spot_img
Home Blog Page 1603

ସ୍କୁଲରେ ଛୁରାମାଡ଼ ପରେ ରାଜସ୍ଥାନର ଏହି ସହରରେ ଦଙ୍ଗା ପରିସ୍ଥିତି

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନ ଉଦୟପୁରରେ ପୁଣି ଥରେ ଉଗ୍ର ରୂପ ନେଉଛି ସାମ୍ପ୍ରଦାୟିକ ହିଂସା । ଶୁକ୍ରବାର ଦିନ ଏକ ସରକାରୀ ବିଦ୍ୟାଳୟର ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ଦଶମ ଶ୍ରେଣୀର ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ଛୁରାମାଡ଼ କରିଥିଲେ। ଏହି ଘଟଣା ପରେ ସହରରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଦୃର୍ବୃତ୍ତମାନେ କାରରେ ନିଆଁ ଲଗାଇବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ସହରରେ ୧୪୪ ଧାରା ଲାଗୁ କରିଛି। ସୋସିଆଲ ମିଡିଆରେ କୌଣସି ଗୁଜବ ପ୍ରଚାର ନହେବା ପାଇଁ ଇଣ୍ଟରନେଟ୍ ମଧ୍ୟ ବନ୍ଦ କରାଯାଇଛି। ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଅଭିଯୁକ୍ତ ନାବାଳକ ଛାତ୍ରଙ୍କ ସହ ତାଙ୍କ ପିତାଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣା ଯୋଗୁଁ ହିନ୍ଦୁ ସଂଗଠନ ମଧ୍ୟରେ ପ୍ରବଳ କ୍ରୋଧ ଦେଖିବାକୁ ମିଳିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୧୫୦୦ ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହାସହ ପରିବେଶକୁ ସୁରକ୍ଷା ଦେବା ପାଇଁ ୧୫ଟି ପୋଲିସ ଷ୍ଟେସନକୁ ମଧ୍ୟ ନିୟୋଜିତ କରାଯାଇଛି।

ସୂଚନାଯୋଗ୍ୟ, ଉଦୟପୁରର ସୁରଜପୋଲ ପୋଲିସ ଷ୍ଟେସନ ଅଞ୍ଚଳର ଭଟ୍ଟିଆନି ଚୌହଟାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା। ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ଜଣେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ସ୍କୁଲ କର୍ତ୍ତୁପକ୍ଷ ଆହାତ ଛାତ୍ରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ଆହତ ଛାତ୍ରଙ୍କ ମିଛି ମୃତ୍ୟୁ ଖବର ପ୍ରଚାର ହେବା ପରେ ଲୋକମାନେ କ୍ରୋଧିତ ହୋଇଥିଲେ। ଏନେଇ ଉତ୍ତେଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଆହତ ଛାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

ଦିଲ୍ଲୀରେ ପହଞ୍ଚିଲେ ପୂର୍ବତନ ଭାରତୀୟ ରେସଲର ଭିନେଶ ଫୋଗଟ; ବିମାନ ବନ୍ଦରରେ ଭିନେଶଙ୍କୁ ସ୍ବାଗତ

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲେ ପୂର୍ବତନ ଭାରତୀୟ ରେସଲର ଭିନେଶ ଫୋଗଟ। ପ୍ଯାରିସ ଅଲିମ୍ପିକ୍ସରେ ପଦକରୁ ବଞ୍ଚିତ ହୋଇଥିବା ଭିନେଶଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଭବ୍ଯ ସ୍ବାଗତ କରାଯାଇଥିଲା। ସେଠାରେ ହଜାର ହଜାର ଶୁଭେଚ୍ଛୁ ଭିନେଶଙ୍କୁ ସ୍ବାଗତ କରିଥିଲେ। ମହିଳା ୫୦ କେଜି ଇଭେଣ୍ଟରେ ୧୦୦ ଗ୍ରାମ ଓଜନ ବୃଦ୍ଧି କାରଣରୁ ତାଙ୍କୁ ଇଭେଣ୍ଟରୁ ବାଦ ଦିଆଯାଇଥିଲା। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କମିଟିର ନିଷ୍ପତ୍ତି ବିରୋଧରେ ଭିନେଶ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟ ବା ସିଏଏସଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ସେଠାରେ ବି ତାଙ୍କୁ ନିରାଶ ହେବାକୁ ପଡିଥିଲା।

ଦିଲ୍ଲୀରେ ପହଞ୍ଚିବା ପରେ ସେ ଅଲିମ୍ପିକ ମେଡାଲରୁ ବଞ୍ଚିତ ହେବାକୁ ନେଇ ନିଜର ଅସନ୍ତୋଷ ବ୍ଯକ୍ତ କରିଥିଲେ। ଦେଶରେ ମହିଳାଙ୍କ ଅଧିକାରର ସୁରକ୍ଷା ନେଇ ଦିଲ୍ଲୀରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରିଥିବା ଭିନେଶ ଦେଶବାସୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛନ୍ତି। ବିମାନ ବନ୍ଦରରେ ନାଚି ନାଚି ତଥା ବାଜା ବଜାଇ ଭିନେଶଙ୍କୁ ସ୍ବାଗତ କରିଥିଲେ ଶୁଭେଚ୍ଛୁ। ଭିନେଶଙ୍କ ଲାଗି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଥିଲା।

ମୁମ୍ବାଇ ଅଟଳ ସେତୁ ଉପରୁ ଡେଇଁ ଆତ୍ମହତ୍ୟା କରୁଥିଲେ ମହିଳା, କ୍ୟାବ୍ ଡ୍ରାଇଭର ବଞ୍ଚାଇଲା ଜୀବନ

ନନ୍ଦିଘୋଷ ବ୍ୟୁରୋ: ଆଖିପିଛୁଳାକେ ଘଟିଗଲା ଅଘଟଣ। ମୁମ୍ବାଇ ଟ୍ରାନ୍ସ ହାରବର ଲିଙ୍କ ବା ଅଟଳ ସେତୁ ଉପରୁ ଲମ୍ଫ ମାରି ଆତ୍ମହତ୍ୟା କରୁଥିଲେ ମହିଳା। ମାତ୍ର ବିଧିର ବିଧାନ ବିଚିତ୍ର। ତତକ୍ଷଣାତ ସେଠାରେ ଉପସ୍ଥିତ ଥିବା ଜଣେ କ୍ଯାବ୍ ଡ୍ରାଇଭର ଓ ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁ ମହିଳା ଜଣକ ବଞ୍ଚି ଯାଇଥିଲେ। ସମସ୍ତ ଦୃଶ୍ଯ ସିସିଟିଭିରେ କଏଦ ହୋଇଥିଲା।

ସୂଚନା ଅନୁଯାୟୀ, ଉତ୍ତର-ପୂର୍ବ ମୁମ୍ବାଇ ଅନ୍ତର୍ଗତ ମୁଲୁନ୍ଦର ୫୬ ବର୍ଷ ବୟସ୍କା ରିମା ମୁକେଶ ପଟେଲ ଅଟଳ ସେତୁର ସେଫ୍ଟି ବ୍ଯାରିଅର ଉପରେ ବସିଥିଲେ। ପରେ ସେ କିଛି ସାମଗ୍ରୀ ସମୁଦ୍ର ମଧ୍ଯକୁ ଫୋପାଡିବା ସହ ସମୁଦ୍ରକୁ ଅଚାନକ ଲମ୍ଫ ମାରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଜଣେ କ୍ଯାବ ଡ୍ରାଇଭର ତତକ୍ଷଣାତ ତାଙ୍କୁ ଧରି ପକାଇଥିଲେ। ଠିକ୍ ଏହି ସମୟରେ ସେଠାରେ ଥିବା ଏକ ପାଟ୍ରୋଲିଂ ଗାଡିର କେତେକ ପୋଲିସ କର୍ମଚାରୀ ବି ଦୌଡି ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ। ନାଟକୀୟ ଉଦ୍ଧାର ପ୍ରକ୍ରିୟା କ୍ରମେ ମହିଳାଙ୍କ ଜୀବନ ରକ୍ଷା କରାଯାଇପାରିଥିଲା। ପ୍ରାୟ ଗୋଟିଏ ମିନଟର ରେସ୍କ୍ଯୁ ଅପରେସନ ଯୋଗୁ ମହିଳା ଜୀବନ ଫେରିପାଇବାକୁ ସକ୍ଷମ ହୋଇଥିଲେ। ଏହାକୁ ନେଇ ମୁମ୍ବାଇ ପୋଲିସ କମିଶନର ବିବେକ ଫନସଲକର କହିଛନ୍ତି ଲଳିତ ସିରସାତ, କିରଣ ମହାତ୍ରେ, ୟାଶ ସୋନୱାନେ ଓ ମୟୂର ପାଟିଲଙ୍କ ଉଦ୍ଯମ ଯୋଗୁ ମହିଳାଙ୍କ ଜୀବନ ରକ୍ଷା ହୋଇପାରିଥିଲା।

ଗତ ମାସରେ ଜଣେ ୩୮ ବର୍ଷ ବୟସ୍କ କେ. ଶ୍ରୀନିବାସ ଏହି ବ୍ରିଜରୁ ଡେଇଁ ଆତ୍ମହତ୍ଯା କରିଥିଲେ।

ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ସ୍କାମ: ବଢିଲା ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡୁଆ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକର ବହୁଚର୍ଚ୍ଚିତ ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ବା ମୁଡା ସ୍କାମ। ବଢିଲା ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡୁଆ। ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି ଦେଇଛନ୍ତି କର୍ଣ୍ଣାଟକ ରାଜ୍ଯପାଳ। ମୁଡାରେ ଜମି ଆବଣ୍ଟନ କ୍ଷେତ୍ରରେ ବ୍ଯାପକ ଅନିୟମିତତା ଅଭିଯୋଗ କ୍ରମେ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି ଦେଇଛନ୍ତି ରାଜ୍ଯପାଳ।

ମହୀଶୂର ନଗର ଉନ୍ନୟନ କର୍ତ୍ତୃପକ୍ଷ ବା ମୁଡାର ନିୟମରେ ରହିଛି ୫୦-୫୦ ସହାୟତା ଯୋଜନା । ବିକାଶମୂଳକ ଯୋଜନାରେ ଯେଉଁମାନେ ଜମି ହରାଇବେ ସେମାନଙ୍କୁ ସେଠାରେ ଏକର ପିଛା ବିକଶିତ ଜମିର ୫୦ ପ୍ରତିଶତ ଜମି ଦିଆଯିବ କିମ୍ବା ତାଙ୍କୁ ବିକଳ୍ପ ସ୍ଥାନରେ ଜାଗା ଯୋଗାଇ ଦିଆଯିବ। ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କ ନାମରେ ମହୀଶୂରର କେସାରେ ଗ୍ରାମରେ ୩ ଏକର ଜମି ରହିଥିଲା। ତେବେ ସେହି ଜମିକୁ ବିକାଶ ଲାଗି ମୁଡା ଅକ୍ତିଆର କରିବା ପରେ ନିୟମ ଅନୁସାରେ ପାର୍ବତୀଙ୍କୁ ମହୀଶୂରର ପ୍ରାଇମ ଲୋକେସନରେ ଜମି ପ୍ରଦାନ କରାଯାଇଥିଲା। କୋଟି କୋଟି ଟଙ୍କା ମୂଲ୍ଯର ଜମିକୁ ପାର୍ବତୀଙ୍କୁ ଟେକିଦିଆଯାଇଥିବା ଅଭିଯୋଗ ହୋଇଥିଲା। ମୁଡାରେ ଏହି ଯୋଜନାରେ ୫ ହଜାର କୋଟି ଟଙ୍କାର ସ୍କାମ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସିଦ୍ଦରମୈୟା ସରକାରଙ୍କ ବିରୋଧରେ ଆନ୍ଦୋଳନ କରିଆସିଛନ୍ତି ବିଜେପି ଓ ଜେଡିଏସ।

ଆଜି ଓଟିଇଟି ପରୀକ୍ଷା: ସୋସିଆଲ ମିଡିଆରେ ସମ୍ଭାବ୍ୟ ହାତ ଲେଖା ପ୍ରଶ୍ନ ପତ୍ର ଘୁରି ବୁଲୁଛି

ନନ୍ଦିଘୋଷ ବ୍ୟୁରୋ: ଆଜି ହୋଇଛି ଓଟିଇଟି ପରୀକ୍ଷା। ସାରା ରାଜ୍ୟରେ ଶତାଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ, ସୋସିଆଲ ମିଡିଆରେ ସମ୍ଭାବ୍ୟ ହାତ ଲେଖା ପ୍ରଶ୍ନ ପତ୍ର ଘୁରି ବୁଲୁଛି। ସବୁଠାରୁ ବଡ଼ କଥା ହେଉଛି ଜଣେ ୟୁଟ୍ୟୁବର ଏହି ପ୍ରଶ୍ନପତ୍ରକୁ ଟିକିନିଖି କରି ବୁଝାଉଛନ୍ତି। ୯୦ଟି ପ୍ରଶ୍ନ ପତ୍ର ଦଲାଲଙ୍କ ହାତରେ ଲାଗିଛି ବୋଲି ସେମାନେ ଦାବି କରିଛନ୍ତି। ସେପଟେ ହାତ ଲେଖା ଥିବା ଏହି ପ୍ରଶ୍ନପତ୍ରଟି ଇଂଲିଶ ଏବଂ ଓଡ଼ିଆରେ ରହିଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ତରଫରୁ ଏହି ପରୀକ୍ଷା କରାଯାଏ। ହେଲେ ପରୀକ୍ଷା ପୂର୍ବରୁ ୯୦ଟି ହାତ ଲେଖା ପ୍ରଶ୍ନ ପତ୍ର ଭାଇରାଲ ହୋଇଛି ବୋଲି ଦଲାଲ ମାନେ ସୋସିଆଲ ମିଡିଆରେ ଦାବି କରିଛନ୍ତି।

ବିଗତ ଦିନ ମାନଙ୍କରେ ବିଭିନ୍ନ ସମୟରେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ଲିକ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନର ଏକ ପରୀକ୍ଷା ପୂର୍ବରୁ ଦଲାଲଙ୍କ ହାତରେ ପ୍ରଶ୍ନ ପତ୍ର ଲାଗିଥିବା ବେଳେ ବାଲେଶ୍ବର ଦିଘାରେ ଶତାଧିକ ପିଲାଙ୍କୁ ପରୀକ୍ଷା ପୂର୍ବରୁ ପଶ୍ନପତ୍ର ଯୋଗାଇ ଦିଆଯାଉଥିବା ସମୟରେ ବାଲେଶ୍ଵର ପୋଲିସ କରିଥିଲା ରେଡ। କୁହାଯାଉଛି ଯଦି OTET ପରୀକ୍ଷା ପୂର୍ବରୁ ଭାଇରାଲ ହେଉଥିବା ପ୍ରଶ୍ନ ପତ୍ରରେ କିଛି ସତ୍ୟତା ଥାଏ ତେବେ ଏହା ଏକ ସାଙ୍ଘାତିକ ଘଟଣା।

ଆରମ୍ଭ ହେଲା ନୂଆ ବିଧାୟକଙ୍କ ପାଠଶାଳା: ଗୃହର ଗରିମା ହାନି ଅଭିଯୋଗରେ ବିଜେଡି ଓ କଂଗ୍ରେସର ବୟକଟ

ଭୁବନେଶ୍ୱର: ଆରମ୍ଭ ହେଲା ନୂଆ ବିଧାୟକଙ୍କ ପାଠଶାଳା। ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିବ ଏହି ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ। ସପ୍ତଦଶ ବିଧାନସଭାର ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟଙ୍କ ସମେତ ବିଜେପିର ବିଧାୟକ ମାନେ ଉପସ୍ଥିତ ରହିଥିଲେ। ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ ଏବଂ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କର ଗୋଟିଏ ଗୋଟିଏ ସେସନ ରହିଛି। ଯେଉଁଥିରେ ବରିଷ୍ଠ ମାନେ ନିଜର ଅଭିଜ୍ଞତା ବାଣ୍ଟିବେ। ବିଧାନସଭା ରୁଲ ଓ ପ୍ରୋସିଡିଂ ବିଷୟରେ ବିଧାୟକଙ୍କୁ ଅବଗତ କରାଇବେ। ବିଧାନସଭାରେ ଭଲ ପ୍ରଦର୍ଶନ ପାଇଁ ମନ୍ତ୍ର ଦେବେ।

ତେବେ ବିଜେଡି ଓ କଂଗ୍ରେସ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା କିମ୍ୱା ବିଜେଡିର କୌଣସି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି। ବିଧାନସଭା ପରିସରରେ ଏହି କାର୍ଯ୍ଯକ୍ରମରେ ସାଧାରଣ ବକ୍ତା ଭାବେ ଯୋଗ ଦେବା ମୁଖ୍ଯମନ୍ତ୍ରୀ ପଦର ମର୍ଯ୍ଯାଦା ହାନି କରୁଛି । ସଂଘୀୟ ବ୍ଯବସ୍ଥା ଅନୁସାରେ କେନ୍ଦ୍ରମନ୍ତ୍ରୀ ପାହ୍ଯାର ଉପରେ ରହିଥାଏ ମୁଖ୍ଯମନ୍ତ୍ରୀଙ୍କ ପାହ୍ୟା । ଏହି କାର୍ଯ୍ଯକ୍ରମରେ ମୁଖ୍ଯମନ୍ତ୍ରୀଙ୍କ ପଦ ମର୍ଯ୍ଯାଦା କେନ୍ଦ୍ରମନ୍ତ୍ରୀଙ୍କ ପରେ ରହିଛି । ଯାହାକୁ ବିରୋଧ କରି କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି । ଅନ୍ୟପଟେ ବିଜେପି କହିଛି ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ। ପ୍ରସଙ୍ଗକୁ ଅପ୍ରସଙ୍ଗ କରି ନୂଆଁ ବିଧାୟକଙ୍କୁ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ କରାଯାଉଛି ବୋଲି ବିଜେପି କହିଛି।

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା: ସଞ୍ଜୟ ରୟ ଅଭିଯୁକ୍ତ ନୁହଁନ୍ତି ! ସିବିଆଇର ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ମହିଳା ଡାକ୍ତରଙ୍କ ମାତାପିତା

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳିଛି । ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । କିନ୍ତୁ ମହିଳା ଡାକ୍ତରଙ୍କ ମାତାପିତା ସେମାନଙ୍କ ଝିଅ ସହିତ ଘଟିଥିବା ଘଟଣାରେ ପୋଲିସ ଏବଂ ସିବିଆଇର ତଦନ୍ତ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି । ପୀଡିତାଙ୍କ ମା ଅଭିଯୋଗ ଆଣିଛନ୍ତି ଯେ, ଏହି ମାମଲାରେ ଗିରଫ ହୋଇଥିବା ସଞ୍ଜୟ ରୟ ଅଭିଯୁକ୍ତ ନହୋଇପାରନ୍ତି, ଏନେଇ ସେ ସିବିଆଇକୁ ଅବଗତ କରାଇଛନ୍ତି ।

ମହିଳା ଡାକ୍ତରଙ୍କ ମା’ କହିଛନ୍ତି ଯେ, ଝିଅ ସହିତ ଘଟିଥିବା ଘଟଣା ଦିନ ସକାଳ ୧୦:୫୩ରେ ହସ୍ପିଟାଲର ଅଧିକାରୀଙ୍କଠାରୁ ଏକ ଫୋନ୍ କଲ ପାଇଥିଲୁ, ଯେଉଁଥିରେ ଝିଅ ଆତ୍ମହତ୍ୟା କରିଥିବା  ସୂଚନା ଦିଆଯାଇଥିସା । ଆମେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲୁ କିନ୍ତୁ ଝିଅକୁ ଦେଖିପାରିନଥିଲୁ । ଅପରାହ୍ନ ୩ ଟାରେ ଝିଅର ମୃତଦେହକୁ ଦେଖିବାକୁ ପାଇଥିଲୁ। ବହୁତ ଚାପରେ ମଧ୍ୟ ଥିଲୁ କିଛି ବୁଝିପାରୁନଥିଲୁ । ମହିଳା ଡାକ୍ତରଙ୍କ ମାତାପିତା ସେମାନଙ୍କ ଝିଅ ସହିତ ଘଟିଥିବା ଘଟଣାରେ ଡାକ୍ତର ଏବଂ ସେମାନଙ୍କ ସହ କାର୍ଯ୍ୟ କରୁଥିବା ନର୍ସଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଏନେଇ ସେମାନେ ସିବିଆଇକୁ ସୂଚନା ଦେଇଥିଲେ। ସେହି ଅପରାଧରେ ସମ୍ପୃକ୍ତ ଥିବା ଲୋକଙ୍କ ନାମ ମଧ୍ୟ ସିବିଆଇକୁ ଦିଆଯାଇଛି । ସଞ୍ଜୟ ରୟ ଅଭିଯୁକ୍ତ ନହୋଇ ପାରନ୍ତି ବୋଲି ଡାକ୍ତରଙ୍କ ମାତାପିତା କହିଛନ୍ତି ।

ସିବିଆଇ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହି ମାମଲାରେ ପ୍ରାୟ ୩୦ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛୁ ଏବଂ ସେମାନଙ୍କୁ ପଚରାଉଚରା ଆରମ୍ଭ କରିଛୁ। ଏହା ବ୍ୟତୀତ ପ୍ରଥମେ ଏହି ଘଟଣାର ତଦନ୍ତ କରୁଥିବା କୋଲକାତା ପୋଲିସ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ସିବିଆଇ ଦୁଇଜଣ ପ୍ରଶିକ୍ଷକ ଡାକ୍ତର ଏବଂ ସେହି ରାତିରେ ମହିଳା ଡାକ୍ତରଙ୍କ ସହ ଡ୍ୟୁଟିରେ ଥିବା ଗୃହ କର୍ମଚାରୀଙ୍କୁ ଡକାଇଥିଲା।

ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଢେଉ ମାରୁଛି ପେଜ

ପୁରୀ: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଢେଉ ମାରୁଛି ପେଜ। ପେଜନଳାରୁ ନିର୍ଗତ ପାଣି ସିଂହଦ୍ଵାର ସମ୍ମୁଖରେ ସ୍ରୋତ ଭାବେ ଚାଲୁଛି। ସିଂହଦ୍ଵାରରେ ସ୍ରୋତ ଚାଲିବା ଯୋଗୁଁ ଭକ୍ତମାନେ ନାହିଁ ନଥିବା ସମସ୍ଯାରେ ସମ୍ମୁଖୀନ ହେଉଛନ୍ତି। ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ଅନ୍ଯାନ୍ଯ ନୀତି ଚାଲିଥିବା ବେଳେ ସିଂହଦ୍ଵାର ସମ୍ମୁଖରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

ସେପଟେ ପେଜ ପାଣିକୁ ସଫା କରିବା ପାଇଁ ନାକେଦମ ହେଲେଣି ସଫେଇ କର୍ମଚାରୀ। ସବୁଠାରୁ ବଡକଥା ହେଉଛି ଏଥିପ୍ରତି ନା ପ୍ରଶାସନ ନା ମନ୍ଦିର ପ୍ରଶାସନ କେହି ବି ଯତ୍ନବାନ ହୋଇନାହାନ୍ତି। ପେଜନଳା ଓ ଏମାରମଠ ଆଡୁ ଆସୁଥିବା ଏହି ପେଜପାଣି ଭକ୍ତ ଓ ସେବକଙ୍କ ପାଇଁ ସମସ୍ଯା ସୃଷ୍ଟି କରିଛି।

ଟ୍ରେନ ଦୁର୍ଘଟଣା ଏକ ଷଡଯନ୍ତ୍ର ! ସାବରବମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତର ତଦନ୍ତ କରିବ ଆଇବି

ନନ୍ଦିଘୋଷ ବ୍ୟୁରୋ : ଉତ୍ତରପ୍ରଦେଶ କାନପୁରରେ ସାବରବମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଏ ସମ୍ପର୍କରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ବିଳମ୍ୱିତ ରାତିରେ ସାବରବମତୀ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପଛରେ ଏକ ବଡ ଷଡଯନ୍ତ୍ର ହୋଇଥିବା ଅନୁମାନ କରାଯାଉଛି। ଏହି ଦୁର୍ଘଟଣାର ତଦନ୍ତ ଆଇବି ଏବଂ ଉତ୍ତରପ୍ରଦେଶ ପୋଲିସକୁ ଦିଆଯାଇଛି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ଏକ୍ସରେ ଟ୍ରେନ ଦୁର୍ଘଟଣାକୁ ନେଇ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଟ୍ରାକରେ ରଖାଯାଇଥିବା ଏକ ବସ୍ତୁକୁ ମାଡ଼ ହୋଇ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା। ଲୋକପାଇଲଟ ପଥରରେ ମାଡ ହୋଇଥିବା ଆଶଙ୍କା କରୁଛନ୍ତି। ଏହି ପଥରଟି ଇଞ୍ଜିନର କ୍ୟାଟେଲ ଗାର୍ଡରେ ମାଡ ହୋଇ କ୍ଷତିଗ୍ରସ୍ତ କରିଛି, ଯେଉଁଥିପାଇଁ ଟ୍ରେନଟି ଟ୍ରାକର ତଳକୁ ଖସି ପଡିଛି । 

କାନପୁରରେ ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ଏକ ତଦନ୍ତ ବୈଠକ ବସିଛି। ରେଳ ସୂତ୍ର ଅନୁଯାୟୀ, ଏହି ଦୁର୍ଘଟଣା ଏକ ବଡ ଷଡଯନ୍ତ୍ରର ଅଂଶ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ରେଲୱେ ଟ୍ରାକରେ ଏକ ବୋଲ୍ଡର ଭଳି ବସ୍ତୁ ରଖାଯାଇଥିଲା। ଯେଉଁଥିପାଇଁ ସାବରମତି ଏକ୍ସପ୍ରେସ ଟ୍ରେନର ଇଞ୍ଜିନରେ ଧକ୍କା ହୋଇଥିଲା ଏବଂ ଟ୍ରେନର ୨୨ ଟି ବଗି ଟ୍ରାକ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ମହିଳାଙ୍କୁ ଗଳାକାଟି ହତ୍ୟା ପରେ ଥାନାରେ ଆତ୍ମ ସମର୍ପଣ କଲା ଯୁବକ

ଆଠଗଡ଼: ମହିଳାଙ୍କୁ ଗଳାକାଟି ହତ୍ୟା ପରେ ଥାନାରେ ଆତ୍ମ ସମର୍ପଣ କଲା ଯୁବକ। ଆଠଗଡ଼ ତିଗିରିଆ ଥାନା ପାଞ୍ଚଗାଁରେ ବିଳମ୍ୱିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ। ସମ୍ପତ୍ତି ଲୋଭରେ ଘରେ କାମ କରୁଥିବା ଯୁବକ ଗଳାକାଟି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ଯୁବକ ଜଣକ ହେଲେ ସେହି ଗାଁର କାର୍ତ୍ତିକ ସେଠୀ । ୧୦ବର୍ଷ ବୟସରୁ ମହିଳାଙ୍କ ଘରେ କାମ କରୁଥିଲା । ଅଭିଯୁକ୍ତ ଯୁବକ ଭିନ୍ନକ୍ଷମ ହୋଇଥିବାରୁ ଘରେ ଆଶ୍ରୟ ଦେଇଥିଲେ ମୃତ ଅଳ୍ପନା ଦାସ। ବିଭିନ୍ନ ସମୟରେ ମହିଳାଙ୍କ ସହ ତାଙ୍କର ବିଭିନ୍ନ କଥାକୁ ନେଇ ଝଗଡ଼ା ହୁଏ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ।

ଯୁବକ ଜଣଙ୍କ ଗଳା କାଟି ହତ୍ୟା କରିବା ପରେ ତିଗିରିଆ ଥାନାରେ ଆତ୍ମ ସମର୍ପଣ କରିଛି। ଘଟଣା ସ୍ଥଳରେ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।