spot_img
Home Blog Page 1647

ପୂର୍ବରୁ ଗୌତମ ଗମ୍ଭୀର ତୁଲାଇଥିଲେ, ଏବେ ହାଜିର ଭାର ସମ୍ଭାଳିବେ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ରଣନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ । ତେବେ ଆଇପିଏଲ ୨୦୨୨ ଏବଂ ୨୦୨୩ ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟର ମେଣ୍ଟରଭାବେ କାମ କରି ଦଳକୁ ଅନେକ ସଫଳତା ଦେଇଥିଲେ । ଗମ୍ଭୀର ଲକ୍ଷ୍ନୌର ମେଣ୍ଟର ଥିବାବେଳେ ଦଳ ଗୋଟିଏ ସିଜିନରେ ଫାଇନାଲ ଏବଂ ଅନ୍ୟ ଏକ ସିଜିନରେ କ୍ବାଲିଫାୟର ଖେଳିଥିଲା । ତେବେ ଗମ୍ଭୀର ଲକ୍ଷ୍ନୌ ଛାଡ଼ି ୨୦୨୪ ସିଜିନରେ କୋଲକାତାର ଦାୟିତବ ନେଇଥିଲେ ଆଉ ଦଳ ଚାମ୍ପିୟନ ହୋଇଛି । ତେବେ ୨୦୨୫ ଆଇପିଏଲ ସିଜିନ ପାଇଁ ଏବେଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଯେଉଁଥିରେ ଲକ୍ଷ୍ନୌ ସୁପର ଜାଏଣ୍ଟ ପୂର୍ବତନ ଭାରତୀୟ ଦୃତ ବୋଲର ଜାହିର ଖାନଙ୍କୁ ମେଣ୍ଟର ଭାବେ ନିଯୁକ୍ତ କରିଛି ।

ଏହା ପୂର୍ବରୁ ଜାହିର ଖାନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମେଣ୍ଟର ଭାବେ କାର୍ଯ୍ୟରତ ଥିଲେ । ଏବେ ଲକ୍ଷ୍ନୌ ତାଙ୍କୁ ଗୁରୁ ଦାୟିତ୍ବ ଦେଇଥିବାବେଳେ ସେ ୨ ବର୍ଷ ପାଇଁ ଚକ୍ତି କରିଛନ୍ତି । ତେବେ ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ରୁ ଅଧିକ ଓ୍ବିକେଟ ଅକ୍ତିଆର କରିଥିବା ଜାହିରଙ୍କ ଘାତକ ବୋଲିଂ ପାଇଁ ସେ ବେଶ ଜଣାଶୁଣା ।

୫ ଦଫା ଦାବି ନେଇ ନିଖିଳ ଉତ୍କଳ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମହାସଂଘର ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ପାଞ୍ଚ ଦଫା ଦାବି ନେଇ ନିଖିଳ ଉତ୍କଳ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମହାସଂଘର ବିକ୍ଷୋଭ। ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ସମୁଖରେ ବିଶାଳ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଗଣ ବିକ୍ଷୋଭରେ ହଜାର ହଜାର ସ୍ବୟଂସହାୟକ ଗୋଷ୍ଠୀର ମହିଳା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ମିଶନ ଶକ୍ତିର ନିୟମ ଅନୁସାରେ ସମସ୍ତ ସଦସ୍ଯଙ୍କୁ ଭତ୍ତା ପ୍ରଦାନ କରିବା, ମଞ୍ଚ କମିଟି,ପଞ୍ଚାୟତ କମିଟି ଏବଂ ବ୍ଲକ କମିଟି ପୁନର୍ଗଠନ କରିବା,ନିୟମ ଅନୁଯାୟୀ ପ୍ରତି ମାସରେ ସମସ୍ତ ସଦସ୍ଯଙ୍କୁ ଡାକି ସଭା ସମିତି କରିବା ଇତ୍ଯାଦି ଦାବି ନେଇ ମହିଳା ମାନେ ବିକ୍ଷୋଭ କରିଥିଲେ। ବିକ୍ଷୋଭ ସମୟରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ମୂତୟନ କରା ଯାଇଥିଲା।  ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ବାଲିଆପାଳ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସରକାର ଦାବି ପୂରଣ ନ କରିବା ଯାଏ  ସଂଗ୍ରାମ ଜାରି ରହିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ପୁଣି ଅଡ଼ୁଆରେ କଙ୍ଗନା

ନନ୍ଦିଘୋଷ ବ୍ୟୁରୋ: ଅଡୁଆରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ତାଙ୍କ ଫିଲ୍ମ ଏମର୍ଜେନସି କୁ ନେଇ  ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମରେ ଶିଖମାନଙ୍କ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗ କରାଯାଇଛି। ତେଣୁ ଫିଲ୍ମର ଟ୍ରେଲରକୁ ହଟାଇବାକୁ ସେମାନେ ଦାବି କରିଛନ୍ତି। ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି ଫିଲ୍ମ ନିର୍ମାତାଙ୍କୁ ନୋଟିସ୍ ଦେଇ ଟ୍ରେଲରକୁ ହଟାଇବାକୁ ଦାବି କରିଛନ୍ତି। ଫିଲ୍ମକୁ ବ୍ୟାନ କରିବାକୁ ଏସଜିପିସି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ସିବିଏଫସିକୁ ଚିଠି ଲେଖିଛନ୍ତି। ଶିଖମାନଙ୍କ ଆଉ ଏକ ସଂସ୍ଥା ଅକାଳ ତଖତ ମଧ୍ୟ ଫିଲ୍ମ ଉପରେ ବ୍ୟାନ ଲଗାଇବାକୁ ଦାବି କରିଛି। ଏହି ଫିଲ୍ମରେ ଶିଖମାନଙ୍କୁ ପ୍ରତି ଅପମାନ ଦିଆଯାଇଥିବାର ସେମାନେ ଅଭିଯୋଗ କରିଛନ୍ତି। ଶିଖ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି, ଜାଣିଶୁଣି ଶିଖମାନଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଛି ଫିଲ୍ମରେ। ଏହା ଏକ ବିରାଟ ଷଡ଼ଯନ୍ତ୍ର ଅଟେ। ପୁରା ଫିଲ୍ମଟି ଶିଖ ସମୁଦାୟକୁ ଅପମାନ କରୁଛି। ତେଣୁ ଫିଲ୍ମକୁ ବ୍ୟାନ କରାଯାଉ ବୋଲି ଦାବି କରାଯାଇଛି। ୧୯୭୫ ଜରୁରୀ ପରିସ୍ଥିତିକୁ ନେଇ ବଲିଉଡ୍ ଫିଲ୍ମ ଏମର୍ଜେନସି ନିର୍ମିତ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା ରଣାୱତ। ଫିଲ୍ମକୁ ନେଇ ଏବେ ବିବାଦ ହୋଇଥିବାରୁ କେବେ ଏହା ରିଲିଜ ହେବ, ତାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା।

ଜଷ୍ଟିସ ଚନ୍ଦ୍ରଚୂଡ଼ ନାଁ ନେଇ ଟଙ୍କା ମାଗିଲା ସାଇବର ଠକ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନାଁ ନେଇ ଠକିବାକୁ ଉଦ୍ୟମ ।ଜଷ୍ଟିସ ଚନ୍ଦ୍ରଚୂଡ଼ ନାଁ ନେଇ ଟଙ୍କା ମାଗିଲା ସାଇବର ଠକ । ମୁଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। କଲେଜିୟମର ମୋର ଏକ ଜରୁରୀ ବୈଠକ ଅଛି। କିନ୍ତୁ ମୁଁ କନଟପ୍ଲେସରେ ଫସି ଯାଇଛି। କ୍ୟାବରେ ଯିବାକୁ ମତେ ୫ ଶହ ଟଙ୍କା ପଠାଇ ପାରିବ କି । କୋର୍ଟରେ ପହଞ୍ଚିବା ମାତ୍ରେ ମୁଁ ଆପଣଙ୍କର ଟଙ୍କା ପଠାଇ ଦେବି। ଏମିତି ଏକ ମେସେଜ୍ ଆସିଥିଲା ଜଣେ ବ୍ୟକ୍ତିଙ୍କୁ, ଯାହାର ସ୍କ୍ରିନ ସଟ୍ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ଏହି ମେସେଜ୍ ପଠାଇନଥିଲେ। ତାଙ୍କ ନାଁରେ ଏପରି ମେସେଜ ପଠାଇ ଠକିବାକୁ ଉଦ୍ୟମ କରିଛନ୍ତି ସାଇବର ଲୁଟେରା। ସାଇବର ଲୁଟେରା ଏମିତି ମାତିଛନ୍ତି ଯେ, ଦେଶର ପ୍ରଧାନ ବିଚାରପତିଙ୍କୁ ବି ଛାଡୁନାହାନ୍ତି। ତାଙ୍କ ନାଁରେ ଲୋକଙ୍କୁ ମାଗୁଛନ୍ତି ଟଙ୍କା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ନାଁରେ କହିଲେ, ସାଙ୍ଗେ ସାଙ୍ଗେ ଟଙ୍କା ମିଳିଯିବ ଭାବି ଠକମାନେ ଏପରି ମେସେଜ୍ ପଠାଉଛନ୍ତି। ଏହା ଭାଇରାଲ ହେବା ପରେ ସୁପ୍ରିମକୋର୍ଟ ନିଜ ଆଡୁ ମାମଲା ଗ୍ରହଣ କରିଛନ୍ତି ଏବଂ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଟେକ୍ନୋଲଜି ବ୍ୟବହାର ବଢ଼ିବା ସହିତ କିଛି ବର୍ଷ ହେଲା ମାତିଛନ୍ତି ସାଇବର ଠକ। ବିଭିନ୍ନ ଉପାୟରେ ସେମାନେ ଲୋକଙ୍କଠାରୁ ଟଙ୍କା ଲୁଟି ନେଉଛନ୍ତି। ପୁରା ବ୍ୟାଙ୍କ ଆକାଉଣ୍ଟ ବି ଖାଲି କରିଦେଉଛନ୍ତି। ବିଭିନ୍ନ ଟ୍ରିକ୍ କରି ସେମାନେ ଲୋକଙ୍କ ଭକୁଆ ବନାଇ ଟଙ୍କା ନେଇ ଯାଉଛନ୍ତି। ଏଥିପ୍ରତି ସତର୍କ ରହିବାକୁ ପୋଲିସ, ବ୍ୟାଙ୍କ, ଆରବିଆଇ ଗାଇଡଲାଇନ୍ ଜାରି କରିଥିଲେ ମଧ୍ୟ ସାଇବର ଠକମାନେ ନୂଆ ନୂଆ ଉପାୟରେ ଡିଜିଟାଲ୍ ଲୁଟ କରୁଛନ୍ତି। …

ରାଜଧାନୀରୁ ନକଲି ଡାକ୍ତର ଗିରଫ, ହଜାର ହଜାର ଟଙ୍କାର ଔଷଧ ଜବତ

ଭୁବନେଶ୍ୱର : ରାଜଧାନୀରୁ ନକଲି ଡାକ୍ତର ଗିରଫ । ବହୁ ପରିମାଣର ଔଷଧ ଜବତ । ଏସିଡିଟିରୁ ଆରମ୍ଭ କରି କ୍ୟାନ୍ସର, ଓଜନ କମାଇବା ଠାରୁ ନେଇ ସୁନ୍ଦର ଦେଖାଯିବା ପର୍ଯ୍ୟନ୍ତ ସବୁକିଛି ଗୋଟିଏ ଚୁଟକିରେ ସମାଧାନ କରି ଦେଉଥିଲେ ଏହି ନକଲି ଡାକ୍ତର  । କିଛି ମହିଳାଙ୍କୁ ଲକ୍ଷାଧିକ ଟଙ୍କାର ଔଷଧ ବିକି ହୋଇଥିଲା ମାଲାମାଲ  । ଏ ସବୁ ଖାଇବା ପରେ କିନ୍ତୁ ଦେହ ସାରା ଫଳି ଯାଇଥିଲା । ଏପରି କାହିଁକି ହେଉଛି ତାହା ପଚାରିବା ପାଇଁ  ତାଙ୍କୁ ଫୋନ କରିଥିଲେ କିନ୍ତୁ ସେ ଫୋନ ଉଠାଇ ନଥିଲେ  ।

ରାଜଧାନୀରେ ବାଇକ ଆମ୍ବୁଲାନ୍ସରେ ବୁଲି ବୁଲି ଲୋକଙ୍କୁ ମେଡିସିନ ଦେଉଥିଲା ଏହି ଅଭିଯୁକ୍ତ  ।  ବର୍ତ୍ତମାନ ଅଭିଯୁକ୍ତ ଅଜୟ କୁମାର କାଣ୍ଡିକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ତା’ ନିକଟରୁ ହଜାର ହଜାର ଟଙ୍କାର ଔଷଧ ଜବତ କରାଯାଇଛି । ଅଭିଯୁକ୍ତ ଜଣଙ୍କ ଭିଡିଓ କଲ ଜରିଆରେ ଔଷଧ ଦେଉଥିଲେ । ତାଙ୍କ ଠାରୁ ଗୋଟିଏ ଗାଡି ମଧ୍ୟ ଜବତ କରାଯାଇଛି ।

‘ଆମ୍ମା’କୁ ନୂଆ ଅଭିନେତ୍ରୀଙ୍କୁ ଫଶାଇବାର ଜାଲ ବୋଲି କହିଲେ ଅଭିନେତ୍ରୀ

ନନ୍ଦିଘୋଷ ବ୍ୟୁରୋ : ମାଲାୟାଲମ ଇଣ୍ଡଷ୍ଟ୍ରିର ସତ୍ୟତା ସାମ୍ନାକୁ ଆସିବା ପରେ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଜଷ୍ଟିସ ହେମା କମିଟି ରିପୋର୍ଟରେ ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କୁ ଯୌନ ଶୋଷଣ ହେଉଥିବା ଖୁଲାସା ହେବା ପରେ ଅନେକ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ଏବେ ଗୋଟିଏ ପରେ ଗୋଟିଏ ଅନେକ ଅଭିନେତ୍ରୀ ଆସି ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଭେଟେରାନ୍ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ ଯୌନ ଶୋଷଣ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି।

ଏହି ଅଭିଯୋଗକୁ ଦୃଷ୍ଟିରେ ରଖି AMMA (ଆସୋସିଏସନ ଅଫ ମାଲାଏଲମ୍ ମୁଭି ଆକଟ୍ରେକ୍ସ) କମିଟିର ସଭାପତି ମୋହନଲାଲଙ୍କ ସମେତ ସମସ୍ତ ସଦସ୍ୟ ଇସ୍ତଫା ଦେଇଛନ୍ତି, ଯାହା ପରେ AMMA କମିଟି ସମ୍ପୂର୍ଣ୍ଣ ବିଲୋପ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଏହି ଘଟଣାକୁ ନେଇ ସାଉଥ ଇଣ୍ଡଷ୍ଟ୍ରିରଅନେକ ଅଭିନେତ୍ରୀ କହିଛନ୍ତି ଯେ, ଏହି ଘଟଣା ସାମ୍ନାକୁ ଆସିବା ବହୁତ ଜରୁରୀ ଥିଲା । ଏହା ଯୋଗୁଁ ଇଣ୍ଡଷ୍ଟ୍ରିର କଳା ସତର ପର୍ଦ୍ଦାଫାସ ହୋଇପାରିଛି ।

ଅଭିନୟ ଜଗତରୁ ରାଜନୀତି ଦୁନିଆକୁ ଆସିଥିବା ଅଭିନେତ୍ରୀ ଖୁସବୁ ସୁନ୍ଦର କହିଛନ୍ତି ଯେ, ମହିଳାମାନଙ୍କୁ ଠିକ୍ ସମୟରେ ସ୍ୱର ଉତ୍ତୋଳନ କରିବା ଉଚିତ୍। ସେ ଆହୁରି କହିଛନ୍ତି , ଏହିପରି ଘଟଣା ସବୁ ସ୍ଥାନରେ ଘଟୁଛି ଏବଂ ଯେତେବେଳେ ସେଗୁଡ଼ିକ ଘଟେ ସେତେବେଳେ ହିଁ ରିପୋର୍ଟ କରାଯିବା ଉଚିତ୍  ।

ଅନ୍ୟପଟେ ‘ଆମ୍ମା’କୁ ନୂଆ ଅଭିନେତ୍ରୀଙ୍କୁ ଫଶାଇବାର ଜାଲ ବୋଲି କହିଛନ୍ତି ଅଭିନେତ୍ରୀ ମାଲା ପାର୍ବତୀ ।  ସେ ଆହୁରି କହିଛନ୍ତି ଯେ, ଅଭିନେତ୍ରୀ ମାନଙ୍କୁ ଏବେ ବୁଝିବା ଦରକାର କି ସେମାନଙ୍କୁ ଏବେ ଇଣ୍ଡଷ୍ଟ୍ରିରେ କୌଣସି ‘ଗଡଫାଦର’ ଦରକାର ନାହିଁ । ମହିଳାଙ୍କୁ କାମ ଦେଇ ସେମାନେ କିଛି ଦୟା କରୁନାହାନ୍ତି । ସୂଚନା ମୁତାବତ ଏବେ ପର୍ଯ୍ୟନ୍ତ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିର ୧୦ଜଣ ଅଭିନେତ୍ରୀ ଯୌନ ଶୋଷଣର ଅଭିଯୋଗ କରିସାରିଲେଣି ।

ଚର୍ଚ୍ଚାରେ ସର୍ବକନିଷ୍ଠ ଆଇଆଇସି ଅଧ୍ୟକ୍ଷ ଜୟ ଶାହ ; ବିଶ୍ୱ କ୍ରିକେଟ ଉପରେ ଏବେ କରିବେ ରାଜ୍

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇଆଇସି)ର ନୂଆ ଅଧ୍ୟକ୍ଷ ହୋଇଛନ୍ତି ଜୟ ଶାହ ଶାହଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଏବେ ଚର୍ଚ୍ଚାରେ ଶାହ ଫଳରେ ୨୦୨୪ ଡିସେମ୍ବରରୁ ସେ କ୍ରିକେଟର ସର୍ବୋଚ୍ଚ ପରିଚାଳନା ପରିଷଦର ସମ୍ମାନଜନକ ଭୂମିକା ତୁଲାଇବେ 

ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ ଶାହ ପୂର୍ବରୁ ଅଧ୍ୟକ୍ଷ ଥିବା ଗ୍ରେଗ୍ ବାର୍ସଲେ ତୃତୀୟ ଥର କାର୍ଯ୍ୟକାଳ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିବାପରେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ଆଇସିସି  

ଏପରିକି ଆଇସିସିର ମୁଖ୍ୟ ପଦରେ ବସିବାରେ ଜୟ (୩୫ ବର୍ଷ) ସର୍ବକନିଷ୍ଠ  ଏବଂ ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସେ ୫ମ ଭାରତୀୟ । ଏଥିପୂର୍ବରୁ ସେ ଆଇସିସିର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ସବ୍‌କମିଟିର ସଦସ୍ୟ ଥିଲେ। ପରବର୍ତ୍ତୀ ଅଧ୍ୟକ୍ଷ ପାଇଁ ନିର୍ବାଚିତ ହେବା ପରେ  ଶାହ ବିଶ୍ବ ସଂଗଠନର ମୁଖ୍ୟ ପଦରେ ରହିଥିବା ଅନ୍ୟ ଭାରତୀୟ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ୍‌.  ଶ୍ରୀନିବାସନ ଓ ଶଶାଙ୍କ ମନୋହରଙ୍କ ସହିତ ସାମିଲ ହୋଇଛନ୍ତି।

କ୍ରିକେଟର ଲୋକପ୍ରିୟତା ଆହୁରି ବୃଦ୍ଧି ବିଶ୍ୱର ଅନ୍ୟ ସ୍ଥାନରେ କ୍ରିକେଟକୁ ପହଞ୍ଚାଇବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି ଶାହ ବିଶେଷକରି ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ପୁଣି କମବ୍ୟାକ୍ କରୁଥିବାରୁ କ୍ରିକେଟର ଉନ୍ନତି ପାଇଁ ଏହା ବଡ଼ ଅବସର ହେବ ବୋଲି କୁହାଯାଉଛି । ଅକ୍ଟୋବର ୨୦୧୯ରୁ ବିସିସିଆଇର ସମ୍ପାଦକ ରହିଥିଲେ ଶାହ ସେହିପରି ଜାନୁଆରୀ ୨୦୨୧ରୁ ଏସିଆନ କ୍ରିକେଟ କାଉନସିଲର ମଧ୍ୟ ଚେୟାରମ୍ୟାନ ରହିଥିଲେ

ଖାଦ୍ୟ ସୁରକ୍ଷା ଯୋଜନାରେ ପୁଣିଥରେ ଲୋକଙ୍କୁ ମିଳିପାରେ ଗହମ !

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପୁଣି ଥରେ ଗହମ ମିଳିପାରେ। ଗହମ ଦେବା ପାଇଁ ନୀତିଗତ ନିଷ୍ପତ୍ତି ନେବାକୁ ସରକାର ବ୍ୟବସ୍ଥା କରୁଥିବା ଯୋଗାଣ ମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଛନ୍ତି ସୂର୍ଯ୍ୟବଂଶୀ ସୂରଜ। ଲୋକେ ରୁଟି ଖାଇବାକୁ ପସନ୍ଦ କରୁଥିବାରୁ, ତା ସହିତ ମଧୁମେହ ରୋଗୀଙ୍କ ସ୍ବାସ୍ଥ୍ଯକୁ ଦେଖି ଏହି ପଦକ୍ଷେପ ନିଆଯାଉଥିବା ସୂର୍ଯ୍ଯବଂଶୀ ସୂରଜ କହିଛନ୍ତି।

ରାସନ କାର୍ଡରେ ଏବେ ୫ କିଲୋଗ୍ରାମ ଚାଉଳ ଓ ଅନ୍ତ୍ୟୋୟ ଯୋଜନାରେ ପ୍ରତି ପରିବାରକୁ ୩୫ କେଜି ଚାଉଳ ମିଳୁଛି। ଓଡ଼ିଶା ଏକ ଚାଉଳ ବଳକା ରାଜ୍ୟ। ଚାଉଳ ପାଇଁ ଅନ୍ୟ ରାଜ୍ଯ ଉପରେ ଓଡ଼ିଶା ନିର୍ଭରଶୀଳ ନୁହେଁ। ୨୦୨୨ ଜୁନରୁ ଗହମ ଆଉ ମିଳୁନି କେବଳ ଚାଉଳ ମିଳୁଛି।

ସେପଟେ ଆଜି ସ୍ବାଭାବିକ ଭାବେ ବିଧାନସଭା ଚାଲୁଛି। ବିଭିନ୍ନ ବିଭାଗର ପ୍ରଶ୍ନୋତ୍ତର ସୁରୁଖୁରୁରେ ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗରେ ପବନରୁ ବିଜୁଳି ଉତ୍ପାଦନର ଏକ ପ୍ରକଳ୍ପ କରାଯାଉଛି। ଏଠାରେ ପ୍ରାୟ ୫୦ ମେଗାୱାଟ ବିଜୁଳି ବାହାରିବ। ସେହିପରି ଚାଷୀଙ୍କୁ ସବସିଡିରେ ଯନ୍ତ୍ରପାତି ପ୍ରଦାନ, ଚାଷୀଙ୍କୁ ସୁଚନା ପ୍ରଦାନର ପ୍ରଶ୍ନୋତ୍ତର ହୋଇଛି।

ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ୭ ବର୍ଷୀୟ ହାତୀ ‘ମାମା’ର ମୃତ୍ଯୁ

ଭୁବନେଶ୍ୱର : ଗୋଡ଼ିବାରୀ ଚନ୍ଦକା ଡ଼ମପଡା ଅଭ୍ୟାରଣ୍ୟର କୁମାରଖୁଣ୍ଟିର ପାଠ ଶାଳରେ ରହୁଥିବା ହାତୀ ମାମାର ମୃତ୍ୟୁ ହୋଇଛି। ସାଢେ ସାତ ବର୍ଷ ବୟସରେ ମାମାର ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି  । କୁମକି ଟ୍ରେନିଂ ପାଇଁ ତାକୁ ନନ୍ଦନକାନନରୁ ମାର୍ଚ୍ଚ ମାସ ୮ ତାରିଖ ୨୦୨୩ରେ ଗୋଡ଼ିବାରୀ କୁମାରଖୁଣ୍ଟିକୁ ଅଣାଯାଇଥଲା  । ମାମା ହାତୀକୁ ଗତ ମାର୍ଚ୍ଚ ମାସରେ ଖୋର୍ଦ୍ଧା ରାମେଶ୍ୱରରୁ ରେସକ୍ଯୁ କରାଯାଇ ନନ୍ଦନକାନନ ଅଣାଯାଇଥିଲା। ତାକୁ ସେତେବେଳେ ୬ ମାସ ବୟସ ହୋଇଥିଲା ବୋଲି ସୂଚନା ମିଳିଛି  । ଘଟଣାସ୍ଥଳରେ ଚନ୍ଦକା DFOଙ୍କ ସମେତ ଓୟୁଟି ଟିମ ଉପସ୍ଥିତ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ କାରଣ ଜଣାପଡିବ ବୋଲି ସୂଚନା ମିଳିଛି ।

ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ଯା ଘଟଣା ନେଇ ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ

କୋଲକାତା : ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଜି ପଶ୍ଚିମବଙ୍ଗ ବନ୍ଦ। ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ପଶ୍ଚିଂବଗ ବିଜେପି। ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏ ବନ୍ଦ ପାଳନ କରୁଛି ପଶ୍ଚିମବଂଗ ବିଜେପି। ବିଭିନ୍ନ ସ୍ଥାନରେ କାଁଭାଁ ଉତ୍ତେଜନା ଦେଖିବାକୁ ମିଳିଛି। ରାଜ୍ୟ ପରିବହନର କିଛି ବସକୁ ଆନ୍ଦୋଳନକାରୀ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।

ଛାତ୍ର ସଂଗଠନ ପକ୍ଷରୁ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଗତକାଲି ନବାନ୍ନ ଅଭିଯାନ ପରେ ଆଜି ପଶ୍ଚିମବଙ୍ଗ ବିଜେପି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ପଶ୍ଚିମବଂଗରେ ବନ୍ଦ ପାଳନ ଚାଲିଛି। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଦାବି କରିଛନ୍ତି । ଛାତ୍ରଛାତ୍ରୀ ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି।