ଭୁବନେଶ୍ୱର : ଶିକାରୀ ଓ କାଠ ମାଫିଆମୁକ୍ତ ହେବ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ । ଆଜିଠୁ ଅଭୟାରଣ୍ୟ ଭିତରେ ଆରମ୍ଭ ହେବ CRPF ଯବାନଙ୍କ ମିଳିତ କମ୍ବିଂ ଅପରେସନ । କମ୍ୱିଂରେ ସାମିଲ ହେବେ ୪୫୦ CRPF ଯବାନ । ୧୨ ଦିନ ଧରି ଚାଲିବ ଜଙ୍ଗଲ ଭିତରେ ଟ୍ରେନିଂ। ଜଙ୍ଗଲ ବିଭାଗର ଅଧିକାରୀ ବି ସାମିଲ ହେବେ। ସିଆରପିଏଫ ର ଟ୍ରେନିଂ ସହିତ କମ୍ବିଂଗ ବି ଚାଲିବ। ଜଙ୍ଗଲ ଓ ବନ୍ୟାଜନ୍ତୁର ସୁରକ୍ଷା ସାଙ୍ଗକୁ କାଠ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କ ପାଇଁ ସତର୍କ ବାର୍ତା ଦେବାକୁ ଏଭଳି ପ୍ରୟାସ ଓଡ଼ିଶାରେ ପ୍ରଥମ।
ଦଶମ ଶ୍ରେଣୀ ଛାତ୍ରର କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ
ଅନୁଗୁଳ : ଦଶମ ଶ୍ରେଣୀ ଛାତ୍ରର କଟୁରୀ ଚୋଟରେ ନବମ ଶ୍ରେଣୀ ଛାତ୍ର ଆହତ । ସ୍କୁଲ ଛୁଟି ବେଳେ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ଗଣ୍ଡଗୋଳ । ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଧାରମଣପଡା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ର ଓ ହାତିଶାଳପଡା ଅଂଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ସାଇକେଲ ଷ୍ଟାଣ୍ଡରେ ସାଇକେଲ ରଖିବାକୁ ନେଇ ଝଗଡା ହୋଇଥିଲା ।
ଆଜି ସ୍କୁଲ ଛୁଟି ହେବା ପରେ ପରେ ସ୍କୁଲ ଫାଟକ ଆଗରେ ନବମ ଶ୍ରେଣୀ ଛାତ୍ର ଜଣଙ୍କ ଘରକୁ ଯାଉଥିବା ବେଳେ ତାଙ୍କୁ ହଠାତ୍ ଏକ ମାଂସ କଟା କଟୁରୀରେ ଦଶମ ଶ୍ରେଣୀ ଛାତ୍ର ଜଣକ ଆକ୍ରମଣ କରିଥିଲା । ମୁଣ୍ଡରେ କଟୁରୀ ଚୋଟ ଯୋଗୁଁ ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରିବାର ଲୋକ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ବର୍ଷା ଓ ଆସନ୍ନ ବନ୍ୟା ସ୍ଥିତିକୁ ଆଖି ରଖି ସ୍ବାସ୍ଥ୍ଯ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି
ଭୁବନେଶ୍ବର: ବର୍ଷା ଓ ଆସନ୍ନ ବନ୍ୟା ସ୍ଥିତିକୁ ଆଖି ରଖି ସ୍ବାସ୍ଥ୍ଯ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି । ବନ୍ୟା ବେଳେ ସ୍ଵଚ୍ଛ ପାନୀୟ ଜଳ ପିଇବା ଉପରେ ଗୁରୁତ୍ୱ ଦେଇଛି ସ୍ବାସ୍ଥ୍ଯ ବିଭାଗ । ଏସଆରସିଙ୍କ ନିର୍ଦ୍ଦେଶ ଆଧାରରେ ଫିଲଡ ସ୍ତରରେ ଏହାର କାର୍ଯ୍ୟକାରିତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ଏସଆରସି ଯେଉଁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସେସବୁ ଅଞ୍ଚଳରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛି ।
ରନ୍ଧା ଖାଦ୍ୟ ଯେଉଁଠି ଦିଆଯାଉଛି ସେଠି ଶୁଦ୍ଧ ପାନୀୟ ଜଳ ବି ଯୋଗାଣ ହେଉଛି । ସ୍ୱାସ୍ଥ୍ୟ ବିଭାଗର ଟିମ ସବୁଆଡେ ଆଲର୍ଟ ରହିଛି । ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ଔଷଧ, ସାଲାଇନ, ବ୍ଲିଚିଂ ପାଉଡର ମହଜୁଦ ରଖାଯାଇଛି । ଏସଆରସିଙ୍କ କାର୍ଯ୍ୟାଳୟ ସହ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଯୋଗାଯୋଗରେ ରହିଛି। ରାପିଡ ରେସପନ୍ସ ଟିମ ପ୍ରସ୍ତୁତ ରହିଛି।
ପ୍ରସୂତି ମହିଳାଙ୍କୁ ଆଗୁଆ ସତର୍କ କରାଯାଇଛି। ଆଶ୍ରୟ ସ୍ଥଳରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଶାକର୍ମୀ ଆଲର୍ଟ ରହିଛନ୍ତି । ବାରମ୍ବାର ରିମାଇଣ୍ଡର ମଧ୍ୟ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସେପଟେ ରାଜ୍ୟରେ ଡେଙ୍ଗୁ ସଂଖ୍ୟା ବଢୁଥିବାରୁ ସରକାର ସତର୍କ ଅଛନ୍ତି । ଖୋର୍ଦ୍ଧା ଆଗରେ ଥିବାବେଳେ ସୁନ୍ଦରଗଡ ଦ୍ଵିତୀୟରେ ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ଯ ନିର୍ଦ୍ଦେଶକ ।

