spot_img
Home Blog Page 1652

ବିଜେଡି ନେତାଙ୍କ ନାଁରେ ମିଛ ମାମଲା ପ୍ରସଙ୍ଗ, ହୁଲୁସ୍ତୁଲ ହେଲା ବିଧାନସଭା

ଭୁବନେଶ୍ବର: ସେଭ୍ ରେଭେନ୍ସା ନାଁରେ ମଶାଲ ରାଲି ବେଳେ ବିଜେଡି ନେତା  ବ୍ୟୋମକେଶ ରାୟ, ଲେନିନ ମହାନ୍ତି ଏବଂ ଏକ୍ରାମ ଖାନଙ୍କ ନାଁରେ ମାଲଗୋଦାମ ଥାନାରେ ମିଛ ଏତଲା ପ୍ରସଙ୍ଗ । ବିଧାନସଭାରେ ବିଜେଡି ବିଧାୟକଙ୍କ ପ୍ରତିବାଦ । ମାମଲା ପ୍ରତ୍ୟାହାର ଦାବିରେ ଗୃହ ହୁଲୁସ୍ତୁଲ ।

ଶୂନ୍ୟକାଳରେ ବ୍ୟୋମକେଶଙ୍କୁ ସମର୍ଥନ କରିଛନ୍ତି ବିଧାୟକ ଗଣେଶ୍ବର ବେହେରା । ସେ କହିଛନ୍ତି, ଭିନ୍ନ ମତକୁ ଚାପିବାକୁ ଅପଚେଷ୍ଟା କରାଯାଇଛି । ପ୍ରତିହିଂସା ପରାୟଣ ରାଜନୀତି ରାଜ୍ୟରେ ମୁଣ୍ଡ ଟେକିଲାଣି । ବିଧାୟକଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି । ଯିଏ ମିଥ୍ୟା ମକଦ୍ଦମା କରିଛି ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଘଟଣାର ନିରପେକ୍ଷ ତଦନ୍ତ ଦେଉ । ଏଭଳି ଅଭିସନ୍ଧି ପଛର ରହସ୍ୟକୁ ଉନ୍ମୋଚିତ କରାଯାଉ ।

ଆଗକୁ ସେ କହିଛନ୍ତି, ମାମଲା ରୁଜୁ ବେଳେ ଆର୍ମ ଆକ୍ଟ ଲଗାଯାଇଛି । ମାରଣାସ୍ତ୍ର ଧରିଥିଲେ ତ ଏହା ଲାଗିଥାନ୍ତା । ମାଲଗୋଦାମ ଆଇଆଇସି ଉପସ୍ଥିତ ଥିଲେ । କୌଣସି ମାରଣାସ୍ତ୍ର ମିଳିନି । ଶାସକ ଦଳର ପ୍ରରୋଚନାରେ ଏହା ହୋଇଛି ।

ମିଛ ମାମଲାକୁ ନେଇ ବିଜେଡି ବିଧାୟକମାନେ ଏହାର ପ୍ରତିବାଦ କରିଥିଲେ । ମାମଲା ପ୍ରତ୍ଯାହାର ଦାବି କରି ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ରତିବାଦ କରିବାରୁ ବାଚସ୍ପତି ଗୃହକୁ ୧୨ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ବିଜେଡିରୁ ରାଜ୍ୟସଭା ସାଂସଦ ସୁଜିତ କୁମାର ବହିଷ୍କୃତ

ଭୁବନେଶ୍ବର: ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡିରୁ ବହିଷ୍କୃତ । ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ କଲେ ବହିଷ୍କାର । ୨୦୨୦ରେ ରାଜ୍ୟସଭାକୁ ପଠାଇଥିଲା ବିଜେଡି । ସେ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ଧୋକା ଦେଇଥିବା ଅଭିଯୋଗ । ସୁଜିତଙ୍କ ବହିଷ୍କାର ନେଇ ନବୀନ ସୋସିଆଲ ମିଡିଆ ସାଇଟରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ୍ କରି ଏନେଇ ନବୀନ ସୂଚନା ଦେଇଛନ୍ତି ।

ବିଜେଡିରୁ ବହିଷ୍କାର ହେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ସୁଜିତ । କାର୍ଯ୍ୟକାଳ ସରିବାର ଦୁଇ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

ଦେବଗଡ଼ ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଲାଗି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିଜେଡି ଓ ବିଜେପି କାଉନସିଲର

ଦେବଗଡ଼: ଦେବଗଡ଼ ପୌର ପରିଷଦ ରାଜନୀତି ସରଗରମ । ପୌର ଉପାଧ୍ଯକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଲାଗି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିଜେଡି ଓ ବିଜେପି କାଉନସିଲର । ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କୁ ଆବେଦନ ପତ୍ର ପ୍ରଦାନ କଲେ ଦୁଇ ଦଳର ୮  କାଉନସିଲର ।

କାଉନସିଲ ବୈଠକରେ ପ୍ରସ୍ତାବ ଗ୍ରହଣ କିମ୍ବା ପୌର ପରିଷଦର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଭଳି ସଙ୍ଗୀନ ଅଭିଯୋଗ ନେଇ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ମଞ୍ଜୁରୀ ପାଇଁ ଦରଖାସ୍ତ କରିଛନ୍ତି କାଉନସିଲର ।

ସୂଚନାଯୋଗ୍ୟ, ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ବିଜେଡିର ୪, ବିଜେପିର ୬ ଓ ଜଣେ ସ୍ବାଧୀନ କାଉନସିଲର ଅଛନ୍ତି । ପୌରାଧ୍ଯକ୍ଷା ପଦବୀ ବିଜେଡି ହାତରେ ଓ ପୌର ଉପାଧ୍ୟକ୍ଷ ପଦବୀ ବିଜେପି ହାତରେ ରହିଛି ।

ଭଦ୍ରକରେ ଟେକ୍ସଟାଇଲ ଓ ପାରାଦୀପରେ ମେଗା ଫିଡ କ୍ରାକର ପ୍ଲାଣ୍ଟ

ଭୁବନେଶ୍ବର: ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପ୍ଲାଣ୍ଟ । ପାରାଦ୍ୱୀପରେ ହେବ ମେଗା ଫିଡ କ୍ରାକର ପ୍ଲାଣ୍ଟ । ପ୍ଲାଣ୍ଟର ବାୟୋ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ । ଆଇଓସିଏଲ ସହ ମିଳିତ ଭାବେ ଏହି କାମ ହେବ । ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।

ସେ କହିଛନ୍ତି, ଅଧିକ ସଂଖ୍ଯକ ଏମଏସଏମଇ ପାର୍କ ରାଜ୍ୟରେ ପ୍ରତିଷ୍ଠା ହେବ । ଏମଏସଏମଇ ୟୁନିଟ ବଢିଲେ ହିଁ ନିଯୁକ୍ତି ସୁଯୋଗ ବଢିବ । ଓଡ଼ିଶାରେ ଅନେକ ବୃହତ ଶିଳ୍ପ ରହିଛି । ବଜେଟରେ ଇଣ୍ଡଷ୍ଟ୍ରିଆଲ ପାର୍କ ଖୋଲିବାର ବ୍ୟବସ୍ଥା ଅଛି । ଏମଏସଏମଇ ନୀତି ୨୦୨୨ ଅନୁସାରେ ଶିକ୍ଷିତ ଯନ୍ତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ କାମ ଚାଲିଛି । ଯୁବତୀ ଯେପରି ଅଧିକ ରୋଜଗାର ପାଇବେ ସେ ନେଇ ରାଜ୍ୟ ସରକାର କାମ କରୁଛନ୍ତି ।

ଆଗକୁ ସେ କହିଛନ୍ତି, ସୁଦକ୍ଷା ଯୋଜନାରେ ସେମାନଙ୍କ ଶିକ୍ଷା ଓ ବୈଷୟିକ ତାଲିମ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଛାତ୍ରୀବାସରେ ରଖି ବୃତ୍ତି ଦିଆଯାଉଛି । ଏହାକୁ ପୋଷ୍ଟ ମାଟ୍ରିକ ବୃତ୍ତି ଆକାରରେ ଦିଆଯାଉଛି । ସ୍କିଲ ଡେଭଲପମେଣ୍ଟ ସେଣ୍ଟରକୁ ବି ଏହି ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।

EV ପ୍ଲାଣ୍ଟ ପ୍ରତିଷ୍ଠାରୁ JSW ଓହରି ଯିବାକୁ ନେଇ ବିଜେଡିର ଉଦବେଗ

ଭୁବନେଶ୍ବର: ଓଡ଼ିଶାରେ ପ୍ରତିଷ୍ଠା ହୋଇଥାନ୍ତି EV ପ୍ଲାଣ୍ଟ । ଇଲେଟ୍ରୋନ୍ସି ଭେଇକିଲ ନିର୍ମାଣରେ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଥାନ୍ତା ଓଡ଼ିଶା । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବା ସହ ରାଜ୍ୟର ଆର୍ଥିକ ସ୍ଥିତିକୁ ମିଳିଥାନ୍ତି ବୁଷ୍ଟର ଡୋଜ । ହେଲେ EV ପ୍ଲାଣ୍ଟ ପ୍ରତିଷ୍ଠା କରିବାରୁ ଓହରି ଗଲା JSW । ଯାହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ।

ସୂଚନାଯୋଗ୍ୟ, EV ପ୍ଲାଣ୍ଟ ନିର୍ମାଣ ପାଇଁ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର JSW ସହ ଏମଓୟୁ କରିଥିଲେ। JSW କମ୍ପାନୀ EV ପ୍ଲାଣ୍ଟ ନରାଜ ଓ ମୁଣ୍ଡଳୀରେ ସ୍ଥାପନ କରିଥାନ୍ତା । ହେଲେ JSW ଫେରିଗଲା ।

ବିଜେଡି ବିଧାୟକଙ୍କ ଉଦବେଗର ଉତ୍ତର ଦେବାକୁ ଯାଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି, ବିଭିନ୍ନ କ୍ଲିୟରାନ୍ସ ନମିଳିବାରୁ କମ୍ପାନୀ ଫେରି ଯାଉଛନ୍ତି ।

ଇଣ୍ଡିଆନ ଅଏଲ ଟର୍ମିନାଲର ପାଇପ୍ ଫାଟି ଶହ ଶହ ଲିଟ ତେଲ ନଷ୍ଟ

ପାରାଦୀପ: ଫାଟିଲା ଇଣ୍ଡିଆନ ଅଏଲ ଟର୍ମିନାଲ ତେଲ ପାଇପ ଲାଇନ । ଶହ ଶହ ଲିଟର ତେଲ ନଷ୍ଟ ହୋଇଥିବା ସୂଚନା । ପାରାଦୀପ ବାଉରିଆପାଳନ୍ଦା ନିକଟରେ ତେଲ ପାଇପ ଫାଟିଛି ।

ମିଳିଥିବା ସୂଚନା ଅନୁସାରେ ବିଳମ୍ବିତ ରାତିରେ ପାଇପ ଲାଇନରୁ ତେଲ ଲିକ୍ ହୋଇଥିବା ସୂଚନା ମିଳିଥିଲା । ଏହାପରେ କମ୍ପାନୀ କର୍ତ୍ତୃପକ୍ଷ ମରାମତି କାମରେ ଲାଗି ଯାଇଥିଲେ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତେଲ ଲିକକୁ ନିୟନ୍ତ୍ରଣ କରାଯାଇଛି । ତେବେ ସେତେବେଳକୁ ଶହ ଶହ ଲିଟର ଡିଜେଲ ନଷ୍ଟ ହୋଇ ସାରିଥିଲା ।

ଜମ୍ମୁ ଓ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠାକୁ ନେଇ କେନ୍ଦ୍ର ସରକାରଙ୍କୁ ଫାରୁକ ଅବଦୁଲ୍ଲାଙ୍କ କଟାକ୍ଷ

ଜମ୍ମୁ ଓ କାଶ୍ମୀର: ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ରକୁ ନ୍ଯାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ କଟାକ୍ଷ । ଜାମ୍ମୁ ଓ କାଶ୍ମୀରରେ ସ୍ବାଭାବିକ ଅବସ୍ଥା ଫେରିଛି ବୋଲି କେନ୍ଦ୍ର ବାହାବା ମାରୁଥିବା ବେଳେ ଫାରୁକ ଏହାକୁ ନେଇ ସମାଲୋଚନା କରିଛନ୍ତି । ସେ କହିଛନ୍ତି- ଜାମ୍ମୁ ଓ କାଶ୍ମୀରରେ ଯେତେ ବେଳେ  ସଶସ୍ତ୍ର ବାହିନୀ ରହିବେ ନାହିଁ ସେତେ ବେଳେ ହିଁ ସେଠାରେ ଶାନ୍ତି ପ୍ରତିଷ୍ଠା ହୋଇଛି ବୋଲି କହିବାକୁ ହେବ ।

ଆଗକୁ ସେ କହିଛନ୍ତି, ବର୍ତ୍ତମାନ ଗଳିକନ୍ଦିରେ ସଶସ୍ତ୍ର ବାହିନୀ ରହିଥିବାରୁ ସେଠାରେ ଶାନ୍ତି ପ୍ରତିଷ୍ଠା ହୋଇଛି ବୋଲି କହିବାର ଯଥାର୍ଥ ନାହିଁ । ଏହାସହ ଜାମ୍ମୁ ଓ କାଶ୍ମୀରକୁ ପୁଣି ଥରେ ରାଜ୍ଯ ମାନ୍ଯତା ଫେରାଇ ଦିଆଯାଉ ବୋଲି ଫାରୁକ ଦାବି କରିଛନ୍ତି ।

ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ସମାଲୋଚନା କରିବା ସହ କାହିଁକି ଜାମ୍ମୁ ଓ କାଶ୍ମୀରବାସୀ ଦିଲ୍ଲୀର ଭାଇସରାୟଙ୍କ ଅଧୀନରେ ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ସେ କହିଥିଲେ- କଂଗ୍ରେସ ସହ ନ୍ଯାସନାଲ କନଫରେନ୍ସର ମେଣ୍ଟ କୌଣସି ବାଧ୍ଯବାଧକତାରେ ହୋଇ ନଥିଲା ବରଂ ଏହା ଥିଲା ଏକ ଆବଶ୍ଯକତା ।

ଟିକେଟ ବଣ୍ଟନ ପରେ ହରିୟାଣା ବିଜେପିରେ ବିଦ୍ରୋହ

ଚଣ୍ଡିଗଡ଼: ଦିନକୁ ଦିନ ଜଟିଳ ସ୍ଥିତିକୁ ଯାଉଛି ହରିୟାଣା ବିଜେପି । ଟିକେଟ ବଣ୍ଟନକୁ ନେଇ ଦଳରେ ବିଦ୍ରୋହ ସୃଷ୍ଟି ହୋଇଥିବା ବେଳେ ଅନେକ ନେତା, ମନ୍ତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି । ଗତକାଲି ଦଳରୁ ଇସ୍ତଫା ଦେଇଥିବା ୨୦ରୁ ଅଧିକ ନେତା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ନଚେତ ଅନ୍ଯ ଦଳକୁ ଯିବେ ବୋଲି ସଙ୍କେତ ମିଳିଛି ।

୯୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଲାଗି ବିଜେପି ୬୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଦଳ ଛାଡ଼ିଥିବା ନେତାଙ୍କ ମଧ୍ଯରେ ଅଛନ୍ତି, ଲକ୍ଷ୍ଣଣ ନାପା, କରଣ ଦେବ କମ୍ବୋଜ, ଅମିତ ଜୈନ, ଶମଶେର ଗିଲ, ସୁଖବିନ୍ଦର ମଣ୍ଡି, ଆଦିତ୍ଯ ଚୌଟାଲା, ଆଶୁ ଶେରା, ସବିତା ଜିନ୍ଦଲ, ତରୁଣ ଜୈନ ଭଳି ଅନେକ ପ୍ରମୁଖ ନେତା । ଏମାନଙ୍କ ମଧ୍ୟରୁ କିଛି ନେତା ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଉଥିବା ଶୁଣିବାକୁ ମିଳୁଛି ।

ଇସ୍ତଫା ଦେଇଥିବା ନେତା ରଣଜୀତ ଚୌଟାଲା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲଙ୍କ ପୁଅ । ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ରଣଜିତ । ମୁଖ୍ଯମନ୍ତ୍ରୀ ନାୟବ ସିଂ ସୈନି ଲାଡବା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଅନିଲ ବିଜ ଅମ୍ବାଲା ସିଟରୁ ପ୍ରାର୍ଥୀ ହୋଇଛନ୍ତି । ସେପଟେ କଂଗ୍ରେସରେ ସାମିଲ ହୋଇଥିବା ରେସଲର ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ ଟିକେଟ ପାଇବା ଏକରକମ ନିଶ୍ଚିତ  ହୋଇଛି । ଭିନେଶଙ୍କୁ ଜୁଲାନା ଓ ପୁନିଆଙ୍କୁ ବାଦଲି ଆସନ ମିଳିବା ଏକରକମ ନିଶ୍ଚିତ ବୋଲି ସୂଚନା ମିଳିଛି ।

ଭିନ୍ନକ୍ଷମ କଳାକାରଙ୍କ ଦ୍ବାରା ପରିବେଶିତ ‘ନିନାଦ’ କାର୍ଯ୍ୟକ୍ରମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭିନ୍ନକ୍ଷମ କଳାକାରମାନଙ୍କ ଦ୍ୱାରା ପରିବେଷିତ ସଙ୍ଗୀତ ସନ୍ଧ୍ୟା ନିନାଦର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ୨୨ ଜଣ ଭିନ୍ନକ୍ଷମ ମିଶି ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଦିବ୍ୟାଙ୍ଗମାନେ ସଫଳତାର ଶୀର୍ଷରେ ପହଁଚି ପାରିଛନ୍ତି । ଚଳିତ ପାରା ଅଲିମ୍ପିକ୍ସରେ ଭାରତ ପଦକ ହାସଲ କରି ଏହା ଦେଖାଇଛି । ୨୦୨୦ ପାରା ଅଲିମ୍ପିକ୍ସରେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତି ରାଜ୍ୟର ଗର୍ବ ବଢ଼ାଇ ଥିଲେ । ଏହି ଅବସରରେ ସନ୍ଥ କବି ଭୀମଭୋଇଙ୍କୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ ।

ଆଜି ଶ୍ରୀମନ୍ଦିରରେ ଅନ୍ଧ ଲୀଳା ନୀତି

ପୁରୀ: ଆଜି ଶ୍ରୀମନ୍ଦିର ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ ବା ଅନ୍ଧ ଲୀଳା ନୀତି ଅନୁଷ୍ଠିତ ହେବ । ଭାଦ୍ରବ ଶୁକ୍ଳ ତୃତୀୟା ତିଥି ଅବସରରେ ଏହି ନୀତି କରାଯିବ । ମହାପ୍ରଭୁ ଶ୍ରୀକୃଷ୍ଣ ଦୃଷ୍ଟିହୀନ ଭକ୍ତର ଭକ୍ତିରେ ସନ୍ତୁଷ୍ଟ ହୋଇ ଚକ୍ଷୁଦାନ କରିଥିବା ବେଳେ ଏକ ପରାକ୍ରମୀ ଉନ୍ମତ୍ତ ହାତୀକୁ ବିନାଶ କରିବେ ।

ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢିବା ପରେ ଦକ୍ଷିଣୀ ଘରୁ ରାମକୃଷ୍ଣ ରତ୍ନ ସିଂହାସନକୁ ବିଜେ କରିବେ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ମହାଜନ ସେବକଙ୍କ ହସ୍ତରେ ବଟମୂଳ ନିକଟରେ ଥିବା ପାଲିଙ୍କିରେ ବିଜେ କରିବେ । ପରେ ବିମାନବଡୁ ସେବକମାନେ ଠାକୁରଙ୍କୁ ସିଂହଦ୍ୱାର ନିକଟରେ ଥିବା ବଡ଼ଛତା ମଠ ସମ୍ମୁଖକୁ ନେବେ । ସେଠାରେ ପଡିଥିବା ଖଟ ଉପରେ ଠାକୁର ପାଲିଙ୍କି ସହିତ ବିଜେ ହେବେ । ସେଠାରେ ଅନ୍ଧ ମନ୍ଦିର ହସ୍ତୀ ଲୀଳା ପ୍ରସ୍ତାବ ଆଗତ କରାଯିବ ।

ନୀତି ସମ୍ପନ୍ନ ହେବା ପରେ ଠାକୁରଙ୍କୁ ପଞ୍ଚ ଉପଚାରରେ ଶୀତଳ ଭୋଗ ମଣୋହି କରାଯିବ । ପରେ ବନ୍ଦାପନା ନୀତି ସମ୍ପନ୍ନ ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ । ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିରରେ ଅନ୍ଧକୁ ଚକ୍ଷୁଦାନ ଲୀଳା ନୀତି ଅନୁଷ୍ଠିତ ହେବ ।