spot_img
Home Blog Page 166

ହସ୍ପିଟାଲରେ ନିଆଁ ଲାଗି ୭ ମୃତ

ନନ୍ଦିଘୋଷ ବ୍ୟୁରୋ :  ହସ୍ପିଟାଲରେ ନିଆଁ ଲାଗି ୭ ମୃତ। ରାଜସ୍ଥାନ ଜୟପୁରର ସବାଇ ମାନସିଂ ହସ୍ପିଟାଲରେ ନିଆଁ ଲାଗି ୭ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହସ୍ପିଟାଲର ICUରେ ଅଗ୍ନିକାଣ୍ଡ ଘଟି ୭ ଜଣ ରୋଗୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ନିଆଁ ଲାଗିବା ପରେ ତୀବ୍ରଭାବେ ବଢିଥିଲା। ଏବଂ  ରୋଗୀଙ୍କୁ ସ୍ଥାନାନ୍ତର ସମୟରେ ଅବସ୍ଥା ଆହୁରି ଖରାପ ହୋଇଗଲା। ଯାହା ଫଳରେ ନିଆଁ ଭିତରେ ରୋଗୀ ଫସି ଯାଇଥିଲେ। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ରୋଗୀମାନେ ICUରେ ଗୁରୁତର ଥାଆନ୍ତି, ସେତେବେଳେ ପ୍ରାୟ ସମସ୍ତେ କୋମାରେ ଥାଆନ୍ତି। ସେମାନଙ୍କର ବଞ୍ଚିବାର ବହୁତ କମ ଆଶା ଥାଏ। ସେମାନଙ୍କୁ ଲଗାତର ଅନ୍ୟ ସପୋର୍ଟ ସିଷ୍ଟମର ଆବଶ୍ୟକ ହୋଇଥାଏ। ସର୍ଟ ସର୍କିଟ ଯୋଗୁଁ ବିଷାକ୍ତ ଗ୍ୟାସ୍ ନିର୍ଗତ ହେଉଥିଲା। ଏଥିଲାଗି ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଲା। ଏହା ରୋଗୀଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲା। ଗୁରୁତର ରୋଗୀଙ୍କୁ ତଳ ମହଲାର ICUକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେମାନଙ୍କୁ ବଞ୍ଚାଯାଇ ପାରିଲା ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।

ବାରଟି ଦମକଳ ଗାଡ଼ି ଦୁଇ ଘଣ୍ଟା ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ଅନେକ ମନ୍ତ୍ରୀ ଏବଂ ବିଧାୟକ ଏସ୍ଏମ୍ଏସ୍ ହସ୍ପିଟାଲକୁ ଯାଇ ସ୍ଥିତି ବିଷୟରେ ପଚାରି ବୁଝିଥିଲେ। ସେପଟେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସର୍ଟ ସର୍କିଟରୁ ଆଇସିୟୁରେ ଧୂଆ ବାହାରିବା ପରେ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ। ଯେଉଁଥିରୁ ଏତେବଡ଼ ଅଗ୍ନିକାଣ୍ଡ ଘଟିଲା ବୋଲି କହିଛନ୍ତି।

ସୋନମଙ୍କ ମୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ : ଲଦାଖକୁ ରାଜ୍ୟମାନ୍ୟତା ଦାବିରେ ଆନ୍ଦୋଳନ ପ୍ରସଙ୍ଗ । ବିଶିଷ୍ଟ ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗଚୁକଙ୍କ ମୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ସୋନମଙ୍କ ମୁକ୍ତି ପ୍ରସଙ୍ଗରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ସୁପ୍ରିମକୋର୍ଟରେ ଦାୟର କରିଥିଲେ ହେବିୟସ କର୍ପସ । ଜାତୀୟ ନିରାପତ୍ତା ଆଇନ ଅନୁସାରେ ସୋନମଙ୍କୁ କରାଯାଇଥିଲା ଗିରଫ । ବର୍ତ୍ତମାନ ରାଜସ୍ଥାନ ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଅଛନ୍ତି ସୋନମ । ମାମଲାର ଶୁଣାଣି କରିବେ ଜଷ୍ଟିସ ଅରବିନ୍ଦ କୁମାର ଓ ଏନ.ଭି. ଆଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ । ସେପଟେ ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଧାରାରେ ଲଦାଖକୁ ଅନ୍ତର୍ଭୁକ୍ତ କରିବା ଦାବି ପ୍ରସଙ୍ଗ। ଆଜି ଲେହ ସର୍ବୋଚ୍ଚ କମିଟି ବା ଏଲଏବି ଓ କାରଗିଲ ଗଣତାନ୍ତ୍ରିକ ସଂଗଠନ ବା କେଡିଏ ସହ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ଆଲୋଚନା ହେବା ସମ୍ଭାବନା ରହିଛି। ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଆନ୍ଦୋଳନର ନେତୃତ୍ବ ନେଉଛି ଲେହ ସର୍ବୋଚ୍ଚ କମିଟି ବା ଏଲଏବି। ପୂର୍ବର ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା ଲଦାଖ। ମାତ୍ର ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଲଦାଖ ସିଧାସଳଖ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହା ସହ ଜାମ୍ମୁ ଓ କାଶ୍ମୀର ବି ହୋଇଥିଲା ଏକ କେନ୍ଦ୍ରଶାସିତ ଅଞ୍ଚଳ।

କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ନବୀନ

ଭୁବନେଶ୍ବର : କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କଟକରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଓଡିଶାର ସୁନାମ ରହିଛି। ଓଡିଶାବାସୀ, କଟକବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି। ତେଣୁ କଟକ ସହରରେ ଶାନ୍ତି ବଜାୟ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

କଟକରେ ୩୬ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ

କଟକ : କଟକରେ ୩୬ ଘଣ୍ଟା ପାଇଁ ଲାଗୁ ହୋଇଛି କର୍ଫ୍ୟୁ। ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ, ପୁରୀ ଘାଟ, ବିଡ଼ାନାସୀ, ମର୍କତନଗର, ଲାଲବାଗ, ସିଡିଏ ଫେଜ-୨, ସଦର ଥାନା, ମାଲଗୋଦାମ, ଜଗତପୁର, ବାଦାମବାଡ଼ି ଓ ବୟାଳିଶମୌଜା ଥାନା ଅଞ୍ଚଳରେ ଲାଗୁ ହୋଇଛି କର୍ଫ୍ୟୁ। କିନ୍ତୁ ସ୍ବାସ୍ଥ୍ୟସେବା, ପରିମଳ ସେବା ଭଳି ଜରୁରୀ ସେବା ଉପରେ କର୍ଫ୍ୟୁ ଲାଗୁ ହେବ ନାହିଁ।  ରବିବାର ସନ୍ଧ୍ୟାରେ କଟକରେ ଯେଭଳି ହିଂସାକାଣ୍ଡ ଘଟିଲା, ସେଥିରେ ୮ ଜଣ ପୋଲିସଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଛନ୍ତି। ଏହାସହିତ ଏହି ହିଂସା ସାଂପ୍ରଦାୟିକ ହିଂସାର ରୂପ ନେଇପାରେ । ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ କଟକ ସହରରେ ସୋସିଆଲ ମିଡିଆ ଉପରେ ୨୪ ଘଣ୍ଟା ପାଇଁ ବ୍ୟାନ ଲଗାଯାଇଛି । ପୋଲିସ କମିଶନର କହିଛନ୍ତି, ଭସାଣ ବେଳେ ବ୍ୟକ୍ତିଗତ କାରଣ ପାଇଁ ଗଣ୍ଡଗୋଳ ହୋଇଥିଲା । ଏଥିରେ ୪ ଜଣ ଆହତ ହୋଇଥିଲେ । ଗଣ୍ଡଗୋଳ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି । ଏହାକୁ ଆଳ କରି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବାଇକ ରାଲି କରିବାକୁ ଅନୁମତି ମଗାଯାଇଥିଲା । କିନ୍ତୁ ରାଲି କରିବାକୁ ପୋଲିସ ଅନୁମତି ଦେଇନଥିଲା । ପୋଲିସର ବାରଣ ସତ୍ତ୍ବେ ଗୋଟିଏ ଗୋଷ୍ଠୀ ବାଇକ ରାଲି କରି ସମ୍ବେଦନଶୀଳ ଅଞ୍ଚଳକୁ ଧସେଇ ପଶିଥିଲେ । ବିଶ୍ବ ହିନ୍ଦୁ ପରିଷଦର ଏହି ରାଲିକୁ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ସେମାନେ ମାନି ନଥିଲେ । ଓଲଟି ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ଫଳରେ ପୋଲିସ କର୍ମଚାରୀ ଓ ଅଧିକାରୀ ଆହତ ହୋଇଥିଲେ । ଏହାସହ ଉପଦ୍ରବକାରୀ ସେମାନେ ବିଭିନ୍ନ ଦୋକାନ ବଜାର ଭଙ୍ଗାରୁଜା କରିବା ସହ ରାସ୍ତାରେ ଥିବା ଗାଡ଼ି ଓ ଷ୍ଟଲଗୁଡ଼ିକୁ ନିଆଁ ଲଗାଇ ଦେଇଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ରବର ବୁଲେଟ ଫାୟାରିଂ କରିବା ସହ ଟିୟର ଗ୍ୟାସ ପ୍ରୟୋଗ କରିଥିଲା। ତଥାପି ଉପଦ୍ରବକାରୀମାନେ ହିଂସା ଜାରି ରଖିଥିଲେ । ଅନ୍ୟ ଉପାୟ ନ ପାଇ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ତଥାପି ପୋଲିସ ହିଂସାକାଣ୍ଡ ଭିଆଇଥିବା ଗୋଷ୍ଠୀଙ୍କ ଉପରେ କଡ଼ା ନଜର ରଖିଛି । ଯେଉଁମାନେ ହିଂସା ଘଟାଇଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର। ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖି ସହରରେ ସୋସିଆଲ ମିଡିଆ ବ୍ୟାନ କରିଛି। ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ସ୍ନାପଚାଟକୁ ବ୍ୟାନ କରାଯାଇଛି। ୨୪ ଘଣ୍ଟା ପାଇଁ ଏହି ବ୍ୟାନ କରାଯାଇଛି। ଆଜି ସନ୍ଧ୍ୟା ୭ଟା ଯାଏ ବ୍ୟାନ ବଳବତ୍ତର ରହିବ।ସୋସିଆଲ ମିଡିଆରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି। ଅନ୍ୟପଟେ ଆଜି କଟକ ବନ୍ଦ ଡାକରା ଦିଆଯାଇଛି। ଶାନ୍ତି ପ୍ରତିଷ୍ଠା ଲାଗି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଶୋଭାଯାତ୍ରାକୁ ନେଇ ଜଳୁଛି କଟକ ; ଆଜି ସଂଧ୍ୟା ୭ଟାରୁ ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ ସୋସିଆଲ ମିଡ଼ିଆ ବ୍ୟାନ

କଟକ : ଶୋଭାଯାତ୍ରାକୁ ନେଇ ଜଳୁଛି କଟକ। ଏକ ସଂଗଠନର ଶୋଭାଯାତ୍ରା ବେଳେ ପୋଲିସ ଅଟାକାଇବାରୁ ମହାଭାରତ। ଦରଘା ବଜାର ଅଞ୍ଚଳରେ ପ୍ରବଳ ଉତ୍ତେଜନ। ସ୍ଥିତିକୁ ନଜରରେ ରଖି ସହରରେ ସୋସିଆଲ ମିଡିଆ ବ୍ୟାନ କରାଯାଇଛି । ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ସ୍ନାପଚାଟକୁ ବ୍ୟାନ କରାଯାଇଛି। ୨୪ ଘଣ୍ଟା ପାଇଁ ଏହି ବ୍ୟାନ କରାଯାଇଛି। ସୋମବାର ସନ୍ଧ୍ୟା ୭ଟା ଯାଏ ବ୍ୟାନ ବଳବତ୍ତର ରହିବ। ସିଡିଏ, ୪୨ ମୌଜା, ସିଏମସି ଅଞ୍ଚଳରେ ଲାଗୁ ହୋଇଛି ବ୍ୟାନ।

ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୋଲିସ କରିଛି ଲାଠିଚାର୍ଜ। ଏହା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ସେପଟେ ଉତ୍ତେଜନାକୁ ଦୃଷ୍ଟିରେ ରଖି କଟକରେ କ୍ୟାମ୍ପ କରି ରହିବାକୁ ପୋଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣେ ଆସନ୍ତାକାଲି ଡାକରା ଦିଆଯାଇଛି ବନ୍ଦ। ଶାନ୍ତି ପ୍ରତିଷ୍ଠା ଲାଗି ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

କଟକରେ ଶାନ୍ତି ବଜାୟ ରଖିବାକୁ ଅପିଲ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କଟକରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି ଏକ ଶାନ୍ତିପ୍ରିୟ ରାଜ୍ୟ ଭାବରେ ଓଡିଶାର ସୁନାମ ରହିଛି। ଓଡିଶାବାସୀ, କଟକବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି। ତେଣୁ କଟକ ସହରରେ ଶାନ୍ତି ବଜାୟ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟନାୟକ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ପାକିସ୍ତାନକୁ ଭାରତର ୨୪୮ ରନର ଟାର୍ଗେଟ୍‌

ନନ୍ଦିଘୋଷ ବ୍ୟୁରୋ: ମହିଳା ବିଶ୍ଵକପ୍ ୨୦୨୫ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ। ପୁରୁଷ ଏସିଆ କପ୍ ପରେ ଏବେ ମହିଳା ଭାରତୀୟ ଦଳ ପାକିସ୍ତାନ ଦଳ ସହ କଲୋମ୍ବୋରେ ମୁକାବିଲା କରୁଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪୭ ରନ କରି ପାକିସ୍ତାନକୁ କଡ଼ା ଟକ୍କର ଦେଇଛି । ଭାରତ-ପାକିସ୍ତାନ ମଧ୍ୟରେ ହ୍ୟାଣ୍ଡସେକ୍ ବିବାଦ ଚାଲିଥିବା ବେଳେ ଭାରତୀୟ ମହିଳା ଦଳ ପାକିସ୍ତାନ ବିପକ୍ଷରେ ଲଢୁଆ ସ୍କୋର କରି ପାରିଛି। ହର୍ଲିନ ଦେଓଲ ସର୍ବାଧିକ ୪୬ ରନ କରିଥିବା ବେଳେ ଋଚାଘୋଷ ୩୫ ରନର ଉଲ୍ଲେଖନୀୟ ଅପରାଜିତ ରନ କରିଛନ୍ତି । ପାକିସ୍ତାନ ମହିଳା ଦଳ ସମ୍ମୁଖରେ ରହିଛି ୨୪୮ ରନ ବିଜୟ ଲକ୍ଷ୍ୟ।  ବୋଲିଂରେ ପାକିସ୍ତାନ ପକ୍ଷରୁ ଦିଆନା  ବୈଗ ୪ ଓ୍ଵିକେଟ୍ ନେଇଛନ୍ତି ।

ପୁଣି ପଡ଼ିଆରେ ହ୍ୟାଣ୍ଡସେକ୍ ବିବାଦ। ଆଜି ପୁଣି ଦୁଇ ଦେଶ ପାକିସ୍ତାନ ଓ ଭାରତର ଖେଳାଳି କଲେନାହିଁ ହ୍ୟାଣ୍ଡସେକ। ମହିଳା ବିଶ୍ଵକପରେ କଲମ୍ବୋରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଛି । ତେବେ ମ୍ୟାଚ ପୂର୍ବରୁ ଟସ ଲାଗି ଉଭୟ ଦେଶର ଅଧିନାୟକ ପଡିଆ ମଧ୍ୟକୁ ଟସ ପାଇଁ ଆସିଥିଲେ। ଟସ ପଡ଼ିବା ପରେ ଦୁଇ ଖେଳାଳିଙ୍କ ମଧ୍ୟରେ ହ୍ୟାଣ୍ଡସେକ୍ କରିବା କଥା। ତେବେ ଉଭୟ ଅଧିନାୟକ ହ୍ୟାଣ୍ଡେସକ କରିନଥିଲେ। ଭାରତୀୟ ଅଧିନାୟକ ପୁରୁଷ କ୍ରିକେଟ ଟିମ ରାସ୍ତା ଆପଣାଇ ପାକିସ୍ତାନ ଅଧିନାୟକଙ୍କ ସହ ହ୍ୟାଣ୍ଡସେକ୍ କରିନଥିଲା। ଆଜି ଟସ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ମହିଳା ଦଳ ସମ୍ମୁଖରେ ରହିଛି ୨୪୮ ରନ ବିଜୟ ଲକ୍ଷ୍ୟ ।

ପୁଣି 9 ରୁ ଘୂର୍ଣ୍ଣି ବଳୟ ; ରାଜ୍ୟରେ ଲାଗିରହିବ ବର୍ଷା

ଭୁବନେଶ୍ବର : ରାଜ୍ୟ ଉପରେ ଆଉ ଏକ ଘୁର୍ଣ୍ଣିବଳୟ ସମ୍ଭାବନା। ଅକ୍ଟୋବର ୭ରେ ଘୁର୍ଣ୍ଣିବଳୟ ସୃଷ୍ଟି ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ। ଘୁର୍ଣ୍ଣିବଳୟ ପ୍ରଭାବରେ ୭ ରୁ ୧୨ ତାରିଖ ଯାଏ ବର୍ଷା ଲାଗିରହିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ର ପ୍ରଭାବରେ ରହିବ । ସେପଟେ ୯ ଅକ୍ଟୋବର ବେଳକୁ ଉତ୍ତର ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ ସମ୍ଭାବନାକୁ ନେଇ ଭାରତୀୟ ପାଣିପାଗ ବି ଆକଳନ କରିଛି । ୭ ବେଳକୁ ବଙ୍ଗୋପସାଗରଏ ଏକ ଘୂର୍ଣ୍ଣିବଳୟ କିମ୍ଵା ଲଘୁଚାପ ସୃଷ୍ଟି ସମ୍ଭାବନା ହେଇଛି ବିଭାଗ ।

ଏହା ପ୍ରଭାବରେ ୭ ରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ଦେଇଛି ବିଭାଗ।ଏପଟେ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗିରହିଛି। ଆସନ୍ତା ୪ ଦିନ ଯାଏ ବିଜୁଳି ଘଡଘଡି ସହ ବର୍ଷା ର ସମ୍ଭାବନାକୁ ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଂଟାରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନାକୁ ନେଇ ୨୦ ଜିଲ୍ଲାକୁ ହଳଦିଆ ଚେତାବନୀ ଦେଇଛି ବିଭାଗ। ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲା ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର କେନ୍ଦ୍ରାପଡା, କଟକ, ଅନୁଗୁଳ ,ଢେଙ୍କାନାଳ,ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ,କେନ୍ଦୁଝର, ଦେଓଗଡ ସମ୍ବଲପୁର ବରଗଡ଼, ସୁନ୍ଦରଗଡ ଓ ଝାରସୁଗୁଡା କୁ ବର୍ଣ୍ଣିଙ୍ଗ ରହିଛି। ସେହିପରି ଆସନ୍ତାକାଲି ସମାନ ଜିଲ୍ଲାପାଇଁ ହଳଦିଆ ଚେତାବନୀ ରହିଛି।

ଦାର୍ଜିଲିଂରେ ପ୍ରବଳ ବର୍ଷାରୁ ଭୂସ୍ଖଳନ ; ୧୪ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଂଗରେ ପ୍ରବଳ ବର୍ଷାରୁ ଭୂସ୍କଳନ। ଦାର୍ଜିଲିଂରେ ଭୂସ୍ଖଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଧସିଗଲା ଲୁହା ନିର୍ମିତ ଡୁଡିଆ ବ୍ରିଜ। ବ୍ରିଜ ଧସି ଅତି କମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାତିସାରା ଲଗାଣ ବର୍ଷାରୁ ପଶ୍ଚିମବଂଗର ଉତ୍ତର ପାର୍ଶ୍ଵରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ଦାର୍ଜିଲିଂର ମିରିକ ଏବଂ ସୁଖିଆ ଅଂଚଳରେ ଭୂସ୍ଖଳନରୁ ଏ ଅଘଟଣ ଘଟିଥିଲା। ଦାର୍ଜିଲିଂ ଜିଲ୍ଲା ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରିୁ ଅଧିକ ହେବା ଆଶଂକା କରାଯାଉଛି।

ବର୍ଷା ଓ ଭୂସ୍ଖଳନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ସିକିମ ମଧ୍ୟରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଦାର୍ଜିଲିଂ ଏବଂ ସିଲିଗୁଡ଼ି ମଧ୍ୟରେ ମୁଖ୍ୟ ରାସ୍ତା ଅବରୋଧ ହୋଇଛି। ଜଳପାଇଗୁଡ଼ି, ସିଲିଗୁଡ଼ି ଏବଂ କୁଚବିହାରକୁ ମଧ୍ୟ ଗାଡି ଚଳାଚଳ ହୋଇପାରୁନି। ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଯାଇଛି। ଜାତୀୟ ରାଜପଥ ୧୦ର ବିଭିନ୍ନ ସ୍ଥାନରେ ମାଟି ଧସି ରାସ୍ତା ଅବରୋଧ ହୋଇଛି। ତିସ୍ତା ନଦୀରେ ବନ୍ୟା ଆସିବାରୁ କାଲିମପଙ୍ଗରୁ ତିସ୍ତା ବଜାର ଦେଇ ଦାର୍ଜିଲିଂ ଯିବା ରାସ୍ତା ବନ୍ଦ ହୋଇଯାଇଛି। କରୋନେସନ୍ ସେତୁ ଦେଇ ସିକିମ୍ ଏବଂ ଦାର୍ଜିଲିଂ ପାହାଡ଼କୁ ଯୋଗାଯୋଗ ବନ୍ଦ ହୋଇଯାଇଛି।

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ, ଗୋର୍ଖାଲ୍ୟାଣ୍ଡ ଆଞ୍ଚଳିକ ପ୍ରଶାସନ GTA ଦାର୍ଜିଲିଂରେ ଟାଇଗର ହିଲ୍ ଏବଂ ରକ୍ ଗାର୍ଡେନ୍ ସମେତ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଦାର୍ଜିଲିଂରେ ଟଏ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରଖାଯାଇଛି। ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଜାରି ରହିଥିବା ବେଳେ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।

ସାବତ ବାପାକୁ ସାଙ୍ଗଙ୍କ ସହ ମିଶି ହତ୍ୟାକଲା ପୁଅ !

କେନ୍ଦୁଝର : ସାବତ ବାପାକୁ ସାଙ୍ଗଙ୍କ ସହ ମିଶି ହତ୍ୟାକଲା ନାବାଳକ ପୁଅ । ଏହି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳ ୧୦ ନଂ ୱାର୍ଡ଼ ହନୁମାନ ହଟିଂରେ ଅଞ୍ଚଳରେ । ମୃତକ ୪୫ ବର୍ଷିୟ ମନୋଜ କାଳନ୍ଦୀ ଓରଫ୍ ମନୋଜ ବେହେରା । ମନୋଜଙ୍କ ପ୍ରଥମ ସ୍ତ୍ରୀ ଗାଁ ରେ ରହୁଥିବାବେଳେ, ସେ ଜଣେ ବିଧବାଙ୍କୁ ୫ ବର୍ଷ ହେବ ସ୍ତ୍ରୀ କରି ଘରେ ରଖିଥିଲେ । ତାଙ୍କର ଏହି ଦ୍ୱିତୀୟ ପତ୍ନୀଙ୍କର ଜଣେ ୧୫ ବର୍ଷିୟ ନାବାଳକ ପୁଅ ମଧ୍ୟ ରହୁଥିଲେ । ତେବେ କିଛିନା କିଛି କାରଣକୁ ନେଇ ସାବତ ବାପା ସହ ପୁଅର ପଡୁନଥିଲା । ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା।

ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ମନୋଜ ସ୍କୁଟି ନେଇ ବାହାରକୁ ଜଳଖିଆ ପାଇଁ ଯାଉଥିବାବେଳେ, ତାଙ୍କ ଉପରକୁ ଅତର୍କିତ ଭାବରେ ଆକ୍ରମଣ ହୋଇଥିଲା । ନାବାଳକ ସାବତ ପୁଅ ସହ ତା’ର ୨ ସାଙ୍ଗ ମିଶି ସଂଘବଦ୍ଧ ଭାବରେ ପାଇପ୍ ଓ ଭୁଜାଲୀରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ । ପରିବାର ଲୋକେ ମୂମୂର୍ଷ ଅବସ୍ଥାରେ ଉଦ୍ଧାର କରି ଏକ ଅଟୋ ଯୋଗେ ନିକଟସ୍ଥ ଟାଟା ହସପିଟାଲକୁ ନେଇଥିଲେ, ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଖବର ପାଇବା ପରେ ଯୋଡ଼ା ପୋଲିସ ଘଟଣା ସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛି । ମୃତଦେହକୁ ଜବତ୍ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।

କୁମାର ପୂର୍ଣ୍ଣିମା କେବେ ? ପୂର୍ଣ୍ଣିମା ତିଥି କେତେ ସମୟ ରହୁଛି ?

ନନ୍ଦିଘୋଷ ବ୍ୟୁରୋ: କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜାର ତାରିଖ ନେଇ ଦ୍ୱନ୍ଦ୍ୱ । ଓଡ଼ିଶା ଭକ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ତାରିଖ । ପାରମ୍ପରିକ ଭାବରେ ଗୋଟିଏ ଦିନରେ ପାଳିତ ହେଉଥିବା କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ପାଳନକୁ ନେଇ ସାରା ଓଡ଼ିଶାରେ ଦ୍ୱନ୍ଦ୍ୱ ରହିଛି । କିନ୍ତୁ ଚଳିତ ବର୍ଷ ଚନ୍ଦ୍ର କ୍ୟାଲେଣ୍ଡରରେ ପରିବର୍ତ୍ତନ ଯୋଗୁଁ ତାରିଖଗୁଡ଼ିକରେ ଅସଙ୍ଗତତା ଦେଖାଦେଇଛି, ଗଜଲକ୍ଷ୍ମୀ ପୂଜା ସୋମବାର ପାଳନ କରାଯିବ, ଯେତେବେଳେ କୁମାର ପୂର୍ଣ୍ଣିମା ମଙ୍ଗଳବାର ପାଳନ କରାଯିବ। ଭିନ୍ନ ଭିନ୍ନ ତାରିଖ ଯୋଗୁଁ ଅନେକ ବିଶେଷକରି କୁମାର ପୂର୍ଣ୍ଣିମା ପୂଜା କରୁଥିବା ଯୁବତୀମାନେ, ପାଳନର ସଠିକ୍ ଦିନ ବିଷୟରେ ଅନିଶ୍ଚିତ ହୋଇପଡ଼ିଛନ୍ତି । ଅନେକ ପଞ୍ଜିକାରେ ସୋମବାରକୁ କୁମାର ପୂର୍ଣ୍ଣିମାର ଦିନ ଭାବରେ ତାଲିକାଭୁକ୍ତ କରାଯାଇଛି, ଯେତେବେଳେ ପୁରୀ ଶ୍ରୀମନ୍ଦିରରେ ଏହି ଉତ୍ସବ ମଙ୍ଗଳବାର ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଭକ୍ତ ଏବଂ ପାରମ୍ପରିକ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଇଛି ।

ପଞ୍ଜିକାର ତିଥି, ବାର, ଯାତ୍ରା, ଶୁଭ ତଥା ଅଶୁଭ ବେଳାକୁ ମାନି ସାଧାରଣ ଲୋକ ପୂଜାପାଠ କରିଥାନ୍ତି । କିନ୍ତୁ ଅନେକ ସମୟରେ ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖକୁ ନେଇ ସୃଷ୍ଟି ହେଉଛି ଦ୍ବନ୍ଦ୍ବ । ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଯେଉଁ ତାରିଖରେ ଉଲ୍ଲେଖ କରାଯାଇଛି ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ଭିନ୍ନ ଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ଵନ୍ଦ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପଞ୍ଜିକାରେ କୁମାରପୂର୍ଣ୍ଣିମା ଅକ୍ଟୋବର ୬ ତାରିଖ ଲେଖା ରହିଛି । କ୍ୟାଲେଣ୍ଡର ଓ ଆଉ କିଛି ପଞ୍ଜିକାରେ କୁମାରପୂର୍ଣ୍ଣିମା ଅକ୍ଟୋବର ୭ ତାରିଖ ଲେଖା ଅଛି । ତେବେ ଜ୍ୟୋତିର୍ବିଦ ମାନଙ୍କ ମତରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ୬ତାରିଖରେ ଗଜଲକ୍ଷ୍ମୀ ପୂଜା କରାଯିବ ।

ଏହାର ପର ତାରିଖରେ ପାଳନ ହେବ କୁମାର ପୂର୍ଣ୍ଣିମା ବ୍ରତ । ଶ୍ରୀମନ୍ଦିର ପରମ୍ପରା ଓ ସଂସ୍କୃତିରେ ସମସ୍ତ ନୀତିକାନ୍ତି ମୁକ୍ତିମଣ୍ଡପ ଦ୍ୱାରା ସ୍ଥିରୀକୃତ ହୋଇଥାଏ । ଏପରିକି ପର୍ବ ପର୍ବାଣି ମାନଙ୍କରେ ବିଶେଷ ନୀତିକାନ୍ତି ସବୁ ମଧ୍ୟ ଛାତିଶା ନିଯୋଗରେ ଆଲୋଚନା କରାଯାଇ ସ୍ଥିରୀକୃତ କରାଯାଇଥାଏ । ଭିନ୍ନ ଭିନ୍ନ ପଞ୍ଜିକା ଦ୍ୱାରା ନିର୍ଦ୍ଧାରଣ ହୋଇଥିବା ସମୟରେ ପୂର୍ବରୁ ଅନେକ ତାରତମ୍ୟ ଦେଖାଯାଇଥିବାରୁ ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେଉଥିବା ନେଇ ସୂଚନା ରହିଛି । ୭ତାରିଖ ଦିନ ସରକାରୀ ଛୁଟି ରହିଥିବାରୁ ମଧ୍ୟ ଅନେକ ଦ୍ଵନ୍ଦ ରହିଥିବାବେଳେ ୬ତାରିଖ ଦିନ ହିଁ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା କରିବା ପାଇଁ ଜ୍ୟୋତିର୍ବିଦ କହିଛନ୍ତି  ।