spot_img
Home Blog Page 1659

ପ୍ରଥମ ଇନିଂସରେ ୧୪୯ ରନ୍ କରିଛି ବାଂଲାଦେଶ

ନନ୍ଦିଘୋଷ ବ୍ୟୁରୋ : ଚେନ୍ନାଇ ଟେଷ୍ଟରେ ବାଂଲାଦେଶ ପ୍ରଥମ ଇନିଂସରେ ୧୪୯ ରନ୍ କରିଛି। ଏହା ସହିତ ଭାରତ ପ୍ରଥମ ଇନିଂସରେ ୨୨୭ ରନ୍ ର  ଲିଡ୍ ନେଇଛି। ବାଂଲାଦେଶର କୌଣସି ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ମୁକାବିଲା କରିପାରି ନାହାନ୍ତି। ସାକିବ ଉଲ୍ ହସନ ସର୍ବାଧିକ ୩୨ ରନ୍ କରିଛନ୍ତି। ଆରମ୍ଭରୁ ହିଁ ପେସ୍ ବୋଲର୍  ବାଂଲାଦେଶକୁ ଝଟକା ଦେଇଥିଲେ, ସେଥିରୁ ଆଉ ବାହାରି ପାରିନଥିଲା ବାଂଲାଦେଶ। ବୁମରା ୪ଟି ୱିକେଟ ନେଇଥିବା ବେଳେ ସିରାଜ ଓ ଆକାଶଦୀପଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି। ଭାରତ ପ୍ରଥମ ଇନିଂସରେ ୩୭୬ ରନ କରିଥିଲା। ଅଶ୍ଵୀନ୍ ୧୧୩ ରନ୍ କରିଛନ୍ତି। ଗତକାଲିର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଅଶ୍ଵୀନ ଓ ଜାଦେଜା ଟିମ୍ କୁ ସଂକଟରୁ ଉଦ୍ଧାର କରିଥିଲେ।

ରାଜ୍ୟରେ ଆଇନ ଶୃଙ୍ଖଳା ସାଂଘାତିକ ଭାବେ ବିପର୍ଯ୍ୟସ୍ତ : କଂଗ୍ରେସ

ଭୁବନେଶ୍ବର : ଡବଲ ଇଞ୍ଜିନ ସରକାରରେ ୧୦୦ ଦିନର ସଫଳତା ହେଲା ରାଜ୍ୟରେ ଆଇନ ଶୃଙ୍ଖଳା ସାଂଘାତିକ ଭାବେ ବିପର୍ଯ୍ୟସ୍ତ । ମୁଖ୍ୟମନ୍ତ୍ରୀ ସୁଭଦ୍ରା ଘୋଷି ଘୋଷି ତଣ୍ଟି ଶୁଖୁଛି । କିନ୍ତୁ ଗୃହ ବିଭାଗ ହାତରେ ରଖି ମେଜର ଓ ବାନ୍ଧବୀ ମାମଲାରେ ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲୁନାହାଁନ୍ତି ମୁଖ୍ଯମନ୍ତ୍ରୀ। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ନାରୀ ଦୁଷ୍କର୍ମ ବଢ଼ିଚାଲିଛି । ବର୍ତ୍ତମାନ ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ ଘଟଣାମାନ ଘଟୁଛି । ମୋହନ ମାଝୀ ଏବେ କାଇଁ ମୌନ ମାଝି ସାଜିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଓଡ଼ିଶାର ପ୍ରତ୍ୟେକ ଘଣ୍ଟାରେ କୋଣ ଅନୁକୋଣରେ ନାରୀ ନିର୍ଯାତିତ ହେଉଛନ୍ତି । ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଦେଶର ଅଣବିଜେପି ସରକାର ଥିବା ରାଜ୍ୟରେ ଦୁଷ୍କର୍ମ ହେଲେ ମୋହନ ସରକାରଙ୍କୁ ବ୍ୟଥା ହେଉଛି । ଟ୍ବିଟ କରୁଛନ୍ତି । କିନ୍ତୁ ଢେଙ୍କାନାଳ, ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼, ରାଜଗାଙ୍ଗପୁର ତଥା ରାଜ୍ୟରେ ହେଲେ କାହିଁକି ଟ୍ବିଟ କରୁନାହାନ୍ତି ମୁଖ୍ଯମନ୍ତ୍ରୀ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଆଇନ ମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ? ଏହି ସରକାର ରକ୍ଷା କରିବାକୁ ସରକାର ନୁହଁନ୍ତି । ପୁଞ୍ଜିବାଦୀଙ୍କ ସରକାର । ତେଣୁ ରାଜ୍ୟ କଂଗ୍ରେସ ଚୁପ୍ ରହିବ ନାହିଁ । ଏହି ସରକାର ଫେଲ୍ ସରକାର । କଥାକୁହା ସରକାର । ଦରକାର ହେଲେ ବିଜେପି ଅଫିସ ଘେରାଉ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ମିଛି ମିଛିକା ଫାଶୀ ଖେଳରେ ଚାଲିଗଲା ଭାଇର ଜୀବନ!

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଲମ୍‌ଟିବାହାଲ କ୍ୟାମ୍ପସ ଛକ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ଭଉଣୀ ଝଗଡ଼ାରେ ମିଛି ମିଛିକା ଫାଶୀ ଖେଳରେ ଚାଲି ଯାଇଛି ଭାଇର ଜୀବନ । ଅନ୍ୟପଟେ ପୁତ୍ରର ମୃତ୍ୟୁ ପରେ,  ଆତ୍ମହତ୍ଯା  କରିଦେଲେ ବାପା। ଏଭଳି ଘଟଣା ଏବେ  ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଲମ୍‌ଟିବାହାଲ କ୍ୟାମ୍ପସ ଛକ ପାଖରେ ରହୁଥିବା ଝସକେତନ ସିଂହଙ୍କ ଝିଅ ଓ ପୁଅ ରୋହନ ସିଂହଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଭଉଣୀକୁ ଡରାଇବାକୁ ଯାଇ ରୋହନ ତାଙ୍କ ଶୋଇବା ଘରେ ମା’ର ଏକ ଶାଢ଼ିରେ ମିଛି ମିଛିକା ଆତ୍ମହତ୍ୟା କରିବାର ନାଟକ କରୁଥିଲେ। କିନ୍ତୁ ଅଭିନୟ ହିଁ ତାଙ୍କର ଜୀବନ ନେଇଗଲା। ପୁଅର ମୃତ୍ୟୁକୁ ବାପା ଝସକେତନ ସିଂହ ସହି ନପାରି ମାନସିକ ଭାରସାମ୍ୟ ହରାଇ ନିଜ ଶୋଇବା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବ୍ରଜରାଜନଗର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛି।

ବିଶ୍ବରେ କାୟା ମେଲାଇବାରେ ଲାଗିଛି କୋଭିଡର ନୂଆ ଭାରିଆଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଏବେ ବି ବିଶ୍ବରେ କାୟା ମେଲାଇବାରେ ଲାଗିଛି କୋଭିଡର ନୂଆ ଭାରିଆଣ୍ଟ। ଏହି ନୂଆ ଭାରିଆଣ୍ଟର ନାମ XEC ରହିଛି। ଏହା ଓମିକ୍ରନର ଏକ ସବଭାରିଆଣ୍ଟ। ମାତ୍ର ୩ ମାସ ମଧ୍ଯରେ ଏହି ଭାରିଆଣ୍ଟ ୨୭ଟି ଦେଶରେ କାୟା ମେଲାଇଛି। କୋଭିଡ-୧୯ ତୁଳନାରେ ଏହି ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ହେବ ବୋଲି କୁହାଯାଇଛି।

ସେପଟେ ଚୀନର ଉହାନ ସହରରୁ ଭୟଙ୍କର କୋଭିଡ ଭୂତାଣୁର ଉତ୍ପତ୍ତି ହୋଇଥିବା ନେଇ ଆସିଲା ପୁଣି ଆଉ ଏକ ରିପୋର୍ଟ । ୨୦୧୯ରେ ସାରା ବିଶ୍ବର ଆତଙ୍କ ଖେଳାଇଥିବା ଭୂତାଣୁର ଉତ୍ପତ୍ତି ଉହ୍ବାନରେ ହୋଇନାହିଁ ବୋଲି ଚୀନ କହିଆସୁଥିବାବେଳେ ଏହି ରିପୋର୍ଟ ସତକୁ ପଦାକୁ ଆଣିଛି । ପ୍ରାୟ ୫ ବର୍ଷ ପରେ ଆସିଥିବା ଏହି ରିପୋର୍ଟକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି ।

୨୦୧୯ ଶେଷ ଭାଗରେ ପ୍ରଥମେ ଗୋଟିଏ କୋଭିଡ ସଂକ୍ରମଣ ମାମଲା ପଦାକୁ ଆସିଥିଲା । ପରେ ଏହା ସାରା ବିଶ୍ବକୁ ଗ୍ରାସ କରିଥିଲା । ଭୂତାଣୁ ସମ୍ପର୍କିତ ଗବେଷଣା କରୁଥିବା ଉହ୍ବାନର ଲାବରେଟୋରୀରୁ ଏହି ଉତ୍ପନ୍ନ ହୋଇଥିଲା । ଉହାନର ହୁଆନନ ସି-ଫୁଡ ମାର୍କେଟରୁ ସଂଗୃହୀତ ୮୦୦ ନମୁନାର ଗବେଷଣା ରିପୋର୍ଟ ସେଲ୍ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଏହି ମାର୍କେଟରୁ ଗତ ଜାନୁଆରୀ ୨୦୨୦ରେ ନମୁନା ସଂଗ୍ରହ ହୋଇଥିଲା ।

ତେବେ ସେତେବେଳେ ସେହି ମାର୍କେଟରେ ରାକନ କୁକୁର ଓ ସିଭେଟ ପ୍ରଜାତିର କେତେକ ପ୍ରାଣୀ ଥିଲେ ବୋଲି ରିପୋର୍ଟରେ କୁହାଯାଇଛି । ଏହି କ୍ଷୁଦ୍ର ସ୍ତନ୍ଯପାୟୀ ପ୍ରାଣୀମାନେ ମଣିଷଙ୍କ ପରି ବିଭିନ୍ନ ଭୂତାଣୁର ସଂକ୍ରମଣ ହୋଇପାରିଥାନ୍ତି । ମଣିଷ ଓ ବାଦୁଡିଙ୍କ ମଧ୍ଯରେ ଏକ ଇଣ୍ଟରମିଡିଏଟ ହୋଷ୍ଟ ସାଜିଥିବା ଏହି ଭୂତାଣୁଙ୍କ ଠାରୁ ସାର୍ସ କୋଭିଡ-୨ ଉତ୍ପନ୍ନ ହୋଇଥାଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ମେଜର ଲେଖୁଥିଲେ ଏତଲା, ଭିଡିଓ ରେକର୍ଡିଂ କରୁଥିଲେ ବାନ୍ଧବୀ

ଭୁବନେଶ୍ବର: ସାମ୍ନାକୁ ଆସିଲା ମେଜରଙ୍କ ବାନ୍ଧବୀଙ୍କ ଘଟଣା ଦିନ ରାତିରେ ରେକର୍ଡ କରିଥିବା ଆଉ ଏକ ଭିଡିଓ। ମେଜର ନିଜେ ଏତଲା ଲେଖୁଥିବା ବେଳେ ତାଙ୍କ ବାନ୍ଧବୀଙ୍କୁ ଓଡ଼ିଆ ଜାଣିନଥିବାରୁ ଗାଳି ଗୁଳଜ କରୁଛି ପୋଲିସ। ପୋଲିସର ବ୍ୟବହାର ନେଇ ଏହି ଭିଡ଼ିଓରେ ପ୍ରଶ୍ନ ଉଠାଇଛନ୍ତି ଯୁବତୀ। ରାତି ଅଧରେ ଯୁବତୀ ଜଣଙ୍କ ଅସହାୟ ହୋଇ ଭିଡିଓ କରୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ ।

ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

ମହାନଦୀ ପାର୍‌ ହୋଇପାରିଲାନି ଦନ୍ତା, ଗାଁରେ ପଶି ସୃଷ୍ଟି କଲା ଆତଙ୍କ

ବାଙ୍କୀ: ଗାଁ ଦାଣ୍ଡରେ ବୁଲୁଛି ହାତୀ। କଟକ ବାଙ୍କୀ ଡମପଡା ଗାଁରେ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି । ମହାନଦୀ ପାର ହେବାକୁ ଯାଉଥିବା ବେଳେ ସକାଳ ହୋଇଯିବାରୁ ଅଧା ବାଟରୁ ଫେରି ଆସିଥିଲା ଦନ୍ତା । ତେବେ ଦନ୍ତା ହାତୀଟି ଅଧା ବାଟରୁ ଫେରି ଆସିବା ପରେ ଡମପଡା ଗାଁ ଭିତରେ ପଶି ଆତଙ୍କ ଖେଳାଇଛି।

ଦନ୍ତାକୁ ଦେଖି ଡମପଡା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଁଚି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି ।

କୋରାପୁଟ ଗ୍ରାମାଞ୍ଚଳରେ ମାଗଣା ଶବ ପରିବହନ ସେବା ଆରମ୍ଭ କଲା ବେଦାନ୍ତ

0

ଭୁବନେଶ୍ବର: ମୃତକଙ୍କ ପାଇଁ ସମ୍ମାନଜନକ ପରିବହନ ସେବା ସୁନିଶ୍ଚିତ କରିବା ସହ କ୍ଷତିଗ୍ରସ୍ତ ପରିବାରକୁ ସେମାନଙ୍କ ପ୍ରିୟଜନଙ୍କ ଅନ୍ତିମ ଯାତ୍ରା ସମୟରେ ଆର୍ଥିକ ବୋଝରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ମାଗଣା ଶବ ପରିବହନ ସେବା ଆରମ୍ଭ କରିଛି, ଯାହା କୋଡିଙ୍ଗାମାଲି ଖଣି ଆଖପାଖର ୧୦୦ଟି ଗ୍ରାମର ଲୋକମାନଙ୍କୁ ଉପକୃତ କରିଛି ।

କୋରାପୁଟ ବିଧାୟକ ପବିତ୍ର ସାଉଁତା ପତାକା ଦେଖାଇ ଏହି ସେବା ଯାନକୁ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ଲୋକଙ୍କପାଇଁ ଏହି ଅତ୍ୟାବଶ୍ୟକ ସେବାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ଏହି ମାଗଣା ଶବ ପରିବହନ ସେବା ଜରିଆରେ ଏହି ଅଞ୍ଚଳର ୧୦ଟି ପରିବାର ଉପକୃତ ହୋଇସାରିଛନ୍ତି ଏବଂ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳର ୪ଟି ବ୍ଲକର ୧୦୦ଟି ଗାଁକୁ ଏହି ସେବା ପରିବ୍ୟାପ୍ତ ହେବ ।

ଏହି ଅବସରରେ ସ୍ଥାନୀୟ ବିଧାୟକ ଶ୍ରୀ ସାଉଁତା କହିଲେ ଯେ ଏହି ଶବ ସେବା ହେଉଛି କରୁଣାର ପ୍ରତୀକ । ଦୁଃଖ ସମୟରେ ପରିବାରଗୁଡ଼ିକୁ ସେମାନଙ୍କ ପ୍ରିୟଜନଙ୍କ ଶବକୁ ପରିବହନ କରିବାର ଆର୍ଥିକ ସମସ୍ୟା ସଂକ୍ରାନ୍ତିରେ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ଏହି ପଦକ୍ଷେପ ଦ୍ବାରା ବେଦାନୁ ସ୍ଥାନୀୟ ଗୋଷ୍ଠିକୁ ଏକ ମହାନ ସେବା ଯୋଗାଉଛି ।

ମଣିରିମାଳା ଗରଡ଼ା (ଏହି ସେବାର ଅନ୍ୟତମ ପ୍ରାରମ୍ଭିକ ହିତାଧୁକାରୀ) ନିଜର ଅଭିଜ୍ଞତା ବାଣ୍ଟିବା ସହ କହିଛନ୍ତି ଯେ ଯେତେବେଳେ ମୋ ପତ୍ନୀଙ୍କ ଦେହାନ୍ତି ହେଲା, ସେତେବେଳେ ମୁଁ ଚିନ୍ତିତ ଥୂଲି ଯେ ମୋ ପାଖରେ ଥ‌ିବା ସୀମିତ ସମ୍ବଳରେ ମୁଁ କିପରି ତାଙ୍କ ଶବ ପାଇଁ ପରିବହନ ବ୍ୟବସ୍ଥା କରିବି । ଏଭଳି କଠିନ ସମୟରେ ଏହି ଯାନ ପ୍ରକୃତରେ ଆଶୀର୍ବାଦ ପାଲଟିଥିଲା । ଏହା କେବଳ ଆକ ବୋଝକୁ ହ୍ରାସ କରିନଥିଲା, ବରଂ ମୋ ପତ୍ନୀଙ୍କ ଅନ୍ତିମ ଯାତ୍ରାକୁ ସମ୍ମାନର ସହ ସମ୍ପନ୍ନ କରିବାକୁ ମଧ୍ୟ ସୁନିଶ୍ଚିତ କରିଥିଲା । ଏଭଳି ସହଯୋଗ ପାଇଁ ମୁଁ ଏବଂ ମୋ ପରିବାର ଗଭୀର କୃତଜ୍ଞ ।

ଉଲ୍ଲେଖଯୋଗ୍ୟ ଯେ ଲକ୍ଷ୍ମୀପୁର ଓ ଏହାର ଆଖପାଖ ଅଞ୍ଚଳର ପରିବାରମାନଙ୍କୁ ବିନା ମୂଲ୍ୟରେ ଉକ୍ତ ଗୁରୁତ୍ବପୂର୍ଣ୍ଣ ସେବା ପ୍ରଦାନ କରିବା ପାଇଁ ଏହି “ମାଗଣା ଶିବ ସେବା’ ଯୋଜନା ପ୍ରସ୍ତୁତ କରାଯାଇଛି, ବିଶେଷକରି ଦୁର୍ଗମ ଅଞ୍ଚଳରେ ଯେଉଁଠାରେ ପରିବହନ ଉଭୟ ଅପ‌ହଞ୍ଚଞ୍ଚ ଏବଂ ବ୍ୟୟବହୁଳ ଅଟେ । ଏହାବ୍ୟତୀତ ଏହି ଅଞ୍ଚଳରେ ବେଦାନ୍ତ ଆଲୁମିନିୟମର ଅତ୍ୟାବଶ୍ୟକ ସେବା ଉପଲବ୍ଧତାରେ ଉନ୍ନତି ଆଣିବା ପାଇଁ ବ୍ୟାପକ ପ୍ରୟାସର ଏକ ଅଂଶ ହେଉଛି ଏହି ପଦକ୍ଷେପ । ପ୍ରତ୍ୟେକ ମୃତ ବ୍ୟକ୍ତି ଯେପରି ଉଚିତ୍ ସମ୍ମାନ ପାଇବେ ସେଥ‌ିପାଇଁ ଏହି ଗାଡ଼ି ମାଗଣାରେ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ, ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ଯମରେ ଗୋଷ୍ଠୀ ବିକାଶକୁ ହରାନ୍ବିତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହାବ୍ୟତୀତ କମ୍ପାନୀ ଏହାର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ୍ ମାଧ୍ଯମରେ ସ୍ବାସ୍ଥ୍ୟ ଶିବିରମାନ ଆୟୋଜନ କରିଥାଏ, ଗ୍ରାମୀଣ ଓଡ଼ିଶାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ବାସ୍ଥ୍ୟ ସଚେତନତା ପାଇଁ ଲୋକଙ୍କ ଦୁଆର ମୁହଁରେ ସ୍ବାସ୍ଥ୍ୟ ସେବା ଉପଲବ୍ଧ ।

ଏହି ପ୍ରୟାସ ଗୁଡିକ ଏହାର ପରିଚାଳନା କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୂଚାଇଥାଏ ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ସମୁଦାୟ ସଦସ୍ୟଙ୍କ ସ‌ହ‌ଯୋଗରେ ବେଦାନ ଅ ।ଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ସକ୍ରିୟ ଭାବେ ଯୋଗଦାନ ଦେଇଥାଏୟ ।

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ ଦାବି କଲେ ନବୀନ

ଭୁବନେଶ୍ବର: ଭରତପୁର ଥାନାରେ ସେନାଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା। ଖୋଦ ପୋଲିସ ଥାନାରେ ଥାର୍ଡ ଡିଗ୍ରୀକୁ ଅତି ନିନ୍ଦନୀୟ କହିଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ନବୀନ। ଏହା ସହ ଅମାନବୀୟ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନବୀନ କହିଛନ୍ତି- ଥାନା ଭିତରେ ଯୌନ ନିର୍ଯାତନା ଘଟଣା ଅତି ନିନ୍ଦନୀୟ।

ରାଜ୍ଯରେ ଆଇନ ଶୃଙ୍ଖଳା ବ୍ଯବସ୍ଥା ଭୁଶୁଡି ପଡିଛି। ଆଇନଶୃଙ୍ଖଳା ନିୟନ୍ତ୍ରଣରେ ରାଜ୍ଯ ସରକାର ବିଫଳ ହୋଇଛନ୍ତି। ସେହିପରି ରାଜ୍ଯପାଳଙ୍କ ପୁଅଙ୍କ ଦ୍ବାରା ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ରାଜ୍ଯ ସରକାରଙ୍କ ନୀରବତାକୁ ସମାଲୋଚନା କରିଛନ୍ତି ନବୀନ। ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ ବୋଲି ସେ କହିଛନ୍ତି। ଏସବୁ ରାଜ୍ଯ ସରକାରଙ୍କ ଅପାରଗତାକୁ ପ୍ରକାଶ କରୁଛି ବୋଲି ସେ କହିଛନ୍ତି।

କାଲିମେଳାରେ ଲ୍ୟାଣ୍ଡମାଇନ ଠାବ, ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ

ମାଲକାନଗିରି: କାଲିମେଳାରେ ଲ୍ୟାଣ୍ଡମାଇନ ଠାବ। ଲ୍ୟାଣ୍ଡମାଇନ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ। ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲ ଭିତରେ ନକ୍ସଲ ମାନେ ଲ୍ୟାଣ୍ଡମାଇନ ବିଛାଇଥିଲେ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡିଗାଟା ଠାରେ ଥିବା ୧୪୨ ବିଏସଏଫ ବାହିନୀର ଯବାନ ମାନେ ଭେଜାଙ୍ଗିୱାଡା ଅଞ୍ଚଳକୁ କୁମିଂ ଅପରେସନ ପାଇଁ ଯାଇଥିଲେ।

ଗୋମ୍ଫାକୋଣ୍ଡା କେନାଲ ରାସ୍ତା ଉପରେ କିଛି ବିଦ୍ୟୁତ ତାର ଦେଖିବାକୁ ପାଇଥିଲେ । ପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ପ୍ରାୟ ଦେଢ କେଜି ଓଜନର ଲ୍ୟାଣ୍ଡମାଇନକୁ ମାଟି ତଳେ ପୋତି ରଖିଥିଲେ ମାଓବାଦୀ । ଲ୍ୟାଣ୍ଡମାଇନ ଠାବ ହେବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ ।

ଭିଜିଲାନ୍ସ ଜାଲରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଏକକାଳୀନ ୧୧ଟି ସ୍ଥାନରେ ରେଡ୍‌

ବାଲେଶ୍ବର: ଭିଜିଲାନ୍ସ ଜାଲରେ ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍ ଭି ହରିହର ରାଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରୁଛି। କୁକୁଡ଼ାପଦା ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚାଲିଛି ଚଢାଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ।

ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ଚଢାଉ। ବାଲେଶ୍ଵର, ଭୁବନେଶ୍ଵର, ବ୍ରହ୍ମପୁର, କେନ୍ଦୁଝର ଏବଂ ଫୁଲବାଣୀର ଏକାଧିକ ସ୍ଥାନରେ ଚାଲିଛି ଚଢାଉ।ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନଭି ହରିହର ରାଓଙ୍କ ବ୍ରହ୍ମପୁର ଭାବିନୀପୁର ସ୍ଥିତ ଦୁଇ ମହଲା କୋଠା, ଭୁବନେଶ୍ଵର ପାତ୍ରପଡ଼ାରେ ଥିବା କୋଠା, ବ୍ରହ୍ମପୁର କମାପଲିରେ ଫ୍ଲାଟ, ଫୁଲବାଣୀରେ ଥିବା ପୈତୃକ ଘରରେ ରେଡ୍ କରିଛି ଭିଜିଲାନ୍ସ।

ଏହାସହ ବାଲେଶ୍ଵରରେ ଥିବା ସରକାରୀ ବାସଭବନ, କେନ୍ଦୁଝର ଅଫିସ, ବାଲେଶ୍ଵର ସ୍ଥିତ ଅଫିସ ଚାମ୍ବର, କେନ୍ଦୁଝରରେ ଥିବା ଘର, ବ୍ରହ୍ମପୁର ତୁଳସୀନଗର ଏବଂ ଶାନ୍ତିନଗରରେ ଥିବା ଘର ସମେତ କେନ୍ଦୁଝରରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ଶ। ଭିଜିଲାନ୍ସର ଏହି ରେଡରେ ୧୧ ଡିଏସପିଙ୍କ ସମେତ ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।