ୍କା ଲାଭ ଉଠାଇ ପାରିବେ  । ଆପଣ ଏହା ଭାବିଥିବେ ନିଶ୍ଚିତ  । କିନ୍ତୁ ଟିକସରେ ସ୍ବାସ୍ଥ୍ଯ ଓ ଶିକ୍ଷା ସେସ୍‌ ବି କମ ହୋଇଯାଇଛି  । ଏଥିପାଇଁ ଆପଣଙ୍କୁ ଅତିରିକ୍ତ ୭୦୦ ଟଙ୍କା (୧୭,୫୦୦ ଟଙ୍କାର ୪ ପ୍ରତିଶତ) ସଞ୍ଚୟ ହେବ  । ଯାହାଦ୍ବାରା ସିଧାସଳଖ ୧୮ ହଜାର ୨୦୦ ଟଙ୍କା ସଞ୍ଚୟ ହୋଇପାରିବ  ।

ଯଦି ଆପଣଙ୍କ ବାର୍ଷିକ ଆୟ ୫୦ ଲକ୍ଷରୁ ଏକ କୋଟି ମଧ୍ୟରେ ରହିଛି ତେବେ ସରଚାର୍ଜରେ ୧,୭୫୦ ଟଙ୍କା (୧୭,୫୦୦ ର ୧୦%) ସଞ୍ଚୟ କରିପାରିବେ  । ସେସ୍‌ ସମେତ ଆପଣ ସିଧାସଳଖ ୨୦,୦୨୦ ଟଙ୍କା ସଞ୍ଚିପାରିବେ  । ଯଦି ଆୟ ଏକ କୋଟିରୁ ୨ କୋଟି ମଧ୍ୟରେ ରହିଛି ତେବେ ୧୫% ସରଚାର୍ଜ ରେଟ ଅର୍ଥ ସରଚାର୍ଜ ଓ ସେସ୍‌ ସମେତ ଆପଣଙ୍କ ସର୍ବମୋଟ ସଞ୍ଚୟ ୨୦,୯୩୦ ଟଙ୍କା ହେବ  । ଡେଭିଡେଣ୍ଡ ଓ କ୍ୟାପିଟାଲ ଗେନ୍‌କୁ ଛାଡି ୨ କୋଟି ଟଙ୍କାରୁ ୫ କୋଟି ଟଙ୍କା ମଧ୍ୟରେ ଆୟ ରହିଲେ ୨୫ ପ୍ରତିଶତ ଅନୁସାରେ ଆପଣ ୨୨,୭୫୦ ଟଙ୍କା ସଞ୍ଚୟ କରିପାରିବେ  ।

ସେହିପରି ବଜେଟରେ ନୂଆ ଟିକସ ଅନୁସାରେ ଷ୍ଟାଣ୍ଡାର୍ଡ ଡିଡକ୍ସନରେ ପରିବର୍ତ୍ତନ ପରେ ବାର୍ଷିକ ୭.୭୫ ଲକ୍ଷ ଟଙ୍କା ଆୟ ଏବେ ଟିକସ ମୁକ୍ତ ରହିବ  ।

କାଠମାଣ୍ଡୁ ବିମାନ ବନ୍ଦରରେ ଅଘଟଣ, ଉଡାଣ ବେଳେ ଦୁର୍ଘଟଣାଗ୍ରସ୍ତ

କାଠମାଣ୍ଡୁ: ନେପାଳ ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଦୁର୍ଘଟଣାଗ୍ରସ୍ତ  । ଉଡାଣ ଭରିବା ସମୟରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ  । କ୍ରୁ ମେମ୍ବରଙ୍କୁ ମିଶାଇ ବିମାନରେ ୧୯ ଯାତ୍ରୀ ଥିଲେ  । ସକାଳ ୧୧ଟା ସମୟରେ ପୋଖରା ଯାଉଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି  ।

ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି  । ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ  । ବିମାନଟି ସୌର୍ଯ୍ୟ ଏୟାରଲାଇନ୍ସର ବିମାନ ହୋଇଥିବା ଜଣାପଡିଛି  ।

ବିଧାନସଭାରେ କେନ୍ଦ୍ର ବଜେଟ ଝଡ, କକ୍ଷତ୍ଯାଗ କଲା ବିଜେଡି

ଭୁବନେଶ୍ବର: ବିଧାନସଭାରେ ଆଜି ବି ହଟ୍ଟଗୋଳ । ଗୃହ ଆରମ୍ଭରୁ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ନିଜ ଆସନରେ ଠିଆ ହୋଇ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ । ପ୍ରସଙ୍ଗକୁ ନେଇ କକ୍ଷ ତ୍ଯାଗ କରିଛି ବିଜେଡି।

ସେପଟେ ଗୃହ ମଧ୍ୟ ଭାଗରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ କଂଗ୍ରେସ ହଟ୍ଟଗୋଳ କରିଛି । ଡବଲ ଇଞ୍ଜିନ ସରକାର ଓଡ଼ିଶା ପ୍ରତି ପକ୍ଷପାତିତା କରିଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏହା ଓଡ଼ିଶା ଜନତାଙ୍କ ପ୍ରତି ଅପମାନ ବୋଲି କଂଗ୍ରେସ କରିଛି । ହଙ୍ଗାମା ପରେ ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି  ।

କ୍ୟାନସର ରୋଗୀଙ୍କ ପାଇଁ ସଞ୍ଜିବନୀ ବଜେଟ, ଜାଣନ୍ତୁ କେତେ ଶସ୍ତା ?

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ସେ ତିନୋଟି କ୍ୟାନସର ଔଷଧ ଉପରେ କଷ୍ଟମ ଡ୍ୟୁଟି ହଟାଇବାକୁ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଔଷଧରେ କଷ୍ଟମ ଡ୍ୟୁଟି ଛାଡ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ସଞ୍ଜିବନୀ ସଦୃଶ ହେବ  । ବଜାରରେ ମିଳୁଥିବା କ୍ୟାନସର ଔଷଧରେ କେତେ ରିହାତି ମିଳିବ? କେଉଁ କର୍କଟ ରୋଗରେ ଏହି ଔଷଧର ବ୍ୟବହାର ହେବ ଓ ଏହା କେତେ ଶସ୍ତା ହେବ ଏସବୁ ଜାଣନ୍ତୁ  ।

ତିନୋଟି କ୍ୟାନସର ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯାଇଛି। ସେମାନଙ୍କ ମଧ୍ୟରେ ପ୍ରଥମ ଔଷଧ ହେଉଛି ଟ୍ରେଷ୍ଟୁଜୁମାବ ଡେରକ୍ସଟେକନ୍  । ଏହା ଏକ ଆଣ୍ଟିବଡି ଔଷଧ ଯାହା HER2- ପଜିଟିଭ ସ୍ତନ କର୍କଟ ଚିକିତ୍ସାରେ ବ୍ୟବହୃତ ହୁଏ  । ସ୍ତନ କର୍କଟ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଗଲେ ଏହା ବ୍ୟବହୃତ ହୁଏ  । ଏହି ଔଷଧ ଗ୍ୟାଷ୍ଟ୍ରିକ୍ କର୍କଟରେ ମଧ୍ୟ ବ୍ୟବହୃତ ହେଉଛି  ।

ଦ୍ୱିତୀୟ ଔଷଧର ନାମ ହେଉଛି Osimertinib  । ଫୁସଫୁସ କର୍କଟ (NSCLC) ର ଚିକିତ୍ସା ପାଇଁ ଏହା ଏକ ଥେରାପି  । ତୃତୀୟ ଔଷଧର ନାମ ହେଉଛି ଡ୍ୟୁରୱେଲୁମୈବ । ଏହା ଏକ ଇମ୍ୟୁନୋଥେରାପି ଔଷଧ ଯାହାକି PD-L1 ପ୍ରୋଟିନକୁ ଅବରୋଧ କରି କାର୍ଯ୍ୟ କରିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀ କର୍କଟ କୋଷ ଉପରେ ଆକ୍ରମଣ କରିବାରେ ସାହାଯ୍ୟ କରିଥାଏ । ଏହାର ବ୍ୟବହାର ଛୋଟ ଛୋଟ କୋଷ ଫୁସଫୁସ କର୍କଟ (NSCLC) ରେ ବ୍ୟବହୃତ ହୁଏ  ।

ସି.କେ ବିର୍ଲା ହସ୍ପିଟାଲର ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ନିର୍ଦ୍ଦେଶକ କହିଛନ୍ତି ଯେ କଷ୍ଟମ୍ ଡ୍ୟୁଟିରେ ଛାଡ ହେତୁ ଏହି ଔଷଧ ୧୦ ରୁ ୨୦ ପ୍ରତିଶତ ଶସ୍ତା ହୋଇପାରେ। ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ଟ୍ରେଷ୍ଟୁଜୁମାବ ଡେରକ୍ସଟେକନ୍ର  ଏକ ଡୋଜ ୨ ଲକ୍ଷ ଟଙ୍କାରେ କିଣୁଥିଲେ, ତେବେ କଷ୍ଟମ ଡ୍ୟୁଟି ହଟାଇବା ପରେ ଏହାର ମୂଲ୍ୟ ୧ ଲକ୍ଷ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପଡିବ । ଅନ୍ୟାନ୍ୟ ସମାନ  ଔଷଧର ମୂଲ୍ୟ ମଧ୍ୟ ହ୍ରାସ ପାଇବ । ଯଦିଓ ପ୍ରକୃତ ମୂଲ୍ୟ ହ୍ରାସ ପ୍ରଚଳିତ କଷ୍ଟମ୍ ଡ୍ୟୁଟି ହାର ଏବଂ ଆମଦାନୀ କର ପରି ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ଉପରେ ନିର୍ଭର କରିବ  । କିନ୍ତୁ କଷ୍ଟମ୍ ଡ୍ୟୁଟି ହଟାଇବା ପରେ କର୍କଟ ରୋଗୀଙ୍କ ଉପରେ ଆର୍ଥିକ ବୋଝ ହ୍ରାସ ପାଇବ।

 

 

ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ

ଯାଜପୁର : ଯାଜପୁରରେ ଶୌଚ ହେବାକୁ ଯାଇ କେନାଲ ଭାସିଗଲେ ନାବାଳକ । ନିଖୋଜ ନାବାଳକ ହେଲେ ଖଇରାବାଦ୍ ଗାଁର ରମେଶ ଚନ୍ଦ୍ର ସାହୁଙ୍କ ୮ ବର୍ଷର ପୁଅ ବିଶ୍ଵରଞ୍ଜନ ସାହୁ । ଦୀର୍ଘ୍ ସମୟ ପରେ ବିଶ୍ଵରଞ୍ଜନଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକେ । ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ୍ ପଞ୍ଚାୟତ କଳିନ୍ଦ୍ରା ବାଦ୍ ଗାଁର ବିଶ୍ଵରଞ୍ଜନ ନିକଟରେ ଥିବା କେନାଲକୁ ଶୌଚ ହେବାକୁ ଯାଇଥିଲେ । ସେହି ସଭୟରେ ପାଣି ଭିତରେ ବିଶ୍ଵରଞ୍ଜନଙ୍କ ଗୋଡ ଖସି ଯାଇଥିଲା । ବିଶ୍ଵ ଗଭୀର ସ୍ରୋତକୁ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଖୋଜା ଖୋଜି କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରିଥିଲେ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି

ଧରାପଡ଼ିଲେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍କ, ଲକ୍ଷାଧିକ ଟଙ୍କା, ଗାଡି ଓ ସୁନା ଜବତ

ସମ୍ବଲପୁର : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ। ୧୦ ଡକାୟତଙ୍କ ସହ ଲକ୍ଷାଧିକ ଟଙ୍କା, ଗାଡି ଓ ସୁନାକୁ ଜବତ କରିଛି ପୋଲିସ । ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ କିଛିଦିନ ଧରି ସମ୍ବଲପୁର ରାଇସ ମିଲରେ ଡକାୟତି କରୁଥିଲେ । ବାରମ୍ବାର ଲୁଟପାତରେ ମିଲ ମାଲିକଙ୍କ ସହ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ । ମୋଟ ୧୦ ଜଣ ଡକାୟତ ଗିରଫ ହୋଇଥିବା ବେଳେ ୪୮୦ ଗ୍ରାମର ସୁନା ଅଳଙ୍କାର, ୫ ଲକ୍ଷ ଟଙ୍କା, ୧୪ଟି ମୋବାଇଲ, ୫ଟି ବାଇକ୍ ସହ ୨ଟି ବୋଲେରୋ ଓ ଗୋଟିଏ ଟ୍ରାକ୍ଟରକୁ ଜବତ କରିଛି ପୋଲିସ । ଏନେଇ ଅଧିକ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।